ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ସିମେଣ୍ଟର ସାଉଣ୍ଡନେସ୍ ଟେଷ୍ଟ୍ ପାଇଁ ଏକ ଗାଇଡ୍

ଦୀର୍ଘସ୍ଥାୟୀ ଏବଂ ସୁରକ୍ଷିତ ବିଲଡିଂଗୁଡ଼ିକର ଚାବିକାଠି: ପ୍ରଥମ ଆପଣଙ୍କ ସିମେଣ୍ଟର ଭରସାଯୋଗ୍ୟତାକୁ ପରୀକ୍ଷା କରିନିଅନ୍ତୁ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ସାଉଣ୍ଡନେସ୍ ଟେଷ୍ଟ ଦ୍ୱାରା ଏହା ଜଣାପଡ଼ିଥାଏ ଯେ ସିମେଣ୍ଟଟି ପ୍ରସାରିତ ହେବ କିମ୍ବା ସଙ୍କୁଚିତ ହେବ । ଏହାଦ୍ୱାରା ବିଲଡିଂରେ ଫାଟ ବା କ୍ରାକ୍ ଗୁଡ଼ିକୁ ଏଡ଼ାଇବାରେ ସହାୟତା ମିଳିଥାଏ ।

     

  • ମଜବୁତ ଏବଂ ସୁରକ୍ଷିତ ବିଲଡିଂଗୁଡ଼ିକ ପାଇଁ ଭଲ କ୍ୱାଲିଟିର ସିମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

     

  • ସମସ୍ୟାକୁ ଏଡ଼ାଇବା ପାଇଁ, ତାଜା ସିମେଣ୍ଟ ବ୍ୟବହାର କରନ୍ତୁ ଏବଂ ସିମେଣ୍ଟକୁ ଉପଯୁକ୍ତ ଭାବେ ସାଇତି ରଖନ୍ତୁ ।

     

  • ଆରମ୍ଭରୁ ହିଁ ସିମେଣ୍ଟର ନିଖୁଣତା ପରୀକ୍ଷା ବା ସାଉଣ୍ଡନେସ୍ ଟେଷ୍ଟ୍ କରାଇନେଲେ ସମୟ ଓ ଟଙ୍କା ବଞ୍ଚିଥାଏ ଏବଂ ବିଲଡିଂଗୁଡ଼ିକୁ ମଜବୁତ ଭାବେ ନିର୍ମିତ ହୋଇଥାଏ ।

  •  

  • ଭରସାଯୋଗ୍ୟ ସିମେଣ୍ଟର ବ୍ୟବହାର ଦ୍ୱାରା ବିଲଡିଂଗୁଡ଼ିକୁ ଅଧିକ ସୁରକ୍ଷିତ ଏବଂ ଅଧିକ ଦୀର୍ଘସ୍ଥାୟୀ ହୋଇଥାଏ ।



ନିର୍ମାଣ କାର୍ଯ୍ୟରେ ସିମେଣ୍ଟ ଅଠା ଭଳି କାମ କରିଥାଏ, ସବୁକିଛି ଏକାଠି ଧରି ରଖିଥାଏ । କିନ୍ତୁ ବେଳେବେଳେ, ସେହି ଅଠାଟି ଆମେ ଯେତେ ଭାବିଥାଉ ସେତେ ମଜବୁତ ହୋଇନପାରେ । ସେଇଥିପାଇଁ ସାଉଣ୍ଡନେସ୍ ଟେଷ୍ଟ ନାମକ ଏକ ସ୍ୱତନ୍ତ୍ର ପରୀକ୍ଷା ରହିଛି । ଆପଣ ଯେଉଁ ସିମେଣ୍ଟ ବ୍ୟବହାର କରୁଛନ୍ତି ତାହା ମଜବୁତ ହୋଇ ରହିବ ନା ସମୟକ୍ରମେ ଫାଟିଯାଇ ଦୁର୍ବଳ ହୋଇଯିବ ତାହା ଯାଞ୍ଚ କରିବାର ଏହା ଏକ ସରଳ କିନ୍ତୁ ଶକ୍ତିଶାଳୀ ଉପାୟ ଅଟେ । ଏହାକୁ ଆପଣ ସିମେଣ୍ଟର ସ୍ୱାସ୍ଥ୍ୟ ପରୀକ୍ଷା ଭାବେ ଭାବିପାରିବେ । ଆପଣଙ୍କ ବିଲଡିଂକୁ ସୁରକ୍ଷିତ ଓ ନିରାପଦ ରଖିବା ଏବଂ ବର୍ଷ ବର୍ଷ ଧରି ମଜବୁତ ଭାବେ ଠିଆ କରି ରଖିବା ପାଇଁ ସିମେଣ୍ଟ ଉପଯୁକ୍ତ କି ନୁହେଁ ତାହା ଏହି ପରୀକ୍ଷାରେ ଜଣାପଡ଼ିଯାଇଥାଏ । ତେଣୁ, ଏହି ପରୀକ୍ଷାଟି କ’ଣ, ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପରୀକ୍ଷା କେମିତି କରାଯାଏ ଏ ସବୁକିଛି ଆମେ ଏହି ଗାଇଡରେ ଅନୁସନ୍ଧାନ କରିବୁ । ସାଉଣ୍ଡନେସ୍ ଟେଷ୍ଟ ସାହାଯ୍ୟରେ ଆମର ନିର୍ମାଣ କାର୍ଯ୍ୟଗୁଡ଼ିକ କିପରି ବର୍ଷ ବର୍ଷ ଧରି ମଜବୁତ ରହିପାରିବ ତାହା ବୁଝିବା ପାଇଁ ଆସନ୍ତୁ ଏହି ଉପାଦେୟ ଯାତ୍ରା ଆରମ୍ଭ କରିବା ।

 

 


ସିମେଣ୍ଟର ସାଉଣ୍ଡନେସ୍ ଟେଷ୍ଟ କ’ଣ?



ଚାଲନ୍ତୁ କାଳବିଳମ୍ବ ନ କରି ଏହା ବୁଝିବା । ସିମେଣ୍ଟର ସାଉଣ୍ଡନେସ୍ ପରୀକ୍ଷାରେ ଏହା ଯାଞ୍ଚ କରି ନିଶ୍ଚିତ କରାଯାଇଥାଏ ଯେ, ସେଥିରେ ଯେପରି କୌଣସି ଖରାପ ଗୁଣମାନ ନାହିଁ ଯେଉଁ କାରଣରୁ ଭବିଷ୍ୟତରେ କୌଣସି ସମସ୍ୟା ସୃଷ୍ଟି ହୋଇପାରେ । ସିମେଣ୍ଟରେ ଅସୁବିଧା ଥିଲେ, ତାହା ଟାଣ ହେବା ପରେ ପ୍ରସାରିତ କିମ୍ବା ସଙ୍କୁଚିତ ହୋଇଯାଇପାରେ, ଯାହା ବିଲଡିଂଗୁଡ଼ିକ ପାଇଁ ଆଦୌ ଏକ ଭଲ କଥା ନୁହେଁ । ଏହି ପରୀକ୍ଷାରେ ଏହା ଯାଞ୍ଚ କରି ଦେଖାଯାଇଥାଏ ଯେ ତାହା ସେଟ୍ ହେବା ପରେ ସମାନ ଆକାରରେ ରହିବ ନା ସଙ୍କୁଚିତ/ପ୍ରସାରିତ ହୋଇ ବିଲଡିଂରେ ଫାଟ ବା କ୍ରାକ୍ ସୃଷ୍ଟି କରିବ । କଳ୍ପନା କରି ଦେଖନ୍ତୁ ତ, ଆପଣଙ୍କ ଫାଉଣ୍ଡେସନର ଆକାର ଢଳେଇ ପରେ ଯଦି ବଦଳିଯାଏ ତେବେ କ’ଣ ହେବ? ତାହା ଦ୍ୱାରା ସମ୍ପୂର୍ଣ୍ଣ ଢାଞ୍ଚାଟି ଦୁର୍ବଳ ହୋଇଯିବ, ନୁହେଁ କି? ତେଣୁ, ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବା ପୂର୍ବରୁ ସିମେଣ୍ଟଟି ଭରସାଯୋଗ୍ୟ କି ନୁହେଁ ତାହା ସୁନିଶ୍ଚିତ କରି ଏଭଳି ସମସ୍ୟାଗୁଡ଼ିକୁ ଏଡ଼ାଇବା ଉକ୍ତ ପରୀକ୍ଷାର ଉଦ୍ଦେଶ୍ୟ ଅଟେ ।

 

 

ସିମେଣ୍ଟର ସାଉଣ୍ଡନେସ୍ ଟେଷ୍ଟର ମହତ୍ତ୍ୱ

ଆପଣ ହୁଏତ ଭାବୁଥାଇ ପାରନ୍ତି ଯେ, ସିମେଣ୍ଟକୁ ନେଇ ଆମେ ଏତେ ଯତ୍ନବାନ୍ ହେବା କାହିଁକି ଜରୁରୀ? କଥା ହେଉଛି, ଯେକୌଣସି ବିଲଡିଂର ସୁଦୃଢ଼ତା ଏବଂ ସୁରକ୍ଷା ଓ ନିରାପତ୍ତା ବହୁମାତ୍ରାରେ ତାହାର ସିମେଣ୍ଟର ଗୁଣବତ୍ତା ଉପରେ ନିର୍ଭରଶୀଳ ହୋଇଥାଏ । ଯଦି ସିମେଣ୍ଟଟି ଭଲ ନ ହୋଇଥିବ, ତେବେ ତାହା ପରେ ସମ୍ପ୍ରସାରିତ କିମ୍ବା ସଙ୍କୁଚିତ ହୋଇପାରେ, ଯାହାଦ୍ୱାରା ବିଲଡିଂରେ ଫାଟ ବା କ୍ରାକ୍ ସୃଷ୍ଟି ହୁଏ । ଏହି ଫାଟଗୁଡ଼ିକ ଏକ ଛୋଟିଆ ସମସ୍ୟା ନୁହେଁ । ସମୟ ସହିତ, ସେଗୁଡ଼ିକୁ ବଢ଼ିଥାଏ ଏବଂ ବିଲଡିଂର ଅଖଣ୍ଡତାକୁ ସଙ୍କଟାପନ୍ନ କରିଥାଏ ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ । ଆହୁରି ମଧ୍ୟ, ଏଭଳି ସମସ୍ୟାଗୁଡ଼ିକୁ ସଜାଡ଼ିବା ଏକ ମହଙ୍ଗା ଏବଂ ସମୟସାପେକ୍ଷ ବ୍ୟାପାର ହୋଇଥାଏ । ତେଣୁ, ଏହି ସମସ୍ୟାଗୁଡ଼ିକ ଏକ ବଡ଼ ଧରଣର ମୁଣ୍ଡବିନ୍ଧାରେ ପରିଣତ ହେବା ପୂର୍ବରୁ ସାଉଣ୍ଡନେସ୍ ଟେଷ୍ଟ ତାହାକୁ ଧରିବାରେ ଆମକୁ ସାହାଯ୍ୟ କରିଥାଏ । ଏହା ନିର୍ମାଣ କାର୍ଯ୍ୟରେ ଉଚ୍ଚ ଗୁଣବତ୍ତାସମ୍ପନ୍ନ ସିମେଣ୍ଟର ବ୍ୟବହାରକୁ ସୁନିଶ୍ଚିତ କରିବା ସହ ଆମର ବିଲଡିଂଗୁଡ଼ିକୁ ଅଧିକ ନିରାପଦ ଏବଂ ଅଧିକ ଦୀର୍ଘସ୍ଥାୟୀ କରିବାରେ ସାହାଯ୍ୟ କରିଥାଏ । ନିର୍ମାଣ ଏବଂ ସିମେଣ୍ଟ ନିର୍ମାତା କମ୍ପାନୀଗୁଡ଼ିକର ଖ୍ୟାତିକୁ ବଜାୟ ରଖିବା ପାଇଁ ମଧ୍ୟ ଏହି ପରୀକ୍ଷା ଅତ୍ୟାବଶ୍ୟକ ହୋଇଥାଏ, କାରଣ ଉଚ୍ଚ-ଗୁଣମାନର ପ୍ରକଳ୍ପ ବିଶ୍ୱାସ ଓ ଭରସାକୁ ସୁଦୃଢ଼ କରେ ଏବଂ ବ୍ୟବସାୟକୁ ବୃଦ୍ଧି କରିବାରେ ସହାୟକ ହୁଏ । ତେଣୁ, ସାଉଣ୍ଡନେସ୍ ଟେଷ୍ଟକୁ କେବଳ ନିୟାମକ ଆବଶ୍ୟକତାର ଅନୁପାଳନ ଉଦ୍ଦେଶ୍ୟରେ ନୁହେଁ, ବରଂ ଆମର ନିର୍ମାଣ କାର୍ଯ୍ୟରେ ବିଶ୍ୱାସ, ସୁରକ୍ଷା ଏବଂ ଭରସାଯୋଗ୍ୟତାକୁ ଗଢ଼ିବା ଉଦ୍ଦେଶ୍ୟରେ ସମ୍ପାଦନ କରାଯିବା ଉଚିତ ।



ସିମେଣ୍ଟର ଦୁର୍ବଳତାକୁ କିପରି ନିବାରଣ କରାଯାଇପାରିବ?



ରୋଷେଇ ଆରମ୍ଭ କରିବା ପୂର୍ବରୁ ଯେମିତି ଆପଣ ଏହା ସୁନିଶ୍ଚିତ କରନ୍ତି ଯେ, ପାକ ପଦ୍ଧତିକୁ ଅନୁସରଣ କରିବା ପାଇଁ ଆପଣଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଅଛି; ସିମେଣ୍ଟର ଦୁର୍ବଳତାକୁ ନିବାରଣ କରିବାର କାର୍ଯ୍ୟ ମଧ୍ୟ ପ୍ରାୟତଃ ସେହିଭଳି । ପ୍ରଥମ ସୋପାନ ହେଉଛି ସଠିକ୍ ଉପାଦାନ ଚୟନ କରିବା । ସିମେଣ୍ଟ ଉତ୍ପାଦନ ହେବା ପୂର୍ବରୁ ସେଥିରେ ଯେପରି ସାମଗ୍ରୀଗୁଡ଼ିକର ସଠିକ୍ ମିଶ୍ରଣ ରହେ ତାହା ଜରୁରୀ ହୋଇଥାଏ । ସିମେଣ୍ଟ ନିର୍ମାତାମାନେ ଉତ୍ତମ ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ଅନୁସରଣ କରି ତାହା ସୁନିଶ୍ଚିତ କରିଥାନ୍ତି । ତା’ଛଡ଼ା, ସିମେଣ୍ଟକୁ ଉପଯୁକ୍ତ ଭାବେ ସାଇତି ରଖିବା ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଆପଣଙ୍କ ଖାଦ୍ୟ ଯେମିତି ଓଦାଳିଆ ନ ହୁଏ କିମ୍ବା ପଚେ ନାହିଁ ତାହା ଯେମିତି ଆପଣ ଚାହାନ୍ତି ନାହିଁ, ସେହିପରି ସିମେଣ୍ଟର ବ୍ୟବହାର ହେବା ସମୟ ପୂର୍ବରୁ ତାହା ଯେପରି ଶୁଖିଲା ଏବଂ ପାଣିରୁ ସୁରକ୍ଷିତ ରହେ ତାହା ସୁନିଶ୍ଚିତ କରାଯିବା ଜରୁରୀ ହୋଇଥାଏ । ଶେଷରେ, ସିମେଣ୍ଟକୁ ଅତି ପୁରୁଣା ହେବା ପୂର୍ବରୁ ବ୍ୟବହାର କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ; କାରଣ ମସଲା ଭଳି ସିମେଣ୍ଟ ମଧ୍ୟ ସମୟକ୍ରମେ ତାହାର ପ୍ରଭାବ ହରାଇଥାଏ । ତେଣୁ, ଯଦି ଆମେ ଉତ୍ତମ ସାମଗ୍ରୀ ସହିତ ତାଜା ସିମେଣ୍ଟ ବ୍ୟବହାର କରିବା ଏବଂ ବ୍ୟବହାର ପୂର୍ବରୁ ତାହାକୁ ଶୁଖିଲା କରି ସାଇତି ରଖିବା ତେବେ ସିମେଣ୍ଟରେ ଦୁର୍ବଳତା ଭଳି ନାନା ସମସ୍ୟାକୁ ଆମେ ଏଡ଼ାଇପାରିବା ।



ସଂକ୍ଷେପରେ କହିବାକୁ ଗଲେ, ଆପଣଙ୍କ ବିଲଡିଂକୁ ଏକାଠି ସୁରକ୍ଷିତ ଭାବେ ଧରି ରଖିବାର କାର୍ଯ୍ୟ ଆପଣଙ୍କର ସିମେଣ୍ଟ କରିପାରିବ କି ନାହିଁ ତାହା ଯାଞ୍ଚ କରିବାର ଏକ ସ୍ମାର୍ଟ ଉପାୟ ହେଉଛି ସିମେଣ୍ଟର ସାଉଣ୍ଡନେସ୍ ଟେଷ୍ଟ । ଟାଣ ହେବା ପରେ ସିମେଣ୍ଟଟି ସମାନ ଆକାର/ଆକୃତି ବଜାୟ ରଖିବ ନା ପ୍ରସାରିତ ବା ସଙ୍କୁଚିତ ହେବା ପାଇଁ ଚେଷ୍ଟା କରି ସମସ୍ୟା ସୃଷ୍ଟି କରିବ ତାହା ଜାଣିବାରେ ଏହି ପରୀକ୍ଷା ସହାୟକ ହୋଇଥାଏ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ଆପଣ ନିଶ୍ଚିନ୍ତ ହୋଇପାରିବେ ଯେ ଆପଣଙ୍କର ବିଲଡିଂଟି ଅଧିକ ସୁରକ୍ଷିତ ଏବଂ ଅଧିକ ଦୀର୍ଘସ୍ଥାୟୀ ଭାବେ ନିର୍ମିତ ହେବ । ଏଭଳି ଏକ ସହଜ ପରୀକ୍ଷା ଯେ ଆମକୁ ଭବିଷ୍ୟତର ବଡ଼ ସମସ୍ୟାରୁ ରକ୍ଷା କରିପାରିବ, ତାହା ଜାଣି ଆଶ୍ଚର୍ଯ୍ୟ ଲାଗୁନାହିଁ କି? ମନେ ରଖନ୍ତୁ, ଏକ ଭଲ ବିଲଡିଂ ଆରମ୍ଭ ହୋଇଥାଏ ଭଲ ସିମେଣ୍ଟରୁ, ତେଣୁ ଏଇଥିପାଇଁ ଏହି ପରୀକ୍ଷା ଏତେ ମହତ୍ତ୍ୱପୂର୍ଣ୍ଣ ଅଟେ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ସିମେଣ୍ଟର ସାଉଣ୍ଡନେସ୍ ବା ସୁଦୃଢ଼ତା କେମିତି ପ୍ରଭାବିତ ହୋଇଥାଏ?

ସିମେଣ୍ଟର ସୁଦୃଢ଼ତା ବା ସାଉଣ୍ଡନେସ୍ ତାହାର ଉତ୍ପାଦନରେ ବ୍ୟବହୃତ ସାମଗ୍ରୀ କାରଣରୁ ପ୍ରଭାବିତ ହୋଇପାରେ । ଯଦି ମିଶ୍ରଣରେ ଚୂନ କିମ୍ବା ମ୍ୟାଗ୍ନେସିୟମ୍ ଭଳି କୌଣସି ଏକ ନିର୍ଦ୍ଦିଷ୍ଟ ସାମଗ୍ରୀର ପରିମାଣ ବହୁତ ଅଧିକ ଥାଏ, ତେବେ ସେହି କାରଣରୁ ସେଟ୍ ହେବା ପରେ ସିମେଣ୍ଟ ପ୍ରସାରିତ କିମ୍ବା ସଙ୍କୁଚିତ ହୋଇପାରେ । ଏହି କାରଣରୁ, ସଠିକ୍ ମିଶ୍ରଣ ଚୟନ କରିବା ଏବଂ ସିମେଣ୍ଟକୁ ଉପଯୁକ୍ତ ଭାବେ ପରୀକ୍ଷା କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ।

 

୨. ସିମେଣ୍ଟର ‘ଲୁ ଶାତଲିୟେ’ ଟେଷ୍ଟ କ’ଣ?

ସିମେଣ୍ଟର ସାଉଣ୍ଡନେସ୍ ବା ସୁଦୃଢ଼ତାକୁ ଯାଞ୍ଚ କରିବା ପାଇଁ ଲୁ ଶାତଲିୟେ ପରୀକ୍ଷା ପଦ୍ଧତି ବ୍ୟବହାର କରାଯାଇଥାଏ । ଏହି ପରୀକ୍ଷାରେ ସିମେଣ୍ଟ କେତେ ମାତ୍ରାରେ ପ୍ରସାରିତ ହେଉଛି ତାହା ମାପିବା ପାଇଁ ଏକ ସ୍ୱତନ୍ତ୍ର ଉପକରଣ ବ୍ୟବହୃତ ହୋଇଥାଏ । ଏକ ଛୋଟ ଉପକରଣରେ ସିମେଣ୍ଟ ପେଷ୍ଟ ଭର୍ତ୍ତି କରାଯାଏ, ତାହାକୁ ପାଣିରେ ରଖିଦିଆଯାଏ ଓ ତାହା ପରେ ସିମେଣ୍ଟର ଆକାର କେତେ ବଢ଼ୁଛି ତାହା ଦେଖାଯାଇଥାଏ । ସିମେଣ୍ଟକୁ ବିଲଡିଂରେ ବ୍ୟବହାର କରାଯିବା ପୂର୍ବରୁ ସେଥିରେ କୌଣସି ସମସ୍ୟା ଅଛି କି ନାହିଁ ତାହା ଚିହ୍ନଟ କରିବାରେ ଏହି ପରୀକ୍ଷା ସହାୟକ ହୋଇଥାଏ ।

 

୩. ସିମେଣ୍ଟର ସାଉଣ୍ଡନେସ୍ ଟେଷ୍ଟ ପାଇଁ କେଉଁ ସାଧନ ବ୍ୟବହାର କରାଯାଇଥାଏ?

ଲୁ ଶାତଲିୟେ ପରୀକ୍ଷା ପାଇଁ, ଆମେ ଲି ଶାତଲିୟେଜ୍ ଆପାରାଟସ୍ ନାମକ ଏକ ସାଧନ ବ୍ୟବହାର କରିଥାଉ । ଏହା ଏକ ସରଳ ଉପକରଣ ଅଟେ ଯାହା ଏକ ଛୋଟ ପିତ୍ତଳ ସିଲିଣ୍ଡର ଭଳି ଦେଖାଯାଇଥାଏ ଓ ଏଥିରେ ଅନ୍ୟ କେତୋଟି ଅନ୍ୟାନ୍ୟ ଯନ୍ତ୍ରାଂଶ ସଂଲଗ୍ନ ରହିଥାଏ । ଏହି ଉପକରଣଟି ସିମେଣ୍ଟର ପ୍ରସାରଣକ୍ଷମତାକୁ ମାପିବାରେ ସହାୟକ ହୋଇଥାଏ, ଏବଂ ସିମେଣ୍ଟକୁ ବ୍ୟବହାର କରାଗଲେ ନିର୍ମାଣ କାର୍ଯ୍ୟରେ କୌଣସି ସମସ୍ୟା ଦେଖାଯିବ କି ନାହିଁ ତାହା ଆମକୁ ଜଣାଇଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....