ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟରେ ଅଧିମିଶ୍ରଣ: 10 ପ୍ରକାର ଏବଂ ସେଗୁଡ଼ିକର ବ୍ୟବହାର

ବିଭିନ୍ନ ନିର୍ମାଣ ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ କଂକ୍ରିଟର ଗୁଣଗତ ମାନକୁ ପରିବର୍ତ୍ତନ କରୁଥିବାରୁ ଆଧୁନିକ କଂକ୍ରିଟ୍ ନିର୍ମାଣରେ ଅଧିମିଶ୍ରଣ ଏକ ଅତ୍ୟାବଶ୍ୟକ ଅଂଶ । ଏହି ନିବନ୍ଧରେ, ଆମେ ନିର୍ମାଣ ଶିଳ୍ପରେ ସାଧାରଣ ଭାବରେ ବ୍ୟବହୃତ ହେଉଥିବା 10 ପ୍ରକାରର ଅଧିମିଶ୍ରଣ ଏବଂ ସେଗୁଡ଼ିକର ବ୍ୟବହାର ସମେତ ସେଗୁଡ଼ିକର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଉଥିବା କାରକ ଓ ବାରମ୍ବାର ପଚରାଯାଉଥିବା କେତେକ ପ୍ରଶ୍ନ ଉପରେ ଆଲୋଚନା କରିବୁ ।

Share:


କଂକ୍ରିଟର ଗୁଣଗତ ମାନରେ ପରିବର୍ତ୍ତନ କରି ତାର ଅଭିବୃଦ୍ଧି ଘଟାଇବା ପାଇଁ କଂକ୍ରିଟରେ ମିଶାଯାଉଥିବା ଉପାଦାନ (ପାଣି, ବାଲି, ଚିପ୍ସ ଭଳି ସ୍ଥୂଳ ସମୁଦାୟ କିମ୍ବା ସିମେଣ୍ଟ ବ୍ୟତୀତ) ହେଉଛି ଅଧିମିଶ୍ରଣ । ସେଟିଂ ସମୟକୁ ତ୍ଵରାନ୍ଵିତ କିମ୍ବା ମନ୍ଦନ କରିବାଠାରୁ ଆରମ୍ଭ କରି କାର୍ଯ୍ୟଦକ୍ଷତା, ପ୍ରତିରୋଧ (ପାଣିପାଗ ଏବଂ ରାସାୟନିକ ଆକ୍ରମଣରୁ) ଏବଂ ଦୃଢତା ପ୍ରଦାନ କରିବା ପର୍ଯ୍ୟନ୍ତ, କଂକ୍ରିଟରେ ଯୋଡାଯାଉଥିବା ଅଧିମିଶ୍ରଣଗୁଡିକ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି ।



ବିଭିନ୍ନ ପ୍ରକାରର ଅଧିମିଶ୍ରଣ

କଂକ୍ରିଟରେ ଇଚ୍ଛିତ ବୈଶିଷ୍ଟ୍ୟଗୁଡ଼ିକ ହାସଲ କରିବାକୁ ଏବଂ ସମ୍ପ୍ରତି ନିର୍ମାଣ କରାଯାଉଥିବା ସଂରଚନାଗୁଡ଼ିକର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ଅଧିମିଶ୍ରଣ ବ୍ୟବହାର କରାଯାଉଛି:

 

1) ରାସାୟନିକ ଅଧିମିଶ୍ରଣ


କ) ପ୍ଲାଷ୍ଟିସାଇଜର୍

କଂକ୍ରିଟ୍ ବ୍ୟବହାର ହେବା ପୂର୍ବରୁ ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥିରତା ହାସଲ କରିବାକୁ ପଡିବ । ପ୍ଲାଷ୍ଟିସାଇଜରଗୁଡ଼ିକ ହେଉଛି ରାସାୟନିକ ଅଧିମିଶ୍ରଣ ଯାହା କଂକ୍ରିଟରେ ଜଳ-ସିମେଣ୍ଟ ଅନୁପାତକୁ ପ୍ରାୟ 5% ରୁ 12%କୁ ହ୍ରାସ କରିଥାଏ ଏବଂ ଆବଶ୍ୟକୀୟ ସ୍ଥିରତା ପ୍ରଦାନ କରିଥାଏ । ଏହି ମିଶ୍ରଣରେ ସେଗୁଡ଼ିକର ଯୋଗ କଂକ୍ରିଟର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ ଏବଂ ଗୋଟିଏ ପାତ୍ରରୁ ଅନ୍ୟକୁ ଢାଳିବା ତଥା ଉପଲବ୍ଧ ସ୍ଥାନରେ ରଖିବା ସହଜ କରିଥାଏ ।

 

ଖ) ସୁପରପ୍ଲାଷ୍ଟିସାଇଜର୍

ସୁପର ପ୍ଲାଷ୍ଟିସାଇଜରଗୁଡିକ ‘ଉଚ୍ଚ ରେଞ୍ଜର ଜଳ ହ୍ରାସକାରୀ’ ଭାବରେ ମଧ୍ୟ ଜଣାଶୁଣା । ସେଗୁଡିକ ଏକ ଅତ୍ୟନ୍ତ ପ୍ରଭାବଶାଳୀ ରାସାୟନିକ ଅଧିମିଶ୍ରଣ, ଯାହା ସାଧାରଣତଃ କଂକ୍ରିଟର ପ୍ରବାହ କ୍ଷମତା, ଶକ୍ତି ଏବଂ ସ୍ଥାୟୀତ୍ୱରେ ଉନ୍ନତି ଆଣିବା ପାଇଁ ଯୋଗ କରାଯାଇଥାଏ । ଏହା ଏକ ସ୍ଵୟଂ ସଙ୍କୋଚନକାରୀ କଂକ୍ରିଟ୍ ଯାହା କାର୍ଯ୍ୟକ୍ଷମତା ନଷ୍ଟ ନକରି ଜଳର ମାତ୍ରା ମଧ୍ୟ ହ୍ରାସ କରିଥାଏ ।.

 

ଗ) ତ୍ୱରକ

ସେଗୁଡ଼ିକର ନାମ ସୂଚିତ କରେ ଯେ ତ୍ୱରକଗୁଡ଼ିକ କଂକ୍ରିଟର ସେଟିଂ ଏବଂ ଜମାଟ ବାନ୍ଧିବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତି । ସେମାନେ ହାଇଡ୍ରୋଲିକ୍ ସିମେଣ୍ଟରେ ହାଇଡ୍ରେସନ୍ ହାର ବୃଦ୍ଧି କରନ୍ତି, ଯାହା ପରେ ଶୀଘ୍ର ସେଟିଂ ଏବଂ ଉନ୍ନତ ଶକ୍ତିର ବିକାଶ କରିଥାଏ । ସାଧାରଣତଃ କୋହଲା ପାଗରେ ତ୍ୱରକଗୁଡିକ ବ୍ୟବହୃତ ହୁଏ, କାରଣ କ୍ୟୁରିଙ୍ଗ ଏବଂ ସେଟିଂ ପ୍ରକ୍ରିୟାକୁ ମନ୍ଥର କରୁଥିବା କମ୍ ତାପମାତ୍ରାର ପ୍ରଭାବକୁ ସେଗୁଡ଼ିକ ପ୍ରତିହତ କରିଥାନ୍ତି ।

 

ଘ) ସେଟ୍ ରିଟାର୍ଡର୍

କଂକ୍ରିଟର ସେଟିଂ ଏବଂ ଦୃଢତାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଥିବା ତ୍ଵରକଗୁଡ଼ିକର ବିପରୀତରେ ସେଟ୍ ରିଟାର୍ଡରଗୁଡ଼ିକ କାର୍ଯ୍ୟ କରନ୍ତି । ଏଗୁଡ଼ିକ ସାଧାରଣତଃ ସେତେତେବେଳେ ବ୍ୟବହୃତ ହୁଏ, ଯେତେବେଳେ କଂକ୍ରିଟକୁ ବେଶ କିଛି ଦୂର ଯାଏ ପରିବହନ କରିବାକୁ ପଡେ; ରିଟାର୍ଡରଗୁଡ଼ିକ ସେଟିଂ ଏବଂ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ମନ୍ଥର କରିଦିଅନ୍ତି ଏବଂ କଂକ୍ରିଟକୁ ଅତି ଶୀଘ୍ର ସେଟିଂରୁ ରକ୍ଷା କରନ୍ତି । ବିଶେଷ କରି ଗରମ ପାଗରେ ବିଳମ୍ବିତ ସେଟିଂ ଆବଶ୍ୟକ ହେଲେ ସେମାନେ ଅତ୍ୟନ୍ତ ସହାୟକ ହୁଅନ୍ତି ।

 

 

2) ମିନେରାଲ୍ ଅଧିମିଶ୍ରଣ



କ) ସିମେଣ୍ଟିଅସ୍

ଅତ୍ୟନ୍ତ ସ୍ଥାୟୀ କଂକ୍ରିଟ୍ ତିଆରି କରିବା ପାଇଁ ସାଧାରଣ ପୋର୍ଟଲ୍ୟାଣ୍ଡ ସିମେଣ୍ଟ କିମ୍ବା ପୋଜଜୋଲାନିକ୍ ସାମଗ୍ରୀ (ନିମ୍ନରେ ବର୍ଣ୍ଣିତ) ସହିତ ସାଧାରଣତଃ ସିମେଣ୍ଟିଅସ୍ ଅଧିମିଶ୍ରଣ ବ୍ୟବହୃତ ହୁଏ । ଏକ ସିମେଣ୍ଟିଅସ୍ ଅଧିମିଶ୍ରଣର ସିମେଣ୍ଟିଂ ଗୁଣ ଅଛି, ଯାହା କଂକ୍ରିଟର ଶକ୍ତି ଏବଂ ସ୍ଥାୟୀତ୍ୱରେ ଉନ୍ନତି ପାଇଁ ବ୍ୟବହୃତ ହୁଏ । ଗ୍ରାଉଣ୍ଡ ଗ୍ରାନ୍ୟୁଲେଡ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ ହେଉଛି ଏକ ସିମେଣ୍ଟିଅସ୍ ଅଧିମିଶ୍ରଣର ସର୍ବୋତ୍ତମ ଉଦାହରଣ କାରଣ ଯୋଡିବା ହେଉଛି ଏହାର ଧର୍ମ ।

 

ଖ) ପୋଜଜୋଲାନିକ୍

ସାଧାରଣତଃ ''ସିମେଣ୍ଟ ବିସ୍ତାରକ" ଭାବରେ ପରିଚିତ ପୋଜଜୋଲାନଗୁଡ଼ିକ ହେଉଛି ସେହି ପଦାର୍ଥ ଯାହା କ୍ୟାଲସିୟମ୍ ହାଇଡ୍ରକ୍ସାଇଡ୍ ସହିତ ମିଶ୍ରିତ ହେଲେ ଯୋଜକର ଗୁଣ ପ୍ରଦର୍ଶନ କରେ । କଂକ୍ରିଟ ଏବଂ ପୋଜଜୋଲାନଗୁଡ଼ିକର ଉପାଦାନ ମଧ୍ୟରେ ପ୍ରତିକ୍ରିୟା ହେତୁ କଂକ୍ରିଟର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତା ଉନ୍ନତ ହୋଇଥାଏ । ପୋଜଜୋଲାନିକ୍ ଅଧିମିଶ୍ରଣର କିଛି ଉଦାହରଣ ହେଉଛି ଫ୍ଲାଇ ଆସ୍, ସିଲିକା ଫ୍ୟୁମ୍, ଚାଉଳ ଭୁଷି ପାଉଁଶ ଏବଂ ମେଟାକାଓଲିନ୍ ।

 

ଗ) ଗ୍ରାଉଣ୍ଡ ଗ୍ରାନୁଲେଟେଡ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍

ଗ୍ରାଉଣ୍ଡ ଗ୍ରାନୁଲେଟେଡ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ (GGBF) ହେଉଛି ଲୁହା ଉତ୍ପାଦନର ଏକ ଉପ-ଉତ୍ପାଦ । ଏହା ମୂଳତଃ ଏକ ଦାନାଯୁକ୍ତ ପଦାର୍ଥ ଅଟେ, ତରଳ ଲୁହା ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍ ପାଣିରେ ଦ୍ରୁତ ମିଶ୍ରିତ ହେଲେ କିମ୍ବା ବୁଡିଲେ ଯାହା ତିଆରି ହୋଇଥାଏ । ସେଗୁଡ଼ିକର ଉଚ୍ଚ ସ୍ଥାୟୀତ୍ୱ ଏବଂ ଶକ୍ତି ହେତୁ, GGBFଗୁଡିକ ସାଧାରଣତଃ ଡବଲ୍ କଂକ୍ରିଟ୍ ଗଠନ ପାଇଁ ବ୍ୟବହୃତ ହୁଏ ।

 

ଘ) ଫ୍ଲାଇ ଆସ୍

ଏହା ହେଉଛି କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଉପ-ଉତ୍ପାଦ । ଗୁଣ୍ଡ କିମ୍ବା ପାଉଡର କୋଇଲା ଜାଳିବା ଦ୍ୱାରା ଉତ୍ପନ୍ନ ଏକ ସୂକ୍ଷ୍ମ ଅବଶେଷ ହେଉଛି ଫ୍ଲାଇ ଆସ୍ । ଏହି ସୂକ୍ଷ୍ମ ଅବଶେଷ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡିକର ଚିମିନିରୁ ସଂଗ୍ରହ କରାଯାଇଥାଏ । ଯେତେବେଳେ ଏକ ଅଧିମିଶ୍ରଣ ଭାବରେ ବ୍ୟବହୃତ ହୁଏ, ଫ୍ଲାଇ ଆସ୍ କଂକ୍ରିଟର ଉତ୍ତାପ ହାଇଡ୍ରେସନକୁ ହ୍ରାସ କରିଥାଏ ଏବଂ ଏହାର କାର୍ଯ୍ୟକ୍ଷମତା ଓ ସ୍ଥାୟୀତ୍ୱକୁ ଉନ୍ନତ କରିଥାଏ ।

 

ଇ) ସିଲିକା ଫ୍ୟୁମ୍

ସିଲିକା ଫ୍ୟୁମ୍ ଅଧିମିଶ୍ରଣ ହେଉଛି ସିଲିକନ୍ ଧାତୁ ଏବଂ ଫେରୋସିଲିକନ୍ ଆଲୋଇସ୍ ଉତ୍ପାଦନର ଉପ-ଉତ୍ପାଦ । ଏହା ଏକ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ପୋଜଜୋଲାନ୍; କେବଳ ଏହାର ଯୋଗ ଦ୍ୱାରା କଂକ୍ରିଟ୍ ଅତ୍ୟନ୍ତ ସ୍ଥାୟୀ ଏବଂ ଶକ୍ତିଶାଳୀ ହୋଇଯାଏ । ସିଲିକା ଫ୍ୟୁମ୍ କଂକ୍ରିଟର ବିସ୍ତାରତାକୁ ହ୍ରାସ କରିଥାଏ, ଯାହାଦ୍ୱାରା ଏହାର ଆଖପାଖ ବାୟୁମଣ୍ଡଳ ପ୍ରତି ଏହାର ପ୍ରତିରୋଧ ବୃଦ୍ଧି ପାଇଥାଏ ଏବଂ ଇସ୍ପାତକୁ କ୍ଷୟରୁ ରକ୍ଷା କରିଥାଏ ।

 

ଚ) ଚାଉଳ ଭୁଷି

ଚାଉଳ ଭୁଷି ପୋଡା ହେଲେ ଚାଉଳ ଭୁଷି ପାଉଁଶ ଉତ୍ପନ୍ନ ହୁଏ । ଚାଉଳ ଭୁଷିକୁ ଜଳାଇବା ଦ୍ୱାରା ମିଳୁଥିବା ଉପ-ଉତ୍ପାଦ ପୋଜୋଲାନିକ୍ ପଦାର୍ଥ ଭାବରେ ବ୍ୟବହୃତ ହୁଏ, ଯାହା ଉଚ୍ଚ-କ୍ଷମତା ବିଶିଷ୍ଟ କଂକ୍ରିଟ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ । ଏହା ମଧ୍ୟ ଏକ ଉଚ୍ଚ ସ୍ତରର ସିଲିକା ଧାରଣ କରିଥାଏ ଏବଂ କାର୍ଯ୍ୟକ୍ଷମତା, ଅସମ୍ଭବତା, ଶକ୍ତି ଏବଂ କ୍ଷୟ ପ୍ରତିରୋଧର ବୈଶିଷ୍ଟ୍ୟକୁ ଉନ୍ନତ କରିଥାଏ ।



ଅଧିମିଶ୍ରଣର ବ୍ୟବହାର



ଏକ କଂକ୍ରିଟ୍ ଅଧିମିଶ୍ରଣ ହେଉଛି ଏକ ଶୀଘ୍ର ସେଟିଂ ହେଉଥିବା ସିମେଣ୍ଟ ଯାହା ଅନେକ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇପାରେ:

1) ଜଳର ପରିମାଣ ବୃଦ୍ଧି କିମ୍ବା ହ୍ରାସ ନକରି କଂକ୍ରିଟର କାର୍ଯ୍ୟକ୍ଷମତାକୁ ଉନ୍ନତ କରିବା ।

2) ଏହାର ସେଟିଂ ସମୟକୁ ତ୍ୱରାନ୍ୱିତ କରିବାକୁ

3) କଂକ୍ରିଟ୍ ମିଶ୍ରଣର ପମ୍ପେବିଲିଟି ବୃଦ୍ଧି କରିବାକୁ

4) ପୂର୍ବରୁ ଥିବା ଏବଂ ନୂତନ କଂକ୍ରିଟ୍ ମଧ୍ୟରେ ବନ୍ଧନ ସୁଦୃଢ କରିବାକୁ

5) କଂକ୍ରିଟର ପୃଥକତା ଏବଂ ଜଳ ଲାଭକୁ ହ୍ରାସ କରିବା

6) ମାନ୍ଦାବସ୍ଥା କ୍ଷତିର ହାର ହ୍ରାସ କରିବାକୁ

7) ପ୍ରବଳନର ସଶକ୍ତିକରଣ ପାଇଁ କଂକ୍ରିଟର ବନ୍ଧନକୁ ବୃଦ୍ଧି କରିବା

8) ଉତ୍ତାପର ବିବର୍ତ୍ତନ ହ୍ରାସ କରିବା ଏବଂ ଜଳୀୟତା ବୃଦ୍ଧି କରିବା

 

କଂକ୍ରିଟରେ ଅଧିମିଶ୍ରଣର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିବା କାରକ



1) ବିଭିନ୍ନ ପ୍ରକାର ଅଧିମିଶ୍ରଣ

ବିଭିନ୍ନ ପ୍ରକାର ଅଧିମିଶ୍ରଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ପାଇଁ ଡିଜାଇନ୍ ହୋଇଛି, ଯେପରିକି କାର୍ଯ୍ୟକ୍ଷମତା, ସମୟ ସ୍ଥିର କରିବା, ଶକ୍ତି କିମ୍ବା କଂକ୍ରିଟର ସ୍ଥାୟୀତ୍ୱ । ଏକ ବିଶେଷ ଅଧିମିଶ୍ରଣ କଂକ୍ରିଟରେ କେତେ ଭଲ ଭାବରେ କାର୍ଯ୍ୟ କରିବ, ତାହା ଅଧିମିଶ୍ରଣର ମନୋନୀତ ପ୍ରକାର ଉପରେ ନିର୍ଭର କରେ, କାରଣ ପ୍ରତ୍ୟେକ ପ୍ରକାରର ଅଧିମିଶ୍ରଣ ବିଭିନ୍ନ ରାସାୟନିକ ଏବଂ ଭୌତିକ ଗୁଣ ବିଶିଷ୍ଟ ଅଟେ ।

 

2) ଡୋଜ୍

ଯେହେତୁ ଅଧିମିଶ୍ରଣ କଂକ୍ରିଟର ଗୁଣଗତ ମାନକୁ ପରିବର୍ତ୍ତନ କରିଥାଏ, କଂକ୍ରିଟରେ ଅତିରିକ୍ତ କିମ୍ବା କମ୍ ପରିମାଣର ଅଧିମିଶ୍ରଣ ଯୋଗ କରିବା ତାହାର କାର୍ଯ୍ୟକାରିତାକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ସାଧାରଣତଃ ପୃଥକକରଣ ଏବଂ ଜଳ ଲାଭରେ ସମସ୍ୟା ହୋଇପାରେ ଯେତେବେଳେ ମିଶ୍ରଣର ମାତ୍ରା ଅନୁକୂଳତମ ସ୍ତରରେ ନଥାଏ ।

 

3) ସିମେଣ୍ଟର ପ୍ରକାରଭେଦ ଏବଂ ସୁସଙ୍ଗତତା

ପ୍ରତ୍ୟେକ ପ୍ରକାରର ସିମେଣ୍ଟ ବିଭିନ୍ନ ଅଧିମିଶ୍ରଣ ସହିତ ଭିନ୍ନ ଭିନ୍ନ ଫଳାଫଳ ପ୍ରଦାନ କରିବ । କଂକ୍ରିଟର କାର୍ଯ୍ୟଦକ୍ଷତା ଏହିପରି ଏକ ଅଧିମିଶ୍ରଣ ଏବଂ ସିମେଣ୍ଟ ମଧ୍ୟରେ ସୁସଙ୍ଗତତା ଦ୍ୱାରା ନିର୍ଣ୍ଣୟ କରାଯାଏ । ଉଭୟଙ୍କ ମଧ୍ୟରେ ଯେ କୌଣସି ଅସଙ୍ଗତି କଂକ୍ରିଟର କାର୍ଯ୍ୟକ୍ଷମତା, ପୃଥକତା, ସ୍ଥାୟୀତ୍ୱ ଏବଂ ସେଟିଂ ସମୟ ଉପରେ ପ୍ରଭାବ ପକାଇବ ।

 

4) ପରିବେଶର ତାପମାତ୍ରା

ଅଧିମିଶ୍ରଣର କାର୍ଯ୍ୟଦକ୍ଷତା ମଧ୍ୟ ଆଖପାଖ ପରିବେଶର ତାପମାତ୍ରା ଉପରେ ନିର୍ଭର କରେ । ଆଖପାଖର ତାପମାତ୍ରାରେ ଯେ କୌଣସି ବୃଦ୍ଧି ସାଚୁରେସନ୍ ଡୋଜରେ ବୃଦ୍ଧି ଘଟାଇବ ଏବଂ କଂକ୍ରିଟର ପ୍ରଭାବକୁ ପ୍ରଭାବିତ କରିବ ।

 

5) ମିଶ୍ରଣ

ଅଧିମିଶ୍ରଣର ବିଭିନ୍ନ ଉପାଦାନଗୁଡ଼ିକ ଏହାର ଅନ୍ତିମ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ଜଳ, ସ୍ଥୂଳ ଏଗ୍ରିଗେଟ୍, ସୂକ୍ଷ୍ମ ଏଗ୍ରିଗେଟ୍, ସିମେଣ୍ଟ ଯୋଗ କରିବା ଦ୍ୱାରା ଅଧିମିଶ୍ରଣର କାର୍ଯ୍ୟଦକ୍ଷତା, ପାରସ୍ପରିକ ଶାରୀରିକ କ୍ରିୟା ଓ ପରିକ୍ଷେପଣ ଏବଂ କାର୍ଯ୍ୟକାରିତାକୁ ପ୍ରଭାବିତ କରେ ।


ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

 

1) ଅଧିମିଶ୍ରଣଗୁଡ଼ିକ କଂକ୍ରିଟର ଶକ୍ତି ଉପରେ ପ୍ରଭାବ ପକାଇଥାଏ କି?

 

ହଁ, ଅଧିମିଶ୍ରଣ କଂକ୍ରିଟର ଶକ୍ତି ଉପରେ ପ୍ରଭାବ ପକାଇଥାଏ । ସେମାନଙ୍କର ୱାଟର ସିମେଣ୍ଟ ବିଜାରଣ, ହାଇଡ୍ରୋଫୋବିକ୍ ପ୍ରଭାବ, ପୋର ହ୍ରାସ ଏବଂ ଅବରୋଧ, ଏବଂ କାର୍ଯ୍ୟକାରିତା ଦ୍ଵାରା କଂକ୍ରିଟର ଶକ୍ତି ଏବଂ ସ୍ଥାୟୀତ୍ୱରେ ଯଥେଷ୍ଟ ଉନ୍ନତି ଘଟିଛି ।

 

2) ଅଧିମିଶ୍ରଣ କାହିଁକି ବ୍ୟବହାର କରାଯାଏ?

 

କଂକ୍ରିଟର ଗୁଣଗତ ମାନରେ ଉନ୍ନତି ଆଣିବା, କଂକ୍ରିଟର ମାନ୍ଦାବସ୍ଥାକୁ ପ୍ରଭାବିତ କରିବା, ହାଇଡ୍ରେସନକୁ ପ୍ରଭାବିତ କରିବା ତଥା କଂକ୍ରିଟର ସେଟିଂ ସମୟକୁ ତ୍ୱରାନ୍ୱିତ ଓ ମନ୍ଦିତ କରିବା ଭଳି ବିଭିନ୍ନ ଉପକାର ପାଇଁ ଉଭୟ ରାସାୟନିକ ଏବଂ ଭୌତିକ ଅଧିମିଶ୍ରଣ ବ୍ୟବହାର କରାଯାଇପାରିବ ।

 

3) ଅଧିମିଶ୍ରଣର କାର୍ଯ୍ୟକାରିତା କିଏ ନିର୍ଦ୍ଧାରଣ କରେ?

 

ସିମେଣ୍ଟର ପ୍ରକାର ଓ ପରିମାଣ, ଜଳର ପରିମାଣ, ମିଶ୍ରଣ ସମୟ, ମାନ୍ଦାବସ୍ଥା ଏବଂ ତାପମାତ୍ରା ସହିତ ଅନେକ କାରଣ ଉପରେ ଅଧିମିଶ୍ରଣର କାର୍ଯ୍ୟକାରିତା ନିର୍ଭର କରେ ।



ପରିଶେଷରେ, ବିଭିନ୍ନ ନିର୍ମାଣ ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ କଂକ୍ରିଟର ଗୁଣଗତ ପରିବର୍ତ୍ତନ କରି ନିର୍ମାଣରେ ଅଧିମିଶ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବା କିମ୍ବା ଶକ୍ତି ବୃଦ୍ଧି କରିବା ହେଉ, ଅଧିମିଶ୍ରଣଗୁଡ଼ିକ ବିଲଡର୍ସ ଏବଂ ଇଞ୍ଜିନିୟରମାନଙ୍କୁ ସେମାନେ ସୃଷ୍ଟି କରୁଥିବା ସଂରଚନାଗୁଡ଼ିକର ଗୁଣବତ୍ତା ଏବଂ ସ୍ଥାୟୀତ୍ୱ ଉପରେ ଅଧିକ ନିୟନ୍ତ୍ରଣ ପ୍ରଦାନ କରିଥାଏ । ଯେତେବେଳେ ଅଧିମିଶ୍ରଣ ବିଷୟ ଚିନ୍ତା କରାଯାଏ, ସେତେବେଳେ ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ସଠିକ୍ ଅଧିମିଶ୍ରଣଗୁଡ଼ିକ ଏପରି ନିର୍ମାଣ କାର୍ଯ୍ୟ କରିପାରିବେ, ଯାହା ସମୟର ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....