Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ସାମଗ୍ରୀଗୁଡ଼ିକର ଚୟନ ଏକ କଲମ୍ ର ଶକ୍ତି, ନମନୀୟତା ଏବଂ ଅଗ୍ନି ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରେ ।
ଭାରୀ ଭାରର ପରିଚାଳନା କରିବା ଏବଂ ବିଫଳତାକୁ ରୋକିବା ପାଇଁ ମଜବୁତ ବା ରିଇନଫୋର୍ସଡ୍ କଲମ୍ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଉପଯୁକ୍ତ ସାଇଜିଂ ଏବଂ ଆକୃତି ଚୟନ ଦକ୍ଷ ଲୋଡ୍ ବହନ ଏବଂ ସ୍ଥିରତା ସୁନିଶ୍ଚିତ କରେ ।
ବନ୍ଧା ଏବଂ ସ୍ପାଇରାଲ୍ କଲମ୍ ଗୁଡିକ ବର୍ଦ୍ଧିତ ଶକ୍ତି ଏବଂ ଲୋଡ୍ ବହନ କ୍ଷମତା ପ୍ରଦାନ କରିଥାଏ ।
କମ୍ପୋଜିଟ୍ କଲମ୍ ଗୁଡ଼ିକ ନିର୍ମାଣରେ ଉଭୟ ଶକ୍ତି ଏବଂ ଉତ୍ତାପ ପ୍ରତିରୋଧ ପ୍ରଦାନ କ୍ଷମତା କରିଥାଏ ।
ଛୋଟ ଏବଂ ଲମ୍ବା ସ୍ତମ୍ଭଗୁଡିକର ଲୋଡ୍ ପରିଚାଳନା ଏବଂ ଆକୁଞ୍ଚନ ପ୍ରତିରୋଧ କ୍ଷମତା ଭିନ୍ନ ଭିନ୍ନ ହୋଇଥାଏ ।
କଲମ୍ ନିର୍ମାଣ କରିବା ସମୟରେ, ତାହା ନିର୍ମିତ ହେଉଥିବା ଉଦ୍ଦେଶ୍ୟକୁ ସାଧିତ କରିବା ପାଇଁ ଉପଯୁକ୍ତ କି ନୁହେଁ ତାହା ସୁନିଶ୍ଚିତ କରିବା ପାଇଁ ଅନେକଗୁଡ଼ିଏ ମୌଳିକ ସିଦ୍ଧାନ୍ତ ସର୍ବୋପରି ହୋଇଥାଏ:
କଲମ୍ କିପରି ଭାବେ ଓଜନକୁ ବଣ୍ଟନ କରୁଛି ତାହା ଏକ ଅତି ଗୁରୁତ୍ୱପୂର୍ଣ୍ଣ କଥା ଅଟେ । ଉପରୁ ପଡ଼ୁଥିବା ଭାରକୁ ସମ୍ଭାଳିବା ପାଇଁ ଏହାକୁ ଡିଜାଇନ୍ କରାଯିବା ଜରୁରୀ ହୋଇଥାଏ, ତାହା ବିଲଡିଂର ନିଜସ୍ୱ ଭାର ହୋଇପାରେ କିମ୍ବା ଲୋକ କିମ୍ବା ଆସବାବପତ୍ରର ଭାର ହୋଇପାରେ ।
କଂକ୍ରିଟ, ଇସ୍ପାତ, ପଥର, କାଠ କିମ୍ବା ଏକ ମିଶ୍ରିତ ପଦାର୍ଥ ହେଉ, ସାମଗ୍ରୀର ଚୟନ ଏକ କଲମ୍ ର ଶକ୍ତି, ନମନୀୟତା, ସହନଶୀଳତା ଏବଂ ଅଗ୍ନି ପ୍ରତିରୋଧ କ୍ଷମତାକୁ ପ୍ରଭାବିତ କରିଥାଏ ।
ସ୍ତମ୍ଭର ଆକାର ଏବଂ ଆକୃତି ଉପଲବ୍ଧ ସ୍ଥାନ ଏବଂ ଏହା ସମର୍ଥନ କରିବାକୁ ଆବଶ୍ୟକ ଲୋଡ୍ ଦ୍ୱାରା ନିର୍ଦ୍ଧାରଣ କରାଯାଏ । ଅଧିକ ପ୍ରଶସ୍ତ ଆଧାର ପ୍ରାୟତଃ ଭାରୀ ଭାର ପାଇଁ ବ୍ୟବହୃତ ହୁଏ, ଅନ୍ୟପକ୍ଷରେ ଡିଜାଇନ୍ ଆବଶ୍ୟକତା ଏବଂ ଲୋଡ୍ ବିତରଣ ଉପରେ ନିର୍ଭର କରି ବିଭିନ୍ନ ଆକୃତି (ବର୍ଗ, ଆୟତାକାର, ଗୋଲାକାର) ଚୟନ କରାଯାଏ ।
ପ୍ରାୟ ସମସ୍ତ କଂକ୍ରିଟ୍ କଲମ୍ ଅତିରିକ୍ତ ଶକ୍ତି ପାଇଁ ଷ୍ଟିଲ୍ ଦ୍ୱାରା ମଜବୁତ ବା ରିଇନଫୋର୍ସଡ୍ ହୋଇଥାଏ । ଭାରର ମୁକାବିଲା କରିବା ଏବଂ ବିଫଳତାକୁ ପ୍ରତିରୋଧ କରିବା ପାଇଁ ଏହି ରିଇନଫୋର୍ସମେଣ୍ଟ ସମ୍ପର୍କରେ ଯତ୍ନର ସହିତ ଯୋଜନା କରାଯିବା ଉଚିତ ।
ଇଞ୍ଜିନିୟରମାନେ ଉପଯୁକ୍ତ ଦୈର୍ଘ-ପ୍ରସ୍ଥ ଅନୁପାତ ନିରୂପଣ କରି, ବିଶେଷକରି ଲମ୍ବା କଲମ୍ ଗୁଡ଼ିକର ଆକୁଞ୍ଚନ ବା ବକ୍ଲିଂ ଆଶଙ୍କାକୁ ବିଚାରକୁ ନେବା ଆବଶ୍ୟକ ।
ନିର୍ମାଣ ପ୍ରକ୍ରିୟାରେ ବୃତ୍ତିଗତତା, କଂକ୍ରିଟ୍ ର ଉପଚାର ଏବଂ ସୁଦୃଢ଼ୀକରଣ ସମେତ କଲମ୍ ଗୁଡ଼ିକୁ କାଷ୍ଟ ଏବଂ ତିଆରି କରିବା ପାଇଁ ବ୍ୟବହୃତ ପଦ୍ଧତି ମଧ୍ୟ କଲମ୍ ସ୍ଥାୟୀତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଆଣିଥାଏ ।
ଟାଏଡ୍ କଲମ୍ ହେଉଛି ଏକ ଶକ୍ତିଶାଳୀ ସ୍ତମ୍ଭ ଯାହା ଆପଣ ଅନେକ କୋଠାରେ ଦେଖିବାକୁ ପାଇବେ । ଏଥିରେ କଂକ୍ରିଟରେ ନିର୍ମିତ ଏକ କଠିନ କୋର୍ ରହିଥାଏ ଯେଉଁଥିରେ ଅତିରିକ୍ତ ଶକ୍ତି ପାଇଁ ଭର୍ଟିକାଲ ଷ୍ଟିଲ ବାର୍ ରହିତାଏ । ଏହି ବାର୍ ଗୁଡିକ ଚାରିପାଖରେ, ଆପଣଙ୍କୁ ଭୂସମାନ୍ତର ଷ୍ଟିଲ ବ୍ୟାଣ୍ଡଗୁଡିକ ଦେଖାଯିବ ଯାହା ସବୁକିଛି ଏକାଠି ଧରି ରଖିଥାଏ । ସେଗୁଡ଼ିକ ଉପରୁ ପଡ଼ୁଥିବା ଭାରୀ ଓଜନକୁ ସମର୍ଥନ କରିବା ପାଇଁ ଭରସାଯୋଗ୍ୟ ହୋଇଥାଏ ।
କେନ୍ଦ୍ରୀୟ ଷ୍ଟିଲ୍ ବାର୍ ଚାରିପଟେ ତଳରୁ ଉପର ଯାଏଁ ରହୁଥିବା କୁଣ୍ଡଳୀ ଆକାରର ଷ୍ଟିଲ୍ ତାର ଯୋଗୁଁ ସ୍ପାଇରାଲ୍ କଲମ୍ ଗୁଡ଼ିକ ସ୍ୱତନ୍ତ୍ର ହୋଇଥାଏ । ଏହି ଡିଜାଇନ୍ ସେଗୁଡ଼ିକ ଅଧିକ ଶକ୍ତିଶାଳୀ କରିଥାଏ, ଭାରୀ ଲୋଡ୍ ଅଧୀନରେ ସେଗୁଡ଼ିକୁ ପ୍ରସାରିତ ହେବାକୁ ଅନୁମତି ଦେଇଥାଏ, ଯାହାର ଅର୍ଥ ହେଉଛି ଅନ୍ୟାନ୍ୟ କଲମ୍ ତୁଳନାରେ ଏପରି କଲମ୍ ଗୁଡ଼ିକ ଅଧିକ ଭାର ସହ୍ୟ କରିବାରେ ସମର୍ଥ ହୋଇଥାଏ ।
କମ୍ପୋଜିଟ୍ କଲମ୍ ଗୁଡ଼ିକ ଉଭୟ ଦୁନିଆର ସର୍ବୋତ୍ତମ ପଦାର୍ଥ, ଅର୍ଥାତ୍ ଇସ୍ପାତ ଏବଂ କଂକ୍ରିଟକୁ ସମ୍ମିଶ୍ରିତ କରିଥାଏ । କେତେବେଳେ ଷ୍ଟିଲ ଫ୍ରେମ୍ କଂକ୍ରିଟରେ ଭର୍ତ୍ତି ହୋଇଥାଏ ତ ଆଉ କେତେବେଳେ ଭିତରେ ଅତିରିକ୍ତ ଷ୍ଟିଲ ବାର୍ ରହିଥାଏ । ସେଥିରେ ବ୍ୟବହୃତ ହୋଇଥିବା ମିଶ୍ରିତ ପଦାର୍ଥ କାରଣରୁ, ସେଗୁଡ଼ିକ ଭାର ବହନ କରିବାରେ ଭଲ ହୋଇଥାଏ ଏବଂ ମାନକ ସ୍ତମ୍ଭ ତୁଳନାରେ ନିଆଁର ତୀବ୍ର ଉତ୍ତାପକୁ ମଧ୍ୟ ଭଲ ଭାବରେ ସମ୍ଭାଳିପାରିଥାଏ ।
ସମସ୍ତ ଓଜନ ବଳ କଲମ୍ ର ଠିକ୍ ମଝିରେ କେନ୍ଦ୍ରୀଭୂତ ରହିଥିବା ଆଦର୍ଶ ପରିସ୍ଥିତି ପାଇଁ ଏହି କଲମ୍ ଗୁଡ଼ିକୁ ଡିଜାଇନ କରାଯାଇଥାଏ । ଯଦିଓ, ବାସ୍ତବ ଦୁନିଆର ନିର୍ମାଣରେ ଏହି ଅତି ଅନୁକୂଳ ପରିସ୍ଥିତି ମିଳିବା ଅତ୍ୟନ୍ତ ବିରଳ, କିନ୍ତୁ ଏହି କଲମ୍ ଗୁଡ଼ିକୁ ବୁଝିବା ଦ୍ୱାରା ଇଞ୍ଜିନିୟରମାନଙ୍କୁ ଏହା ପୂର୍ବାନୁମାନ କରିବାରେ ସହାୟତା ମିଳିଥାଏ ଯେ, ସମାନ ଧରଣର କିନ୍ତୁ ସାମାନ୍ୟ କମ୍ ପରିପୂର୍ଣ୍ଣ ଉପାଦାନଗୁଡ଼ିକର ଆଚରଣ କେମିତି ରହିବ ।
ଏହି କଲମ୍ ଗୁଡ଼ିକ ଗୋଟିଏ ଦିଗରେ ଅଣ-କେନ୍ଦ୍ରୀୟ ଭାରକୁ ସହ୍ୟ କରିଥାଏ । ଏପରି ଏକ କଲମ୍ ସମ୍ପର୍କରେ କଳ୍ପନା କରନ୍ତୁ ଯାହା କାନ୍ଥ କିମ୍ବା ଭାରୀ ବିମ୍ ଭଳି ଅନ୍ୟାନ୍ୟ ଢାଞ୍ଚାଗତ ଉପାଦାନ ସହିତ ସଂଯୁକ୍ତ ହୋଇଥିବା କାରଣରୁ ଗୋଟିଏ ପାର୍ଶ୍ୱକୁ ଠେଲି ହୋଇ ରହିଛି । ଏହି ପାର୍ଶ୍ୱ ଚାପ ବକ୍ରତା ସୃଷ୍ଟି କରିପାରେ, ତେଣୁ ଅସମାନ ଚାପକୁ ପ୍ରତିହତ କରିବା ପାଇଁ ଏଭଳି କଲମ୍ ଗୁଡ଼ିକୁ ଡିଜାଇନ କରାଯିବା ଆବଶ୍ୟକ ।
ଯେଉଁଠି ଏକ କଲମ୍ ଉପରେ ଦୁଇଟି ଭିନ୍ନ ଦିଗରୁ ବଳ ପ୍ରୟୋଗ ହେଉଥାଏ - ଯେମିତିକି ଦୁଇଟି କାନ୍ଥ ମିଶୁଥିବା କୋଣ - ସେଠାରେ ଏହା ଦ୍ୱିଅକ୍ଷୀୟ ବା ବାଇଏକ୍ସିଆଲ୍ ଭାରର ସମ୍ମୁଖୀନ ହୋଇଥାଏ । ଏପରି କଲମ୍ ଗୁଡ଼ିକୁ ଢାଞ୍ଚାର ସ୍ଥିରତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ତାହା ଯେପରି ଉଭୟ ଦିଗରେ ମଜବୁତ ହୁଏ ତାହା ସୁନିଶ୍ଚିତ କରାଯିବା ଜରୁରୀ ।
କ୍ଷୁଦ୍ର କଲମ୍ ଗୁଡ଼ିକୁ କଲମ୍ ଗୁଡ଼ିକ ମଧ୍ୟରେ ବାହୁବଳୀ କୁହାଯାଇପାରେ । ସେଗୁଡ଼ିକ ଗେଡ଼ା ହୋଇଥାଏ ଏବଂ ସେଗୁଡ଼ିକ ଏତେ ଦୃଢ଼ ଏବଂ କଠିନ ହୋଇଥିବାରୁ, ବଙ୍କିବା ପରିବର୍ତ୍ତେ ସେଗୁଡ଼ିକ ତଳକୁ ଦବିଯାଇଥାଏ । ସେଗୁଡିକ ଏପରି ସାମଗ୍ରୀରେ ତିଆରି ହେବା ଆବଶ୍ୟକ ଯାହା ବିନା ଭାଙ୍ଗି ଅନେକ ମାତ୍ରାର ଚାପକୁ ସମ୍ଭାଳିପାରୁଥିବ ।
ନିର୍ମାଣରେ ଏହି ପ୍ରକାରସ୍ତମ୍ଭର ଏକ ଭିନ୍ନ ଚ୍ୟାଲେଞ୍ଜ ରହିଛି । ଯେହେତୁ ସେଗୁଡ଼ିକ ଲମ୍ବା ଏବଂ ପତଳା ହୋଇଥାଏ, ତେଣୁ ସେଗୁଡ଼ିକ ଉପରୀ ଓଜନ କିମ୍ବା ପାର୍ଶ୍ୱରୁ ପବନର ବଳରୁ ଗୋଟିଏ ପାର୍ଶ୍ୱକୁ ଢଳିଯିବାର ଆଶଙ୍କା ଅଧିକ ଥାଏ । କଲମ୍ କୁ ଅତ୍ୟଧିକ ବଙ୍କିବାରୁ ରୋକିବା ପାଇଁ ଇଞ୍ଜିନିୟରମାନେ ଏଥିପାଇଁ ଯୋଜନା କରିବା ଆବଶ୍ୟକ ।
ବର୍ଗାକାର ଏବଂ ଆୟତାକାର ସ୍ତମ୍ଭ ତିଆରି କରିବା ସବୁଠାରୁ ସହଜ ଅଟେ । ସେଗୁଡ଼ିକର ସରଳ ଆକୃତି ହେତୁ, ସେଗୁଡ଼ିକୁ ଆକାର ଦେଉଥିବା ଢାଞ୍ଚା ସ୍ଥାପନ କରିବା ସହଜ ହୋଇଥାଏ । ସେଗୁଡ଼ିକ ଦୃଢ଼ ହେବା ସହ ବିଭିନ୍ନ କିସମର କୋଠାରେ ଭଲ ଭାବରେ କାମ କରିଥାଏ ।
ସର୍କୁଲାର୍ ବା ଗୋଲାକାର ସ୍ତମ୍ଭଗୁଡିକ ଅତ୍ୟନ୍ତ ମାର୍ଜିତ ଦେଖାଯାଏ ଏବଂ ଷ୍ଟାଇଲ୍ ସହିତ ବିଲଡିଂ ଡିଜାଇନ ସହିତ ଖାପ ଖାଇଯାଇଥାଏ । ବାଙ୍କ ଥିବା ଢାଞ୍ଚା କିମ୍ବା ସାଜସଜ୍ଜାମୂଳକ ସ୍ପର୍ଶ ଯୋଡ଼ିବା ପାଇଁ ଏଗୁଡ଼ିକ ବିଶେଷ ଭାବରେ ଉପଯୋଗୀ ହୋଇଥାଏ । କିନ୍ତୁ ସେଗୁଡ଼ିକ ଯେ କେବଳ ଦେଖିବାକୁ ସୁନ୍ଦର ଲାଗେ ତାହା ନୁହେଁ, ବରଂ ସେଗୁଡ଼ିକ ସମାନ ଭାବେ ଓଜନକୁ ବଣ୍ଟନ କରିପାରିଥାଏ ଏବଂ ଯଥେଷ୍ଟ ପରିମାଣର ଭାର ମଧ୍ୟ ବହନ କରିବାରେ ସମର୍ଥ ହୋଇଥାଏ ।
କାନ୍ଥଗୁଡ଼ିକ ଏକାଠି ହେଉଥିବା କୋଣଗୁଡ଼ିକରେ ଏଲ୍ ଆକୃତିର କଲମ୍ ଗୁଡ଼ିକ ବଢ଼ିଆ ଖାପ ଖାଇଥାଏ । ଏହି କାନ୍ଥଗୁଡ଼ିକର ମିଳନସ୍ଥଳରେ ତାହା ସୁଦୃଢ଼ତା ଯୋଗାଇଥାଏ ଏବଂ ବର୍ଗାକାର ଏବଂ ଆୟତାକାର କଲମ୍ ଭଳି ସମାନ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ ।
ଭାର ବହନ କରିବାର ଗମ୍ଭୀର ସମର୍ଥନ ପାଇଁ ଟି-ଆକୃତିର କଲମ୍ ଗୁଡ଼ିକର ଶକ୍ତି ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୁଏ । ସେଗୁଡ଼ିକ ଦେଖିବାକୁ ଠିକ୍ ଇଂରାଜୀ ଅକ୍ଷର ‘T’ ଭଳି । ସେତୁ କିମ୍ବା ବଡ଼ ବିଲଡିଂ ଭଳି ଅତିରିକ୍ତ ସମର୍ଥନ ଜରୁରୀ ହୋଇଥିବା ବଡ଼ ଆକାରର ଭିତ୍ତିଭୂମି ପ୍ରକଳ୍ପରେ ପ୍ରାୟତଃ ଏଗୁଡ଼ିକୁ ବ୍ୟବହାର କରାଯାଇଥାଏ ।
ଇସ୍ପାତ ସ୍ତମ୍ଭଗୁଡିକ ଆଇ-ଆକୃତି, ଟି-ଆକୃତି ଏବଂ ଏପରିକି ଜେଡ୍-ଆକୃତି ସମେତ ବିବିଧ ଆକୃତିରେ ଆସିଥାଏ । ସେଗୁଡ଼ିକୁ ସେଗୁଡ଼ିକର ଶକ୍ତି ଏବଂ ପ୍ରକଳ୍ପ ସହ ଖାପ ଖାଇବାର ବୈଶିଷ୍ଟ ଆଧାରରେ ଚୟନ କରାଯାଇଥାଏ । ଇସ୍ପାତ ସ୍ତମ୍ଭ ଭାରୀ ଭାରକୁ ସମର୍ଥନ କରିପାରେ ଏବଂ ଉଚ୍ଚ ଅଟ୍ଟାଳିକା, ପୋଲ ଏବଂ ଅନ୍ୟାନ୍ୟ ବଡ଼ ଢାଞ୍ଚାରେ ଭଲ ଭାବରେ କାର୍ଯ୍ୟ କରିପାରେ ।
ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସମସ୍ତ କଲମ୍ ଇସ୍ପାତ କିମ୍ବା କଂକ୍ରିଟରେ ତିଆରି ହୋଇ ନ ଥାଏ । ଆପଣ ପଥର, ଇଟା କିମ୍ବା ବ୍ଲକରେ ନିର୍ମିତ ହୋଇଥିବା କଲମ୍ ଗୁଡ଼ିକୁ ଦେଖିବାକୁ ପାଇପାରନ୍ତି, ଯାହାକୁ ସେମାନଙ୍କର ପାରମ୍ପରିକ ରୂପ କିମ୍ବା ନିର୍ଦ୍ଦିଷ୍ଟ ଢାଞ୍ଚାଗତ ବୈଶିଷ୍ଟ୍ୟ ପାଇଁ ଚୟନ କରାଯାଇପାରେ । କାଠ କଲମ୍ ଏକ ଗ୍ରାମୀଣ ସୌନ୍ଦର୍ଯ୍ୟ ଯୋଡିଥାଏ ଏବଂ ଘର ଏବଂ ଛୋଟ ଛୋଟ ଢାଞ୍ଚାଗୁଡ଼ିରେ ଦେଖିବାକୁ ମିଳିଥାଏ । ବିଲଡିଂ କେମିତି ଦେଖାଯିବ ଏବଂ ଏହା କିପରି ବ୍ୟବହୃତ ହେବ ତାହା ଉପରେ ନିର୍ଭର କରି, କଲମ୍ ଗୁଡ଼ିକୁ ପାଇଁ ସର୍ବୋତ୍ତମ ସାମଗ୍ରୀ ବହୁତ ଭିନ୍ନ ହୋଇପାରେ ।
କଲମ୍ ଗୁଡିକ ନିର୍ମାଣର ଅତ୍ୟାବଶ୍ୟକ ଉପାଦାନ ଯାହା ସେମାନଙ୍କ ଉପରେ ଥିବା ଢାଞ୍ଚାର ଓଜନକୁ ସମର୍ଥନ କରେ । ସେଗୁଡ଼ିକ ବିଭିନ୍ନ ପ୍ରକାରରେ ଆସିଥାଏ, ପ୍ରତ୍ୟେକ ଭିନ୍ନ ଭିନ୍ନ ଦୃଶ୍ୟ ଏବଂ ଡିଜାଇନ୍ ଆବଶ୍ୟକତା ପାଇଁ ଉପଯୁକ୍ତ ହୋଇଥାଏ । କଲମ୍ ନିର୍ମାଣରେ ମୁଖ୍ୟ ବିଚାର ମଧ୍ୟରେ ଲୋଡ୍ ବଣ୍ଟନ, ସାମଗ୍ରୀ ଚୟନ, ଆକାର ଏବଂ ଆକୃତି, ସୁଦୃଢ଼ୀକରଣ, ଚାପଜନିତ ଆକୁଞ୍ଚନର ସମ୍ଭାବନା ଏବଂ ସୁଦୃଢ଼ତା ଏବଂ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ନିର୍ମାଣରେ ଉପଯୁକ୍ତ କୌଶଳର ପ୍ରୟୋଗ ଅନ୍ତର୍ଭୁକ୍ତ । କଂକ୍ରିଟ, ଇସ୍ପାତ ହେଉ କିମ୍ବା କାଠ, ଇଟା କିମ୍ବା ପଥର ଭଳି ପାରମ୍ପରିକ ସାମଗ୍ରୀରୁ ନିର୍ମିତ ହେଉ, କୋଠାକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭାବରେ ରଖିବା ପାଇଁ ସ୍ତମ୍ଭଗୁଡ଼ିକୁ ସତର୍କତାର ସହ ଡିଜାଇନ୍ ଏବଂ ନିର୍ମାଣ କରାଯିବା ଆବଶ୍ୟକ । କଲମ୍ ଗୁଡ଼ିକର ଡିଜାଇନ୍ ଏବଂ ନିର୍ମାଣରେ କରାଯାଇଥିବା ପସନ୍ଦ କୋଠାର ସୌନ୍ଦର୍ଯ୍ୟ ତଥା ଏହାର ଢାଞ୍ଚାଗତ ଅଖଣ୍ଡତା ଏବଂ ଦୀର୍ଘାୟୁକୁ ଗଭୀର ଭାବରେ ପ୍ରଭାବିତ କରିପାରେ ।
ଆକୃତି, କ୍ରସ୍-ସେକ୍ସନ୍ ଏବଂ ବ୍ୟବହୃତ ସାମଗ୍ରୀ ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ କଲମ୍ ଗୁଡ଼ିକୁ ଶ୍ରେଣୀଭୁକ୍ତ କରାଯାଏ । ସାଧାରଣ ବର୍ଗୀକରଣରେ ଆୟତାକାର କଲମ୍, ଗୋଲାକାର କଲମ୍ ଏବଂ ବହୁମୁଖୀ କଲମ୍ ଅନ୍ତର୍ଭୁକ୍ତ । ଏହାବ୍ୟତୀତ, କଲମ୍ ଗୁଡ଼ିକୁ ସେଗୁଡ଼ିକର ଲୋଡ୍ ବହନ କ୍ଷମତା ଆଧାରରେ କ୍ଷୁଦ୍ର କଲମ୍, ଲମ୍ବା କଲମ୍ କିମ୍ବା ପତଳା କଲମ୍ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ ।
ଏକ କଲମ୍ ର ଚାରିଟି ମୁଖ୍ୟ ଅଂଶ ହେଉଛି ଆଧାର ବା ଫୁଟିଙ୍ଗ୍, ଶାଫ୍ଟ ବା ବଡ଼ି, କ୍ୟାପିଟାଲ୍ ବା ହେଡ୍ ଏବଂ କଲମ୍ ର ଶୀର୍ଷାଂଶ ବା କୋପିଂ । ଆଦାର ସ୍ଥିରତା ପ୍ରଦାନ କରେ ଏବଂ ଲୋଡ୍ ବଣ୍ଟନ କରେ, ଶାଫ୍ଟ ଭୂଲମ୍ବ ଭାରକୁ ସମର୍ଥନ କରେ, କ୍ୟାପିଟାଲ ଶାଫ୍ଟ ଏବଂ ଲୋଡ୍ ବହନକାରୀ ଉପାଦାନ ମଧ୍ୟରେ ଏକ ଅବସ୍ଥାନ୍ତର ଭାବରେ କାର୍ଯ୍ୟ କରେ, ଏବଂ କୋପିଂ ସ୍ତମ୍ଭର ଶୀର୍ଷକୁ କ୍ଷତିରୁ ରକ୍ଷା କରେ।
ମୁଖ୍ୟ ସ୍ତମ୍ଭଗୁଡିକ ଏକ ଢାଞ୍ଚାରେ ପ୍ରାଥମିକ ଲୋଡ୍-ବହନ ସ୍ତମ୍ଭକୁ ବୁଝାଏ । ଏହି ସ୍ତମ୍ଭଗୁଡିକ ସାଧାରଣତଃ ଅଧିକାଂଶ ଭୂଲମ୍ବ ଭାରକୁ ସମର୍ଥନ କରନ୍ତି ଏବଂ କୋଠାର ଢାଞ୍ଚାଗତ ଅଖଣ୍ଡତା ଏବଂ ସ୍ଥିରତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।
ଟି-ଟାଇପ୍ କଲମ୍ ଟି-ଆକୃତିର କ୍ରସ୍-ସେକ୍ସନ୍ ଥିବା ଏକ ସ୍ତମ୍ଭକୁ ବୁଝାଏ । ଯେଉଁଠି କଲମ୍ କୁ ଭାରି ଭାର ସମର୍ଥନ କରିବାକୁ ହୁଏ କିମ୍ବା ବୃହଦ୍ ବକ୍ରତା ପ୍ରତିରୋଧ ଯୋଗାଇବା ଆବଶ୍ୟକ ହୋଇଥାଏ ସେଠାରେ ଏହି ପ୍ରକାର ସ୍ତମ୍ଭ ପ୍ରାୟତଃ ବ୍ୟବହୃତ ହୁଏ । ଟି ଆକୃତି ଅନ୍ୟ ସ୍ତମ୍ଭ ଆକୃତି ତୁଳନାରେ ଲୋଡ୍ ବହନ କ୍ଷମତା ବୃଦ୍ଧି କରିବାକୁ ଅନୁମତି ଦିଏ ।
ସବୁଠାରୁ ଶକ୍ତିଶାଳୀ ପ୍ରକାରର ସ୍ତମ୍ଭ ହେଉଛି ସେଗୁଡିକ ଯାହା ବକ୍ଲିଂ ବା ଆକୁଞ୍ଚନ କିମ୍ବା ବିଫଳତା ବିନା ଉଚ୍ଚ କମ୍ପ୍ରେସିଭ୍ ବଳକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଛି । ସାଧାରଣତଃ, ବୃହତ କ୍ରସ୍-ସେକ୍ସନାଲ ଅଞ୍ଚଳ ଏବଂ କମ୍ ଦୈର୍ଘ୍ୟ ବିଶିଷ୍ଟ ସ୍ତମ୍ଭଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ସୁଦୃଢ଼ କଂକ୍ରିଟ ସ୍ତମ୍ଭ ଏବଂ ଇସ୍ପାତ ସ୍ତମ୍ଭ ସାଧାରଣତଃ ନିର୍ମାଣରେ ବ୍ୟବହୃତ ହୁଏ ଏବଂ ସେଗୁଡ଼ିକ ନିଜର ଉଚ୍ଚ ଶକ୍ତି ଏବଂ ଲୋଡ୍ ବହନ କ୍ଷମତା ପାଇଁ ଜଣାଶୁଣା ।