Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ସଂକେନ୍ ସ୍ଲାବ୍ ଏକ ପ୍ରକାର ମେଜିଆ ପ୍ରଣାଳୀ ଅଟେ, ଯେଉଁଠି ସ୍ଲାବ୍ ତାହାର ପାର୍ଶ୍ୱବର୍ତ୍ତୀ ଚଟାଣ ସ୍ତରରୁ ତଳକୁ ଦବି ରହିଥାଏ । ଜଳ ନିଷ୍କାସନ କିମ୍ବା ସୌନ୍ଦର୍ଯ୍ୟ ଉଦ୍ଦେଶ୍ୟରେ ପ୍ରାୟତଃ ବାଥରୁମ୍ କିମ୍ବା ଲିଭିଂ ଏରିଆରେ ସିଡି ସଦୃଶ ଏହି ଡିଜାଇନ୍ କରାଯାଇଥାଏ । ଏହି ବ୍ଲଗ୍ ରେ ଆମେ ସଂକେନ୍ ସ୍ଲାବଗୁଡ଼ିକର ପ୍ରମୁଖ ବିଶେଷତା, ସେଗୁଡ଼ିକର ଲାଭ, ନିର୍ମାଣ ପଦ୍ଧତି ଏବଂ ସାଧାରଣ ବ୍ୟବହାର ସମ୍ପର୍କରେ ଆଲୋଚନା କରିବା । ଦୟାକରି ଧ୍ୟାନର ସହିତ ଏହି ଆଲେଖ୍ୟକୁ ପଢ଼ନ୍ତୁ ।
ସଂକେନ୍ ସ୍ଲାବ୍, ଯାହା ସଂକ୍ ସ୍ଲାବ୍ ଭାବେ ମଧ୍ୟ ପରିଚିତ, ଏକ ମେଜିଆ ସ୍ଲାବ୍ ହୋଇଥାଏ ଯାହାର ଉଚ୍ଚତା ନିଜର ପରିବେଷ୍ଟିତ ଚଟାଣର ସ୍ତରଠାରୁ କମ୍ ଥାଏ । ଜଳ ନିଷ୍କାସନ କରିବା କିମ୍ବା ଜାଗାକୁ ଆଖିଦୃଶିଆ କରିବା ପାଇଁ ପ୍ରାୟତଃ ଏହା ସ୍ଥାପନ କରାଯାଇଥାଏ । ସାଧାରଣତଃ ଏପରି ସ୍ଲାବ୍ ବାଥରୁମ୍ କିମ୍ବା ଲିଭିଂ ଏରିଆରେ ଦେଖିବାକୁ ମିଳିଥାଏ । ଏପରି ଜାଗାଗୁଡ଼ିକରେ ତଳକୁ ଦବି ରହିଥିବା ସ୍ଥାନରେ ଶାୱାର୍ କିମ୍ବା ସିଙ୍କ୍ ଲଗାଯାଇପାରିଥାଏ ।
ସଂକେନ୍ ସ୍ଲାବ୍ ନିର୍ମାଣ ପାଇଁ ବିଭିିନ୍ନ ସାମଗ୍ରୀ ବ୍ୟବହାର କରାଯାଏ:
୧. କଂକ୍ରିଟ୍: ଏହା ସ୍ଲାବର ପ୍ରାଥମିକ ସାମଗ୍ରୀ ଅଟେ ।
୨. ରିଇନଫୋର୍ସମେଣ୍ଟ: ଦୃଢ଼ତା ଯୋଗାଇବା ପାଇଁ ଷ୍ଟିଲ୍ ଛଡ଼ କିମ୍ବା ଜାଲି ।
୩. ଇନସୁଲେସନ୍: ତାପଜ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ବେଳେବେଳେ ଏହାକୁ ବ୍ୟବହାର କରାଯାଏ ।
୪. ୱାଟରପ୍ରୁଫିଙ୍ଗ୍: ଆର୍ଦ୍ରତାଜନିତ ସମସ୍ୟାକୁ ପ୍ରତିରୋଧ କରିବା ପାଇଁ ଏହାର ପ୍ରୟୋଗ କରାଯାଏ ।
ସଂକେନ୍ ସ୍ଲାବ୍ ସେକ୍ସନ ନିର୍ମାଣ କରିବା ଏବଂ ତାହାକୁ ଆକୃତି ଦେବା ପାଇଁ ସଯତ୍ନ ଯୋଜନା ଏବଂ ନିଖୁଣ କାର୍ଯ୍ୟ ସମ୍ପାଦନ ଜରୁରୀ ହୋଇଥାଏ । ଏହାଦ୍ୱାରା ଢାଞ୍ଚାର ସ୍ଥିରତା ଏବଂ କାର୍ଯ୍ୟଦକ୍ଷତା ସୁନିଶ୍ଚିତ ହୋଇଥାଏ । ଏକ ସଂକେନ୍ ସ୍ଲାବ୍ ନିର୍ମାଣର ସବିସ୍ତୃତ ଗାଇଡ୍ ତଳେ ଦିଆଯାଇଛି:
୧. କ୍ଷେତ୍ରର ମୂଲ୍ୟାୟନ କରିବା: ପ୍ରଥମ ପଦକ୍ଷେପସ୍ୱରୂପ ଯେଉଁ ସ୍ଥାନରେ ସଂକେନ୍ ସ୍ଲାବ୍ ନିର୍ମାଣ କରାଯିବ ସେହି କ୍ଷେତ୍ରର ମୂଲ୍ୟାୟନ କରାଯିବା ଜରୁରୀ ହୋଇଥାଏ । ଏହାମଧ୍ୟରେ ଜଳ ନିଷ୍କାସନ (ଡ୍ରେନେଜ୍), ପ୍ଲମ୍ବିଂ ଓ ଜାଗାର ସାମଗ୍ରିକ ଲେ’ଆଉଟକୁ ଧ୍ୟାନରେ ରଖି ସଂକେନ୍ ଏରିଆର ପରିମାପ, ଗଭୀରତା ଏବଂ ସଠିକ୍ ଅବସ୍ଥିତିକୁ ଜାଣିବା ଅନ୍ତର୍ଭୁକ୍ତ ।
୨. ଡିଜାଇନ୍ ସମ୍ବନ୍ଧୀୟ ବିଚାର: ସଂକେନ୍ ସ୍ଲାବ ଡିଜାଇନରେ ଭାର ବହନ ଆବଶ୍ୟକତା, ୱାଟରପ୍ରୁଫିଙ୍ଗ୍ ଆବଶ୍ୟକତା ଏବଂ ଇନସୁଲେସନର ଆବଶ୍ୟକତାକୁ ଧ୍ୟାନରେ ରଖାଯିବା ଆବଶ୍ୟକ । ନିର୍ମାଣ ପ୍ରକ୍ରିୟାକୁ ମାର୍ଗଦର୍ଶନ ଯୋଗାଇବା ପାଇଁ ବିନିର୍ଦ୍ଦିଷ୍ଟତା ଏବଂ ମାପଗୁଡ଼ିକୁ ରେଖାଙ୍କିତ କରୁଥିବା ଏକ ସବିସ୍ତୃତ ବ୍ଲ୍ୟୁପ୍ରିଣ୍ଟ ତିଆରି କରାଯିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
1. କ୍ଷେତ୍ରରେ ମାର୍କିଂ କରିବା: ପରବର୍ତ୍ତୀ ସୋପାନ ହେଉଛି ସଂକ୍ ସ୍ଲାବ୍ ପାଇଁ ଖୋଳାଯିବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ମାର୍କିଂ କରିବା । ଖନନ କାର୍ଯ୍ୟକୁ ନିଖୁଣ କରାଯିବା ଓ ଡିଜାଇନ୍ ଯୋଜନା ସହ ସୁସଙ୍ଗତ କରିବାକୁ ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ମାର୍କିଂ ସହାୟତା କରିଥାଏ ।
୨. ଗାତ ଖୋଳିବା: ମାର୍କିଂ କରାଯିବା ପରେ ମାଟି କିମ୍ବା ପୂର୍ବରୁ ରହିଥିବା ମେଜିଆକୁ ଆବଶ୍ୟକ ଗଭୀରତା ପର୍ଯ୍ୟନ୍ତ ଖୋଳାଯାଇଥାଏ । ଏହି ଗଭୀରତା ସାଧାରଣତଃ ସ୍ଲାବ ପାଇଁ ଯୋଜନା କରାଯାଇଥିବା ମୋଟେଇ ଉପରେ ଓ ତଳୁଆ ଜାଗାର ବାଞ୍ଛିତ ବ୍ୟବହାର ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ, ପ୍ଲମ୍ବିଂ କାର୍ଯ୍ୟର ବ୍ୟବସ୍ଥା ପାଇଁ ବାଥରୁମରେ ଅଧିକ ଗଭୀର ଖନନ ଆବଶ୍ୟକ ହୋଇପାରେ ।
୧. ଫର୍ମୱାର୍କ ସ୍ଥାପନ କରିବା: ସାଧାରଣତଃ କାଠ କିମ୍ବା ଧାତୁନିର୍ମିତ ଫର୍ମୱାର୍କ ଖନନ ଏରିଆ ଚଉହଦୀରେ ସ୍ଥାପନ କରାଯାଇଥାଏ । ସେଟ୍ ଓ କିଓର ହେବା ସମୟରେ କଂକ୍ରିଟକୁ ଯଥାସ୍ଥାନରେ ଧରି ରଖିବା ପାଇଁ ଫର୍ମୱାର୍କ ଏକ ଛାଞ୍ଚ ଭାବେ କାମ କରିଥାଏ ।
୨. ସ୍ଥିରତା ସୁନିଶ୍ଚିତ କରିବା: ଫର୍ମୱାର୍କ ଯେପରି ମଜବୁତ ଏବଂ ସ୍ଥିର ଭାବେ ସ୍ଥାନିତ କରାଯାଏ ତାହା ସୁନିଶ୍ଚିତ କରାଯିବା ଜରୁରୀ ଅଟେ । ଏହାଦ୍ୱାରା କଂକ୍ରିଟ୍ ଢଳେଇ ସମୟରେ ତାହା ଘୁଞ୍ଚି ନ ଥାଏ କିମ୍ବା ଭୁସୁଡ଼ି ନ ଥାଏ ।
୧. ରିଇନଫୋର୍ସମେଣ୍ଟ ବିଛାଇବା: କଂକ୍ରିଟକୁ ରିଇନଫୋର୍ସ କରିବା ପାଇଁ ଫର୍ମୱାର୍କ ମଧ୍ୟରେ ଷ୍ଟିଲ୍ ଛଡ଼ (ରିବାର୍) କିମ୍ବା ତାର ଜାଲି ବିଛାଯାଇଥାଏ । ରିଇନଫୋର୍ସମେଣ୍ଟ ଭାରକୁ ସମାନ ଭାବେ ବଣ୍ଟନ କରିବା ଏବଂ ସମୟକ୍ରମେ ଫାଟ କିମ୍ବା ଢାଞ୍ଚାଗତ ବିଫଳତାକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ ।
୨. ରିଇନଫୋର୍ସମେଣ୍ଟକୁ ବାନ୍ଧିବା: କଂକ୍ରିଟ୍ ଢଳାଯିବା ସମୟରେ ଯେପରି ଷ୍ଟିଲ୍ ଛଡ଼ କିମ୍ବା ଜାଲି ତାହାର ଯଥାସ୍ଥାନରେ ରହେ ତାହା ସୁନିଶ୍ଚିତ କରିବା ପାଇଁ ସେଗୁଡ଼ିକୁ ଭଲଭାବେ ବାନ୍ଧିଦିଆଯାଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ: ନିର୍ମାଣ ପାଇଁ ଷ୍ଟିଲ୍ ଛଡ଼ କେମିତି ଚୟନ କରିବେ
୧. କଂକ୍ରିଟର ମିଶ୍ରଣ କରିବା: ଆବଶ୍ୟକ ଦୃଢ଼ତା ଓ ସୁକରଣୀୟତାକୁ ଧ୍ୟାନରେ ରଖି ଏକ ଉପଯୁକ୍ତ କଂକ୍ରିଟ୍ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ । ସଂକେନ୍ ସ୍ଲାବ୍ ମିକ୍ସ ସାଧାରଣତଃ ସିମେଣ୍ଟ, ବାଲି, ଏଗ୍ରିଗେଟ୍ (ଗୋଡ଼ି/ବଜୁରୀ) ଓ ପାଣି ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ।
୨. କଂକ୍ରିଟ୍ ଢାଳିବା: ପ୍ରସ୍ତୁତ କରାଯାଇଥିବା କଂକ୍ରିଟ୍ (ଯାହାକୁ କଂକ୍ରିଟ୍ ସ୍ଲାବ୍ ଫିଲିଂ ସାମଗ୍ରୀ ଭାବେ ବିବେଚନା କରାଯାଏ)କୁ ଫର୍ମୱାର୍କ ମଧ୍ୟରେ ଢଳାଯାଇଥାଏ । ତାହା ଯେପରି ସବୁଯାଗାରେ ଭରିହୁଏ ଏବଂ ରିଇଫୋର୍ସମେଣ୍ଟକୁ ପରିବେଷ୍ଟିତ କରେ ତାହା ସୁନିଶ୍ଚିତ କରାଯାଏ । ଶ୍ରମିକମାନେ ବାୟୁ ଫୋଟକାକୁ ଦୂର କରିବା ଏବଂ କଂକ୍ରିଟକୁ ଘନୀଭୂତ ଓ ଏକସମାନ କରିବା ପାଇଁ ଭାଇବ୍ରେଟ୍ ଭଳି ଯନ୍ତ୍ରପାତି ବ୍ୟବହାର କରିଥାନ୍ତି ।
୧. ପୃଷ୍ଠଭାଗର ସ୍କ୍ରିଡିଂ: କଂକ୍ରିଟ୍ ଢଳେଇ ପରେ, ତାହାକୁ ସମତଳ କରିବା ଓ ଅତିରିକ୍ତ ସାମଗ୍ରୀକୁ ହଟାଇବା ପାଇଁ ଏକ ଚେପ୍ଟା ବୋର୍ଡ ବ୍ୟବହାର କରି ପୃଷ୍ଠଭାଗରେ ସ୍କ୍ରିଡିଂ କରାଯାଇଥାଏ । ଏହାଦ୍ୱାରା ଏକ ମସୃଣ ଏବଂ ସମରୂପୀ ଫିନିଶ୍ ସୁନିଶ୍ଚିତ ହୋଇଥାଏ ।
୨. ଟ୍ରାୱେଲିଂ: ଟ୍ରାୱେଲିଂ ବା କରଣି ଚାଳନା ଦ୍ୱାରା ସଂକେନ୍ ସ୍ଲାବର ପୃଷ୍ଠଭାଗ ଆହୁରି ମସୃଣ ହୁଏ ଏବଂ ଆବଶ୍ୟକ ହୋଇଥିବା ଅନ୍ୟ କୌଣସି ଅତିରିକ୍ତ ଫିନିଶିଂ କିମ୍ବା ଉପଚାର ପାଇଁ ପ୍ରସ୍ତୁତ ହୋଇଥାଏ ।
୧. ପ୍ରାରମ୍ଭିକ କିଓରିଂ: କଂକ୍ରିଟକୁ ସର୍ବାଧିକ ଦୃଢ଼ତା ଏବଂ ସ୍ଥାୟିତ୍ୱ ପ୍ରାପ୍ତ କରିବାରେ ସମର୍ଥ କରିବା ପାଇଁ ତାହାକୁ ଆର୍ଦ୍ର ରଖାଯିବା ଓ ଉପଯୁକ୍ତ ଭାବେ କିଓର୍ ହେବାକୁ ଦିଆଯିବା ଆବଶ୍ୟକ । ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ସ୍ଲାବ୍ ଉପରେ ଓଦା ଅଖା କିମ୍ବା ପ୍ଲାଷ୍ଟିକ୍ ଚାଦର ଢାଙ୍କି ଦିଆଯାଇଥାଏ ।
୨. ବର୍ଦ୍ଧିତ କିଓରିଂ: କିଓରିଂ ସମୟ ଭିନ୍ନ ଭିନ୍ନ ହୋଇଥାଏ, କିନ୍ତୁ କଂକ୍ରିଟର ପ୍ରକାର ଏବଂ ପରିବେଶୀୟ ପରିସ୍ଥିତି ଉପରେ ନିର୍ଭର କରି ତାହା ୭ରୁ ୨୮ ଦିନ ପର୍ଯ୍ୟନ୍ତ ହୋଇପାରେ । ଫାଟଗୁଡ଼ିକୁ ପ୍ରତିରୋଧ କରିବା ଏବଂ ସ୍ଲାବର ଦୀର୍ଘସ୍ଥାୟିତାକୁ ପ୍ରତିରୋଧ କରିବା ପାଇଁ ଉପଯୁକ୍ତ କିଓରିଂ ଅତ୍ୟାବଶ୍ୟକ ହୋଇଥାଏ ।
୧. ଜଳନିରୋଧକ ଝିଲ୍ଲୀ (ୱାଟରପ୍ରୁଫିଙ୍ଗ୍ ମେମ୍ବ୍ରେନ୍) ଲଗାଇବା: ବାଥରୁମ୍ ଭଳି ଓଦା ଅଞ୍ଚଳରେ ଜଳ ଭେଦନକୁ ପ୍ରତିରୋଧ କରିବା ପାଇଁ କିଓର୍ ହୋଇଥିବା ସଂକେନ୍ ସ୍ଲାବ୍ ଉପରେ ଏକ ଜଳନିରୋଧକ ଝିଲ୍ଲୀ ବା ୱାଟରପ୍ରୁଫିଙ୍ଗ୍ ମେମ୍ବ୍ରେନ୍ ଲଗାଯାଇଥାଏ ।
୨. ଚୂଡ଼ାନ୍ତ ଫିନିଶିଂ: ୱାଟରପ୍ରୁଫିଙ୍ଗ୍ ସମ୍ପୂର୍ଣ୍ଣ ହୋଇଗଲା ପରେ, ଡିଜାଇନ୍ ଆବଶ୍ୟକତା ଅନୁଯାୟୀ ସଂକେନ୍ ସ୍ଲାବ୍ ସେକ୍ସନକୁ ଟାଇଲ୍, ପଥର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଲଗାଇ ଫିନିଶିଂ କରାଯାଇପାରିବ ।
କାର୍ଯ୍ୟାତ୍ମକ କିମ୍ବା ସୌନ୍ଦର୍ଯ୍ୟ ଉଦ୍ଦେଶ୍ୟ ପାଇଁ ଯେଉଁଠି ଏକ ତଳୁଆ ଚଟାଣ ବା ମେଜିଆ ଆବଶ୍ୟକ ସେଠାରେ ମୁଖ୍ୟତଃ ସଙ୍କେନ୍ ସ୍ଲାବଗୁଡ଼ିକ ବ୍ୟବହୃତ ହୋଇଥାଏ । ତଳେ ତାହାର କେତୋଟି ସାଧାରଣ ଉପଯୋଗଗୁଡ଼ିକୁ ଦର୍ଶାଯାଇଛି:
ଏକ ତଳୁଆ ପାହାଚ ଭଳି ପ୍ରଭାବ ସୃଷ୍ଟି କରିବା ପାଇଁ ବାଥରୁମ୍ ଏବଂ ଅନ୍ୟାନ୍ୟ ଆର୍ଦ୍ର ସ୍ଥାନଗୁଡ଼ିକରେ ସଂକେନ୍ ସ୍ଲାବଗୁଡ଼ିକର ବ୍ୟବହାର କରାଯାଇଥାଏ । ଏହି ଡିଜାଇନ୍ ପାଣିକୁ ନିର୍ଦ୍ଧାରିତ ସ୍ଥାନ ମଧ୍ୟରେ ଆବଦ୍ଧ କରି ରଖିଥାଏ । ଏହାଦ୍ୱାରା ଜଳ ନିଷ୍କାସନ କରିବା ଏବଂ ପାଣିକୁ ମୁଖ୍ୟ ମେଜିଆରୁ ଦୂରେଇ ରଖିବା ସହଜ ହୋଇଥାଏ ।
କେତେକ ଘରେ, ବିଶେଷକରି ପାରମ୍ପରିକ ଡିଜାଇନର ଘରଗୁଡ଼ିକର ରୋଷେଇ ଘରେ, ରୋଷେଇ ଏରିଆକୁ ଭୋଜନ କିମ୍ବା ଲିଭିଂ ଏରିଆରୁ ପୃଥକ୍ କରି ରଖିବା ପାଇଁ ସଙ୍କେନ୍ ସ୍ଲାବଗୁଡ଼ିକୁ ବ୍ୟବହାର କରାଯାଇଥାଏ । ଏହାଫଳରେ କିଚେନ୍ ଏରିଆ ଘରର ବାକି ସ୍ଥାନରୁ ଅଲଗା ରହିଥାଏ ଓ ପାଣିଛିଟିକାଗୁଡ଼ିକ ଘରର ଅନ୍ୟ ଅଂଶରେ ବ୍ୟାପି ନ ଥାଏ ।
ସୌନ୍ଦର୍ଯ୍ୟଗତ ଉଦ୍ଦେଶ୍ୟ ପାଇଁ, ଲିଭିଂ ରୁମରେ ଏକ ତଳୁଆ ବସିବା ସ୍ଥାନ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ପାଇଁ ତଳୁଆ ଜାଗା ଉପଲବ୍ଧ କରିବା ପାଇଁ ସଂକେନ୍ ସ୍ଲାବ୍ ବ୍ୟବହାର କରାଯାଇପାରିବ । ଏହି ସଂକେନ୍ ସ୍ଲାବ୍ ସେକ୍ସନ ଘରେ ଏକ ନିଆରା ସୌନ୍ଦର୍ଯ୍ୟ ସୃଷ୍ଟି କରିଥାଏ ଓ ସମ୍ପୃକ୍ତ ଜାଗାକୁ ଅଧିକ ଆକର୍ଷଣୀୟ କରିଥାଏ ।
ବାହ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସଂକେନ୍ ସ୍ଲାବ୍ ଲୋକପ୍ରିୟ ହୋଇଥାଏ, ଯେପରିକି- ପାଟିଓ, ବଗିଚା କିମ୍ବା ସୁଇମିଂ ପୁଲ୍ ଡେକ୍ । ପ୍ରାକୃତି ଭୂଦୃଶ୍ୟ ସହ ମିଶି ଏକ ମନଲୋଭା ଡିଜାଇନ୍ ଉପାଦାନ ପ୍ରଦାନ କରିବା ସହ ଏପରି ସ୍ଲାବ୍ ଜଳ ନିଷ୍କାସନ ଓ ଡ୍ରେନେଜ୍ ପ୍ରବନ୍ଧନରେ ସହାୟକ ହୋଇଥାଏ ।
କ) ଡ୍ରେନେଜ୍: ଆର୍ଦ୍ରତାପ୍ରବଣ କ୍ଷେତ୍ରଗୁଡ଼ିକରେ ଜଳ ପ୍ରବନ୍ଧନରେ ସହାୟକ ହୋଇଥାଏ ।
ଖ) ସୌନ୍ଦର୍ଯ୍ୟାତ୍ମକ ଆକର୍ଷଣ: ଜାଗାଗୁଡ଼ିକରେ ଏକ ନିଆରା ଡିଜାଇନ୍ ଉପାଦାନ ଯୋଡ଼ିଥାଏ ।
ଗ) କାର୍ଯ୍ୟାତ୍ମକତା: ଶାୱାର୍ ଭଳି ନିର୍ଦ୍ଦିଷ୍ଟ କାର୍ଯ୍ୟ ଉଦ୍ଦେଶ୍ୟ ସାଧନ ପାଇଁ ଉପଯୋଗୀ ।
କ) ଖର୍ଚ୍ଚ: ଅତିରିକ୍ତ ସାମଗ୍ରୀ ଓ ପରିଶ୍ରମ କାରଣରୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ଖ) ଜଟିଳତା: ଯତ୍ନ ଯୋଜନା ଏବଂ ନିର୍ମାଣ ଆବଶ୍ୟକ କରିଥାଏ ।
ଗ) ରକ୍ଷଣାବେକ୍ଷଣ: ଉପଯୁକ୍ତ ଡ୍ରେନେଜ୍ ସୁନିଶ୍ଚିତ କରିବା ଓ ଜଳଜନିତ କ୍ଷୟକ୍ଷତିର ପ୍ରତିରୋଧକୁ ସୁନିଶ୍ଚିତ କରିବା ପାଇଁ ଅଧିକ ଦେଖାରଖା ଆବଶ୍ୟକ କରିପାରେ ।
ବିଭିନ୍ନ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ବିଭିନ୍ନ ଉଦ୍ଦେଶ୍ୟ ସାଧନ ପାଇଁ ସଂକେନ୍ ସ୍ଲାବଗୁଡ଼ିକ ଉପାଦେୟ ହୋଇଥାଏ । ତାହା ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟାତ୍ମକ ଆକର୍ଷଣ ଭଳି ଲାଭ ଯୋଗାଇଥାଏ । କିନ୍ତୁ ଏଥିରେ ଖର୍ଚ୍ଚ ଓ ଜଟିଳତା ଭଳି ଦିଗ ସାମିଲ ରହିଥାଏ । ସଂକେନ୍ ସ୍ଲାବ୍ କ’ଣ, ତାହାର ଉପାଦେୟତା ଓ ନିର୍ମାଣ ପଦ୍ଧତି କ’ଣ ତାହା ବୁଝିବା ଦ୍ୱାରା ଆପଣ ନିଜର ନିର୍ମାଣ ଆବଶ୍ୟକତା ସମ୍ପର୍କରେ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସମର୍ଥ ହୋଇପାରିବେ ।
ସଂକେନ୍ ସ୍ଲାବ୍ ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଗଭୀରତା ୪ରୁ ୬ ମଞ୍ଚ ପର୍ଯ୍ୟପ୍ତ ବ୍ୟାପ୍ତ ହୋଇଥାଏ । ତାହା ବାଞ୍ଛିତ ଉପଯୋଗ ଓ ଢାଞ୍ଚାଗତ ଆବଶ୍ୟକତା ଉପରେ ନିର୍ଭର କରିଥାଏ । ବାଥରୁମ୍ ଭଳି ଏରିଆ, ଯେଉଁଠି ଜଳ ପ୍ରବନ୍ଧନ ଗୁରୁତ୍ୱପୂର୍ଣ୍ଣ, ସେଠାରେ ଫଳପ୍ରଦ ଡ୍ରେନେଜକୁ ସୁନିଶ୍ଚିତ କରିବା ପାଇଁ ଅଧିକ ଗଭୀର ସ୍ଲାବ୍ ଆବଶ୍ୟକ ହୋଇପାରେ । ଭାର ବହନର ଆବଶ୍ୟକତା ଏବଂ ଜାଗାର ବିଶେଷ ଆବଶ୍ୟକତା ଉପରେ ନିର୍ଭର କରି ସଠିକ୍ ଗଭୀରତା ନିର୍ଦ୍ଧାରଣ କରାଯାଇଥାଏ ।
ସଂକେନ୍ ସ୍ଲାବ୍ ଓ ସ୍ୱାଭାବିକ ସ୍ଲାବ୍ ମଧ୍ୟରେ ପସନ୍ଦ ପ୍ରକଳ୍ପର ବିଶେଷ ଆବଶ୍ୟକତା ଉପରେ ନିର୍ଭର କରିଥାଏ । ଫଳପ୍ରଦ ଜଳ ନିଷ୍କାସନ ଆବଶ୍ୟକ କରୁଥିବା ଏରିଆ, ଯେପରିକି ବାଥରୁମ୍ କିମ୍ବା ଆଉଟଡୋର୍ ଜାଗା ପାଇଁ ସଂକେନ୍ ସ୍ଲାବ୍ ଉତ୍ତମ ହୋଇଥାଏ । ଅନ୍ୟପକ୍ଷରେ, ସ୍ୱାଭାବିକ ସ୍ଲାବଗୁଡ଼ିକ ଅଧିକ ସରଳ ଏବଂ କମ୍ ଖର୍ଚ୍ଚସାପେକ୍ଷ ହୋଇଥାଏ । ଅତିରିକ୍ତ ଡ୍ରେନେଜ୍ ଆବଶ୍ୟକତା ବିନା ସମତଳ ପୃଷ୍ଠଭାଗ ଆବଶ୍ୟକ ହୋଇଥିବା ଜାଗାଗୁଡ଼ିକ ପାଇଁ ତାହା ମାନକ ଚଟାଣ ଭାବେ ଉପଯୁକ୍ତ ହୋଇଥାଏ ।
ହଁ, ସଂକେନ୍ ସ୍ଲାବ୍ ବିନା ମଧ୍ୟ ବାଥରୁମ୍ ନିର୍ମାଣ କରାଯାଇପାରିବ । ହେଲେ, ସଂକେନ୍ ସ୍ଲାବ୍ ଜଳ ନିଷ୍କାସନକୁ ଅଧିକ ଫଳପ୍ରଦ ଭାବେ ପରିଚାଳନା କରିବା ଓ ପାଣିକୁ ଅନ୍ୟାନ୍ୟ କ୍ଷେତ୍ରକୁ ବ୍ୟାପିବାରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସଂକେନ୍ ସ୍ଲାବ୍ ନ ଥିଲେ ଜଳ ପ୍ରବାହର ପ୍ରବନ୍ଧନ କରିବା ଏବଂ ଲିକ୍ ପ୍ରତିରୋଧ କରିବା ପାଇଁ ଏରୁଣ୍ଡି ବନ୍ଧ କିମ୍ବା ପୃଥକ୍ ଡ୍ରେନେଜ୍ ପ୍ରଣାଳୀ ଭଳି ବିକଳ୍ପ ସମାଧାନର କାର୍ଯ୍ୟାନ୍ୱୟନ କରାଯାଇପାରିବ ।
ସରଳ ନିର୍ମାଣ ପ୍ରକ୍ରିୟା ଏବଂ କମ୍ ସାମଗ୍ରୀ ଆବଶ୍ୟକତା କାରଣରୁ ସଂକେନ୍ ସ୍ଲାବ୍ ତୁଳନାରେ ସ୍ୱାଭାବିକ ସ୍ଲାବ୍ ସାଧାରଣତଃ ଶସ୍ତା ହୋଇଥାଏ । ସଂକେନ୍ ସ୍ଲାବ୍ ଅତିରିକ୍ତ ଖନନ, ଫର୍ମୱାର୍କ ଓ ୱାଟରପ୍ରୁଫିଙ୍ଗ୍ ଆବଶ୍ୟକ କରିଥାଏ, ଯାହା ଖର୍ଚ୍ଚ ବଢ଼ାଇପାରେ । ତେଣୁ, ଯଦି ବଜେଟ ଏକ ମୁଖ୍ୟ ଚିନ୍ତାର ବିଷୟ ହୋଇଥାଏ ତେବେ ମାନକ ନିର୍ମାଣ ଆବଶ୍ୟକ ପାଇଁ ସ୍ୱାଭାବିକ ସ୍ଲାବ୍ ଅଧିକ ଖର୍ଚ୍ଚସାଶ୍ରୟୀ ପସନ୍ଦ ହୋଇପାରିବ ।
ସ୍ଲାବର ଶ୍ରେଷ୍ଠତା ପ୍ରକଳ୍ପର ବିଶେଷ ଆବଶ୍ୟକତା ଉପରେ ନିର୍ଭରଶୀଳ ହୋଇଥାଏ । ବାଥରୁମ୍ ଓ ଓଦା ସ୍ଥାନ ଭଳି ଫଳପ୍ରଦ ଜଳ ପ୍ରବନ୍ଧନ ଆବଶ୍ୟକ କରୁଥିବା ଜାଗାଗୁଡ଼ିକ ପାଇଁ ସଂକେନ୍ ସ୍ଲାବ୍ ଆଦର୍ଶ ହୋଇଥାଏ । ଅନ୍ୟପକ୍ଷରେ, ସ୍ୱାଭାବିକ ସ୍ଲାବ୍ ସମତଳ ପୃଷ୍ଠଭାଗ ଆବଶ୍ୟକ ହୋଇଥିବା ସାଧାରଣ-ଉଦ୍ଦେଶ୍ୟ ଚଟାଣ ପାଇଁ ଉପଯୁକ୍ତ ହୋଇତାଏ । କେଉଁ ପ୍ରକାର ସ୍ଲାବ୍ ବ୍ୟବହାର କରିବେ ତାହା ବାଛିବା ପୂର୍ବରୁ ପ୍ରକଳ୍ପର କାର୍ଯ୍ୟାତ୍ମକ ଆବଶ୍ୟକତା, ଡିଜାଇନ୍ ପସନ୍ଦ ଓ ବଜେଟକୁ ବିଚାରକୁ ନିଅନ୍ତୁ ।