ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ଆପଣଙ୍କ ଘର ପାଇଁ ସିଡି ବାସ୍ତୁ ଦୃଷ୍ଟିକୋଣ

ସୌହାର୍ଦ୍ଦ୍ୟ ଏବଂ ସକାରାତ୍ମକ ଶକ୍ତି ପ୍ରବାହ ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ର ସହିତ ଆପଣଙ୍କ ଘରର ସିଡିକୁ କିପରି ସଂଯୋଜିତ କରିବେ ଜାଣନ୍ତୁ । ସହଜରେ ଅନୁସରଣ କରିହେଉଥିବା ଆମର ମାର୍ଗଦର୍ଶିକା ଆପଣଙ୍କୁ ଆଦର୍ଶ ଦିଗ ଏବଂ ସ୍ଥାନ ବିଷୟରେ ଅବଗତ କରାଇଥାଏ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ଘରର ସକାରାତ୍ମକ ଶକ୍ତିକୁ ବଜାୟ ରଖିବା ପାଇଁ ଦକ୍ଷିଣ-ପଶ୍ଚିମ, ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ସିଡି ରଖିବାକୁ ବାସ୍ତୁ ଦୃଢ଼ତାର ସହ ପରାମର୍ଶ ଦେଇଥାଏ ।

     

  • ସିଡି ନିର୍ମାଣ, ସ୍ଥାୟୀତ୍ୱ ଏବଂ ବାସ୍ତୁ ଅନୁପାଳନକୁ ସମର୍ଥନ କରିବା ପାଇଁ କଂକ୍ରିଟ୍ ପରି ମଜବୁତ ସାମଗ୍ରୀ ବ୍ୟବହାର କରନ୍ତୁ ।

     

  • ସୁନିଶ୍ଚିତ କରନ୍ତୁ ଯେ ସିଡ଼ିଗୁଡିକ ଭଲ ଭାବରେ ଆଲୋକିତ ଏବଂ ବାୟୁପ୍ରବାହିତ ଅଛି । ଏହା ନକାରାତ୍ମକ ଶକ୍ତିକୁ ଏଡ଼ାଇ ଥାଏ ଏବଂ ଏକ ସୁସ୍ଥ ବାତାବରଣକୁ ପ୍ରୋତ୍ସାହିତ କରିଥାଏ ।

     

  • ବାସ୍ତୁ ଅନୁଯାୟୀ, ସୌଭାଗ୍ୟ ଏବଂ ସକାରାତ୍ମକତା ସୁନିଶ୍ଚିତ କରିବା ପାଇଁ ସିଡିର ପାହାଚ ସଂଖ୍ୟା ଅଯୁଗ୍ମ ହେବା ଉଚିତ ଏବଂ ତାହା ଶୂନରେ ଶେଷ ହେଉ ନ ଥିବା ଉଚିତ ।



ଘରେ ସନ୍ତୁଳନ ଏବଂ ସକାରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ବାସ୍ତୁ ଜରୁରୀ ଅଟେ । ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ ଓ ସ୍ଥାନ ବିଜ୍ଞାନ ଅଟେ । ଏହା ମଙ୍ଗଳ ବୃଦ୍ଧି ପାଇଁ ସିଡିର ଅବସ୍ଥା ଏବଂ ଦିଗକୁ ମାର୍ଗଦର୍ଶନ କରିଥାଏ । ଏହା ପ୍ରସ୍ତାବ ଦେଇଥାଏ ଯେ, ସିଡି ଘରର ଉତ୍ତର-ପୂର୍ବ କୋଣରେ ରହିବା ଉଚିତ ନୁହେଁ କାରଣ ଏହା ସକାରାତ୍ମକ ଶକ୍ତିକୁ ଅବରୋଧ କରିପାରେ । ସିଡି ପାଇଁ ବାସ୍ତୁ ଅନୁଯାୟୀ, ଉତ୍ତରରୁ ଦକ୍ଷିଣ କିମ୍ବା ପୂର୍ବରୁ ପଶ୍ଚିମ ଦିଗ ସିଡି ପାଇଁ ଶୁଭପ୍ରତ ହୋଇଥାଏ । ସିଡିର ଉପଯୁକ୍ତ ଆଲାଇନମେଣ୍ଟ ଶକ୍ତିକୁ ପ୍ରଭାବଶାଳୀ ଭାବରେ ଘର ଭିତରକୁ ଆଣିବାରେ ସାହାଯ୍ୟ କରେ, ଯାହା ଘରର ସାମଗ୍ରିକ ଶକ୍ତି ପ୍ରବାହକୁ ସମର୍ଥନ କରିଥାଏ । ସିଡି ବାସ୍ତୁଶାସ୍ତ୍ର ନୀତିର ଏହି ପରିଚୟ ଆପଣଙ୍କୁ ଏହା ବୁଝିବାରେ ସାହାଯ୍ୟ କରିବ ଯେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନଯାପନ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ କିପରି ଆପଣଙ୍କ ସିଡିଗୁଡ଼ିକୁ ସ୍ଥାନିତ ଏବଂ ଡିଜାଇନ୍ କରିବେ ।

 

 


ସିଡି ବାସ୍ତୁ ଅନୁସରଣ କରିବା କାହିଁକି ଜରୁରୀ?



ଆପଣଙ୍କ ଘରେ ଏକ ସକାରାତ୍ମକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ସିଡି ବାସ୍ତୁ ଅନୁସରଣ କରିବା ଜରୁରୀ ଅଟେ । ବାସ୍ତୁ ଅନୁଯାୟୀ ସିଡି ସ୍ଥାପନ କରାଗଲେ ଏହା ଭବନର ଶକ୍ତି ଗତିଶୀଳତାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ, ଯାହା ବାସିନ୍ଦାଙ୍କ ମଙ୍ଗଳ ଓ ସମୃଦ୍ଧିରେ ସହାୟକ ହୋଇଥାଏ ।

 

ସିଡ଼ିକୁ ସଠିକ୍ ଦିଗରେ ରଖିବା ଦ୍ୱାରା ଏହା ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ସକାରାତ୍ମକ ଶକ୍ତିକୁ ଅବରୋଧ କରେ ନାହିଁ, ଯାହାକୁ ସବୁଠାରୁ ଶୁଭ ଦିଗ ଭାବରେ ବିବେଚନା କରାଯାଏ । ସିଡିର ବାସ୍ତୁ ଦିଗ ଆର୍ଥିକ ସ୍ଥିରତା ଏବଂ ମାନସିକ ଶାନ୍ତିକୁ ଯଥେଷ୍ଟ ପ୍ରଭାବିତ କରିପାରେ । ଏହାବ୍ୟତୀତ ବାସ୍ତୁ ଅନୁଯାୟୀ, ଉପଯୁକ୍ତ ସଂରେଖଣ, ଢାଞ୍ଚାଗତ ଅସନ୍ତୁଳନକୁ ରୋକିପାରିବ ଯାହା ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଏବଂ ସଫଳତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେଣୁ ବାସ୍ତୁ ନିର୍ଦ୍ଦେଶନା ନୀତିରେ ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ହେଉଛି ପରମ୍ପରାକୁ ଅନୁସରଣ କରିବା ଏବଂ ସ୍ଥାପତ୍ୟ ନିର୍ମାଣରେ ସ୍ମାର୍ଟ, ସ୍ୱାସ୍ଥ୍ୟ-ପ୍ରୋତ୍ସାହିତ ଡିଜାଇନ୍ ଚୟନ କରିବା ।



ସିଡି ପାଇଁ ବାସ୍ତୁ ସମ୍ବନ୍ଧୀୟ ଉପଦେଶ



୧. ସିଡିର ଅଭିବିନ୍ୟାସ ପାଇଁ ବାସ୍ତୁ

ସିଡିଟି ପୂର୍ବରୁ ପଶ୍ଚିମ ଆଡ଼କୁ କିମ୍ବା ଉତ୍ତରରୁ ଦକ୍ଷିଣ ଆଡ଼କୁ ଉଠିଆସିବା ଉଚିତ । ଏହି ଅଭିବିନ୍ୟାସ ସୂର୍ଯ୍ୟୋଦୟ ସହିତ ସୁସଙ୍ଗତ ହୋଇଥାଏ ଏବଂ ସିଡି ଯେପରି ଫଳପ୍ରଦ ଭାବେ ସକାରାତ୍ମକ ଶକ୍ତିର ଉପଯୋଗ କରେ ତାହା ସୁନିଶ୍ଚିତ କରିଥାଏ ।

 

୨. ସିଡି ପାଇଁ ଉଦ୍ଦିଷ୍ଟ ବାସ୍ତୁଶାସ୍ତ୍ର ଅନୁଯାୟୀ ସିଡି ଘରର ପଶ୍ଚିମ କିମ୍ବା ଦକ୍ଷିଣରେ ରହିବା ଉଚିତ

ଘରର ପଶ୍ଚିମ କିମ୍ବା ଦକ୍ଷିଣ ଭାଗରେ ସିଡ଼ି ରଖନ୍ତୁ । ଶକ୍ତି ଏବଂ ସ୍ଥିରତା ଏବଂ ପରିବାରର ସମୃଦ୍ଧି ଉପରେ ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ଏହି ଦିଗଗୁଡିକୁ ଶୁଭ ବୋଲି ବିବେଚନା କରାଯାଏ ।

 

୩. ବାସ୍ତୁ ଅନୁଯାୟୀ ସିଡି ପାଇଁ ସର୍ପିଳ ଡିଜାଇନରୁ ଦୂରେଇ ରୁହନ୍ତୁ

ସର୍ପିଳ ବା ସ୍ପାଇରାଲ୍ ସିଡି ନକାରାତ୍ମକ ଶକ୍ତି ସଞ୍ଚାଳନର କାରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ବଦଳରେ, ଆପଣ ସକାରାତ୍ମକ ଶକ୍ତିର ସୁରୁଖୁରୁରେ ପ୍ରବାହ ପାଇଁ ଅଧିକ ସହାୟକ ହୋଇଥିବା ସଳଖ ସିଡିର ବିକଳ୍ପ ଚୟନ କରିପାରିବେ ।

 

୪. ବାସ୍ତୁ ଅନୁଯାୟୀ ପାହାଚଗୁଡ଼ିକର ସଂଖ୍ୟା

ସୁନିଶ୍ଚିତ କରନ୍ତୁ ଯେ ସିଡିରେ ପାହାଚଗୁଡ଼ିକର ସଂଖ୍ୟା ଯେପରି ଅଯୁଗ୍ମ ହୁଏ ଏବଂ ତାହା ଯେପରି କେବେ ବି ଶୂନରେ ଶେଷ ହେବ ନାହିଁ । ବିଶ୍ୱାସ କରାଯାଏ ଯେ, ଏହି ବିନ୍ୟାସ ସୌଭାଗ୍ୟକୁ ଆକର୍ଷିତ କରେ ଏବଂ ଏକ ସକାରାତ୍ମକ ଶକ୍ତି ଚକ୍ରକୁ ବଜାୟ ରଖେ ।

 

୫. ବାସ୍ତୁ ଅନୁଯାୟୀ ସିଡିର ଅବସ୍ଥିତି

ଘରର ମଝିରେ (ବ୍ରହ୍ମସ୍ଥାନ) କେବେ ବି ସିଡି ରଖନ୍ତୁ ନାହିଁ, କାରଣ ଏହା ମହାଜାଗତିକ ଶକ୍ତିର ପ୍ରବାହରେ ବାଧା ସୃଷ୍ଟି କରିପାରେ । ଦକ୍ଷିଣ-ପଶ୍ଚିମକୁ ପ୍ରାୟତଃ ସର୍ବୋତ୍ତମ ସ୍ଥାନ ଭାବରେ ବିବେଚନା କରାଯାଏ ।

 

୪. ସିଡି ପାଇଁ ବାସ୍ତୁ ଅନୁଯାୟୀ ବ୍ରହ୍ମସ୍ଥାନରୁ ଦୂରେଇ ରୁହନ୍ତୁ

ଘରର କେନ୍ଦ୍ରଭାଗକୁ ବ୍ରହ୍ମସ୍ଥାନ କୁହାଯାଏ । ଏହି ସ୍ଥାନଟି ସିଡି ଭଳି ଭାରି ଢାଞ୍ଚାରୁ ମୁକ୍ତ ରହିବା ଉଚିତ । କାରଣ ତାହାଦ୍ୱାରା ଘରସାରା ଲାଭପ୍ରଦ ଶକ୍ତିର ପ୍ରବାହରେ ବାଧା ଉପୁଜିଥାଏ ।

 

୭. ବାସ୍ତୁ ଅନୁଯାୟୀ ଘର ବାହାରେ ସିଡି

ବାହ୍ୟ ସିଡି ପାଇଁ ଦକ୍ଷିଣ-ପୂର୍ବ ଓ ଉତ୍ତର-ପଶ୍ଚିମ ଦିଗ ଭଲ । ସକାରାତ୍ମକ ଶକ୍ତି ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ସେଗୁଡ଼ିକ ଆଦର୍ଶ ଭାବରେ ଉତ୍ତର-ପୂର୍ବ ଦିଗରେ ଉପରକୁ ଉଠୁଥିବା ଉଚିତ୍ ।

 

୮. ବାସ୍ତୁ ଅନୁଯାୟୀ ସିଡିରେ ଷ୍ଟୋରେଜ୍

ଷ୍ଟୋରେଜ୍ ପାଇଁ ସିଡ଼ି ତଳେ ଥିବା ଜାଗାକୁ ବ୍ୟବହାର କରିବା ଗ୍ରହଣୀୟ, କିନ୍ତୁ ଅସଜଡ଼ାପଣ/ଜିନିଷଗୁଡ଼ିକୁ ଏଣେତେଣେ ବିକ୍ଷିପ୍ତ କରି ରଖିବା ଏଡ଼ାଇବା ଉଚିତ୍, ଏବଂ ଅବାଧ ଶକ୍ତି ପ୍ରବାହ ସୁନିଶ୍ଚିତ କରିବା ପାଇଁ ସ୍ଥାନକୁ ସଂଗଠିତ କରାଯିବା ଉଚିତ୍ ।

 

୯. ବାସ୍ତୁ ଅନୁଯାୟୀ ସିଡି ପାଇଁ ହାଲୁକା ରଙ୍ଗଗୁଡ଼ିକ ଭଲ ହୋଇଥାଏ

ସିଡି ପାଇଁ ହାଲୁକା ରଙ୍ଗ ସୁପାରିସ କରାଯାଏ କାରଣ ଏହା ଅଧିକ ଆଲୋକ ଏବଂ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ, ଖୋଲାପଣ ଏବଂ ଶାନ୍ତିର ଭାବନା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ ।

 

୧୦. ବାସ୍ତୁ ଅନୁଯାୟୀ ସିଡ଼ି ନିକଟବର୍ତ୍ତୀ ଦ୍ୱାର

କୌଣସି କବାଟ ବା ଦ୍ୱାରା ଯେପରି ସିଡିର ଠିକ୍ ସିଧାରେ ନ ରହେ ତାହା ସୁନିଶ୍ଚିତ କରନ୍ତୁ । କାରଣ, ଏପରି କରାଗଲେ ଘରୁ ଶକ୍ତି ନିଷ୍କାସିତ ହୋଇଯାଇଥାଏ, ଘରର ବାସିନ୍ଦାଙ୍କ ମଙ୍ଗଳ ପ୍ରଭାବିତ ହୋଇଥାଏ ।

 

 

ସିଡି ହ୍ୟାଣ୍ଡରେଲ୍ ପାଇଁ ବାସ୍ତୁର କିଛି ନିୟମ ଅଛି କି?



ବାସ୍ତୁଶାସ୍ତ୍ରରେ ନିରାପତ୍ତା ଏବଂ ସକାରାତ୍ମକ ଶକ୍ତି ପ୍ରବାହ ସୁନିଶ୍ଚିତ କରିବା ପାଇଁ ସିଡି ହ୍ୟାଣ୍ଡରେଲ୍ ଡିଜାଇନ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସକାରାତ୍ମକ ଶକ୍ତିର ପ୍ରାକୃତିକ ଚଳନ ସହିତ ଯୋଡ଼ି ହୋଇ ସିଡି ଚଢିବା ସମୟରେ ହ୍ୟାଣ୍ଡରେଲ୍ ସବୁବେଳେ ଡାହାଣ ପାର୍ଶ୍ୱରେ ରହିବା ଉଚିତ୍ । ସ୍ଥିରତା ଏବଂ ନିରାପତ୍ତାକୁ ସମର୍ଥନ କରିବା ପାଇଁ, ତାହା ଦୃଢ଼ ଏବଂ ନିରନ୍ତର, ଆଦର୍ଶ ଭାବରେ କାଠ କିମ୍ବା ଧାତୁନିର୍ମିତ ହେବା ଉଚିତ୍ । ଭଙ୍ଗା କିମ୍ବା ଅନୁପଯୁକ୍ତ ରକ୍ଷଣାବେକ୍ଷଣକୁ ଏଡ଼ାନ୍ତୁ, କାରଣ ଏହା ଶକ୍ତି ପ୍ରବାହରେ ବାଧା ସୃଷ୍ଟି କରିପାରେ ଏବଂ ନିରାପତ୍ତା ବିପଦ ସୃଷ୍ଟି କରିପାରେ । ହ୍ୟାଣ୍ଡରେଲର ଉଚ୍ଚତା ମଧ୍ୟ ସମସ୍ତ ବୟସ ବର୍ଗଙ୍କୁ ଆରାମରେ ସାହାଯ୍ୟ କରିବା ପାଇଁ ଉପଯୁକ୍ତ ହେବା ଉଚିତ, ସିଡିର ଉପଯୋଗୀତା ଏବଂ ନିରାପତ୍ତା ବୃଦ୍ଧି କରିବା ଉଚିତ୍ ।



ବାସ୍ତୁଶାସ୍ତ୍ରକୁ ସିଡି ଡିଜାଇନରେ ସାମିଲ କରିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରବାହ ବୃଦ୍ଧି ପାଇଥାଏ, ସୁସ୍ଥତା ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ସୌହାର୍ଦ୍ଦ୍ୟ ଏବଂ ସନ୍ତୁଳନକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସ୍ଥାନ ଏବଂ ଦିଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ନୀତିଗୁଡ଼ିକୁ ଅନୁସରଣ କରିବା, ଯେଉଁଥିରେ ହ୍ୟାଣ୍ଡରେଲ୍ ପରି ଉପାଦାନଗୁଡ଼ିକର ସର୍ବୋତ୍ତମ ସିଡି ଦିଗ ଏବଂ ଚିନ୍ତାଶୀଳ ଡିଜାଇନ୍ ଅନ୍ତର୍ଭୁକ୍ତ, ଯାହା ଏକ ସୁରକ୍ଷିତ ଏବଂ ଅଧିକ ଶୁଭ ପରିବେଶ ସୃଷ୍ଟି କରେ । ଏହି ବାସ୍ତୁ ନିର୍ଦ୍ଦେଶାବଳୀକୁ ବୁଝିବା ଏବଂ ପ୍ରୟୋଗ କରିବା ଦ୍ୱାରା ନୂତନ କିମ୍ବା ପୁନଃନିର୍ମିତ ସିଡିର ଡିଜାଇନ୍ ରେ ଯଥେଷ୍ଟ ଉନ୍ନତି ହୋଇପାରିବ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ବାସ୍ତୁ ଅନୁସାରେ ସିଡିର ଆଦର୍ଶ ଆକୃତି କ'ଣ?

ଅନୁକୂଳତମ ବାସ୍ତୁ ପାଇଁ, ସିଡି ସିଧା କିମ୍ବା ସାମାନ୍ୟ ବକ୍ର ହେବା ଉଚିତ; ହେଲେ ତାହା ସର୍ପିଳ ବା କୁଣ୍ଡଳୀ ଭଳି ନ ହେବା ଉଚିତ । ସିଧା ସିଡି ଶକ୍ତିର ସିଧାସଳଖ ପ୍ରବାହକୁ ପ୍ରୋତ୍ସାହିତ କରିଥାଏ ଏବଂ ଘରେ ସନ୍ତୁଳନ ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖି ଚଢ଼ିବା ଏବଂ ଓହ୍ଲାଇବା ସହଜ ହୋଇଥାଏ ।

 

୨. ମୁଁ ସିଡି ତଳେ ଏକ ପୂଜା ଘର ନିର୍ମାଣ କରିପାରିବି କି?

ବାସ୍ତୁ ନୀତି ଅନୁଯାୟୀ, ସିଡ଼ି ତଳେ ପୂଜା ଗୃହ ନିର୍ମାଣ କରିବା ଅନୁଚିତ । ଏହି ସ୍ଥାନଟି ନିରନ୍ତର ଭାବେ ଏକ ବୋଝ ଅଧୀନରେ ରହୁଥିବାର ବିବେଚନା କରାଯାଏ, ଯାହା ଶାନ୍ତି ଏବଂ ଈଶ୍ୱରୀୟ ସଂଯୋଗ ପାଇଁ ଉଦ୍ଦିଷ୍ଟ ସ୍ଥାନ ପାଇଁ ଏକ ନକାରାତ୍ମକ ବାତାବରଣ ସୃଷ୍ଟି କରିପାରେ ।

 

୩. ସିଡିର ଭାଗ୍ୟଶାଳୀ ପାହାଚଗୁଡ଼ିକର ସଂଖ୍ୟା କ'ଣ ହେବା ଉଚିତ?

ବାସ୍ତୁ ଅନୁଯାୟୀ ସିଡିରେ ପାହାଚ ସଂଖ୍ୟା ଅଯୁଗ୍ମ ହେବା ଉଚିତ ଏବଂ ତାହା ଶୂନରେ ଶେଷ ନ ହେବା ଉଚିତ, କାରଣ ୯, ୧୧, ୧୫ କିମ୍ବା ୨୧ ଭଳି ସଂଖ୍ୟାକୁ ଅଧିକ ଶୁଭ ବୋଲି ବିବେଚନା କରାଯାଏ ଏବଂ ସକାରାତ୍ମକ ଶକ୍ତି ଆକର୍ଷିତ କରେ ବୋଲି ବିଶ୍ୱାସ କରାଯାଏ ।

 

୪. ମୁଖ୍ୟ ଦ୍ୱାର ସମ୍ମୁଖରେ ଥିବା ସିଡି ଭଲ କି?

ନା, ବାସ୍ତୁ ମୁଖ୍ୟ ପ୍ରବେଶ ଦ୍ୱାରକୁ ସିଧାସଳଖ ସାମ୍ନା କରୁଥିବା ସିଡିକୁ ଅଶୁଭ ବୋଲି ବିବେଚନା କରେ । ବିଶ୍ୱାସ କରାଯାଏ ଯେ ଏପରି ସ୍ଥିତି ଦ୍ୱାରା ଘରୁ ଶକ୍ତି ବାହାରକୁ ପ୍ରବାହିତ ହୋଇଥାଏ, ଯାହା ବାସିନ୍ଦାଙ୍କ ପାଇଁ ଆର୍ଥିକ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ।

 

୫. ବାସ୍ତୁ ଅନୁଯାୟୀ ସିଡି କେଉଁ ଦିଗରେ ରହିବା ଉଚିତ?

ବାସ୍ତୁ ଅନୁଯାୟୀ ଦକ୍ଷିଣ-ପଶ୍ଚିମ, ପଶ୍ଚିମ କିମ୍ବା ଦକ୍ଷିଣ ଦିଗ ଭଳି ନକାରାତ୍ମକ ଅଞ୍ଚଳରେ ସିଡ଼ି ରଖିବା ଉଚିତ, ଯାହାଦ୍ୱାରା ଉତ୍ତର-ପୂର୍ବ ଦିଗରୁ ଆସୁଥିବା ସକାରାତ୍ମକ ଶକ୍ତିରେ ବାଧା ସୃଷ୍ଟି ହେବନାହିଁ । ଏହି ବ୍ୟବସ୍ଥା ସାରା ଘରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଶକ୍ତି ପ୍ରବାହକୁ ବଜାୟ ରଖିବାରେ ସାହାଯ୍ୟ କରେ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....