ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |


ଲୁକ୍କାୟିତ ପାଇପିଂ ବନାମ ଉନ୍ମୁକ୍ତ ପାଇପିଂ: ଆପଣଙ୍କ ଘର ପାଇଁ କେଉଁଟି ଶ୍ରେୟସ୍କର?

ଆପଣଙ୍କ ଘରର ସୌନ୍ଦର୍ଯ୍ୟ, ରକ୍ଷଣାବେକ୍ଷଣ ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ପାଇଁ ଉତ୍ତମ ବିକଳ୍ପ ଖୋଜିବା ନିମନ୍ତେ ଲୁକ୍କାୟିତ ପାଇପିଂ ଏବଂ ଉନ୍ମୁକ୍ତ ପାଇପିଂର ଗୁଣ ଓ ଅବଗୁଣଗୁଡ଼ିକ ସମ୍ପର୍କରେ ଜାଣନ୍ତୁ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ଲୁକ୍କାୟିତ ପାଇପିଂ ଘରକୁ ଏକ ମାର୍ଜିତ ଓ ଆଧୁନିକ ରୂପ ଦେଇଥାଏ, କିନ୍ତୁ ତାହାକୁ ସ୍ଥାପନ ଓ ରକ୍ଷଣାବେକ୍ଷଣ କରିବା ଅଧିକ ମହଙ୍ଗା ହୋଇଥାଏ ।
     

  • ଉନ୍ମୁକ୍ତ ପାଇପିଂ ଔଦ୍ୟୋଗିକ-ଶୈଳୀର ଇଣ୍ଟେରିୟର୍ ସହ ସୁସଙ୍ଗତ ହୋଇଥାଏ ଏବଂ ତାହାକୁ ସହଜରେ ମରାମତି କରାଯାଇପାରିଥାଏ କିନ୍ତୁ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା ସମସ୍ତଙ୍କ ପାଇଁ ଆଖିଦୃଶିଆ ନ ହୋଇପାରେ ।

     

  • ଲୁକ୍କାୟିତ ପିଭିସି ପାଇପ୍ ଏବଂ ଉନ୍ମୁକ୍ତ ପାଇପ୍ କାର୍ଯ୍ୟ ମଧ୍ୟରେ ପସନ୍ଦ ଆପଣଙ୍କ ଘରର ଶୈଳୀ, ବଜେଟ୍ ଏବଂ ଆପଣ ଭବିଷ୍ୟତରେ ରକ୍ଷଣାବେକ୍ଷଣର ସୁଗମ୍ୟତା କେତେମାତ୍ରାରେ ଚାହୁଁଛନ୍ତି ତାହା ଉପରେ ନିର୍ଭର କରେ ।



ଏକ ଘରର ଡିଜାଇନ୍ କିମ୍ବା ନବୀକରଣ କରିବା ସମୟରେ, ଗୋଟିଏ ମୁଖ୍ୟ ନିଷ୍ପତ୍ତି ହେଉଛି ଲୁକ୍କାୟିତ କିମ୍ବା ଉନ୍ମୁକ୍ତ ପାଇପିଂ ସହିତ ଯିବେ କି ନାହିଁ । ଲୁକ୍କାୟିତ ପାଇପ୍ ଫିଟିଙ୍ଗସ୍ ଏକ ପରିଷ୍କାର, ଆଧୁନିକ ଲୁକ୍ ସୃଷ୍ଟି କରେ, ଯଦିଓ ମରାମତି ପାଇଁ ଏହା ଅଧିକ ମହଙ୍ଗା ଏବଂ କଷ୍ଟକର ହୋଇପାରେ । ଅନ୍ୟ ପକ୍ଷରେ, ଉନ୍ମୁକ୍ ପାଇପିଂ ସହଜ ସୁଗମ୍ୟତା ପ୍ରଦାନ କରେ ଏବଂ କିଛି ଘରୋଇ ଶୈଳୀ ସହିତ ମେଳ ଖାଇପାରେ କିନ୍ତୁ ସମସ୍ତ ସ୍ୱାଦକୁ ଆକର୍ଷିତ କରିନପାରେ । ଏହି ଗାଇଡ୍ ଆପଣଙ୍କୁ ସୌନ୍ଦର୍ଯ୍ୟ, ବଜେଟ୍ ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ଉପରେ ଆଧାର କରି ଆପଣଙ୍କ ଘର ପାଇଁ ସଠିକ୍ ବିକଳ୍ପ ବାଛିବା ଓ ଭଲ ଏବଂ ମନ୍ଦକୁ ମାପିବାରେ ସାହାଯ୍ୟ କରିବ ।


ଲୁକ୍କାୟିତ ପାଇପିଂ କ’ଣ?



ଲୁକ୍କାୟିତ ପାଇପିଂ ଏକ ଘରର କାନ୍ଥ, ଚଟାଣ କିମ୍ବା ଛାତ ମଧ୍ୟରେ ଲୁଚି ରହିଥିବା ପ୍ଲମ୍ବିଂ ପାଇପକୁ ବୁଝାଏ । ପ୍ଲମ୍ବିଂ ପାଇପ୍ ଲୁଚାଇବା ପଦ୍ଧତି ଆଧୁନିକ ନିର୍ମାଣରେ ବହୁଳ ଭାବରେ ବ୍ୟବହୃତ ହୁଏ କାରଣ ଏହା ଏକ ମାର୍ଜିତ ଏବଂ ବିଶୃଙ୍ଖଳା-ମୁକ୍ତ ରୂପ ପ୍ରଦାନ କରେ । ପାଇପ୍ ଗୁଡ଼ିକ ସାଧାରଣତଃ ଲୁକ୍କାୟିତ ପିଭିସି ପାଇପ୍ କିମ୍ବା ଧାତୁ ଟ୍ୟୁବିଂରେ ତିଆରି ହୋଇଥାଏ, ଯାହା ଦୃଶ୍ୟହୀନ ରହି ମଧ୍ୟ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିଥାଏ ।

ଏହି ଶୈଳୀ ସେହି ଘର ମାଲିକମାନଙ୍କ ପାଇଁ ଆଦର୍ଶ ଅଟେ, ଯେଉଁମାନେ ଏକ ମିନିମାଲିଷ୍ଟ ଏବଂ ଚିକ୍କଣ ଲୁକ୍ ପସନ୍ଦ କରନ୍ତି । ଯେହେତୁ ଲୁକ୍କାୟିତ ପ୍ଲମ୍ବିଂ ପାଇପ୍ ଲୁଚି ରହିଥାଏ, ସେଗୁଡ଼ିକ ଆପଣଙ୍କ ଆଭ୍ୟନ୍ତରୀଣ ସାଜସଜ୍ଜାର ପ୍ରବାହକୁ ବ୍ୟାହତ ନକରି ଆପଣଙ୍କ ଘର ଡିଜାଇନରେ ନିରବଚ୍ଛିନ୍ନ ଭାବରେ ବିଲୀନ ହୋଇଯାଇଥାଏ । ସମସାମୟିକ ଘର ଏବଂ ଅତ୍ୟାଧୁନିକ ନବୀକରଣ କାର୍ଯ୍ୟରେ ଏହି ଧାରା ବେଶ୍ ଆଦୃତି ଲାଭ କରିଛି ।


ଲୁକ୍କାୟିତ ପାଇପିଂର ଲାଭ:



ଲୁକ୍କାୟିତ ପାଇପିଂର ଲାଭ:

 

  • ସୌନ୍ଦର୍ଯ୍ୟ: ଜାଗାକୁ ଏକ ସ୍ୱଚ୍ଛ, ଆଧୁନିକ ଅନୁଭୂତି ଦେଇଥାଏ ।

  • କୋଳାହଳ ହ୍ରାସ: ଯେହେତୁ ପାଇପ୍ ଲୁଚି ରହିଥାଏ, ସେଗୁଡ଼ିକ ଦେଇ ପ୍ରବାହିତ ହେଉଥିବା ପାଣିରୁ କମ୍ ଶବ୍ଦ ହୁଏ ।

  • ସୁରକ୍ଷା: ଲୁକ୍କାୟିତ ପ୍ଲମ୍ବିଂ ପାଇପ୍ ଗୁଡ଼ିକୁ ଲୁଚାଇ ରଖେ ଏବଂ ସେହିକାରଣରୁ ସେଗୁଡ଼ିକ ଆକସ୍ମିକ ଭାବେ ନଷ୍ଟ ହେବାର ସମ୍ଭାବନା କମ୍ କରିଥାଏ ।


ଉନ୍ମୁକ୍ତ ପାଇପିଂ କ’ଣ? (ଔଦ୍ୟୋଗିକ ଶୈଳୀ ଏବଂ ସହଜ ସୁଗମ୍ୟତା)



ଲୁକ୍କାୟିତ ପାଇପ୍ ରୁ ବିପରୀତ, ଉନ୍ମୁକ୍ତ ପାଇପିଂ ଏପରି ପ୍ଲମ୍ବିଂ ପାଇପ୍ କୁ ବୁଝାଏ ଯାହା ଦୃଶ୍ୟମାନ ରହିଥାଏ । ଶିଳ୍ପ କିମ୍ବା ଗ୍ରାମୀଣ ଇଣ୍ଟେରିୟର୍ ଡିଜାଇନରେ ଏହି ଶୈଳୀ ସାଧାରଣତଃ ବିଶେଷ ଭାବରେ ଦେଖିବାକୁ ମିଳିଥାଏ । ଔଦ୍ୟୋଗିକ ସୌନ୍ଦର୍ଯ୍ୟକଳାର ବୃଦ୍ଧି ସହିତ, ଅନେକ ଘର ମାଲିକ ଏବଂ ଡିଜାଇନର୍ ବର୍ତ୍ତମାନ ଜାଣିଶୁଣି ଏକ ଭିଜୁଆଲ୍ ବୈଶିଷ୍ଟ୍ୟ ଭାବରେ ଉନ୍ମୁକ୍ତ ପ୍ଲମ୍ବିଂ ପାଇପ୍ ଗୁଡ଼ିକୁ ଖୋଲା ଛାଡ଼ିବା ପସନ୍ଦ କରିଥାନ୍ତି ।

ଉନ୍ମୁକ୍ତ ପାଇପ୍ କାର୍ଯ୍ୟ ଉଭୟ କାର୍ଯ୍ୟକ୍ଷମ ଏବଂ ସାଜସଜ୍ଜା ଅଭିମୁଖୀ ହୋଇଥାଏ । ଏହାର କଞ୍ଚା, ଅସମାପ୍ତ ଲୁକ୍ ଲଫ୍ଟ କିମ୍ବା ଔଦ୍ୟୋଗିକ-ଶୈଳୀର ଘରେ ଭଲ କାମ କରେ । ଯଦିଓ ଏହା ସମସ୍ତଙ୍କୁ ଆକର୍ଷିତ କରିନପାରେ, ଯେଉଁମାନେ ଧାତୁ ଏବଂ ଇଟା ପରି ମିଶ୍ରିତ ସାମଗ୍ରୀର ରୂପକୁ ଭଲ ପାଆନ୍ତି ସେମାନଙ୍କ ଦ୍ୱାରା ଉନ୍ମୁକ୍ତ ପ୍ଲମ୍ବିଂର ଆକର୍ଷଣ ଆଦୃତ ହୋଇଥାଏ ।

 

ଉନ୍ମୁକ୍ତ ପାଇପିଂର ଲାଭ:

  • ସୁଗମ୍ୟତା: ଉନ୍ମୁକ୍ତ ପ୍ଲମ୍ବିଂ ପାଇପଗୁଡ଼ିକୁ ସହଜରେ ମରାମତି କରିହୁଏ ଓ ସେଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ସହଜରେ କରିହୁଏ ।

  • ସୌନ୍ଦର୍ଯ୍ୟ ବିଜ୍ଞାନ: ଔଦ୍ୟୋଗିକ, ଗ୍ରାମ୍ୟ କିମ୍ବା ନିଆରା ହୋମ୍ ଡିଜାଇନ୍ କୁ ସୁହାଇଥାଏ ।

  • ଖର୍ଚ୍ଚ-ସାଶ୍ରୟୀ: କାନ୍ଥ ପଛରେ ପାଇପ୍ ଲୁଚାଇବା ଆବଶ୍ୟକ ନଥିବାରୁ ଏହା ସ୍ଥାପନ କରିବା ଅଧିକ ସୁଲଭ ହୋଇପାରେ ।


ଲୁକ୍କାୟିତ ପାଇପିଂ ବନାମ ଉନ୍ମୁକ୍ତ ପାଇପିଂର ଗୁଣ ଓ ଅବଗୁଣ

 

ଲୁକ୍କାୟିତ ପାଇପିଂ:

 

ଗୁଣ:

  • ମାର୍ଜିତ ରୂପ: ନ୍ୟୂନତମ କିମ୍ବା ଉଚ୍ଚକୋଟି ସୌନ୍ଦର୍ଯ୍ୟଯୁକ୍ତ ଆଧୁନିକ ଘରଗୁଡ଼ିକ ପାଇଁ ସର୍ବୋପଯୁକ୍ତ ।

  • କୋଳାହଳ ହ୍ରାସ: ପାଇପଗୁଡ଼ିକ ଦୃଶ୍ୟମାନ ହୋଇ ନ ଥିବାରୁ ସେଥିରେ ଚଳପ୍ରଚଳ ହେଉଥିବା ପାଣିର ଶବ୍ଦ କମ୍ ହୋଇଥାଏ ।

  • ସୁରକ୍ଷା: ବାହ୍ୟ ଉପାଦାନଗୁଡ଼ିକ କାରଣରୁ ଲୁକ୍କାୟିତ ପାଇପଗୁଡ଼ିକ କମ୍ କ୍ଷତିପ୍ରବଣ ହୋଇଥାଏ ।

     

ଅବଗୁଣ:

  • ରକ୍ଷଣାବେକ୍ଷଣରେ ଜଟିଳତା: ମରାମତି ଆଦି ପାଇଁ ପାଇପ୍ ପର୍ଯ୍ୟନ୍ତ ପହଞ୍ଚିବା କାଠିକର ପାଠ ହୋଇପାରେ ଏବଂ ସେଥିପାଇଁ କାନ୍ଥ କିମ୍ବା ଚଟାଣଗୁଡ଼ିକୁ ଖୋଲିବା/ଖୋଳିବାକୁ ପଡ଼ିପାରେ ।

  • ଅଧିକ ଖର୍ଚ୍ଚ: ଲୁକ୍କାୟିତ ପାଇପ୍ ଫିଟିଙ୍ଗ୍, ଇନଷ୍ଟଲେସନ୍ ଏବଂ ମରାମତି ବାବଦୀୟ ଖର୍ଚ୍ଚ ସାଧାରଣତଃ ଅଧିକ ହୋଇଥାଏ କାରଣ ପାଇପ୍ ଗୁଡିକ ଡ୍ରାଇୱାଲ୍ କିମ୍ବା ଟାଇଲ୍ ଦ୍ୱାରା ଆଚ୍ଛାଦିତ ହେବାର ଆବଶ୍ୟକତା ରହିଥାଏ ।

     

ଉନ୍ମୁକ୍ତ ପାଇପିଂ:

 

ଗୁଣ:

  • ସହଜ ସୁଗମ୍ୟତା: ପାଇପରେ ଲିକ୍ କିମ୍ବା ଅବରୋଧ ଘଟିଲେ ତାହାକୁ ନିରୀକ୍ଷଣ ଓ ମରାମତି ସହଜରେ କରିହୋଇଥାଏ ।

  • ଖର୍ଚ୍ଚ-ସାଶ୍ରୟୀ: ଏଗୁଡ଼ିକୁ ଶୀଘ୍ର ସ୍ଥାପନ କରିହୁଏ ଏବଂ ଏହା କମ୍ ପରିଶ୍ରମ ଆବଶ୍ୟକ କରିଥାଏ, ତେଣୁ ଅଳ୍ପ ବଜେଟକୁ ଏହା ସୁହାଇଥାଏ ।

  • ଷ୍ଟାଇଲିଶ୍ ରୂପ: ଔଦ୍ୟୋଗିକ କିମ୍ବା ଗ୍ରାମୀଣ ସୌନ୍ଦର୍ଯ୍ୟ ସହ ଖାପ ଖାଇଥାଏ, ଆପଣଙ୍କ ଘରକୁ ଏକ ନିଆରା ଏବଂ ଟ୍ରେଣ୍ଡି ଅନୁଭୂତି ଦେଇଥାଏ ।

     

ଅବଗୁଣ:

  • କେବଳ କିଛି ଲୋକ ଏହାକୁ ପସନ୍ଦ କରନ୍ତି: କେତେକ ଘରମାଲିକ ଉନ୍ମୁକ୍ତ ପାଇପର ରୂପକୁ ପସନ୍ଦ କରି ନ ଥାନ୍ତି ।

  • କୋଳାହଳ: ପାଇପ୍ ମଧ୍ୟଦେଇ ପ୍ରବାହିତ ହେଉଥିବା ପାଣିର ଶବ୍ଦ ଅଧିକ ଶୁଭିଥାଏ ।

  • କ୍ଷତିପ୍ରବଣତା: ଯେହେତୁ ଉନ୍ମୁକ୍ତ ପାଇପଗୁଡ଼ିକ ମୁକୁଳା ରହିଥାଏ,ତେଣୁ ସେଗୁଡ଼ିକ ପ୍ରତି ଆକସ୍ମିକ କ୍ଷତି ଘଟିବାର ଭୟ ରହିଥାଏ ।


ଖର୍ଚ୍ଚର ତୁଳନା: କେଉଁ ପାଇପିଂ ସ୍ଥାପନା ବଜେଟ ପାଇଁ ଅଧିକ ଅନୁକୂଳ?



ଯେତେବେଳେ ଖର୍ଚ୍ଚ କଥା ଆସେ, ଉନ୍ମୁକ୍ତ ପାଇପିଂ ସାଧାରଣତଃ ବଜେଟ୍ ଯୁଦ୍ଧରେ ଜିତିଥାଏ । ଇନଷ୍ଟଲେସନ୍ ପ୍ରକ୍ରିୟା ଅଧିକ ସରଳ ଏବଂ ଦ୍ରୁତ ଅଟେ କାରଣ ପାଇପ୍ ଗୁଡ଼ିକୁ ଡ୍ରାଇୱାଲ୍ କିମ୍ବା ଟାଇଲ୍ ସହିତ ଆଚ୍ଛାଦନ କରିବାର ଆବଶ୍ୟକତା ନାହିଁ । ଅପରପକ୍ଷେ, ପ୍ଲମ୍ବିଂ ପାଇପ୍ ଲୁଚାଇବା ପାଇଁ, ଆପଣ ପ୍ରାୟତଃ ଅଧିକ ଶ୍ରମ ଏବଂ ସାମଗ୍ରୀ ଆବଶ୍ୟକ କରନ୍ତି, ଯାହା ସ୍ଥାପନ ଏବଂ ମରାମତି ଖର୍ଚ୍ଚ ବଢାଇପାରେ ।

ଉଭୟ ପ୍ରଣାଳୀ ପାଇଁ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ତଳେ ଦିଆଗଲା:

 

ଲୁକ୍କାୟିତ ପାଇପିଂ:

 

  • ଇନଷ୍ଟଲେସନ୍ ଖର୍ଚ୍ଚ: ପାଇପ୍ କୁ ଆଚ୍ଛାଦନ କରିବା ପାଇଁ ଅଧିକ ଶ୍ରମ ଏବଂ ସାମଗ୍ରୀର ଆବଶ୍ୟକତା ହେତୁ ଲୁକ୍କାୟିତ ପାଇପ୍ ଫିଟିଂ ଏବଂ ଇନଷ୍ଟଲେସନ୍ ଖର୍ଚ୍ଚ ଅଧିକ ।

  • ରକ୍ଷଣାବେକ୍ଷଣ ଖର୍ଚ୍ଚ: ଏହା ବ୍ୟୟବହୁଳ ହୋଇପାରେ କାରଣ ମରାମତି ପାଇଁ ଅନେକ ସମୟରେ କାନ୍ଥ କିମ୍ବା ଚଟାଣ ଭାଙ୍ଗିବା ଆବଶ୍ୟକ ହୋଇଥାଏ ।

  • ସାମଗ୍ରୀ ମୂଲ୍ୟ: ଲୁକ୍କାୟିତ ପିଭିସି ପାଇପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବଜେଟ୍ କୁ ବଢ଼ାଇପାରେ କିନ୍ତୁ ତାହା ମଜବୁତ ଓ ଦୀର୍ଘସ୍ଥାୟୀ ହୋଇଥାଏ ।

     

ଉନ୍ମୁକ୍ତ ପାଇପିଂ:

 

  • ଇନଷ୍ଟଲେସନ୍ ଖର୍ଚ୍ଚ: ଉନ୍ମୁକ୍ତ ପାଇପ୍ କାର୍ଯ୍ୟର ମୂଲ୍ୟ କମ୍ ଥାଏ କାରଣ ପାଇପ୍ ଗୁଡ଼ିକୁ ଲୁଚାଇବା ପାଇଁ କୌଣସି ଅତିରିକ୍ତ ସାମଗ୍ରୀର ଆବଶ୍ୟକତା ନାହିଁ ।

  • ରକ୍ଷଣାବେକ୍ଷଣ ଖର୍ଚ୍ଚ: ପାଇପ୍ ପ୍ରତି ସହଜ ପହଞ୍ଚ ରହିଥିବାରୁ ଏହା ଶସ୍ତା ପଡ଼ିଥାଏ ।

  • ସାମଗ୍ରୀର ମୂଲ୍ୟ: ସାମଗ୍ରୀ ଉପରେ ନିର୍ଭର କରି (ତମ୍ବା, ଷ୍ଟିଲ୍ ଆଦି) ଉନ୍ମୁକ୍ତ ପାଇପଗୁଡ଼ିକ ଅଧିକ କାର୍ଯ୍ୟଦକ୍ଷ ଓ ସୁନ୍ଦର ହୋଇପାରେ ।



ଲୁକ୍କାୟିତ ପାଇପିଂ ଏକ ମାର୍ଜିତ, ଆଧୁନିକ ଲୁକ୍ ପ୍ରଦାନ କରେ କିନ୍ତୁ ମହଙ୍ଗା ଏବଂ ରକ୍ଷଣାବେକ୍ଷଣ କରିବା କଷ୍ଟକର ହୋଇପାରେ । ଉନ୍ମୁକ୍ତ ପାଇପିଂ ଖର୍ଚ୍ଚ-ସାଶ୍ରୟୀ ଏବଂ ଔଦ୍ୟୋଗିକ-ଶୈଳୀର ଘର ପାଇଁ ଆଦର୍ଶ, କିନ୍ତୁ ଏହା ସମସ୍ତଙ୍କ ରୁଚି ଅନୁଯାୟୀ ହୋଇନପାରେ । ଲୁକ୍କାୟିତ ପ୍ଲମ୍ବିଂ ପାଇପ୍ ଏବଂ ଉନ୍ମୁକ୍ତ ପାଇପ୍ କାର୍ଯ୍ୟ ମଧ୍ୟରେ ଆପଣଙ୍କର ପସନ୍ଦ ଆପଣଙ୍କ ଘରର ସାମଗ୍ରିକ ଶୈଳୀ, ଆପଣଙ୍କ ବଜେଟ୍ ଏବଂ ରକ୍ଷଣାବେକ୍ଷଣ ପାଇଁ ଆପଣ କେତେ ସୁଲଭତା ଚାହୁଁଛନ୍ତି ତାହା ଉପରେ ନିର୍ଭର କରିବ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଉନ୍ମୁକ୍ତ ଏବଂ ଲୁକ୍କାୟିତ ପାଇପ୍ ମଧ୍ୟରେ ପାର୍ଥକ୍ୟ କ'ଣ?

ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ହେଉଛି ଦୃଶ୍ୟମାନତା । ଉନ୍ମୁକ୍ତ ପାଇପିଂ ଦୃଶ୍ୟମାନ ହୁଏ ଏବଂ କୋଠରୀର ସାଜସଜ୍ଜାର ଏକ ଅଂଶରେ ପରିଣତ ହୁଏ, ଯାହା ପ୍ରାୟତଃ ଔଦ୍ୟୋଗିକ ଡିଜାଇନରେ ଦେଖାଯାଏ । ଲୁକ୍କାୟିତ ପାଇପିଂ କାନ୍ଥ କିମ୍ବା ଚଟାଣ ପଛରେ ଲୁଚି ରହିଥାଏ, ଯାହା ଏକ ପରିଷ୍କାର ଲୁକ୍ ସୃଷ୍ଟି କରେ ।

 

୨. ଲୁକ୍କାୟିତ ପାଇପିଂ କ'ଣ?

ଲୁକ୍କାୟିତ ପାଇପିଂ କାନ୍ଥ କିମ୍ବା ଛାତ ମଧ୍ୟରେ ଲୁଚି ରହିଥିବା ପ୍ଲମ୍ବିଂ ପାଇପିଂ କୁ ବୁଝାଏ । ଏହା ସାଧାରଣତଃ ଅଧିକ ମାର୍ଜିତ, ଆଧୁନିକ ରୂପ ପାଇଁ ବ୍ୟବହୃତ ହୁଏ ଏବଂ ଜଳ ପ୍ରବାହରୁ ଉତ୍ପନ୍ନ ହେଉଥିବା ଶବ୍ଦ ହ୍ରାସ କରିବାରେ ସାହାଯ୍ୟ କରେ ।

 

୩. ଉନ୍ମୁକ୍ତ ପାଇପିଂ କ'ଣ?

ଉନ୍ମୁକ୍ତ (ଏକ୍ସପୋଜଡ୍) ପାଇପିଂ ଏପରି ପ୍ଲମ୍ବିଂ ପାଇପ୍ କୁ ବୁଝାଏ ଯାହା ବାହାରୁ ଦୃଶ୍ୟମାନ ହୋଇଥାଏ । ଏହା ପ୍ରାୟତଃ ଉଭୟ କାର୍ଯ୍ୟକ୍ଷମ ଏବଂ ସାଜସଜ୍ଜା ଉଦ୍ଦେଶ୍ୟରେ ଔଦ୍ୟୋଗିକ-ଶୈଳୀର ଇଣ୍ଟେରିୟରରେ ବ୍ୟବହୃତ ହୁଏ ।

 

୪. ଉନ୍ମୁକ୍ତ ପ୍ଲମ୍ବିଂର ଲାଭ କ'ଣ?

ଉନ୍ମୁକ୍ତ ପ୍ଲମ୍ବିଂ ପାଇପ୍ ମରାମତି ପାଇଁ ସହଜ ଏବଂ ଲୁକ୍କାୟିତ ପ୍ଲମ୍ବିଂ ପାଇପ୍ ଅପେକ୍ଷା ସ୍ଥାପନ କରିବା ପାଇଁ କମ୍ ଖର୍ଚ୍ଚ ଆବଶ୍ୟକ କରିଥାଏ ।

 

୫. କେଉଁ ପ୍ରକାରର ପାଇପିଂ ସାଧାରଣତଃ ବ୍ୟବହୃତ ହୁଏ?

ଏହାର ମାର୍ଜିତ ରୂପ ଏବଂ ଶବ୍ଦ ହ୍ରାସ କରିବାର ଲାଭ ହେତୁ ଆଧୁନିକ ଘରେ ଲୁକ୍କାୟିତ ପାଇପିଂ ଅଧିକ ଦେଖାଯାଏ । ତଥାପି, ଔଦ୍ୟୋଗିକ-ଶୈଳୀର ଡିଜାଇନରେ ଉନ୍ମୁକ୍ତ ପ୍ଲମ୍ବିଂ ମଧ୍ୟ ଲୋକପ୍ରିୟତା ହାସଲ କରିଛି ।
 

୬. ଲୁକ୍କାୟିତ ପ୍ଲମ୍ବିଂର ଲାଭ କ'ଣ?

ଲୁକ୍କାୟିତ ପ୍ଲମ୍ବିଂ ପାଇପ୍ ଗୁଡ଼ିକୁ ଲୁଚାଇ ଆପଣଙ୍କ ଘରର ସୌନ୍ଦର୍ଯ୍ୟକୁ ବଢାଇଥାଏ, ଏକ ପରିଷ୍କାର, ଆଧୁନିକ ଲୁକ୍ ସୃଷ୍ଟି କରେ । ଏହା ଶବ୍ଦ ହ୍ରାସ କରେ, ପାଇପ୍ କୁ କ୍ଷତିରୁ ରକ୍ଷା କରେ ଏବଂ ଏକ ସମରୂପୀ ଆଭ୍ୟନ୍ତରୀଣ ଡିଜାଇନ୍ କୁ ସମର୍ଥନ କରେ । ଉପଯୁକ୍ତ ଯୋଜନା ସ୍ଥାୟୀତ୍ୱକୁ ସୁନିଶ୍ଚିତ କରେ ଏବଂ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକୁ ନ୍ୟୂନତମ କରିଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ભલામણ કરેલ વિડિઓઝ




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....