ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନିର୍ମାଣରେ ପଏଣ୍ଟିଂ କ'ଣ ? ଏହାର ପ୍ରକାର, ଫାଇଦା ଏବଂ ଉଦ୍ଦେଶ୍ୟ

ନିର୍ମାଣରେ ବିଭିନ୍ନ ପ୍ରକାରର ପଏଣ୍ଟିଂ ଅନୁସନ୍ଧାନ କରନ୍ତୁ ଏବଂ ଇଟା ଏବଂ ପଥର ମିସ୍ତ୍ରୀ କାମର ଶକ୍ତି, ସ୍ଥାୟିତ୍ୱ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସେଗୁଡିକ କିପରି ବ୍ୟବହୃତ ହୁଏ ତାହା ଜାଣନ୍ତୁ ।

Share:


ଯେତେବେଳେ ଇଟା କିମ୍ବା ପଥରରେ ନିର୍ମାଣ କାର୍ଯ୍ୟ କଥା ଆସେ, ଏହା କେବଳ ମଜବୁତ ମୂଳଦୁଆ କିମ୍ବା ସାମଗ୍ରୀର ସଠିକ ବ୍ୟବସ୍ଥା ବିଷୟରେ ହୋଇନଥାଏ। ବିଶେଷ ଭାବରେ ଧ୍ୟାନ ଦେବାର ବିଷୟ ହେଉଛି ଏକ ସାଧାରଣ ନିର୍ମାଣ ପ୍ରକଳ୍ପଠାରୁ ଏକ ଦୃଶ୍ୟମାନ ମାଷ୍ଟରପିସ୍ ଅଲଗା ହୋଇଥାଏ । ଏପରି ଏକ ବିଶେଷ କାର୍ଯ୍ୟ ଉଭୟ ଢାଞ୍ଚାଗତ ଅଖଣ୍ଡତା ଏବଂ ମିସ୍ତ୍ରୀର ସାମଗ୍ରିକ ସୌନ୍ଦର୍ଯ୍ୟପୂର୍ଣ୍ଣ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ତାହା ହିଁ ହେଉଛି ପଏଣ୍ଟିଂ।



ନିର୍ମାଣରେ ପଏଣ୍ଟିଂ କ'ଣ ?



ସରଳ ଶବ୍ଦରେ କହିବାକୁ ଗଲେ ଇଟା କିମ୍ବା ପଥର ମଧ୍ୟରେ ଥିବା ଖାଲି ସ୍ଥାନକୁ ମସଲା କିମ୍ବା ଅନ୍ୟାନ୍ୟ ଉପଯୁକ୍ତ ସାମଗ୍ରୀରେ ଭରିବାର କଳାକୁ ପଏଣ୍ଟିଂ କୁହାଯାଏ । ଯଦିଓ ଏହା ଏକ ସାଧାରଣ କାର୍ଯ୍ୟ ପରି ମନେ ହୁଏ, କିନ୍ତୁ ସଠିକ ପଏଣ୍ଟିଂ ଏକ ସାଧାରଣ କାନ୍ଥକୁ ଏକ କଳାକୃତିରେ ପରିଣତ କରିପାରେ । କିନ୍ତୁ ପଏଣ୍ଟିଂ ମାନେ କେବଳ ଆକୃତି ବଦଳାଇବା ନୁହେଁ; ଏହା ଅନେକ ଉଦ୍ଦେଶ୍ୟ ପୂରଣ କରେ ଏବଂ ଅନେକ ସୁବିଧା ପ୍ରଦାନ କରେ ଯାହା ଏକ ନିର୍ମାଣ ପ୍ରକଳ୍ପର ଆୟୁ ଏବଂ କାର୍ଯ୍ୟକାରିତାରେ ଯୋଗଦାନ କରେ।

 

ଏହି ବ୍ଲଗ୍ ପୋଷ୍ଟରେ, ଆମେ ନିର୍ମାଣରେ ପଏଣ୍ଟିଂ ର ଗଭୀର ଅନୁଧ୍ୟାନ କରିବୁ । ଆମେ ଏହାର ଅର୍ଥ ବିଭିନ୍ନ ପ୍ରକାରର ପଏଣ୍ଟିଂ, ଏହାର ଫାଇଦା ଏବଂ ଏହି କାର୍ଯ୍ୟର ଉଦ୍ଦେଶ୍ୟ ବିଷୟରେ ଅନୁସନ୍ଧାନ କରିବୁ । ତେଣୁ, ରାଜମିସ୍ତ୍ରୀ କାମର ସବିଶେଷ ଜାଣିବାକୁ ଚାହୁଁଥିବା ଆପଣ ନିର୍ମାଣ କାର୍ଯ୍ୟର ଜଣେ ଉତ୍ସାହୀ ହୁଅନ୍ତୁ, ଘର ମାଲିକ ହୁଅନ୍ତୁ କିମ୍ବା କେବଳ ପଏଣ୍ଟିଂ କରିବାର କଳା ବିଷୟରେ ଜାଣିବାକୁ ଆଗ୍ରହୀ ହୁଅନ୍ତୁ, ଏହି ବ୍ଲଗ୍ ଆପଣଙ୍କୁ ଏହି ନିର୍ମାଣ କୌଶଳର ମହତ୍ତ୍ୱକୁ ଜାଣିବା ପାଇଁ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ।

 

ପଏଣ୍ଟିଂର ପ୍ରକାର



ନିର୍ମାଣରେ ପଏଣ୍ଟିଂର ଅନେକ କୌଶଳ ଅନ୍ତର୍ଭୁକ୍ତ, ପ୍ରତ୍ୟେକ ନିଜର ସ୍ୱତନ୍ତ୍ର ଦୃଶ୍ୟ ଆକର୍ଷଣ ଏବଂ କାର୍ଯ୍ୟକାରିତା ଲାଭ ପ୍ରଦାନ କରେ । ଆସନ୍ତୁ କେତେକ ପ୍ରମୁଖ ପ୍ରକାରର ପଏଣ୍ଟିଂ ବିଷୟରେ ଜାଣିବା ଯାହାକୁ ରାଜମିସ୍ତ୍ରୀମାନେ କରନ୍ତି।

 

  • 1) ଫ୍ଲସ୍ ପଏଣ୍ଟିଂ

  • ଫ୍ଲସ୍ ପଏଣ୍ଟିଂ ହେଉଛି ରାଜମିସ୍ତ୍ରୀ କାମରେ ବହୁଳ ଭାବରେ ବ୍ୟବହୃତ ଏବଂ ସ୍ଥାୟୀ ପ୍ରକାରର ପଏଣ୍ଟିଂ। ଏହି କୌଶଳରେ, ରେକ୍ ହୋଇଥିବା ମୋର୍ଟାର ଜଏଣ୍ଟଗୁଡ଼ିକରେ ସାବଧାନତାର ସହ ମସଲା ଭର୍ତ୍ତି କରାଯାଏ ଏବଂ ଅତିରିକ୍ତ ମସଲାକୁ କାଢ଼ି ଦିଆଯାଏ, ଯାହାଫଳରେ ମସୃଣ ଏବଂ ନିରବଚ୍ଛିନ୍ନ ଫିନିଶ୍ ହୁଏ । ମସଲା ଜଏଣ୍ଟ ଇଟା କିମ୍ବା ପଥରର ମୁହଁରେ ଦିଆଯାଇ ଏକ ସୁଦୃଶ୍ୟ ରୂପ ସୃଷ୍ଟି କରିଥାଏ । ଧୂଳି କିମ୍ବା ପାଣି ଜମା କରିପାରୁଥିବା ସ୍ଥାନଗୁଡ଼ିକୁ ଦୂର କରିବା ଦ୍ୱାରା ଫ୍ଲସ୍ ପଏଣ୍ଟିଂ ନିର୍ମାଣର ଦୀର୍ଘାୟୁ ଏବଂ ସ୍ୱଚ୍ଛତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
 
  • 2) ରିସେସଡ୍ ପଏଣ୍ଟିଂ

  • ରିସେସଡ୍ ପଏଣ୍ଟିଂ ଆଖିକୁ ଆକର୍ଷଣୀୟ ଦେଖାଯାଉଥିବା ଏକ ପ୍ରକାରର ପଏଣ୍ଟିଂ ଯେଉଁଥିରେ ଉପଯୁକ୍ତ ଉପକରଣ ବ୍ୟବହାର କରି ରେକ୍ ହୋଇଥିବା ମୋର୍ଟାର ଜଏଣ୍ଟଗୁଡ଼ିକୁ ମସଲାରେ ଭର୍ତ୍ତି କରିବା ଏବଂ କାନ୍ଥ ପୃଷ୍ଠଭାଗ ଭିତରେ ଏହାକୁ ଚାପିବା ଅନ୍ତର୍ଭୁକ୍ତ । ଏହି କୌଶଳ ପାଖାପାଖି 5 ମିଲିମିଟର ବା ତା'ଠାରୁ ଅଧିକ ଗଭୀରତା ସୃଷ୍ଟି କରିଥାଏ ଏବଂ ପଏଣ୍ଟିଂ ମୁହଁକୁ ତଳକୁ ରଖିଥାଏ । ଏହାର ପରିଣାମ ହେଉଛି ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟମୟ ରୂପ, ଯେଉଁଥିରେ ରିସେସଡ୍ ମୋର୍ଟାର ଜଏଣ୍ଟ ରାଜମିସ୍ତ୍ରୀ କାମରେ ଗଭୀରତା ଏବଂ ଛାୟା ରେଖା ଯୋଡିଥାଏ ।
 
  • 3) ବିଡେଡ୍ ପଏଣ୍ଟିଂ

  • ବିଡେଡ୍ ପଏଣ୍ଟିଂରେ ଯୋଡ଼େଇରେ ମୋର୍ଟାର୍ ଦବାଇବା ଏବଂ ଏକ ଷ୍ଟିଲ୍ ଉପକରଣ ବ୍ୟବହାର କରି ଅବତଳ ଗ୍ରୁଭ୍ ସୃଷ୍ଟି କରିବା ଅନ୍ତର୍ଭୁକ୍ତ । ଏହି କୌଶଳର ଫଳସ୍ୱରୂପ ଏକ ମୋର୍ଟାର ଜଏଣ୍ଟରେ ଏକ ସ୍ୱତନ୍ତ୍ର ବିଡେଡ୍ ଆକୃତି ଦେଖାଯାଏ, ଯାହା ସାମଗ୍ରିକ ସୌନ୍ଦର୍ଯ୍ୟରେ ଏକ ସୁନ୍ଦର ସ୍ପର୍ଶ ଯୋଡିଥାଏ । ବିଡେଡ୍ ପଏଣ୍ଟିଂ ଉତ୍କୃଷ୍ଟ ଦୃଶ୍ୟ ଆକର୍ଷଣ ପ୍ରଦାନ କରୁଥିବା ବେଳେ, ଏହା ଧ୍ୟାନ ଦେବା ଉଚିତ୍ ଯେ ଅନ୍ୟ କୌଶଳ ତୁଳନାରେ ଏହି ପ୍ରକାରର ପଏଣ୍ଟିଂ ରେ କ୍ଷତି ଅଧିକ ହେବାର ଆଶଙ୍କା ରହିଛି।
 
  • 4) ଷ୍ଟ୍ରକ୍ ପଏଣ୍ଟିଂ

  • ମୋର୍ଟାର୍ ଜଏଣ୍ଟ ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରୋଫାଇଲ୍ ହାସଲ କରିବା ପାଇଁ ଷ୍ଟ୍ରକ୍ ପଏଣ୍ଟିଂରେ ଦୁଇ-ପର୍ଯ୍ୟାୟ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ପ୍ରଥମେ, ମୋର୍ଟାର୍ ଭର୍ତ୍ତି କରାଯାଏ ଏବଂ ଇଟା କାମର ମୁହଁ ସହିତ ମେଳ ଖାଇବା ପାଇଁ ଦବାଇ ଦିଆଯାଏ । ତା'ପରେ ଜଏଣ୍ଟର ଉପର ପାର୍ଶ୍ୱକୁ ଭିତରକୁ ଚାପି ଦିଆଯାଏ, ଯାହା ତଳ କୋଣ ତୁଳନାରେ ପ୍ରାୟ 10 ମିଲିମିଟର ସ୍ଲୋପ୍ ସୃଷ୍ଟି କରିଥାଏ । ଏହି ସ୍ଲୋପିଂ ପ୍ରଭାବ ବର୍ଷା ଜଳକୁ ଦ୍ରୁତ ଗତିରେ ନିଷ୍କାସିତ କରିଥାଏ, ଯାହା ଫଳରେ ଜଏଣ୍ଟ ପୃଷ୍ଠଭାଗରେ ଜଳ ଧାରଣକୁ ହ୍ରାସ କରିଥାଏ ।
 
  • 5) ରବଡ୍, କୀଇଡ୍ କିମ୍ବା ଗ୍ରୁଭଡ୍ ପଏଣ୍ଟିଂ

  • ରବଡ୍, କୀଇଡ୍ କିମ୍ବା ଗ୍ରୁଭଡ୍ ପଏଣ୍ଟିଂ ହେଉଛି ଏକ ପ୍ରକାର ପଏଣ୍ଟିଂ ଯାହା ଫ୍ଲସ୍ ପଏଣ୍ଟିଂ ସହିତ ସମାନତା ଅଂଶୀଦାର କରେ । ଏହି କୌଶଳରେ, ରେକ୍ ହୋଇଥିବା ଜଏଣ୍ଟକୁ ମୋର୍ଟାରରେ ଭର୍ତ୍ତି କରାଯାଏ ଏବଂ ଇଟା କିମ୍ବା ପଥର ମୁହଁରେ ଛାଟି ସମାନ କରାଯାଏ । ତେବେ ଏହି ପ୍ରକାରର ପଏଣ୍ଟିଂକୁ ପଏଣ୍ଟର ନାମକ ଏକ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରି କେନ୍ଦ୍ରଭାଗରେ ଏକ ଗ୍ରୁଭ୍ ଯୋଡିବା ଦ୍ୱାରା ଅଲଗା କରିଥାଏ । ଏହି ଗ୍ରୁଭ୍ ପଏଣ୍ଟିଂରେ ଏକ ସ୍ୱତନ୍ତ୍ର ଦୃଶ୍ୟ ଉପାଦାନ ଯୋଡିବା ସହ ଏହାକୁ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣ ଦେଇଥାଏ ।
 
  • 6) ଟକ୍ ପଏଣ୍ଟିଂ

  • ଟକ୍ ପଏଣ୍ଟିଂ ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାରର ପଏଣ୍ଟିଂ ଯେଉଁଥିରେ ରେକ୍ ହୋଇଥିବା ଜଏଣ୍ଟକୁ ମୋର୍ଟାରରେ ଭର୍ତ୍ତି କରିବା ଏବଂ ତା'ପରେ ଜଏଣ୍ଟର ମଧ୍ୟଭାଗରେ ଏକ ଗ୍ରୁଭ୍ ସୃଷ୍ଟି କରିବା ଅନ୍ତର୍ଭୁକ୍ତ । ଗ୍ରୁଭକୁ ସତର୍କତାର ସହ ନିର୍ଦ୍ଦିଷ୍ଟ ମାପରେ ତିଆରି କରାଯାଏ, ସାଧାରଣତଃ 5 ମିଲିମିଟର ପ୍ରସ୍ଥ ଏବଂ 3 ମିଲିମିଟର ଗଭୀରତାରେ କରାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଧଳା ସିମେଣ୍ଟ ପୁଟିରେ ଗ୍ରୁଭକୁ ଭର୍ତ୍ତି କରିବା କିମ୍ବା "ଟକ୍" କରିବା, ଯାହା ପ୍ରାୟ 3 ମିଲିମିଟରର କ୍ଷୁଦ୍ର ପ୍ରୋଜେକ୍ସନ ଛାଡିଥାଏ । ଏହି କୌଶଳ ମୋର୍ଟାର୍ ଏବଂ ଧଳା ପୁଟି ମଧ୍ୟରେ ଏକ ଦୃଶ୍ୟମାନ ଆକର୍ଷଣୀୟ ପାର୍ଥକ୍ୟ ସୃଷ୍ଟି କରେ, ଯାହା ରାଜମିସ୍ତ୍ରୀ କାମର ସାମଗ୍ରିକ ରୂପକୁ ବୃଦ୍ଧି କରେ।
 
  • 7) ଭି ପଏଣ୍ଟିଂ

  • ଭି ପଏଣ୍ଟିଂ ହେଉଛି ଏକ କୌଶଳ ଯାହା କୀଇଡ୍ ପଏଣ୍ଟିଂ କାମ ଭଳି ଅଟେ । ଏହି ପ୍ରକ୍ରିୟା ଜଏଣ୍ଟରେ ମୋର୍ଟାର୍ ଭର୍ତ୍ତି କରି ଚାପିବା ଦ୍ୱାରା ଆରମ୍ଭ ହୁଏ, ଯାହା ଫ୍ଲସ୍ ଫିନିଶକୁ ସୁନିଶ୍ଚିତ କରେ । ଭି ପଏଣ୍ଟିଂର ବିଶେଷତ୍ୱ ହେଉଛି ପରବର୍ତ୍ତୀ ସମୟରେ ଜଏଣ୍ଟ ଭିତରେ ଏକ ଭି-ଆକୃତିର ଗ୍ରୁଭ୍ ସୃଷ୍ଟି ହେବା । ଭି ଭଳି ଆକୃତିର ଏକ ସ୍ୱତନ୍ତ୍ର ଉପକରଣ ବ୍ୟବହାର କରି ଏହି ଜଏଣ୍ଟ ତିଆରି କରାଯାଏ, ଯେଉଁ ଅନୁସାରେ ଏହି କୌଶଳର ନାମକରଣ କରାଯାଇଛି।
 
  • 8) ୱେଦରଡ୍ ପଏଣ୍ଟିଂ

  • ୱେଦରଡ୍ ପଏଣ୍ଟିଂ ହେଉଛି ଏକ କୌଶଳ ଯେଉଁଠାରେ ମୋର୍ଟାରକୁ ଏକ ଜଏଣ୍ଟରେ ଚାପି ଦିଆଯାଏ, ଏବଂ ମୋର୍ଟାର୍ ସତେଜ ଥିବା ବେଳେ, ଏକ ପଏଣ୍ଟିଂ ଟୁଲ୍ ବ୍ୟବହାର କରି ଭୂସମାନ୍ତର ଜଏଣ୍ଟର ଉପର ଭାଗକୁ ଦକ୍ଷତାର ସହ 3-6 ମିଲିମିଟର ପଛକୁ ଚାପି ଦିଆଯାଏ । ଏହା ଜଏଣ୍ଟର ଉପର ଭାଗରୁ ତଳ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରିଥାଏ, ଯାହା ୱେଦରଡ୍ ବା ୱର୍ନ-ଡାଉନ୍ ଧାରର ରୂପ ଦେଇଥାଏ ।

 

ନିର୍ମାଣରେ ପଏଣ୍ଟିଂ କରିବାର ଫାଇଦା

ରାଜମିସ୍ତ୍ରୀ କାମର ସ୍ଥାୟିତ୍ୱ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ପଏଣ୍ଟିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଟା କିମ୍ବା ପଥର ମଧ୍ୟରେ ଥିବା ଫାଙ୍କକୁ ଠିକ୍ ଭାବରେ ପୂରଣ କରିବା ଦ୍ୱାରା, ପଏଣ୍ଟିଂ ଅନେକ ସୁବିଧା ପ୍ରଦାନ କରେ ଯାହା ଏକ କୋଠାର ସାମଗ୍ରିକ ଗୁଣବତ୍ତା ଏବଂ ମୂଲ୍ୟରେ ଯୋଗଦାନ କରେ । ନିର୍ମାଣରେ ବିଭିନ୍ନ ପ୍ରକାରର ପଏଣ୍ଟିଂର କିଛି ପ୍ରମୁଖ ଫାଇଦା ଏଠାରେ ଦିଆଯାଇଛି -

 

1) ଢାଞ୍ଚାଗତ ଅଖଣ୍ଡତା ବୃଦ୍ଧି କରିବା ସହ ଏକ ସୁଦୃଢ଼ ନିର୍ମାଣ ସୁନିଶ୍ଚିତ କରିଥାଏ ।

2) ପାଣିପାଗ ନିରୋଧକ ଭାବେ ବାହ୍ୟ କାନ୍ଥକୁ ଆର୍ଦ୍ରତାରୁ ରକ୍ଷା କରିଥାଏ ।

3) କୋଠାର ସାମଗ୍ରିକ ରୂପକୁ ପୁନରୁଦ୍ଧାର କରେ, ଏହାର ସୌନ୍ଦର୍ଯ୍ୟରେ ଉନ୍ନତି ଆଣିଥାଏ ।

4) ଆପଣଙ୍କ ସମ୍ପତ୍ତିର ମୂଲ୍ୟ ବୃଦ୍ଧି କରି ଏହାକୁ ଅଧିକ ପସନ୍ଦଯୋଗ୍ୟ କରିଥାଏ ।

5) ପ୍ରଚଳିତ ରକ୍ଷଣାବେକ୍ଷଣ ଆବଶ୍ୟକତାକୁ ହ୍ରାସ କରିଥାଏ, ସମୟ ଏବଂ ଅର୍ଥ ସଞ୍ଚୟ କରେ ।

 

ନିର୍ମାଣରେ ପଏଣ୍ଟିଂ କରିବାର ଉଦ୍ଦେଶ୍ୟ



  • 1) ସୁରକ୍ଷା

  • ପଏଣ୍ଟିଂ ବାୟୁମଣ୍ଡଳର କ୍ଷତିକାରକ ପ୍ରଭାବରୁ ମୋର୍ଟାର ଜଏଣ୍ଟକୁ ରକ୍ଷା କରିଥାଏ, ଯାହା ତାହାର ଦୀର୍ଘାୟୁ ଏବଂ ଦୃଢ଼ତାକୁ ସୁନିଶ୍ଚିତ କରିଥାଏ ।
 
  • 2) ସୌନ୍ଦର୍ଯ୍ୟ ବୃଦ୍ଧି

  • ପଏଣ୍ଟିଂ କାନ୍ଥର ରୂପରେ ଉନ୍ନତି ଆଣିଥାଏ, ଜଏଣ୍ଟର ଢାଞ୍ଚା, ମୋଟେଇ, ରଙ୍ଗ ଏବଂ ଗଠନକୁ ହାଇଲାଇଟ୍ କରିଥାଏ ।
 
  • 3) ପାଣିପାଗ ନିରୋଧକ

  • ପଏଣ୍ଟିଂ ଫାଙ୍କକୁ ସିଲ୍ କରିବାରେ ସାହାଯ୍ୟ କରେ ଏବଂ ବର୍ଷା ଜଳ କିମ୍ବା ଆର୍ଦ୍ରତାକୁ କାନ୍ଥ ଯୋଡ଼େଇ ଭିତରକୁ ପ୍ରବେଶ କରିବାରୁ ରୋକିଥାଏ, ଯାହା ବାହ୍ୟ ଉପାଦାନ ପ୍ରତି ଗଠନର ପ୍ରତିରୋଧକୁ ବଢ଼ାଇଥାଏ ।
 
  • 4) ସୁଦୃଢ଼ କରିବା

  • ମୋର୍ଟାର୍ ଜଏଣ୍ଟଗୁଡ଼ିକୁ ଭରିବା ଏବଂ ମଜବୁତ କରିବା ଦ୍ୱାରା, ପଏଣ୍ଟିଂ ସାମଗ୍ରିକ ନିର୍ମାଣରେ ଶକ୍ତି ଏବଂ ସ୍ଥିରତା ବୃଦ୍ଧି କରିଥାଏ ।
 
  • 5) ସଂରକ୍ଷଣ

  • ଉପଯୁକ୍ତ ପଏଣ୍ଟିଂ ଜଳ ପ୍ରବେଶ ଏବଂ ପରବର୍ତ୍ତୀ ସମୟରେ ଅନ୍ତର୍ନିହିତ ଢାଞ୍ଚାକୁ କ୍ଷତିରୁ ରୋକି ବିଲ୍ଡିଂର ଅଖଣ୍ଡତାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ ।

 

ମୋର୍ଟାର ବା ମସଲାର ପ୍ରକାର

  • 1) ଚୁନ ମସଲା

  • ଚୁନ ପଥର, ମୋଟା ବାଲି ଓ ପାଣିକୁ ଉପଯୁକ୍ତ ମାତ୍ରାରେ ମିଶାଇ ଏହାକୁ ପ୍ରସ୍ତୁତ କରାଯାଏ । ସାଧାରଣତଃ, 1:2 କିମ୍ବା 1:3 ର ଚୁନ ମସଲା ଅନୁପାତ ପଏଣ୍ଟିଂ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ । ଏହା ପୁରୁଣା ଏବଂ ନୂତନ କୋଠାରେ ବ୍ୟବହୃତ ହୁଏ ଏବଂ ଏହାର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଏବଂ ନମନୀୟତା ଅଛି ।
 
  • 2) ସିମେଣ୍ଟ ମସଲା

  • ନିର୍ଦ୍ଦିଷ୍ଟ ଅନୁପାତରେ ସିମେଣ୍ଟ, ବାଲି ଓ ପାଣିକୁ ମିଶାଇ ସିମେଣ୍ଟ ମସଲା ତିଆରି କରାଯାଏ। ସାଧାରଣତଃ ଏହି ଅନୁପାତ 1:3 ହୋଇଥାଏ । ସିମେଣ୍ଟ ମସଲା ଉଚ୍ଚ ଶକ୍ତି ଏବଂ ସ୍ଥାୟିତ୍ୱ ପ୍ରଦାନ କରେ, ଯାହା ଏହାକୁ ବିଭିନ୍ନ ପ୍ରକାର ରାଜମିସ୍ତ୍ରୀ କାର୍ଯ୍ୟ ପାଇଁ ଉପଯୁକ୍ତ କରିଥାଏ ।


ଶେଷରେ, ଘରର ଅଖଣ୍ଡତା ବୃଦ୍ଧି, ପାଣିପାଗ ନିରୋଧତା ପ୍ରଦାନ, ରୂପ ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣ ହ୍ରାସ କରିବା ପାଇଁ ନିର୍ମାଣରେ ପଏଣ୍ଟିଂ ଗୁରୁତ୍ୱପୂର୍ଣ୍ଣ ଅଟେ । ଇଟା କିମ୍ବା ପଥର ତିଆରି ଘରକୁ ଦୀର୍ଘସ୍ଥାୟୀ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ସଠିକ୍ ପ୍ରକାରର ପଏଣ୍ଟିଂ କୌଶଳ ଏବଂ ମସଲା ଚୟନ କରିବା ଜରୁରୀ ଅଟେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....