ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟକୁ ବୁଝନ୍ତୁ

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • କାର୍ପେଟ୍ ଏରିଆ ସମ୍ପତ୍ତିର କାନ୍ଥ ମଧ୍ୟରେ ପ୍ରକୃତ ବ୍ୟବହାରଯୋଗ୍ୟ ଅଞ୍ଚଳକୁ ବୁଝାଇଥାଏ
 
  • ବିଲ୍ଟ-ଅପ୍ ଏରିଆରେ କାର୍ପେଟ୍ ଏବଂ କାନ୍ଥ ଏବଂ ଅନ୍ୟାନ୍ୟ ସଂରଚନା ଉପାଦାନ ଦ୍ୱାରା ଦଖଲ ହୋଇଥିବା ସ୍ଥାନ ଅନ୍ତର୍ଭୁକ୍ତ ହୋଇଥାଏ ।
 
  • କାର୍ପେଟ୍ ଏବଂ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟ ସମ୍ପତ୍ତିର ମୋଟ ମୂଲ୍ୟ ଏବଂ କାର୍ଯ୍ୟକାରିତାକୁ ପ୍ରଭାବିତ କରିଥାଏ ।
 
  • ସୂଚିତ ଓ ସୁଚିନ୍ତିତ ଗୃହ ନିର୍ମାଣ ନିଷ୍ପତ୍ତି ନେବାରେ ବିଲ୍ଟ ଅପ୍ ଏରିଆ ବନାମ କାର୍ପେଟ୍ ଏରିଆ ଶବ୍ଦାବଳୀକୁ ବୁଝିବା ଜରୁରୀ ।


କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆ ପରି ଶବ୍ଦଗୁଡ଼ିକ ଏକ ସମ୍ପତ୍ତି ସ୍ଥାନର ବିଭିନ୍ନ ଦିଗକୁ ବର୍ଣ୍ଣନା କରେ । ଏହି ଶବ୍ବାବଳୀକୁ ବୁଝିବା କ୍ରେତା ଏବଂ ବିକ୍ରେତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ତାହା ଘରର ବ୍ୟବହାରଯୋଗ୍ୟତାକୁ ପ୍ରଭାବିତ କରିଥାଏ । ଏହି ବ୍ଲଗ୍ ରେ କାର୍ପେଟ୍ ଏବଂ ବିଲ୍ଟ-ଅପ୍ ଏରିଆ ମଧ୍ୟ ରହିଥିବା ମୁଖ୍ୟ ପାର୍ଥକ୍ୟ, ସେଗୁଡ଼ିକର ଗୁରୁତ୍ୱ ଏବଂ ସେଗୁଡ଼ିକୁ କିପରି ଫଳପ୍ରଦ ଭାବରେ ଗଣନା କରାଯିବ ତାହା ବିଷୟରେ ଅନୁସନ୍ଧାନ କରାଯାଇଛି ।

 

 


ବିଲ୍ଟ-ଅପ୍ ଏବଂ କାର୍ପେଟ୍ ଏରିଆ କ'ଣ?

କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟ ବିଷୟରେ ଆଲୋଚନା କରିବା ପୂର୍ବରୁ, ଏହି ଶବ୍ଦଗୁଡ଼ିକୁ ବ୍ୟାଖ୍ୟା କରିବା ଜରୁରୀ ଅଟେ:

 

କାର୍ପେଟ୍ ଏରିଆର ଅର୍ଥ:

ଏହା ହେଉଛି ଏକ ସମ୍ପତ୍ତିର କାନ୍ଥ ମଧ୍ୟରେ ଥିବା ନିଟ୍ ବ୍ୟବହାରଯୋଗ୍ୟ କ୍ଷେତ୍ର । ଏଥିରେ କାନ୍ଥର ମୋଟେଇ ଏବଂ ବାଲକୋନି, ଛାତ କିମ୍ବା ଅନ୍ୟାନ୍ୟ ସମ୍ପ୍ରସାରଣ ପରି କୌଣସି ଅତିରିକ୍ତ ସ୍ଥାନକୁ ବାଦ ଦିଆଯାଇଥାଏ । ଅର୍ଥାତ୍ ଏପରି ଏକ କ୍ଷେତ୍ର ଯେଉଁଠାରେ ଆପଣ ଏକ ଗାଲିଚା ବା କାର୍ପେଟ୍ ବିଛାଇପାରିବେ । ଏହି କାରଣରୁ ତାହାର ନାମଟି ପଡ଼ିଛି ।

 

ବିଲ୍ଟ-ଅପ୍ ଏରିଆର ଅର୍ଥ:

ବିଲ୍ଟ-ଅପ୍ ଏଗରିଆରେ କାର୍ପେଟ୍ ଏରିଆ ଏବଂ କାନ୍ଥର ମୋଟେଇ ଏବଂ ବାଲକୋନି, ଛାତ କିମ୍ବା ଅନ୍ୟାନ୍ୟ ସମ୍ପ୍ରସାରଣ ପରି କୌଣସି ଅତିରିକ୍ତ ସ୍ଥାନଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ । ସରଳ ଶବ୍ଦରେ, ଏହା ହେଉଛି ସମୁଦାୟ କ୍ଷେତ୍ର ଯାହା ଉପରେ ଭୌତିକ ଭାବରେ ନିର୍ମାଣ କାର୍ଯ୍ୟ କରାଯାଇଛି ।

 

କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆ ଅର୍ଥକୁ ବୁଝିବା ସମ୍ପତ୍ତିର ମୂଲ୍ୟ ଆକଳନ କରିବାରେ ସାହାଯ୍ୟ କରେ ।

 

 

କାର୍ପେଟ୍ ଏରିଆ ବନାମ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟ

 

୧. ମାପ ପରିସର:

 

  • କେବଳ ନିର୍ମିତ ଆଭ୍ୟନ୍ତରୀଣ ସ୍ଥାନକୁ କାର୍ପେଟ୍ ଏରିଆ କୁହାଯାଇଥାଏ
 
  • ବିଲ୍ଟ-ଅପ୍ ଏରିଆରେ କାର୍ପେଟ୍ ଏବଂ କାନ୍ଥ ଏବଂ ଅତିରିକ୍ତ ସ୍ଥାନ ପରି ଢାଞ୍ଚାଗତ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ ।

 

୨. ବ୍ୟବହାର:

 

  • କାର୍ପେଟ୍ ଏରିଆ ପ୍ରକୃତ ବ୍ୟବହାରଯୋଗ୍ୟ ସ୍ଥାନକୁ ପ୍ରତିଫଳିତ କରେ ଯେଉଁଠାରେ ଆସବାବପତ୍ର ରଖାଯାଇପାରିବ ।
 
  • ବିଲ୍ଟ-ଅପ୍ କ୍ଷେତ୍ର ସମୁଦାୟ ସମ୍ପତ୍ତି ସ୍ଥାନର ସମ୍ପୂର୍ଣ୍ଣ ଦୃଶ୍ୟ ଦେଇଥାଏ ।

 

୩. ମୂଲ୍ୟ ନିର୍ଦ୍ଧାରଣ ଉପରେ ପ୍ରଭାବ:

 

  • ସମ୍ପତ୍ତିର ମୂଲ୍ୟ ପ୍ରାୟତଃ ବିଲ୍ଟ-ଅପ୍ ଏରିଆ ଉପରେ ଆଧାର କରି ନିର୍ଦ୍ଧାରଣ କରାଯାଏ । ତେଣୁ କେବଳ କାର୍ପେଟ୍ ଏରିଆ ଉପରେ ଆଧାର କରି ମୂଲ୍ୟ ନିର୍ଦ୍ଧାରଣ ତୁଳନାରେ ତାହାର ମୂଲ୍ୟ ଅଧିକ ହୋଇପାରେ ।

 

 

କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆର ଗୁରୁତ୍ୱ

କେଉଁଟି ବିଲ୍ଟ-ଅପ୍ ଏରିଆ ବନାମ କେଉଁଟି କାର୍ପେଟ୍ ଏରିଆ ତାହା ମଧ୍ୟରେ ପାର୍ଥକ୍ୟ ଜାଣିବା ଅନେକ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ:

 

୧. ମୂଲ୍ୟ ଗଣନା: ବିଲ୍ଟ-ଅପ୍ ଏରିଆ ଅର୍ଥ ଜାଣିବା ସମ୍ପତ୍ତିର ମୂଲ୍ୟକୁ ସଠିକ୍ ଭାବରେ ଗଣନା କରିବାରେ ସାହାଯ୍ୟ କରେ, କାରଣ ଅଧିକାଂଶ ରିଅଲ୍ ଇଷ୍ଟେଟ୍ କାରବାରରେ ମୂଲ୍ୟକୁ ଏହି କ୍ଷେତ୍ର ଉପରେ ଆଧାର କରି ନିର୍ଦ୍ଧାରଣ କରାଯାଏ । ଆମର ଗୃହ ନିର୍ମାଣ ଖର୍ଚ୍ଚ କାଲକୁଲେଟର୍ ଟୁଲ୍ ପରୀକ୍ଷା କରି ଦେଖନ୍ତୁ ।

୨. ଜାଗାର ପ୍ଲାନିଂ: ଜାଗାର ଯୋଜନା କରିବା ଓ ଆସବାବପତ୍ର ରଖାଯିବା ପାଇଁ କାର୍ପେଟ୍ ଏରିଆ ଅଧିକ ପ୍ରାସଙ୍ଗିକ ହୋଇଥିବାବେଳେ, ବିଲ୍ଟ-ଅପ୍ ଏରିଆ ସମୁଦାୟ ଏରିଆର ଏକ ସାଧାରଣ ରୂପରେଖ ପ୍ରଦାନ କରିଥାଏ ଯାହା ମଧ୍ୟରେ ଢାଞ୍ଚାଗତ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ ।

୩. ନିବେଶ ନିଷ୍ପତ୍ତି: କାର୍ପେଟ୍ ଏରିଆ ଏବଂ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ପାର୍ଥକ୍ୟ ବୁଝିବା ନିବେଶକ ଏବଂ କ୍ରେତାମାନଙ୍କ ପାଇଁ କ୍ରୟ ନିଷ୍ପତ୍ତି ଏବଂ ଭବିଷ୍ୟତର ପୁନଃବିକ୍ରୟ ମୂଲ୍ୟକୁ ପ୍ରଭାବିତ କରିପାରେ ।

 

 

କାର୍ପେଟ୍ ଏରିଆ, ବିଲ୍ଟ-ଅପ୍ ଏରିଆ ଏବଂ ସୁପର ବିଲ୍ଟ-ଅପ୍ ଏରିଆ କିପରି ଗଣନା କରିବେ?

ବିଲ୍ଟ-ଅପ୍ ଏରିଆ ବନାମ କାର୍ପେଟ୍ ଏରିଆକୁ ସଠିକ୍ ଭାବରେ ଆକଳନ କରିବାକୁ:

 

୧. କାର୍ପେଟ୍ ଏରିଆ: ପ୍ରତ୍ୟେକ ରୁମ୍ ର ଦୈର୍ଘ୍ୟ ଏବଂ ପ୍ରସ୍ଥର ମାପ କରନ୍ତୁ ଏବଂ ସମୁଦାୟ ବ୍ୟବହାରଯୋଗ୍ୟ ସ୍ଥାନ ପାଇବା ପାଇଁ ତାହାକୁ ଗୁଣିଦିଅନ୍ତୁ ।

୨. ବିଲ୍ଟ-ଅପ୍ ଏରିଆ: କାନ୍ଥ, ବାଲକୋନି ଏବଂ ଅନ୍ୟାନ୍ୟ ଢାଞ୍ଚାଗତ ଉପାଦାନ ଦ୍ୱାରା ଦଖଲ ହୋଇଥିବା ଏରିଆ ସହ କାର୍ପେଟ୍ ଏରିଆକୁ ଯୋଡନ୍ତୁ ।

୩. ସୁପର ବିଲ୍ଟ-ଅପ୍ ଏରିଆ: ଏଥିରେ ବିଲ୍ଟ-ଅପ୍ ଏରିଆ ଏବଂ ଲବି, ସିଡ଼ି ଏବଂ ଏଲିଭେଟର୍ ପରି ସାଧାରଣ ଅଞ୍ଚଳର ଆନୁପାତିକ ଅଂଶ ଅନ୍ତର୍ଭୁକ୍ତ ହୋଇଥାଏ ।

 

ଏହି ଗଣନା ନିଶ୍ଚିତ କରେ ଯେ ଆପଣ ଏକ ସମ୍ପତ୍ତିରେ ଉପଲବ୍ଧ ଥିବା ସମୁଦାୟ ସ୍ଥାନକୁ ସ୍ପଷ୍ଟ ଭାବରେ ବୁଝିଛନ୍ତି ।



 

ସୂଚିତ ଓ ସୁଚିନ୍ତିତ ନିଷ୍ପତ୍ତି ନେବା ପାଇଁ କାର୍ପେଟ୍ ବନାମ ବିଲ୍ଟ-ଅପ୍ କ୍ଷେତ୍ର ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଜରୁରୀ । କାର୍ପେଟ୍ ଏରିଆ ବ୍ୟବହାରଯୋଗ୍ୟ ସ୍ଥାନ ଉପରେ ପର୍ଯ୍ୟବସିତ ହୋଇଥିବା ବେଳେ, ବିଲ୍ଟ-ଅପ୍ ଏରିଆ ସମ୍ପତ୍ତିର ମୋଟ ସ୍ଥାନର ଏକ ବିସ୍ତୃତ ଦୃଶ୍ୟ ପ୍ରଦାନ କରେ । ସମ୍ପତ୍ତି ମୂଲ୍ୟାଙ୍କନ, ମୂଲ୍ୟ ଗଣନା ଏବଂ ସ୍ଥାନ ଯୋଜନାରେ ଉଭୟ ମାପକାଠି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧) ବିଲ୍ଟ-ଅପ୍ ଏରିଆରେ ବାଲକୋନୀ ଅନ୍ତର୍ଭୁକ୍ତ ହୋଇଥାଏ କି?

ହଁ, ବାଲକୋନୀ ବିଲ୍ଟ-ଅପ୍ ଏରିଆ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥାଏ, କାର୍ପେଟ୍ ଏରିଆ ମଧ୍ୟରେ ନୁହେଁ ।

 

୨) ରେରା କାର୍ପେଟ୍ ଏରିଆ କ’ଣ?

ରିଅଲ୍ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ ଅନୁଯାୟୀ ଏକ ଆପାର୍ଟମେଣ୍ଟର କାନ୍ଥ ମଧ୍ୟରେ ଥିବା ନିଟ୍ ବ୍ୟବହାରଯୋଗ୍ୟ କ୍ଷେତ୍ରକୁ ରେରା କାର୍ପେଟ୍ ଏରିଆ ଭାବେ ପରିଭାଷିତ କରାଯାଇଛି ।

 

୩) କାର୍ପେଟ୍ ଏରିଆକୁ ବିଲ୍ଟ-ଅପ୍ ଏରିଆରେ କେମିତି ରୂପାନ୍ତର କରାଯାଇପାରିବ?

କାର୍ପେଟ୍ ଏରିଆକୁ ବିଲ୍ଟ-ଅପ୍ ଏରିଆରେ ରୂପାନ୍ତରିତ କରିବା ପାଇଁ, କାନ୍ଥ ଓ ବାଲକୋନୀ ଭଳି ଅତିରିକ୍ତ ସ୍ଥାନଗୁଡ଼ିକୁ କାର୍ପେଟ୍ ଏରିଆ ସହିତ ମିଶାଣ କରିଦିଅନ୍ତୁ ।

 

୪) ବିଲ୍ଟ-ଅପ୍ ଏରିଆ ମଧ୍ୟରେ ସମସ୍ତ ମହଲା ଅନ୍ତର୍ଭୁକ୍ତ ହୋଇଥାଏ କି?

ନା, ବିଲ୍ଟ-ଅପ୍ ଏରିଆ ସାଧାରଣତଃ କେବଳ ଏକ ନିର୍ଦ୍ଦିଷ୍ଟ ମହଲା ବା ୟୁନିଟ୍ ଏରିଆକୁ ସୂଚାଇଥାଏ ଏବଂ ବିଶେଷ ଭାବେ ଏହା ଦର୍ଶାଯାଇନଥିଲେ ତାହା ସମସ୍ତ ମହଲାର ସମଷ୍ଟି ହୋଇ ନ ଥାଏ ।

 

୫) ସମୁଦାୟ ବିଲ୍ଟ-ଅପ୍ ଏରିଆ କ’ଣ?

ସମୁଦାୟ ବିଲ୍ଟ-ଅପ୍ ଏରିଆ ହେଉଛି ସମସ୍ତ ନିର୍ମିତ ସ୍ଥାନର ସମଷ୍ଟି, ଯାହା ମଧ୍ୟରେ ପ୍ରତ୍ୟେକ ମହଲା, କାନ୍ଥ, ବାଲକୋନୀ ଓ ଅନ୍ୟାନ୍ୟ ସମ୍ପ୍ରସାରଣଗୁଡ଼ିକ ଅନ୍ତର୍ଭୁକ୍ତ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....