ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |


ବାସ୍ତୁ ଅନୁଯାୟୀ ଶୟନର ଆଦର୍ଶ ଦିଗ

ବାସ୍ତୁ ସିଦ୍ଧାନ୍ତ ଅନୁସାରେ ନିଜର ବିଛଣାକୁ ସୁସଙ୍ଗତ କରି ଆରାମଦାୟକ ନିଦ୍ରା ଓ କଲ୍ୟାଣରେ ଉନ୍ନତି ପ୍ରାପ୍ତ କରନ୍ତୁ । ଅନୁକୂଳତମ ଶକ୍ତି ପ୍ରବାହ ପାଇଁ ଦକ୍ଷିଣ ଦିଗଟି ଶୋଇବା ପାଇଁ ସବୁଠାରୁ ଆଦର୍ଶ ଦିଗ । ଏହି ବ୍ଲଗରେ ଆମେ ବାସ୍ତୁ ଅନୁଯାୟୀ ଶୟନର ଦିଗ ଓ ତାହା କିପରି ନିଦ୍ରା ଓ ସୁସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ସେ ସମ୍ପର୍କରେ ଆଲୋଚନା କରିବା ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ବାସ୍ତୁ ଅନୁଯାୟୀ, ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଶୟନର ସବୁଠାରୁ ଉତ୍ତମ ଦିଗ ହୋଇଥାଏ ।

     

  • ସ୍ୱାସ୍ଥ୍ୟ ଉପରେ ଉତ୍ତର ଦିଗର ନକାରାତ୍ମକ ପ୍ରଭାବ କାରଣରୁ ସେହି ଦିଗକୁ ମୁଣ୍ଡ କରି ଶୋଇବାରୁ ନିରୁତ୍ସାହିତ କରାଯାଇଥାଏ ।

     

  • ଶକ୍ତି ପ୍ରବାହକୁ ଉନ୍ନତ କରିବା ପାଇଁ ବାସ୍ତୁରେ ଶୟନକକ୍ଷର ଲେ’ଆଉଟ୍ ପାଇଁ ମଧ୍ୟ ମାର୍ଗଦର୍ଶନ ରହିଛି ।

     

  • ବାସ୍ତୁ ଅନୁସାରେ ସଠିକ୍ ଶୟନ ଦିଗ ଓ ବିଛଣାର ସ୍ଥାନ ଅନୁସରଣ କରିବା ଦ୍ୱାରା ଆପଣଙ୍କ ସାମଗ୍ରିକ କଲ୍ୟାଣରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ।



ବାସ୍ତୁଶାସ୍ତ୍ର ସ୍ଥାପତ୍ୟକଳା ଏବଂ ଡିଜାଇନର ଏକ ପ୍ରାଚୀନ ଭାରତୀୟ ବିଜ୍ଞାନ ଅଟେ । ଏହା ବ୍ୟକ୍ତିବିଶେଷ ଏବଂ ସେମାନେ ବାସ କରୁଥିବା ସ୍ଥାନ ମଧ୍ୟରେ ସୌହାର୍ଦ୍ଦ୍ୟ ବା ସୁସଙ୍ଗତି ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ । ବାସ୍ତୁ ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଶୟନର ଦିଗ । ଏହା ଆପଣଙ୍କ ସ୍ୱାସ୍ଥ୍ୟ, କଲ୍ୟାଣ ତଥା ସାମଗ୍ରିକ ଶକ୍ତି ସ୍ତରକୁ ପ୍ରଭାବିତ କରିଥାଏ । ଏହି ବ୍ଲଗରେ ଆମେ ବାସ୍ତୁ ଅନୁଯାୟୀ ଆଦର୍ଶ ଶୟନ ଦିଗ ସମ୍ପର୍କରେ ଜାଣିବା ଏବଂ ଶୋଇବାର ଭୁଲ୍ ଓ ଠିକ୍ ଦିଗର ପ୍ରଭାବ ତଥା ଆପଣଙ୍କ ନିଷ୍ପତ୍ତି କିପରି ଆପଣଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ସେ ସମ୍ପର୍କରେ ଆଲୋଚନା କରିବା ।


ଦକ୍ଷିଣ ଆଡ଼କୁ ମୁଣ୍ଡ ରଖି ଶୋଇବା ସର୍ବୋତ୍ତମ କାହିଁକି

ବାସ୍ତୁଶାସ୍ତ୍ର ଅନୁଯାୟୀ ମୁଣ୍ଡକୁ ଦକ୍ଷିଣ ଦିଗ ଆଡ଼କୁ ରଖି ଶୋଇବା ସର୍ବୋତ୍ତମ ବିଚାର କରାଯାଇଥାଏ । ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସୁସଙ୍ଗତ ହୋଇଥାଏ, ଯାହା ଶକ୍ତିର ପ୍ରାକୃତିକ ପ୍ରବାହ ସୃଷ୍ଟିକରି ବିଶ୍ରମ ଓ ସତେଜତାକୁ ଉନ୍ନତ କରିଥାଏ ।

 

ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ, ପୃଥିବୀର ଉତ୍ତରରୁ ଦକ୍ଷିଣକୁ ଚୁମ୍ବକୀୟ ଅଭିକର୍ଷଣ ରହିଥାଏ ଏବଂ ତାହାର ବିପରୀତ ଦିଗ (ଅର୍ଥାତ୍ ମୁଣ୍ଡକୁ ଦକ୍ଷିଣକୁ ଓ ପାଦକୁ ଉତ୍ତରକୁ)ରେ ଶୋଇବା ଦ୍ୱାରା ଶରୀର ଉକ୍ତ ପ୍ରାକୃତିକ ପ୍ରବାହ ସହିତ ସାମଞ୍ଜସ୍ୟ ରକ୍ଷା କରିଥାଏ । ତାହାର ଲାଭଗୁଡ଼ିକ ନିମ୍ନ ଅନୁଯାୟୀ ଅଟେ:

  • ନିଦ୍ରାର ମାନ ଉତ୍ତମ ହୁଏ: ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ସୁସଙ୍ଗତି ଶରୀରକୁ ଶାନ୍ତ କରିବା ଓ ଗଭୀର ନିଦ୍ରା ହାସଲ କରିବାରେ ସହାୟକ ହୋଇଥାଏ ।

 

  • ସ୍ୱାସ୍ଥ୍ୟରେ ଉନ୍ନତି: ଦକ୍ଷିଣମୁଖୀ ଦିଗ ଶାରୀରିକ ସ୍ୱାସ୍ଥ୍ୟ ତଥା ରକ୍ତ ସଂଚାଳନକୁ ଉନ୍ନତ କରୁଥିବାର ବିଶ୍ୱାସ କରାଯାଏ ।

 

  • ସକାରାତ୍ମକ ଶକ୍ତି ପ୍ରବାହ: ଏହି ସ୍ଥିତି ଆପଣ ବିଶ୍ରାମ ନେଉଥିବା ସମୟରେ ସକାରାତ୍ମକ ଶକ୍ତିର ଅବାଧ ପ୍ରବାହକୁ ଅନୁମତି ଦେଇଥାଏ, ଯାହା ମାନସିକ ଚାପ ଓ ଦୁଃଶ୍ଚିନ୍ତାର ସ୍ତରକୁ ହ୍ରାସ କରିଥାଏ ।

 

  • ବର୍ଦ୍ଧିତ ମାନସିକ ସ୍ପଷ୍ଟତା: ଦକ୍ଷିଣ ଆଡ଼କୁ ମୁଣ୍ଡ ରଖି ଶୋଉଥିବା ଲୋକମାନଙ୍କ ମତରେ ଏହାଦ୍ୱାରା ସେମାନଙ୍କର ମାନସିକ ସ୍ପଷ୍ଟତାରେ ଉନ୍ନତି ପରିଲକ୍ଷିତ ହୋଇଛି ଓ ଶୋଇ ଉଠିବା ପରେ ସେମାନେ କ୍ଳାନ୍ତିର ଅନୁଭୂତି ଅନୁଭବ କରନ୍ତି ନାହିଁ ।

 

ତେଣୁ, ବାସ୍ତୁ ମତରେ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ହିଁ ସର୍ବଦା ଶୟନର ସର୍ବୋତ୍ତମ ଦିଗ ଅଟେ । କାରଣ ଏହା ସୁସ୍ୱାସ୍ଥ୍ୟ ଓ ଅଧିକ ଆରାମଦାୟକ ନିଦ୍ରାକୁ ପ୍ରୋତ୍ସାହିତ କରିଥାଏ ।


ଉତ୍ତର, ପୂର୍ବ କିମ୍ବା ପଶ୍ଚିମକୁ ମୁଣ୍ଡ ରଖି ଶୋଇବାର ପ୍ରଭାବ



ଯଦିଓ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବାର ସର୍ବାଧିକ ପରାମର୍ଶ ଦିଆଯାଏ, ତେବେ ଅନ୍ୟ ଦିଗକୁ ମୁଣ୍ଡ ରଖି ଶୋଇଲେ କ’ଣ ହେବ? ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଦିଗକୁ ମୁଣ୍ଡ ରଖି ଶୋଇବାର ସମ୍ଭାବ୍ୟ ପ୍ରଭାବ ଏବଂ ଉକ୍ତ ଦିଗଗୁଡ଼ିକ କେବଳ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହିଁ କାହିଁକି ସୁହାଇଥାଏ ତାହାର ବର୍ଣ୍ଣନା ମଧ୍ୟ ବାସ୍ତୁଶାସ୍ତ୍ରରେ ରହିଛି ।

 

୧. ଉତ୍ତର ଆଡ଼କୁ ମୁଣ୍ଡ ରଖି ଶୋଇବା

ବାସ୍ତୁରେ ଉତ୍ତର ଆଡ଼କୁ ମୁଣ୍ଡ ରଖି ଶୋଇବାରୁ ବାରଣ କରାଯାଇଛି କାରଣ ଏହା ଶରୀରର ପ୍ରାକୃତିକ ଶକ୍ତି ପ୍ରବାହରେ ବ୍ୟାଘାତ ସୃଷ୍ଟି କରିଥାଏ । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉତ୍ତରରୁ ଦକ୍ଷିଣକୁ ପ୍ରବାହିତ ହୋଇଥାଏ ଏବଂ ନିଜର ମୁଣ୍ଡକୁ ଉତ୍ତରକୁ ରଖି ଶୋଇଲେ ତାହା ନିଦ୍ରାହୀନତା, ଅଧୀରତା, ଏପରିକି ରକ୍ତଚାପ ଓ ହୃଦଯନ୍ତ୍ର ସମ୍ବନ୍ଧୀୟ ସମସ୍ୟାର କାରଣ ସାଜିପାରେ ।

 

୨. ପୂର୍ବ ଆଡ଼କୁ ମୁଣ୍ଡ ରଖି ଶୋଇବା

ପୂର୍ବ ଦିଗକୁ ଏକ ଭଲ ବିକଳ୍ପ ଭାବେ ବିବେଚନା କରାଯାଏ । ବାସ୍ତୁ ଅନୁସାରେ, ପୂର୍ବ ଆଡ଼କୁ ନିଜର ମୁଣ୍ଡ ରଖି ଶୋଇବା ଦ୍ୱାରା ସ୍ମୃତିଶକ୍ତି ବଢ଼ିଥାଏ, ଏକାଗ୍ରତାରେ ଉନ୍ନତି ଆସିଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏହି ଦିଗଟି ବିଶେଷକରି ବିଦ୍ୟାର୍ଥୀ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟକଳାପରେ ମାନସିକ ଏକାଗ୍ରତା ଓ ସ୍ପଷ୍ଟତା ଆବଶ୍ୟକ କରୁଥିବା ବୃତ୍ତିଜୀବୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।

୩. ପଶ୍ଚିମ ଆଡ଼କୁ ମୁଣ୍ଡ ରଖି ଶୋଇବା

ପଶ୍ଚିମ ଦିଗଟି କିଛିଟା ନିରପେକ୍ଷ ଦିଗ ହୋଇଥାଏ । ଯଦିଓ ଏହାକୁ କ୍ଷତିକାରକ ଭାବେ ବିବେଚନା କରାଯାଇ ନ ଥାଏ, କିନ୍ତୁ ଏହା ଦକ୍ଷିଣ କିମ୍ବା ପୂର୍ବକୁ ମୁଣ୍ଡ ରଖି ଶୋଇବା ଭଳି ଲାଭଦାୟକ ମଧ୍ୟ ନୁହେଁ । ପଶ୍ଚିମକୁ ମୁଣ୍ଡ ରଖି ଶୋଉଥିବା ଲୋକମାନେ ମିଶ୍ରିତ ପ୍ରଭାବ ଅନୁଭବ କରିପାରନ୍ତି, ଯେପରିକି ଅପର୍ଯ୍ୟାପ୍ତ ବିଶ୍ରମ ଓ ବେଳେବେଳେ ଶୋଇ ଉଠିବା ପରେ ଅସନ୍ତୁଷ୍ଟି ।

 

ବାସ୍ତୁ ଅନୁଯାୟୀ ଶୟନର ସଠିକ୍ ବା ସର୍ବଶ୍ରେଷ୍ଠ ଦିଗ ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତା ଉପରେ ନିର୍ଭରଶୀଳ ହୋଇଥାଏ, ହେଲେ ଦକ୍ଷିଣ ଓ ପୂର୍ବ ଦିଗର ସକାରାତ୍ମକ ପ୍ରଭାବ ପାଇଁ ସାଧାରଣତଃ ସେହି ଦିଗଗୁଡ଼ିକୁ ସୁପାରିସ କରାଯାଏ ଓ ଉତ୍ତର ଦିଗକୁ ଏଡ଼ାଇବାର ପରାମର୍ଶ ଦିଆଯାଏ ।


ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ଶୟନ ଦିଗର ପ୍ରଭାବ



ବାସ୍ତୁ ଅନୁଯାୟୀ ଶୟନର ଦିଗ ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉଭୟ ଉପରେ ବିଶେଷ ରୂପେ ପ୍ରଭାବ ପକାଇଥାଏ । ସଠିକ୍ ଦିଗରେ ଶୋଇବା ଦ୍ୱାରା ଆପଣଙ୍କର ସାମଗ୍ରିକ କଲ୍ୟାଣରେ ଉନ୍ନତି ଆସୁଥିବା ବେଳେ, ଭୁଲ୍ ସ୍ଥିତିରେ ଶୋଇଲେ ସମୟ ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜାଣନ୍ତୁ କେମିତି:

 

୧. ଶାରୀରିକ ସ୍ୱାସ୍ଥ୍ୟ

ପୂର୍ବରୁ ଦର୍ଶାଯାଇଥିବା ଭଳି, ଦକ୍ଷିଣ ଆଡ଼କୁ ନିଜର ମୁଣ୍ଡ ରଖି ଶୋଇବା ଦ୍ୱାରା ଆପଣଙ୍କର ରକ୍ତ ସଂଚାଳନ ଉନ୍ନତ ହୋଇଥାଏ, ଯାହା ଆପଣଙ୍କର ହୃତପିଣ୍ଡର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ । ଏହା ଶରୀରର ପ୍ରାକୃତିକ ଶକ୍ତି ସହ ମଧ୍ୟ ସୁସଙ୍ଗତ ହୋଇଥାଏ, ଯାହା ମୁଣ୍ଡବିନ୍ଧା, ଚାପ ଓ ନିଦ୍ରାହୀନତାର ଆଶଙ୍କାକୁ ହ୍ରାସ କରିଥାଏ ।

ଅନ୍ୟାନ୍ୟ ଦିଗରେ ଶୋଇବା, ବିଶେଷ କରି ଉତ୍ତର ଆଡ଼କୁ ଶୋଇବା ଦ୍ୱାରା ଏହି ପ୍ରକ୍ରିୟାଗୁଡ଼ିକରେ ବ୍ୟାଘାତ ପହଞ୍ଚିିଥାଏ ଏବଂ କ୍ଳାନ୍ତି ଓ ଉଚ୍ଚ ରକ୍ତଚାପ ଭଳି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ।

 

୨. ମାନସିକ ସ୍ୱାସ୍ଥ୍ୟ

ଶୟନ ବାସ୍ତୁର ସର୍ବୋତ୍ତମ ଦିଗ କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ, ବରଂ ତାହା ମାନସିକ ସ୍ପଷ୍ଟତା ଓ ଭାବାତ୍ମକ ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିଥାଏ । ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇଲେ ମାନସିକ ଶକ୍ତି ପ୍ରୋତ୍ସାହିତ ହେବା ସହ ଦୁଃଶ୍ଚିନ୍ତା ହ୍ରାସିତ ହୋଇଥାଏ ଏବଂ ଉତ୍ତର ଭଳି ଅନୁପଯୁକ୍ତ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ଅଧୀରତା, ବିରକ୍ତିଭାବ ଏବଂ ନକାରାତ୍ମକ ସ୍ୱପ୍ନ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

 

ଆପଣଙ୍କର ବିଛଣାର ସ୍ଥିତି ପାଇଁ ବାସ୍ତୁ ମାର୍ଗଦର୍ଶିକାକୁ ଅନୁସରଣ କଲେ ଏକ ସନ୍ତୁଳିତ ମନୋସ୍ଥିତି, ସୁସ୍ଥସବଳ ଶରୀର ଏବଂ ଉତ୍ତମ ଭାବାତ୍ମକ ସ୍ଥିରତା ସୁନିଶ୍ଚିତ ହୋଇପାରିବ ।


ନିଜର ଶୟନକକ୍ଷ ପାଇଁ ସଠିକ୍ ଶୟନ ଦିଗ ବାଛିବା ନିମନ୍ତେ ବାସ୍ତୁ ଉପଦେଶ



ନିଜର ବେଡରୁମ୍ ଡିଜାଇନ୍ କରିବା ସମୟରେ ବାସ୍ତୁ ସିଦ୍ଧାନ୍ତଗୁଡ଼ିକ ପ୍ରତି ଧ୍ୟାନ ଦିଆଗଲେ ଉତ୍ତମ ନିଦ୍ରା ଓ ସମ୍ପୃକ୍ତ ଜାଗାରେ ସାମଗ୍ରିକ ସୌହାର୍ଦ୍ଦ୍ୟ ଉନ୍ନତ ହୋଇଥାଏ । ନିମ୍ନଲିଖିତ ପ୍ରମୁଖ ଉପଦେଶକୁ ଅନୁସରଣ କରି ବାସ୍ତୁ ମାର୍ଗଦର୍ଶନ ଅନୁସାରେ ନିଜର ଶଯ୍ୟା ଓ ଶୟନକକ୍ଷକୁ ସୁସଙ୍ଗତ କରନ୍ତୁ:

୧. ଆପଣଙ୍କ ଖଟର ମୁଣ୍ଡପଟକୁ କୋଠରୀର ଦକ୍ଷିଣ କିମ୍ବା ପୂର୍ବ କାନ୍ଥ ଆଡ଼କୁ ରଖନ୍ତୁ । ବାସ୍ତୁ ଅନୁଯାୟୀ ଏହା ଶୟନର ସର୍ବୋତ୍ତମ ଦିଗ ହୋଇଥାଏ ଏବଂ ଏହା ଉତ୍ତମ ଶକ୍ତି ପ୍ରବାହକୁ ସୁନିଶ୍ଚିତ କରିବାରେ ସହାୟକ ହୋଇଥାଏ ।

୨. ଅନାବୃତ ସିଲିଂ ବିମ୍ ତଳେ ରଖାଯାଇଥିବା ଖଟଗୁଡ଼ିକୁ ବାସ୍ତୁରେ ଅଶୁଭ ବିବେଚନା କରାଯାଇଥାଏ । ତାହା ଚାପ ଓ ଉଦବିଗ୍ନତାର ଅନୁଭୂତି ଦେଇଥାଏ ଏବଂ ଏକ ଆରାମଦାୟକ ନିଦ୍ରା ପ୍ରାପ୍ତିକୁ କଷ୍ଟକର କରିଥାଏ ।

୩. ଆଦର୍ଶ ଭାବେ, ବାସ୍ତୁ ଅନୁଯାୟୀ ଖଟର ସ୍ଥିତି ଦ୍ୱାରଠାରୁ ଦୂରରେ ରହିବା ଉଚିତ ଏବଂ ତଥାପି ଏପରି ସ୍ଥାନରେ ରହିବା ଉଚିତ ଯେଉଁଠାରୁ ଆପଣ ଶୋଇବା ସମୟରେ ଦ୍ୱାରକୁ ଦେଖିପାରୁଥିବେ । ଏହାଦ୍ୱାରା ସୁରକ୍ଷାର ଅନୁଭୂତି ପ୍ରାପ୍ତ ହୋଇଥାନ୍ତି ଏବଂ ବିଶ୍ରାନ୍ତିକୁ ପ୍ରୋତ୍ସାହନ ମିଳିଥାଏ ।

୪. ଏକ ଅପରିଚ୍ଛନ୍ନ ଶୟନ କକ୍ଷ ଶକ୍ତି ପ୍ରବାହରେ ବାଧା ସୃଷ୍ଟି କରେ ଏବଂ ଆପଣଙ୍କ ନିଦ୍ରାର ଗୁଣବତ୍ତାକୁ ପ୍ରଭାବିତ କରିପାରେ। ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଶୋଇବା ଘର, ବିଶେଷ କରି ଆପଣଙ୍କ ଶଯ୍ୟା ଚାରିପାଖଟି ପରିଷ୍କାର, ସଂଗଠିତ ଏବଂ ଅନାବଶ୍ୟକ ବସ୍ତୁରୁ ମୁକ୍ତ ଅଟେ ।

ବାସ୍ତୁ ଅନୁଯାୟୀ, ଶଯ୍ୟାର ସ୍ଥିତି ଏବଂ ଶୋଇବାର ଦିଗ ଆପଣଙ୍କ କୋଠରୀର ସାମଗ୍ରିକ ଲେଆଉଟ୍ ଏବଂ ପରିବେଶ ପରି ଗୁରୁତ୍ୱପୂର୍ଣ୍ଣ । ଏହି ଟିପ୍ସ ଅନୁସରଣ କରିବା ନିଶ୍ଚିତ କରେ ଯେ ଆପଣଙ୍କର ଶୋଇବା ସ୍ଥାନ ବାସ୍ତୁ ନୀତି ସହିତ ସୁସଙ୍ଗତ ଅଟେ ।

 

 



ଶୋଇବା ପାଇଁ ସଠିକ୍ ଦିଗ ବାଛିବା ଏବଂ ଏହି ବାସ୍ତୁ ଟିପ୍ପଣୀ ଅନୁସରଣ କରିବା କେବଳ ଆପଣଙ୍କ ନିଦ୍ରାର ଗୁଣବତ୍ତାରେ ଉନ୍ନତି କରିବ ନାହିଁ ବରଂ ଆପଣଙ୍କ ଜୀବନରେ ସମନ୍ୱୟ ଏବଂ ସନ୍ତୁଳନ ମଧ୍ୟ ଆଣିବ। ଶୋଇବା ପାଇଁ ସର୍ବୋତ୍ତମ ଦିଗ ପ୍ରତି ଧ୍ୟାନ ଦେଇ ଏବଂ ଶୋଇବା ପାଇଁ ବାସ୍ତୁର ସର୍ବୋତ୍ତମ ନିର୍ଦ୍ଦେଶ ଅନୁଯାୟୀ, ଆପଣ ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ସ୍ୱଚ୍ଛତା ଏବଂ ଶାନ୍ତି ଉପଭୋଗ କରିପାରିବେ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଶୋଇବା ପାଇଁ କେଉଁ ଦିଗଟି ସର୍ବୋତ୍ତମ?

ବାସ୍ତୁ ଅନୁସାରେ ଶୋଇବା ପାଇଁ ସର୍ବୋତ୍ତମ ଦିଗ ହେଉଛି ଆପଣଙ୍କ ମୁଣ୍ଡକୁ ଦକ୍ଷିଣ ଆଡକୁ ରଖିବା, କାରଣ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ସମାନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆରାମଦାୟକ ନିଦ୍ରାକୁ ପ୍ରୋତ୍ସାହିତ କରେ ।

 

୨. କେଉଁ ଦିଗ ଆଡ଼କୁ ମୁଣ୍ଡ ରଖି ଶୋଇବା ଭଲ, ଉତ୍ତର ନା ଦକ୍ଷିଣ?

ଦକ୍ଷିଣ ଆଡକୁ ମୁଣ୍ଡ ରଖି ଶୋଇବା ଅତ୍ୟନ୍ତ ସୁପାରିସଯୋଗ୍ୟ । ଶରୀରର ପ୍ରାକୃତିକ ଶକ୍ତି ପ୍ରବାହ ଉପରେ ଏହାର ନକାରାତ୍ମକ ପ୍ରଭାବ ହେତୁ ଉତ୍ତର ଦିଗରେ ଶୋଇବାକୁ ନିରୁତ୍ସାହିତ କରାଯାଏ, ଯାହା ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିପାରେ ।

 

୩. ଶୟନ ପାଇଁ ଉତ୍ତର ଦିଗଟି ଶୁଭ ନୁହେଁ କାହିଁକି?

ବାସ୍ତୁ ଅନୁଯାୟୀ, ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ଶରୀରର ସୁସଙ୍ଗତିକୁ ବ୍ୟାହତ କରିଥାଏ । ଏହା ଅନିଦ୍ରା, ଉଚ୍ଚ ରକ୍ତଚାପ ଏବଂ ମାନସିକ ଅଶାନ୍ତି ପରି ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ।

 

୪. ବାସ୍ତୁ ଅନୁସାରେ କେଉଁ ଦିଗ ଆଡ଼କୁ ଶୋଇବା ଉଚିତ ନୁହେଁ?

ବାସ୍ତୁ ଅନୁଯାୟୀ, ଉତ୍ତର ଆଡକୁ ମୁଣ୍ଡ ରଖି ଶୋଇବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଅଶୁଭ ବୋଲି ବିବେଚନା କରାଯାଏ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ l

 

୫. ଶୋଇବା ସମୟରେ ଆମର ମୁଣ୍ଡ କେଉଁ ଦିଗ ଆଡ଼କୁ ରହିବା ଉଚିତ?

ଶୋଇବା ପାଇଁ ସର୍ବୋତ୍ତମ ଦିଗ ବାସ୍ତୁ ଆପଣଙ୍କ ମୁଣ୍ଡକୁ ଦକ୍ଷିଣ କିମ୍ୱା ପୂର୍ବ ଆଡକୁ ମୁହଁ କରି ଶୋଇବାକୁ ପରାମର୍ଶ ଦିଏ, କାରଣ ଉଭୟ ଦିଗ ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ପଷ୍ଟତାକୁ ସକରାତ୍ମକ ଭାବରେ ପ୍ରଭାବିତ କରିଥାଏ ।

 

୬. ଖଟଟି କେଉଁ ଦିଗ ଆଡ଼କୁ ରହିବା ଉଚିତ?

ବାସ୍ତୁ ଅନୁଯାୟୀ, ଆପଣ କେଉଁ ଦିଗ ଆଡ଼କୁ ମୁଣ୍ଡ ରଖି ଶୁଅନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଶଯ୍ୟା ଆଦର୍ଶ ଭାବରେ ଦକ୍ଷିଣ କିମ୍ୱା ପୂର୍ବ ଦିଗକୁ ମୁହଁ କରିବା ଉଚିତ, ଏହା ସୁନିଶ୍ଚିତ କରେ ଯେ ଆପଣ ବାସ୍ତୁ ସିଦ୍ଧାନ୍ତ ଅନୁଯାୟୀ ଉପଯୁକ୍ତ ଶଯ୍ୟା ସ୍ଥିତି ସହିତ ସୁସଙ୍ଗତ ଭାବରେ ଶୋଇଛନ୍ତି ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ભલામણ કરેલ વિડિઓઝ





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....