ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ପରମିଟ୍ ଏବଂ ନିୟାମକ ମଞ୍ଜୁରୀ ପାଇଁ ମୂଲ୍ୟ ଆକଳନକୁ ବୁଝନ୍ତୁ

ଆପଣ କେବଳ ଥରେ ଆପଣଙ୍କ ଘର ନିର୍ମାଣ କରିଥାନ୍ତି ଏବଂ ତାହାକୁ ଠିକ୍ ଭାବେ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁମତି ଏବଂ ନିୟାମକ କ୍ଲିୟରାନ୍ସ ପାଇଁ ମୂଲ୍ୟ ଆକଳନର ମହତ୍ତ୍ୱ ବୁଝିବାରେ ଆମେ ଆପଣଙ୍କୁ ସାହାଯ୍ୟ କରିବୁ ଏବଂ ଏହି ପଦକ୍ଷେପଗୁଡ଼ିକ କିପରି ଆପଣଙ୍କ ଘର ପାଇଁ ଏକ ସୁଗମ ଏବଂ ଆଇନଗତ ଅନୁପାଳନ ପ୍ରକ୍ରିୟା ନିଶ୍ଚିତ କରିଥାଏ ତାହା ଆମେ ବ୍ୟାଖ୍ୟା କରିବୁ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ଏକ ସୁଗମ ଗୃହ ନିର୍ମାଣ ପ୍ରକ୍ରିୟା ପାଇଁ ଅନୁମତି ଏବଂ ନିୟାମକ ମଞ୍ଜୁରୀ ପାଇଁ ସଠିକ୍ ମୂଲ୍ୟ ଆକଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

     

  • ଅନୁମତି ପାଇଁ ଆଗୁଆ ବଜେଟ୍ ପ୍ରସ୍ତୁତି ଅପ୍ରତ୍ୟାଶିତ ଖର୍ଚ୍ଚକୁ ଏଡାଇବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ପ୍ରକଳ୍ପ ଟ୍ରାକରେ ରହିବାକୁ ସୁନିଶ୍ଚିତ କରେ ।

     

  • ବିଳମ୍ବ ଏବଂ ଅତିରିକ୍ତ ଖର୍ଚ୍ଚକୁ ରୋକିବା ପାଇଁ ଲୁକ୍କାୟିତ ଖର୍ଚ୍ଚଗୁଡ଼ିକୁ ଅଣଦେଖା କରିବା ଏବଂ ସମୟସୀମାକୁ ହେୟଜ୍ଞାନ କରିବା ଭଳି ସାଧାରଣ ଭୁଲରୁ ଦୂରେଇ ରୁହନ୍ତୁ ।

     

  • ସଠିକ୍ ଯୋଜନା ଏବଂ ସଠିକ୍ ଅନୁମୋଦନ ସୁନିଶ୍ଚିତ କରିବା ଆପଣଙ୍କ ଗୃହ ନିର୍ମାଣ ଯାତ୍ରା ପାଇଁ ଏକ ଦୃଢ ମୂଳଦୁଆ ପକାଇଥାଏ ।



ଏକ ଘରର ନିର୍ମାଣ କରିବା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ସେ ବାବଦରେ ସବୁକିଛି ଠିକ୍ ଅଛି ବୋଲି ନିଶ୍ଚିତ କରିବା ଜରୁରୀ । ଏହି ପ୍ରକ୍ରିୟାରେ କେବଳ ଡିଜାଇନ୍ ଏବଂ ନିର୍ମାଣ ଠାରୁ ଅଧିକ ଦିଗଗୁଡ଼ିକ ଜଡିତ ରହିଥାଏ - ଏହା ନିୟାମକ କ୍ଲିୟରାନ୍ସ ଏବଂ ଅନୁମତି ଆବଶ୍ୟକ କରେ ଯାହା ପ୍ରକଳ୍ପର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ । ଉପଯୁକ୍ତ ଅନୁମୋଦନ ବିନା, ଆପଣଙ୍କ ପ୍ରକଳ୍ପ ବିଳମ୍ବ ହୋଇପାରେ କିମ୍ବା ବନ୍ଦ ହୋଇପାରେ ।

ପରମିଟ୍ ଏବଂ ନିୟାମକ କ୍ଲିୟରାନ୍ସର ମୂଲ୍ୟ ଆକଳନକୁ ବୁଝିବା ପ୍ରକ୍ରିୟାର ଏକ ପ୍ରମୁଖ ଅଂଶ ହୋଇଥାଏ । ଯେହେତୁ ଆପଣ ନିଜ ଘର ନିର୍ମାଣ ପାଇଁ କେବଳ ଗୋଟିଏ ସୁଯୋଗ ପାଆନ୍ତି, ଏହି ପ୍ରକ୍ରିୟାକୁ ସଠିକ୍ ଭାବରେ ପରିଚାଳନା କରିବା ଦ୍ୱାରା ଆପଣ ଭବିଷ୍ୟତରେ ଅଯଥା ବ୍ୟୟବହୁଳ ବିଳମ୍ବ ଏବଂ ବିଫଳତାରୁ ବର୍ତ୍ତିପାରିବେ ଏବଂ ଜଟିଳତାଗୁଡ଼ିକୁ ଏଡାଇପାରିବେ ।

 

 


ପରମିଟ୍ ଏବଂ ନିୟାମକ ମଞ୍ଜୁରୀ ପାଇଁ ଅନୁମୋଦନ ହାସଲ କରିବା

ଅନୁମତି ଏବଂ ନିୟାମକ ମଞ୍ଜୁରୀ ପାଇଁ ମୂଲ୍ୟ ଆକଳନ ଆପଣଙ୍କ ସାମଗ୍ରିକ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ତେଣୁ ଅନୁମୋଦନ ପ୍ରକ୍ରିୟାର ପ୍ରତ୍ୟେକ ପଦକ୍ଷେପକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସଠିକ୍ ଅନୁମୋଦନ ପାଇବା ନିଶ୍ଚିତ କରେ ଯେ ଆପଣଙ୍କର ଗୃହ ନିର୍ମାଣ ଯାତ୍ରା ଏକ ଦୃଢ ମୂଳଦୁଆ ଉପରେ ପର୍ଯ୍ୟବସିତ ଅଛି । ଏହି ପ୍ରକ୍ରିୟାକୁ ଯତ୍ନର ସହ ପରିଚାଳନା କରି, ଆପଣ ନିଜ ଘରର ଆଇନଗତ ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱ ଗ୍ରହଣ କରନ୍ତି, ଯାହା ପରବର୍ତ୍ତୀ ସମୟରେ ଆପଣଙ୍କର ଆର୍ଥିକ ବିନିଯୋଗ ଏବଂ ମାନସିକ ଶାନ୍ତିକୁ ସୁରକ୍ଷା ଦେଇଥାଏ । ଏହି ଅନୁମୋଦନ ପାଇବା ପାଇଁ କେମିତି ଆଗକୁ ବଢ଼ିବେ ତାହା ତଳେ ବ୍ୟାଖ୍ୟା କରାଯାଇଛି:



ସୋପାନ ୧: ଆବେଦନ ଫର୍ମ ହାସଲ କରିବା

ପ୍ରଥମ ପଦକ୍ଷେପ ହେଉଛି ନିର୍ମାଣ ଅନୁମତି ଏବଂ ନିୟାମକ ମଞ୍ଜୁରୀ ପାଇଁ ଆବଶ୍ୟକ ଆବେଦନ ଫର୍ମ ହାସଲ କରିବା । ଏହି ଫର୍ମଗୁଡିକ ସ୍ଥାନୀୟ ମ୍ୟୁନିସିପାଲିଟି କିମ୍ବା ବିଲଡିଂ କର୍ତ୍ତୃପକ୍ଷଙ୍କଠାରୁ ପ୍ରାପ୍ତ କରାଯାଇପାରିବ । ଆପଣଙ୍କ ଅବସ୍ଥାନ ଉପରେ ନିର୍ଭର କରି, ଆପଣଙ୍କୁ ଜୋନିଂ, ପରିବେଶ କ୍ଲିୟରାନ୍ସ, ସୁରକ୍ଷା ଯାଞ୍ଚ ଏବଂ ନିର୍ମାଣ ଅନୁମତି ପାଇଁ ଫର୍ମ ପୂରଣ କରିବାକୁ ପଡିପାରେ । ଅନୁମୋଦନ ପ୍ରକ୍ରିୟାରେ ବିଳମ୍ବକୁ ଏଡାଇବା ପାଇଁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଆଗୁଆ ସଂଗ୍ରହ କରିବା ଜରୁରୀ ଅଟେ ।

 

ସୋପାନ ୨: ଫର୍ମ ପୂରଣ କରିବା ଏବଂ ଡକ୍ୟୁମେଣ୍ଟ ଦାଖଲ କରିବା

ଆବେଦନ ଫର୍ମ ହାସଲ କରିବା ପରେ, ପରବର୍ତ୍ତୀ ପଦକ୍ଷେପ ହେଉଛି ସେଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ପୂରଣ କରିବା । ନିଶ୍ଚିତ କରନ୍ତୁ ଯେ ସେଥିରେ ଆପଣଙ୍କ ପ୍ରୋଜେକ୍ଟ ବିଷୟରେ ସମସ୍ତ ଆବଶ୍ୟକୀୟ ବିବରଣୀ ଅନ୍ତର୍ଭୂକ୍ତ ହୋଇଛି । କୌଣସି ସୂଚନାକୁ ଛାଡ଼ିବା କିମ୍ବା ଭୁଲ୍ ସୂଚନା ଦେବା ବିଳମ୍ବର କାରଣ ସାଜିପାରେ । ଫର୍ମ ସହିତ, ଆପଣଙ୍କୁ ସ୍ଥାପତ୍ୟ ଯୋଜନା, ଜମି ମାଲିକାନା ରେକର୍ଡ, ପରିବେଶ ମଞ୍ଜୁରି ପ୍ରମାଣପତ୍ର, କିମ୍ବା ଠିକାଦାରଙ୍କ ପରିଚୟପତ୍ରର ପ୍ରମାଣ ଭଳି ଅତିରିକ୍ତ ଦସ୍ତାବିଜ ଦାଖଲ କରିବାକୁ ପଡ଼ିପାରେ । ନିଶ୍ଚିତ କରନ୍ତୁ ଯେ ଦାଖଲ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଆପଣଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅଛି ।

 

ସୋପାନ ୩: ଦେୟ ପରିଶୋଧ

ଥରେ ଫର୍ମ ପୂରଣ ହୋଇଗଲେ ଏବଂ ଦସ୍ତାବିଜ ଦାଖଲ ହୋଇଗଲେ, ଆପଣଙ୍କୁ ସାଧାରଣତଃ ଆପଣଙ୍କ ପରମିଟ୍ ଆବେଦନ ପାଇଁ କିଛି ଶୁଳ୍କ ଦେବାକୁ ପଡ଼ିବ । ଆପଣ କେଉଁ ପ୍ରକାର କ୍ଲିୟରାନ୍ସ ଆବଶ୍ୟକ କରୁଛନ୍ତି ଏବଂ ପ୍ରକଳ୍ପର ମାପକାଠି ଉପରେ ନିର୍ଭର କରି ଏହି ଶୁଳ୍କ ଭିନ୍ନ ହୋଇଥାଏ । ପରବର୍ତ୍ତୀ ସମୟରେ କୌଣସି ଅପ୍ରତ୍ୟାଶିତ ଘଟଣା ନହେବା ସୁନିଶ୍ଚିତ କରିବା ପାଇଁ ଏହି ଖର୍ଚ୍ଚଗୁଡ଼ିକ ପାଇଁ ବଜେଟ୍ କରିବା ଜରୁରୀ । ଆପଣଙ୍କ ପ୍ରକଳ୍ପର ସ୍ଥାନ, କୋଠାର ପ୍ରକାର ଏବଂ ଜଟିଳତା ଉପରେ ଆଧାର କରି ବିଭିନ୍ନ ପରମିଟ୍ ପାଇଁ ଭିନ୍ନ ଭିନ୍ନ ଶୁଳ୍କ ରହିପାରେ ।

 

ଆପଣଙ୍କ ନିର୍ମାଣର ପ୍ରକୃତି ଉପରେ ନିର୍ଭର କରି ପରମିଟ୍ ବ୍ୟାପକ ଭାବରେ ଭିନ୍ନ ହୋଇପାରେ । ସାଧାରଣ ପ୍ରକାରର ପରମିଟ୍ ମଧ୍ୟରେ ଜୋନିଂ ପରମିଟ୍, ବିଲ୍ଡିଂ ପରମିଟ୍, ସୁରକ୍ଷା ଯାଞ୍ଚ ଏବଂ ପରିବେଶ କ୍ଲିୟରାନ୍ସ ଅନୁମତି ଅନ୍ତର୍ଭୁକ୍ତ । ଏଗୁଡ଼ିକ ମଧ୍ୟରୁ ପ୍ରତ୍ୟେକର ଏହାର ସମ୍ବନ୍ଧିତ ଶୁଳ୍କ ରହିଛି, ଏବଂ ଆପଣଙ୍କ ଅବସ୍ଥାନ ଏବଂ ଆପଣଙ୍କ ପ୍ରକଳ୍ପର ନିର୍ଦ୍ଦିଷ୍ଟତା ଉପରେ ଆଧାର କରି ଖର୍ଚ୍ଚ ଭିନ୍ନ ହୋଇପାରେ । ଉଦାହରଣ ସ୍ୱରୂପ, ଆବାସିକ ନିର୍ମାଣ ପାଇଁ ବାଣିଜ୍ୟିକ ପ୍ରକଳ୍ପ ଅପେକ୍ଷା କମ୍ ଅନୁମତି ଆବଶ୍ୟକ ହୋଇପାରେ, କିନ୍ତୁ ପ୍ରତ୍ୟେକ ସହିତ ଜଡିତ ଶୁଳ୍କ ଯଥେଷ୍ଟ ଭିନ୍ନ ହୋଇପାରେ । ଏହି ପ୍ରକାରର ଅନୁମତିଗୁଡ଼ିକୁ ବୁଝିବା ଆପଣଙ୍କୁ ଆପଣଙ୍କ ନିର୍ମାଣ ପ୍ରକଳ୍ପର ଖର୍ଚ୍ଚକୁ ଭଲ ଭାବରେ ଆକଳନ କରିବାକୁ ଅନୁମତି ଦେବ ।

 

ସୋପାନ ୪: ସାଇଟର ଯାଞ୍ଚ ଓ ତଦାରଖ

ଆପଣଙ୍କର ଆବେଦନ ଦାଖଲ କରିବା ଏବଂ ଆବଶ୍ୟକ ଶୁଳ୍କ ପୈଠ କରିବା ପରେ, ଆପଣଙ୍କର ଆବେଦନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କରାଯିବ । ଆପଣଙ୍କର ପ୍ରସ୍ତାବିତ କୋଠା ସମସ୍ତ ନିୟମାବଳୀ ଏବଂ ସଂହିତା (କୋଡ୍) ପାଳନ କରୁଛି କି ନାହିଁ ଯାଞ୍ଚ କରିବା ପାଇଁ ସାଇଟର ଯାଞ୍ଚ ଲାଗି ଏକ ସମୟ ଧାର୍ଯ୍ୟ କରାଯାଇପାରେ । ନିରୀକ୍ଷକମାନେ ସ୍ଥାନ, ଆପଣଙ୍କ ନିର୍ମାଣର ପରିବେଶ ପ୍ରଭାବ ଏବଂ ପ୍ରସ୍ତାବିତ ଯୋଜନାଗୁଡ଼ିକର ସାମଗ୍ରିକ ନିରାପତ୍ତା ଯାଞ୍ଚ କରିବେ । ତଦାରଖରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣଙ୍କ ସାଇଟ୍ ସମସ୍ତ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ।

 

ସୋପାନ ୫: ଆନୁମାନିକ ସମୟସୀମା

ଯାଞ୍ଚ ସମାପ୍ତ ହେବା ପରେ, କର୍ତ୍ତୃପକ୍ଷ ଆବଶ୍ୟକ ଅନୁମୋଦନ ପ୍ରଦାନ କରିବା ପୂର୍ବରୁ ସମସ୍ତ ଦସ୍ତାବିଜର ସମୀକ୍ଷା ଏବଂ ମୂଲ୍ୟାୟନ କରିବେ । ଆପଣଙ୍କ ପ୍ରକଳ୍ପର ଜଟିଳତା ଏବଂ ଅନୁମୋଦିତ ଏଜେନ୍ସିର କାର୍ଯ୍ୟଭାର ଉପରେ ନିର୍ଭର କରି, ଏହି ପ୍ରକ୍ରିୟା ଅନେକ ସପ୍ତାହ ନେଇପାରେ । ଆପଣଙ୍କ ଅନୁମୋଦନଗୁଡିକ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଏକ ଆନୁମାନିକ ସମୟ ସୀମା ପ୍ରଦାନ କରାଯିବ। କୌଣସି ଅନାବଶ୍ୟକ ବିଳମ୍ବକୁ ଏଡାଇବା ପାଇଁ ସମୟସୀମା ଉପରେ ନଜର ରଖନ୍ତୁ ଏବଂ ଏଜେନ୍ସି ସହିତ ନିୟମିତ ଯୋଗାଯୋଗରେ ରୁହନ୍ତୁ ।

 

ଅନୁମତି ଏବଂ ନିୟାମକ ମଞ୍ଜୁରୀ ପାଇଁ ମୂଲ୍ୟ ଆକଳନ: ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

ଅନୁମତି ଏବଂ ନିୟାମକ ମଞ୍ଜୁରୀ ପାଇଁ ମୂଲ୍ୟ ଆକଳନ ହେଉଛି ଆପଣଙ୍କର ସାମଗ୍ରିକ ନିର୍ମାଣ ବଜେଟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯଦିଓ ପ୍ରକୃତ ନିର୍ମାଣ ଖର୍ଚ୍ଚ ଆପଣଙ୍କର ପ୍ରାଥମିକ ଧ୍ୟାନ ହୋଇପାରେ, ଅନୁମତି ଏବଂ କ୍ଲିୟରାନ୍ସ ପାଇବା ସହିତ ଜଡିତ ଖର୍ଚ୍ଚ ଆପଣଙ୍କ ପ୍ରକଳ୍ପର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ପ୍ରଭାବିତ କରିପାରେ । ଏହି ଖର୍ଚ୍ଚଗୁଡ଼ିକ ବିଭିନ୍ନ କାରଣ ଉପରେ ନିର୍ଭରଶୀଳ ହୋଇଥାଏ, ଯେପରିକି - ଆପଣଙ୍କ କୋଠାର ଆକାର ଏବଂ ଜଟିଳତା, ଆପଣଙ୍କ ପ୍ରକଳ୍ପର ଅବସ୍ଥାନ ଏବଂ ଆବଶ୍ୟକ ଅନୁମତିର ପ୍ରକାର ।



ପରମିଟ୍ ଏବଂ ନିୟାମକ କ୍ଲିୟରାନ୍ସ ପାଇଁ ମୂଲ୍ୟକୁ ସଠିକ୍ ଭାବରେ ଆକଳନ କରିବାରେ ଆବଶ୍ୟକ ଶୁଳ୍କ, କୌଣସି ଯାଞ୍ଚ ଏବଂ ସମ୍ଭାବ୍ୟ ପ୍ରଶାସନିକ ଖର୍ଚ୍ଚ ବୁଝିବା ଭଳି ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଆପଣଙ୍କ ଅବସ୍ଥାନ ଉପରେ ନିର୍ଭର କରି, ମୂଲ୍ୟ ବ୍ୟାପକ ଭାବରେ ଭିନ୍ନ ହୋଇପାରେ ।  

 

ଖର୍ଚ୍ଚ ବିଷୟରେ ଆଗୁଆ ଜାଣିବା ଆପଣଙ୍କୁ ଭଲ ଯୋଜନା କରିବାକୁ ଏବଂ ଅପ୍ରତ୍ୟାଶିତ ଖର୍ଚ୍ଚକୁ ଏଡାଇବା ପାଇଁ ଅନୁମତି ଦେଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ପ୍ରୋଜେକ୍ଟ ସମୟରେ କୌଣସି ବ୍ୟାଘାତ ଘଟିବ ନାହିଁ, ଏହା ସୁନିଶ୍ଚିତ କରିଥାଏ ଯେ ଆପଣଙ୍କର ନିର୍ମାଣ ସୁରୁଖୁରୁରେ ଚାଲିବ ଏବଂ ବଜେଟ୍ ମଧ୍ୟରେ ରହିବ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେପରି ଆପଣ ନିଜ ଘରର ମୂଳଦୁଆ ସାମଗ୍ରୀ ଉପରେ କେବେ ମଧ୍ୟ ସାଲିସ କରିବେ ନାହିଁ, ସେହିପରି ପରମିଟ୍ ଏବଂ କ୍ଲିୟରାନ୍ସ ପାଇଁ ମଧ୍ୟ ଆପଣ ନିଜ ବଜେଟରେ ସାଲିସ କରିବା ଉଚିତ୍ ନୁହେଁ ।  

ଆପଣ କାହିଁକି ଆପଣଙ୍କର ଅନୁମତି ଛାଡିବା କିମ୍ବା ବିଳମ୍ବ କରିବା ଉଚିତ୍ ନୁହେଁ

ଆବଶ୍ୟକ ଅନୁମତି ହାସଲ କରିବାରେ ବିଫଳ ହେବା କିମ୍ବା ପ୍ରକ୍ରିୟାରେ ବିଳମ୍ବ କରିବାର ପରିଣତି ଗମ୍ଭୀର ହୋଇପାରେ । ଯଦି ଆପଣ ଅତ୍ୟାବଶ୍ୟକ ଅନୁମତି ହାସଲ କରନ୍ତି ନାହିଁ କିମ୍ବା ସମୟସୀମାରେ ତାହା ପ୍ରାପ୍ତ କରିବା ହାତଛଡ଼ା କରନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା, ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିପାରେ ନ ହେଲେ ହୁଏତ ଆପଣଙ୍କ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବାକୁ ପଡ଼ିପାରେ । କେତେକ କ୍ଷେତ୍ରରେ, ଆପଣ ନିୟାମକ ଆବଶ୍ୟକତା ପାଳନ ନକରିବା ପର୍ଯ୍ୟନ୍ତ ଆପଣଙ୍କ ପ୍ରକଳ୍ପକୁ ସ୍ଥଗିତ ରଖାଯାଇପାରେ । ଏହି ମହଙ୍ଗା ପ୍ରତିକ୍ରିୟାକୁ ଏଡାଇବା ପାଇଁ, ପରମିଟ୍ ଆବେଦନକୁ ଅଗ୍ରାଧିକାର ଦେବା ଏବଂ ସମସ୍ତ କାଗଜପତ୍ର ଦାଖଲ ଏବଂ ଠିକ୍ ସମୟରେ ଅନୁମୋଦିତ ହେବା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  

 

ପରମିଟ୍ ଏବଂ ନିୟାମକ କ୍ଲିୟରାନ୍ସ ପାଇଁ ଖର୍ଚ୍ଚ ଗଣନା ସମୟରେ ନିମ୍ନଲିଖିତ ତ୍ରୁଟିଗୁଡ଼ିକୁ ଏଡ଼ାନ୍ତୁ

ପରମିଟ୍ ଏବଂ ନିୟାମକ କ୍ଲିୟରାନ୍ସ ପାଇଁ ଖର୍ଚ୍ଚ ଗଣନା କଷ୍ଟସାଧ୍ୟ ହୋଇଚ୍ଚ ଏବଂ ତ୍ରୁଟି ଅନାବଶ୍ୟକ ବିଳମ୍ବ ଏବଂ ଖର୍ଚ୍ଚର କାରଣ ହୋଇପାରେ । ଏହି ଖର୍ଚ୍ଚର ଆକଳନ କରିବା ସମୟରେ ଆପଣ ନିମ୍ନଲିଖିତ ଭୁଲତ୍ରୁଟିଗୁଡ଼ିକୁ ଏଡ଼ାଇବା ବାଞ୍ଛନୀୟ:



୧. ଲୁକ୍କାୟିତ ଦେୟଗୁଡ଼ିକୁ ଅଣଦେଖା କରିବା

ଅନେକ ଲୋକ ଛୋଟ ଶୁଳ୍କକୁ ଅଣଦେଖା କରନ୍ତି, ଯାହା ଆଖି ପିଛୁଳାକେ ଯୋଡ଼ି ହୋଇ ବଡ଼ ଆକାରର ଖର୍ଚ୍ଚରେ ପରିଣତ ହୋଇପାରେ । ଉଦାହରଣ ସ୍ୱରୂପ, ପ୍ରାରମ୍ଭିକ ଗଣନା ସମୟରେ ଯାଞ୍ଚ ଶୁଳ୍କ, ବିଳମ୍ବିତ ଦେୟ ଜରିମାନା, କିମ୍ବା ଅଧିକ ଜଟିଳ ଅନୁମତି ପାଇଁ ଅତିରିକ୍ତ ଖର୍ଚ୍ଚ ସହଜରେ ଅଲକ୍ଷ୍ୟରେ ରହିଯାଇପାରେ ।  

୨. ନିୟାମକ ଆବଶ୍ୟକତାରେ ହୋଇଥିବା ପରିର୍ତ୍ତନଗୁଡ଼ିକୁ ଅଣଦେଖା କରିବା

ନିୟମାବଳୀ ବଦଳିପାରେ । ଆଇନ ଉପରେ ହୋଇଥିବା ଏପରି ସମସ୍ତ ପରିବର୍ତ୍ତନଗୁଡ଼ିକୁ ଜାଣିରଖିବା ଜରୁରୀ ଅଟେ ଯାହା ଆପଣଙ୍କ ମୂଲ୍ୟ ଆକଳନକୁ ପ୍ରଭାବିତ କରିପାରେ । ସ୍ଥାନୀୟ ଜୋନିଂ ଆଇନ କିମ୍ବା ବିଲ୍ଡିଂ କୋଡରେ ପରିବର୍ତ୍ତନ ଆପଣଙ୍କ ପ୍ରକଳ୍ପରେ ଅପ୍ରତ୍ୟାଶିତ ଖର୍ଚ୍ଚ ଯୋଗ କରିପାରେ । ଆପଣଙ୍କର ଆକଳନ ସାମ୍ପ୍ରତିକ ଆବଶ୍ୟକତା ସହିତ ସୁସଙ୍ଗତ ଅଛି କି ନାହିଁ ତାହା ନିଶ୍ଚିତ କରିବାକୁ ସର୍ବଦା ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ବୁଝିନିଅନ୍ତୁ ।  

୩. ସମୟସୀମାକୁ ହେୟଜ୍ଞାନ କରିବା

ଅନେକ କ୍ଷେତ୍ରରେ, ଲୋକମାନେ ଅନୁମୋଦନ ପାଇବା ପାଇଁ ଆବଶ୍ୟକ ସମୟର ପରିମାଣକୁ କମ୍ ଆକଳନ କରନ୍ତି । ଅପ୍ରତ୍ୟାଶିତ ତଦାରଖ କିମ୍ବା ବର୍ଦ୍ଧିତ ଯାଞ୍ଚ ହେତୁ ବିଳମ୍ବ ହୋଇପାରେ । ସମ୍ଭାବ୍ୟ ବିଫଳତାକୁ ଧ୍ୟାନରେ ରଖି ଅତିରିକ୍ତ ସମୟ ନିର୍ମାଣ କରିବା ବୁଦ୍ଧିମାନର କାର୍ଯ୍ୟ, ବିଶେଷକରି ଯେତେବେଳେ ନିୟାମକ ସଂସ୍ଥା ବହୁଗୁଡ଼ିଏ ଆବେଦନର କାର୍ଯ୍ୟଭାର ସହ ଯୁଝୁଥିବ ।  

୪. ଠିକାଦାରଙ୍କ ଖର୍ଚ୍ଚକୁ ବିଚାରକୁ ନ ନେବା

ସଠିକ୍ କଣ୍ଟ୍ରାକ୍ଟରଙ୍କ ନିୟୋଜନ ବାବଦୀୟ ଖର୍ଚ୍ଚ ମଧ୍ୟ ଅନୁମୋଦନ ପାଇବାରେ ଏକ ଭୂମିକା ଗ୍ରହଣ କରିଥାଏ । ଜଣେ ଦକ୍ଷ କଣ୍ଟ୍ରାକ୍ଟର ଯିଏ ପରମିଟ୍ ଏବଂ ନିୟାମକ କ୍ଲିୟରାନ୍ସ ପାଇଁ ଆବଶ୍ୟକତା ବୁଝନ୍ତି, ସେ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ, ଅନାବଶ୍ୟକ ସଂଶୋଧନ କିମ୍ବା ପୁନଃଦାଖଲ ପାଇଁ ଖର୍ଚ୍ଚ ଏବଂ ସମୟ ହ୍ରାସ କରିପାରିବେ ।  

ଏହି ସାଧାରଣ ଭୁଲଗୁଡ଼ିକୁ ଏଡାଇ ଆପଣ ଅନୁମତି ଏବଂ କ୍ଲିୟରାନ୍ସ ପାଇବାରେ ଜଡିତ ଖର୍ଚ୍ଚକୁ ଅଧିକ ସଠିକ୍ ଭାବରେ ଆକଳନ କରିବାକୁ ସମର୍ଥ ହେବେ । ଏହା କରିବା ଦ୍ୱାରା ଏହା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ ଯେ ଆପଣଙ୍କ ପ୍ରକଳ୍ପ ବ୍ୟୟବହୁଳ ବାଧା ବିନା ଆଗକୁ ବଢୁଛି ଏବଂ ଆପଣ ମଧ୍ୟ ଯେକୌଣସି ନିୟାମକ ଆବଶ୍ୟକତା ପାଇଁ ଭଲ ଭାବରେ ପ୍ରସ୍ତୁତ ରହିବେ ।  



ଆପଣଙ୍କ ଘର ହେଉଛି ଆପଣଙ୍କର ପରିଚୟ ଏବଂ ଏହିଠାରେ ଆପଣଙ୍କର ଭବିଷ୍ୟତର ଆରମ୍ଭ ହୋଇଥାଏ, ତେଣୁ ଅନୁମତି ଏବଂ କ୍ଲିୟରାନ୍ସର ମୂଲ୍ୟକୁ ସଠିକ୍ ଭାବରେ ଆକଳନ କରିବାକୁ ସମୟ ନିଅନ୍ତୁ । ଉପଯୁକ୍ତ ପ୍ରସ୍ତୁତି ନିଶ୍ଚିତ କରେ ଯେ ଆପଣଙ୍କ ପ୍ରକଳ୍ପ ସୁରୁଖୁରୁରେ ଅଗ୍ରଗତି କରିବ, ଅପ୍ରତ୍ୟାଶିତ ଆର୍ଥିକ ପ୍ରତିବନ୍ଧକ ବିନା ବଜେଟରେ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇପାରିବ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ବିଲଡିଂ କ୍ଲିୟରାନ୍ସ କହିଲେ କ’ଣ ବୁଝାଯାଏ?

କ୍ଲିୟରାନ୍ସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ଅନୁମୋଦନକୁ ବୁଝାଏ ଯାହା ନିଶ୍ଚିତ କରେ ଯେ ଆପଣଙ୍କର ବିଲଡିଂ ପ୍ରୋଜେକ୍ଟ ସମସ୍ତ ଆଇନଗତ ଏବଂ ନିରାପତ୍ତା ମାନଦଣ୍ଡ ପୂରଣ କରୁଛି । ଏଥିରେ ଜୋନିଂ କ୍ଲିୟରାନ୍ସ, ନିର୍ମାଣ ଅନୁମତି ଏବଂ ପରିବେଶ ମଞ୍ଜୁରୀ ଅନ୍ତର୍ଭୁକ୍ତ ହୋଇପାରେ ।

 

୨. ମୁଁ କିପରି ନିୟାମକ କ୍ଲିୟରାନ୍ସ ମୂଲ୍ୟ ଆକଳନ କରିପାରିବି?

ନିୟାମକ ମଞ୍ଜୁରିର ମୂଲ୍ୟ ଆକଳନ କରିବା ପାଇଁ, ଆପଣଙ୍କୁ ଆବେଦନ ଶୁଳ୍କ, ଯାଞ୍ଚ ଖର୍ଚ୍ଚ ଏବଂ ପ୍ରକଳ୍ପ ସହିତ ଜଡିତ ଅନ୍ୟ କୌଣସି ପ୍ରଶାସନିକ ଶୁଳ୍କ ଉପରେ ବିଚାର କରିବାକୁ ପଡିବ । ଅଧିକ ସଠିକ୍ ଆକଳନ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଶିଳ୍ପ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉପାଦେୟ ହୋଇଥାଏ ।

 

୩. ଆମେ ବିଲ୍ଡିଂର ମୂଲ୍ୟ କିପରି ଆକଳନ କରିବୁ?

ଏକ କୋଠା ପାଇଁ ମୂଲ୍ୟ ଆକଳନରେ ଶ୍ରମ, ସାମଗ୍ରୀ, ଅନୁମତି ଏବଂ ନିୟାମକ ମଞ୍ଜୁରୀ ସମେତ ନିର୍ମାଣର ସମସ୍ତ ଦିଗ ଗଣନା ଅନ୍ତର୍ଭୁକ୍ତ । ପ୍ରକଳ୍ପ ସମୟରେ ଅତ୍ୟଧିକ ଖର୍ଚ୍ଚକୁ ଏଡାଇବା ପାଇଁ ପ୍ରତ୍ୟେକ ବିବରଣୀକୁ ବିଚାରକୁ ନିଆଯିବା ଜରୁରୀ ।

 

୪. ଆକଳନ ଏବଂ ମୂଲ୍ୟ ନିର୍ଣ୍ଣୟ କରିବାର ଉଦ୍ଦେଶ୍ୟ କ'ଣ, ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ କାରକଗୁଡ଼ିକ ଆଲୋଚନା କରନ୍ତୁ?

ଏକ ନିର୍ମାଣ ପ୍ରକଳ୍ପ ପରିଚାଳନା ପାଇଁ ଆକଳନ ଏବଂ ଖର୍ଚ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉପଯୁକ୍ତ ମୂଲ୍ୟ ଆକଳନ ନିଶ୍ଚିତ କରେ ଯେ ଅପ୍ରତ୍ୟାଶିତ ଆର୍ଥିକ ବୋଝ ବିନା ପ୍ରକଳ୍ପ ସମାପ୍ତ କରିବା ପାଇଁ ଆପଣଙ୍କ ପାଖରେ ଆବଶ୍ୟକ ପାଣ୍ଠି ଅଛି । ସାମଗ୍ରୀ ମୂଲ୍ୟ, ଶ୍ରମ ହାର, ଅବସ୍ଥାନ ଏବଂ ନିୟାମକ କ୍ଲିୟରାନ୍ସ ଗୁରୁତ୍ୱପୂର୍ଣ୍ଣ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ભલામણ કરેલ વિડિઓઝ




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....