Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଉତ୍ତରପଶ୍ଚିମ କୋଣ ବାୟୁ ସହ ଜଡ଼ିତ ଏବଂ ଏହା ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରଭାବିତ କରିଥାଏ ।
ଆଦର୍ଶ ରଙ୍ଗ, ଗଛ ଏବଂ ବାସ୍ତୁ ପ୍ରତିବିଧାନ ଜାଗାର ଶକ୍ତିକୁ ଉନ୍ନତ କରିପାରିବ ।
ସୁସ୍ୱାସ୍ଥ୍ୟ ଏବଂ ସୁସମ୍ପର୍କ ପାଇଁ ଆପଣଙ୍କ ଘରର ଯେକୌଣସି ଅଞ୍ଚଳରେ ଉତ୍ତରପଶ୍ଚିମ (ବାୟବ୍ୟ) ବାସ୍ତୁ ଉପଦେଶକୁ ପ୍ରୟୋଗ କରାଯାଇପାରିବ ।
ଗୃହ ବାସ୍ତୁରେ ଉତ୍ତରପଶ୍ଚିମ କୋଣ ବାୟୁ ଉପାଦାନ ସହିତ ଜଡ଼ିତ ହୋଇଥାଏ । ଏହା ଚଳପ୍ରଚଳ, ଯୋଗାଯୋଗ ଏବଂ ସାମାଜିକ ଭାବ ବିନିମୟର ପ୍ରତିନିଧିତ୍ୱ କରିଥାଏ । ଘରର ଏହି ସ୍ଥାନରେ ଏକ ସନ୍ତୁଳିତ ବାୟୁ ଉପାଦାନ ପରିବାର ଏବଂ ବାହ୍ୟ ସାମାଜିକ ମଣ୍ଡଳ ଉଭୟରେ ସକାରାତ୍ମକ ସମ୍ପର୍କକୁ ପ୍ରୋତ୍ସାହିତ କରିଥାଏ ।
ଶକ୍ତିର ପ୍ରାକୃତିକ ପ୍ରବାହକୁ ବଜାୟ ରଖିବା ପାଇଁ ଏହି ଜାଗାକୁ ଖୋଲା ଓ ଅପରିଚ୍ଛନ୍ନତାମୁକ୍ତ ରଖିବା ଅତ୍ୟାବଶ୍ୟକ ହୋଇଥାଏ । ଗୃହର ଉତ୍ତରପଶ୍ଚିମ କୋଣ ଏବଂ ଶୟନକକ୍ଷର ଉତ୍ତରପଶ୍ଚିମ କୋଣ ଉଭୟ କ୍ଷେତ୍ରରେ ଏହି ସନ୍ତୁଳନ ମହତ୍ତ୍ୱ ରଖିଥାଏ ।
ସାମାଜିକ ଭାବ ବିନିମୟ ଉପରେ ଉତ୍ତରପଶ୍ଚିମ କୋଣର ପ୍ରଭାବ ଆପଣଙ୍କୁ ଆପଣଙ୍କ ସାଙ୍ଗସାଥୀ, ପଡ଼ୋଶୀ ଏବଂ ସହକର୍ମୀଙ୍କ ସହ ସୁସମ୍ପର୍କ ବଜାୟ ରଖିବା ଲାଗି ଜରୁରୀ ହୋଇଥାଏ । ଏକ ସୁସଂଗତ ଉତ୍ତରପଶ୍ଚିମ କୋଣ ବିଶେଷକରି ଘରର ମହିଳାଙ୍କ ମଧ୍ୟରେ ଶାନ୍ତି ଓ ମୈତ୍ରୀକୁ ପ୍ରୋତ୍ସାହିତ କରିଥାଏ । ଉତ୍ତରପଶ୍ଚିମ ମୁହାଁ ଘର ପ୍ଲାନ୍ ପାଇଁ, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସହଯୋଗକୁ ଉତ୍ସାହିତ କରିବା ପାଇଁ ଏହି କୋଣକୁ ଅନୁକୂଳତମ କରିବା ଅତ୍ୟାବଶ୍ୟକ ଅଟେ ।
ଉତ୍ତରପଶ୍ଚିମ କୋଣ ବାସ୍ତୁ ପାଇଁ ସଠିକ୍ ରଙ୍ଗ ବାଛିବା ଦ୍ୱାରା ତାହାର ଶକ୍ତି ବୃଦ୍ଧି ପାଇଥାଏ । ବାସ୍ତୁ ଅନୁଯାୟୀ, ଏହି ଦିଗ ପାଇଁ ଧଳା, ହାଲୁକା ଧୂସର, କ୍ରିମ୍ ଓ ହାଲୁକା ନୀଳ ରଙ୍ଗ ଆଦର୍ଶ ହୋଇଥାଏ । ଏହିସବୁ ରଙ୍ଗ ବାୟୁ ଉପାଦାନକୁ ପ୍ରତିଫଳିତ କରିଥାଏ ଏବଂ ଏକ ଶାନ୍ତ, ଶାନ୍ତିଦାୟକ ବାତାବରଣ ସୃଷ୍ଟି କରିଥାଏ । ଧଳା ଶୁଦ୍ଧତାର ପ୍ରତୀକ ଅଟେ, ସେହିଭଳି ହାଲୁକା ନୀଳ (ଆକାଶିଆ ରଙ୍ଗ) ପ୍ରଶାନ୍ତି ଓ ମାନସିକ ସ୍ପଷ୍ଟତାକୁ ପ୍ରୋତ୍ସାହିତ କରିଥାଏ ।
ଉତ୍ତରପଶ୍ଚିମ ମୁଖୀ ଘର ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନାଲି, କମଳା କିମ୍ବା ଗାଢ଼ ବାଦାମୀ ଭଳି ଗାଢ଼ ଓ ଉଗ୍ର ରଙ୍ଗକୁ ଏଡ଼ାଇବା ପରାମର୍ଶଯୋଗ୍ୟ । କାରଣ ଏହି ରଙ୍ଗଗୁଡ଼ିକ ଅସନ୍ତୁଳନ ସୃଷ୍ଟି କରିବା ସହ ବାୟୁ ଉପାଦାନର ଶକ୍ତି ପ୍ରବାହରେ ବ୍ୟାଘାତ ସୃଷ୍ଟି କରିଥାଏ ।
ଉତ୍ତରପଶ୍ଚିମ କୋଣରେ ଶକ୍ତିକୁ ବୃଦ୍ଧି କରିବା ପାଇଁ ଗଛପତ୍ର ଏବଂ ପ୍ରାକୃତିକ ଉପାଦାନଗୁଡ଼ିକୁ ଯୋଗ କରିବା ସର୍ବଶ୍ରେଷ୍ଠ ବାସ୍ତୁ ପ୍ରତିବିଧାନ ଅଟେ । ହାଇବ୍ରିଡ୍ ଗୁଆ ଗଛ, ପିସ୍ ଲିଲି ଓ ମନିପ୍ଲାଣ୍ଟ ଭଳି ଆଲୋକ ଓ ବାୟୁରେ ସହର୍ଷେ ବଢ଼ୁଥିବା ଗଛପତ୍ର ଏଥିପାଇଁ ଉତ୍କୃଷ୍ଟ ପସନ୍ଦ ହୋଇଥାଏ । ଏହି ଗଛଗୁଡ଼ିକ ବାୟୁକୁ ଶୁଦ୍ଧ କରିବା ସହିତ ସକାରାତ୍ମକ ଶକ୍ତିର ପ୍ରବାହକୁ ପ୍ରୋତ୍ସାହିତ କରିଥାଏ ।
ବାୟୁ ଉପାଦାନକୁ ସନ୍ତୁଳିତ କରିବା ପାଇଁ ଆଉ ଏକ ଫଳପ୍ରଦ ଉପାୟ ହେଉଛି ୱିଣ୍ଡ ଚାଇମ୍ସ । ଘର ପାଇଁ ଉତ୍ତରପଶ୍ଚିମ ବାସ୍ତୁ ଅନୁସାରେ ସେଗୁଡ଼ିକର ଧ୍ୱନି ଶକ୍ତିକୁ ଗତିଶୀଳ ରଖିଥାଏ, ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିଥାଏ । ଶୟନକକ୍ଷ ପାଇଁ ଉତ୍ତରପଶ୍ଚିମ ବାସ୍ତୁ ନିମନ୍ତେ, ଛୋଟ ଇନଡୋର୍ ଗଛ ଭଳି ଶାନ୍ତିଦାୟକ ଉପାଦାନ ରଖିବା ଦ୍ୱାରା ଆରାମ ଓ ବିଶ୍ରାନ୍ତି ସୁନିଶ୍ଚିତ ହୋଇଥାଏ ।
ଯଦି ଉତ୍ତରପଶ୍ଚିମ କୋଣରେ ବାସ୍ତୁଦୋଷ (ଅସନ୍ତୁଳନ) ରହିଥାଏ, ତେବେ ତାହା ସ୍ୱାସ୍ଥ୍ୟ, ସମ୍ପର୍କ ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରଭାବିତ କରିପାରେ । ସୌଭାଗ୍ୟବଶତଃ ଏପରି ସମସ୍ୟାଗୁଡ଼ିକୁ ସୁଧାରିବା ପାଇଁ ଉତ୍ତରପଶ୍ଚିମ ବାସ୍ତୁ ପ୍ରତିବିଧାନ ଉପଲବ୍ଧ ରହିଛି:
ବାସ୍ତୁଦୋଷଗୁଡ଼ିକୁ ସୁଧାରିବା ଦ୍ୱାରା ଶକ୍ତିର ସନ୍ତୁଳନରେ ଉନ୍ନତି ଆସିଥାଏ ଓ ତାହା ଆପଣଙ୍କ ଘରେ ସୌହାର୍ଦ୍ଦ୍ୟ ଆଣିଥାଏ, ବିଶେଷକରି ଉତ୍ତର-ପଶ୍ଚିମ ମୁଖୀ ଘରଗୁଡ଼ିକ ପାଇଁ ।
ଏହି ମହତ୍ତ୍ୱପୂର୍ଣ୍ଣ ଦିଗରେ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିବା ଏବଂ ସନ୍ତୁଳନ ବଜାୟ ରଖିବା ପାଇଁ ଏଠାରେ କେତେକ ସାଧ୍ୟ ଉତ୍ତରପଶ୍ଚିମ ବାସ୍ତୁ ଉପଦେଶ ପ୍ରଦାନ କରାଯାଇଛି:
ଧାତବ ବସ୍ତୁ ବ୍ୟବହାର କରନ୍ତୁ: ବାୟୁ ଉପାଦାନକୁ ଉନ୍ନତ କରିବା ପାଇଁ ରୁପା କିମ୍ବା ପିତଳ ବସ୍ତୁଗୁଡ଼ିକୁ ବ୍ୟବହାର କରନ୍ତୁ । ଧାତବ ୱିଣ୍ଡ ଚାଇମ୍ସ କିମ୍ବା ଛୋଟ ଛୋଟ ଶୋ’ପିସ୍ ମଧ୍ୟ ଶକ୍ତି ପ୍ରବାହରେ ସହାୟକ ହୋଇଥାଏ ।
ଫର୍ନିଚର ଅବସ୍ଥିତି: ଉତ୍ତରପଶ୍ଚିମ କୋଣରେ ଭାରି ଆସବାବପତ୍ର ରଖିବାରୁ ବିରତ ରୁହନ୍ତୁ, କାରଣ ତାହା ପ୍ରାକୃତିକ ବାୟୁ ପ୍ରବାହକୁ ଅବରୁଦ୍ଧ କରିଥାଏ । ତା’ ପରିବର୍ତ୍ତେ, ଜାଗାକୁ ଖୋଲା ଓ ବାୟୁପୂର୍ଣ୍ଣ ରଖିବା ପାଇଁ ହାଲୁକା ଫର୍ନିଚର ବ୍ୟବହାର କରନ୍ତୁ ।
ଭେଣ୍ଟିଲେସନ୍: ଉତ୍ତରପଶ୍ଚିମ କୋଣରେ ଉପଯୁକ୍ତ ବାୟୁ ପ୍ରବାହ ଓ ଚଳାଚଳ (ଭେଣ୍ଟିଲେସନ)କୁ ସୁନିଶ୍ଚିତ କରନ୍ତୁ । ବିଶେଷକରି ଯେଉଁମାନେ ଉତ୍ତରପଶ୍ଚିମ ମୁଖୀ ଘର ଯୋଜନା ଅନୁସରଣ କରିଛନ୍ତି ସେମାନଙ୍କ ପାଇଁ ଏକ ସୁସ୍ଥ ଓ ସକାରାତ୍ମକ ବାତାବରଣ ବଜାୟ ରଖିବା ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ।
ଆପଣଙ୍କ ଘରର ଉତ୍ତରପଶ୍ଚିମ କୋଣ ବାସ୍ତୁ ସୌହାର୍ଦ୍ଦ୍ୟ, ସାମାଜିକ ଭାବ ବିନିମୟ ଏବଂ ସକାରାତ୍ମକ ଶକ୍ତିକୁ ଅପେକ୍ଷାକୃତ ଭାବେ ପ୍ରୋତ୍ସାହିତ କରିଥାଏ । ସଠିକ୍ ରଙ୍ଗ ବାଛିବା, ଗଛପତ୍ର ସାମିଲ କରିବା ଏବଂ ବାସ୍ତୁଦୋଷଗୁଡ଼ିକର ନିରାକରଣ କରିବା ଭଳି ବାସ୍ତୁ ଶାସ୍ତ୍ର ସିଦ୍ଧାନ୍ତଗୁଡ଼ିକୁ ଆପଣାଇ ଆପଣ ଘରର ଏହି ଅଂଶରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିପାରିବେ । ଏହି ଉତ୍ତରପଶ୍ଚିମ ବାସ୍ତୁ ଉପଦେଶକୁ କାର୍ଯ୍ୟାନ୍ୱିତ କରିବା ଦ୍ୱାରା ସୁସ୍ୱାସ୍ଥ୍ୟ, ସୁସମ୍ପର୍କ ଏବଂ ସାମଗ୍ରିକ କଲ୍ୟାଣ ମଧ୍ୟ ସୁନିଶ୍ଚିତ ହୋଇଥାଏ ।
ଉତ୍ତରପଶ୍ଚିମ ମୁଖୀ ଘର ଯୋଜନା ପାଇଁ ଦ୍ୱାର ନିକଟବର୍ତ୍ତୀ ସ୍ଥାନକୁ ସଫାସୁତରା ଓ ଆବର୍ଜନାମୁକ୍ତ ରଖି ଆପଣ ସକାରାତ୍ମକ ଶକ୍ତିର ଅବାଧ ପ୍ରବାହକୁ ସୁନିଶ୍ଚିତ କରିପାରିବେ । ଦ୍ୱାର ରଙ୍ଗ ହାଲୁକା ହେବା ଉଚିତ, ଯେମିତିକ ଧଳା କିମ୍ବା କ୍ରିମ୍ । ପ୍ରବେଶପଥ ନିକଟରେ ଭାରି ଆସବାବପତ୍ର କିମ୍ବା ପ୍ରତିବନ୍ଧ ରଖିବାରୁ ବିରତ ରୁହନ୍ତୁ ।
ଉତ୍ତରପଶ୍ଚିମ କୋଣରେ ଚୁଲା କିମ୍ବା ମହମବତୀ ଭଳି ଅଗ୍ନି ଉପାଦାନକୁ ରଖିବା ଏଡ଼ାନ୍ତୁ । ଅଗ୍ନି ବାୟୁ ଉପାଦାନ ସହିତ ସଂଘର୍ଷ କରିଥାଏ, ଯାହାଫଳରେ ସମ୍ପର୍କ ଓ ସ୍ୱାସ୍ଥ୍ୟରେ ଅସନ୍ତୁଳନ ଘଟିଥାଏ । ଘର ପାଇଁ ଉତ୍ତରପଶ୍ଚିମ କୋଣର ବାସ୍ତୁ ଅନୁଯାୟୀ, ଗାଢ଼ କିମ୍ବା ଉଗ୍ର ରଙ୍ଗ ବ୍ୟବହାର କରନ୍ତୁ ନାହିଁ କିମ୍ବା ସେହିଜାଗାକୁ ଆସବାବପତ୍ର ଦ୍ୱାରା ଗହଳି କରନ୍ତୁ ନାହିଁ ।
ଉତ୍ତରପଶ୍ଚିମ କୋଣରେ କିଛି ନ ଥିଲେ ବା ଅସମ୍ପୂର୍ଣ୍ଣ ଥିଲେ ସେଠାରେ ଏକ ଧାତବ ପିରାମିଡ୍ କିମ୍ବା ବାସ୍ତୁ ଯନ୍ତ୍ର ରଖାଯାଇ ସେହି ବାସ୍ତୁଦୋଷକୁ ସୁଧାରିହେବ । ତା’ ସହିତ, ସେହି ଜାଗାକୁ ସୁଆଲୋକିତ କରାଯାଇ ଏବଂ ଧାତମ ୱିଣ୍ଡ ଚାଇମ୍ସ ଲଗାଯାଇ ଉତ୍ତରପଶ୍ଚିମ ବାସ୍ତୁର ସନ୍ତୁଳନକୁ ପୁନଃସ୍ଥାପନ କରାଯାଇପାରିବ ।
ଶୟନକକ୍ଷ ବା ବେଡରୁମ୍ ପାଇଁ ଉତ୍ତରପଶ୍ଚିମ କୋଣ ବାସ୍ତୁ ଅନୁସାରେ, ସେଠାରେ ଖଟ ପାଖରେ ଇଲେକ୍ଟ୍ରୋନିକ୍ସ କିମ୍ବା ଭାରି ସାମଗ୍ରୀ ରଖନ୍ତୁ ନାହିଁ, କାରଣ ତାହା ନିଦ୍ରାରେ ବ୍ୟାଘାତ ଓ ଅସନ୍ତୁଳନ ସୃଷ୍ଟି କରିଥାଏ । କୋଠରୀକୁ ହାଲୁକା ଓ ବାୟୁପୂର୍ଣ୍ଣ ଅନୁଭୂତି ଦେବା ପାଇଁ ହାଲୁକା ରଙ୍ଗ ଓ ନ୍ୟୂନତମ ଫର୍ନିଚର ବ୍ୟବହାର କରନ୍ତୁ ।
ଉତ୍ତରପଶ୍ଚିମ କୋଣ ଗୃହ ବାସ୍ତୁ ଅନୁଯାୟୀ ଶକ୍ତିକୁ ବୃଦ୍ଧି କରିବା ପାଇଁ ପିସ୍ ଲିମି କିମ୍ବା ହାଇବ୍ରିଡ୍ ଗୁଆ ଗଛ ଭଳି ଗଛପତ୍ର ସହିତ ୱିଣ୍ଡ ଚାଇମ୍ସ ଭଳି ଧାତବ ବସ୍ତୁ ରଖନ୍ତୁ । ସକାରାତ୍ମକ ଶକ୍ତି ପ୍ରବାହକୁ ବଜାୟ ରଖିବା ପାଇଁ ଜାଗାକୁ ଖୋଲା ଓ ବାୟୁ ଚଳାଚଳ ସକ୍ଷମ ରଖନ୍ତୁ ।