ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ପ୍ରତିଟି ଜଏଣ୍ଟ ଗୁରୁତ୍ୱପୂର୍ଣ୍ଣ: ଏକ ସୁରକ୍ଷିତ ଘରର ରହସ୍ୟ 

କଂକ୍ରିଟରେ ଜଏଣ୍ଟ କେମିତି ଓ କେଉଁଠି ଦେବା କଥା ଜାଣିଲେ ଆପଣଙ୍କ ଘର ବର୍ଷ ବର୍ଷ ଧରି ମଜବୁତ ରହିବ। ଏହି ବ୍ଲଗରେ ଆମେ ଘରର ମଜବୁତି ପାଇଁ ବିଭିନ୍ନ ପ୍ରକାରର ଜଏଣ୍ଟ ବିଷୟରେ କହିଛୁ। 

Share:



କନଷ୍ଟ୍ରକସନ ଜଏଣ୍ଟ କ’ଣ?

ଯେତେବେଳେ କଂକ୍ରିଟ କାମ ଗୋଟିଏ ଥରରେ ସରିପାରେନାହିଁ, ସେତେବେଳେ କନଷ୍ଟ୍ରକସନ ଜଏଣ୍ଟ ଦିଆଯାଏ। ଏହା ମଜବୁତି ବା ସ୍ଥିରତାକୁ ପ୍ରଭାବିତ ନ କରି ଏକ ସୁରକ୍ଷିତ ବଣ୍ଡିଂ ପଏଣ୍ଟ ସୃଷ୍ଟି କରି ନୂଆ ଓ ପୁରୁଣା କଂକ୍ରିଟକୁ ଯୋଡ଼ିଥାଏ।

 

ଏହି ଜଏଣ୍ଟଗୁଡିକ କାମକୁ ପର୍ଯ୍ୟାୟକ୍ରମେ କରିବା ଓ ଭାର ପରିବହନ ସୁନିଶ୍ଚିତ କରିବାରେ ସାହାଯ୍ୟ କରେ ଏବଂ ମନଇଚ୍ଛା ଫାଟ ହେବାର ଭୟ କମାଏ। ମଜବୁତି ବଜାୟ ରଖିବା ପାଇଁ ପ୍ରାୟତଃ ଏଥିରେ ରଡ୍ ବ୍ୟବହାର କରାଯାଏ ଏବଂ ପୃଷ୍ଠଭୂମିର ପ୍ରସ୍ତୁତି ମଜବୁତ ବଣ୍ଡିଂ ପାଇଁ ସାହାଯ୍ୟ କରେ।

 

କନଷ୍ଟ୍ରକସନ ଜଏଣ୍ଟ କୌଣସି ତ୍ରୁଟି ନୁହେଁ, ବରଂ ଏହା ଘରର ମଜବୁତି ଓ ସ୍ଥାୟିତ୍ୱ ବଢ଼ାଇବା ପାଇଁ ଏକ ଚତୁର ଉପାୟ।

 

ଟିପ୍ସ: ନୂଆ କଂକ୍ରିଟ ପକାଇବା ପୂର୍ବରୁ ସେହି ସ୍ଥାନଟି ଯେମିତି ସଫା ଓ ଖସଖସିଆ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ଯୋଡ଼େଇ ଭଲ ହୁଏ ଏବଂ ଦୁର୍ବଳ ସ୍ଥାନଗୁଡିକୁ କମାଇଥାଏ।


ନିର୍ମାଣ କାର୍ଯ୍ୟରେ ବିଭିନ୍ନ ପ୍ରକାରର ଜଏଣ୍ଟ

ଘରର ଗଠନମୂଳକ ଅଖଣ୍ଡତା, ସଞ୍ଚାଳନ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ କାର୍ଯ୍ୟରେ ବିଭିନ୍ନ ପ୍ରକାରର ଜଏଣ୍ଟ ବ୍ୟବହାର କରାଯାଏ। ଏହା କଂକ୍ରିଟ ଓ ଡିଜାଇନ ଉପରେ ନିର୍ଭର କରେ। ତଳେ କିଛି ସାଧାରଣ ଜଏଣ୍ଟ ବିଷୟରେ ଦିଆଗଲା:

 

1. କଂକ୍ରିଟ କନଷ୍ଟ୍ରକସନ ଜଏଣ୍ଟ



ଏହି ଜଏଣ୍ଟଗୁଡିକ କଂକ୍ରିଟ ସ୍ଲାବରେ ଦିଆଯାଏ ଯାହା ପ୍ରତ୍ୟେକ ପ୍ଲେସମେଣ୍ଟର ସୀମା ନିର୍ଦ୍ଧାରଣ କରେ। ଏହା ସ୍ଲାବ ମଧ୍ୟରେ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଫାଟକୁ ରୋକିବା ପାଇଁ ଏହାକୁ ଏକ ପ୍ଲାନିଂ ଅନୁସାରେ ଦିଆଯାଏ।

 

2. ଏକ୍ସପାନ୍ସନ ଜଏଣ୍ଟ



ତାପମାତ୍ରା ବା ଓଦା ଯୋଗୁଁ କଂକ୍ରିଟ ପ୍ରସାରିତ ବା ସଙ୍କୁଚିତ ହେଲେ ଏହି ଜଏଣ୍ଟ କାମରେ ଆସେ। ଏହା ବିଲ୍ଡିଂର ବିଭିନ୍ନ ଅଂଶ ମଧ୍ୟରେ ବ୍ୟବଧାନ ସୃଷ୍ଟି କରି ଚାପକୁ କମାଇଥାଏ। ବଡ଼ ଘର ପାଇଁ (45 ମିଟରରୁ ଅଧିକ), ଅନେକ ଜଏଣ୍ଟ ଦେବାକୁ ପରାମର୍ଶ ଦିଆଯାଏ। ଭାରତରେ ସାଧାରଣତଃ 30 ମିଟର ବ୍ୟବଧାନରେ ଏହା ଦିଆଯାଏ।

 

3. କଣ୍ଟ୍ରାକ୍ସନ ଜଏଣ୍ଟ



ଏହା କଂକ୍ରିଟ୍ ପେଭମେଣ୍ଟରେ ସବୁଠାରୁ ସାଧାରଣ ଜଏଣ୍ଟ। କଣ୍ଟ୍ରାକ୍ସନ୍ ଜଏଣ୍ଟ ହେଉଛି ସରଳ ରେଖା ବିଶିଷ୍ଟ ଗ୍ରୁଭ୍ ଯାହା ଏକ ନିୟନ୍ତ୍ରିତ ଦୁର୍ବଳ ପଏଣ୍ଟ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି। ସେଗୁଡିକ ସଙ୍କୋଚନ ଏବଂ ତାପଜ ସଙ୍କୋଚନ ଯୋଗୁଁ ହେଉଥିବା ଫାଟକୁ ନିୟନ୍ତ୍ରିତ କରନ୍ତି, ଯାହାଫଳରେ ଫାଟଗୁଡିକ ଏଣେତେଣେ ନହୋଇ ଗ୍ରୁଭ୍ ସହିତ ସୂଚାରୁ ରୂପେ ସୃଷ୍ଟି ହୁଏ।

 

4. ଆଇସୋଲେସନ ଜଏଣ୍ଟ



ଏହି ଜଏଣ୍ଟ କଂକ୍ରିଟ ସ୍ଲାବକୁ କାନ୍ଥ, ପିଲାର ବା ପାଇପ୍ ଠାରୁ ଅଲଗା କରିଥାଏ। କଂକ୍ରିଟ ପକାଇବା ପୂର୍ବରୁ ଏଥିରେ ଏକ ଫ୍ଲେକ୍ସିବଲ୍ ମ୍ୟାଟେରିଆଲ୍ ବ୍ୟବହାର କରାଯାଏ। ଏହା ଯୋଗୁଁ ଗୋଟିକର ଚାପ ଅନ୍ୟଟି ଉପରେ ପଡ଼େ ନାହିଁ।

 

ଟିପ୍ସ: ଆଇସୋଲେସନ ଜଏଣ୍ଟରେ ଏକ ମଜବୁତ ଓ ୱାଟରପ୍ରୁଫ୍ ଫିଲର ବ୍ୟବହାର କରନ୍ତୁ ଯେମିତି ଭିତରକୁ ପାଣି ପଶିବ ନାହିଁ।

 

5. ଡେକୋରେଟିଭ୍ କଂକ୍ରିଟ ଜଏଣ୍ଟ



ଏହା ଡିଜାଇନ କଂକ୍ରିଟରେ ବ୍ୟବହାର ହୁଏ। ଏହା ସ୍ଲାବର ପ୍ରାୟ 25% ଗଭୀରତା ପର୍ଯ୍ୟନ୍ତ କଟାଯାଏ। ଏହା ଫାଟକୁ ନିୟନ୍ତ୍ରଣ କରିବା ସହ ଘରର ସୌନ୍ଦର୍ଯ୍ୟ ବଜାୟ ରଖେ।

 

6. ଡାୱେଲ ଜଏଣ୍ଟ



ଏହି ଜଏଣ୍ଟଗୁଡ଼ିକ ସ୍ଲାବଗୁଡ଼ିକରେ ଓଜନ ସ୍ଥାନାନ୍ତର କରିବା ସହିତ ଭୂସମାନ୍ତର ଗତିକୁ ଅନୁମତି ଦେବା ପାଇଁ ଡାୱେଲ କୁହାଯାଉଥିବା ଷ୍ଟିଲ୍ ବାର୍ ବ୍ୟବହାର କରନ୍ତି। ସ୍ଲାବଗୁଡ଼ିକୁ ଅସମାନ ଭାବେ ଦବିବା ବା ଉଠିବା ରୋକିବା ପାଇଁ ଏଗୁଡ଼ିକ ସାଧାରଣତଃ ପେଭମେଣ୍ଟରେ ବ୍ୟବହାର କରାଯାଏ।

 

7. ଟଙ୍ଗ ଏବଂ ଗ୍ରୁଭ୍ ଜଏଣ୍ଟ



ପ୍ରିକାଷ୍ଟ କିମ୍ବା କାଠ ନିର୍ମାଣରେ ପ୍ରାୟତଃ ବ୍ୟବହୃତ, ଏହା ଦୁଇଟି ଅଂଶକୁ ପରସ୍ପର ସହ ଲକ୍ କରି ଯୋଡ଼ିଥାଏ। ଏହା ଜଏଣ୍ଟକୁ ଅଧିକ ମଜବୁତ କରେ ଏବଂ ଏହାର ଆଲାଇନମେଣ୍ଟ ଠିକ୍ ରଖେ।

 

8. ବଟ୍ ଜଏଣ୍ଟ



ଏହା ଏକ ସାଧାରଣ ଜଏଣ୍ଟ ଯେଉଁଠି ଦୁଇଟି ଧାରକୁ ପରସ୍ପର ସହ ଯୋଡ଼ାଯାଏ। ଏଥିରେ ଅଧିକ ମଜବୁତି ପାଇଁ ଅତିରିକ୍ତ ମଜବୁତିକରଣ ବା ଅଠା ଦରକାର ହୁଏ।

 

9. ବୋଲ୍ଟେଡ୍ ଜଏଣ୍ଟ



ଷ୍ଟିଲ୍ ଏବଂ କାଠ ନିର୍ମାଣରେ ସାଧାରଣ, ଏଗୁଡ଼ିକ ଅଂଶଗୁଡ଼ିକୁ ସଂଯୋଗ କରିବା ପାଇଁ ବୋଲ୍ଟ ବ୍ୟବହାର କରନ୍ତି। ଏଗୁଡ଼ିକ ବିଛିନ୍ନ କରିବା ଏବଂ ଆଡଜଷ୍ଟମେଣ୍ଟ୍ ପାଇଁ ଅନୁମତି ଦିଅନ୍ତି, ଯାହା ସେଗୁଡ଼ିକୁ ଗତିଶୀଳ ସଂରଚନା ପାଇଁ ଆଦର୍ଶ କରିଥାଏ।


ଜଏଣ୍ଟଗୁଡିକ କେଉଁଠି ଦିଆଯାଏ?



ସ୍ଲାବରେ କନଷ୍ଟ୍ରକସନ ଜଏଣ୍ଟ, ଏକ୍ସପାନ୍ସନ ଜଏଣ୍ଟ ଏବଂ ବିଲ୍ଡିଂ ଜଏଣ୍ଟ ଭଳି ନିର୍ମାଣରେ ଜଏଣ୍ଟଗୁଡିକର ପ୍ଲେସମେଣ୍ଟ୍, ସ୍ଥାୟିତ୍ୱ ଏବଂ ଫାଟ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଏଣ୍ଟଗୁଡିକ ମନଇଚ୍ଛା ଦିଆଯାଏ ନାହିଁ; ଏଗୁଡିକ ଡିଜାଇନ୍ ଏବଂ ଚାପ ବଣ୍ଟନ ଆଧାରରେ ଯୋଜନା କରାଯାଏ।

 

ମୁଖ୍ୟ ସ୍ଥାନଗୁଡିକ ହେଲା:

 

1. କଂକ୍ରିଟ ପକାଇବା ଶେଷ ହେଉଥିବା ସ୍ଥାନରେ

ଯେଉଁଠି କଂକ୍ରିଟ ପକାଇବା କାମ ବନ୍ଦ ହୁଏ, ସେଠାରେ କନଷ୍ଟ୍ରକସନ ଜଏଣ୍ଟ ଦିଆଯାଏ ଯାହା ସାଧାରଣତଃ ଦିନର କାମ ଶେଷରେ କିମ୍ବା ପ୍ଲାନ୍ କରାଯାଇଥିବା ସେକ୍ସନ୍ ବ୍ରେକରେ ହୁଏ।

 

2. ବଡ଼ ସ୍ଲାବର ନିର୍ଦ୍ଦିଷ୍ଟ ବ୍ୟବଧାନରେ

ତାପମାତ୍ରା ପରିବର୍ତ୍ତନ ଓ ସଙ୍କୋଚନକୁ ସମ୍ଭାଳିବା ପାଇଁ ଏକ୍ସପାନ୍ସନ ଓ କଣ୍ଟ୍ରାକ୍ସନ ଜଏଣ୍ଟ ସାହାଯ୍ୟ କରେ।

 

3. ପିଲାର, ବିମ୍ ଏବଂ କାନ୍ଥ ପାଖରେ

ଏହି ଜାଗାଗୁଡିକରେ ଚାପ ଅଧିକ ଥାଏ, ତେଣୁ ଜଏଣ୍ଟ ଦେବା ଦ୍ୱାରା ଚାପ ସୁରକ୍ଷିତ ଭାବେ କମିଯାଏ।

 

4. ଅଲଗା ଥିବା ଅଂଶଗୁଡିକ ଚାରିପାଖରେ

ପିଲାର, ପାହାଚ ବା ପାଇପ୍ ଚାରିପାଖରେ ଚାପ ଯେମିତି ଅନ୍ୟ ସ୍ଥାନକୁ ନଯାଏ ସେଥିପାଇଁ ଆଇସୋଲେସନ ଜଏଣ୍ଟ ଦିଆଯାଏ।

 

5. କୋଣ ଏବଂ ବଙ୍କା ଅଂଶଗୁଡିକରେ

ଏହି ଜାଗାରେ ଫାଟ ହେବାର ସମ୍ଭାବନା ଅଧିକ ଥାଏ, ତେଣୁ ଜଏଣ୍ଟ ଦେଲେ ହଠାତ୍ ହେଉଥିବା କ୍ଷତିକୁ ରୋକିଥାଏ।

 

ଟିପ୍ସ: କଂକ୍ରିଟ ପକାଇବା ପୂର୍ବରୁ ଜଏଣ୍ଟ ପାଇଁ ଚିହ୍ନ ଦେଇ ଦିଅନ୍ତୁ ଯେମିତି ପରେ ଭୁଲ ଜାଗାରେ କାଟିବାକୁ ପଡ଼ିବ ନାହିଁ।


କଂକ୍ରିଟରେ ଜଏଣ୍ଟ କାହିଁକି ଦିଆଯାଏ?

କଂକ୍ରିଟର ମଜବୁତି, ଚେହେରା ଓ ଆୟୁଷ ପାଇଁ ଜଏଣ୍ଟ ଜରୁରୀ। କନଷ୍ଟ୍ରକସନ, କଣ୍ଟ୍ରାକ୍ସନ ଏବଂ ଏକ୍ସପାନ୍ସନ ପରି ଜଏଣ୍ଟଗୁଡିକ ଏହି ଚାପ ପରିଚାଳନା କରିବାରେ ସାହାଯ୍ୟ କରେ। ତାପମାତ୍ରା ବଦଳିଲେ କଂକ୍ରିଟ ଟିକେ ଫୁଲେ ବା ଛୋଟ ହୁଏ, ଯାହାକୁ ଏହି ଜଏଣ୍ଟଗୁଡିକ ସମ୍ଭାଳିଥାନ୍ତି।

 

ମୁଖ୍ୟ କାରଣ:

 

1. ଫାଟକୁ ନିୟନ୍ତ୍ରଣ କରିବା ପାଇଁ

କଂକ୍ରିଟ ଶୁଖିଲା ବେଳେ ସଙ୍କୁଚିତ ହୁଏ, ଆଉ ଜଏଣ୍ଟ ଫାଟକୁ ନିର୍ଦ୍ଦିଷ୍ଟ ଜାଗାରେ ରଖିବାରେ ସାହାଯ୍ୟ କରେ।

 

2. ମୁଭମେଣ୍ଟ ପାଇଁ ଜାଗା ରଖିବାକୁ

ତାପମାତ୍ରା ପରିବର୍ତ୍ତନ ଯୋଗୁଁ ହେଉଥିବା ପ୍ରସାରଣ ଓ ସଙ୍କୋଚନକୁ ଜଏଣ୍ଟଗୁଡ଼ିକ ସମ୍ଭାଳେ।

 

3. ବଡ଼ କଂକ୍ରିଟ ଢଳେଇକୁ ଭାଗ କରିବା ପାଇଁ

ଯେତେବେଳେ ସବୁତକ କଂକ୍ରିଟ ଏକାଥରେ ପକାଯାଇ ପାରେନି, ସେତେବେଳେ ଜଏଣ୍ଟ ପ୍ରତିଟି ଭାଗକୁ ଅଲଗା କରେ।

 

3. ବାହ୍ୟ ବଳ ସମ୍ଭାଳିବା ପାଇଁ

ଏହା ଗାଡ଼ିମୋଟର, ମେସିନରୁ ହେଉଥିବା କମ୍ପନ, ଚାପ କିମ୍ବା ଭୂକମ୍ପ ଜନିତ ଗତିକୁ ସମ୍ଭାଳିଥାଏ।

 

4. ଅଧିକ ଦିନ ତିଷ୍ଠି ରହିବା ପାଇଁ

ଠିକ୍ ଜଏଣ୍ଟ ପାଣି ପଶିବାକୁ ରୋକେ ଏବଂ ଦୀର୍ଘକାଳୀନ କ୍ଷୟକ୍ଷତିକୁ ମନ୍ଥର କରିଥାଏ।

 

 

ଜଏଣ୍ଟ ପାଇଁ ବ୍ୟବହୃତ ସାମଗ୍ରୀ

ଜଏଣ୍ଟ କେତେ କାମ ଦେବ ତାହା ବ୍ୟବହୃତ ସାମଗ୍ରୀ ଉପରେ ନିର୍ଭର କରେ। ବିଭିନ୍ନ ପ୍ରକାରର ଜଏଣ୍ଟ ପାଇଁ ଅଲଗା ଅଲଗା ସାମଗ୍ରୀ ଦରକାର ହୁଏ ଯାହା ନମନୀୟତା ଓ ସ୍ଥାୟିତ୍ୱ ପ୍ରଦାନ କରିଥାଏ।

 

ସାଧାରଣ ସାମଗ୍ରୀ:

 

1. ଜଏଣ୍ଟ ଫିଲର

ଏହା ସଙ୍କୋଚନଶୀଳ ସାମଗ୍ରୀ ଯାହା ଏକ୍ସପାନ୍ସନ ଓ ଆଇସୋଲେସନ ଜଏଣ୍ଟରେ ବ୍ୟବହାର ହୁଏ ଏବଂ ହଲଚଲ ପାଇଁ ସୁବିଧା ଦିଏ।
ଉଦାହରଣ: ବିଟୁମେନ୍ ବୋର୍ଡ, କର୍କ, ରବର, ଫୋମ୍ କିମ୍ବା ଫାଇବରବୋର୍ଡ।

 

2. ସିଲାଣ୍ଟ

ଏହାକୁ ଜଏଣ୍ଟ ଉପରେ ଲଗାଯାଏ ଯେମିତି ଭିତରକୁ ପାଣି, ଧୂଳି ବା ଅଳିଆ ପଶିବ ନାହିଁ। ଏହା ନମନୀୟତା ବଜାୟ ରଖେ ଏବଂ କଂକ୍ରିଟ ସହିତ ଭଲ ଭାବରେ ଲାଗି ରହେ।
ଉଦାହରଣ: ପଲିୟୁରେଥେନ୍, ସିଲିକନ୍, ପଲିସଲଫାଇଡ୍ ସିଲାଣ୍ଟ।

 

3. ଡାୱେଲ ଏବଂ ଟାଇ ବାର୍

ଏହି ଷ୍ଟିଲ୍ ରଡ୍ ଭାର ସ୍ଥାନାନ୍ତରିତ କରିବା ସହ ପାର୍ଶ୍ୱବର୍ତ୍ତୀ ଗତି ପାଇଁ ସାହାଯ୍ୟ କରେ।
ଉଦାହରଣ: ସାଧାରଣତଃ ସ୍ଲାବ୍ ଏବଂ ରାସ୍ତାରେ ବ୍ୟବହାର ହୁଏ।

 

4. ୱାଟରଷ୍ଟପ୍ସ

ଜଳ-ଧାରଣକାରୀ ସଂରଚନା ଯେପରିକି ପାଣି ଟାଙ୍କି ବା ବେସମେଣ୍ଟର ଜଏଣ୍ଟଗୁଡ଼ିକରେ ପାଣି ଲିକ୍ ରୋକିବା ପାଇଁ ଏହା ବ୍ୟବହାର ହୁଏ।
ଉଦାହରଣ: ପିଭିସି ୱାଟରଷ୍ଟପ୍ସ, ରବର ୱାଟରଷ୍ଟପ୍ସ, ବେଣ୍ଟୋନାଇଟ୍ ଷ୍ଟ୍ରିପ୍ସ।

 

 

ଭଲ ଜଏଣ୍ଟ ଆପଣଙ୍କ ଘରକୁ ମଜବୁତ ରଖେ

ଘରକୁ ଫାଟରୁ ବଞ୍ଚାଇବା, ମୁଭମେଣ୍ଟ ପରିଚାଳନା କରିବା ଏବଂ ସମୟ ସହିତ ଆପଣଙ୍କ ଘର ଯେପରି ମଜବୁତ ରୁହେ ତାହା ନିଶ୍ଚିତ କରିବା ପାଇଁ ଜଏଣ୍ଟ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପ୍ରତିଟି ପ୍ରକାରର ଜଏଣ୍ଟ ସ୍ଥାୟିତ୍ୱ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଘର ଠିକ୍ ଭାବରେ ତିଆରି କରିବା ପାଇଁ ଆପଣଙ୍କୁ ଗୋଟିଏ ସୁଯୋଗ ମିଳିବ, ତେଣୁ ଜଏଣ୍ଟ ବିଷୟରେ ଜାଣିଲେ ଆପଣ ଭବିଷ୍ୟତର ସମସ୍ୟାରୁ ବଞ୍ଚିପାରିବେ।



କନଷ୍ଟ୍ରକସନ ଜଏଣ୍ଟ ଓ ଏହାର ବିଭିନ୍ନ ପ୍ରକାର ବିଷୟରେ ଠିକ୍ ଧାରଣା ଏବଂ ଉତ୍ତମ ପ୍ଲାନିଂ ରହିଲେ, ଫାଟଗୁଡ଼ିକ କେବଳ ଆପଣ ଚାହୁଁଥିବା ଜାଗାରେ ହିଁ ହେବା ନିଶ୍ଚିତ ହେବ, ଯାହା ଆପଣଙ୍କ କଂକ୍ରିଟ ଗଠନକୁ ଦୀର୍ଘାୟୁ କରିବ।

ଜଏଣ୍ଟ ଡିଜାଇନ ପାଇଁ ଜଣେ ଷ୍ଟ୍ରକଚରାଲ ଇଞ୍ଜିନିୟରଙ୍କ ପରାମର୍ଶ ନେବା ସବୁଠୁ ଭଲ।



ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

 

1. କନଷ୍ଟ୍ରକସନ ଜଏଣ୍ଟ ଓ ଏକ୍ସପାନ୍ସନ ଜଏଣ୍ଟ ମଧ୍ୟରେ ଫରକ କ’ଣ?

କଂକ୍ରିଟ କାମ ପର୍ଯ୍ୟାୟକ୍ରମେ ହେଲେ କନଷ୍ଟ୍ରକସନ ଜଏଣ୍ଟ ଦିଆଯାଏ ଯାହା ପୁରୁଣା ଓ ନୂଆ କଂକ୍ରିଟ ମଧ୍ୟରେ ବଣ୍ଡିଂ ପାଇଁ ସୁଯୋଗ ଦିଏ। ଅନ୍ୟପକ୍ଷରେ, ତାପଜ ଗତି ପାଇଁ ଏବଂ ପ୍ରସାରଣ ବା ସଙ୍କୋଚନ ଜନିତ ଫାଟ ରୋକିବାକୁ ଏକ୍ସପାନ୍ସନ ଜଏଣ୍ଟ ଦିଆଯାଏ।

 

2. କନଷ୍ଟ୍ରକସନ ଜଏଣ୍ଟର ଯତ୍ନ କିପରି ନେବା?

ପୃଷ୍ଠଭାଗ ପ୍ରସ୍ତୁତି ହେଉଛି ମୁଖ୍ୟ; ଆପଣଙ୍କୁ ସେହି ସ୍ଥାନକୁ ସଫା ଓ ଖସଖସିଆ କରି ସେଠାରେ ବଣ୍ଡିଂ ଏଜେଣ୍ଟ ଲଗାଇବାକୁ ପଡ଼ିବ।

 

3. ଜଏଣ୍ଟ କ୍ଷତିଗ୍ରସ୍ତ ହେଲେ ଏହାର ଚିକିତ୍ସା ବା ସମାଧାନ କ’ଣ?

କ୍ଷତିଗ୍ରସ୍ତ ଜଏଣ୍ଟଗୁଡ଼ିକୁ ସାଧାରଣତଃ ସଫା କରି, ସିଲାଣ୍ଟ ଦ୍ଵାରା ପୁନଃ ସିଲ୍ କରି କିମ୍ବା ଫାଟ ପାଇଁ ଏପୋକ୍ସି ଇଞ୍ଜେକ୍ସନ ବ୍ୟବହାର କରି ମରାମତି କରାଯାଏ। ଗୁରୁତର ପରିସ୍ଥିତିରେ, ଆଂଶିକ ପରିବର୍ତ୍ତନ କିମ୍ବା ରିଇନଫୋର୍ସମେଣ୍ଟର ଆବଶ୍ୟକତା ପଡ଼ିପାରେ।

 

4. କନଷ୍ଟ୍ରକସନ ଜଏଣ୍ଟ ଓ କୋଲ୍ଡ ଜଏଣ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ?

ଢଳେଇ ସମୟରେ ଏକ ଅପରିକଳ୍ପିତ ବାଧା ଯୋଗୁଁ କୋଲ୍ଡ ଜଏଣ୍ଟ ସୃଷ୍ଟି ହୁଏ ଯାହା ବଣ୍ଡିଂକୁ ଦୁର୍ବଳ କରିଦିଏ। କନଷ୍ଟ୍ରକସନ ଜଏଣ୍ଟ ହେଉଛି ଏକ ପରିକଳ୍ପିତ ଇଣ୍ଟରଫେସ ଯାହା ଶକ୍ତି ଏବଂ ନିରନ୍ତରତା ନିଶ୍ଚିତ କରିବା ପାଇଁ ପ୍ରସ୍ତୁତ ଏବଂ ମଜବୁତ କରାଯାଇଥାଏ।

 

5. କନଷ୍ଟ୍ରକସନ ଜଏଣ୍ଟ ମଧ୍ୟରେ ବ୍ୟବଧାନ କେତେ ରହିବା କଥା?

ସଂରଚନା ଅନୁଯାୟୀ କନଷ୍ଟ୍ରକସନ ଜଏଣ୍ଟର ବ୍ୟବଧାନ ଭିନ୍ନ ହୋଇଥାଏ କିନ୍ତୁ ସାଧାରଣତଃ ସ୍ଲାବରେ ଏହା 4.5 ରୁ 6 ମିଟର ରହେ। ସାଂରଚନିକ ଡିଜାଇନ ଉପରେ ଆଧାର କରି ଏହି ବ୍ୟବଧାନ ଭାର ବଣ୍ଟନ ଓ ଚାପ ବିନ୍ଦୁ ସହିତ ସମାନ ରହିବା ଉଚିତ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |


ପରାମର୍ଶିତ ଭିଡିଓଗୁଡିକ |



ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....