ଘରେ ବେଡ଼ରୁମ୍ ବ୍ୟକ୍ତିଙ୍କର ସବୁଠାରୁ ସୁରକ୍ଷିତ ଆଶ୍ରୟସ୍ଥଳୀ ହୋଇଥାଏ, ଯେଉଁଠାରେ ସେ ବିଶ୍ରାମ ନେଇପାରନ୍ତି ଏବଂ ଫୁରସତ୍ ସମୟକୁ ଉପଭୋଗ କରିପାରିଥାନ୍ତି । ଆରାମ ଓ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଏକ ସୁରକ୍ଷିତ ଜାଗା ଯାହା ବ୍ୟକ୍ତିଙ୍କ ପାଇଁ ଅତି ବ୍ୟକ୍ତିଗତ ଓ ଖାସ୍ ହୋଇଥାଏ ଏବଂ ସକାରାତ୍ମକ ତଥା ଶାନ୍ତିଦାୟକ ପରିବେଶ ପାଇଁ ଏହା ସଠିକ୍ ଶକ୍ତିର ବିଚ୍ଛୁରଣ ଆବଶ୍ୟକ କରିଥାଏ ।
ଘର ପାଇଁ ବାସ୍ତୁ ଟିପ୍ସ ଆପଣ ତଥା ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ସୌଭାଗ୍ୟ, ସୁଖ ଏବଂ ସଫଳତା ଆଣିବାରେ ସହାୟକ ହେବ ।
ଲିଭିଂ ରୁମ୍, ଯାହାକୁ ଲୋକପ୍ରିୟ ଭାବେ ଲାଉଞ୍ଜ କିମ୍ବା ଡ୍ରଇଂ ରୁମ୍ ମଧ୍ୟ କୁହାଯାଏ, ହେଉଛି ନିବାସର ସେହି କୋଠରୀ ଯାହାକୁ ଶକ୍ତିର ପ୍ରବେଶ ଦ୍ୱାର ଭାବେ ବିବେଚନା କରାଯାଇଥାଏ । ନକାରାତ୍ମକ ହେଉ କି ସକାରାତ୍ମକ, ଲିଭିଂ ରୁମ୍ ମଧ୍ୟ ଦେଇ ଘର ଭିତରକୁ ଶକ୍ତିଗୁଡ଼ିକ ପ୍ରବେଶ କରିଥାଏ, ତା’ପରେ ଆପଣ, ଆପଣଙ୍କ ପରିବାର ସେଗୁଡ଼ିକ ସଂସ୍ପର୍ଶରେ ଆସନ୍ତି ଓ ଆପଣଙ୍କର ସ୍ୱାସ୍ଥ୍ୟ, ଧନ ଏବଂ କଲ୍ୟାଣ ସେହି ଅନୁଯାୟୀ ପ୍ରଭାବିତ ହୋଇଥାଏ ।
‘ବାସ୍ତୁ ଶାସ୍ତ୍ର’ ଏକ ସଂସ୍କୃତ ଶବ୍ଦ ଯାହା ‘ସ୍ଥାପତ୍ୟ ବିଜ୍ଞାନ’କୁ ସୂଚାଇଥାଏ । ଏହା ମଧ୍ୟରେ ସବୁ ପ୍ରକାର ସ୍ଥାପତ୍ୟ ଏବଂ ଡିଜାଇନ୍ ଧାରଣା ଯେପରିକି ଜାଗା, ବ୍ୟବସ୍ଥା, ସ୍ଥିତି, ମାପ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇଥାଏ । ଏକ ଘରର ବାସ୍ତୁ ସକାରାତ୍ମକ ଶକ୍ତିକୁ ଆଣିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଆମ ଦେଶର ଅନେକ ଅଞ୍ଚଳ ପାଣି ପାଇଁ କୂଅଗୁଡ଼ିକ ଉପରେ ନିର୍ଭର କରିଥାଏ । ଆଜିକାଲି ମଧ୍ୟ, କେତେକ ଗାଁରେ ଲୋକମାନଙ୍କ ପାଇଁ ଜଳଯୋଗାଣ ଲାଗି କୂଅ ହିଁ ଏକମାତ୍ର ଉତ୍ସ ଅଟେ । ଯଦି ଆପଣ ଏପରି କୌଣସି ସ୍ଥାନରେ ଘର ତିଆରି କରୁଥାନ୍ତି, ପ୍ରଥମେ ପାଣିର ବ୍ୟବସ୍ଥା କରିନିଅନ୍ତୁ ।
ଇଟା ଯୋଡ଼େଇ (ରାଜମିସ୍ତ୍ରୀ କାମ) ହେଉଛି ଏକ ପ୍ରକ୍ରିୟା ଯେଉଁଠି ଏକ ବ୍ୟବସ୍ଥିତ ଢଙ୍ଗରେ ମସଲା ଦ୍ୱାରା ଇଟା ସହିତ ଇଟାକୁ ଯୋଡ଼ି କାନ୍ଥ ନିର୍ମାଣ କରାଯାଇଥାଏ, ଯାହା ଘରକୁ ବାହ୍ୟ ପରିବେଶୀୟ ପ୍ରଭାବରୁ ସୁରକ୍ଷିତ ରଖିଥାଏ । ଆପଣଙ୍କ ଘରର ମଜଭୁତ କାନ୍ଥ ପାଇଁ ସଠିକ୍ ଇଟା ଯୋଡ଼େଇ କାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ, ଆପଣଙ୍କ ଘରର ଦୀର୍ଘସ୍ଥାୟିତା ପାଇଁ, ସଠିକ୍ ଇଟା ଯୋଡ଼େଇ କାମ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ପ୍ରାୟତଃ, ଅନଭିଜ୍ଞ ରାଜମିସ୍ତ୍ରୀଙ୍କ କାରଣରୁ ଇଟା ଯୋଡ଼େଇ କାମରେ ତ୍ରୁଟି ପରିଲକ୍ଷିତ ହୋଇଥାଏ ।
ମୌସୁମୀ ଋତୁରେ, ନିର୍ମାଣ କାର୍ଯ୍ୟ ଆହ୍ୱାନପୂର୍ଣ୍ଣ ହୋଇଥାଏ । ତେଣୁ, ଆପଣ ଯଦି ମୌସୁମୀ ଋତୁରେ ନିଜ ଘରର ନିର୍ମାଣ କରିବାର ଯୋଜନା କରୁଥାନ୍ତି, ତେବେ ପାଣିପାଗକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମୌସୁମୀ ଋତୁରେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆସନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା ବୁଝିବା
କାନ୍ଥର ଫିନିଶ୍ ଆପଣଙ୍କ ଘରକୁ ଏକ ନିଆରା ରୂପ ଦେବା ସହିତ ତାହାକୁ ସୁରକ୍ଷା ମଧ୍ୟ ଦେଇଥାଏ । କାନ୍ଥଗୁଡ଼ିକରେ ସାଧାରଣ ପଲସ୍ତରାର ଯୁଗ ଗଲାଣି ।
ଗାଈ ଓ ମଇଁଷିଙ୍କ ଭଳି ପୋଷ୍ୟପ୍ରାଣୀଙ୍କ ପାଇଁ ଗୁହାଳ ଅତି ଜରୁରୀ ହୋଇଥାଏ । ନିର୍ମାଣ ଆରମ୍ଭ କରିବା ପୂର୍ବରୁ, ଉତ୍ତମ ଭେଣ୍ଟିଲେଶନ୍, ଗୁହାଳ କାନ୍ଥର ଉଚ୍ଚତା, ଆର୍ଦ୍ରତା ଏଡ଼ାଇବା ପାଇଁ ୱାଟରପ୍ରୁଫିଙ୍ଗ୍ ଏଜେଣ୍ଟର ବ୍ୟବହାର ଏବଂ ଆହୁରି ଅନେକ କଥାକୁ ଧ୍ୟାନରେ ରଖିବା ଜରୁରୀ । ଏହାଫଳରେ ଆପଣ ସାଧାରଣ ତ୍ରୁଟିଗୁଡ଼ିକୁ ଏଡ଼ାଇପାରିବେ ଓ ଏକ ସୁଦୃଢ଼ ମୌଳିକ ସେଟ୍ ଅପ୍ ପାଇପାରିବେ ।
ପ୍ରଚୁର ପରିମାଣରେ ପଥର ଉପଲବ୍ଧ ହେଉଥିବା ସ୍ଥାନରେ, ନିର୍ମାଣ ପାଇଁ ପଥର ଯୋଡ଼େଇ କାମ ବ୍ୟବହୃତ ହୋଇଥାଏ । ଭୌଗୋଳିକ ଅଞ୍ଚଳକୁ ଆଧାର କରି ଭିନ୍ନ ଭିନ୍ନ ପ୍ରକାରର ପଥର ଉପଲବ୍ଧ ହୋଇଥାଏ । କିନ୍ତୁ, ପଥର ଯୋଡ଼େଇ କାମ କିପରି କରାଯାଏ ଓ ଏହି କେଉଁ କେଉଁ ସାଧାରଣ ତ୍ରୁଟିକୁ ଏଡ଼ାଇବା ଉଚିତ୍ ତାହା ଆପଣ ଜାଣନ୍ତି କି? ଆସନ୍ତୁ ଜାଣିବା!
ଘର ନିର୍ମାଣ କରିବାର ଯୋଜନା କରୁଛନ୍ତି କି? ଆପଣ ନିଜ ଅଞ୍ଚଳର ଜଳବାୟୁକୁ ବିଚାରକୁ ନେଇଛନ୍ତି କି? ଯଦି ନା, ତା’ହେଲେ ଦୟାକରି ତାହାକୁ ବିଚାରକୁ ନିଅନ୍ତୁ! କାରଣ ଏକ ସୁରକ୍ଷିତ ଏବଂ ସ୍ଥିର ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିସ୍ଥିତିକୁ ବିଚାରକୁ ନେବା ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ଅଟେ । ଆମ ଦେଶ ଜଳବାୟୁ ବିବିଧତା ସମ୍ପନ୍ନ ଦେଶ ଅଟେ, ପ୍ରତ୍ୟେକ ଅଞ୍ଚଳ ତାହାର ନିଜସ୍ୱ ଜଳବାୟୁ-ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଦାବି କରିଥାଏ । ତେଣୁ, ଏକ ଥଣ୍ଡା, ଶୀତୁଆ ଅଞ୍ଚଳରେ ଗରମ ଜଳବାୟୁ ପାଇଁ ଉଦ୍ଦିଷ୍ଟ ନିର୍ମାଣର ଯୋଜନା କରିପାରିବେ ନାହିଁ ।
ସିମେଣ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ସାମଗ୍ରୀ ଅଟେ । ଏହାକୁ ଯତ୍ନର ସହିତ ଏକ ଶୁଷ୍କ ଜାଗାରେ ସାଇତାଯିବା ଜରୁରୀ, କାରଣ ଏହା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ନଷ୍ଟ ହୋଇଯାଇଥାଏ । ଉପଯୁକ୍ତ ସିମେଣ୍ଟ ସଂରକ୍ଷଣ ପାଇଁ ଆପଣ ଏହିସବୁ କଥାକୁ ଜାଣିରଖିବା ଉଚିତ୍ ।
ଗୋଟିଏ ଘର ତିଆରି କରୁଥିବା ସମୟରେ ଏକ ବେସମେଣ୍ଟ ନିର୍ମାଣ ଦ୍ବାରା ପୃଷ୍ଠଭାଗ ତଳେ କିଛି ଅତିରିକ୍ତ ସ୍ଥାନକୁ ଆପଣ ରଖିପାରିବେ।
ନିଜ ଘରର ନିର୍ମାଣ କାର୍ଯ୍ୟର ଯୋଜନା କରିବା ସମୟରେ, ପରିବର୍ତ୍ତନଶୀଳ ପାଣିପାଗକୁ ଧ୍ୟାନରେ ରଖାଯିବା ନିହାତି ଜରୁରୀ ଅଟେ । ଘର ତିଆରି ପାଇଁ ଯଦିଓ ଶୀତ ଋତୁ ସବୁଠାରୁ ଅନୁକୂଳ ଋତୁ ଭାବେ ବିବେଚିତ ହୋଇଥାଏ, ତଥାପି ଆସନ୍ତୁ ଶୀତଋତୁରେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ କେତୋଟି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ବୁଝିବା ।
ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଘର ନିର୍ମାଣର ଖର୍ଚ୍ଚ ବିଷୟରେ ଜାଣିରଖିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ, ସେଗୁଡ଼ିକର ସମୟରେଖା ଏବଂ ଖର୍ଚ୍ଚର ବିଭାଜନ ଅନ୍ତର୍ଭୁକ୍ତ, ଯାହା ଆପଣଙ୍କ ଆବଶ୍ୟକତା ଅନୁସାରେ ବଦଳିପାରେ ।
ଘର ନିର୍ମାଣ ସମୟରେ କାନ୍ଥଗୁଡ଼ିକ ମଧ୍ୟରେ ପାଇପ୍ ଓ ତାରଗୁଡ଼ିକୁ ଲୁଚାଇବା ଏକ ମହତ୍ତ୍ୱପୂର୍ଣ୍ଣ କାମ ଅଟେ । ଏହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଏବଂ ଫିନିଶ୍ ଅକ୍ଷୂର୍ଣ୍ଣ ରଖିଥାଏ ଓ ଆପଣଙ୍କ ପରିବାରକୁ ରହିବା ପାଇଁ ମିଳିଥାଏ ଏକ ଆଧୁନିକ ଏବଂ ବାସୋପଯୋଗୀ ଘର । ଆପଣଙ୍କ ଘରର କାନ୍ଥଗୁଡ଼ିକରେ ପାଇପିଂକୁ ଲୁଚାଇବା ପାଇଁ ଏଠାରେ ସୋପାନ କ୍ରମିକ୍ ଗାଇଡ୍ ଦିଆଗଲା ।
ଯେତେବେଳେ ନିର୍ମାଣ କାର୍ଯ୍ୟରେ ସାଧାରଣ ଭାବରେ ମାଟି ଇଟାକୁ ବ୍ୟବହାର କରାଯାଏ, ଆପଣଙ୍କ ଗୃହ ନିର୍ମାଣ ସମୟରେ ସେତେବେଳେ କଂକ୍ରିଟ୍ ବ୍ଲକ୍ ଆପଣଙ୍କ ଅର୍ଥକୁ ସଞ୍ଚୟ କରିବାରେ ସାହାଯ୍ୟ କରେ। କଂକ୍ରିଟ୍ ଇଟା ତୁଳନାରେ ମାଟିର ଇଟା 2 ½ ରୁ 3 ଗୁଣା ମଜବୁତ୍। ଏହା ଧ୍ୟାନ ଦେବା ଉଚିତ୍ ଯେ ଇଟାର ଦୃଢ଼ତା କାନ୍ଥର ଗୁଣବତ୍ତା ଉପରେ ନିର୍ଭର କରେ ଓ ଏଥିରେ ମୋର୍ଟାର ଭଲ ଭାବରେ ଲାଗି ରହେ। ଇଟା ତୁଳନାରେ କଂକ୍ରିଟ୍ ବ୍ଲକକୁ ଆପଣ କାହିଁକି ବାଛିବା ଉଚିତ୍ ସେଥିପାଇଁ ଏଠାରେ ଚାରି ଗୋଟି କାରଣ ଦର୍ଶା ଯାଇଛି।
ଯେତେବେଳେ ଗୋଟିଏ ଘର ତିଆରି କଥା ଆସେ ସେତେବେଳେ ଅର୍ଥ ଚିନ୍ତା ସବୁ କିଛିକୁ ଆବୁରି ବସେ। ଆପଣଙ୍କ ଆର୍ଥିକ ସ୍ବାଧୀନତା ପାଇବା ଆପଣ ନିଜ ପରିବାରର ପରିବର୍ତ୍ତନ ଆବଶ୍ୟକତାକୁ ବୁଝିବା ଓ ଜାଣିବା ଆବଶ୍ୟକ। ଏହା ଆପଣଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟ ହେବ ଯଦ୍ବାରା ଆପଣ ନିଜର ନିର୍ମାଣ ଯାତ୍ରାକୁ ଅଧିକ ସୁଗମ କରିପାରିବେ ଏବଂ ନିଶ୍ଚିତ ହେବେ ଯେ ଏହି ଯାତ୍ରା ପଥରେ କୌଣସି ପ୍ରତିବନ୍ଧକ ନଥାଇ ଆପଣ ସବୁ କିଛିକୁ ଉପଯୁକ୍ତ ଭାବରେ ପରିଚାଳନା କରିପାରିବେ।
ନିଜ ଘରକୁ ୱାଟରପ୍ରୁଫ୍ କରିବା ପାଇଁ, ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଛାତ, କାନ୍ଥ ଓ ଝରକାଗୁଡ଼ିକ ଏପରି ଭାବେ ସିଲ୍ ହୋଇଛି ଯେ ପାଣି କୌଣସି ବାଟେ ମଧ୍ୟ ପ୍ରବେଶ କରିପାରିବ ନାହିଁ । ଯଦି ୱାଟରପ୍ରୁଫିଙ୍ଗ୍ ଠିକ୍ ଭାବେ କରା ନ ହୁଏ, ତେବେ ଆପଣଙ୍କ ଘର ମଧ୍ୟକୁ ଆର୍ଦ୍ରତା ପ୍ରବେଶ କରିପାରେ ଓ ଖୁବ୍ ଶୀଘ୍ର ଆପଣଙ୍କ ଘରର ସୁଦୃଢ଼ତା ପ୍ରତି ସବୁଠାରୁ ବଡ଼ ବିପଦ ଭାବେ ଉଭା ହୋଇପାରେ । ଆସନ୍ତୁ, ନିର୍ମାଣ ସମୟରେ କେତୋଟି ସାଧାରଣ ୱାଟରପ୍ରୁଫିଙ୍ଗ୍ ତ୍ରୁଟିକୁ ବୁଝିବା ।
କାନ୍ଥ ଟାଇଲ୍ ଗୁଡ଼ିକୁ ଲଗାଇବାର ପ୍ରକ୍ରିୟା ଉପଯୁକ୍ତ ଢଙ୍ଗରେ ସମ୍ପନ୍ନ କରାଯିବା ଆବଶ୍ୟକ, କାରଣ ଟାଇଲ୍ ଆପଣଙ୍କ ଘରର କାନ୍ଥକୁ ସୁରକ୍ଷା ଦେବା ସହିତ ତାହାକୁ ସୁନ୍ଦର ଫିନିଶ୍ ଦେଇଥାଏ । ଟାଇଲ୍ ଯୁକ୍ତ କାନ୍ଥ ଆର୍ଦ୍ରତା ପ୍ରତିରୋଧୀ ହୋଇଥାଏ ଏବଂ ଶୁଷ୍କ ତଥା ଅନ୍ୟାନ୍ୟ କାନ୍ଥ ତୁଳନାରେ ଘଷାମଜାକୁ ସହଜରେ ସହ୍ୟ କରିନେଇଥାଏ ।
ମିଶ୍ରଣ ପରେ, କଂକ୍ରିଟ୍ କୁ ଯଥାଶୀଘ୍ର ସମ୍ଭବ ପରିବହନ କରିବା ଏବଂ ସାଇଟ୍ ରେ ପ୍ରୟୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ମିଶ୍ରଣ ନ ଶୁଖିବା ଓ ଖଣ୍ଡବିଖଣ୍ଡିତ ନ ହେବା ସୁନିଶ୍ଚିତ ହୋଇଥାଏ । ତେଣୁ, କଂକ୍ରିଟ୍ ପରିବହନ ଓ ପ୍ରୟୋଗ ନିମନ୍ତେ ଆସନ୍ତୁ କେତୋଟି ଉତ୍ତମ ଟିପ୍ସ ଉପରେ ନଜର ପକାଇବା ।
ଘରେ ବୈଦ୍ୟୁତିକ କାମ କରିବା ସମୟରେ ସୁରକ୍ଷାମୂଳକ ପ୍ରାକ୍-ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଦ୍ୟୁତ୍ ଓୟାରିଂ କାର୍ଯ୍ୟ କରିବା ସମୟରେ ସତର୍କ ରହିବା ଜରୁରୀ, କାରଣ, ବିଦ୍ୟୁତ୍ ଜନିତ ଦୁର୍ଘଟଣା ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ । ଘରେ ବୈଦ୍ୟୁତିକ କାର୍ଯ୍ୟ କରିବା ସମୟରେ ଆପଣ ଅନୁସରଣ କରିବାଯୋଗ୍ୟ କେତୋଟି ଜରୁରୀ ଟିପ୍ସ ଏଠାରେ ଦିଆଗଲା ।
ଟାଇଲ୍ ଠିକ୍ ଭାବେ ଲଗା ନ ଗଲେ, ଟାଇଲ୍ ଓ ପୃଷ୍ଠଭାଗ ମଧ୍ୟରେ ଏକ ଫାଙ୍କା ସ୍ଥାନ ସୃଷ୍ଟି ହୋଇଥାଏ । ଏପରି କ୍ଷେତ୍ରରେ, ଟାଇଲ୍ ଗୁଡ଼ିକ ଚାପଗ୍ରସ୍ତ ହୋଇ ଫାଟିପାରେ କିମ୍ବା ଭାଙ୍ଗିପାରେ, ଯାହାଦ୍ୱାରା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହାକୁ ପ୍ରତିରୋଧ କରିବା ପାଇଁ, ଆପଣ ଅଲଟ୍ରାଟେକ୍ ଟାଇଲଫିକ୍ସୋ ବ୍ୟବହାର କରିବା ଉଚିତ୍, ଯାହା ଆପଣଙ୍କୁ ଏକ ଅଧିକ ସୁଦୃଢ଼ ଯୋଡ଼େଇ ପ୍ରଦାନ କରିଥାଏ । ଟାଇଲଫିକ୍ସୋ ସହିତ ଟାଇଲ୍ ଲଗାଇବାର ସଠିକ୍ ଉପାୟକୁ ଆସନ୍ତୁ ବୁଝିବା ।
ଆପଣଙ୍କର ପେଣ୍ଟ୍ ଏହାର ପ୍ରକୃତ ରଙ୍ଗକୁ ବଜାୟ ରଖିବା ଜରୁରୀ ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ଘର ଜୀବନ୍ତ ପ୍ରତୀୟମାନ ହୋଇଥାଏ । ଅସଲି ହ୍ୱାଇଟ୍ ପୁଟ୍ଟି ସହାୟତାରେ ଏହା ହାସଲ କରାଯାଇପାରିବ । ଏହା ହେଉଛି ଧଳା ସିମେଣ୍ଟ ଆଧାରିତ, ଜଳନିରୋଧି ପୁଟ୍ଟି । ଏହାର ଗୁଣମାନ ଏବଂ ଉପଯୋଗ ଉପରେ ଆସନ୍ତୁ ନଜର ପକାଇବା ।
ଦେଶର ଅନେକ ଅଞ୍ଚଳ ପ୍ରତିବର୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ । ବନ୍ୟା ଆମ ଘରକୁ ଗୁରୁତର କ୍ଷତି ପହଞ୍ଚାଇପାରେ । ଏପରି ପରିସ୍ଥିତିରେ, ବନ୍ୟା-ନିରୋଧୀ ଘରର ଆବଶ୍ୟକତା ଦେଖାଦେଇଥାଏ । ବନ୍ୟା-ନିରୋଧୀ ଘର ନିର୍ମାଣ ଉପରେ କେତୋଟି କଥା ଆସନ୍ତୁ ଜାଣିବା ।
ଆପଣଙ୍କ ଘରର ନିର୍ମାଣରେ କଂକ୍ରିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆମେ ଡ୍ରମ୍ ମିକ୍ସର୍ ସହାୟତାରେ କିମ୍ବା ହାତରେ କଂକ୍ରିଟ୍ ମିଶ୍ରଣ କରିପାରିବା । କମ୍ ପରିମାଣର କଂକ୍ରିଟ୍ ଆବଶ୍ୟକତା କ୍ଷେତ୍ରରେ, ହାତରେ କଂକ୍ରିଟ୍ ର ମିଶ୍ରଣ କରାଯାଇପାରିବ ।
ଘରର ସୁଦୃଢ଼ତା ଏହାର କଂକ୍ରିଟ୍ ରୁ ଆସିଥାଏ । ଫର୍ମୱାର୍କ କଂକ୍ରିଟ୍ କୁ ଆକାର ଓ ସୁଦୃଢ଼ତା ଦେବାରେ ସାହାଯ୍ୟ କରିଥାଏ । ଶଟରିଂ ବା ଫର୍ମୱାର୍କ ହେଉଛି କଂକ୍ରିଟ୍ ଟାଣ ହେବା ପୂର୍ବରୁ ତାହାକୁ ଧରିରଖିବା ଓ ସ୍ଥିରତା ପ୍ରଦାନ କରିବାର ପ୍ରକ୍ରିୟା । ଶଟରିଂ ସାଧାରଣତଃ କାଠ ଓ ଷ୍ଟିଲ୍ ଦ୍ୱାରା ନିର୍ମିତ ହୋଇଥାଏ । ଶଟରିଂର ସଠିକ୍ ଉପାୟ ତଳେ ଦର୍ଶାଯାଇଛି ।
ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।
ଭାରତରେ, ଆପଣଙ୍କ ଘରର କ୍ଷେତ୍ରକୁ କାର୍ପେଟ୍ ଏରିଆ, ବିଲ୍ଟ ଅପ୍ ଏବଂ ସୁପର୍ ବିଲ୍ଟ ଅପ୍ ଏରିଆରେ ମପାଯାଇପାରିବ । ଏହି ଶବ୍ଦାବଳୀକୁ ବୁଝିରଖିଲେ, ଗୃହନିର୍ମାତାଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସହାୟତା ମିଳିଥାଏ ।
ଆପଣ ବର୍ଷାଦିନେ ଘର ତିଆରି କରୁଥିଲେ, ସିମେଣ୍ଟ ଥାକକୁ ତାରପୋଲିନ୍ କିମ୍ବା ପ୍ଲାଷ୍ଟିକ୍ କଭରିଂରେ ଘୋଡ଼ାଇ ରଖିବା ନିଶ୍ଚିତ କରନ୍ତୁ ।
ଆପଣଙ୍କ ଘରର ସୁଦୃଢ଼ତା ତାହାର ନିଅଁ ବା ଫାଉଣ୍ଡେସନ୍ ଉପରେ ନିର୍ଭର କରିଥାଏ । ତେଣୁ, ଆପଣ ଘର ତିଆରି କରିବା ସମୟରେ, ନିଅଁ ପକା କାର୍ଯ୍ୟ ଯେପରି ଉପଯୁକ୍ତ ରୂପେ ହୁଏ ଏହା ସୁନିଶ୍ଚିତ କରିବା ଜରୁରୀ ଅଟେ । ଏଠାରେ କେତେକ ଟିପ୍ସ ଦିଆଯାଇଛି ।
ଛାତ ଆପଣଙ୍କ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହା ଏହାକୁ ବାହ୍ୟ ପବନ, ପାଣି ଓ ଖରାରୁ ରକ୍ଷା କରିଥାଏ । ତେଣୁ ଏହିସବୁ ପରିବେଶୀୟ ପ୍ରଭାବକୁ ସହନ କରିପାରି ତିଷ୍ଠି ରହିବାର ସାମର୍ଥ୍ୟ ରଖୁଥିବା ଛାତ ତିଆରି କରିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ପ୍ରକାରର ଛାତ ଅଛି, ହେଲେ ଆମ ଦେଶରେ ସାଧାରଣତଃ ଆରସିସି ରୁଫିଂ ବ୍ୟବହୃତ ହୋଇଥାଏ । ଏହି ପ୍ରକାର ଛାତର ନିର୍ମାଣ ପ୍ରକ୍ରିୟାରେ ନିମ୍ନଲିଖିତ ସୋପାନଗୁଡ଼ିକ ସଂଶ୍ଳିଷ୍ଟ ହୋଇଥାଏ ।
ନିଜ ଘର ତିଆରି ପାଇଁ ଜମି କିଣିବା ଏକ ଅପରିବର୍ତ୍ତନୀୟ ନିଷ୍ପତ୍ତି ହୋଇଥାଏ । ଏହାର ଅର୍ଥ ହେଉଛି ଆପଣ ଥରେ ତାହାକୁ କ୍ରୟ କରିସାରିବା ପରେ, ଏହା ଏପରି ଏକ ପ୍ରତିବଦ୍ଧତା ହୋଇଯାଏ ଯାହାକୁ ଆପଣ ବଦଳାଇପାରିବେ ନାହିଁ କିମ୍ବା ଯଦି ବଦଳାଇବାର ଚେଷ୍ଟା କରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ସମୟ ସହିତ, ଆପଣଙ୍କ ଘରର ଟାଇଲ୍ ଗୁଡ଼ିକ ଢିଲା ହୋଇଥାଏ ଓ ଫାଟିବାକୁ ଲାଗିଥାଏ । ଏହା ସୂଚାଇଥାଏ ଯେ କାନ୍ଥ ବା ମେଜିଆରେ ଟାଇଲଗୁଡ଼ିକୁ ଲଗାଇବା ପାଇଁ ବ୍ୟବହାର କରାଯାଇଥିବା ମସଲା ବା ସିମେଣ୍ଟ ଦୁର୍ବଳ ହୋଇଯାଇଛି ।
ଆପଣଙ୍କ ଘର ଆପଣଙ୍କ ଜୀବନର ସବୁଠାରୁ ବଡ଼ ଉପକ୍ରମଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଥାଏ ଏବଂ ତାହାର ଦୀର୍ଘସ୍ଥାୟିତା ତାହାର ସ୍ଥାୟିତ୍ୱ ଉପରେ ନିର୍ଭର କରିଥାଏ । ଆପଣ ଯେପରି ପିଢ଼ି ପରେ ପିଢ଼ି ଯାଏଁ ବଜାୟ ରହୁଥିବା ଘର ତିଆରି କରନ୍ତି, ତାହା ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍ ସୁନିଶ୍ଚିତ କରିଥାନ୍ତି । ଜଣେ ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରଙ୍କୁ ନିୟୋଜିତ ନ କରିବା ଦ୍ୱାରା, ଆପଣ ନିଜ ଘରର ଦୀର୍ଘସ୍ଥାୟିତା ପ୍ରସଙ୍ଗରେ ରିସ୍କ ନିଅନ୍ତି ।
ଯେବେ ଆପଣଙ୍କ ଘର ନିର୍ମାଣର କଥା ଆସେ, ତେବେ ପ୍ଲାନିଂରୁ ଆରମ୍ଭ କରି ଫିନିଶିଂ ପର୍ଯ୍ୟନ୍ତ ଅନେକ କିଛି ଚିନ୍ତା କରିବାକୁ ପଡ଼ିଥାଏ । କିନ୍ତୁ ଯେବେ ଆପଣ ନିର୍ମାଣ ପ୍ରକ୍ରିୟାକୁ ନେଇ ଆଗକୁ ବଢ଼ନ୍ତି, ତେବେ ସୁରକ୍ଷା ଏପରି ଏକ ପ୍ରସଙ୍ଗ ଅଟେ, ଯାହାକୁ ନେଇ ଆପଣ ଆଦୌ କୌଣସି ବୁଝାମଣା କରିପାରିବେ ନାହିଁ । ତାହା ଢାଞ୍ଚା ବା ସଂରଚନାର ସୁରକ୍ଷା ହେଉ କି ନିର୍ମାଣ ଟିମ୍, ସୁପରଭାଇଜର କିମ୍ବା ସାଇଟ୍ ରେ ଉପସ୍ଥିତ ଅନ୍ୟମାନଙ୍କ ସୁରକ୍ଷା ହେଉ। ଏମିତି ବି ନିର୍ମାଣ ସାଇଟ୍ ସ୍ୱାଭାବିକ ଭାବେ ଏକ ଉଚ୍ଚ ବିପଦଶଙ୍କୁଳ ପରିବେଶ ହୋଇଥାଏ, ଯେଉଁଠାରେ ଶ୍ରମିକମାନଙ୍କ ପ୍ରତି ବିଜୁଳି ବିପଦ, ନିର୍ମାଣ ମେଶିନାରୀ ବିପଦ ଏବଂ ଅନ୍ୟାନ୍ୟ ଦୁର୍ଘଟଣାର ବିପଦ ରହିଥାଏ । ଏଇଥିପାଇଁ, ଯେକୌଣସି ପ୍ରକାର ଦୁର୍ଘଟଣାକୁ ପ୍ରତିରୋଧ କରିବା ପାଇଁ ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଆପଣଙ୍କ ନିର୍ମାଣ ଅବଧିରେ ନିର୍ମାଣ ସାଇଟ୍ ସୁରକ୍ଷିତ ଅଟେ ।
ଆପଣଙ୍କ ଘରର ନିର୍ମାଣରେ ଅନେକ ଲୋକ ସଂଶ୍ଳିଷ୍ଟ ଥାଆନ୍ତି । ମାଲିକ - ଆପଣ ଓ ଆପଣଙ୍କ ପରିବାର, ଆର୍କିଟେକ୍ଟ - ଯିଏ ଆପଣଙ୍କ ଘରର ଡିଜାଇନ୍ ତିଆରି କରନ୍ତି, ଶ୍ରମିକ ଓ ରାଜମିସ୍ତ୍ରୀ - ଯେଉଁମାନେ ଆପଣଙ୍କ ଘର ନିର୍ମାଣ କରନ୍ତି, ଏବଂ ଠିକାଦାର - ଯିଏ ସମସ୍ତ ନିର୍ମାଣ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତି ଓ ସମନ୍ୱୟ ରକ୍ଷା କରନ୍ତି । ଆପଣଙ୍କ ଘରର ନିର୍ମାଣ ପ୍ରକ୍ରିୟାରେ ଏମାନେ ସମସ୍ତେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ, ଠିକାଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ କାରଣ ସେ ଘରର ନିର୍ମାଣ ପ୍ରକ୍ରିୟାକୁ ସମୟୋଚିତ ଢଙ୍ଗରେ ଓ ବଜେଟ ମଧ୍ୟରେ ସମାପ୍ତ କରିବା ସୁନିଶ୍ଚିତ କରିଥାନ୍ତି ।
ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।
ଆପଣଙ୍କ ଘର ଆପଣଙ୍କ ପରିବାର ପାଇଁ କେବଳ ଏକ ଆଶ୍ରୟସ୍ଥଳୀ ନୁହେଁ, ଏହା ତା’ଠାରୁ କାହିଁ କେତେ ଅଧିକ । ଏହା ଆପଣଙ୍କର ଏକ ସୁରକ୍ଷିତ ଠିକଣା ଅଟେ । ଏହା ଆପଣଙ୍କୁ ଆରାମ ଯୋଗାଇବା ସହିତ ଆପଣଙ୍କୁ ଖରା, ବର୍ଷା ଓ ଶୀତରୁ ନିରାପତ୍ତା ପ୍ରଦାନ କରିଥାଏ । ଏହି କାରଣ ପାଇଁ, ଆପଣ ଏପରି ଏକ ଘର ତିଆରି କରିବା ପାଇଁ ଅନେକ ସମୟ, ଟଙ୍କା ଓ ଶକ୍ତି ଖର୍ଚ୍ଚ କରନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବଜାୟ ରହିବ ।
ପ୍ଲମ୍ବିଂ ଆପଣଙ୍କ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ, ଯାହା ଆପଣଙ୍କ କିଚେନ୍, ବାଥରୁମ୍, ଲନ୍ ଆଦିକୁ ଓ ସେଠାରୁ ପାଣିର ସ୍ଥିର ସଞ୍ଚରଣକୁ ସୁନିଶ୍ଚିତ କରିଥାଏ । ଉପଯୁକ୍ତ, ଦୀର୍ଘସ୍ଥାୟୀ ପ୍ଲମ୍ବିଂ ପ୍ରଣାଳୀକୁ ସୁନିଶ୍ଚିତ କରିବା ପାଇଁ ପ୍ଲାନିଂ ପର୍ଯ୍ୟାୟରୁ ହିଁ ଏ ସଂକ୍ରାନ୍ତରେ ଅତିରିକ୍ତ ଯତ୍ନ ନିଆଯିବା ଉଚିତ୍ ।
ଆପଣଙ୍କ ଘରର କାନ୍ଥକୁପଲାଷ୍ଟରବିଂ କରବବା ଦ୍ୱାରା ତାହାକୁଏକ ସ୍ମୁଦ୍ ଫବନଶ୍ବ ମବଳବଥାଏ, ଯାହା ଉପରର ସହଜରର ରଙ୍ଗ ଲଗାଯାଇପାରବଥାଏ । ଏହା ଆପଣଙ୍କ ଘରକୁପାଣବପାଗ ପରବବତ୍ତଣନ ବରବୁଦ୍ଧରର ସୁରକ୍ଷା ପ୍ରଦାନ କରବଥାଏ । ଏଠାରର ଆପଣଙ୍କ ଘରର ପଲାଷ୍ଟରବିଂ ସମୟରର 4ଟବଗୁରୁତ୍ୱପୂର୍ଣ୍ଣଟପବସ ପ୍ରଦାନ କରାଗଲା
ଆପଣ ନବଜର ଘର ତବଆରବପାଇଁନବଜ ଆଜୀବନ ସଞ୍ଚୟ ରାର୍ବର ସବିଂହର୍ାଗ ଖର୍ଚ୍ଭକରବଥାନ୍ତବ। ଅନାବର୍ୟକ ଖର୍ଚ୍ଭଗୁଡ଼କବୁହ୍ରାସ କରବବାରର ସାହାଯୟ କରବବା ପାଇଁଏଠାରର ରକରତାଟବଟବପ୍ସ ଦବଆଗୋ ।
ନଜବର ନବନମବିତ ଘରର ଫାଟ ରଦଖିବାକୁରକହବବବୟାହରିଁବ ନାହିଁ। କିଂକ୍ରବଟ୍ ରସଟ୍ ରହଲାପରର ସାଧାରଣତଃ ରସଥିରର ଫାଟ ବବକଶବତ ରହବା ଆରମ୍ଭ ରହାଇଥାଏ । ରହରଲ, କିଂକ୍ରବଟ୍ କଓବରବିଂ ଆପଣଙ୍କୁଫାଟ ଗଠନକୁପ୍ରତରବରାଧ କରବବାରର ସାହାଯୟ କରବପାରବବ ରବାଲବ ଆପଣ ଜାଣ୍ବ କବ? କବଓରବିଂ କ’ଣ ଓ ଫାଟକୁପ୍ରତରବରାଧ କରବବା ଲାଗବଆପଣ ଏହାକୁକପବରବ ବୟବହାର କରବରବ ଆସ୍ୁ ରଦଖିବା
ତୁମେ ତୁମର ଜୀବନ ସଞ୍ଚୟର ଏକ ବଡ଼ ଅଂଶ ଖର୍ଚ୍ଚ କର ଯେଉଁଥିପାଇଁ ଏହା ଠିକ୍ ମନେହୁଏ ଯେ ତୁମେ ଏହାକୁ ଆଗୁଆ ଯୋଜନା କର, ଯେହେତୁ ନିର୍ମାଣ ପୂର୍ବରୁ ବଜେଟ୍ କରିବା ପରେ ଅନେକ ସଞ୍ଚୟ କରିବାରେ ସାହାଯ୍ୟ କରେ |
ଉଇମାରନ ଉପର୍ଦ୍ବୀ । ଘରର ଉଇ ଆସବଗରେ ରସମାରନ ଆପଣଙ୍କର ଆସବାବ ପତ୍ର, ଫବସର୍ ଓ ଘରର ଅନୟାନୟ ଢାଞ୍ଚାଗୁଡ଼କବୁଗମ୍ଭୀର େୟେତବ ପହଞ୍ଚାଇଥାନ୍ତବ । ଏହାକୁେତରବରାଧ କରବବା ପାଇଁ, ଆପଣଙ୍କୁରକବଳ ନମବଭାଣ ଆରମ୍ଭ ପୂବଭରୁ ଉଇ-ନରବରାଧୀ ଉପଚାର କରବବାକୁରହବ ।
ସଠବକ୍ କ୍ୱାେବଟବର ଷ୍ଟବଲ୍ ବୟବହାର ଦ୍ୱାରା ନବମଭାଣର କ୍ୱାେବଟବଉନ୍ନତ ରହାଇଥାଏ ଏବିଂ ଆପଣଙ୍କ ଘରର ସ୍ଥାୟବତ୍ୱ ବଢ଼ବଥାଏ । ଘର ନବମଭାଣ କରବବା ସମୟରର ସଠବକ୍ ଷ୍ଟବଲ୍ କଣବବବାକୁସୁନଶ୍ଚବବତ କରବବାର ରକରତାଟବରସାପାନ ଏଠାରର େଦାନ କରାଗୋ ।
लंबे समय तक अपने घर को पानी के रिसने से बचाने का सबसे अच्छा उपाय वाटरप्रूफिंग है। आपके घर के निम्नलिखित क्षेत्रों में वॉटरप्रूफिंग महत्वपूर्ण है:
ଆପଣ ଏକାକୀ ଏକ ଘର ତବଆରବ କରବପାରବରବ ନାହିଁ । ସାହାଯୟ ପାଇଁ ଆପଣ ବବରର୍େଜ୍ଞ - ଆକିରଟକଟ, ଇଞ୍ଜବନବୟର, ଠକବାଦାର ଏବିଂ ରାଜମବସ୍ତ୍ରୀଙ୍କୁରନଇ ଗଠତବ ଏକ ସମଥଭଟମ୍ବ ଆବର୍ୟକ କରବରବ । ଆପଣ ରଯରତ ର୍େ ଟମ୍ବ ବାଛରବବ ଆପଣଙ୍କ ଘରର ମାନ ତାହା ଉପରର ନବର୍ଭର କରବବ ।
ଆପଣଙ୍କ ଘର ନିର୍ମାଣ ପାଇଁ, ଆର୍ଥିକ ଯୋଜନା ବା ଫାଇନାନ୍ସିଆଲ୍ ପ୍ଲାନିଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଆଶାଠାରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବା କାରଣରୁ ଆପଣଙ୍କ ଘର ତିଆରି ଅଧୁରା ରହିଯାଉ, ଏହା କଦାପି ଆପଣ ଚାହିଁବେ ନାହିଁ ।
ଆପଣ ଏକ ପ୍ଲଟ୍ କିଣିବାର ନିଷ୍ପତ୍ତି ନେଲେ, ପ୍ରଥମେ ନିଶ୍ଚିତ କରିନିଅନ୍ତୁ ଯେ ଆପଣଙ୍କ ନିକଟରେ ସମସ୍ତ ଦସ୍ତାବିଜ ଅଛି । ଏଗୁଡ଼ିକ ବିନା, ଆପଣଙ୍କର କ୍ରୟ ବିଳମ୍ବିତ ହେବ ।
ଯୋଜନା ପର୍ଯ୍ୟାୟରେ, ନିର୍ମାଣର ଅନେକ ପର୍ଯ୍ୟାୟ ବିଷୟରେ ଏକ ଭଲ ଧାରଣା ପାଇବା ଜରୁରୀ | ଏହି ପର୍ଯ୍ୟାୟଗୁଡିକ ଧ୍ୟାନରେ ରଖି ଜଣେ ଗୃହ ନିର୍ମାଣକାରୀଙ୍କୁ ଉଭୟ ଘର ଏବଂ ଆର୍ଥିକ ଯୋଜନାକୁ ଭଲ ଯୋଜନା କରିବାକୁ ଅନୁମତି ଦେବ |
ନିର୍ମାଣରେ କାଠର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁଠି କାଠ ଅଛି, ସେଠି ଉଇ ଦେଖାଯିବା ସ୍ୱାଭାବିକ । ଏବଂ ଏହାକୁ ଅଣଦେଖା କଲେ, ଏହି କୀଟଗୁଡ଼ିକ ସଂରଚନାକୁ ଅପେକ୍ଷାକୃତ କ୍ଷତି ପହଞ୍ଚାଇପାରନ୍ତି ।
ଆପଣଙ୍କ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ବାଲି । ବାଲି ବିନା, କଂକ୍ରିଟ୍, କଂକ୍ରିଟ୍ ବ୍ଲକ୍ କିମ୍ବା ସିମେଣ୍ଟ ମସଲା ତିଆରି ହୋଇପାରିବ ନାହିଁ ।
ନିଜ ଠିକାଦାରଙ୍କଠାରୁ ଉତ୍ତରଦାୟିତାକୁ ସୁନିଶ୍ଚିତ କରିବାର ସର୍ବୋତ୍ତମ ଉପାୟ ହେଉଛି ତାଙ୍କ ସହିତ ଏକ ରାଜିନାମା ସ୍ୱାକ୍ଷରିତ କରିବା । ଠିକାଦାର ତାଙ୍କ ସମୟରେଖାକୁ ଅନୁସରଣ କଲେ ଓ ସମୟୋଚିତ ଢଙ୍ଗରେ ନିଜର ଦାୟିତ୍ୱକୁ ସମ୍ପନ୍ନ କଲେ, ଆପଣ ନିଜର ବଜେଟ୍ ମଧ୍ୟରେ ରହିଥାନ୍ତି । ଅଧିକନ୍ତୁ, ରାଜିନାମାରେ ସ୍ୱାକ୍ଷର ଦ୍ୱାରା ଭବିଷ୍ୟତର ବିବାଦଗୁଡ଼ିକୁ ଏଡ଼ାଇବାରେ ମଧ୍ୟ ସହାୟତା ମିଳିପାରିବ ।
ନିଜ ଘର ତିଆରି କରିବା ପ୍ରକ୍ରିୟା ସମୟରେ ଆପଣ ନିମ୍ନପ୍ରଦତ୍ତ ଟିପ୍ସଗୁଡ଼ିକୁ ଅନୁସରଣ କଲେ, ଆପଣଙ୍କୁ କିଛି ଅର୍ଥ ସଞ୍ଚୟ କରିବାରେ ସହାୟତା ମିଳିପାରିବ ।
ଘର ନମବଭାଣ ଅର୍ବମୁରଖ େଥମ ବଡ଼ ପଦରେପ ରହଉଛବନଜବର ପଲଟ୍ କଣବବବା । ଘରର ନମବଭାଣ ଆରମ୍ଭ କରବବା ପୂବରଭୁସମସ୍ତ ଆବର୍ୟକୀୟ ଦସ୍ତାବବଜ ପାଖରର ସଜାଡ଼ବ ରଖିବା ସରବଭାତ୍ତମ; ଏହାଦ୍ୱାରା ଆପଣ ପରବତ୍ତଭୀ ସମୟ ବା ର୍ବବେୟତରର ଆଇନଗତ ସମସୟାଗୁଡ଼କବୁଏଡ଼ାଇପାରବରବ ।
ଠିକାଦାର ଏବଂ ଆର୍କିଟେକ୍ଟଙ୍କ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍କିଟେକ୍ଟ କିଏ? ସରଳ ଭାଷାରେ କହିଲେ, ଆପଣଙ୍କ ସମଗ୍ର ଘରର ଡିଜାଇନ୍ ଆର୍କିଟେକ୍ଟଙ୍କ ଦାୟିତ୍ୱ ଅଟେ । ଆର୍କିଟେକ୍ଟ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ରହିଥାନ୍ତି କିନ୍ତୁ ତାଙ୍କ କାର୍ଯ୍ୟର ତିନି ଚତୁର୍ଥାଂଶ ପ୍ଲାନିଂ ପର୍ଯ୍ୟାୟରେ ହୋଇଥାଏ ।
ଘର ନିର୍ମାଣର ଚୂଡ଼ାନ୍ତ ପର୍ଯ୍ୟାୟରେ କରାଯାଉଥିବା ଆଉ ଏକ କାମ ହେଉଛି ପେଣ୍ଟିଂ ବା ରଙ୍ଗକରଣ ପର୍ଯ୍ୟାୟ । ଆପଣ ବାଛିଥିବା ରଙ୍ଗ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଓ ସୌମ୍ୟତାକୁ ପ୍ରକାଶ୍ୟକୁ ଆଣିଥାଏ । ରଙ୍ଗକୁ ବଦଳାଯାଇପାରିବ ଓ ପୁଣିଥରେ ରଙ୍ଗ କରାଯାଇପାରିବ, କିନ୍ତୁ ଏଥିପାଇଁ ସମୟ ଓ ଟଙ୍କା ଆବଶ୍ୟକ ହୋଇଥାଏ; ତେଣୁ ପ୍ରଥମରୁ ହିଁ ଠିକ୍ ଚୟନ ବିଜ୍ଞତାର ପରିଚାୟକ ହୋଇଥାଏ ।
ଆପଣ ଗଢ଼ିଥିବା ଘରଟି ଦୀର୍ଘସ୍ଥାୟୀ ହେବା ଉଚିତ୍ । ଅନ୍ୟଥା ମରାମତି ଓ ପୁନରୁଦ୍ଧାର ପଛରେ ଆପଣଙ୍କୁ ଅନେକ ଟଙ୍କା ଓ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ।
ଏକ ଘର ନିର୍ମାଣ କରିବାରେ ଅନେକ ପର୍ଯ୍ୟାୟ ରହିଥାଏ ଏବଂ ଏପରି ଅଧିକାଂଶ ପର୍ଯ୍ୟାୟରେ ଆପଣ କେଉଁ ସିମେଣ୍ଟ ବାଛନ୍ତି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
ଘର ନିର୍ମାଣ ପୂର୍ବରୁ ଓ ଘର ନିର୍ମାଣ ସମୟରେ ଆପଣଙ୍କର ସବୁଠାରୁ ବଡ଼ ଚିନ୍ତା ଥାଏ ବଜେଟର ପରିଚାଳନା । ବଜେଟ ଉପରେ ନଜର ରଖିବାର ସର୍ବାଧିକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ପଦ୍ଧତି ହେଉଛି ଏକ ବଜେଟ୍ ଟ୍ରାକର୍ ର ବ୍ୟବହାର ।
ଆପଣଙ୍କର ନୂଆ ଘର ନମବଭାଣ ଯାତ୍ରାରର, େଥମ ପଦରେପ ରହଉଛବପଲଟ୍ ଚୟନ କରବବା । ଏହବପଦରେପକୁବରବର୍େ ଯତ୍ନ ସହବତ ନବଆଯବବା ଆବର୍ୟକ କାରଣର ଆପଣ ଥରର ପଲଟ୍ କବଣବରଦରେ, ଆପଣ ନଜବର ନଷ୍ପବତ୍ତକବୁବଦଳାଇପାରବରବ ନାହଁ। ଘର ତଆବ ରବପାଇଁସଠକ୍ବ ପଲଟ୍ ଚୟନ କରବବାରର ଆପଣଙ୍କୁସାହାଯୟ କରବବା ପାଇଁଆରମ ଏଠାରର ରକରତାଟବଟପ୍ବସ େଦାନ କରୁଛୁ।
ଆପଣଙ୍କ ଘର ନିର୍ମାଣର ଅନ୍ୟତମ ଶେଷ ପର୍ଯ୍ୟାୟ ହେଉଛି ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ କାର୍ଯ୍ୟ । ହେଲେ, ଏହି ପର୍ଯ୍ୟାୟରେ ଗୁରୁତର ସମସ୍ୟା ଓ ସୁରକ୍ଷାଗତ ବିପଦ ସୃଷ୍ଟି କରୁଥିବା ଦୁର୍ଘଟଣାଗୁଡ଼ିକ ପ୍ରତି ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିବ ।
ମଜବୁତ ଘରର ରହସ୍ୟ ହେଉଛି ମଜବୁତ ଫାଉଣ୍ଡେଶନ୍ । ତେଣୁ, ଫାଉଣ୍ଡେଶନ୍ ବିଛାଯିବାର ତତ୍ତ୍ୱାବଧାନ ସମୟରେ ଆପଣଙ୍କୁ ସତର୍କ ରହିବା ଜରୁରୀ ଅଟେ । ଅଭ୍ୟନ୍ତର କାର୍ଯ୍ୟ ବିପରୀତ, ଫାଉଣ୍ଡେଶନ୍ ଥରେ ବିଛାହୋଇଗଲେ, ତାହାକୁ ବଦଳାଯାଇପାରିବ ନାହିଁ
ଯେକୌଣସି ନିର୍ମାଣ ପ୍ରକଳ୍ପ ସାଇଟ୍ ରେ ରାଜମିସ୍ତ୍ରୀଙ୍କ ସେବା ଆବଶ୍ୟକ ହୋଇଥାଏ, କାରଣ ସମୟୋଚିତ ଢଙ୍ଗରେ ଆପଣଙ୍କ ଘର ନିର୍ମାଣ ରାଜମିସ୍ତ୍ରୀଙ୍କ ଦକ୍ଷତା ଉପରେ ନିର୍ଭରଶୀଳ ହୋଇଥାଏ ।
ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କ ଭୂମିକା ଭିନ୍ନ ହୋଇଥାଏ; ହେଲେ ଉଭୟଙ୍କ ଗୁରୁତ୍ୱ ସମାନ ଅଟେ । ବିଶେଷକରି, ଆପଣଙ୍କ ଘର ତିଆରିର ପ୍ଲାନିଂ ଓ ତଦାରଖ ପର୍ଯ୍ୟାୟରେ । ସେମାନଙ୍କର ବିଶେଷଜ୍ଞତା ଦ୍ୱାରା ଆପଣ କିପରି ଲାଭାନ୍ୱିତ ହୁଅନ୍ତି ଆସନ୍ତୁ ତାହା ବୁଝିବା ।
ଫ୍ଲୋର୍ ବା ଚଟାଣ ହେଉଛି ଆପଣଙ୍କ ଘର ଅଭ୍ୟନ୍ତରର ଏକ ଆଧାରଭୂତ ଅଂଶ । ଠିକ୍ ଫ୍ଲୋରିଂ ପାଇଁ ଏଠାରେ କେତୋଟି ଟିପ୍ସ ଦିଆଗଲା ।
ଘରର କାଠନିର୍ମିତ ଢାଞ୍ଚାଗୁଡ଼ିକୁ ଉଇରୁ ସୁରକ୍ଷିତ ରଖିବା ପାଇଁ ଉଇ-ନିରୋଧୀ ଉପଚାର ବା ଟ୍ରିଟମେଣ୍ଟ କରାଯାଇଥାଏ ।
ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।
ସିମେଣ୍ଟ, ବାଲି ଓ କଂକ୍ରିଟ୍ ଭଳି, ଆପଣଙ୍କ ଘର ନିର୍ମାଣର ଏକ ଅପରିହାର୍ଯ୍ୟ ଉପାଦାନ ହେଉଛି ଷ୍ଟିଲ୍ । ଷ୍ଟିଲ୍ ଚୟନ କରିବା ସମୟରେ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।
ନିଜର ଏକ ଘର ତିଆରି କରିବା ଆପଣଙ୍କ ଜୀବନର ଏକ ଅନ୍ୟତମ ବଡ଼ ନିଷ୍ପତ୍ତି ହୋଇଥାଏ । ଆପଣଙ୍କ ଘର ଆପଣଙ୍କ ପରିଚୟ ହୋଇଥାଏ । ତେଣୁ, ଘର ନିର୍ମାଣର ପ୍ରତ୍ୟେକ ସୋପାନରେ କ’ଣ କରାଯିବ ଏ ସମ୍ପର୍କରେ ଆପଣ ଜାଣିରଖିବା ଜରୁରୀ । ଆପଣଙ୍କ ଘର ନିର୍ମାଣ ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଜାଣିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆପଣ ନିଜର ନୂଆ ଘରର ନିର୍ମାଣର ଯୋଜନା ପ୍ରସ୍ତୁତ କରିପାରିବେ ଓ ନିର୍ମାଣ କାର୍ଯ୍ୟକୁ ଟ୍ରାକ୍ କରିପାରିବେ ।
ସଠିକ୍ କଂକ୍ରିଟ୍ ଫିନିଶିଂ ପାଇଁ ଆପଣ ସଠିକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି କି? ସଠିକ୍ କଂକ୍ରିଟ୍ ଫିନିଶ୍ କୁ ସୁନିଶ୍ଚିତ କରିବାର 3ଟି ସୋପାନ ।
ପ୍ଲାଷ୍ଟରିଂ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ ଏହି 5ଟି କାମ କରନ୍ତୁ ପ୍ଲାଷ୍ଟରିଂ ବା ପଲସ୍ତରା ପରେ କାନ୍ଥର ପୃଷ୍ଠଭାଗରେ କେତୋଟି ସମସ୍ୟା ଦେଖାଦେଇପାରେ: ଫାଟ ଏବଂ ଅପକ୍ଷରଣ କିମ୍ବା ଧଳା ଦାଗ । ଏହା ଆପଣଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ - ଆପଣଙ୍କ ଘରର ସୌନ୍ଦଯ୍ୟକୁ କ୍ଷତିଗ୍ରସ୍ତ କରିଥାଏ ।.
ମଜବୁତ ଇଟା ଗଢ଼ବଥାଏ ମଜବୁତ କାନ୍ଥ, ଯାହା ଘର ନବମଭାଣ ସମୟରର ଆପଣଙ୍କୁରଦଇଥାଏ ଉତ୍ତମ ଢାଞ୍ଚାଗତ ସୁଦୃଢ଼ତା । ଆପଣଙ୍କ ଘର ନବମଭାଣ ପାଇଁଇଟାଗୁଡ଼କବର ଗୁଣବତ୍ତାକୁପରୀୋ କରବବାର ଚାରବଟବଫଳେଦ ପର୍ଦ୍ତବଏଠାରର ଦବଆଗୋ ।
ଘରର ମୂଳଦୁଆ ବା ଫାଉଣ୍ଡେଶନ୍ ସ୍ଥାପନ ପୂର୍ବରୁ ଏକ ପ୍ଲଟ୍ ର ଖନନ କରାଯାଇଥାଏ । ଫାଉଣ୍ଡେଶନ୍ ଆପଣଙ୍କ ଘର ଢାଞ୍ଚାର ଓଜନକୁ ଫାଉଣ୍ଡେଶନ ତଳ ମାଟିକୁ ସ୍ଥାନାନ୍ତର କରିଥାଏ । ଯଦି ଖନନ ଠିକ୍ ରୂପେ କରା ନ ଯାଏ, ତେବେ ଫାଉଣ୍ଡେଶନ ଦୁର୍ବଳ ହୋଇଯିବ ଓ କାନ୍ଥ ତଥା ଖମ୍ବରେ ଫାଟ ସୃଷ୍ଟି ହେବ ।
ଆପଣଙ୍କ ଘର କେବଳ ଆପଣଙ୍କର ନୁହେଁ ବରଂ ଆପଣଙ୍କ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇଥାଏ, ତେଣୁ ଏହା ବର୍ଷ ବର୍ଷ ଧରି ମଜବୁତ ରହିବା ଜରୁରୀ । ଏଥିପାଇଁ, ଆପଣଙ୍କ ଘର ଏକ ସୁଦୃଢ଼ ମୂଳଦୁଆ ବା ଫାଉଣ୍ଡେଶନ୍ ଆବଶ୍ୟକ କରିଥାଏ ଏବଂ ଫାଉଣ୍ଡେଶନ୍ କୁ ମଜବୁତ କରିବାର ସର୍ବୋତ୍ତମ ଉପାୟ ହେଉଛି ଆରସିସି ଫୁଟିଂ ।
ଆପଣ ଘର ତିଆରି କରିବା ସମୟରେ, ଘରର ମୌଳିକ ଢାଞ୍ଚା ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କର ଟିମ୍ କାନ୍ଥ, ମେଜିଆ ଓ ଛାତର କାମ କରିବା ଆରମ୍ଭ କରିବେ । ଏହିସବୁ ଅଂଶର ପୃଷ୍ଠଭାଗ ଅସମତଳ ଥାଏ ଯାହାକୁ ସମତଳ ବା ସ୍ମୁଦ୍ କରିବାକୁ ପଡ଼ିଥାଏ; ଏହି କାମକୁ ପ୍ଲାଷ୍ଟରିଂ ବା ପଲସ୍ତରା ପ୍ରକ୍ରିୟା ମାଧ୍ୟମରେ ସମ୍ପାଦନ କରାଯାଏ ।
ନିଜର ଘର ତିଆରି କରିବା ପାଇଁ କଦାପି ସମୁଦ୍ର କିମ୍ବା ମରୁଭୂମିର ବାଲି ବ୍ୟବହାର କରନ୍ତୁ ନାହିଁ । ଏହି ବାଲିଗୁଡ଼ିକ ଦେଖିବାକୁ ଚକଚକିଆ ହୋଇଥିଲେ ହେଁ, ସେଗୁଡ଼ିକ ଅତି ସରୁ ଓ ଗୋଲାକାର ହୋଇଥାଏ । ଏ ପ୍ରକାର ବାଲିର ଉପଯୋଗ ଢାଞ୍ଚାକୁ ଦୁର୍ବଳ କରିପାରେ । ଅଧିକନ୍ତୁ, ସମୁଦ୍ର ବାଲିରେ ଲବଣ ଅଂଶ ରହିଥାଏ ଯାହା ଷ୍ଟିଲ୍ ଓ ପ୍ଲାଷ୍ଟର୍ ପାଇଁ ଖରାପ ଅଟେ।
ତୁମର ପ୍ରଶ୍ନର ଉତ୍ତର ପାଅ |