ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଆଧୁନିକ ନିର୍ମାଣରେ ଇସ୍ପାତ (ଷ୍ଟିଲ୍)ର ଅତ୍ୟାବଶ୍ୟକ ବ୍ୟବହାର

ନିର୍ମାଣ ଶିଳ୍ପରେ ଇସ୍ପାତ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁମୁଖୀ ତଥା ବହୁ ଉପାଦେୟ ସାମଗ୍ରୀ ଅଟେ, ଯାହା ଏହାର ଶକ୍ତି, ସ୍ଥାୟୀତ୍ୱ ଏବଂ ନମନୀୟତା ପାଇଁ ମୂଲ୍ୟବାନ ।
ଫ୍ରେମୱାର୍କ ନିର୍ମାଣରୁ ଆରମ୍ଭ କରି କଂକ୍ରିଟକୁ ମଜବୁତ (ରିଇନଫୋର୍ସମେଣ୍ଟ) କରିବା ପର୍ଯ୍ୟନ୍ତ ଅନେକ ନିର୍ମାଣ ପ୍ରକଳ୍ପରେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ବ୍ଲଗ୍ ରେ ନିର୍ମାଣରେ ଇସ୍ପାତର ବିଭିନ୍ନ ବ୍ୟବହାର ଉପରେ ନଜର ପକାଯାଇଛି ଏବଂ ତାହାର ମହତ୍ତ୍ୱ ଏବଂ ଲାଭ ଉପରେ ଆଲୋକପାତ କରାଯାଇଛି ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ବିଲଡିଂର ଆଇ-ବିମ୍ ଭଳି ଢାଞ୍ଚାଗତ ଉପାଦାନଗୁଡ଼ିକ ପାଇଁ ଇସ୍ପାତ ଗୁରୁତ୍ୱପୂର୍ଣ୍ଣ, ଯାହା କୋଠା ଏବଂ ସେତୁ ଆଦିକୁ ସ୍ଥିରତା ପ୍ରଦାନ କରିଥାଏ ।

     

  • କଂକ୍ରିଟ ଢାଞ୍ଚାରେ ପ୍ରସାରଣସାଧ୍ୟ ଶକ୍ତି ଯୋଡିବା ପାଇଁ ଇସ୍ପାତରେ ନିର୍ମିତ ରିଇନଫୋର୍ସିଂ ବାର୍ (ରିବାର)କୁ ଜରୁରୀ ହୋଇଥାଏ ।

     

  • ଇସ୍ପାତ ଚାଦର ଛାତ, କ୍ଲାଡିଂ ଏବଂ ଫ୍ଲୋରିଂରେ ବ୍ୟାପକ ଭାବରେ ବ୍ୟବହୃତ ହୁଏ, ଯାହା ଉଭୟ ସ୍ଥାୟୀତ୍ୱ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣ ପ୍ରଦାନ କରିଥାଏ ।

     

  • ଇସ୍ପାତ ପାଇପ୍ ଏବଂ ଟ୍ୟୁବ୍ ଗୁଡ଼ିକ ନିଜର ଶକ୍ତି ଏବଂ ଉଚ୍ଚ ଚାପ ସହ୍ୟ କରିବାର କ୍ଷମତା କାରଣରୁ ପ୍ଲମ୍ବିଂ, ଗ୍ୟାସ୍ ଲାଇନ୍ ଏବଂ ଏଚ୍.ଭି.ଏ.ସି. ସିଷ୍ଟମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

     

  • ବିଶେଷ ଭାବରେ ସୁଉଚ୍ଚ ଅଟ୍ଟାଳିକା ଏବଂ ଶିଳ୍ପୀୟ କୋଠାଗୁଡ଼ିକରେ ଦ୍ରୁତ ଆସେମ୍ଲି ଏବଂ ନିର୍ମାଣରେ ନମନୀୟତା ପାଇଁ ଇସ୍ପାତ ନିର୍ମିତ ଫ୍ରେମ୍ ବ୍ୟବହୃତ ହୋଇଥାଏ ।

     

  • ବୋଲ୍ଟ, ନଟ୍ ଏବଂ ସ୍କୃ ଭଳି ଇସ୍ପାତ ଫାଷ୍ଟନରଗୁଡ଼ିକ ନିର୍ମାଣରେ ସୁରକ୍ଷିତ ସଂଯୋଗ ଓ ସଂଲଗ୍ନତାକୁ ସୁନିଶ୍ଚିତ କରି ନିର୍ମାଣ କାର୍ଯ୍ୟର ନିରାପତ୍ତାକୁ ବଢ଼ାଇଥାଏ ।

     

  • ସ୍କାଫୋଲଡିଂ ଏବଂ ଫର୍ମୱାର୍କ ଭଳି ଅସ୍ଥାୟୀ ଢାଞ୍ଚାଗୁଡ଼ିକ ନିର୍ମାଣ ସମୟରେ ଇସ୍ପାତ ସହାୟତାରେ ସମର୍ଥନ ଏବଂ ସୁରକ୍ଷା ଯୋଗାଇଥାଏ ।

     

  • କଳଙ୍କିମୁକ୍ତ ଇସ୍ପାତକୁ ତାହାର କଳଙ୍କି ପ୍ରତିରୋଧ କ୍ଷମତା, ସ୍ଥାୟିତ୍ୱ ତଥା ଆଧୁନିକ ସୌନ୍ଦର୍ଯ୍ୟ ପାଇଁ ବିଲଡିଂ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।


ଆଧୁନିକ ନିର୍ମାଣରେ ଇସ୍ପାତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, ଯାହା ଢାଞ୍ଚାଗୁଡ଼ିକୁ ଶକ୍ତି, ସ୍ଥାୟିତ୍ୱ ଏବଂ ନମନୀୟତା ଯୋଗାଇଥାଏ । ନଭଶ୍ଚୁମ୍ଭୀ ଅଟ୍ଟାଳିକାରୁ ଆରମ୍ଭ କରି ସେତୁ ଓ ଆବାସିକ ଘରଗୁଡ଼ିକ ପର୍ଯ୍ୟନ୍ତ, ଇସ୍ପାତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ ଏବଂ ନିର୍ମାଣ କାର୍ଯ୍ୟର ସ୍ଥିରତା ଏବଂ ଦୀର୍ଘାୟୁକୁ ସୁନିଶ୍ଚିତ କରିଥାଏ । ଏହି ବ୍ଲଗରେ ନିର୍ମାଣ କାର୍ଯ୍ୟରେ ଇସ୍ପାତର ଅତ୍ୟାବଶ୍ୟକ ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବା ସହ ଆଜିକାଲିର ନିର୍ମାଣ ପ୍ରକଳ୍ପରେ ତାହା କିପରି ଭାବେ ବିଭିନ୍ନ ଉପାୟରେ ବ୍ୟବହୃତ ହେଉଛି ତାହା ଉପରେ ଆଲୋକପାତ କରାଯାଇଛି ।

 

 


ନିର୍ମାଣରେ ଇସ୍ପାତ (ଷ୍ଟିଲ୍)ର ୧୦ଟି ବ୍ୟବହାର

 

୧. ଢାଞ୍ଚାଗତ ଉପାଦାନ (ଷ୍ଟ୍ରକ୍ଚରାଲ ସେକ୍ସନ୍)



ନିର୍ମାଣ କାର୍ଯ୍ୟରେ ଇସ୍ପାତର ଅନ୍ୟତମ ପ୍ରାଥମିକ ଉପଯୋଗ ଢାଞ୍ଚାଗତ ବା ଷ୍ଟ୍ରକ୍ଚରାଲ୍ ସେକ୍ସନରେ ହୋଇଥାଏ, ଯେପରିକି - ଆଇ-ବିମ୍, ଏଚ୍-ବିମ୍ ଏବଂ ଟି-ବିମ୍ । ଏହି ସେକ୍ସନଗୁଡ଼ିକ ଅନେକ ବିଲଡିଂ ଏବଂ ସେତୁର ମେରୁଦଣ୍ଡ ସାଜିଥାଏ ଏବଂ ଭାରି ଭାର ତଥା ବିଭିନ୍ନ ପରିବେଶୀୟ ପରିସ୍ଥିତିକୁ ସହିବା ପାଇଁ ଆବଶ୍ୟକୀୟ ସମର୍ଥନ ଏବଂ ସ୍ଥିରତା ଯୋଗାଇଥାଏ ।

 

୨. ରିଇନଫୋର୍ସିଂ ବାର୍



ନିର୍ମାଣରେ ଇସ୍ପାତର ଆଉ ଏକ ପ୍ରମୁଖ ଉପଯୋଗ ହେଉଛି ରିଇନଫୋର୍ସିଂ ବାର୍ ବା ରିବାର୍ (ଷ୍ଟିଲ୍ ଛଡ଼) ଭାବେ ବ୍ୟବହୃତ ହେବା । ରିବାର୍ କଂକ୍ରିଟ୍ କୁ ଅତିରିକ୍ତ ଶକ୍ତି ଯୋଗାଇଥାଏ । ଅନ୍ୟଥା ଭଙ୍ଗୁର କଂକ୍ରିଟ୍ କୁ ଏହା ପ୍ରସାରଣକ୍ଷମ ଶକ୍ତି ଯୋଡ଼ିଥାଏ । ଫାଉଣ୍ଡେସନ, ଚଟାଣ ଏବଂ କାନ୍ଥଗୁଡ଼ିକର ନିର୍ମାଣରେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ କଂକ୍ରିଟ୍ ଉପାଦାନଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତା ସୁନିଶ୍ଚିତ କରିଥାଏ ।

 

୩. ଚାଦର ଉତ୍ପାଦ



ଷ୍ଟିଲ୍ ଚାଦର ବା ଶିଟ୍ ଉତ୍ପାଦ, ଯଥା- କରୁଗେଟେଡ୍ ଶିଟ୍ ଏବଂ ଷ୍ଟିଲ୍ ପ୍ଲେଟ୍ ଆଦିକୁ ଛାତ, କ୍ଲାଡିଂ ଏବଂ ଫ୍ଲୋରିଂ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଏହି ଚାଦରଗୁଡ଼ିକ ପାଣିପାଗ ପ୍ରତିରୋଧୀ ହେବା ସହ କୋଠାଗୁଡ଼ିକର ସାମଗ୍ରିକ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । ଏହା ଇସ୍ପାତର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଉପଯୋଗ ଅଟେ ।

 

୪. ପାଇପ୍ ଏବଂ ଟ୍ୟୁବ୍



କୋଠାଗୁଡ଼ିକରେ ପ୍ଲମ୍ବିଂ, ଗ୍ୟାସ୍ ଲାଇନ୍ ଏବଂ ଏଚ୍.ଭି.ଏ.ସି. ସିଷ୍ଟମ୍ ନିର୍ମାଣରେ ଇସ୍ପାତ ପାଇପ୍ ଏବଂ ଟ୍ୟୁବ୍ ଅତ୍ୟାବଶ୍ୟକ ଭାବେ ବ୍ୟବହୃତ ହୋଇଥାଏ ।
ତାହା ସ୍ଥାୟୀତ୍ୱ ପ୍ରଦାନ କରିବା ସହ ଉଚ୍ଚ ଚାପକୁ ସହ୍ୟ କରିପାରିଥାଏ, ଯାହା ସେଗୁଡ଼ିକୁ ପାଣି, ଗ୍ୟାସ ଏବଂ ଅନ୍ୟ ତରଳ ପଦାର୍ଥ ପରିବହନ ପାଇଁ ଆଦର୍ଶ କରିଥାଏ ।

 

୫. ଷ୍ଟିଲ୍ ଫ୍ରେମ୍



ସୁଉଚ୍ଚ ଅଟ୍ଟାଳିକା, ପଣ୍ୟାଗାର ଏବଂ ଶିଳ୍ପୀୟ ଭବନ ଆଦି ନିର୍ମାଣ ପାଇଁ ଷ୍ଟିଲ୍ ଫ୍ରେମ୍ ବ୍ୟାପକ ରୂପେ ବ୍ୟବହୃତ ହୋଇଥାଏ । ସେଗୁଡ଼ିକୁ ଶୀଘ୍ର ଓ ସହଜରେ ଆସେମ୍ଲି କରିହୁଏ, ତେଣୁ ସହଜରେ ପରିବର୍ତ୍ତନ କିମ୍ବା ସମ୍ପ୍ରସାରିତ କରିହେଉଥିବା ନମନୀୟ ଫ୍ରେମୱାର୍କ ପାଇଁ ତାହା ଅତି ଉପାଦେୟ ସାବ୍ୟସ୍ତ ହୋଇଥାଏ । ଏହା ଇସ୍ପାତର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଉପଯୋଗ ଅଟେ ।

 

୬. ଫାଷ୍ଟେନର୍



ବିଭିନ୍ନ ଢାଞ୍ଚାଗତ ଉପାଦାନଗୁଡ଼ିକୁ ସଂଯୁକ୍ତ ବା ସଂଲଗ୍ନ କରିବା ପାଇଁ ଷ୍ଟିଲ୍ ବୋଲ୍ଟ, ନଟ୍ ଏବଂ ସ୍କୃଗୁଡ଼ିକ ଜରୁରୀ ହୋଇଥାଏ, ଯାହା ସୁରକ୍ଷିତ ଏବଂ ସ୍ଥିର ସଂଯୋଗକୁ ସୁନିଶ୍ଚିତ କରିଥାଏ । ନିର୍ମାଣ କାର୍ଯ୍ୟରେ ଷ୍ଟିଲ୍ ର ଏହି ଉପଯୋଗ ସମଗ୍ର ଢାଞ୍ଚାର ନିରାପତ୍ତା ଏବଂ ସ୍ଥାୟିତ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

 

୭. ଅସ୍ଥାୟୀ ଢାଞ୍ଚା



କୋଠା ନିର୍ମାଣ ପ୍ରକ୍ରିୟା ପାଇଁ ଜରୁରୀ ହୋଇଥିବା ସ୍କାଫୋଲଡିଂ ଏବଂ ଫର୍ମୱାର୍କ ଭଳି ଅସ୍ଥାୟୀ ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ମଧ୍ୟ ଇସ୍ପାତର ବ୍ୟବହାର କରାଯାଏ । ଏହି ଅସ୍ଥାୟୀ ଢାଞ୍ଚାଗୁଡ଼ିକ ଶ୍ରମିକ ଏବଂ ସାମଗ୍ରୀକୁ ସମର୍ଥନ ଏବଂ ସୁରକ୍ଷା ଯୋଗାଇଥାଏ । ଏହା ଇସ୍ପାତର ଆଉ ଏକ ବ୍ୟାବହାରିକ ଉପଯୋଗ ଅଟେ ।

 

୮. ସାଜସଜ୍ଜାମୂଳକ ଉପାଦାନ

ରେଲିଂ, ଫାଟକ ଏବଂ ଫସାଡ଼ ଭଳି ସାଜସଜ୍ଜାମୂଳକ ଉପାଦାନରେ ମଧ୍ୟ ଇସ୍ପାତର ବ୍ୟବହାର କରାଯାଇଥାଏ । ଏହି ଉପାଦାନଗୁଡ଼ିକ ଭବନର ସୌନ୍ଦର୍ଯ୍ୟଗତ ଆକର୍ଷଣକୁ ଉନ୍ନତ କରିବା ସହ ଅତିରିକ୍ତ କାର୍ଯ୍ୟକ୍ଷମତା ଏବଂ ସୁରକ୍ଷା ଯୋଗାଇଥାଏ । ଏହା ଇସ୍ପାତର ବହୁମୁଖୀ ଉପଯୋଗର ପରିଚାୟକ ଅଟେ ।

 

୯. ଚିରପୋଷଣକ୍ଷମ ପଦକ୍ଷେପ

ପୋଷଣୀୟ ନିର୍ମାଣ ପଦ୍ଧତିରେ ଇସ୍ପାତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହା ପୁନଃଚକ୍ରଣଯୋଗ୍ୟ ହୋଇଥାଏ ଏବଂ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ଇସ୍ପାତର ବ୍ୟବହାର ଦ୍ୱାରା କଞ୍ଚା ସାମଗ୍ରୀର ଆବଶ୍ୟକତା ହ୍ରାସ ହୁଏ, ପରିବେଶ ଉପରେ ପ୍ରଭାବ ନ୍ୟୂନତମ ହୋଇଥାଏ । ଆଜିର ପରିବେଶ-ସଚେତନ ପୃଥିବୀ ପାଇଁ ଏହାକୁ ସମ୍ବଳର ଏକ ଦାୟିତ୍ୱପୂର୍ଣ୍ଣ ଉପଯୋଗ କୁହାଯାଇପାରିବ ।


ନିର୍ମାଣରେ ଇସ୍ପାତ ବ୍ୟବହାର କରାଯିବାର ଲାଭ

ନିର୍ମାଣରେ ଇସ୍ପାତ ବ୍ୟବହାର କରାଯିବାର ଅଗଣିତ ଲାଭ ରହିଛି । ଅନେକ ପ୍ରକଳ୍ପ ପାଇଁ ଏହା ଏକ ପସନ୍ଦଯୋଗ୍ୟ ସାମଗ୍ରୀ ସାବ୍ୟସ୍ତ ହୋଇଥାଏ ।

 

  • ଏହାର ଉଚ୍ଚ ଶକ୍ତି-ରୁ-ଓଜନ ଅନୁପାତ କାରଣରୁ ସ୍ଥିରତା ସହ ସାଲିସ୍ ବିନା ହାଲୁକା ଢାଞ୍ଚାଗୁଡ଼ିକର ନିର୍ମାଣ ସମ୍ଭବପର ହୋଇପାରିଥାଏ ।

     

  • ଇସ୍ପାତର ସ୍ଥାୟିତ୍ୱ କୋଠାଗୁଡ଼ିକୁ କଠୋର ପରିବେଶୀୟ ପରିସ୍ଥିତିକୁ ସହ୍ୟ କରିବା ଏବଂ ଦୀର୍ଘାୟୁ ହାସଲ କରିବାରେ ସକ୍ଷମ କରିଥାଏ । ଅତିରିକ୍ତ ଭାବେ, ଷ୍ଟିଲ୍ ଢାଞ୍ଚାଗୁଡ଼ିକୁ ସହଜରେ ପରିବର୍ତ୍ତିତ କିମ୍ବା ସମ୍ପ୍ରସାରିତ କରିହୋଇଥାଏ । ତେଣୁ, ଭବିଷ୍ୟତରେ ଢାଞ୍ଚାରେ ନମନୀୟ ଭାବେ ପରିବର୍ତ୍ତନ କରାଯିବା ସମ୍ଭବ ହୋଇଥାଏ ।

     

  • ଇସ୍ପାତ ଏକ ପୋଷଣକ୍ଷମ ସାମଗ୍ରୀ ଅଟେ, କାରଣ ଏହା ୧୦୦% ପୁନଃଚକ୍ରଣଯୋଗ୍ୟ ଅଟେ । ନିର୍ମାଣ କାର୍ଯ୍ୟରେ ପୁନଃଚକ୍ରିତ (ରିସାଇକଲଡ୍) ଇସ୍ପାତର ବ୍ୟବହାର କରିବା ଦ୍ୱାରା କଞ୍ଚା ସାମଗ୍ରୀର ଚାହିଦା ହ୍ରାସ ପାଇଥାଏ ଏବଂ ବିଲଡିଂ ପ୍ରକଳ୍ପଗୁଡ଼ିକର କାର୍ବନ୍ ପଦଚିହ୍ନ କମିଥାଏ ।

     

  • ଅଧିକନ୍ତୁ, ଇସ୍ପାତର ପ୍ରିଫାବ୍ରିକେଶନ୍ (ପୂର୍ବରୁ ତିଆରି ହୋଇପାରିବାର କ୍ଷମତା) ସାମର୍ଥ୍ୟ କାରଣରୁ ନିର୍ମାଣ ସମୟ ଦ୍ରୁତତର ହୋଇଥାଏ, ଶ୍ରମ ଖର୍ଚ୍ଚ ହ୍ରାସ ହେବା ସହ ନିର୍ମାଣ ସ୍ଥଳରେ ବ୍ୟାଘାତ ବିଭ୍ରାଟର ଘଟଣା ନ୍ୟୂନତମ ହୋଇଥାଏ ।

     

  • ବିଲଡିଂ ନିର୍ମାଣରେ ଷ୍ଟେନଲେସ୍ ଷ୍ଟିଲ୍ ର ବ୍ୟବହାର

    • ଏହାର ଅନେକ ଲାଭ ରହିଛି, ଉଦାହରଣସ୍ୱରୂପ ଏହାର କଳଙ୍କି ନିରୋଧ କ୍ଷମତା କାରଣରୁ କଠୋର ପରିବେଶରେ ମଧ୍ୟ ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀ ସାବ୍ୟସ୍ତ ହୋଇଥାଏ ।

       

    • ଷ୍ଟେନଲେସ୍ ଷ୍ଟିଲ୍ ର ସ୍ଥାୟିତ୍ୱ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣ ଏହାକୁ ଉଭୟ କାର୍ଯ୍ୟଦକ୍ଷତା ଏବଂ ସାଜସଜ୍ଜାମୂଳକ ପ୍ରୟୋଗ ପାଇଁ ଏକ ଲୋକପ୍ରିୟ ପସନ୍ଦରେ ପରିଣତ କରିଥାଏ ।



ଇସ୍ପାତର ବହୁମୁଖୀ ଉପଯୋଗିତା ଏବଂ ଶକ୍ତି ଏହାକୁ ଆଧୁନିକ ନିର୍ମାଣରେ ଏକ ଅତ୍ୟାବଶ୍ୟକ ସାମଗ୍ରୀର ପରିଣତ କରିଛି । ଢାଞ୍ଚାଗତ ସପୋର୍ଟ ଯୋଗାଇବାରୁ ଆରମ୍ଭ କରି ସ୍ଥାୟିତ୍ୱ ଓ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ, ଗୃହ ନିର୍ମାଣ କାର୍ଯ୍ୟରେ ଇସ୍ପାତ ଏକ ମୌଳିକ ଆବଶ୍ୟକତା ଅଟେ । ନିର୍ମାଣ ଜଗତ ବିବର୍ତ୍ତିତ ହେବା ସଙ୍ଗେ ସଙ୍ଗେ, ଷ୍ଟିଲ୍ ନିଜର ପ୍ରମୁଖ ଭୂମିକା ତୁଲାଇବା ଜାରି ରଖିବ, ଅଭିନବତାକୁ ପ୍ରୋତ୍ସାହିତ କରିବ ଏବଂ ଆମର ନିର୍ମିତ ପରିବେଶର ଦୀର୍ଘାୟୁ ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ଜାରି ରଖିବ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଘରର ନିର୍ମାଣ ପ୍ରକ୍ରିୟାରେ କେଉଁ ପ୍ରକାର ଇସ୍ପାତ ବ୍ୟବହାର କରାଯାଇଥାଏ?

ଆବାସିକ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସବୁଠାରୁ ସାଧାରଣ ପ୍ରକାର ଇସ୍ପାତ ହେଉଛି ‘ଷ୍ଟ୍ରକ୍ଚରାଲ ଷ୍ଟିଲ୍’, ‘ରିଇନଫୋର୍ସିଂ ବାର୍ (ରିବାର୍)’ ଏବଂ ‘ଷ୍ଟିଲ୍ ଚାଦର’ । ଷ୍ଟ୍ରକ୍ଚରାଲ ଷ୍ଟିଲ ଫ୍ରେମିଂ ପାଇଁ ବ୍ୟବହୃତ ହେଉଥିବା ବେଳେ, ରିବାର୍ ବା ଛଡ଼ଗୁଡ଼ିକ କଂକ୍ରିଟ୍ ରିଇନଫୋର୍ସମେଣ୍ଟ ପାଇଁ ଏବଂ ଷ୍ଟିଲ୍ ଚାଦରଗୁଡ଼ିକୁ ଛାତ ଏବଂ କ୍ଲାଡିଂ ପାଇଁ ବ୍ୟବହୃତ ହୋଇଥାଏ ।

 

୨. ନିର୍ମାଣ ପାଇଁ ଇସ୍ପାତ ସବୁଠାରୁ ଶ୍ରେଷ୍ଠ କାହିଁକି?

ଇସ୍ପାତର ଉଚ୍ଚ ଶକ୍ତି, ସ୍ଥାୟିତ୍ୱ, ନମନୀୟତା ଏବଂ ପୁନଃଚକ୍ରଣଯୋଗ୍ୟ ପାଇଁ ତାହାକୁ ନିର୍ମାଣ ପାଇଁ ସର୍ବୋତ୍ତମ ବିବେଚନା କରାଯାଇଥାଏ । ଏହା ଅତ୍ୟଧିକ କଠୋର ପରିବେଶୀୟ ପରିସ୍ଥିତିକୁ ସହିପାରେ ଏବଂ ବିଲଡିଂ ପ୍ରକଳ୍ପଗୁଡ଼ିକ ପାଇଁ ଏକ ଦୀର୍ଘସ୍ଥାୟୀ, ପୋଷଣୀୟ ସମାଧାନ ଯୋଗାଇଥାଏ ।

 

୩. ଇସ୍ପାତ ଢାଞ୍ଚାଗୁଡ଼ିକର ବ୍ୟବହାର କ’ଣ?

ଇସ୍ପାତ ଢାଞ୍ଚାଗୁଡ଼ିକ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇଥାଏ, ଯାହା ମଧ୍ୟରେ ବିଲଡିଂ, ସେତୁ, ପଣ୍ୟାଗାର ଏବଂ ଶିଳ୍ପୀୟ ଭବନଗୁଡ଼ିକର ଫ୍ରେମୱାର୍କ ଅନ୍ତର୍ଭୁକ୍ତ । ତାହା ଅତ୍ୟାବଶ୍ୟକ ସମର୍ଥନ ଏବଂ ସ୍ଥିରତା ଯୋଗାଇଥାଏ ଏବଂ ସୁଉଚ୍ଚ ତଥା ଜଟିଳ ଢାଞ୍ଚାଗୁଡ଼ିକର ନିର୍ମାଣକୁ ସକ୍ଷମ କରିଥାଏ ।

 

୪. ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ କେଉଁ ଇସ୍ପାତ ବ୍ୟବହାର କରାଯାଇଥାଏ?

ଢାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ପ୍ରକାରର ଇସ୍ପାତ ମଧ୍ୟରେ ମୃଦୁ ଷ୍ଟିଲ୍, କାର୍ବନ୍ ଷ୍ଟିଲ୍‌ ଏବଂ ଆଲଏ ଷ୍ଟିଲ୍ ଅନ୍ତର୍ଭୁକ୍ତ । ମୃଦୁ ବା ମାଇଲଡ ଷ୍ଟିଲ୍ ଏହାର ତନ୍ୟତା ପାଇଁ ଜଣାଶୁଣା ଏବଂ ଏହାକୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ରୂପେ ବ୍ୟବହାର କରାଯାଇଥାଏ । କାର୍ବନ୍ ଷ୍ଟିଲ୍ ଉଚ୍ଚତର ଶକ୍ତି ଯୋଗାଇଥାଏ; ଅନ୍ୟପକ୍ଷରେ ଆଲଏ ଷ୍ଟିଲ୍ କଳଙ୍କି ଏବଂ ଅବକ୍ଷୟ ପ୍ରତିରୋଧ ଭଳି ଅତିରିକ୍ତ ଗୁଣ ଯୋଗାଇଥାଏ । ନିର୍ମାଣ ଜଗତରେ ଇସ୍ପାତର ପ୍ରୟୋଗତ ବିବର୍ତ୍ତିତ ହୋଇଚାଲିଛି । ଏହା ମାଧ୍ୟମରେ ବିଲଡିଂ ଶିଳ୍ପରେ ଅଭିନବତା ଏବଂ ପୋଷଣୀୟତା ପ୍ରୋତ୍ସାହିତ ହେଉଛି ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....