ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଘରର ଦିଗ ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି

ବୁଝନ୍ତୁ କେଉଁ ଦିଗ ଭଲ ଆଉ ଏହା କେମିତି ଆପଣଙ୍କ ଘରର ଶକ୍ତି, ସ୍ୱାସ୍ଥ୍ୟ ଓ ଖୁସିକୁ ପ୍ରଭାବିତ କରେ। 

Share:


ମୁଖ୍ୟ ବିନ୍ଦୁ

 

  • ଘରର ଦିଗ ଶକ୍ତି, ସ୍ୱାସ୍ଥ୍ୟ ଆଉ ଖୁସିକୁ ପ୍ରଭାବିତ କରିଥାଏ।

     

  • ପୂର୍ବମୁଖା ଘର ସ୍ୱାସ୍ଥ୍ୟ ଆଉ ସକାଳ ସୂର୍ଯ୍ୟଙ୍କ ସକାରାତ୍ମକ ଶକ୍ତି ପାଇଁ ସବୁଠୁ ଭଲ।

     

  • ଉତ୍ତରମୁଖା ଘର ଧନ ଆଉ ବୃତ୍ତିଗତ ଉନ୍ନତି ପାଇଁ ଭଲ ବୋଲି ବିଶ୍ୱାସ କରାଯାଏ।

     

  • ଦକ୍ଷିଣ/ପଶ୍ଚିମମୁଖା ଘର ଅଧିକ ଗରମ ହୁଏ, ତେଣୁ ଗଛ, ହାଲୁକା ରଙ୍ଗ ଓ ସଫା ପ୍ରବେଶ ପଥ ସହ ଏହାକୁ ସନ୍ତୁଳିତ କରନ୍ତୁ।

     

  • ଘରର ଦିଗ ଜାଣିବାକୁ ମେନ୍ ଗେଟ୍ ପାଖରେ ଠିଆ ହୁଅନ୍ତୁ ଆଉ ଫୋନ୍ କମ୍ପାସ୍ ଆପ୍ ବ୍ୟବହାର କରନ୍ତୁ।

     

  • ମେନ୍ ଗେଟ୍ ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ଭଲ; ଏହାକୁ ସଫା, ଆଲୋକିତ ଓ ଆବର୍ଜନା ମୁକ୍ତ ରଖନ୍ତୁ।



ସଠିକ୍ ଦିଗ ବାଛିବା କାହିଁକି ଜରୁରୀ

ଘରର ଦିଗ ଉପରେ ନିର୍ଭର କରେ କେତେ ଖରା ଆସିବ, ତାପମାତ୍ରା କେମିତି ରହିବ ଆଉ ଆପଣଙ୍କୁ କେତେ ଆରାମ ମିଳିବ। ବାସ୍ତୁ ଶାସ୍ତ୍ର ଅନୁସାରେ, ସଠିକ୍ ଦିଗ ଭଲ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି ଆଣିଥାଏ। 

 

ପୂର୍ବମୁଖା ଘରକୁ ସକାଳ ଖରା ଆସେ, ଯାହା ପଜିଟିଭ୍ ଶକ୍ତିରେ ଭରପୂର। ଉତ୍ତରମୁଖା ଘର ଧନ ଓ କ୍ୟାରିୟର ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ଦକ୍ଷିଣ ଓ ପଶ୍ଚିମମୁଖା ଘର ବି ଭଲ ହୋଇପାରେ।

 

ଟିପ୍ସ: ବାସ୍ତୁ ଶାସ୍ତ୍ର ଅନୁସାରେ, ଭଲ ଶକ୍ତି ପାଇଁ ପୂର୍ବ କିମ୍ବା ଉତ୍ତରମୁଖା ଘର ବାଛିବା ସବୁଠୁ ଭଲ।


ଘରର ଦିଗ କେମିତି ଜାଣିବେ

ଘରର ଦିଗ ଜାଣିବାକୁ, ମେନ୍ ଗେଟ୍ ପାଖରେ ଠିଆ ହୁଅନ୍ତୁ ଆଉ ବାହାରକୁ ଗଲା ବେଳେ ସିଧା ସାମ୍ନାକୁ ଚାହାଁନ୍ତୁ। ଆପଣ ଯେଉଁ ଦିଗକୁ ମୁହଁ କରିଛନ୍ତି ସେଇଟା ହିଁ ଘରର ଦିଗ। 

 

ଭଲ ପରିଣାମ ପାଇଁ ସ୍ମାର୍ଟଫୋନ୍‌ରେ କମ୍ପାସ୍ ଆପ୍ ବ୍ୟବହାର କରନ୍ତୁ। ଫୋନ୍‌କୁ ହାତରେ ସମାନ୍ତରାଳ ଭାବେ ଧରନ୍ତୁ ଓ ସାମ୍ନାକୁ ଚାହାଁନ୍ତୁ, ତା'ପରେ କମ୍ପାସ୍ ରିଡିଂ ଚେକ୍ କରନ୍ତୁ। ଏହା ଆପଣଙ୍କୁ ସଠିକ୍ ଦିଗ ଯେମିତିକି ଉତ୍ତର, ଦକ୍ଷିଣ, ପୂର୍ବ କିମ୍ବା ପଶ୍ଚିମ ଦେଖାଇବ। କିଛି ଆପ୍ ଐଶାନ୍ୟ କିମ୍ବା ନୈଋତ ପରି ଦିଗ ବି ଦେଖାନ୍ତି। ଏହି ଉପାୟଟି ସହଜ, ସଠିକ୍ ଓ ଘର ପାଇଁ ବାସ୍ତୁ ନିୟମ ଲାଗୁ କରିବାରେ ସାହାଯ୍ୟ କରେ।

 

କେଉଁ ଦିଗର ଘର ଭଲ?

ଘରର ଦିଗ ଆପଣଙ୍କ ଘରର ପରିବେଶ ଓ ଭଲମନ୍ଦ ଉପରେ ପ୍ରଭାବ ପକାଏ। ଏଠାରେ ପ୍ରତିଟି ଦିଗ ପାଇଁ କିଛି ଲାଭ ଓ ଟିପ୍ସ ଦିଆଯାଇଛି:

 

1. ପୂର୍ବମୁଖା:

ସ୍ୱାସ୍ଥ୍ୟ, ସକାରାତ୍ମକତା ଓ ଖୁସି ପାଇଁ ପୂର୍ବମୁଖା ଘର ସବୁଠୁ ଭଲ। ସକାଳ ଖରା ନୂଆ ଶକ୍ତି ଓ ଉଷ୍ମତା ଆଣେ, ଯାହା ମନକୁ ପ୍ରଫୁଲ୍ଲ ରଖିବା ସହ ସାମଗ୍ରିକ ସୁସ୍ଥତାକୁ ବୃଦ୍ଧି କରେ ବୋଲି ବିଶ୍ୱାସ କରାଯାଏ। ଏହି ଘରଗୁଡ଼ିକ ଆଲୋକିତ ଓ ଖୁସିଭରା ପରିବେଶ ପାଇଁ ପସନ୍ଦ କରାଯାଏ, ଯାହା ପରିବାର ଓ ଏକ ଜୀବନ୍ତ ରହଣି ସ୍ଥାନ ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଦର୍ଶ ଅଟେ।​

 

2. ଉତ୍ତରମୁଖା:

ଉତ୍ତରମୁଖା ଘର ସମୃଦ୍ଧି, ଧନ ଓ କ୍ୟାରିୟର ସହ ଜଡ଼ିତ। ଉତ୍ତର ଦିଗରୁ ଆସୁଥିବା ଶକ୍ତି ଆର୍ଥିକ ସଫଳତା ଓ ସୁଯୋଗ ଆଣେ ବୋଲି କୁହାଯାଏ। କ୍ୟାରିୟର ଓ ବ୍ୟକ୍ତିଗତ ଜୀବନରେ ଉନ୍ନତି ପାଇଁ ଏହା ଏକ ଭାଗ୍ୟଶାଳୀ ବିକଳ୍ପ।​

 

3. ଦକ୍ଷିଣମୁଖା:

ଦକ୍ଷିଣମୁଖା ଘର କେବେ କେବେ କିଛି ସମସ୍ୟା ଆଣିପାରେ, ଯେମିତିକି ଅଧିକ ଗରମ ଓ ସକାଳ ଖରା କମ୍ ହେବା। କିନ୍ତୁ ସଠିକ୍ ଡିଜାଇନ୍ ଓ ବାସ୍ତୁ ପରିବର୍ତ୍ତନ ଯେମିତି କି ଗଛ ଲଗାଇବା, ହାଲୁକା ରଙ୍ଗ ବ୍ୟବହାର କରିବା ଓ ଏଣ୍ଟ୍ରାନ୍ସ ସଫା ରଖିବା ଦ୍ୱାରା ଏହାକୁ ଆରାମଦାୟକ କରାଯାଇପାରିବ।​

 

4. ପଶ୍ଚିମମୁଖା:

ପଶ୍ଚିମମୁଖା ଘର ପାଇଁ ଟିକେ ଅଧିକ ଯତ୍ନ ଦରକାର କାରଣ ଏଠାରେ ଉପରବେଳା ଖରା ବେଶି ହୁଏ, ଯାହା ଘରକୁ ଗରମ କରିଦିଏ। ଭଲ ବାୟୁ ଚଳାଚଳ, ହାଲୁକା ପରଦା ଓ ଘର ଭିତରେ ଗଛ ଲଗାଇବା ପରି ଟିପ୍ସ ଶକ୍ତିକୁ ସନ୍ତୁଳିତ କରିବାରେ ଏବଂ ପଶ୍ଚିମମୁଖା ଘରକୁ ସୁଖଦ ଓ ଆକର୍ଷଣୀୟ କରିବାରେ ସାହାଯ୍ୟ କରିବ।

 

ଟିପ୍ସ: ଯଦି ଆପଣଙ୍କ ଘର ଦକ୍ଷିଣ କିମ୍ବା ପଶ୍ଚିମମୁଖା, ତେବେ ଶକ୍ତିକୁ ବାଲାନ୍ସ କରିବାକୁ ଅଧିକ ଗଛ ଲଗାନ୍ତୁ ଓ ପ୍ରବେଶ ପଥ ସଫା ରଖନ୍ତୁ।

 

 

ମେନ୍ ଗେଟ୍ ଦିଗର ଗୁରୁତ୍ୱ

ମେନ୍ ଗେଟ୍ ହେଉଛି ଆପଣଙ୍କ ଘରର ଶକ୍ତିର ଦ୍ୱାର, ଯାହା ବାଟେ ଆଲୋକ, ପବନ ଓ ପଜିଟିଭିଟି ଆସେ। ଏଣ୍ଟ୍ରାନ୍ସ ସଫା, ଆଲୋକିତ ଓ ଆବର୍ଜନା ମୁକ୍ତ ରଖିବା ଜରୁରୀ ଯେମିତି ଭଲ ଶକ୍ତି ଘରକୁ ସହଜରେ ଆସିପାରିବ। 

 

ମେନ୍ ଗେଟ୍ ର ଦିଗ ଘରର ପରିବେଶ ପାଇଁ ବଡ଼ ଭୂମିକା ଗ୍ରହଣ କରେ। ମେନ୍ ଗେଟ୍ ପାଇଁ ପୂର୍ବ ଓ ଉତ୍ତରକୁ ସବୁଠୁ ଭଲ ଦିଗ ମାନନ୍ତି, କାରଣ ଏହା ପଜିଟିଭ୍ ଶକ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣେ।​

 

ମେନ୍ ଗେଟ୍ ପାଇଁ କ'ଣ କରିବେ

1. ପଜିଟିଭ୍ ଶକ୍ତିକୁ ଆସିବାକୁ ଦେବା ପାଇଁ ପ୍ରବେଶ ପଥ ସଫା ଓ ଆଲୋକିତ ରଖନ୍ତୁ।​

2. କବାଟ ଓ ଏଣ୍ଟ୍ରାନ୍ସରେ ହାଲୁକା ରଙ୍ଗ ବ୍ୟବହାର କରନ୍ତୁ, ଯାହା ଖରା ପ୍ରତିଫଳିତ କରେ ଓ ଜାଗାଟିକୁ ଆକର୍ଷଣୀୟ ଲାଗେ।​

3. ସତେଜତା ଓ ଭଲ ଶକ୍ତି ପାଇଁ ଏଣ୍ଟ୍ରାନ୍ସ ପାଖରେ କିଛି ଭଲ ଗଛ ଲଗାନ୍ତୁ।​

 

ମେନ୍ ଗେଟ୍ ପାଇଁ କ'ଣ କରିବେନି

1. ମେନ୍ ଗେଟ୍ ସାମ୍ନାରେ ଦର୍ପଣ ଲଗାନ୍ତୁ ନାହିଁ, ଏହା ଶକ୍ତିକୁ ଭିତରକୁ ଆସିବା ବଦଳରେ ବାହାରକୁ ଫେରାଇ ଦିଏ।​

2. ଏଣ୍ଟ୍ରାନ୍ସରେ ଆବର୍ଜନା କିମ୍ବା ଜିନିଷ ଗଦା କରନ୍ତୁ ନାହିଁ, ଏହା ଶକ୍ତି ପ୍ରବାହକୁ ଅଟକାଏ ଓ ନକାରାତ୍ମକ ପରିବେଶ ତିଆରି କରେ।​

3. କବାଟ ପାଇଁ ଗାଢ଼ ରଙ୍ଗ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ପ୍ରବେଶ ପଥକୁ ଭାରି କରିପାରେ ଏବଂ ଏହା କମ୍ ସ୍ୱାଗତଯୋଗ୍ୟ ମନେହୁଏ।

 

 

ଘରର ଏଣ୍ଟ୍ରାନ୍ସ ପାଇଁ ବାସ୍ତୁ ଦିଗର ପ୍ରଭାବ

ଘରର ପ୍ରବେଶ ପଥର ଦିଗ ଶକ୍ତି ପ୍ରବାହକୁ ପ୍ରଭାବିତ କରେ। ପୂର୍ବ ଓ ଉତ୍ତରମୁଖା ଏଣ୍ଟ୍ରାନ୍ସ ସବୁଠୁ ଭଲ, କାରଣ ଏହା ଭିତରକୁ ପଜିଟିଭ୍ ଶକ୍ତି, ଆଲୋକ ଓ ଉଷ୍ମତା ଆଣି ଏକ ଖୁସିର ପରିବେଶ ତିଆରି କରେ।

 

ଦକ୍ଷିଣ ଓ ପଶ୍ଚିମମୁଖା ପ୍ରବେଶ ପଥରେ ଅତ୍ୟଧିକ ଉତ୍ତାପ କିମ୍ବା ସକାଳର କମ୍ ସୂର୍ଯ୍ୟ କିରଣ ଭଳି କିଛି ସମସ୍ୟା ଆସିପାରେ, କିନ୍ତୁ ସରଳ ପ୍ରତିକାର ଦ୍ୱାରା ଏହାକୁ ସନ୍ତୁଳିତ କରାଯାଇପାରିବ।

 

 

ଯଦି ଆପଣଙ୍କ ଘର ବାସ୍ତୁ ଅନୁସାରେ ନୁହେଁ, ତେବେ କ'ଣ କରିବେ?

ଯଦି ଆପଣଙ୍କ ଘର ବାସ୍ତୁ ନିୟମ ମାନୁନାହିଁ, ଚିନ୍ତା କରନ୍ତୁନି, କିଛି ସହଜ ଉପାୟରେ ପରିବର୍ତ୍ତନ କରାଯାଇପାରିବ। 

 

1. ମନି ପ୍ଲାଣ୍ଟ କିମ୍ବା ବାଉଁଶ ପରି ଇନଡୋର୍ ପ୍ଲାଣ୍ଟ ଲଗାଇବା ଦ୍ୱାରା ସତେଜତା ଓ ଭଲ ଶକ୍ତି ଆସେ। 

2. ଏଣ୍ଟ୍ରାନ୍ସ ପାଖରେ କିମ୍ବା ବାୟୁ କୋଣରେ ୱିଣ୍ଡ୍ ଚାଇମ୍ସ ଲଗାଇବା ଦ୍ୱାରା ଶକ୍ତି ବାଲାନ୍ସ ହୁଏ। 

3. ଘରକୁ ସଫା ଓ ଗଦାମୁକ୍ତ ରଖିଲେ ପଜିଟିଭ୍ ଶକ୍ତି ସହଜରେ ଖେଳେ।

4. କୋଣରେ ତମ୍ବା ତ୍ରିଭୁଜ କିମ୍ବା ପିରାମିଡ୍ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ ବୋଲି ବିଶ୍ୱାସ ଅଛି। 

5. ନିୟମିତ ସଫା କରିବା ଓ ଅଦରକାରୀ ଜିନିଷ ହଟାଇବା ଦ୍ୱାରା ନକାରାତ୍ମକତା କମିଥାଏ। 

 

 

ଘରର ବିଭିନ୍ନ କୋଠରୀ ପାଇଁ ଟିପ୍ସ

ପ୍ରତିଟି କୋଠରୀ ପାଇଁ ସଠିକ୍ ଦିଗ ବାଛିବା ଦ୍ୱାରା ଏକ ସକାରାତ୍ମକ ଓ ସନ୍ତୁଳିତ ପରିବେଶ ତିଆରି ହୁଏ। ବାସ୍ତୁଶାସ୍ତ୍ର ଅନୁସାରେ କୋଠରୀ ଗୁଡ଼ିକର ସ୍ଥାନ ସମସ୍ତଙ୍କ ସ୍ୱାସ୍ଥ୍ୟ, ଖୁସି ଓ ସମନ୍ୱୟ ପାଇଁ ସହାୟକ ହୋଇଥାଏ। 

 

ଘରର ଦିଗ ଜାଣିସାରିବା ପରେ କୋଠରୀ ଗୁଡ଼ିକ କେଉଁଠି ରହିଲେ ଭଲ ହେବ ସେଥିପାଇଁ କିଛି ସହଜ ଟିପ୍ସ:

 

1. ମୁଖ୍ୟ ଶୋଇବା ଘର:

ସ୍ଥିରତା ଓ ମଜଭୁତ ସମ୍ପର୍କ ପାଇଁ ନୈଋତ ଦିଗରେ ମାଷ୍ଟର ବେଡରୁମ୍ ରହିବା ସବୁଠୁ ଭଲ। ଏହି କୋଣ ଶାନ୍ତିଦାୟକ ପରିବେଶ ତିଆରି କରିବାରେ ଏବଂ ବିଶ୍ରାମ ଓ ପାରସ୍ପରିକ ସମ୍ପର୍କ ପାଇଁ ସାହାଯ୍ୟ କରେ।​



2. ପିଲାଙ୍କ ଶୋଇବା ଘର:

ପଶ୍ଚିମ କିମ୍ବା ବାୟୁକୋଣ ପିଲାଙ୍କ ଶୋଇବା ଘର ପାଇଁ ଉପଯୁକ୍ତ। ଏହି ଦିଗ ସୃଜନଶୀଳତା ଓ ବିକାଶ ସହ ଜଡ଼ିତ, ଯାହା ପିଲାଙ୍କୁ ଅଧିକ ଶକ୍ତିଶାଳୀ, କଳ୍ପନାପ୍ରିୟ ଓ ପାଠପଢ଼ା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଧ୍ୟାନ ଦେବାକୁ ସାହାଯ୍ୟ କରେ।​



3. ଲିଭିଂ ରୁମ୍:

ଉତ୍ତର, ପୂର୍ବ କିମ୍ବା ଐଶାନ୍ୟ ଦିଗରେ ଲିଭିଂ ରୁମ୍ ରହିଲେ ଏହା ସକାରାତ୍ମକତା ଓ ଶାନ୍ତିକୁ ପ୍ରୋତ୍ସାହିତ କରେ। ଏହି ଦିଗରୁ ପ୍ରାକୃତିକ ଆଲୋକ ଓ ସକାରାତ୍ମକ ଶକ୍ତି ପ୍ରବେଶ କରେ, ଯାହା ପରିବାରର ମିଳାମିଶା ଓ ସାମାଜିକ କାର୍ଯ୍ୟ ପାଇଁ ଏକ ଆଦରପୂର୍ଣ୍ଣ ପରିବେଶ ତିଆରି କରେ।



4. ରୋଷେଇ ଘର:

ରୋଷେଇ ଘର ପାଇଁ ଆଗ୍ନେୟ କୋଣ ପରାମର୍ଶ ଦିଆଯାଇଛି, କାରଣ ଏହା ବାସ୍ତୁଶାସ୍ତ୍ରର ଅଗ୍ନି ତତ୍ତ୍ୱ ସହ ଜଡ଼ିତ। ଏହି ସ୍ଥାନ ସ୍ୱାସ୍ଥ୍ୟ ଓ ଶାନ୍ତି ଆଣିଥାଏ ଏବଂ ରୋଷେଇ କରିବା ତଥା ପରିବାର ସହ ମିଶି ଖାଇବା ପାଇଁ ଏକ ଉତ୍ତମ ସ୍ଥାନ।​



5. ଖାଇବା ଘର:

ଡାଇନିଂ ରୁମ୍ ପାଇଁ ପଶ୍ଚିମ କିମ୍ବା ପୂର୍ବ ଦିଗ ସବୁଠୁ ଭଲ। ଏହି ଦିଗଗୁଡ଼ିକ ସ୍ୱାସ୍ଥ୍ୟ ଓ ସମୃଦ୍ଧି ସହ ଜଡ଼ିତ, ଯାହା ଖାଇବା ସମୟରେ ଏବଂ ପାରିବାରିକ ସମୟରେ ସକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ।



6. ପୂଜା ଘର:

ପୂଜା ଘର ପାଇଁ ଐଶାନ୍ୟ କୋଣ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗ ଶାନ୍ତି ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ସହ ଜଡ଼ିତ, ଯାହା ପ୍ରାର୍ଥନା ଓ ଧ୍ୟାନ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ।​



7. ଶୌଚାଳୟ:

ପଶ୍ଚିମ କିମ୍ବା ବାୟୁକୋଣରେ ଶୌଚାଳୟ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ସନ୍ତୁଳିତ ହୁଏ। ଏହି ଦିଗଗୁଡ଼ିକ ରହିବା ସ୍ଥାନ ପାଇଁ କମ୍ ଅନୁକୂଳ, ତେଣୁ ଏଠାରେ ଶୌଚାଳୟ ରଖିବା ଦ୍ୱାରା ଘରର ଅନ୍ୟ ଅଂଶରେ ସକାରାତ୍ମକ ଶକ୍ତିର ପ୍ରବାହ ବଜାୟ ରହିଥାଏ।




ଆପଣଙ୍କ ସକାରାତ୍ମକ ଘର ଆପଣଙ୍କୁ ଅପେକ୍ଷା କରିଛି

ଏକ ସକାରାତ୍ମକ, ସନ୍ତୁଳିତ ଏବଂ ଆଦରପୂର୍ଣ୍ଣ ଘର ତିଆରି କରିବା ପାଇଁ ଘରର ସଠିକ୍ ମୁଖା ଦିଗ ବାଛିବା ଗୁରୁତ୍ୱପୂର୍ଣ୍ଣ। ଘର ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ସାଧାରଣତଃ ସବୁଠୁ ଭଲ, କାରଣ ଏହା ନୂତନ ଶକ୍ତି, ଉଷ୍ଣତା ଏବଂ ସମୃଦ୍ଧି ଆଣିଥାଏ। 

 

ଯଦି ଆପଣ ଭାବୁଛନ୍ତି କେଉଁ ଦିଗ ଭଲ, ତେବେ ସ୍ୱାସ୍ଥ୍ୟ ଓ ଖୁସି ପାଇଁ ପୂର୍ବ ଓ ଉତ୍ତର ସବୁଠୁ ଭଲ ବିକଳ୍ପ। ପ୍ରବେଶ ପଥ ସଫା ରଖିବା ଓ ଗଛ ଲଗାଇବା ପରି ଛୋଟ ପରିବର୍ତ୍ତନ ଦ୍ୱାରା ଯେକୌଣସି ଦିଗର ଘରକୁ ଅଧିକ ଆଦରପୂର୍ଣ୍ଣ ଓ ଶକ୍ତିରେ ଭରପୂର କରାଯାଇପାରିବ।




ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ

 

1. ଘର ପାଇଁ ସବୁଠୁ ଭଲ ଦିଗ କେଉଁଟି?

ପୂର୍ବ ଦିଗ ସ୍ୱାସ୍ଥ୍ୟ ଓ ସକାରାତ୍ମକତା ପାଇଁ ଏବଂ ଉତ୍ତର ଦିଗ ସମୃଦ୍ଧି ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

 

2. କେଉଁ ମୁଖା ଘର ଭାଗ୍ୟଶାଳୀ?

ଉତ୍ତର ଓ ପୂର୍ବମୁଖା ଘର ଭାଗ୍ୟଶାଳୀ ବୋଲି ବିଶ୍ୱାସ କରାଯାଏ।

 

3. ଘରର କେଉଁ ମୁଖା ଭଲ ନୁହେଁ?

ସୂର୍ଯ୍ୟ କିରଣର ଅଭାବ ହେତୁ ଦକ୍ଷିଣ ଓ ପଶ୍ଚିମ ମୁଖା ଘର କିଛି ଚ୍ୟାଲେଞ୍ଜ ଆଣିପାରେ, କିନ୍ତୁ ସରଳ ପରିବର୍ତ୍ତନ ସାହାଯ୍ୟ କରିପାରିବ।

 

4. ଘରର ମୁଖ୍ୟ ପ୍ରବେଶ ପଥ ପାଇଁ କେଉଁ ଦିଗ ଭଲ?

ମୁଖ୍ୟ ଦ୍ୱାର ପାଇଁ ପୂର୍ବ ଓ ଉତ୍ତର ଦିଗ ସର୍ବୋତ୍ତମ ବୋଲି ବିଶ୍ୱାସ କରାଯାଏ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....