ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ନିର୍ମାଣର ବିଭିନ୍ନ ପ୍ରକାରଭେଦ କ’ଣ?

ଆମ ଆଖପାଖ ପରିବେଶକୁ ଗଢ଼ିତୋଳିବାରେ ନିର୍ମାଣ କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆର୍କିଟେକ୍ଟ ଓ ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଠିକାଦାର ଓ ସମ୍ପତ୍ତି ମାଲିକଙ୍କ ପର୍ଯ୍ୟନ୍ତ ବିଲଡିଂ ଶିଳ୍ପ ସହ ଜଡ଼ିତ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ନିର୍ମାଣକୁ ବୁଝିବା ଜରୁରୀ ହୋଇଥାଏ । ଏହି ବ୍ଲଗ୍ ରେ ବିଭିନ୍ନ ପ୍ରକାରର ବିଲଡିଂର ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଛି, ଯେଉଁଥିରେ ସେଗୁଡ଼ିକର ବୈଶିଷ୍ଟ୍ୟ, ସାମଗ୍ରୀ, ଶକ୍ତି ଏବଂ ଦୁର୍ବଳତା ଉପରେ ଆଲୋକପାତ କରାଯାଇଛି ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ନିରାପତ୍ତା, ବିଲ୍ଡିଂ କୋଡ୍ ଅନୁପାଳନ ଏବଂ ଉପଯୁକ୍ତ ସାମଗ୍ରୀ ଚୟନକୁ ସୁନିଶ୍ଚିତ କରିବା ପାଇଁ ନିର୍ମାଣର ପ୍ରକାରଭେଦକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ ।

     

  • ଟାଇପ୍ ୧ ନିର୍ମାଣରେ କଂକ୍ରିଟ ଏବଂ ଇସ୍ପାତ ଭଳି ଅଗ୍ନି ପ୍ରତିରୋଧକ ସାମଗ୍ରୀ ବ୍ୟବହାର କରାଯାଏ, ଯାହା ଉଚ୍ଚ ଅଗ୍ନି ପ୍ରତିରୋଧ ଏବଂ ସ୍ଥାୟୀତ୍ୱ ପ୍ରଦାନ କରିଥାଏ ।

     

  • ଟାଇପ୍ ୨ ନିର୍ମାଣ ଅଣ-ଦହନଶୀଳ ହୋଇଥାଏ, ତାହା ଟାଇପ୍ ୧ ଭଳି ସମାନ ସାମଗ୍ରୀ ବ୍ୟବହାର କରେ କିନ୍ତୁ କମ୍ କଡ଼ାକଡ଼ି ଆବଶ୍ୟକତା ସହିତ, ଯାହା ଏହାକୁ ଅଧିକ ଖର୍ଚ୍ଚ-ସାଶ୍ରୟୀ କରିଥାଏ ।

     

  • ଟାଇପ୍ ୩ ନିର୍ମାଣରେ ଅଣ ଦହନଶୀଳ ବାହ୍ୟ କାନ୍ଥ ସହିତ ଦହନଶୀଳ ଆଭ୍ୟନ୍ତରୀଣ ସାମଗ୍ରୀଗୁଡ଼ିକୁ ମିଶାଇ ଖର୍ଚ୍ଚ ଏବଂ ଅଗ୍ନି ପ୍ରତିରୋଧର ସନ୍ତୁଳନ କରାଯାଇଥାଏ ।

     

  • ଟାଇପ୍ ୪ ନିର୍ମାଣରେ ବଡ଼ କାଠ ବା ଟିମ୍ବର୍ ଉପାଦାନ ବ୍ୟବହାର କରାଯାଏ ଯାହା ଉଚ୍ଚ ଢାଞ୍ଚାଗତ ଶକ୍ତି ଏବଂ ପ୍ରାକୃତିକ ଅଗ୍ନି ପ୍ରତିରୋଧ ପ୍ରଦାନ କରିଥାଏ ।

     

  • ଟାଇପ୍ ୫ ନିର୍ମାଣ କାଠ-ଫ୍ରେମ୍ ବିଶିଷ୍ଟ ହୋଇଥାଏ, ଯାହା ସାଧାରଣତଃ ଆବାସିକ କୋଠାରେ ବ୍ୟବହୃତ ହୁଏ, ଯାହା ଏହାର ଖର୍ଚ୍ଚ-ଫଳପ୍ରଦତା ଏବଂ ନିର୍ମାଣର ସହଜତା ପାଇଁ ଜଣାଶୁଣା ଅଟେ ।



ନିର୍ମାଣ ଶିଳ୍ପରେ ଯେ କୌଣସି ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାରର କୋଠା ନିର୍ମାଣକୁ ବୁଝିବା ଜରୁରୀ ହୋଇଥାଏ । ଏହି ବ୍ଲଗ୍ ପାଞ୍ଚଟି ପ୍ରାଥମିକ ପ୍ରକାରର ନିର୍ମାଣ ଏବଂ ନିର୍ଦ୍ଦିଷ୍ଟତା ଅର୍ଥାତ୍- ସାମଗ୍ରୀ, ଶକ୍ତି, ଦୁର୍ବଳତା ଏବଂ ପ୍ରୟୋଗ ଉପରେ ଆଲୋଚନା କରିଥାଏ । ଏହି ମାର୍ଗଦର୍ଶିକା ନିରାପତ୍ତା, ଅନୁପାଳନ ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ଉପଯୁକ୍ତ ନିର୍ମାଣ ପଦ୍ଧତି ଚୟନ ସୁନିଶ୍ଚିତ କରିବା ପାଇଁ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରିଥାଏ ।

 

 


୫ ପ୍ରକାର କୋଠା ନିର୍ମାଣ

 

ଟାଇପ୍ ୧: ଅଗ୍ନି ପ୍ରତିରୋଧକ



  • ସାମଗ୍ରୀ: ଅଗ୍ନି ପ୍ରତିରୋଧକ ନିର୍ମାଣରେ କଂକ୍ରିଟ ଏବଂ ଇସ୍ପାତ ପରି ଅଣ-ଦହନଶୀଳ ପଦାର୍ଥ ବ୍ୟବହାର କରାଯାଏ । ଏହି ପଦାର୍ଥଗୁଡ଼ିକ ଉଚ୍ଚ ତାପମାତ୍ରା ସହ୍ୟ କରିପାରେ, ଯାହା ଏହି ବିଲଡିଂ ଢାଞ୍ଚାକୁ ଅଗ୍ନି ପ୍ରତିରୋଧକ କରିଥାଏ ।

     

  • ଶକ୍ତି: ଅଧିକ ଅଗ୍ନି ପ୍ରତିରୋଧ, ସ୍ଥାୟୀତ୍ୱ ଏବଂ ଅଗ୍ନିକାଣ୍ଡ ସମୟରେ ଭୁଶୁଡ଼ିପଡ଼ିବାର ଆଶଙ୍କା କମ୍ ।

     

  • ଦୁର୍ବଳତା: ଭାରୀ ସାମଗ୍ରୀ ଯୋଗୁଁ ଅଧିକ ନିର୍ମାଣ ଖର୍ଚ୍ଚ ଏବଂ ନିର୍ମାଣ ସମୟ ଅଧିକ।

     

  • ଉଚ୍ଚ ଅଟ୍ଟାଳିକା, ଡାକ୍ତରଖାନା ଏବଂ ବୃହତ ବାଣିଜ୍ୟିକ ପ୍ରକଳ୍ପରେ ଏହି ପ୍ରକାର ନିର୍ମାଣ ସାଧାରଣ କଥା ।

     

ଟାଇପ୍ ୨: ଅଣ-ଦହନଶୀଳ 

  • ସାମଗ୍ରୀ: ଅଗ୍ନି-ପ୍ରତିରୋଧକ ନିର୍ମାଣ ପରି ଏହି ପ୍ରକାର ନିର୍ମାଣଟି ଅଣ-ଦହନଶୀଳ ପଦାର୍ଥ ବ୍ୟବହାର କରେ କିନ୍ତୁ କମ୍ କଠୋର ଆବଶ୍ୟକତା ସହିତ। ଇସ୍ପାତ ଏବଂ କଂକ୍ରିଟ ସାଧାରଣ ସାମଗ୍ରୀ ଭାବେ ବ୍ୟବହୃତ ହୁଏ |

     

  • ଶକ୍ତି: ଉତ୍ତମ ଅଗ୍ନି ପ୍ରତିରୋଧ, ଅଗ୍ନି-ପ୍ରତିରୋଧକ ପ୍ରକାରର ନିର୍ମାଣ ତୁଳନାରେ ଶସ୍ତା ଏବଂ ନିର୍ମାଣ କରିବା ସହଜ ।

     

  • ଦୁର୍ବଳତା: କାଠ-ଫ୍ରେମ୍ ବିଶିଷ୍ଟ ନିର୍ମାଣ ତୁଳନାରେ ଏହା ଅଧିକ ବ୍ୟୟବହୁଳ ଏବଂ ଅଧିକ ତାପମାତ୍ରାରେ ସାମଗ୍ରୀଗୁଡ଼ିକ ଦୁର୍ବଳ ହେବାର ସମ୍ଭାବନା ରହିଥାଏ ।

     

  • ନୂତନ ବିଦ୍ୟାଳୟ, ବାଣିଜ୍ୟିକ କୋଠା ଏବଂ ଶିଳ୍ପ ଢାଞ୍ଚା ପାଇଁ ଏହି ପ୍ରକାରର ବିଲଡିଂ ଉପଯୁକ୍ତ ଅଟେ ।

 

ଟାଇପ୍ ୩: ସାଧାରଣ

  • ସାମଗ୍ରୀ: ସାଧାରଣ ନିର୍ମାଣରେ ବାହ୍ୟ କାନ୍ଥ ପାଇଁ ଅଣ ଦହନଶୀଳ ପଦାର୍ଥ ଏବଂ ଆଭ୍ୟନ୍ତରୀଣ ପାଇଁ ଦହନଶୀଳ ପଦାର୍ଥ ମିଶାଇ ନିର୍ମାଣ କରାଯାଇଥାଏ । ଅଧିକାଂଶ ସମୟରେ ଏହା ବାହ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଇଟା ଏବଂ ଆଭ୍ୟନ୍ତରୀଣ ଢାଞ୍ଚା ପାଇଁ କାଠ ବ୍ୟବହାର କରିଥାଏ ।

     

  • ଶକ୍ତି: ଅଗ୍ନି ପ୍ରତିରୋଧ ଏବଂ ଖର୍ଚ୍ଚ-ଦକ୍ଷତା ଏବଂ ଡିଜାଇନ୍ ରେ ଅଧିକ ନମନୀୟତାର ସନ୍ତୁଳନ ।

     

  • ଦୁର୍ବଳତା: ଆଭ୍ୟନ୍ତରୀଣ କାଠ ଫ୍ରେମିଂ ସହଜରେ ନିଆଁକୁ ଧରିପାରେ ଏବଂ ଅତିରିକ୍ତ ଅଗ୍ନିନିରୋଧକ ପଦକ୍ଷେପ ଆବଶ୍ୟକ କରେ ।

     

  • ସାଧାରଣତଃ ଏ ପ୍ରକାର ନିର୍ମାଣ ମିଶ୍ରିତ ନିର୍ମାଣ ସାମଗ୍ରୀ ବ୍ୟବହୃତ ହୋଇଥିବା ପୁରୁଣା ବିଦ୍ୟାଳୟ, ବ୍ୟବସାୟ ଏବଂ ଆବାସିକ କୋଠାରେ ଦେଖିବାକୁ ମିଳିଥାଏ ।

 

ଟାଇପ୍ ୪: ଭାରୀ କାଠ



  • ସାମଗ୍ରୀ: ବିମ୍ ଏବଂ କଲମ୍ ପରି ବୃହତ, ଟାଣୁଆ କାଠ ଉପାଦାନ ବ୍ୟବହାର କରାଯାଏ । ଭାରୀ କାଠ ଭାବରେ ବର୍ଗୀକୃତ ହେବା ପାଇଁ କାଠଟି ନିର୍ଦ୍ଦିଷ୍ଟ ଆକାରର ଆବଶ୍ୟକତା ପୂରଣ କରିବା ଆବଶ୍ୟକ ।

     

  • ଶକ୍ତି: କାଠର ବିଶାଳ ଅଂଶ ହେତୁ ଅଗ୍ନି ପ୍ରତି ଉଚ୍ଚ ଢାଞ୍ଚାଗତ ଶକ୍ତି ଏବଂ ପ୍ରାକୃତିକ ପ୍ରତିରୋଧ ମିଳିଥାଏ ।

     

  • ଦୁର୍ବଳତା: ଏଥିପାଇଁ କୁଶଳୀ ନିର୍ମାଣ ଶ୍ରମ ଦରକାର ହୋଇଥାଏ, ସାମଗ୍ରୀ ସୀମିତ ଏବଂ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଥାଏ ।

     

  • ପୁରୁଣା ଶିଳ୍ପ କୋଠା, ଗୀର୍ଜାଘର ଏବଂ ଆଧୁନିକ ପରିବେଶ ଅନୁକୂଳ ଡିଜାଇନରେ ଏହି କୋଠା ନିର୍ମାଣ ପ୍ରକାର ପ୍ରାୟତଃ ଦେଖାଯାଏ ।

 

ଟାଇପ୍ ୫: କାଠ-ଫ୍ରେମ୍ ବିଶିଷ୍ଟ



  • ସାମଗ୍ରୀ: ମୁଖ୍ୟତଃ କାଠ, ଷ୍ଟଡ୍, ଜଏଷ୍ଟ ଏବଂ ରାଫ୍ଟର ସହିତ ନିର୍ମିତ ହୋଇଥାଏ । ଏହା ଆବାସିକ ନିର୍ମାଣରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହୋଇଥାଏ ।

     

  • ଶକ୍ତି: ଖର୍ଚ୍ଚ-ଅନୁକୂଳ, ନିର୍ମାଣରେ ସହଜ, ଡିଜାଇନରେ ନମନୀୟ ବିକଳ୍ପ ଏବଂ ସହଜରେ ଉପଲବ୍ଧ ହେଉଥିବା ସାମଗ୍ରୀ ।

     

  • ଦୁର୍ବଳତା: ଏଗୁଡ଼ିକ କମ୍ ଅଗ୍ନି ପ୍ରତିରୋଧୀ ହୋଇଥାଏ, ଉଇ ଲାଗିବାର ସମ୍ଭାବନା ଅଧିକ ଥାଏ ଏବଂ ଅନ୍ୟାନ୍ୟ ପ୍ରକାର ତୁଳନାରେ କମ୍ ସ୍ଥାୟୀତ୍ୱ ପ୍ରଦାନ କରିଥାଏ ।

     

  • ଏ ପ୍ରକାର ନିର୍ମାଣ ଏକକ-ପରିବାର ଘର ଏବଂ ଛୋଟ ଆପାର୍ଟମେଣ୍ଟ ବିଲଡିଂରେ ବ୍ୟବହୃତ ହୋଇଥାଏ ।

 

 

ବିଲଡିଂ ନିର୍ମାଣର ପ୍ରକାରଭେଦର ମହତ୍ତ୍ୱ କ’ଣ?

ନିରାପତ୍ତା ସୁନିଶ୍ଚିତ କରିବା, ବିଲ୍ଡିଂ କୋଡ୍ ପାଳନ କରିବା ଏବଂ ପ୍ରତ୍ୟେକ ପ୍ରକଳ୍ପ ପାଇଁ ଉପଯୁକ୍ତ ସାମଗ୍ରୀ ଏବଂ ପଦ୍ଧତି ଚୟନ କରିବା ପାଇଁ ବିଭିନ୍ନ ପ୍ରକାରର କୋଠା ନିର୍ମାଣକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଭିନ୍ନ ଭିନ୍ନ ନିର୍ମାଣ ପ୍ରକାର ଅନନ୍ୟ ସୁବିଧା ପ୍ରଦାନ କରିଥାଏ ଯାହା କୋଠାର କାର୍ଯ୍ୟଦକ୍ଷତା, ଖର୍ଚ୍ଚ ଏବଂ ଦୀର୍ଘାୟୁକୁ ପ୍ରଭାବିତ କରିଥାଏ ।

 

 

ଅନ୍ତର୍ଜାତୀୟ ବିଲଡିଂ କୋଡ୍ କ’ଣ?

ବିଲଡିଂଗୁଡ଼ିକ ଯେପରି ସୁରକ୍ଷିତ, ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ହେବ ତାହା ସୁନିଶ୍ଚିତ କରିବା ପାଇଁ ଇଣ୍ଟରନ୍ୟାସନାଲ୍ କୋଡ୍ କାଉନସିଲ୍ ନିୟମଗୁଡ଼ିକର ଏକ ସେଟ୍ ବିକଶିତ କରିଛି, ଯାହାକୁ ଅନ୍ତର୍ଜାତୀୟ ବିଲଡିଂ କୋଡ୍ (ଆଇବିସି) କୁହାଯାଏ । ଏହା ବିଭିନ୍ନ ବିଲଡିଂ ପ୍ରକାର ପାଇଁ ନିର୍ମାଣ, ସାମଗ୍ରୀ ଏବଂ ଡିଜାଇନ୍ ନିମନ୍ତେ ମାର୍ଗଦର୍ଶିକା ଯୋଗାଇଥାଏ । ଅନେକ କ୍ଷେତ୍ରାଧିକାରରେ ଆଇବିସି ମାର୍ଗଦର୍ଶିକାର ଅନୁପାଳନ କରିବା ବାଧ୍ୟତାମୂଳକ ଅଟେ । ତେଣୁ ନିର୍ମାଣ କ୍ଷେତ୍ରରେ ସଂଶ୍ଳିଷ୍ଟ ସମସ୍ତଙ୍କ ପାଇଁ ଏହି କୋଡ୍ ସମ୍ପର୍କରେ ଜ୍ଞାନ ରହିବା ଜରୁରୀ ଅଟେ ।

 

 

ଜାତୀୟ ବିଲଡିଂ କୋଡ୍ (ଭାରତ)

ଭାରତରେ ଜାତୀୟ ବିଲଡିଂ କୋଡ୍ (ଏନବିସି) ମଧ୍ୟ ସମାନ ଉଦ୍ଦେଶ୍ୟ ସାଧିତ କରିଥାଏ । ବିଭିନ୍ନ ପ୍ରକାର ବିଲଡିଂର ସୁରକ୍ଷା, ଦୀର୍ଘସ୍ଥାୟିତା ଏବଂ ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ମାନକୀକୃତ ମାର୍ଗଦର୍ଶିକା ଯୋଗାଇଥାଏ । ଏନବିସିରେ ବ୍ୟାପକ ପରିସରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ମଧ୍ୟରେ ଢାଞ୍ଚାଗତ ଡିଜାଇନ, ଅଗ୍ନି ନିରାପତ୍ତା ଏବଂ ବୈଦ୍ୟୁତିକ ପ୍ରଣାଳୀଗୁଡ଼ିକ ଅନ୍ତର୍ଭୁକ୍ତ । କୋଠାଗୁଡ଼ିକ ଯେପରି ଆବଶ୍ୟକ ସୁରକ୍ଷା ମାନଦଣ୍ଡ ପୂରଣ କରନ୍ତି ଏବଂ ବିଭିନ୍ନ ବିପଦର ମୁକାବିଲା କରିପାରିବେ ତାହା ସୁନିଶ୍ଚିତ କରିବା ପାଇଁ ଏନବିସିର ଅନୁପାଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।



ସୁରକ୍ଷିତ, ସ୍ଥାୟୀ ଏବଂ ଖର୍ଚ୍ଚ-ସାଶ୍ରୟୀ ଢାଞ୍ଚା ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧକ ଏବଂ ଅଣ ଦହନଶୀଳଠାରୁ ଆରମ୍ଭ କରି ସାଧାରଣ, ଭାରୀ କାଠ ଏବଂ କାଠ-ଫ୍ରେମ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କୋଠା ନିର୍ମାଣକୁ ବୁଝିବା ଜରୁରୀ ଅଟେ । ଏହାବ୍ୟତୀତ ଅନ୍ତର୍ଜାତୀୟ ବିଲଡିଂ କୋଡ୍ ଭଳି ନିର୍ମାଣ ସମ୍ବନ୍ଧୀୟ ମାର୍ଗଦର୍ଶିକା ବିଷୟରେ ଜ୍ଞାନ ହାସଲ କରିବା ଦ୍ୱାରା ଆମେ ନିର୍ମାଣରେ ସମ୍ପୃକ୍ତ ନିରାପତ୍ତା ଆଚରଣକୁ ଭଲ ଭାବରେ ବୁଝିବାରେ ସକ୍ଷମ ହୋଇପାରିବା ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଟାଇପ୍ ଏ ଏବଂ ଟାଇପ୍ ବି ନିର୍ମାଣ ମଧ୍ୟରେ ପାର୍ଥକ୍ୟ କ’ଣ? 

ଟାଇପ୍ ଏ ନିର୍ମାଣରେ ଉଚ୍ଚ ଢାଞ୍ଚା ଏବଂ ବୃହତ୍ତର ବାସିନ୍ଦା ଭାର ଭଳି ଉଚ୍ଚତର ଅଗ୍ନି-ପ୍ରତିରୋଧୀ ବିଲଡିଂ ଅନ୍ତର୍ଭୁକ୍ତ ହୋଇଥାଏ । ଟାଇପ୍ ବି ନିର୍ମାଣରେ କମ୍ ଅଗ୍ନି ପ୍ରତିରୋଧ କ୍ଷମତା ରହିଥାଏ ଏବଂ ଏହାକୁ ଛୋଟ, କମ୍ ଗୁରୁତ୍ୱପୂର୍ଣ୍ଣ ପ୍ରକାରର ବିଲଡିଂ ପାଇଁ ସାଧାରଣତଃ ବ୍ୟବହାର କରାଯାଇଥାଏ ।

 

୨. ପାରମ୍ପରିକ ଏବଂ ଆଧୁନିକ ନିର୍ମାଣ ପଦ୍ଧତି ମଧ୍ୟରେ ପାର୍ଥକ୍ୟ କ’ଣ?

ପାରମ୍ପରିକ ନିର୍ମାଣ ପଦ୍ଧତି ପରୀକ୍ଷିତ କୌଶଳ ଏବଂ କାଠ, ଇଟା ଏବଂ ପଥର ପରି ସାମଗ୍ରୀ ଉପରେ ନିର୍ଭର କରେ । ଆଧୁନିକ ପ୍ରକାରର ନିର୍ମାଣ ପଦ୍ଧତିରେ ଅଧିକ ଫଳପ୍ରଦତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଉନ୍ନତ ଜ୍ଞାନକୌଶଳ ଏବଂ ଇସ୍ପାତ ଏବଂ କଂକ୍ରିଟ ଭଳି ଅଭିନବ ସାମଗ୍ରୀ ବ୍ୟବହାର କରାଯାଏ ।

 

୩. ସବୁଜ ନିର୍ମାଣ ପଦ୍ଧତିର ଫାଇଦା କ'ଣ?

ସବୁଜ ନିର୍ମାଣ ପଦ୍ଧତି ସ୍ଥାୟୀତା, କାର୍ବନ ଫୁଟପ୍ରିଣ୍ଟ ହ୍ରାସ ଏବଂ ଶକ୍ତି ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ । ଏହାର ଲାଭ ମଧ୍ୟରେ କମ୍ ପରିଚାଳନା ଖର୍ଚ୍ଚ ଏବଂ ଉନ୍ନତ ଅଭ୍ୟନ୍ତର ଏବଂ ବାୟୁ ଗୁଣବତ୍ତା ଅନ୍ତର୍ଭୁକ୍ତ ହୋଇଥାଏ ।

 

୫. ଅଗ୍ନି ପ୍ରତିରୋଧ ମାନ୍ୟତାକୁ କିପରି ମପାଯାଏ?

ଅଗ୍ନି ପ୍ରତିରୋଧ ମାନ୍ୟତା ବା ରେଟିଂ ଏକ ବିଲଡିଂ ଉପାଦାନ ଏହାର ଗଠନ ବଜାୟ ରଖିବା ସହିତ ଅଗ୍ନି ସଂସ୍ପର୍ଶକୁ କେତେ ସମୟ ପାଇଁ ସହ୍ୟ କରିପାରିବ ତାହା ଆଧାରରେ ମାପ କରାଯାଏ । ଏହି ବିଲଡିଂ ଢାଞ୍ଚା ପ୍ରକାରଗୁଡିକ ପାଇଁ ରେଟିଂ ମାନକ ପରୀକ୍ଷଣ ମାଧ୍ୟମରେ ନିର୍ଦ୍ଧାରଣ କରାଯାଏ ଏବଂ ପ୍ରାୟତଃ ଘଣ୍ଟାରେ ଅଭିବ୍ୟକ୍ତ କରାଯାଏ ।

 


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....