Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ପାଇଲ୍ ଫାଉଣ୍ଡେସନ ଗୁଡ଼ିକ ମୁଖ୍ୟତଃ ଲମ୍ବା, ମଜଭୁତ ସ୍ତମ୍ଭ ହୋଇଥାଏ, ଯାହା ଷ୍ଟିଲ୍, କଂକ୍ରିଟ୍ କିମ୍ବା କାଠ ଭଳି ସାମଗ୍ରୀରୁ ନିର୍ମିତ ହୋଇଥାଏ । ଏହା ଢାଞ୍ଚାକୁ ସମର୍ଥନ କରିବା ପାଇଁ ଭୂମିର ଗଭୀରତା ଭିତରକୁ ଯାଇଥାଏ ।
ପାଇଲ୍ ଫାଉଣ୍ଡେସନ୍ ପ୍ରକାରଗୁଡ଼ିକ ମଧ୍ୟରେ ବୋରଡ୍ ପାଇଲିଂ, ଡ୍ରିଭେନ୍ ପାଇଲିଂ, ସ୍କୃ ପାଇଲିଂ, ଶିଟ୍ ପାଇଲିଂ ଏବଂ ମାଇକ୍ରୋ ପାଇଲ୍ସ ଅନ୍ତର୍ଭୁକ୍ତ ଏବଂ ଉପରୋକ୍ତ ପ୍ରତ୍ୟେକ ଭିନ୍ନ ଭିନ୍ନ ଢାଞ୍ଚାଗତ ସମର୍ଥନ ଭୂମିକା ନିର୍ବାହ କରିଥାଏ ।
ଏହି ଭିତ୍ତିଭୂମିଗୁଡ଼ିକ ଗଭୀର ସମର୍ଥନ, ଉଚ୍ଚ ଲୋଡ୍ କ୍ଷମତା, କଠିନ ମାଟିରେ ପ୍ରବେଶ, ସର୍ବନିମ୍ନ କମ୍ପନ ପ୍ରଦାନ କରିଥାଏ ଏବଂ ବିଭିନ୍ନ ଭୂତଳ ପରିସ୍ଥିତି ସହିତ ଅନୁକୂଳ ହୋଇଥାଏ ।
ଏଗୁଡ଼ିକ ଷ୍ଟିଲ୍, କଂକ୍ରିଟ୍ କିମ୍ବା କାଠ ଭଳି ସାମଗ୍ରୀରୁ ନିର୍ମିତ ଲମ୍ବା, ମଜବୁତ ସ୍ତମ୍ଭ ହୋଇଥାଏ, ଯାହା ଢାଞ୍ଚାକୁ ସମର୍ଥନ ଯୋଗାଇବା ପାଇଁ ମାଟିର ଗଭୀରତା ପର୍ଯ୍ୟନ୍ତ ଯାଇଥାଏ । ସେଗୁଡ଼ିକୁ ବିଲଡିଂକୁ ଜାବୁଡ଼ି ଧରିବା ପାଇଁ ଭୂମିରେ ଲଗାଯାଇଥିବା ବିଶାଳକାୟ କଣ୍ଟା ଭାବେ କଳ୍ପନା କରନ୍ତୁ ।
ଯେତେବେଳେ ଉପରିସ୍ଥ ମାଟି ସ୍ତରଗୁଡ଼ିକ ନିଜେ ଏକ ଢାଞ୍ଚାକୁ ସମର୍ଥନ କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ହୋଇ ନ ଥିଲେ ନିର୍ମାଣ କାର୍ଯ୍ୟରେ ପାଇଲ୍ ଫାଉଣ୍ଡେସନ୍ ବ୍ୟବହାର କରାଯାଏ । ସେଗୁଡ଼ିକ କିପରି କାମ କରେ ତାହା ଉପରେ ନିର୍ଭର କରି, ସେଗୁଡ଼ିକ ବିଭିନ୍ନ ପ୍ରକାରର ହୋଇଥାଏ, ଯେପରିକି ଏପରି ପାଇଲ୍ ଯାହା ସିଧାସଳଖ ଓଜନକୁ ସମର୍ଥନ କରିଥାଏ (ଏଣ୍ଡ-ବିୟରିଂ ପାଇଲ୍ସ) କିମ୍ବା ଯେଉଁଗୁଡ଼ିକ ସେମାନଙ୍କ ପାର୍ଶ୍ୱଭାଗରେ ଘର୍ଷଣ ଉପରେ ନିର୍ଭର କରିଥାଏ (ଫ୍ରିକ୍ସନ୍ ପାଇଲ୍ସ) । ବୃହତ କୋଠା କିମ୍ବା ମାଟିର ଗୁଣବତ୍ତା ଖରାପ ଥିବା ଅଞ୍ଚଳରେ, ନିର୍ମାଣର ନିରାପତ୍ତା ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ପାଇଲ୍ ଫାଉଣ୍ଡେସନ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଏବେ, ଆସନ୍ତୁ ୫ଟି ମୁଖ୍ୟ ପ୍ରକାରର ପାଇଲ୍ ଫାଉଣ୍ଡେସନଗୁଡ଼ିକ ଉପରେ ଆଲୋଚନା କରିବା । ଏପରି ପ୍ରତ୍ୟେକ ପାଇଲ୍ ଭିନ୍ନ ଭିନ୍ନ ନିର୍ମାଣ ଆବଶ୍ୟକତା ଏବଂ ଭୂମି ପରିସ୍ଥିତି ପାଇଁ ଉପଯୁକ୍ତ ହୋଇଥାଏ:
ଏହି ପଦ୍ଧତିରେ କର୍ଷଣ କରାଯାଇ ଭୂମିରେ ଏକ ଗାତ ସୃଷ୍ଟି କରାଯାଏ, ତା’ପରେ ସେହି ଗାତରେ କଂକ୍ରିଟ୍ ଭର୍ତ୍ତି କରାଯାଏ, ଯାହାଦ୍ୱାରା ପାଇଲ୍ ଯଥା ସ୍ଥାନରେ କାଷ୍ଟିଂ ହୁଏ । ସହରାଞ୍ଚଳ ଏବଂ ବିଦ୍ୟମାନ ବିଲଡିଂ ନିକଟରେ ଚାଲୁଥିବା ନିର୍ମାଣ କାର୍ଯ୍ୟରେ ଏହା ବିଶେଷ ରୂପେ ଉପଯୁକ୍ତ ହୋଇଥାଏ, କାରଣ ଏହାକୁ ସ୍ଥାପନ କରିବା ସମୟରେ କମ୍ପନର ସମ୍ଭାବନା ନ୍ୟୂନତମ ହୋଇଥାଏ ।
କମ୍ପନ ବ୍ୟବହାର କରି ପାଇଲଗୁଡ଼ିକୁ ଭିତରେ ଭର୍ତ୍ତି ବା ଡ୍ରିଭେନ୍ କରାଯାଇଥାଏ । ଏହା ଅଣ-ସଂଲଗ୍ନଶୀଳ ମାଟି, ଉଚ୍ଚ ଜଳସ୍ତର ରହିଥିବା ଅଞ୍ଚଳ କିମ୍ବା ପ୍ରଦୂଷକ ଉପାଦାନ ରହିଥିବା ମାଟିରେ ଫାଉଣ୍ଡେସନ ନିର୍ମାଣ ପାଇଁ ଆଦର୍ଶ ହୋଇଥାଏ । ଡ୍ରିଭେନ୍ ପାଇଲଗୁଡ଼ିକୁ ଇସ୍ପାତ, କାଠ, କଂକ୍ରିଟ୍ କିମ୍ବା ଏହିସବୁ ସାମଗ୍ରୀର ସମ୍ମିଶ୍ରଣ ବ୍ୟବହାର କରି ଅସ୍ଥାୟୀ କିମ୍ବା ସ୍ଥାୟୀ କେସିଂ ସହିତ ନିର୍ମାଣ ସ୍ଥଳରେ କିମ୍ବା ନିର୍ମାଣ ସ୍ଥଳ ବାହାରେ ପ୍ରି-କାଷ୍ଟ ପାଇଲ୍ସ ଭାବେ ନିର୍ମାଣ କରାଯାଇପାରିବ ।
ଏହି ପଦ୍ଧତିରେ ଗୋଲାକାର ଫମ୍ପା ଗାଲଭାନାଇଜ୍ଡ ଇସ୍ପାତ ପାଇଲ ଶାଫ୍ଟ ବ୍ୟବହାର କରାଯାଏ ଯେଉଁଥିରେ ଏକ କିମ୍ବା ଏକାଧିକ ଷ୍ଟିଲ କୁଣ୍ଡଳୀ ଲଗାଯାଇଥାଏ, କାଠରେ ଲଗାଯାଉଥିବା ସ୍କୃ ଭଳି ଏହାକୁ ମାଟିରେ ପୋତି ଦିଆଯାଇଥାଏ । ଏହା ସ୍ଥାପନ ପ୍ରକ୍ରିୟାରେ ଅପଚୟକୁ ହ୍ରାସ କରିଥାଏ ଏବଂ ଏକ ଅଧିକ ସ୍ଥାୟୀ ଏବଂ ଖର୍ଚ୍ଚସାଶ୍ରୟୀ ବିକଳ୍ପ ହୋଇପାରେ ।
ପରସ୍ପର ସହିତ ଯୋଡ଼ିହୋଇଥିବା ଷ୍ଟିଲ୍ ଶିଟର ଶୃଙ୍ଖଳାରୁ ନିର୍ମିତ ଶିଟ୍ ପାଇଲ୍ ଗୁଡ଼ିକ ବଡ଼ ଆକାରର ଖନନ କାର୍ଯ୍ୟ ପାଇଁ ଆବଶ୍ୟକ ସ୍ଥାୟୀ କିମ୍ବା ଅସ୍ଥାୟୀ ରିଟେନିଂ ୱାଲ୍ ତିଆରି କରିଥାଏ । ଅସ୍ଥାୟୀ ଭାବେ ମାଟିକୁ ଅଟକାଇ ରଖିବା ପାଇଁ ଏହି ପଦ୍ଧତିଟି ଖର୍ଚ୍ଚ-ସାଶ୍ରୟୀ ସାବ୍ୟସ୍ତ ହୋଇଥାଏ, କାରଣ ସେହି ଶିଟ୍ ଗୁଡ଼ିକୁ ପରେ କଢ଼ାଯାଇ ପୁନର୍ବାର ବ୍ୟବହାର କରିହେବ ।
ମିନି କିମ୍ବା ମାଇକ୍ରୋ ପାଇଲ୍ ଗୁଡ଼ିକର ବ୍ୟାସ ୧୦୦ ମିଲିମିଟରରୁ ୪୦୦ ମିଲିମିଟର ପର୍ଯ୍ୟନ୍ତ ହୋଇଥାଏ । ସେଗୁଡ଼ିକର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ସୀମିତ ପ୍ରବେଶ ଥିବା ଦୁର୍ଗମ ସ୍ଥାନଗୁଡ଼ିକରେ ସେଗୁଡ଼ିକର ପ୍ରୟୋଗ ସମ୍ଭବ ହୋଇପାରେ, ଯେଉଁଠାରେ ପାରମ୍ପରିକ ପାଇଲିଂ ରିଗ୍ କାର୍ଯ୍ୟ କରିପାରିବ ନାହିଁ । ଏଥିପାଇଁ, ସେଗୁଡ଼ିକ ରୁଦ୍ଧ ସହରାଞ୍ଚଳରେ ବାଣିଜ୍ୟିକ ଏବଂ ଘରୋଇ ବିକାଶ ପାଇଁ ଉପଯୁକ୍ତ ହୋଇଥାଏ ।
ନିର୍ମାଣରେ ପାଇଲ ଫାଉଣ୍ଡେସନ ବ୍ୟବହାର କରିବାର ମୁଖ୍ୟ ଫାଇଦାଗୁଡ଼ିକ କ’ଣ ଆସନ୍ତୁ ଜାଣିବା ।
ଯେଉଁ ଜାଗାଗୁଡ଼ିକରେ ମାଟିର ଉପରିସ୍ଥ ମାଟି ଦୁର୍ବଳ କିମ୍ବା ଭାରି ଢାଞ୍ଚାଗୁଡ଼ିକୁ ସମର୍ଥନ କରିବା ପାଇଁ ଅତ୍ୟଧିକ ଶିଥିଳ ହୋଇଥାଏ ସେଠାରେ ମଧ୍ୟ ଭୂତଳରେ ମାଟିର ମଜବୁତ ସ୍ତରରେ ପହଞ୍ଚିଥାଏ, ଯାହା କୋଠାଗୁଡ଼ିକୁ ସ୍ଥିର ଏବଂ ସୁରକ୍ଷିତ କରିଥାଏ ।
ମାଟିରେ ଅତ୍ୟଧିକ ଜଳ ରହୁଥିବା ସ୍ଥାନ, ଯେପରିକି ନଦୀ କିମ୍ବା ସମୁଦ୍ର ପାଖାପାଖି ଅଞ୍ଚଳରେ ପାଇଲ୍ ଫାଉଣ୍ଡେସନଗୁଡ଼ିକ ଓଦା ମାଟିର ଆହୁରି ତଳକୁ ଯାଇ ଏପରି ଏକ ଦୃଢ଼ ଆଧାର ପର୍ଯ୍ୟନ୍ତ ପହଞ୍ଚିପାରିଥାଏ, ଯାହା ସ୍ଥାନାନ୍ତରିତ ହେବନାହିଁ କିମ୍ବା ଆକସ୍ମିକ ଭାବେ ଦବିଯିବ ନାହିଁ ।
ବୋରଡ୍ ପାଇଲ୍ସ ଭଳି କେତେକ କିସମର ପାଇଲ୍ ଗୁଡ଼ିକୁ ଭୂମିରେ ଅତ୍ୟଧିକ କମ୍ପନ ସୃଷ୍ଟି କରାଯିବା ବିନା ସ୍ଥାପନ କରିହୋଇଥାଏ, ଏହାର ଅର୍ଥ ବିଦ୍ୟମାନ ବିଲଡିଂ ଓ ଢାଞ୍ଚାଗୁଡ଼ିକ ନିକଟରେ ମଧ୍ୟ ସେଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରା ନ ଯାଇ ସେଗୁଡ଼ିକୁ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରିବ ।
ପ୍ରାୟ ପ୍ରତ୍ୟେକ ପରିସ୍ଥିତି ପାଇଁ ଏକ ଉପଯୁକ୍ତ ପାଇଲ୍ ରହିଛି । ତାହା ଅତ୍ୟନ୍ତ ଅବରୁଦ୍ଧ ସାଇଟ୍ ହେଉ କିମ୍ବା ଭୂମିଟି ପଥୁରିଆ ହେଉ କିମ୍ବା ମାଟିରେ ବହୁ ମାତ୍ରାରେ ପାଣି ହେଉ । ତେଣୁ ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ସେଗୁଡ଼ିକ ଏକ ଉପାଦେୟ ବିକଳ୍ପ ହୋଇଥାଏ ।
ସ୍କୃ ପାଇଲିଂ ଭଳି ପଦ୍ଧତି କମ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ କରିଥାଏ ଏବଂ ପରିବେଶ ପାଇଁ କମ୍ କ୍ଷତିକାରକ ହୋଇଥାଏ, କାରଣ ସେଥିରେ ବହୁ ମାତ୍ରାରେ ମାଟି ଖୋଳି ବାହାର କରିବାର ଆବଶ୍ୟକତା ନ ଥାଏ । ତେଣୁ, ଏହା ଅଧିକ ପୋଷଣୀୟ ବିକଳ୍ପ ଅଟେ ।
ଆମେ ପାଇଲ୍ ଫାଉଣ୍ଡେସନଗୁଡ଼ିକର ଲାଭ ଓ ଉପାଦେୟତା ସମ୍ପର୍କରେ ବୁଝିଲୁ; ବର୍ତ୍ତମାନ, ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଏବଂ ସେଗୁଡ଼ିକର ବିଶେଷ ପ୍ରୟୋଗଗୁଡ଼ିକ ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।
ଅତ୍ୟଧିକ ଭାରୀ କୋଠାକୁ ସମର୍ଥନ କରାଯିବାର ଆବଶ୍ୟକତା ନ ଥିବା କିମ୍ବା କମ୍ ବଜେଟ୍ ଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏହା ସବୁଠାରୁ ଉପଯୁକ୍ତ ଅଟେ । ପିୟର୍ କିମ୍ବା ଡକ୍ ଭଳି ପାଣି ନିକଟବର୍ତ୍ତୀ ପ୍ରକଳ୍ପଗୁଡ଼ିକ ପାଇଁ କାଠଗଡ଼ର ବ୍ୟବହାର ଅନୁକୂଳ ହୋଇଥାଏ । କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, କାଠ ପଚିଯାଇପାରେ, ତେଣୁ ଏହି ପାଇଲ୍ ଗୁଡ଼ିକୁ ଭୂତଳ ଜଳ ସ୍ତରରୁ ଉପରେ କିମ୍ବା ମଧୁର ଜଳରେ ସ୍ଥାପନ କରାଗଲେ ତାହାର କାର୍ଯ୍ୟଦକ୍ଷତା ଉତ୍ତମ ହୋଇଥାଏ ।
କଂକ୍ରିଟ୍ କୁ ନିର୍ମାଣ ସାମଗ୍ରୀର ମହାନାୟକ କୁହାଯାଇପାରିବ - ଏହା ଶକ୍ତିଶାଳୀ ହେବା ସହ ଦୀର୍ଘସ୍ଥାୟୀ ହୋଇଥାଏ । ଦୁଇ ପ୍ରକାରର କଂକ୍ରିଟ୍ ରହିଛି: (୧) ପ୍ରିକାଷ୍ଟ - ଯାହାକୁ କାରଖାନାରେ ତିଆରି କରାଯାଏ ଏବଂ ତା’ପରେ ନିର୍ମାଣ ସ୍ଥଳକୁ ଅଣାଯାଏ ଏବଂ (୨) କାଷ୍ଟ-ଇନ୍-ପ୍ଲେସ୍ - ଯେଉଁଠି କଂକ୍ରିଟ୍ କୁ ନିର୍ମାଣ ସ୍ଥଳରେ ହିଁ ଭୂମିରେ କରାଯାଇଥିବା ଗାତରେ ଢଳାଯାଇଥାଏ । ଉଚ୍ଚ ଅଟ୍ଟାଳିକା ହେଉ କିମ୍ବା ବଡ଼ ବଡ଼ ସେତୁ, କଂକ୍ରିଟ୍ ପାଇଲ୍ ପ୍ରଥମ ପସନ୍ଦ ହୋଇଥାଏ, କାରଣ ତାହା ଅଧିକ ଓଜନ ସମ୍ଭାଳିପାରେ ଏବଂ ସେଥିରେ କଳଙ୍କି ଲାଗେ ନାହିଁ କିମ୍ବା ତାହା ପଚିଯାଏ ନାହିଁ ।
ଷ୍ଟିଲ୍ ପାଇଲ୍ ଗୁଡ଼ିକୁ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ ଏବଂ ତାହାକୁ କଠିନ ମାଟି କିମ୍ବା ପଥର ସ୍ତର ମଧ୍ୟ ଦେଇ ଠେଲାଯାଇପାରିବ । ବିଲଡିଂଟି ବିଶାଳକାୟ ହୋଇଥିଲେ କିମ୍ବା ଭୂମିଟି କଠିନ ହୋଇଥିଲେ ଏହି ପାଇଲ୍ ବ୍ୟବହାର କରାଯାଏ । ତା’ଛଡ଼ା, ଯଦି ସେଗୁଡ଼ିକୁ କଢ଼ାଯିବା ଆବଶ୍ୟକ ହୁଏ, ତେବେ ତାହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ କିମ୍ବା ପୁନଃଚକ୍ରଣ କରାଯାଇପାରିବ । ଏହି ଦୃଷ୍ଟିରୁ ତାହା ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ ।
ଶକ୍ତି ଏବଂ କଠିନ ମାଟିକୁ ଭେଦିବା ପାଇଁ କମ୍ପୋଜିଟ୍ ପାଇଲର ତଳ ଭାଗଟି ଇସ୍ପାତରେ ନିର୍ମିତ ହୋଇପାରେ ଓ ଉପରି ଭାଗଟି ଭାର ବହନ କରିବା ଓ ଅବକ୍ଷୟକୁ ପ୍ରତିରୋଧ କରିବା ପାଇଁ କଂକ୍ରିଟରେ ନିର୍ମିତ ହୋଇପାରେ । ଏପରି ଜଟିଳ ପ୍ରକଳ୍ପ ଯେଉଁଠି ଗୋଟିଏ ସାମଗ୍ରୀ ସର୍ବୋତ୍ତମ ହେବନାହିଁ ସେଠାରେ ସ୍ଥାୟିତ୍ୱ ଏବଂ ଭାର ବହନ ପାଇଁ ଉଭୟ ସାମଗ୍ରୀର ଶକ୍ତିକୁ ସମ୍ମିଶ୍ରିତ କରିବା ପାଇଁ ଇଞ୍ଜିନିୟରମାନେ ଏପରି ପାଇଲ୍ ବ୍ୟବହାର କରିଥାନ୍ତି ।
ନିର୍ମାଣ କାର୍ଯ୍ୟରେ ପାଇଲ୍ ଫାଉଣ୍ଡେସନକୁ ବୁଝିବା ଦ୍ୱାରା ସେଗୁଡ଼ିକର ବିଭିନ୍ନ ଫାଇଦା ବିଷୟରେ ଜାଣିବାକୁ ମିଳିଥାଏ, ଘର ମାଲିକମାନଙ୍କୁ ସେମାନଙ୍କ ପ୍ରକଳ୍ପ ପାଇଁ ସବୁଠାରୁ ଉପଯୁକ୍ତ ପ୍ରକାର ଚୟନ କରିବା ପାଇଁ ଜ୍ଞାନ ପ୍ରାପ୍ତ ହୋଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ନିର୍ମାଣ ପ୍ରକଳ୍ପଗୁଡ଼ିକର ସ୍ଥିରତା, ସ୍ଥାୟୀତ୍ୱ ଏବଂ ଖର୍ଚ୍ଚ-ଫଳପ୍ରଦତାକୁ ସୁନିଶ୍ଚିତ କରେ, ଯାହା ଏହି କ୍ଷେତ୍ରରେ ଭବିଷ୍ୟତର ବିକାଶ ଏବଂ ଅଭିନବତା ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଥାଏ ।
ପ୍ରକଳ୍ପର ବିନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ନିର୍ଭର କରି ଫାଉଣ୍ଡେସନ୍ ନିର୍ମାଣରେ ପାଇଲ୍ ଗୁଡ଼ିକର ଆକାର ଭିନ୍ନ ଭିନ୍ନ ହୋଇପାରେ । ସାଧାରଣତଃ ପାଇଲ୍ ଗୁଡ଼ିକର ବ୍ୟାସ ୩୦ ସେମିରୁ ୧୨୦ ସେମି ପର୍ଯ୍ୟନ୍ତ ହୋଇଥାଏ । ଅଧିକ ଭାରି ଭାର ପାଇଁ ଅଧିକ ବ୍ୟାସଯୁକ୍ତ ପାଇଲ୍ ବ୍ୟବହୃତ ହୋଇଥାଏ ।
ପାଇଲିଂ ନିର୍ମାଣର ଗଭୀରତା ସାଧାରଣତଃ ମାଟିର ଅବସ୍ଥା, ଆବଶ୍ୟକ ଭାର ବହନ କ୍ଷମତା ଏବଂ ସମର୍ଥିତ ଢାଞ୍ଚା ପରି କାରକ ଦ୍ୱାରା ନିର୍ଦ୍ଧାରଣ କରାଯାଏ । ଗଭୀରତା ଅଳ୍ପ କିଛି ମିଟରରୁ ୫୦ ମିଟର ଗଭୀରତା ପର୍ଯ୍ୟନ୍ତ ହୋଇପାରେ ।
ପାଇଲ୍ ଗୁଡ଼ିକ ମଧ୍ୟରେ ସର୍ବନିମ୍ନ ଦୂରତା ସାଧାରଣତଃ ପାଇଲ୍ ବ୍ୟାସଠାରୁ ଅତି କମରେ ତିନି ଗୁଣ ହେବା ପାଇଁ ସୁପାରିସ କରାଯାଏ । ଏହି ଦୂରତା ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରେ ଯେ ପାଇଲ୍ ଗୁଡ଼ିକ ଯେପରି ପରସ୍ପର ସହିତ ଢାଞ୍ଚାଗତ ଭାବେ ହସ୍ତକ୍ଷେପ କରୁ ନାହିଁ ଏବଂ ଉପଯୁକ୍ତ ଲୋଡ୍ ବିତରଣ ପାଇଁ ଅନୁମତି ଦେଉଛି ।
ମାଟିର ସ୍ଥିତି ଏବଂ ଲୋଡ୍ ଆବଶ୍ୟକତା ଉପରେ ନିର୍ଭର କରି ପାଇଲ୍ ର ଦୈର୍ଘ୍ୟ ଭିନ୍ନ ଭିନ୍ନ ହୋଇପାରେ । ଗଭୀର ଫାଉଣ୍ଡେସନ୍ ପ୍ରୟୋଗଗୁଡ଼ିକ ପାଇଁ ପାଇଲ୍ ଦୈର୍ଘ୍ୟ ସାଧାରଣତଃ ଅଳ୍ପ କିଛି ମିଟରରୁ ୩୦ ମିଟର ପର୍ଯ୍ୟନ୍ତ ହୋଇଥାଏ ।
ଢାଞ୍ଚାର ଭାରକୁ ଘର୍ଷଣ କିମ୍ବା ପ୍ରାନ୍ତୀୟ ବହନ ମାଧ୍ୟମରେ ଅଧିକ ଗଭୀର, ଅଧିକ ଶକ୍ତ ମାଟି କିମ୍ବା ପଥର ସ୍ତରକୁ ସ୍ଥାନାନ୍ତର କରିବା ପାଇଲ୍ ଫାଉଣ୍ଡେସନର ସିଦ୍ଧାନ୍ତ ଅଟେ । ଦୁର୍ବଳ କିମ୍ବା ଦବିଯିବାର ସମ୍ଭାବନା ଥିବା ମାଟିରେ ଢାଞ୍ଚାଗୁଡ଼ିକୁ ସମର୍ଥନ ପ୍ରଦାନ କରିବା ପାଇଁ ପାଇଲ୍ ଫାଉଣ୍ଡେସନ୍ ବ୍ୟବହାର କରାଯାଏ, ଯାହାଦ୍ୱାରା ବିଲଡିଂର ଭାର ତଳକୁ ଅଧିକ କାର୍ଯ୍ୟଦକ୍ଷ ସ୍ତରକୁ ସ୍ଥାନାନ୍ତରିତ ହୋଇପାରିଥାଏ ।