ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ସିମେଣ୍ଟ ହାଇଡ୍ରେସନ୍ ବିଷୟରେ ବୁଝିବା ପାଇଁ ସବିସ୍ତୃତ ଗାଇଡ୍

ସିମେଣ୍ଟ ହାଇଡ୍ରେସନ୍ ହେଉଛି ଏକ ରାସାୟନିକ ପ୍ରତିକ୍ରିୟା ଯେଉଁଥିରେ ସିମେଣ୍ଟ ଏବଂ ପାଣି ମିଶି ଉତ୍ତାପ ଉତ୍ପାଦନ କରନ୍ତି ଏବଂ ଏକ ଟାଣ, କଠିନ ମ୍ୟାଟ୍ରିକ୍ସ ଗଠନ କରନ୍ତି ଯାହା ସାମଗ୍ରୀଗୁଡ଼ିକୁ ବାନ୍ଧି ରଖିଥାଏ । ଏହି ବ୍ଲଗ୍ ଆପଣଙ୍କୁ ହାଇଡ୍ରେସନର ଗୁରୁତ୍ୱ ଏବଂ କଂକ୍ରିଟ ଢାଞ୍ଚାର ଅଖଣ୍ଡତା ଏବଂ ସ୍ଥାୟିତ୍ୱକୁ ଏହା କେମିତି ନିର୍ଦ୍ଧାରଣ କରିଥାଏ ତାହା ବୁଝିବାରେ ସାହାଯ୍ୟ କରିବ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • କଂକ୍ରିଟର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ ସିମେଣ୍ଟ ହାଇଡ୍ରେସନ୍ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହା ବିଭିନ୍ନ ପର୍ଯ୍ୟାୟରେ ସଂଘଟିତ ହୋଇଥାଏ, ଯେପରିକି - ପ୍ରାରମ୍ଭିକ ମିଶ୍ରଣ ସମୟରେ ଏବଂ ସ୍ଥିର ବିକାଶ ସମୟରେ ।

     

  • କଂକ୍ରିଟର କାର୍ଯ୍ୟଦକ୍ଷତାକୁ ଅନୁକୂଳ କରିବା ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ହାଇଡ୍ରେସନକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

     

  • ହାଇଡ୍ରେସନର ମହତ୍ତ୍ୱ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ଶକ୍ତିର ବିକାଶ, ବନ୍ଧନର ଗୁଣଧର୍ମ, ସ୍ଥାୟିତ୍ୱ ଏବଂ ବର୍ଦ୍ଧିତ ସୁକରଣୀୟତା ପର୍ଯ୍ୟନ୍ତ ବ୍ୟାପ୍ତ ଅଟେ ।



ସିମେଣ୍ଟ କଂକ୍ରିଟ୍ ଓ ମୋର୍ଟାରରେ ଅଠା ଭଳି କାମ କରିଥାଏ, କିନ୍ତୁ ତାହା ସଠିକ୍ ଭାବେ ଲାଗି ରହିବା ପାଇଁ ଓଦା ରହିବା ଆବଶ୍ୟକ । ଏହା ସିମେଣ୍ଟ ହାଇଡ୍ରେସନ୍ ସମୟରେ ଘଟିଥାଏ । ସିମେଣ୍ଟରେ ପାଣି ମିଶାଇଲେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି ଦୁଇ ପଦାର୍ଥକୁ ଏକାଠି ମିଶାଇଲେ ଏକ ତାପ-ଉତ୍ପାଦକ ପ୍ରତିକ୍ରିୟା ସୃଷ୍ଟି ହୋଇ ସ୍ଫଟିକ ଏବଂ ଅନ୍ୟାନ୍ୟ ପଦାର୍ଥ ଗଠିତ ହୁଏ, ଯାହା ସିମେଣ୍ଟକୁ ବାନ୍ଧିବାରେ ସହାୟତା କରିଥାଏ । ଏହି ପ୍ରକ୍ରିୟା ବିଭିନ୍ନ ସୋପାନରେ ସଂଘଟିତ ହୁଏ ଏବଂ ଭିନ୍ନ ଭିନ୍ନ ଫଳାଫଳ ପ୍ରଦାନ କରିଥାଏ । ସିମେଣ୍ଟ ହାଇଡ୍ରେସନ୍ କେମିତି କାମ କରିଥାଏ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ ।

 

 


ସିମେଣ୍ଟ ହାଇଡ୍ରେସନ୍ କ’ଣ? 



ସିମେଣ୍ଟରେ ପାଣି ମିଶାଇଲେ ସଂଘଟିତ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ରାସାୟନିକ ପ୍ରକ୍ରିୟାକୁ ସିମେଣ୍ଟର ହାଇଡ୍ରେସନ୍ କୁହାଯାଏ; ଏହାଦ୍ୱାରା ସିମେଣ୍ଟ କଠିନ ଓ ସେଟ୍ ହେବାକୁ ଲାଗିଥାଏ । ଘର ନିର୍ମାଣ କରୁଥିବା ସମସ୍ତଙ୍କ ପାଇଁ ଏହି ପ୍ରକ୍ରିୟାକୁ ବୁଝିବା ଘରର ଦୀର୍ଘାୟୁ ଏବଂ ସ୍ଥିରତା ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ସିମେଣ୍ଟ ହାଇଡ୍ରେସନରେ ଜଟିଳ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ଯାହା ସିମେଣ୍ଟକୁ ଦୃଢ଼ କରିଥାଏ, କଂକ୍ରିଟ ଗଠନର ମେରୁଦଣ୍ଡ ଗଠନ କରେ ଏବଂ ତାପ ସୃଷ୍ଟି କରେ (ସିମେଣ୍ଟର ହାଇଡ୍ରେସନର ତାପ ଭାବରେ ପରିଚିତ), ଯାହା କିଓରିଂ ସମୟ ଏବଂ ଶକ୍ତିକୁ ପ୍ରଭାବିତ କରେ । ସିମେଣ୍ଟ ହାଇଡ୍ରେସନର ଏହି ଜଟିଳତାରେ ନିପୁଣତା ହାସଲ କରି ସ୍ଥାୟୀ ଏବଂ ମଜବୁତ ଘର ତିଆରି କରାଯାଇପାରିବ ।

 

 

ସିମେଣ୍ଟ ହାଇଡ୍ରେସନ୍ ପ୍ରକ୍ରିୟାର ୫ଟି ପର୍ଯ୍ୟାୟ



ସ୍ଥାୟୀ ଏବଂ ସ୍ଥିର ଢାଞ୍ଚା ନିର୍ମାଣ କରିବାର ଲକ୍ଷ୍ୟ ରଖୁଥିବା ଗୃହ ନିର୍ମାତାଙ୍କ ସିମେଣ୍ଟ ହାଇଡ୍ରେସନର ବିଭିନ୍ନ ପର୍ଯ୍ୟାୟକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ସିମେଣ୍ଟ ହାଇଡ୍ରେସନର ପ୍ରତ୍ୟେକ ପ୍ରକ୍ରିୟା ବିଷୟରେ ତଳେ ଅନୁସନ୍ଧାନ କରିବା:

 

୧. ପ୍ରାରମ୍ଭିକ ମିଶ୍ରଣ ପ୍ରତିକ୍ରିୟା

ସିମେଣ୍ଟରେ ପାଣି ମିଶାଇଲେ ତୁରନ୍ତ ପ୍ରତିକ୍ରିୟା ସୃଷ୍ଟି ହୁଏ ଯାହା ସିମେଣ୍ଟ କଣିକାକୁ ଦ୍ରବୀଭୂତ କରି ସେଥିରୁ ଆୟନ ମୁକ୍ତ କରିଥାଏ । ଏହି ପ୍ରାରମ୍ଭିକ ପର୍ଯ୍ୟାୟ ରାସାୟନିକ ଯାତ୍ରାକୁ ଆରମ୍ଭ କରିଥାଏ ଏବଂ ପରବର୍ତ୍ତୀ ହାଇଡ୍ରେସନ୍ ପ୍ରକ୍ରିୟାର ଜଟିଳ ଶୃଙ୍ଖଳା ପାଇଁ ଭିତ୍ତିଭୂମି ସ୍ଥାପନ କରିଥାଏ । କଂକ୍ରିଟର କମ୍ପ୍ରେସିଭ୍ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ରାସାୟନିକ ବନ୍ଧନ ଆରମ୍ଭ କରିବା ଲାଗି ଏହା ଏକ ସଂକ୍ଷିପ୍ତ କିନ୍ତୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସମୟ ହୋଇଥାଏ ।

 

୨. ସୁପ୍ତାବସ୍ଥା

ପ୍ରାରମ୍ଭିକ ପ୍ରତିକ୍ରିୟା ପରେ, ସିମେଣ୍ଟ ହାଇଡ୍ରେସନ୍ ପ୍ରକ୍ରିୟା ଏକ ନୀରବ ସୁପ୍ତାବସ୍ଥା ପର୍ଯ୍ୟାୟରେ ପ୍ରବେଶ କରିଥାଏ । ଯଦିଓ ପ୍ରକ୍ରିୟା ସ୍ଥଗିତ ହୋଇଯାଏ କିନ୍ତୁ ପୃଷ୍ଠଭାଗ ତଳେ ମନ୍ଥର ଓ ଗୁରୁତ୍ୱପୂର୍ଣ୍ଣ ରାସାୟନିକ ପ୍ରତିକ୍ରିୟା ଜାରି ରହିଥାଏ । ଏହି ଅବଧି ଶ୍ରମିକମାନଙ୍କୁ କଂକ୍ରିଟକୁ ମିଶ୍ରଣ କରିବା, ପରିବହନ କରିବା ଏବଂ ଢଳେଇ ବା ସ୍ଥାପନ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥାଏ, ଯାହା ପରେ କଂକ୍ରିଟ୍ ସେଟ୍ ହେବା ଆରମ୍ଭ ହୋଇଥାଏ ।

 

୩. ଶକ୍ତି ତ୍ୱରଣ

ଏହି ପର୍ଯ୍ୟାୟରେ ଶକ୍ତି ବିକାଶର ଗତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥାଏ । କ୍ୟାଲସିୟମ ସିଲିକେଟ୍ ହାଇଡ୍ରେଟ୍ ଏବଂ କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ ଭଳି ହାଇଡ୍ରେସନ୍ ଉତ୍ପାଦର ଉତ୍ପାଦନ ବୃଦ୍ଧି ପାଇ କଂକ୍ରିଟ୍ ର ଆଭ୍ୟନ୍ତରୀଣ ଢାଞ୍ଚାକୁ ସୁଦୃଢ଼ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଯେଉଁଠାରେ ମିଶ୍ରଣର ରୂପାନ୍ତରଣ ଘଟିଥାଏ, ଯାହା ଢାଞ୍ଚାଗତ ଅଖଣ୍ଡତା ପାଇଁ ଜରୁରୀ ଶକ୍ତି ହାସଲ ହୋଇଥାଏ ।

 

୪. ବେଗ ହ୍ରାସ

ଏହି କାର୍ଯ୍ୟକଳାପ ପରେ ସିମେଣ୍ଟର ହାଇଡ୍ରେସନ ପ୍ରକ୍ରିୟା ମନ୍ଥର ହୋଇଯାଏ । ଯଦିଓ ପ୍ରତିକ୍ରିୟା ଜାରି ରହିଥାଏ, କିନ୍ତୁ ଏହି ମାନ୍ଦାବସ୍ଥା ଦ୍ରୁତଗତିରେ ଶକ୍ତି ବୃଦ୍ଧିରୁ ଧୀରେ ଧୀରେ ବୃଦ୍ଧିକୁ ପରିବର୍ତ୍ତିତ ହୁଏ । ଏହା ସୂଚାଇଥାଏ ଯେ କଂକ୍ରିଟ ଏହାର ପରିପକ୍ୱତାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଯାଇଛି, ଯଦିଓ ଏହା ଏପର୍ଯ୍ୟନ୍ତ ଏହାର କଠିନତା ହାସଲ ପ୍ରକ୍ରିୟା ଶେଷ କରିନାହିଁ ।

 

୫. ବିକାଶରେ ସ୍ଥିରତା

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରି, ହାଇଡ୍ରେସନ୍ ପ୍ରକ୍ରିୟା ଏକ ସ୍ଥିର, ନିରନ୍ତର ବିକାଶ ଅବଧିକୁ ପ୍ରବେଶ କରେ । ପ୍ରତିକ୍ରିୟା ହାର ଆହୁରି ମନ୍ଥର ହୁଏ, କିନ୍ତୁ ନିରନ୍ତର ହାଇଡ୍ରେସନ୍ କଂକ୍ରିଟର ଗୁଣର ପ୍ରଗତିଶୀଳ ବୃଦ୍ଧିରେ ଯୋଗଦାନ କରେ । ଏହି ପର୍ଯ୍ୟାୟ ସିମେଣ୍ଟ ହାଇଡ୍ରେସନର ଦୀର୍ଘକାଳୀନ ପ୍ରକୃତିକୁ ସୂଚାଇଥାଏ, ଯେଉଁଥିରେ ରାସାୟନିକ ପ୍ରତିକ୍ରିୟା ପଦାର୍ଥର ସ୍ଥାୟୀତ୍ୱ ଏବଂ ଦୀର୍ଘାୟୁକୁ ସୁନିଶ୍ଚିତ କରିଥାଏ ।


ସିମେଣ୍ଟର ହାଇଡ୍ରେସନର ଗୁରୁତ୍ୱ



ସିମେଣ୍ଟର ହାଇଡ୍ରେସନ ପ୍ରକ୍ରିୟାର ଗୁରୁତ୍ୱକୁ ଅଣଦେଖା କରାଯାଇପାରିବ ନାହିଁ, କାରଣ ଏହା କଂକ୍ରିଟ ଢାଞ୍ଚାର କାର୍ଯ୍ୟଦକ୍ଷତା ଏବଂ ଦୀର୍ଘାୟୁ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ଆସନ୍ତୁ ଏହି ରାସାୟନିକ ପରିବର୍ତ୍ତନ କଂକ୍ରିଟରେ ଭରୁତିବା ପ୍ରାଣପ୍ରାଚୁର୍ଯ୍ୟର ପ୍ରମୁଖ ଲାଭଗୁଡ଼ିକ ବିଷୟରେ ଆଲୋଚନା କରିବା ।

 

୧. ଶକ୍ତି ବିକାଶ

ସିମେଣ୍ଟର ହାଇଡ୍ରେସନ ସିମେଣ୍ଟକୁ ଏକ ଚୂର୍ଣ୍ଣିଳ ମିଶ୍ରଣରୁ ଏକ କଠିନ, ଭାର ବହନକାରୀ ସାମଗ୍ରୀରେ ରୂପାନ୍ତରିତ କରିଥାଏ । ହାଇଡ୍ରେସନ୍ ଆଗକୁ ବଢ଼ିବା ସହିତ, ଏହା ଏକ ଜଟିଳ ମ୍ୟାଟ୍ରିକ୍ସ ଗଠନ କରେ ଯାହା କଂକ୍ରିଟ୍ କୁ ଏହାର କମ୍ପ୍ରେସିଭ୍ ଶକ୍ତି ପ୍ରଦାନ କରେ । ଢାଞ୍ଚାର ଓଜନ ଏବଂ ଚାପକୁ ସୁରକ୍ଷିତ ଭାବରେ ସମର୍ଥନ କରିବା ପାଇଁ ଏହା ଜରୁରୀ ହୋଇଥାଏ ।

 

୨. ବନ୍ଧକ ଏଜେଣ୍ଟ

ସିମେଣ୍ଟ ହାଇଡ୍ରେସନ୍ ସମୟରେ ସିମେଣ୍ଟ ଏକ ଅଠା ଭଳି କାମ କରିଥାଏ, ଯାହା ଏଗ୍ରିଗେଟ୍ (ଗୋଡ଼ି, ବାଲି ଆଦି)ର କଣିକାଗୁଡ଼ିକୁ ଏକାଠି ବାନ୍ଧିଥାଏ । ଏହି ପ୍ରତିକ୍ରିୟା କଂକ୍ରିଟ ଭିତରେ ବିଭିନ୍ନ ପ୍ରକାରର ପଥର ଏବଂ ବାଲିର ସଂଲଗ୍ନତାକୁ ସୁନିଶ୍ଚିତ କରେ, ଯାହା ପ୍ରକଳ୍ପର ଆକାର ଏବଂ ଜଟିଳତା ନିର୍ବିଶେଷରେ ନିର୍ମିତ ରୂପର ଅଖଣ୍ଡତା ଏବଂ ଆକୃତି ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

 

୩. ସ୍ଥାୟୀତ୍ୱ ଏବଂ ପ୍ରତିରୋଧ

କଂକ୍ରିଟର ଶକ୍ତି ବହୁ ମାତ୍ରାରେ ସିମେଣ୍ଟକୁ ପାଣିରେ ଭଲ ଭାବରେ ମିଶାଇବା ଉପରେ ନିର୍ଭର କରେ । ସଠିକ ଭାବରେ ମିଶ୍ରଣ କରାଗଲେ, ସିମେଣ୍ଟ ପ୍ରତିକୂଳ ପାଣିପାଗ, ରାସାୟନିକ ପଦାର୍ଥ ଏବଂ ସମୟର ପ୍ରଭାବ ବିରୁଦ୍ଧରେ ଭଲ ଭାବରେ ଠିଆ ହୋଇ ରହିପାରେ । ଅର୍ଥାତ୍ କୋଠା ବା ଢାଞ୍ଚା ଭାଙ୍ଗି ନ ଯାଇ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିଥାଏ ।

 

୪. ସୁକରଣୀୟତା ଏବଂ ନିର୍ମାଣ ଦକ୍ଷତା

ହାଇଡ୍ରେସନ କଂକ୍ରିଟର ସୁକରଣୀୟତା ବା କଂକ୍ରିଟକୁ ନେଇ କେତେ ସହଜରେ କାମ କରାଯାଇପାରିବ ତାହାକୁ ପ୍ରଭାବିତ କରିଥାଏ, ଅର୍ଥାତ୍ ମିଶ୍ରଣ କରିବା, ଢଳେଇ କରିବା ଏବଂ ଫିନିଶିଂ କରିବା କେତେ ସହଜ ତାହାକୁ ପ୍ରଭାବିତ କରେ । ସଠିକ ଭାବରେ ହାଇଡ୍ରେଟେଡ୍ ସିମେଣ୍ଟ ସାଇଟ୍ ରେ ସୁରୁଖୁରୁରେ କାର୍ଯ୍ୟକୁ ସୁନିଶ୍ଚିତ କରିଥାଏ, ଏବଂ ଏହା ସେଟ୍ ହେବା ପୂର୍ବରୁ କଂକ୍ରିଟ୍ ଦକ୍ଷ ଭାବେ ଆକାର ଏବଂ ଢାଞ୍ଚା ହାସଲ କରିପାରିଥାଏ । ଏହା ଶ୍ରମିକମାନଙ୍କ ଦ୍ୱାରା ସାଇଟରେ କରାଯାଉଥିବା ପ୍ରୟାସ ଓ ପରିଶ୍ରମକୁ ଅନୁକୂଳ କରିଥାଏ ଏବଂ ନିର୍ମାଣ ସମୟସୀମାକୁ ସହଜରେ ପୂରଣ କରିଥାଏ ।



ଅତଏବ, ସିମେଣ୍ଟ ସହିତ ପାଣି ମିଶ୍ରଣ ପ୍ରକ୍ରିୟା କଂକ୍ରିଟର ଶକ୍ତିର ଚାବିକାଠି ଅଟେ । ଏହି ଜଟିଳ ରାସାୟନିକ ପ୍ରତିକ୍ରିୟା ଏକ ସୂକ୍ଷ୍ମ ପାଉଡରକୁ ଏହାର ଉପାଦାନଗୁଡ଼ିକୁ ଏକତ୍ର ବାନ୍ଧି ପଥର ପରି ପଦାର୍ଥରେ ପରିଣତ କରିଥାଏ । ହାଇଡ୍ରେସନର ବିଭିନ୍ନ ପର୍ଯ୍ୟାୟକୁ ବୁଝି ଆମେ ସର୍ବୋତ୍ତମ କଂକ୍ରିଟ କାର୍ଯ୍ୟଦକ୍ଷତା ଏବଂ ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିପାରିବା ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ସିମେଣ୍ଟର ହାଇଡ୍ରେସନ୍ କେମିତି ନିରୂପଣ କରାଯାଇଥାଏ?

ମିଶ୍ରଣରେ ବ୍ୟବହୃତ ଜଳର ପରିମାଣର ମୂଲ୍ୟାୟନ କରାଯାଇ ଏବଂ ହାଇଡ୍ରେସନ୍ ସ୍ତରର ଆକଳନ ପାଇଁ ସିମେଣ୍ଟର ରାସାୟନିକ ସମ୍ମିଶ୍ରଣକୁ ବୁଝି ସିମେଣ୍ଟର ହାଇଡ୍ରେସନ୍ ନିରୂପଣ କରାଯାଇଥାଏ ।

 

୨. ସିମେଣ୍ଟ ହାଇଡ୍ରେସନ୍ କେଉଁ କାରଣରୁ ହୋଇଥାଏ?

ସିମେଣ୍ଟ ସହ ଜଳ ମିଶ୍ରଣ କରାଯିବା ଦ୍ୱାରା ସିମେଣ୍ଟ ହାଇଡ୍ରେସନ୍ ଘଟିଥାଏ । ଏହା ଏକ ରାସାୟନିକ ପ୍ରତିକ୍ରିୟା ଆରମ୍ଭ କରିଥାଏ ଯାହାଦ୍ୱାରା ସିମେଣ୍ଟ ମିଶ୍ରଣ କଠିନ ହେବାକୁ ଲାଗିଥାଏ ।

 

୩. ସିମେଣ୍ଟର ହାଇଡ୍ରେସନ୍ କାହା ଉପରେ ନିର୍ଭରଶୀଳ ହୋଇଥାଏ? 

ସିମେଣ୍ଟର ହାଇଡ୍ରେସନ୍ ବିଭିନ୍ନ କାରକ ଉପରେ ନିର୍ଭର କରିଥାଏ, ଯେପରିକି - ଜଳ-ସିମେଣ୍ଟ ଅନୁପାତ, ପରିବେଶୀୟ ତାପମାତ୍ର, ସିମେଣ୍ଟର ରାସାୟନିକ ଏବଂ ପଦାର୍ଥଗତ ଗୁଣଧର୍ମ, କଣିକାର ସୂକ୍ଷତା ଏବଂ ଯୋଗାତ୍ମକ କିମ୍ବା ପରିପୂରକ ସାମଗ୍ରୀଗୁଡ଼ିକର ବ୍ୟବହାର ।

 

୪. ସିମେଣ୍ଟରେ ହାଇଡ୍ରେସନର ତାପ କ’ଣ ହୋଇଥାଏ?

ଜଳ ଓ ସିମେଣ୍ଟର ମିଶ୍ରଣ ସମୟରେ ଘଟୁଥିବା ତାପୋତ୍ପାଦକ ପ୍ରତିକ୍ରିୟାକୁ ସିମେଣ୍ଟରେ ହାଇଡ୍ରେସନର ତାପ କୁହାଯାଏ । ଏହାଦ୍ୱାରା କଂକ୍ରିଟରେ ତାପମାତ୍ରା ବୃଦ୍ଧି ପାଇଥାଏ, ଯାହା କଂକ୍ରିଟର ସେଟିଂ ଏବଂ ଶକ୍ତି ବିକାଶକୁ ପ୍ରଭାବିତ କରିଥାଏ ।

 

୫. ସିମେଣ୍ଟର ହାଇଡ୍ରେସନ୍ କାରଣରୁ କେଉଁ ସଙ୍କୋଚନ ଘଟିଥାଏ?

ସିମେଣ୍ଟ ହାଇଡ୍ରେସନ୍ କାରଣରୁ ଘଟୁଥିବା ସଙ୍କୋଚନକୁ ସ୍ୱତଃଜାତ ସଙ୍କୋଚନ (ଅଟୋଜେନସ୍ ଶ୍ରିଙ୍କେଜ୍) କୁହାଯାଏ । ଏହି ପ୍ରକ୍ରିୟାରେ ପ୍ରଗତିଶୀଳ ହାଇଡ୍ରେସନ୍ କାରଣରୁ ସିମେଣ୍ଟ ପେଷ୍ଟ ଭିତରୁ ଶୁଖିବାକୁ ଲାଗିଥାଏ । ଏହା ସବୁଠାରୁ ସାଧାରଣ ଭାବେ ଉଚ୍ଚ-ଶକ୍ତିଯୁକ୍ତ କଂକ୍ରିଟ୍ କିମ୍ବା ସ୍ୱଳ୍ପ ଜଳ-ସିମେଣ୍ଟ ଅନୁପାତଯୁକ୍ତ ମିଶ୍ରଣରେ ଦେଖାଦେଇଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....