ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଘରେ ବ୍ୟବହୃତ ହେଉଥିବା ବୈଦ୍ୟୁତିକ ଓୟାରିଂର ପ୍ରକାରଭେଦ: ବୈଦ୍ୟୁତିକ ଆଉଟଲେଟର ଯୋଜନା କରିବା

ଘର ପାଇଁ ବ୍ୟବହୃତ ହେଉଥିବା ବୈଦ୍ୟୁତିକ ଓୟାରିଂର ପ୍ରକାରଭେଦକୁ ଜାଣନ୍ତୁ । ଘରେ କେଉଁ କେଉଁ ପ୍ରକାରର ବୈଦ୍ୟୁତିକ ତାର ବ୍ୟବହାର କରାଯାଇଥାଏ ଏବଂ ଘର ପାଇଁ ସୁରକ୍ଷା, ଦକ୍ଷତା ଓ ସୁବିଧାକୁ ସୁନିଶ୍ଚିତ କରିବା ଲାଗି ବୈଦ୍ୟୁତିକ ଆଉଟଲେଟର ଯୋଜନା କେମିତି କରିବେ ତାହା ଶିଖନ୍ତୁ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ଆପଣଙ୍କ ଘରର ଲେ’ଆଉଟ୍ ଓ ଆବଶ୍ୟକତା ଉପରେ ନିର୍ଭର କରି ବିଭିନ୍ନ ପ୍ରକାର ବୈଦ୍ୟୁତିକ ଓୟାରିଂ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ସାଧନ କରିଥାଏ ।

     

  • କେସିଂ ଓ କ୍ୟାପିଂ ଓୟାରିଂକୁ ମରାମତି କରିବା ତ ସହଜ କିନ୍ତୁ ସୁଗୁଡ଼ିକର ପୃଥୁଳାକାୟ ରୂପ ପାଇଁ ସେଗୁଡ଼ିକ ଆଧୁନିକ ଇଣ୍ଟେରିୟର୍ ପାଇଁ ଅନୁପଯୁକ୍ତ ହୋଇଥାଏ ।

     

  • କଣ୍ଡୁଇଟ୍ ବା ନଳ ଦ୍ୱାରା ଘୋଡ଼ା ହୋଇଥିବା ଓୟାରିଂ ଉଚ୍ଚ ସ୍ଥାୟିତ୍ୱ ଓ ସୁରକ୍ଷା ପ୍ରଦାନ କରୁଥିବାରୁ ତାହା ଆଧୁନିକ ଘରଗୁଡ଼ିକ ପାଇଁ ଆଦର୍ଶ ହୋଇଥାଏ । କିନ୍ତୁ ଏହାକୁ ସ୍ଥାପନ କରିବା ପାଇଁ ପେସାଦାରଙ୍କ ସହାୟତା ଆବଶ୍ୟକ ହୋଇଥାଏ ।

     

  • ଲୋ-ଭୋଲ୍ଟେଜ୍ ଓୟାରିଂ ଶକ୍ତିଦକ୍ଷ ଓ ବହୁମୁଖୀ ବା କୁଶଳୀ ହୋଇଥାଏ କିନ୍ତୁ ତାହାକୁ କେବଳ ଆଲୋକ ଓ ଡୋରବେଲ୍ ଭଳି କମ୍ ଶକ୍ତି ଆବଶ୍ୟକ ହେଉଥିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିଥାଏ ।

     

  • କ୍ଲିଟ୍ ଓୟାରିଂ ଅସ୍ଥାୟୀ, ଶସ୍ତା ସମାଧାନ ଅଟେ କିନ୍ତୁ ତାହା ଦୀର୍ଘମିଆଦୀ ସ୍ଥାୟିତ୍ୱ ଓ ସୁରକ୍ଷା ଯୋଗାଇ ନ ଥାଏ ।

     

  • ତାର ବା ଓୟାର୍ ଗୁଡ଼ିକର ରଙ୍ଗ କୋଡଗୁଡ଼ିକୁ ବୁଝିଲେ ସୁରକ୍ଷିତ ସ୍ଥାପନା ଏବଂ ଉପଯୁକ୍ତ ବୈଦ୍ୟୁତିକ ସଂଯୋଗ ସୁନିଶ୍ଚିତ ହୋଇଥାଏ ।

     

  • ବୈଦ୍ୟୁତିକ ଆଉଟଲେଟଗୁଡ଼ିକର ରଣନୀତିପୂର୍ଣ୍ଣ ସ୍ଥାପନା ଦ୍ୱାରା ସୁବିଧାରେ ଉନ୍ନତି ହୋଇଥାଏ ଏବଂ ସର୍କିଟ୍ ଓଭରଲୋଡିଂ ପ୍ରତିରୋଧ ହୋଇଥାଏ ।

     

  • ବିଦ୍ୟୁତ୍ ଝଟକା ଏବଂ ଅଗ୍ନିକାଣ୍ଡ ଭଳି ସଙ୍କଟଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ସୁରକ୍ଷା ମାନକ ଓ ନିର୍ମାଣ କୋଡ୍ ଗୁଡ଼ିକୁ ଅନୁପାଳନ କରିବା ଅତ୍ୟାବଶ୍ୟକ ହୋଇଥାଏ ।


ନିଜ ଘରର ବୈଦ୍ୟୁତିକ ପ୍ରଣାଳୀର ଯୋଜନା କରିବା ସମୟରେ, ଉଭୟ ସୁରକ୍ଷା ଓ ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଘରର ବୈଦ୍ୟୁତିକ ଓୟାରିଂର ପ୍ରକାରଭେଦକୁ ବୁଝିବା ନିହାତି ଜରୁରୀ ହୋଇଥାଏ । ସଠିକ୍ ବୈଦ୍ୟୁତିକ ଆଉଟଲେଟକୁ ସୁନିଶ୍ଚିତ କରିବାଠାରୁ ଆରମ୍ଭ କରି ବ୍ୟବହାର ନିମନ୍ତେ ସର୍ବୋତ୍ତମ ଗୁଣମାନର ବିଜୁଳି ତାର ବାଛିବା ପର୍ଯ୍ୟନ୍ତ, ପ୍ରତ୍ୟେକ ନିଷ୍ପତ୍ତି ଘରର ବିଦ୍ୟୁତ୍ ସ୍ଥାପନାର ଦୀର୍ଘମିଆଦୀ କାର୍ଯ୍ୟଦକ୍ଷତାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ଏହି ବ୍ଲଗରେ, ଆମେ ବିଭିନ୍ନ ଘରୋଇ ଓୟାରିଂ ପ୍ରକାରଭେଦ, ଆଉଟଲେଟଗୁଡ଼ିକର ଆଦର୍ଶ ଅବସ୍ଥିତି ଏବଂ ପ୍ରମୁଖ ସୁରକ୍ଷା ବିଚାରଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ।

 

 


ଆପଣଙ୍କ ଘର ପାଇଁ ବୈଦ୍ୟୁତିକ ଓୟାରିଂର ପ୍ରକାରଭେଦ

ଘରର ଆବଶ୍ୟକତା, ଢାଞ୍ଚା ଓ ଲେ’ଆଉଟ୍ ଉପରେ ନିର୍ଭର କରି ପ୍ରତ୍ୟେକ ଘରେ ବୈଦ୍ୟୁତିକ ଓୟାରିଂର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ । ଆସନ୍ତୁ, ଗୃହ ନିର୍ମାଣ ପ୍ରକ୍ରିୟାରେ ବୈଦ୍ୟୁତିକ ଓୟାରିଂ ପ୍ରଣାଳୀ ନିମନ୍ତେ ବିଚାରକୁ ନିଆଯାଉଥିବା ସବୁଠାରୁ ସାଧାରଣ ଗୃହ ବୈଦ୍ୟୁତିକ ଓୟାରିଂ ପ୍ରଣାଳୀକୁ ବିଶଦ ଭାବେ ବୁଝିବା:

୧. କେସିଂ ଓ କ୍ୟାପିଂ ଓୟାରିଂ



ପୁରୁଣାକାଳିଆ ଘରଗୁଡ଼ିକରେ ପୂର୍ବରୁ ବହୁଳ ଭାବେ ବ୍ୟବହୃତ ହେଉଥିବା କେସିଂ ଓ କ୍ୟାପିଂ ଓୟାରିଂରେ ଏକ କାଠ କିମ୍ବା ପିଭିସି କେସିଂ ବା ଖୋଳ ଉପରେ ତାରଗୁଡ଼ିକୁ ଟଣାଯାଇଥାଏ ଓ ତାର ଉପରେ କ୍ୟାପ୍ ଲଗାଇ ତାହାକୁ ବନ୍ଧାଯାଇଥାଏ । ତାହାର ସ୍ଥୁଳକାୟ ରୂପ କାରଣରୁ ଆଜିକାଲିର ଆଧୁନିକ ଘରେ ତାହାକୁ ଖୁବ୍ କ୍ୱଚିତ୍ ଭାବେ ବ୍ୟବହାର କରାଯାଉଛି ଏବଂ ତାହା ଏତେ ସୁରକ୍ଷିତ ମଧ୍ୟ ହୋଇ ନଥାଏ ।

 

ଲାଭ:

  • ମରାମତି କିମ୍ବା ବଦଳାଇାବ ସହଜ ।

  • ବାହ୍ୟ ପରିବେଶରୁ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଥାଏ ।

     

ଅସୁବିଧା:

  • ଆର୍ଦ୍ରତାକୁ ଭଲଭାବେ ସହିପାରି ନ ଥାଏ ।

  • ସ୍ଥୁଳକାୟ ରୂପ, ଆଧୁନିକ ଇଣ୍ଟେରିୟର ପାଇଁ ଅନୁପଯୁକ୍ତ ।

 

୨. କଣ୍ଡୁଇଟ୍ ଓୟାରିଂ



କଣ୍ଡୁଇଟ୍ ଓୟାରିଂ ସବୁଠାରୁ ଦୀର୍ଘସ୍ଥାୟୀ ଏବଂ ସାଧାରଣ ପ୍ରକାରର ବୈଦ୍ୟୁତିକ ଓୟାରିଂ ଅଟେ । ତାରଗୁଡ଼ିକୁ ପିଭିସି କିମ୍ବା ଧାତବ କଣ୍ଡୁଇଟ୍ ବା ନଳ ଦ୍ୱାରା ସୁରକ୍ଷିତ କରାଯାଏ, ତେଣୁ ତାହା ଉଭୟ ସୁରକ୍ଷା ଓ ସ୍ଥାୟିତ୍ୱ ପାଇଁ ଏକ ଆଦର୍ଶ ବିକଳ୍ପରେ ପରିଣତ ହୋଇଥାଏ ।

 

ଲାଭ:

  • ଉଚ୍ଚ ସ୍ଥାୟିତ୍ୱ ଏବଂ ଆର୍ଦ୍ରତାରୁ ସୁରକ୍ଷା

  • ଲୁକ୍କାୟିତ ଓୟାରିଂ କାରଣରୁ ଘରର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ନ ଥାଏ ।

ଅସୁବିଧା:

  • ସ୍ଥାପନା ପାଇଁ ଅଧିକ ଖର୍ଚ୍ଚ ଲାଗିଥାଏ ।

  • ଉପଯୁକ୍ତ ଭାବେ ସ୍ଥାପନ କରିବା ପାଇଁ ପେସାଦାରଙ୍କ ବିଶେଷଜ୍ଞତା ଆବଶ୍ୟକ ହୋଇଥାଏ 

୩. ଲୋ-ଭୋଲଟେଜ୍ ଓୟାରିଂ



ଲୋ-ଭୋଲଟେଜ୍ ଓୟାରିଂ କମ୍ ଭୋଲଟେଜ୍ ଆବଶ୍ୟକ କରୁଥିବା ଉପକରଣଗୁଡ଼ିକ ପାଇଁ ବ୍ୟବହୃତ ହୋଇଥାଏ, ଯେପରିକି - ଡୋରବେଲ୍, ଇଣ୍ଟରକମ୍ କିମ୍ବା ଲ୍ୟାଣ୍ଡସ୍କେପ୍ ଲାଇଟିଂ । ଘର ପାଇଁ ଏ ପ୍ରକାରର ବୈଦ୍ୟୁତିକ ଓୟାରିଂ ସହ କାରବାର କରିବା ଖୁବ୍ ସୁରକ୍ଷିତ ହୋଇଥାଏ ଏବଂ ଏହା ନାନା ପ୍ରକାର ଉପଯୋଗ ପାଇଁ ଉପଯୁକ୍ତ ହୋଇଥାଏ ।

ଲାଭ:

  • ଶକ୍ତିଦକ୍ଷ ।

  • ସ୍ଥାପନ କରିବା ସରଳ ଓ ସହଜ ।

     

ଅସୁବିଧା:

  • କେବଳ କମ୍ ଭୋଲଟେଜ୍ ପ୍ରୟୋଗଗୁଡ଼ିକରେ ସୀମିତ ।

  • ଯନ୍ତ୍ରୋପକରଣ ଶକ୍ତି ଯୋଗାଣ ପାଇଁ ଉପଯୁକ୍ତ ନୁହେଁ ।

 

୪. କ୍ଲିଟ୍ ଓୟାରିଂ



କ୍ଲିଟ୍ ଓୟାରିଂରେ ଚିନାମାଟି, କାଠ କିମ୍ବା ପ୍ଲାଷ୍ଟିକନିର୍ମିତ କ୍ଲିଟ୍‌ ବା କୀଳା ମଧ୍ୟଦେଇ ଇନସୁଲେଟେଡ୍ ତାରଗୁଡ଼ିକୁ ଟଣାଯାଇଥାଏ । ଏହା ସାଧାରଣତଃ ସ୍ଥାୟୀ ଘରୋଇ ଓୟାରିଂ ହୋଇ ନ ଥାଏ । ନିର୍ମାଣ ସମୟରେ ଏହାକୁ ସାଧାରଣତଃ ଏକ ଅସ୍ଥାୟୀ ସ୍ଥାପନା ରୂପେ ବ୍ୟବହାର କରାଯାଇଥାଏ ।

ଲାଭ:

  • ସ୍ଥାପନାରେ କମ୍ ଖର୍ଚ୍ଚ ଲାଗିଥାଏ ।

  • ଆବଶ୍ୟକତା ପୂରଣ ହେବା ପରେ ତାହାକୁ ସହଜରେ କାଢ଼ିହୁଏ ।

ଅସୁବିଧା:

  • ଦୀର୍ଘମିଆଦୀ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ ।

  • ବାହ୍ୟ ଉପାଦାନ (ଖରା, ପବନ, ବର୍ଷା ଆଦି) ବିରୁଦ୍ଧରେ ନ୍ୟୂନତମ ସୁରକ୍ଷା ଯୋଗାଇଥାଏ ।

 

 

ବୈଦ୍ୟୁତିକ ଓୟାର୍ ରଙ୍ଗ କୋଡ୍

ଘରୋଇ ବୈଦ୍ୟୁତିକ ଓୟାର୍ ପ୍ରକାରଗୁଡ଼ିକର ସହଜ ସ୍ଥାପନା ଏବଂ ସମସ୍ୟା ନିବାରଣ ପାଇଁ ତାରଗୁଡ଼ିକର ରଙ୍ଗ କୋଡଗୁଡ଼ିକୁ ବୁଝିବା ନିହାତି ଜରୁରୀ ହୋଇଥାଏ । ତାରଗୁଡ଼ିକ ଯେପରି ସହଜରେ ଚିହ୍ନଟ କରିହେବ ଓ ସଂଯୋଗ କରାଯାଇପାରିବ ତାହା ଏହି ମାନକୀକୃତ ରଙ୍ଗଗୁଡ଼ିକ ସୁନିଶ୍ଚିତ କରିଥାଏ । ସାଧାରଣ ଭାବେ ବ୍ୟବହୃତ ରଙ୍ଗ କୋଡ୍ ଗୁଡ଼ିକର ସଂକ୍ଷିପ୍ତ ବର୍ଣ୍ଣନା ତଳେ ଦିଆଗଲା:

 

  • କଳା: ବିଦ୍ୟୁତ ଯୋଗାଣ (ଲାଇଭ୍ ଓୟାର୍)
  • ନାଲି: ଗୌଣ ଲାଇଭ୍ ଓୟାର୍, ପ୍ରାୟତଃ ସୁଇଚ୍ ଓୟାରିଂ ପାଇଁ ବ୍ୟବହୃତ ହୁଏ ।
  • ଧଳା କିମ୍ବା ଧୂସର: ନ୍ୟୁଟ୍ରାଲ୍ ତାର (ରିଟର୍ଣ୍ଣ କରେଣ୍ଟ)
  • ସବୁଜ କିମ୍ବା ଅନାବୃତ ତମ୍ବା ତାର: ସୁରକ୍ଷା ପାଇଁ ଗ୍ରାଉଣ୍ଡ ଓୟାର୍ ।


ଘରେ ବୈଦ୍ୟୁତିକ ଆଉଟଲେଟଗୁଡ଼ିକର ଆଦର୍ଶ ଅବସ୍ଥିତି

ସଠିକ୍ ଓୟାରିଂ ଚୟନ କରିବା ଯେତିକି ଜରୁରୀ ବୈଦ୍ୟୁତିକ ଆଉଟଲେଟଗୁଡ଼ିକ ପାଇଁ ଲେ’ଆଉଟ୍ ଯୋଜନା କରିବା ସେତିକି ଜରୁରୀ ଅଟେ । ଆଉଟଲେଟଗୁଡ଼ିକ ସ୍ଥାନ ସୁବିଧାକୁ ସୁନିଶ୍ଚିତ କରିଥାଏ ଓ ସର୍କିଟଗୁଡ଼ିକୁ ଓଭରଲୋଡରୁ ସୁରକ୍ଷା ଦେଇଥାଏ । ବିଭିନ୍ନ କୋଠରୀରେ ଆଉଟଲେଟ୍ ବସାଇବା ପାଇଁ ତଳେ ଏକ ସାଧାରଣ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି ।

  • ଲିଭିଂ ରୁମ୍: ଆଉଟଲେଟଗୁଡ଼ିକୁ ଏଣ୍ଟରଟେନମେଣ୍ଟ ସେଣ୍ଟର, ବଡ଼ ବଡ଼ ଫର୍ନିଚର କିମ୍ବା ଫଲ୍ସ ସିଲିଂ ପଛରେ ବସାନ୍ତୁ । ପ୍ରତ୍ୟେକ ୧୨ ଫୁଟ ବ୍ୟବଧାନରେ ଅତି କମରେ ଗୋଟିଏ ଆଉଟଲେଟ୍ ରଖିବାର ଲକ୍ଷ୍ୟ ରଖନ୍ତୁ ।

  • କିଚେନ୍: କାଉଣ୍ଟରଟପ୍ ନିକଟରେ ଏକାଧିକ ଆଉଟଲେଟ୍ ସ୍ଥାପନ କରନ୍ତୁ । ଉଚ୍ଚ ଶକ୍ତିଯୁକ୍ତ ଯନ୍ତ୍ରୋପକରଣ ପାଇଁ ପୃଥକ୍ ସର୍କିଟ୍ ରଖନ୍ତୁ ।

  • ବେଡରୁମ୍: ଚାର୍ଜର୍ ଓ ଲ୍ୟାମ୍ପଗୁଡ଼ିକ ପ୍ରତି ସୁଗମ୍ୟତା ପାଇଁ ଆଉଟଲେଟ୍ ଗୁଡ଼ିକୁ ଖଟ ଏବଂ ଡ୍ରେସର୍ ପାଖରେ ରଖନ୍ତୁ ।

  • ବାଥରୁମ୍: ଭାନିଟିଗୁଡ଼ିକ ନିକଟରେ ଜିଏଫସିଆଇ (ଗ୍ରାଉଣ୍ଡ ଫଲ୍ଟ ସର୍କିଟ୍ ଇଣ୍ଟରପ୍ଟର୍) ଆଉଟଲେଡ୍ ସ୍ଥାପନ କରନ୍ତୁ କିନ୍ତୁ ତାହାକୁ ପାଣି ଉତ୍ସରୁ ଦୂରେଇ ରଖନ୍ତୁ ।
  • ଆଉଟଡୋର୍ ଏରିଆ: ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷାମୂଳକ ଆବରଣ ସହିତ ପାଣିପାଗନିରୋଧୀ (ୱେଦରପ୍ରୁଫ୍) ଆଉଟଲେଟ୍ ବ୍ୟବହାର କରନ୍ତୁ ।


ଘରେ ବୈଦ୍ୟୁତିକ ଓୟାରିଂ ପାଇଁ ସୁରକ୍ଷା ଓ ନିୟମର ଅନୁପାଳନ

ଘରୋଇ ଓୟାରିଂ ସହିତ କାର୍ଯ୍ୟ କରିବା ସମୟରେ ବୈଦ୍ୟୁତିକ ନିରାପତ୍ତା ନିୟମାବଳୀ, ପ୍ରୋଟୋକଲ୍ ତଥା ସ୍ଥାନୀୟ ନିର୍ମାଣ କୋଡ୍ ଗୁଡ଼ିକର କଡ଼ାକଡ଼ି ଅନୁପାଳନ ଜରୁରୀ ହୋଇଥାଏ । ଏଥିରେ ବିଫଳ ହେଲେ, ବିଜୁଳି ଝଟକା, ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ବିପଦର ସମ୍ଭାବନା ସୃଷ୍ଟି ହୋଇଥାଏ । ନିୟମ ଅନୁପାଳନ ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆପଣ ଏହା କରିପାରିବେ:

 

  • ଓୟାର୍ ସାଇଜିଂ: ସର୍ବଦା ବିଜୁଳି ସ୍ରୋତ ପାଇଁ ଉପଯୁକ୍ତ ହୋଇଥିବା ଆକାରର ତାର ବ୍ୟବହାର କରନ୍ତୁ । କମ୍ ଆକାରର ତାର ଅତ୍ୟଧିକ ଉତ୍ତପ୍ତ ହୋଇଯାଇଥାଏ ।

  • ନିର୍ମାଣ କୋଡ୍: ଆପଣଙ୍କ ଘରର ଓୟାରିଂ ଯେପରି ସ୍ଥାନୀୟ ନିର୍ମାଣ କୋଡ୍ ର ଅନୁପାଳନ କରୁଛି ତାହା ସର୍ବଦା ସୁନିଶ୍ଚିତ କରନ୍ତୁ । ସ୍ଥାପନା ପାଇଁ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କୁ ନିୟୋଜିତ କରନ୍ତୁ ।

  • ଜିଏଫସିଆଇ ସ୍ଥାପନା: ବିଜୁଳି ଝଟକା ଆଘାତ ଭଳି ବିପଦଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ବାଥରୁମ୍, କିଚେନ୍ ଏବଂ ଆଉଟଡୋର୍ ଭଳି ଆର୍ଦ୍ରତାପ୍ରବଣ ସ୍ଥାନଗୁଡ଼ିକରେ ଜିଏଫସିଆଇ ଆଉଲେଟ୍ ସ୍ଥାପନକୁ ସୁନିଶ୍ଚିତ କରନ୍ତୁ ।

  • ନିୟମିତ ତଦାରଖ: ସ୍ଥାପନ ପରେ ମଧ୍ୟ, କ୍ଷୟକ୍ଷତି, ଢିଲା ସଂଯୋଗ କିମ୍ବା ଖୋଲା ତାରଗୁଡ଼ିକ ଉପରେ ନଜର ରଖିବା ପାଇଁ ନିୟମିତ ତଦାରଖ କରାଯିବା ଜରୁରୀ ହୋଇଥାଏ ।


ନିଜ ଘର ପାଇଁ ଏକ କାର୍ଯ୍ୟଦକ୍ଷ ଏବଂ ସୁରକ୍ଷିତ ବୈଦ୍ୟୁତିକ ପ୍ରଣାଳୀ ପାଇଁ ଗୃହ ବୈଦ୍ୟୁତିକ ଓୟାରିଂର ପ୍ରକାରଭେଦକୁ ବୁଝିବା, ବୈଦ୍ୟୁତିକ ଲେ’ଆଉଟର ଉପଯୁକ୍ତ ଯୋଜନା କରିବା ଏବଂ ସୁରକ୍ଷା ଅନୁପାଳନକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଘର ପାଇଁ ସର୍ବୋତ୍ତମ ଗୁଣମାନ ଓ ପ୍ରକାରର ବୈଦ୍ୟୁତିକ ତାର ଚୟନ କରିବାଠାରୁ ଆରମ୍ଭ କରି ଅନୁକୂଳତମ ଭାବେ ନିଜର ବୈଦ୍ୟୁତିକ ଆଉଟଲେଟଗୁଡ଼ିକୁ ସ୍ଥାନିତ କରିବା ପର୍ଯ୍ୟନ୍ତ, ପ୍ରତ୍ୟେକ ନିଷ୍ପତ୍ତି ଆପଣଙ୍କ ଘରୋଇ ବୈଦ୍ୟୁତିକ ସ୍ଥାପନାରେ ସୁବିଧା ଓ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ସହାୟତା କରିଥାଏ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଘରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଓୟାରିଂଗୁଡ଼ିକ କ’ଣ?

ଘରଗୁଡ଼ିକରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ଓୟାରିଂ ପ୍ରଣାଳୀଗୁଡ଼ିକ ହେଲା: କେସିଂ ଓ କ୍ୟାପିଂ ଓୟାରିଂ, କଣ୍ଡୁଇଟ୍ ଓୟାରିଂ ଏବଂ କ୍ଲିଟ୍ ଓୟାରିଂ । ଉକ୍ତ ସବୁ ପ୍ରକାର ଓୟାରିଂ ଘରର ବିଶେଷ ଆବଶ୍ୟକତା ଉପରେ ନିର୍ଭର କରି ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ସାଧିତ କରିଥାଏ ।

 

୨. ଘରୋଇ ବ୍ୟବହାର ପାଇଁ କେଉଁ ଓୟାର୍ ବା ତାର ସର୍ବୋତ୍ତମ?

ଘରୋଇ ସ୍ଥାପନା ପାଇଁ ସର୍ବୋତ୍ତମ ଗୁଣମାନର ବୈଦ୍ୟୁତିକ ତାର ଘରର ବିଶେଷ ଆବଶ୍ୟକତା ଉପରେ ନିର୍ଭର କରିଥାଏ । କିନ୍ତୁ, ନିରାପତ୍ତା ଓ ସ୍ଥାୟିତ୍ୱ ପାଇଁ ସାଧାରଣତଃ କଣ୍ଡୁଇଟ୍ ଓୟାରିଂକୁ ପସନ୍ଦ କରାଯାଏ । ଘରୋଇ ସୁରକ୍ଷା ପ୍ରଣାଳୀ ଓ ଆଲୋକୀକରଣ ପାଇଁ ଲୋ-ଭୋଲଟେଜ୍ ଓୟାରିଂ ଆଦର୍ଶ ହୋଇଥାଏ ।

 

୩. ଏକ ନୂଆ ଘରେ ବୈଦ୍ୟୁତିକ ଆଉଟଲେଟଗୁଡ଼ିକୁ କେଉଁଠାରେ ବସାଯିବା ଉଚିତ?

ପ୍ରତ୍ୟେକ କୋଠରୀର ଆବଶ୍ୟକତା ଉପରେ ଭିତ୍ତି କରି ବୈଦ୍ୟୁତିକ ଆଉଟଲେଟଗୁଡ଼ିକୁ ବସାଯିବା ଉଚିତ । ଉଦାହରଣ ସ୍ୱରୂପ, କିଚେନରେ କାଉଣ୍ଟର ପାଖରେ ଏକାଧିକ ଆଉଟଲେଟ୍ ଆବଶ୍ୟକ ହୋଇଥାଏ । ସେଇଠି, ଲିଭିଂ ରୁମରେ ଏଣ୍ଟରଟେନମେଣ୍ଟ ସିଷ୍ଟମ୍ସ ପଛପଟେ ଆଉଟଲେଟ୍ ଆବଶ୍ୟକ ହୋଇଥାଏ । ବେଡରୁମ୍ ଓ ବାଥରୁମ୍ ଗୁଡ଼ିକରେ ମଧ୍ୟ ସୁନିୟୋଜିତ ଆଉଲେଟ୍ ରହିବା ଉଚିତ । ବାଥରୁମରେ ଆଉଟଲେଟଗୁଡ଼ିକୁ ପାଣିର ଉତ୍ସରୁ ଦୂରରେ ରଖାଯିବା ଉଚିତ ।

 

୪. ବୈଦ୍ୟୁତିକ ଆଉଟଲେଟଗୁଡ଼ିକର ଲେ’ଆଉଟ୍ କେମିତି କରାଯିବା ଉଚିତ?

ଅସଜଡ଼ାପଣ ଓ ଏକ୍ସଟେନ୍ସନ୍ କର୍ଡଗୁଡ଼ିକର ଅତ୍ୟଧିକ ବ୍ୟବହାରକୁ ଏଡ଼ାଇବା ପାଇଁ ସହଜରେ ବ୍ୟବହାର କରିହେଉଥିବା ଜାଗାଗୁଡ଼ିକରେ ଆଉଟଲେଟ୍ ଗୁଡ଼ିକୁ ସ୍ଥାପନ କରାଯିବା ଉଚିତ । ଆଉଟଲେଟ୍ ଗୁଡ଼ିକ ମଧ୍ୟରେ ବ୍ୟବଧାନ ନିର୍ମାଣ କୋଡ୍ ଅନୁରୂପ ହେବା ଉଚିତ । ଆଉ, କିଚେନ୍ ଭଳି ଅଧିକ ବିଜୁଳି ଆବଶ୍ୟକ ହେଉଥିବା ସ୍ଥାନ ପାଇଁ ପୃଥକ୍ ସର୍କିଟ୍ ରହିବା ଉଚିତ ।

 

୫. ବୈଦ୍ୟୁତିକ ଓୟାରିଂର ରଙ୍ଗ କୋଡ୍ ର ତାତ୍ପର୍ଯ୍ୟ କ’ଣ?

ଓୟାରିଂ ପାଇଁ ମାନକ ରଙ୍ଗ କୋଡ୍ ଗୁଡ଼ିକ ମଧ୍ୟରେ କଳା(ଲାଇଭ୍), ନାଲି (ସେକେଣ୍ଡାରୀ ଲାଇଭ୍), ଧଳା କିମ୍ବା ଧୂସର (ନ୍ୟୁଟ୍ରାଲ) ଏବଂ ସବୁଜ କିମ୍ବା ଖୋଲା କପର୍ (ଗ୍ରାଉଣ୍ଡ) ଅନ୍ତର୍ଭୁକ୍ତ । ଏହି କୋଡ୍ ଗୁଡ଼ିକ ଇଲେକ୍ଟ୍ରିସିଆନ୍ ଏବଂ ଗୃହମାଲିକଙ୍କୁ ଏକ ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ବୈଦ୍ୟୁତିକ ପ୍ରଣାଳୀର ରକ୍ଷଣାବେକ୍ଷଣରେ ସାହାଯ୍ୟ କରିଥାଏ ।

 

୬. ଘର ପାଇଁ କେଉଁ ପ୍ରକାର ବୈଦ୍ୟୁତିକ ତାର ବ୍ୟବହାର କରାଯାଇଥାଏ?

ସ୍ଥାୟିତ୍ୱ ଏବଂ ସୁରକ୍ଷା କାରଣରୁ ଆଧୁନିକ ଘରଗୁଡ଼ିକରେ ସବୁଠାରୁ ସାଧାରଣ ରୂପେ କଣ୍ଡୁଇଟ୍ ଓୟାରିଂ (ନଳ ମଧ୍ୟ ଦେଇ ଯାଇଥିବା ତାର) ବ୍ୟବହାର କରାଯାଇଥାଏ । ତଥାପି, ବିଶେଷ ପ୍ରୟୋଗଗୁଡ଼ିକ ପାଇଁ ଲୋ-ଭୋଲଟେଜ୍ କିମ୍ବା କ୍ଲିଟ୍ ଓୟାରିଂ ଭଳି ଅନ୍ୟାନ୍ୟ ପ୍ରକାର ବୈଦ୍ୟୁତିକ ଓୟାରିଂ ମଧ୍ୟ ବ୍ୟବହୃତ ହୋଇଥାଏ । ଘରେ କେଉଁ ପ୍ରକାର ତାର ବ୍ୟବହାର କରାଯିବା ଉଚିତ ତାହା ବୁଝିବା ଦ୍ୱାରା ଆପଣଙ୍କ ଘରର ବୈଦ୍ୟୁତିକ ପ୍ରଣାଳୀ ସୁରକ୍ଷିତ ଓ କାର୍ଯ୍ୟଦକ୍ଷ ହେବା ସୁନିଶ୍ଚିତ ହୋଇଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ભલામણ કરેલ વિડિઓઝ




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....