ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଘରର ମୁହଁ କେଉଁ ଦିଗରେ ରହିଥିଲେ ଶୁଭ ହୋଇଥାଏ ତାହା ନିର୍ଦ୍ଧାରଣ କରନ୍ତୁ

ଆପଣଙ୍କ ଘର କେଉଁ ଦିଗକୁ ମୁହାଁଇବ ତାହା ଚୟନ କରିବା ଆପଣଙ୍କ ଆରାମ ଓ ସୁଖରେ ବଡ଼ ଧରଣର ପାର୍ଥକ୍ୟ ଆଣିପାରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘର ମୁହଁର ଦିଗ ସୂର୍ଯ୍ୟକିରଣ, ବାୟୁ ପ୍ରବାହ ଏବଂ ଏପରିକି ଆପଣଙ୍କର ସୌଭାଗ୍ୟ ତଥା ମଙ୍ଗଳକୁ ପ୍ରଭାବିତ କରିଥାଏ । ଘରର ମୁହଁର ଦିଗ କାହିଁକି ମହତ୍ତ୍ୱପୂର୍ଣ୍ଣ ଏବଂ ଆପଣଙ୍କ ପାଇଁ କେଉଁ ଦିଗ ମୁହାଁ ଘର ଶୁଭଙ୍କର ହେବ ତାହା ଏହି ମାର୍ଗଦର୍ଶିକା ବ୍ୟାଖ୍ୟା କରିଥାଏ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ଆପଣଙ୍କ ଘର କେଉଁ ଦିଗ ଆଡ଼କୁ ମୁହଁ କରି ତିଆରି ହୋଇଛି ତାହା ଆପଣଙ୍କ ଦୈନନ୍ଦିନ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିପାରେ ।

     

  • ଆପଣଙ୍କ ଘରର ମୁହଁ କେଉଁ ଦିଗରେ ଅଛି ତାହା ଜାଣିବା ପାଇଁ ଆପଣ ନିଜ ଫୋନରେ କମ୍ପାସ୍ ଆପ୍ ବ୍ୟବହାର କରିପାରନ୍ତି ।

     

  • ବାସ୍ତୁ ଶାସ୍ତ୍ର ଅନୁସାରେ ବିଭିନ୍ନ ଦିଗ ଭିନ୍ନ ଭିନ୍ନ ଲାଭ ଏବଂ ଆହ୍ୱାନ ଦେଇଥାଏ ।

     

  • ଆପଣଙ୍କ ଘରେ ଶକ୍ତିର ପ୍ରବାହ ପାଇଁ ଆପଣଙ୍କ ମୁଖ୍ୟ ଦ୍ୱାରର ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

     

  • ଆପଣଙ୍କ ଘରର ପ୍ରତ୍ୟେକ କୋଠରୀ ଏକ ନିର୍ଦ୍ଦିଷ୍ଟ ଦିଗ ଆଡ଼କୁ ମୁହଁ କରି ଲାଭାନ୍ୱିତ ହୋଇପାରିଥାଏ ।



ଘର ମୁହଁର ଦିଗର ମହତ୍ତ୍ୱ

ଆପଣଙ୍କ ଘର କେଉଁ ଦିଗ ଆଡ଼କୁ ମୁହଁ କରି ତିଆରି ହୋଇଛି ତାହା ଆପଣଙ୍କ ଦୈନନ୍ଦିନ ଜୀବନର ଅନେକ ଦିଗକୁ ପ୍ରଭାବିତ କରିଥାଏ । ଆପଣ କେତେ ମାତ୍ରାର ସୂର୍ଯ୍ୟକିରଣ ପାଇବେ, ଆପଣଙ୍କ ଘର କେତେ ଅଧିକ ଥଣ୍ଡା କିମ୍ବା ଉଷୁମ ରହିବ ଏବଂ ଏପରିକି, ଆପଣ ମାନସିକ ଏବଂ ଶାରୀରିକ ଭାବେ କେମିତି ଅନୁଭବ କରିବେ ତାହା ପ୍ରଭାବିତ ହୋଇଥାଏ ।
କେଉଁ ଦିଗ ମୁଖୀ ଘର ସର୍ବୋତ୍ତମ ଅଟେ? ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରର ଦିଗ ଆପଣଙ୍କର ସ୍ୱାସ୍ଥ୍ୟ, ଧନ ଏବଂ ଶାନ୍ତିକୁ ପ୍ରଭାବିତ କରିପାରେ । ଚାଇନାର ପାରମ୍ପରିକ ଫେଙ୍ଗ ଶୁଇ ପରମ୍ପରାରେ ମଧ୍ୟ ଏକ ସନ୍ତୁଳିତ ଏବଂ ସୁଖୀ ଘର ତିଆରି ପାଇଁ ଘରର ଦିଗ ମହତ୍ତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ । ଘରର ମୁହଁ କେଉଁ ଦିଗରେ ରହିଲେ ଭଲ ତାହା ଜାଣିଥିଲେ, ଆପଣ ନିଜ ପାଇଁ ସଠିକ୍ ଘର ବାଛିବା କିମ୍ବା ଗଢ଼ିବାରେ ସହାୟତା ପାଇପାରିବେ ।

 

 

Which House Facing is Good | UltraTech

ଘରର ମୁହଁ କେଉଁ ଦିଗରେ ଅଛି ତାହା କେମିତି ଚିହ୍ନଟ କରିବେ?

ଆପଣଙ୍କ ଘରର ମୁହଁର ଦିଗ ଜାଣିବା ଖୁବ୍ ସହଜ । ନିଜ ଘରର ମୁଖ୍ୟ ଦ୍ୱାରରେ ବାହାର ଆଡ଼କୁ ଅନାଇ ଛିଡ଼ା ହୁଅନ୍ତୁ । ଆପଣ ଯେଉଁ ଦିଗର ସାମ୍ନା କରୁଛନ୍ତି ତାହା ଘରର ମୁହଁର ଦିଗ ଅଟେ । ଅଧିକ ସଠିକତା ପାଇଁ ଏକ କମ୍ପାସ୍ ବ୍ୟବହାର କରନ୍ତୁ ।

 

  • ଏକ ଫୋନ୍ ସାହାଯ୍ୟରେ ଘରର ଦିଗକୁ କେମିତି ଜାଣିବେ?

    ଆପଣ ନିଜ ଘରର ଦିଗକୁ ଜାଣିବା ପାଇଁ ନିଜର ସ୍ମାର୍ଟଫୋନ୍ ବ୍ୟବହାର କରିପାରନ୍ତି । ଅଧିକାଂଶ ଫୋନ୍ ରେ କମ୍ପାସ୍ ଆପ୍ ରହିଥାଏ । ଆପଣ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିପାରିବେ ।

     

    ୧. ନିଜ ଫୋନର କମ୍ପାସ୍ ଆପ୍ ଖୋଲନ୍ତୁ ।

 

    ୨. ନିଜ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ବାହାର ଆଡ଼କୁ ଅନାଇ ଛିଡ଼ା ହୁଅନ୍ତୁ ।

 

    ୩. ଫୋନକୁ ସମତଳ କରି ଧରନ୍ତୁ ଏବଂ ସେଥିରେ କେଉଁ ଦିଗ ଦର୍ଶାଯାଉଛି ତାହା ଦେଖନ୍ତୁ ।


କେଉଁ ମୁହାଁ ଘର ଶୁଭ ଅଟେ?



ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁହଁ ପୂର୍ବ ଦିଗରେ ରହିବା ସବୁଠାରୁ ଭଲ । କାରଣ, ଏହା ସକାରାତ୍ମକ ଶକ୍ତି ଏବଂ ସୁସ୍ୱାସ୍ଥ୍ୟ ଆଣିଥାଏ । ଉତ୍ତରମୁଖୀ ଘରଗୁଡ଼ିକ ମଧ୍ୟ ଶୁଭ ହୋଇଥାଏ, ଯାହା ସମୃଦ୍ଧି ଏବଂ କ୍ୟାରିୟରରେ ଅଭିବୃଦ୍ଧି ଆଣିଥାଏ । ଆପଣଙ୍କ ଘର ପାଇଁ କେଉଁ ଦିଗଟି ଉତ୍ତମ ତାହା ଜାଣିଥିଲେ ଆପଣଙ୍କୁ ନିଜ ଘର ମଧ୍ୟକୁ ସକାରାତ୍ମକ ଶକ୍ତିଙ୍କୁ ଆକର୍ଷିତ କରିବା ଏବଂ ଏକ ସୁଖୀ ଘର ଗଢ଼ିବାରେ ସହାୟତା ମିଳିବ । ଦକ୍ଷିଣ ଏବଂ ପଶ୍ଚିମ-ମୁଖୀ ଘରଗୁଡ଼ିକ କ୍ଷେତ୍ରରେ, କୁପ୍ରଭାବ ଓ ଅମଙ୍ଗଳକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଅନୁସରଣ କରିବାକୁ ହୋଇଥାଏ । ତେଣୁ ଆପଣଙ୍କ ଆବଶ୍ୟକତା ଆଧାରରେ ଦିଗ ଚୟନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

 

 

ମୁଖ୍ୟ ଦ୍ୱାରର ଦିଗର ମହତ୍ତ୍ୱ



ଘରର ମୁଖ୍ୟ ଦ୍ୱାରର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହା ସମୃଦ୍ଧି ଏବଂ କଲ୍ୟାଣର ପ୍ରବେଶପଥ ଅଟେ । ଆପଣଙ୍କ ମୁଖ୍ୟ ଦ୍ୱାରର ଦିଗ ଆପଣଙ୍କ ଘରେ ଶକ୍ତିର ପ୍ରବାହକୁ ପ୍ରଭାବିତ କରିଥାଏ । ଘରର ମୁହଁ କେଉଁ ଦିଗରେ ରହିଲେ ଭଲ ତାହା ଜାଣିଥିଲେ, ଆପଣ ନିଜ ଘରର ମୁଖ୍ୟ ଦ୍ୱାରକୁ ସ୍ଥାପନ କରିବା ପାଇଁ ସର୍ବୋତ୍ତମ ସ୍ଥାନକୁ ଚୟନ କରିବାରେ ସହାୟତା ପାଇପାରିବେ ।

 

 

ମୁଖ୍ୟ ଦ୍ୱାରର ଦିଗ ପାଇଁ କରଣୀୟ ଓ ବର୍ଜନୀୟ

 

କରଣୀୟ:

  • ସୁନିଶ୍ଚିତ କରନ୍ତୁ ଯେ ମୁଖ୍ୟ ଦ୍ୱାରଟି ଘରର ସବୁଠାରୁ ବଡ଼ ଦ୍ୱାର ହେବ ।

     

  • ପ୍ରବେଶପଥକୁ ସଫାସୁତରା ଏବଂ ସୁ-ଆଲୋକିତ କରି ରଖଡ଼୍ତୁ ।

     

  • ପ୍ରବେଶପଥକୁ ଶୁଭ ପ୍ରତୀକ ଚିହ୍ନ ଏବଂ ଗଛ ସହ ସଜାନ୍ତୁ ।

 

ବର୍ଜନୀୟ:

  • ମୁଖ୍ୟ ଦ୍ୱାରର ଠିକ୍ ବିପରୀତ ବା ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ ।

     

  • ମୁଖ୍ୟ ଦ୍ୱାରର ଆଖପାଖ ଅଞ୍ଚଳରେ ଆବର୍ଜନାମୟ କରି ରଖନ୍ତୁ ନାହିଁ ।

     

  • ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଯେପରି ସିଧାସଳଖ ଅନ୍ୟ କୌଣସି ଘରର ମୁଖ୍ୟ ଦ୍ୱାର ଆଡ଼କୁ ମୁହାଁଇ ନ ରହେ ତାହା ସୁନିଶ୍ଚିତ କରନ୍ତୁ ।


ଘରର ବିଭିନ୍ନ କୋଠରୀ ପାଇଁ ଉପଦେଶ

ସବୁଠାରୁ ସକାରାତ୍ମକ ଶକ୍ତି ପାଇବା ପାଇଁ ଆପଣଙ୍କ ଘରର ସମସ୍ତ କୋଠରୀ ସର୍ବୋତ୍ତମ ସ୍ଥାନରେ ରହିବା ଉଚିତ । ଆପଣଙ୍କ ଘରର ମୁହଁ ପାଇଁ କେଉଁ ଦିଗଟି ଭଲ ତାହା ଜାଣିବା ଦ୍ୱାରା ପ୍ରତ୍ୟେକ କୋଠରୀକୁ ସଠିକ୍ ଭାବେ ସ୍ଥାନିତ କରିବାରେ ଆପଣଙ୍କୁ ସହାୟତା ମିଳିବ ।

 

  • ଘରର ମାଷ୍ଟର ବେଡରୁମର ଦିଗ



ମାଷ୍ଟର ବେଡରୁମ୍ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ । ଏହା ସ୍ଥିରତା ଏବଂ ସମ୍ପର୍କରେ ଦୃଢ଼ତା ଆଣିଥାଏ ।

 

  • ଘରର ପିଲାଙ୍କ ବେଡରୁମ୍ ପାଇଁ ଦିଗ



ପିଲାଙ୍କ ବେଡରୁମ୍ ପଶ୍ଚିମ କିମ୍ବା ଉତ୍ତରପଶ୍ଚିମ ଦିଗରେ ରହିବା ସର୍ବୋତ୍ତମ, ଏହା ସୃଜନଶୀଳତା ଏବଂ ଅଭିବୃଦ୍ଧିରେ ସହାୟକ ହୋଇଥାଏ ।

 

  • ଘରର ଲିଭିଂ ରୁମ୍ ପାଇଁ ଦିଗ



ଲିଭିଂ ରୁମ୍ ଉତ୍ତର, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ଆଡ଼କୁ ମୁହଁ କରି ରହିବା ଉଚିତ । ଏହି ଦିଗଗୁଡ଼ିକ ସକାରାତ୍ମକତା ଏବଂ ସୌହାର୍ଦ୍ଦ୍ୟ ଆଣିଥାଏ ।

 

  • ଘରର କିଚେନ୍ ପାଇଁ ଦିଗ



କିଚେନ୍ ପାଇଁ ଦକ୍ଷିଣ-ପୂର୍ବ ଦିଗ ସର୍ବୋତ୍ତମ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଅଗ୍ନି କୋଣ ହୋଇଥିବାରୁ ରୋଷେଇଘର ପାଇଁ ବେଶ୍ ଅନୁକୂଳ ହୋଇଥାଏ ।

 

  • ଘରର ଡାଇନିଂ ରୁମ୍ ପାଇଁ ଦିଗ

    ଡାଇନିଂ ରୁମ୍ ପଶ୍ଚିମ କିମ୍ବା ପୂର୍ବ ଦିଗରେ ରହିବା ଉଚିତ । ଏହା ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ।

     

  • ଘରର ପୂଜା ଘର ପାଇଁ ଦିଗ



ପୂଜା ଘର ପାଇଁ ଉତ୍ତର-ପୂର୍ବ କୋଣ ସର୍ବୋତ୍ତମ ଅଟେ । ଏହା ଆଧ୍ୟାତ୍ମିକ ବିକାଶ ଏବଂ ଶାନ୍ତି ଆଣିଥାଏ ।

 

  • ଘରର ବାଥରୁମ୍ ପାଇଁ ଦିଗ

    ନକାରାତ୍ମକ ଶକ୍ତିଗୁଡ଼ିକ ସହ ସନ୍ତୁଳନ ରକ୍ଷା କରିବା ପାଇଁ ବାଥରୁମ୍ ଗୁଡ଼ିକ ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରହିବା ଉଚିତ ।



ଘର ମୁହଁର ଦିଗର ମହତ୍ତ୍ୱକୁ ବୁଝିବା ଦ୍ୱାରା ଘରେ ଆପଣଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ଆସିପାରିଥାଏ । ଆପଣ ନୂଆ ଘର କିଣୁଥାନ୍ତୁ କିମ୍ବା ପୁରୁଣା ଘରର ମରାମତି ବା ନବୀକରଣ କରୁଥାନ୍ତୁ, ଏହି ବାସ୍ତୁ ଉପଦେଶକୁ ଅନୁସରଣ କରି ଆପଣ ନିଜ ପାଇଁ ଏକ ସୁଖୀ ଏବଂ ସନ୍ତୁଳିତ ଘର ତିଆରି କରିପାରିବେ । ପ୍ରତ୍ୟେକ କୋଠରୀ ଏବଂ ମୁଖ୍ୟ ଦ୍ୱାରକୁ ସଠିକ୍ ସ୍ଥାନରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରବାହ ଅନୁକୂଳତମ ହୋଇପାରିବ । ଘରର ମୁହଁ କେଉଁ ଦିଗରେ ରହିଥିଲେ ଶୁଭ ହୋଇଥାଏ ତାହା ଜାଣନ୍ତୁ




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଘରର ମୁହଁ କେଉଁ ଦିଗରେ ରହିଲେ ସର୍ବୋତ୍ତମ ହୋଇଥାଏ?

ପୂର୍ବମୁହାଁ ବା ପୂର୍ବମୁଖୀ ଘରକୁ ସର୍ବୋତ୍ତମ ବିବେଚନା କରାଯାଏ, କାରଣ ଏହା ସକାଳର ସୂର୍ଯ୍ୟକିରଣକୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଏ, ଯାହା ସକାରାତ୍ମକ ଶକ୍ତି ଆଣିବା ସହ ସୁସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ । ଘରର ଏପରି ଅବସ୍ଥାନକୁ ପାରମ୍ପରିକ ଭାବେ ସମୃଦ୍ଧି, କଲ୍ୟାଣ ଏବଂ ସୌହାର୍ଦ୍ଦ୍ୟ ସହିତ ଜଡ଼ିତ କରାଯାଇଥାଏ । ଘର ତିଆରି ପାଇଁ ବିଭିନ୍ନ ସଂସ୍କୃତି ଓ ପରମ୍ପରାରେ ଏହି ଅବସ୍ଥାନଟି ଏକ ଲୋକପ୍ରିୟ ପସନ୍ଦ ଅଟେ ।

 

୨. କେଉଁ ଦିଗ ଆଡ଼କୁ ମୁହଁ କରିଥିବା ଘର ସୌଭାଗ୍ୟ ଆଣିଥାଏ?

ଉତ୍ତର-ମୁହାଁ ଘରଗୁଡ଼ିକୁ ପ୍ରାୟତଃ ସୌଭାଗ୍ୟପ୍ରଦ ବିବେଚନା କରାଯାଏ, କାରଣ ଏପରି ଘର ସମୃଦ୍ଧି, କ୍ୟାରିୟର୍ ଅଭିବୃଦ୍ଧି ଏବଂ ନୂଆ ସୁଯୋଗକୁ ଆକର୍ଷିତ କରିଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିଗ ମୁହାଁ ଘର ଶୁଭ ହୋଇଥାଏ କାରଣ ତାହାକୁ ଆର୍ଥିକ ସଫଳତା ଏବଂ ସ୍ଥିରତା ସହିତ ଜଡ଼ିତ କରାଯାଇଥାଏ । ତେଣୁ ନିଜର ଧନ ଏବଂ ବୃତ୍ତିଗତ ଜୀବନରେ ଉନ୍ନତି ଚାହୁଁଥିବା ଲୋକମାନଙ୍କ ପାଇଁ ଏପରି ଅବସ୍ଥାନ ଅତ୍ୟନ୍ତ ଲୋକପ୍ରିୟ ଅଟେ ।

 

୩. ଘର ପାଇଁ କେଉଁ ଦିଗଟି ଅଶୁଭ ଅଟେ?

ସାଧାରଣତଃ, ଦକ୍ଷିଣ ଏବଂ ପଶ୍ଚିମମୁଖୀ ଘରଗୁଡ଼ିକୁ କମ୍ ଶୁଭ ଭାବେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଏଭଳି ଘର ଜୀବନରେ ଆହ୍ୱାନ ଏବଂ ଘରେ ନକାରାତ୍ମକ ଶକ୍ତି ଆଣିଥାଏ । ତଥାପି, ଉପଯୁକ୍ତ ସ୍ଥାପତ୍ୟଗତ ଡିଜାଇନ୍ ଏବଂ ସ୍ୱତନ୍ତ୍ର ମାର୍ଗଦର୍ଶିକାକୁ ଅନୁସରଣ କରାଗଲେ, ଏପରି ଦିଗମୁହାଁ ବା ଅବସ୍ଥାନ ବିଶିଷ୍ଟ ଘରଗୁଡ଼ିକୁ ମଧ୍ୟ ଶୁଭ କରାଯାଇପାରିବ । ବାସ୍ତୁ ଶାସ୍ତ୍ରର ପ୍ରତିକାରାତ୍ମକ ସିଦ୍ଧାନ୍ତକୁ ଅନୁସରଣ କରି ତାହାକୁ ଏକ ସନ୍ତୁଳିତ ଏବଂ ସକାରାତ୍ମକ ଜୀବନ ପରିବେଶରେ ପରିଣତ କରାଯାଇପାରିବ ।

 

୪. ଘରର ପ୍ରବେଶପଥ ପାଇଁ କେଉଁ ଦିଗଟି ଶୁଭ ଅଟେ?

ଘରର ମୁଖ୍ୟ ପ୍ରବେଶପଥ ଆଦର୍ଶ ଭାବେ ପୂର୍ବ କିମ୍ବା ଉତ୍ତର ଦିଗରେ ରଖାଯିବା ଉଚିତ । କାରଣ, ଏହା ସର୍ବୋତ୍ତମ ଶକ୍ତି ପ୍ରବାହ ଏବଂ ସମୃଦ୍ଧି ଆଣୁଥିବାର ବିଶ୍ୱାସ କରାଯାଏ । ଏହି ଦିଗରେ ପ୍ରବେଶପଥ ରହିଲେ ଘର ଭିତରେ ସକାରାତ୍ମକତା, ସଫଳତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଆକର୍ଷିତ ହୋଇ ଘରର ବାସିନ୍ଦାଙ୍କୁ ଲାଭାନ୍ୱିତ କରିଥାଏ ବୋଲି ବିଶ୍ୱାସ କରାଯାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....