ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



କଂକ୍ରିଟ୍ ଏମ୍୩୦ ଅନୁପାତର ଗଣନା ପାଇଁ ଏକ ଗାଇଡ୍

ଆପଣଙ୍କର ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଏମ୍୩୦ କଂକ୍ରିଟ୍ ଅନୁପାତକୁ ଗଣନା କରିବା ଲାଗି ସରଳ ପଦକ୍ଷେପଗୁଡ଼ିକୁ ଆବିଷ୍କାର କରନ୍ତୁ । ଏହି ସହଜ ଗାଇଡ୍ ଆପଣଙ୍କୁ ସିମେଣ୍ଟ, ବାଲି ଏବଂ ଏଗ୍ରିଗେଟ୍ ଗୁଡ଼ିକୁ ଫଳପ୍ରଦ ଭାବେ ମିଶ୍ରଣ କରିବା ପାଇଁ ଅତ୍ୟାବଶ୍ୟକ ଜ୍ଞାନ ଯୋଗାଇଥାଏ, ଯାହା ଏମ୍୩୦ ମିଶ୍ରଣ ଅନୁପାତ ସହ ଏକ ସ୍ଥାୟୀ ଏବଂ ସୁଦୃଢ଼ କଂକ୍ରିଟ୍ ସୁନିଶ୍ଚିତ କରିଥାଏ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ବାଞ୍ଛିତ ଶକ୍ତି ଏବଂ ସୁକରଣୀୟତାକୁ ସୁନିଶ୍ଚିତ କରିବା ପାଇଁ କଂକ୍ରିଟ୍ ଏମ୍୩୦ ଅନୁପାତ ମିଶ୍ରଣ ସାଧାରଣତଃ ୧:୧:୨ (୧ ଭାଗ ସିମେଣ୍ଟ, ୧ ଭାଗ ବାଲି ଏବଂ ୨ ଭାଗ ଏଗ୍ରିଗେଟ୍)ର ସୂତ୍ରକୁ ଅନୁସରଣ କରିଥାଏ ।

     

  • ସିମେଣ୍ଟ, ବାଲି ଏବଂ ଏଗ୍ରିଗେଟ୍ ର ଉପଯୁକ୍ତ ମିଶ୍ରଣ ଜରୁରୀ ଅଟେ ଯାହାଦ୍ୱାରା କଂକ୍ରିଟ୍ ଥରେ ସେଟ୍ ହେବା ପରେ ସମାନ ଶକ୍ତି ଏବଂ ସ୍ଥାୟୀତ୍ୱ ହାସଲ କରିଥାଏ ।

     

  • କଂକ୍ରିଟର ଶକ୍ତି ସହ ବୁଝାମଣା ନକରି ଇଚ୍ଛିତ ନିରନ୍ତରତା ହାସଲ କରିବା ପାଇଁ ଏମ୍‌୩୦ ମିଶ୍ରଣ ପ୍ରାୟ ୦.୪୫ରୁ ୦.୫୦ ପାଣି-ସିମେଣ୍ଟ ଅନୁପାତ ଆବଶ୍ୟକ କରେ ।

  •  

  • ଆପଣଙ୍କ କଂକ୍ରିଟର ଶକ୍ତି ଏବଂ ସ୍ଥାୟୀତ୍ୱ ସିମେଣ୍ଟ, ବାଲି ଏବଂ ବ୍ୟବହୃତ ଏଗ୍ରିଗେଟ୍ ଗୁଡ଼ିକର ଗୁଣବତ୍ତା ଉପରେ ନିର୍ଭର କରେ ।



ଏମ୍୩୦ କଂକ୍ରିଟ୍ ଅନୁପାତର ଗଣନା କେମିତି କରିବେ?

ଏମ୍୩୦ କଂକ୍ରିଟ ଅନୁପାତ ଗଣନାରେ ନିର୍ମାଣ ପାଇଁ ଆବଶ୍ୟକ ଶକ୍ତି ଏବଂ ସ୍ଥାୟୀତ୍ୱ ହାସଲ କରିବା ହେତୁ ସିମେଣ୍ଟ, ବାଲି ଏବଂ ଖଦଡ଼ ଏଗ୍ରିଗେଟ୍ ପରି ସାମଗ୍ରୀଗୁଡ଼ିକର ଅନୁପାତ ନିର୍ଦ୍ଧାରଣ କରିବା ଅନ୍ତର୍ଭୁକ୍ତ ହୋଇଥାଏ । ଏମ୍୩୦ କଂକ୍ରିଟ ଅନୁପାତ କଂକ୍ରିଟର ଗ୍ରେଡ୍ କୁ ସୂଚିତ କରେ, ଯାହା ଏହାର କମ୍ପ୍ରେସିଭ୍ ଶକ୍ତିକୁ ସୂଚାଇଥାଏ । ଅନୁପାତ ଗଣନା କରିବା ପାଇଁ, ଆପଣ ପ୍ରଥମେ ନିର୍ମାଣର ପ୍ରକାର ଏବଂ ଆବଶ୍ୟକ ଶକ୍ତି ଆଧାରରେ ମିଶ୍ରଣ ଅନୁପାତକୁ ଚିହ୍ନଟ କରନ୍ତୁ । ଏମ୍‌୩୦ ପାଇଁ ସାଧାରଣତଃ ୧ ଭାଗ ସିମେଣ୍ଟ, ୧.୫ ଭାଗ ବାଲି ଏବଂ ୩ ଭାଗ ଖଦଡ଼ ଏଗ୍ରିଗେଟ୍ ବ୍ୟବହାର କରାଯାଏ । ଏହି ଅନୁପାତ ସୁନିଶ୍ଚିତ କରେ ଯେ କଂକ୍ରିଟ କାର୍ଯ୍ୟକ୍ଷମ ହେବା ସଙ୍ଗେ ସଙ୍ଗେ ଶକ୍ତି ଆବଶ୍ୟକତା ପୂରଣ କରିବ । ଆର୍ଦ୍ରତା ପରିମାଣ ଏବଂ ପଦାର୍ଥର ଗୁଣବତ୍ତା ଭଳି କାରକକୁ ଆଧାର କରି ସେଥିରେ ଆଡଜଷ୍ଟମେଣ୍ଟ କରାଯାଇପାରେ ।

 

 


ଏମ୍୩୦ କଂକ୍ରିଟ୍ ମିଶ୍ରଣ ଅନୁପାତ ସାରଣୀ:

 

ସାମଗ୍ରୀ

ପରିମାଣ ଅଂଶରେ

ସିମେଣ୍ଟ

 1

ବାଲି

 1.5

ଖଦଡ଼ ଏଗ୍ରିଗେଟ୍

 3


କଂକ୍ରିଟ୍ ଏମ୍୩୦ ଅନୁପାତ ମିଶ୍ରଣ ପ୍ରସ୍ତୁତ କରିବାର ସୋପାନ



୧. ମିଶ୍ରଣ ଅନୁପାତ ପାଇଁ ଲକ୍ଷ୍ୟିତ ଶକ୍ତି ନିର୍ଦ୍ଧାରଣ କରନ୍ତୁ

ଆରମ୍ଭ କରିବାକୁ, ଆପଣଙ୍କ ନିର୍ଦ୍ଦିଷ୍ଟ ନିର୍ମାଣ ଆବଶ୍ୟକତା ପାଇଁ ଆବଶ୍ୟକ ଲକ୍ଷ୍ୟିତ ଶକ୍ତି ନିର୍ଦ୍ଧାରଣ କରନ୍ତୁ । ଏମ୍୩୦ କଂକ୍ରିଟ୍ ପାଇଁ, ଏହି ଲକ୍ଷ୍ୟ ସାଧାରଣତଃ ୩୦ ଏମପିଏ (ମେଗାପାସ୍କାଲ୍) ଶକ୍ତିକୁ ସହ୍ୟ କରିବା ପାଇଁ ସ୍ଥିର କରାଯାଇଥାଏ । ଏହି ଶକ୍ତି ଢାଞ୍ଚାର ସ୍ଥାୟୀତ୍ୱ ଏବଂ ଭାର ବହନ କ୍ଷମତାକୁ ସୁନିଶ୍ଚିତ କରେ । ଇଚ୍ଛିତ ଏମ୍୩୦ ଅନୁପାତ ହାସଲ କରିବା ପାଇଁ ଏହି ପ୍ରଥମ ପଦକ୍ଷେପକୁ ଠିକ୍ ଭାବେ ସମ୍ପନ୍ନ କରାଯିବା ଜରୁରୀ ଅଟେ ।

 

୨. ପାଣି-ସିମେଣ୍ଟ ଅନୁପାତକୁ ବଜାୟ ରଖନ୍ତୁ

କଂକ୍ରିଟ ମିଶ୍ରଣ ପାଇଁ ଉପଯୁକ୍ତ ଜଳ-ସିମେଣ୍ଟ ଅନୁପାତ ରଖିବା ଜରୁରୀ ଅଟେ । ଏହି ଅନୁପାତ କଂକ୍ରିଟର ଶକ୍ତି, କାର୍ଯ୍ୟଦକ୍ଷତା ଏବଂ ସ୍ଥାୟୀତ୍ୱକୁ ପ୍ରଭାବିତ କରେ । କଂକ୍ରିଟ ଏମ୍୩୦ ପାଇଁ ସାଧାରଣତଃ ଜଳ-ସିମେଣ୍ଟ ଅନୁପାତ ୦.୪୦ରୁ ୦.୫୦ ମଧ୍ୟରେ ହୋଇଥାଏ । ଏହି ସନ୍ତୁଳନ ଚୂଡ଼ାନ୍ତ କଂକ୍ରିଟ୍ ଉତ୍ପାଦରେ ସଠିକ୍ ସ୍ଥିରତା ଏବଂ ଶକ୍ତି ହାସଲ କରିବାରେ ସାହାଯ୍ୟ କରେ ।

 

୩. ଜଳ ଆବଶ୍ୟକତା ଆକଳନ କରନ୍ତୁ

ଜଳ ଆବଶ୍ୟକତା ଜଳ-ସିମେଣ୍ଟ ଅନୁପାତ ଏବଂ ସିମେଣ୍ଟର ଓଜନ ଦ୍ୱାରା ପ୍ରଭାବିତ ହୁଏ । ଏମ୍୩୦ କଂକ୍ରିଟ ପାଇଁ, ଯଦି ଆପଣ ୦.୪୫ ର ଜଳ-ସିମେଣ୍ଟ ଅନୁପାତ ଏବଂ ୪୦୦ କିଲୋଗ୍ରାମ ସିମେଣ୍ଟ ବ୍ୟବହାର କରୁଛନ୍ତି, ତେବେ ଆପଣ ୦.୪୫ × ୪୦୦ = ୧୮୦ ଲିଟର ପରିମାଣର ଜଳ ଆବଶ୍ୟକ କରିବେ । ସଠିକ ସ୍ଥିରତା ହାସଲ କରିବା ଏବଂ ଏମ୍୩୦ ମିଶ୍ରଣ ଅନୁପାତ ବଜାୟ ରଖିବା ପାଇଁ ସଠିକ୍ ଜଳ ମାପ ଅତ୍ୟନ୍ତ ଜରୁରୀ ହୋଇଥାଏ ।

 

୪. ସିମେଣ୍ଟ ସାମଗ୍ରୀର ଗଣନା

ମୋଟ ଓଜନ ଏବଂ ଇଚ୍ଛିତ ଶକ୍ତି ଉପରେ ଆଧାର କରି ଆବଶ୍ୟକ ସିମେଣ୍ଟର ପରିମାଣ ଗଣନା କରନ୍ତୁ । ଜଳ-ସିମେଣ୍ଟ ଅନୁପାତ ଏବଂ କଂକ୍ରିଟ ବ୍ୟବହାର ହେବାକୁ ଥିବା ପରିବେଶ ପରିସ୍ଥିତି ଆଧାରରେ ଆପଣଙ୍କୁ ସିମେଣ୍ଟର ପରିମାଣ ଆଡଜଷ୍ଟ କରିବାକୁ ପଡ଼ିବ । ଏମ୍‌୩୦ ସିମେଣ୍ଟ ଅନୁପାତର ଫାଉଣ୍ଡେସନ୍ ସ୍ଥାପନ ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ।

 

୫. ଏଗ୍ରିଗେଟ୍ (ବାଲି, ଗୋଡ଼ି ଆଦି)ର ଆବଶ୍ୟକତାକୁ ଆକଳନ କରନ୍ତୁ

ଏମ୍୩୦ କଂକ୍ରିଟ ମିଶ୍ରଣ ଅନୁପାତ ବଜାୟ ରଖିବା ପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ ଅନୁପାତ ସହିତ ମେଳ ଖାଇବା ପାଇଁ ଏଗ୍ରିଗେଟ୍ (ବାଲି ଏବଂ ଗୋଡ଼ି)କୁ ମାପ କରାଯାଏ । ଏହି ଅନୁପାତ ସାଧାରଣତଃ ୧:୧.୫:୩ ଢାଞ୍ଚା ଅନୁସରଣ କରେ — ୧ ଭାଗ ସିମେଣ୍ଟ, ୧.୫ ଭାଗ ବାଲି ଏବଂ ୩ ଭାଗ ଗୋଡ଼ି । ଏହି ଅନୁପାତ ନିଶ୍ଚିତ କରେ ଯେ ମିଶ୍ରଣର ପର୍ଯ୍ୟାପ୍ତ ଗଠନ ଏବଂ ପରିମାଣ ଅଛି, ଯାହା କଂକ୍ରିଟ ଏବଂ ସ୍ଥାୟୀତ୍ୱର କମ୍ପ୍ରେସିଭ୍ ଶକ୍ତିକୁ ବଢ଼ାଇଥାଏ ।

 

୬. ପରୀକ୍ଷାମୂଳକ ମିଶ୍ରଣ ସଞ୍ଚାଳନ କରନ୍ତୁ

ଶେଷରେ, କଂକ୍ରିଟ୍ ଏମ୍୩୦ ଅନୁପାତ ପରୀକ୍ଷା କରିବା ପାଇଁ ପରୀକ୍ଷଣ ମିଶ୍ରଣ କରାଯିବା ଉଚିତ । ପରୀକ୍ଷଣ ମିଶ୍ରଣ ଚୂଡ଼ାନ୍ତ ମିଶ୍ରଣ ପୂର୍ବରୁ ଜଳ, ସିମେଣ୍ଟ କିମ୍ବା ସମୁଦାୟରେ ଆବଶ୍ୟକ କୌଣସି ପରିବର୍ତ୍ତନ କରାଯିବା ଆବଶ୍ୟକ କି ନୁହେଁ ତାହା ଚିହ୍ନଟ କରିବାରେ ସାହାଯ୍ୟ କରେ । ପ୍ରଭାବଶାଳୀ ପରୀକ୍ଷଣ ମିଶ୍ରଣ ସମୟ ଏବଂ ସମ୍ବଳ ସଞ୍ଚୟ କରିପାରେ, ନିଶ୍ଚିତ କରେ ଯେ ମିଶ୍ରଣ ଆବଶ୍ୟକ ନିର୍ଦ୍ଦିଷ୍ଟତା ପୂରଣ କରୁଛି । କଂକ୍ରିଟ ମିଶ୍ରଣର ସବିଶେଷ ସୋପାନ ଓ ବ୍ୟାବହାରିକ ଜ୍ଞାନ ପାଇଁ ଏହି ଲିଙ୍କ୍ ଅନୁସରଣ କରନ୍ତୁ ।


ଏମ୍୩୦ ଗ୍ରେଡ୍ କଂକ୍ରିଟ୍ କେଉଁଠାରେ ବ୍ୟବହୃତ ହୋଇଥାଏ



୧. ଫାଉଣ୍ଡେସନ୍

ଭିତ୍ତିଭୂମି ବା ଫାଉଣ୍ଡେସନ୍ ନିର୍ମାଣ ପାଇଁ ଏମ୍୩୦ ଗ୍ରେଡ୍ କଂକ୍ରିଟ୍ ଆଦର୍ଶ ହୋଇଥାଏ । ଏହାର ୩୦ ଏମପିଏ ର ଶକ୍ତି ସୁନିଶ୍ଚିତ କରେ ଯେ, ଏହା ଯଥେଷ୍ଟ ଭାରକୁ ସମର୍ଥନ କରିପାରିବ, ଯାହା ଏହାକୁ ଆବାସିକ କୋଠା, ଉଚ୍ଚ ଅଟ୍ଟାଳିକ ଏବଂ ମଜବୁତ ଆଧାର ଆବଶ୍ୟକ କରୁତିବା ଅନ୍ୟାନ୍ୟ ଢାଞ୍ଚା ପାଇଁ ଉପଯୁକ୍ତ କରିଥାଏ । ଏହି କଂକ୍ରିଟ ମିଶ୍ରଣ ପରିବେଶ ଚାପ ଏବଂ ଭୂ-ଚଳନକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ସ୍ଥାୟୀତ୍ୱ ପ୍ରଦାନ କରିଥାଏ ।

 

୨. ସ୍ଲାବ୍

ଏମ୍୩୦ କଂକ୍ରିଟର ମଜବୁତତା ହେତୁ ତାହାକୁ ସ୍ଲାବ୍ ନିର୍ମାଣ ପାଇଁ ଅଧିକ ସୁପାରିସ କରାଯାଏ । ଏହା ଫ୍ଲୋରିଂ ଏବଂ ଛାତ ସ୍ଲାବ୍ ପାଇଁ ଉପଯୁକ୍ତ ଯାହା ଅଧିକ ଲୋଡ୍ ବହନ କ୍ଷମତା ଆବଶ୍ୟକ କରେ । ଆଧୁନିକ ନିର୍ମାଣରେ ଅତ୍ୟାବଶ୍ୟକ ଫ୍ଲାଟ୍ ସ୍ଲାବ୍ ଏବଂ ରିବଡ୍ ସ୍ଲାବ୍ ସମେତ ଏମ୍୩୦ କଂକ୍ରିଟ୍ ର ଶକ୍ତିରୁ ଉପକୃତ ହୋଇପାରୁଥିବା ବିଭିନ୍ନ ପ୍ରକାର ସ୍ଲାବ୍ ଗୁଡ଼ିକର ଅନୁସନ୍ଧାନ କରନ୍ତୁ ।

 

୩. ବିମ୍

ବିମ୍ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ ଉପାଦାନ ହୋଇଥାଏ ଯାହା ସ୍ଲାବ୍ ରୁ ସ୍ତମ୍ଭ ଏବଂ ଫାଉଣ୍ଡେସନକୁ ଭାର ବହନ କରେ । ବିମ୍ ପାଇଁ ଏମ୍୩୦ ଗ୍ରେଡ୍ କଂକ୍ରିଟ୍ ବ୍ୟବହାର କରିବା ସୁନିଶ୍ଚିତ କରେ ଯେ ଢାଞ୍ଚାର ଅଖଣ୍ଡତା ସହ ବୁଝାମଣା ନ କରି ଏହି ଭାରଗୁଡିକ ପରିଚାଳନା କରିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଶକ୍ତି ଏବଂ କଠୋରତା ଅଛି । ଏମ୍୩୦ ମିଶ୍ରଣ ଅନୁପାତ ଏକ ସନ୍ତୁଳିତ ସଂରଚନା ପ୍ରଦାନ କରେ ଯାହା ବିମ୍ ର ସ୍ଥାୟୀତ୍ୱ ଏବଂ ଦୀର୍ଘାୟୁକୁ ବଢ଼ାଇଥାଏ ।

 

୪. କଲମ୍

ବିମ୍ ଭଳି କଲମ୍ ଗୁଡ଼ିକ ଏମ୍୩୦ ଗ୍ରେଡ୍ କଂକ୍ରିଟ୍ ରୁ ଯଥେଷ୍ଟ ଲାଭବାନ ହୁଅନ୍ତି । ସେଗୁଡ଼ିକ ଏକ କୋଠାର ଭୂଲମ୍ବ ଭାରକୁ ସମର୍ଥନ କରିଥାଏ ଏବଂ ଢାଞ୍ଚାଗତ ସ୍ଥିରତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏମ୍୩୦ କଂକ୍ରିଟ୍ ର ଶକ୍ତି ଏପରି କଲମ୍ ଡିଜାଇନ୍ କରିବାରେ ସାହାଯ୍ୟ କରେ ଯାହା ଉଭୟ କମ୍ପ୍ରେସନ ଲୋଡ୍ ପରିଚାଳନାରେ ଦକ୍ଷ ଏବଂ ପରିବେଶଗତ କାରଣ ପ୍ରତି ପ୍ରତିରୋଧୀ ହେବା ସହ ନିର୍ମାଣର ନିରାପତ୍ତା ଏବଂ ସ୍ଥିରତା ସୁନିଶ୍ଚିତ କରିଥାଏ ।

 

 

ଏମ୍୩୦ ଅନୁପାତ କଂକ୍ରିଟକୁ ପ୍ରଭାବିତ କରୁଥିବା କାରକଗୁଡ଼ିକ କ'ଣ?

ଅନେକ କାରଣ ଏମ୍୩୦ ଅନୁପାତ କଂକ୍ରିଟର ଗୁଣବତ୍ତା ଏବଂ ବୈଶିଷ୍ଟ୍ୟକୁ ପ୍ରଭାବିତ କରିପାରେ । ଏଗୁଡ଼ିକୁ ବୁଝିବା ଏହା ସୁନିଶ୍ଚିତ କରିବାରେ ସହାୟକ ହୋଇପାରେ ଯେ, ମିଶ୍ରଣ ଏହାର ଉଦ୍ଦିଷ୍ଟ ଶକ୍ତି ଏବଂ ସ୍ଥାୟୀତ୍ୱ ହାସଲ କରିବ:

 

୧. ପାଣି-ସିମେଣ୍ଟ ଅନୁପାତ:

କଂକ୍ରିଟର ଶକ୍ତି ଏବଂ କାର୍ଯ୍ୟକ୍ଷମତା ନିର୍ଦ୍ଧାରଣ କରିବାରେ ପାଣି-ସିମେଣ୍ଟର ଅନୁପାତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅତ୍ୟଧିକ ପାଣି କଂକ୍ରିଟକୁ ଦୁର୍ବଳ କରିପାରେ, କିନ୍ତୁ ବହୁତ କମ୍ ଏହାକୁ ଅଣ-କାର୍ଯ୍ୟକ୍ଷମ କରିଦେଇପାରେ । ସଠିକ୍ ସନ୍ତୁଳନ ହାସଲ କରିବା ପାଇଁ ଏମ୍୩୦ କଂକ୍ରିଟ୍ ପାଇଁ ପାଣି-ସିମେଣ୍ଟ ଅନୁପାତ ୦.୪୦ରୁ ୦.୫୦ ମଧ୍ୟରେ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ ।

 

୨. କଞ୍ଚା ସାମଗ୍ରୀର ଗୁଣବତ୍ତା:

ସିମେଣ୍ଟ, ବାଲି ଏବଂ ଏଗ୍ରିଗେଟ୍ (ବାଲି, ଗୋଡ଼ି ଆଦି) ଗୁଣବତ୍ତା ସିଧାସଳଖ କଂକ୍ରିଟର ଚୂଡ଼ାନ୍ତ ଶକ୍ତି ଏବଂ ସ୍ଥାୟୀତ୍ୱକୁ ପ୍ରଭାବିତ କରିଥାଏ । ଉଚ୍ଚ ଗୁଣବତ୍ତା ଯୁକ୍ତ ସାମଗ୍ରୀ ଏକ ନିରନ୍ତର ଏବଂ ଭରସାଯୋଗ୍ୟ ଏମ୍୩୦ ମିଶ୍ରଣ ଅନୁପାତ ହାସଲ କରିବାରେ ସାହାଯ୍ୟ କରେ, ଯାହା ସୁନିଶ୍ଚିତ କରେ ଯେ କଂକ୍ରିଟ ଆଶାନୁରୂପ ଭାବେ କାର୍ଯ୍ୟ ପ୍ରଦର୍ଶନ କରିବ ।

 

୩. ମିଶ୍ରଣର କୌଶଳ

ପ୍ରତ୍ୟେକ ଉପାଦାନକୁ ସମାନ ଭାବରେ ବଣ୍ଟନ କରିବା ପାଇଁ କଂକ୍ରିଟ ଉପାଦାନର ଉପଯୁକ୍ତ ମିଶ୍ରଣ ଜରୁରୀ ଅଟେ । ଖରାପ ମିଶ୍ରଣ କଂକ୍ରିଟରେ ଠାଏ ଠାଏ ଦୁର୍ବଳତା ସୃଷ୍ଟି ହୋଇପାରେ, ଯାହା ଏମ୍୩୦ କଂକ୍ରିଟର ସାମଗ୍ରିକ ଶକ୍ତି ଏବଂ ସ୍ଥାୟୀତ୍ୱକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ ।

 

୪. କିଓରିଂ ପରିସ୍ଥିତି

ଶକ୍ତି ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ କଂକ୍ରିଟରେ ପର୍ଯ୍ୟାପ୍ତ ଆର୍ଦ୍ରତା ଏବଂ ତାପମାତ୍ରା ବଜାୟ ରଖିବାର ପ୍ରକ୍ରିୟାକୁ ‘କିଓରିଂ’ କୁହାଯାଇଥାଏ । ପ୍ରଭାବଶାଳୀ କିଓରିଂ ଏମ୍୩୦ କଂକ୍ରିଟକୁ ଏହାର ସର୍ବୋଚ୍ଚ ଶକ୍ତି ଏବଂ ସ୍ଥାୟୀତ୍ୱରେ ପହଞ୍ଚିବାରେ ସାହାଯ୍ୟ କରିଥାଏ । ପର୍ଯ୍ୟାପ୍ତ କିଓରିଂ କରା ନ ଗଲେ ଦୁର୍ବଳ, କମ୍ ସ୍ଥାୟୀ କଂକ୍ରିଟ୍ ସୃଷ୍ଟି ହୋଇପାରେ ।

 

୫. ପରିବେଶୀୟ ପରିସ୍ଥିତି

ତାପମାତ୍ରା ଏବଂ ଆର୍ଦ୍ରତା ପରି ପରିବେଶଗତ କାରଣ କଂକ୍ରିଟ୍ ର ସେଟିଂ ଏବଂ କିଓରିଂରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅତ୍ୟଧିକ ତାପମାତ୍ରା ସେଟିଂ ସମୟକୁ ତ୍ୱରାନ୍ୱିତ କରିପାରେ କିମ୍ବା ହ୍ରାସ କରିପାରେ, ଯାହା ଏମ୍୩୦ କଂକ୍ରିଟର ଶକ୍ତି ବିକାଶକୁ ପ୍ରଭାବିତ କରିଥାଏ ।

 

୬. ରାସାୟନିକ ଆଡିଟିଭ୍

ଆଡିଟିଭ୍ ର ବ୍ୟବହାର କଂକ୍ରିଟର ଗୁଣକୁ ପରିବର୍ତ୍ତନ କରିପାରେ, ଯେପରିକି ଏହାର କାର୍ଯ୍ୟକ୍ଷମତା ବୃଦ୍ଧି କରିବା କିମ୍ବା ଏହାର ସେଟିଂ ସମୟକୁ ତ୍ୱରାନ୍ୱିତ କରିବା । ଏମ୍୩୦ କଂକ୍ରିଟର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଏହି ଆଡିଟିଭ୍ ଗୁଡ଼ିକର ଉପଯୁକ୍ତ ଚୟନ ଏବଂ ଅନୁପାତ ଅପରିହାର୍ଯ୍ୟ ଅଟେ ।



ସଂକ୍ଷିପ୍ତରେ, ବିଭିନ୍ନ ଢାଞ୍ଚାଗତ ପ୍ରୟୋଗ ପାଇଁ ଉପଯୁକ୍ତ ଶକ୍ତିଶାଳୀ ଏବଂ ସ୍ଥାୟୀ କଂକ୍ରିଟ ହାସଲ କରିବା ପାଇଁ ଏମ୍୩୦ କଂକ୍ରିଟ ମିଶ୍ରଣ ଅନୁପାତକୁ କିପରି ଗଣନା ଏବଂ ପ୍ରସ୍ତୁତ କରାଯିବ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ । ଜଳ-ସିମେଣ୍ଟ ଅନୁପାତ, ସାମଗ୍ରୀର ଗୁଣବତ୍ତା, ମିଶ୍ରଣ କୌଶଳ, କିଓରିଂ ପରିସ୍ଥିତି, ପରିବେଶ ପ୍ରଭାବ ଏବଂ ରାସାୟନିକ ଆଡିଟିଭ୍ ଭଳି କାରକଗୁଡ଼ିକୁ ବିଚାର କରି, ଆପଣ ସୁନିଶ୍ଚିତ କରିପାରିବେ ଯେ ଆପଣଙ୍କ ଏମ୍୩୦ କଂକ୍ରିଟ ମିଶ୍ରଣ ଆବଶ୍ୟକ ନିର୍ଦ୍ଦିଷ୍ଟତା ପୂରଣ କରୁଛି କି ନାହିଁ । ଏହି ମାର୍ଗଦର୍ଶିକା ଆପଣଙ୍କୁ ଏମ୍୩୦ ଅନୁପାତ କଂକ୍ରିଟ୍ ପ୍ରସ୍ତୁତି ଏବଂ ପ୍ରୟୋଗ ବିଷୟରେ ଏକ ସ୍ପଷ୍ଟ ଏବଂ ସରଳ ବ୍ୟାଖ୍ୟା ପ୍ରଦାନ କରିଛି, ଯାହା ନିର୍ମାଣ କ୍ଷେତ୍ରରେ ନୂଆ ନୂଆ ପାଦ ଥାପିଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଉପାଦେୟ ସାବ୍ୟସ୍ତ ହେବ ।




ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |



ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....