ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କାନ୍ଥର ଫାଟଗୁଡ଼ିକୁ କିପରି ମରାମତି କରାଯିବ : ଏକ ସମ୍ପୂର୍ଣ୍ଣ ମାର୍ଗଦର୍ଶିକା

କାନ୍ଥର ଫାଟ ଦେଖାଯିବା ଏକ ସାଧାରଣ ସମସ୍ୟା ଅଟେ । କିନ୍ତୁ କାନ୍ଥର ଫାଟଗୁଡ଼ିକୁ କିପରି ମରାମତି କରାଯିବ ତାହା ଏକ ମନକୁ ବିଚଳିତ କରୁଥିବା ପ୍ରଶ୍ନ ହୋଇପାରେ । ଏହି ବ୍ୟାପକ ମାର୍ଗଦର୍ଶିକା ମାଧ୍ୟମରେ ଆପଣ ନିଖୁଣ ଭାବେ ଏବଂ ସିଦ୍ଧହସ୍ତରେ କିପରି ଫାଟଗୁଡ଼ିକର ମରାମତି କରାଯିବ ତାହା ଜାଣିପାରିବେ ।

Share:


ଆପଣ ଜଣେ ଘର ମାଲିକ ହୋଇଥିଲେ କିମ୍ବା ଭଡ଼ା ଘରେ ରହୁଥିଲେ ଏକଥା ସମ୍ଭବତଃ ଜାଣିଥିବେ ଯେ କାନ୍ଥରେ ଫାଟ ଦେଖାଯିବା ଅବଶ୍ୟମ୍ଭାବୀ ହୋଇଥାଏ । ଫାଟ ବିଭିନ୍ନ କାରଣରୁ ସୃଷ୍ଟି ହୋଇପାରେ, ଯେପରିକି: ଫାଉଣ୍ଡେସନ୍ ଦବିଯିବା, ତାପମାତ୍ରାରେ ପରିବର୍ତ୍ତନ ଏବଂ ସମୟର ସ୍ୱାଭାବିକ ପ୍ରଭାବ । ଛୋଟ ଛୋଟ ଫାଟଗୁଡ଼ିକ ସେତେ ବଡ଼ ସମସ୍ୟା ଭଳି ପ୍ରତୀତ ହେଉ ନ ଥିଲେ ହେଁ, ତାହାକୁ ଅଣଦେଖା କରାଗଲେ ତାହା ହଠାତ୍ ଦ୍ରୁତ ଗତିରେ ବଡ଼ ସମସ୍ୟାରେ ପରିଣତ ହୋଇଯାଇପାରେ । ସୌଭାଗ୍ୟବଶତଃ, କାନ୍ଥର ଫାଟକୁ ମରାମତି କରିବା ଏକ ସହଜ କାମ ଅଟେ ଏବଂ ଏ ବିଷୟରେ ସାମାନ୍ୟ ଜ୍ଞାନ ଓ ଅଳ୍ପଟିକେ ପରିଶ୍ରମ ସହିତ ଘରମାଲିକ ନିଜେ ହିଁ ଏହି ସମସ୍ୟାର ସମାଧାନ କରିପାରିବେ । ଏହି ବ୍ଲଗ୍‌‌ରେ ଆମେ କାନ୍ଥର ଫାଟ ମରାମତି କରିବାର ମୌଳିକ ଉପାୟ ସମ୍ପର୍କରେ ଆଲୋଚନା କରିବୁ ଏବଂ ଏହି କାମ ପାଇଁ ଆବଶ୍ୟକ ହେଉଥିବା ସାଧନ ସମ୍ପର୍କରେ ସୂଚିତ କରିବୁ । ଚାଲନ୍ତୁ, ପ୍ରସ୍ତୁତ ହୋଇଯାଆନ୍ତୁ ।



କାନ୍ଥର ଫାଟଗୁଡ଼ିକୁ କିପରି ସଜାଡ଼ିବେ?



୧) ଡ୍ରାଏୱାଲ୍‌‌ରେ ଫାଟର ମରାମତି


ଡ୍ରାଏୱାଲ୍ ଏକ ନିର୍ଦ୍ଦିଷ୍ଟ ପ୍ରକାରର କାନ୍ଥ ପ୍ୟାନେଲ୍ ଅଟେ ଯାହା ଜିପ୍‌‌ସମ୍ ପ୍ଲାଷ୍ଟରରେ ତିଆରି ହୋଇଥାଏ ଏବଂ ତାହାର ଦୁଇ ପାର୍ଶ୍ୱରେ କାଗଜର ପରସ୍ତ ଲାଗିଥାଏ । ଅନେକ ଘର ଓ ବିଲ୍‌‌ଡିଂରେ ଆଭ୍ୟନ୍ତରୀଣ କାନ୍ଥ ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଇଥାଏ । ତେଣୁ, କାନ୍ଥର ଫାଟକୁ କିପରି ସଜାଡିବେ ଏ ସମ୍ପର୍କରେ ଆଲୋଚନା କରିବା ସମୟରେ ଏହା କହିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ, ଘରମାଲିକମାନେ କେବେ ନା କେବେ ସେମାନଙ୍କ ଡ୍ରାଏୱାଲ୍‌‌ରେ ଫାଟ ସମସ୍ୟାର ସମ୍ମୁଖୀନ ହେବେ । ସୌଭାଗ୍ୟବଶତଃ, ଡ୍ରାଏୱାଲ୍‌‌ରେ ଛୋଟ ଫାଟକୁ ସଜାଡ଼ିବା ଅତି ସହଜ କାମ ଅଟେ ।

ଡ୍ରାଏୱାଲ୍‌‌ରେ ଫାଟ ମରାମତି କରିବା ପାଇଁ ଏହିସବୁ ସୋପାନ ଅନୁସରଣ କରନ୍ତୁ:

 

    ୧) ଏକ ଜଏଣ୍ଟ କମ୍ପାଉଣ୍ଡ କିଣନ୍ତୁ, ଯାହା ପ୍ରିମିକ୍ସଡ୍ ହୋଇପାରେ କିମ୍ବା ‘ସେଟିଂ-ଟାଇପ୍’ ହୋଇପାରେ

    ୨) ଆପଣ ସଜାଡ଼ିବାକୁ ଚାହୁଁଥିବା ଫାଟ ଉପରେ V ଆକୃତି କରି କାଟନ୍ତୁ

    ୩) ଫାଟ ଚାରିପାଖରେ ସ୍ଥାନରୁ ଧୂଳିମଳିକୁ ସଫା କରନ୍ତୁ

    ୪) ଫାଟ ଉପରେ ଜଏଣ୍ଟ କମ୍ପାଉଣ୍ଡର ଏକ ପତଳା ପରସ୍ତ ଲଗାନ୍ତୁ ଓ ତାହାକୁ ସମାନ ଭାବେ ଲେପିଦିଅନ୍ତୁ

    ୫) ଯେତେଥର ଆବଶ୍ୟକ ସେତେଥର କୋଟ୍ କରନ୍ତୁ

    ୬) ତାହାକୁ ଶୁଖିବା ପାଇଁ ଅତି କମ୍‌‌ରେ ୨୪ ଘଣ୍ଟାର ସମୟ ଦିଅନ୍ତୁ

    ୭) ଶୁଖିଲା ପରେ, କୌଣସି ଆବଡ଼ାଖାବଡ଼ା ଜାଗା କିମ୍ବା ଅତିରିକ୍ତ କମ୍ପାଉଣ୍ଡକୁ ସଫା କରି କାନ୍ଥକୁ ମସୃଣ କରିବା ପାଇଁ ବାଲିକାଗଜ ବ୍ୟବହାର କରନ୍ତୁ

    ୮) ଅବଶିଷ୍ଟ କାନ୍ଥ ସହିତ ମେଳ କରିବା ପାଇଁ ମରାମତି ଜାଗାରେ ପେଣ୍ଟିଂ କରି କାମକୁ ସାରନ୍ତୁ

     

୨) କଂକ୍ରିଟ୍ କାନ୍ଥରେ ଫାଟର ମରାମତି


ବେସ୍‌ମେଣ୍ଟ, ଗ୍ୟାରେଜ୍ ଓ ଘରର ଅନ୍ୟାନ୍ୟ ଅଂଶରେ ସାଧାରଣତଃ କଂକ୍ରିଟ୍ କାନ୍ଥ ଦେଖିବାକୁ ମିଳିଥାଏ । ବିଭିନ୍ନ କାରଣ ଯୋଗୁଁ ଏପରି କାନ୍ଥରେ ଫାଟ ସୃଷ୍ଟି ହୋଇପାରେ, ଯେପରିକି: ଫାଉଣ୍ଡସନ୍ ଦବିବା, ତାପମାତ୍ରା ପରିବର୍ତ୍ତନ କିମ୍ବା ପାଣି କାରଣରୁ ହୋଇଥିବା କ୍ଷୟକ୍ଷତି । ସୌଭାଗ୍ୟବଶତଃ, କଂକ୍ରିଟ୍ କାନ୍ଥରେ ଫାଟର ମରାମତି କରିବା ଏବଂ କଂକ୍ରିଟ୍ କିଓରିଂ କରିବା ମଧ୍ୟ ଏକ ଅପେକ୍ଷାକୃତ ସରଳ ପ୍ରକ୍ରିୟା ଅଟେ ।

କଂକ୍ରିଟ୍ କାନ୍ଥରେ ଫାଟ ମରାମତି ପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରାଯାଇପାରିବ: :

 

୧) ଏକ ନିହଣ କିମ୍ବା ହାତୁଡ଼ି ସାହାଯ୍ୟରେ ଫାଟକୁ ସାମାନ୍ୟ ଚଉଡ଼ା କରନ୍ତୁ

୨) ଫାଟରେ କୌଣସି ଆବର୍ଜନା ବା ଧୂଳିମଳିକୁ ହଟାଇବା ପାଇଁ ତାର ବ୍ରଶ୍ ସାହାଯ୍ୟରେ ଫାଟକୁ ସଫା କରନ୍ତୁ

୩) ଏକ ପୁରୁଣା ରଙ୍ଗ ବ୍ରଶ୍‌‌ ସାହାଯ୍ୟରେ ଫାଟ ଜାଗାରେ ବଣ୍ଡିଂ ଅଠା ବା ଆଢେସିଭ୍ ଲଗାଇ ତାହାକୁ ମରାମତି ପାଇଁ ପ୍ରସ୍ତୁତ କରନ୍ତୁ

୪) ଏକ ପୁଟ୍ଟି ଛୁରୀ ସାହାଯ୍ୟରେ କଂକ୍ରିଟ୍ ପ୍ୟାଚିଂର ଏକାଧିକ କୋଟ୍ ଲଗାନ୍ତୁ, ଛୁରୀ ସାହାଯ୍ୟରେ ଦବାଇ ତାହାକୁ

୫) ମରାମତି ହୋଇଥିବା ଜାଗାଟି ଯେପରି ଅବଶିଷ୍ଟ କାନ୍ଥ ସହିତ ମେଳ ଖାଏ ଏହା ସୁନିଶ୍ଚିତ କରି କାମ ସାରନ୍ତୁ

 

 

୩) ପ୍ଲାଷ୍ଟର୍ କାନ୍ଥରେ ଫାଟର ମରାମତି


ପ୍ଲାଷ୍ଟର୍ କାନ୍ଥଗୁଡ଼ିକ ପ୍ରାୟତଃ ପୁରୁଣା ଘର ଓ ବିଲ୍‌‌ଡିଂରେ ଦେଖିବାକୁ ମିଳିଥାଏ । ଏପରି କାନ୍ଥଗୁଡ଼ିକରେ ବିଭିନ୍ନ କାରଣରୁ ଫାଟ ଦେଖାଦେଇପାରେ, ଯେପରିକି: ଫାଉଣ୍ଡେସନ ଦବିଯିବା, ତାପମାତ୍ରା ପରିବର୍ତ୍ତନ କିମ୍ବା ସମୟର ପ୍ରଭାବ କାରଣରୁ ପ୍ଲାଷ୍ଟର ପ୍ରାକୃତିକ ଭାବେ ଦୁର୍ବଳ ହେବା । ଡ୍ରାଏୱାଲ୍ ଓ କଂକ୍ରିଟ୍ ତୁଳନାରେ ପ୍ଲାଷ୍ଟର କାନ୍ଥରେ ଫାଟର ମରାମତି ସାମାନ୍ୟ ଭିନ୍ନ ହୋଇଥାଏ । ହେଲେ ଏହି କାମ ମଧ୍ୟ ଏତେ ସହଜ ଯେ ଆପଣ ନିଜେ ନିଜେ ତାହା ସମ୍ପନ୍ନ କରିପାରିବେ ।

ପ୍ଲାଷ୍ଟର କାନ୍ଥକୁ ମରାମତି କରିବା ସମୟରେ ନିମ୍ନଲିଖିତ ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ:

 

୧) କାନ୍ଥ ଉପରେ ହାଲୁକା ଚାପ ଦେଇ ଦେଖନ୍ତୁ ପ୍ଲାଷ୍ଟର ହଲୁଛି/ଭାଙ୍ଗିଯାଉଛି କି ନାହିଁ

୨) ପୁଟ୍ଟି ଛୁରୀ ବ୍ୟବହାର କରି ସେହି ଜାଗାକୁ ସଫା କରନ୍ତୁ ଓ ଫାଟକୁ ସାମାନ୍ୟ ଚଉଡ଼ା କରନ୍ତୁ

୩) ଫାଟକୁ ସମ୍ପୂର୍ଣ୍ଣ ଭାବେ ମୁଦିବା ପାଇଁ ସେଥିରେ ରେଡି ମିକ୍ସଡ୍ କିମ୍ବା ସେଟିଂ ଟାଇପ୍ ଜଏଣ୍ଟ କମ୍ପାଉଣ୍ଡ ଲଗାନ୍ତୁ

୪) ଯଦି ଫାଟର ଆକାର ବହୁତ ବଡ଼ ହୋଇଥାଏ, ତେବେ ପ୍ଲାଷ୍ଟର କରିବା ପୂର୍ବରୁ ସେଲ୍ଫ-ଆଢେସିଭ୍ ମେଶ୍ ଟାଇପ୍ ଟେପ୍ ଲଗାଯିବା ଜରୁରୀ ଅଟେ

୫) ଟେପ୍ ଲାଗିଥିବା ସ୍ଥାନ ଉପରେ କମ୍ପାଉଣ୍ଡର କେତୋଟି ପରସ୍ତ ଦିଅନ୍ତୁ (୨ କିମ୍ବା ୩ଟି ପରସ୍ତ)

୬) ଶେଷରେ ମରାମତି କରାଯାଇଥିବା ଅଂଶରେ ଅବଶିଷ୍ଟ କାନ୍ଥ ସହିତ ମେଳ ଖାଉଥିବା ରଙ୍ଗ ଦିଅନ୍ତୁ

 

 

ଆହୁରି ମଧ୍ୟ ପଢ଼ନ୍ତୁ: ପାଣି ଓ ସିମେଣ୍ଟର ଅନୁପାତ କିପରି ହିସାବ କରିବେ?




ସଂକ୍ଷେପରେ କହିବାକୁ ଗଲେ, କାନ୍ଥରେ ଫାଟ ଏକ ସାଧାରଣ ସମସ୍ୟା ଅଟେ ଏବଂ ତାହା ଡ୍ରାଏୱାଲ୍, କଂକ୍ରିଟ୍ କିମ୍ବା ପ୍ଲାଷ୍ଟର କାନ୍ଥରେ ଦେଖାଦେଇପାରେ । ହେଲେ, ସଠିକ୍ ସାଧନ ଏବଂ ସାମଗ୍ରୀ ସହିତ କାନ୍ଥର ଫାଟଗୁଡ଼ିକୁ ସଜାଡିବା ସମ୍ଭବ ଅଟେ । ଏହି କାମ ଆପଣ ନିଜେ ନିଜେ କରିପାରିବେ । ଯାହାଫଳରେ ସମୟ ଓ ଟଙ୍କା ବଞ୍ଚିବ । ସାମାନ୍ୟ ଧୈର୍ଯ୍ୟ ଏବଂ ପ୍ରୟାସ ଏବଂ ଉପରୋକ୍ତ ଉପଦେଶକୁ ଅନୁସରଣ କରି ଆପଣ କାନ୍ଥରେ ଫାଟର ସମସ୍ୟାକୁ ଏଡ଼ାଇପାରିବେ, ନିଜେ ନିଜେ ଫାଟଗୁଡ଼ିକୁ ମରାମତି କରିପାରିବେ ଏବଂ ନିଜ ଘରର ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....