Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଢାଲୁଆ କିମ୍ବା ଅସମାନ ଭୂଭାଗ ଉପରେ ସ୍ଥିରତା ଯୋଗାଇବା ପାଇଁ ଷ୍ଟେପଡ୍ ଫୁଟିଙ୍ଗ୍ ଆଦର୍ଶ ହୋଇଥାଏ ।
ସେଗୁଡ଼ିକ ମାଟିର ଅସମନା ଦବିବାକୁ ପ୍ରତିରୋଧ କରିବା ସହ ଢାଞ୍ଚାଗତ କ୍ଷତିର ଆଶଙ୍କାକୁ ହ୍ରାସ କରିଥାଏ ।
ଷ୍ଟେପଡ୍ ଫୁଟିଙ୍ଗ୍ ଗୁଡ଼ିକ ବିଲଡିଂର ଭାରକୁ ବିଭିନ୍ନ ଭୂସ୍ତରରେ ସମାନ ଭାବେ ବଣ୍ଟନ କରିଥାଏ ।
ଜମିକୁ ବ୍ୟାପକ ଭାବେ ସମତଳ କରାଯିବାର ପ୍ରକ୍ରିୟା ତୁଳନାରେ ଏହି ଫୁଟିଙ୍ଗ୍ ଗୁଡ଼ିକ ଅଧିକ ଖର୍ଚ୍ଚ-ସାଶ୍ରୟୀ ହୋଇଥାଏ ।
ନିର୍ମାଣ ପ୍ରକ୍ରିୟାରେ ସାଇଟ୍ ମୂଲ୍ୟାୟନ, ଯତ୍ନଶୀଳ ଯୋଜନା, ଖନନ, ସୁଦୃଢ଼ୀକରଣ ବା ରିଇନଫୋର୍ସମେଣ୍ଟ ଏବଂ କିଓରିଂ କାର୍ଯ୍ୟ ଅନ୍ତର୍ଭୁକ୍ତ ହୋଇଥାଏ ।
ଆବାସିକଠାରୁ ଆରମ୍ଭ କରି ବାଣିଜ୍ୟିକ କୋଠା ପର୍ଯ୍ୟନ୍ତ ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ଷ୍ଟେପଡ୍ ଫୁଟିଙ୍ଗ୍ ଫାଉଣ୍ଡେସନ୍ ବ୍ୟବହାର କରାଯାଇପାରିବ ।
ଷ୍ଟେପଡ୍ ଫୁଟିଙ୍ଗ୍ ର ଶକ୍ତି ଏବଂ ସ୍ଥାୟିତ୍ୱ ପାଇଁ କଂକ୍ରିଟର ଉପଯୁକ୍ତି କିଓରିଂ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଷ୍ଟେପଡ୍ ଫୁଟିଙ୍ଗ୍ ହେଉଛି ସ୍ୱତନ୍ତ୍ର ଫାଉଣ୍ଡେସନ ଯାହାକୁ ଭୂ-ସ୍ତରରେ ରହିଥିବା ଅସମାନତାର ମୁକାବିଲା କରିବା ପାଇଁ ଡିଜାଇନ୍ କରାଯାଇଥାଏ । ସେଗୁଡ଼ିକୁ ସୋପାନ ଆକାରରେ ନିର୍ମାଣ କରାଯାଏ, ଯାହାଦ୍ୱାରା ଅସମାନ କିମ୍ବା ଢାଲୁଆ ଭୂଭାଗରେ ଏକ ସ୍ଥିର ଆଧାର ମିଳିପାରିଥାଏ । ଆହ୍ୱାନପୂର୍ଣ୍ଣ ଭୂଦୃଶ୍ୟରେ ନିର୍ମିତ ହୋଇଥିବା କୋଠାଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ଷ୍ଟେପ୍ ଫୁଟିଙ୍ଗ୍ ଡିଜାଇନ୍ ଅତ୍ୟାବଶ୍ୟକ ହୋଇଥାଏ ।
ନିର୍ମାଣ କାର୍ଯ୍ୟରେ ଷ୍ଟେପଡ୍ ଫୁଟିଙ୍ଗ୍ ଡିଟେଲ୍ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେଗୁଡ଼ିକୁ ଫାଉଣ୍ଡେସନର ସଂଯୋଜନା ଏବଂ ସ୍ତରକୁ ସୁନିଶ୍ଚିତ କରିଥାଏ, ଢାଞ୍ଚାଗତ କ୍ଷତିର କାରଣ ସାଜୁଥିବା ଅସମାନ ଦବିବାକୁ ପ୍ରତିରୋଧ କରିଥାଏ । ଷ୍ଟେପଡ୍ ଫୁଟିଙ୍ଗ୍ ଗୁଡ଼ିକର ସବିଶେଷ ଯୋଜନା ଦ୍ୱାରା ଅସମାନ ଭୂଭାଗରେ ଭାରର ସମାନ ବଣ୍ଟନରେ ସହାୟତା ମିଳିଥାଏ ଏବଂ କୋଠାର ସ୍ଥିରତା ବଜାୟ ରହିପାରେ ।
ଷ୍ଟେପଡ୍ ଫୁଟିଙ୍ଗ୍ ଢାଲୁଆ ଅଥବା ଅସମାନ ଜମିରେ ଏକ ସ୍ଥିର ଫାଉଣ୍ଡେସନ ଯୋଗାଇବା ସହ କୋଠାଗୁଡ଼ିକ ଯେପରି ସମତଳ ଓ ସୁରକ୍ଷିତ ରୁହେ ତାହା ସୁନିଶ୍ଚିତ କରିଥାଏ । ଏହାଦ୍ୱାରା ଶିଫ୍ଟିଂ ବା ସେଟଲିଂ ଭଳି ସମସ୍ୟା ପ୍ରତିରୋଧ ହୋଇଥାଏ । କୋଠାଗୁଡ଼ିକୁ ସିଧାସଳଖ ଏକ ଢାଲୁଆ ଜମି ଉପରେ ନିର୍ମାଣ କରାଯାଇଥିଲେ ଏପରି ସମସ୍ୟା ଦେଖାଦେଇଥାଏ ।
ଖନନ କିମ୍ବା ମାଟି ଭରିବା ଭଳି ଜମିକୁ ସମତଳ କରିବାର ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ତୁଳନାରେ ଷ୍ଟେପଡ୍ ଫୁଟିଙ୍ଗ୍ ଏକ ଖର୍ଚ୍ଚ-ସାଶ୍ରୟୀ ସମାଧାନ ଅଟେ । ଏଥିପାଇଁ କମ୍ ସାମଗ୍ରୀ ଏବଂ କମ୍ ପରିଶ୍ରମ ଆବଶ୍ୟକ ହୋଇଥାଏ । ତେଣୁ, ବିଲ୍ଡର୍ସମାନଙ୍କ ପାଇଁ ତାହା ଅଧିକ ସୁଲଭ ହୋଇଥାଏ ।
ଜମିର ଢାଲୁପଣକୁ ଅନୁସରଣ କରି, ଷ୍ଟେପଡ୍ ଫୁଟିଙ୍ଗ୍ ବିଲଡିଂର ଭାରକୁ ସମଗ୍ର ଫାଉଣ୍ଡେସନରେ ସମାନ ରୂପେ ବଣ୍ଟନ କରିଥାଏ । ଭାର ସମାନ ଭାବେ ବଣ୍ଟିତ ହୋଇ ନ ଥିବା କାରଣରୁ ଦେଖାଦେଉଥିବା ଫାଟ ଏବଂ ଅସମାନ ସେଟଲିଂ ଭଳି ଢାଞ୍ଚାଗତ କ୍ଷତିର ଆଶଙ୍କାକୁ ଏହା ହ୍ରାସ କରିଥାଏ ।
ଛୋଟ ଆବାସିକ ଘରରୁ ଆରମ୍ଭ କରି ବୃହଦାକାୟ ବ୍ୟବସାୟିକ ଭବନ ପର୍ଯ୍ୟନ୍ତ ନାନାବିଧ ନିର୍ମାଣ ପ୍ରକଳ୍ପରେ ଷ୍ଟେପଡ୍ ଫୁଟିଂଙ୍ଗ୍ ଗୁଡ଼ିକୁ ବ୍ୟବହାର କରାଯାଇପାରିବ । ସମତଳ ଜମି ସୀମିତ ବା କମ୍ ଥିବା ପାହାଡ଼ିଆ ଓ ପାର୍ବତ୍ୟ ଅଞ୍ଚଳରେ ଏଗୁଡ଼ିକ ବିଶେଷ ରୂପେ ଉପାଦେୟ ହୋଇଥାଏ ।
ସର୍ବପ୍ରଥମେ ନିର୍ମାଣ ସ୍ଥଳ ବା ସାଇଟ୍ ର ମାଟିର ପ୍ରକାର ଏବଂ ଭାର ବହନ ସାମର୍ଥ୍ୟକୁ ମୂଲ୍ୟାୟନ କରନ୍ତୁ । ନିର୍ମାଣ କାର୍ଯ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରଖୁଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରନ୍ତୁ ।
ଷ୍ଟେପଡ୍ ଫୁଟିଙ୍ଗ୍ ରିଇନଫୋର୍ସମେଣ୍ଟର ବିବରଣୀ ଏବଂ ପରିମାପକୁ ରେଖାଙ୍କିତ କରୁଥିବା ଏକ ସବିସ୍ତୃତ ଡିଜାଇନ୍ ଯୋଜନା ତିଆରି କରନ୍ତୁ । ଏହି ଯୋଜନା ବା ପ୍ଲାନ୍ ଯେପରି ସ୍ଥାନୀୟ ବିଲଡିଂ କୋଡ୍ ଏବଂ ଇଞ୍ଜିନିୟରିଂ ମାନକର ଅନୁପାଳନ କରେ ତାହା ସୁନିଶ୍ଚିତ କରନ୍ତୁ ।
ଡିଜାଇନ୍ ଅନୁଯାୟୀ, ଲେ’ଆଉଟକୁ ଚିହ୍ନିତ କରି ଏବଂ ଭୂସମାନ୍ତର ଷ୍ଟେପ୍ ବା ସୋପାନ ବା ଟେରେସ୍ ତିଆରି କରି ଖନନ କାର୍ଯ୍ୟ ଆରମ୍ଭ କରନ୍ତୁ । ଫର୍ମୱାର୍କ ସ୍ଥାପନ ପାଇଁ ଯେପରି ଖନନ କାର୍ଯ୍ୟ ଉପଯୁକ୍ତ ଭାବେ ସମ୍ପାଦିତ ହୁଏ ତାହା ସୁନିଶ୍ଚିତ କରନ୍ତୁ ।
କଂକ୍ରିଟ୍ ସୋପାନଗୁଡ଼ିକୁ ନିଖୁଣ ଆକୃତି ଦେବା ପାଇଁ ଫର୍ମୱାର୍କ ସ୍ଥାପନ କରନ୍ତୁ । ମଜବୁତ ସାମଗ୍ରୀ ବ୍ୟବହାର କରନ୍ତୁ ଏବଂ ଫର୍ମୱାର୍କକୁ ସୁ-ସଂଯୋଜିତ କରନ୍ତୁ । ତାହାକୁ ଯେପରି ସହଜରେ କାଢ଼ିହେବ ସେଥିପାଇଁ ଏକ ରିଲିଜ୍ ଏଜେଣ୍ଟ ବ୍ୟବହାର କରନ୍ତୁ ।
ଷ୍ଟେପଡ୍ ଫୁଟିଙ୍ଗ୍ ଡିଜାଇନର ବିନିର୍ଦ୍ଦିଷ୍ଟତାକୁ ଅନୁସରଣ କରି ଫର୍ମୱାର୍କ ମଧ୍ୟରେ ରିଇନଫୋର୍ସମେଣ୍ଟ ଛଡ଼ ବା ବାର୍ ଲଗାନ୍ତୁ । ସ୍ପେଶର ସାହାଯ୍ୟରେ ଉପଯୁକ୍ତ ବ୍ୟବଧାନ ଓ କଭରେଜକୁ ସୁନିଶ୍ଚିତ କରନ୍ତୁ ଏବଂ ଏକ ନିରବଚ୍ଛିତ ଢାଞ୍ଚା ନିର୍ମାଣ ପାଇଁ ଛେଦଗୁଡ଼ିକୁ ବାନ୍ଧିଦିଅନ୍ତୁ ।
କଂକ୍ରିଟ୍ ମିଶ୍ରଣ ତିଆରି କରନ୍ତୁ ଏବଂ ତାହାକୁ ଫର୍ମୱାର୍କରେ ସବା ତଳ ସୋପାନରୁ ଆରମ୍ଭ କରି ଉପର ପର୍ଯ୍ୟନ୍ତ ଢାଳନ୍ତୁ । କଂକ୍ରିଟକୁ କମ୍ପାକ୍ଟ କରିବା ପାଇଁ ଏକ ଭାଇବ୍ରେଟର୍ ବ୍ୟବହାର କରନ୍ତୁ, ପ୍ରତ୍ୟେକ ସୋପାନକୁ ସମାନ ଭାବେ ଏବଂ ସମତଳ ଭାବେ ଭରନ୍ତୁ ।
କଂକ୍ରିଟକୁ ଶୁଖିବାରୁ ପ୍ରତିରୋଧ କରିବା ଏବଂ ଶକ୍ତିକୁ ସୁନିଶ୍ଚିତ କରିବା ପାଇଁ କିଓରିଂ ସମୟରେ ତାହାକୁ ଓଦାଳିଆ ରଖନ୍ତୁ । ଓଦା ଅଖାରେ ଆଚ୍ଛାଦିତ କରନ୍ତୁ ଏବଂ ତାହାକୁ ଅତି କମରେ ସାତ ଦିନ ପାଇଁ କିଓର ହେବାକୁ ଦିଅନ୍ତୁ । ଏହାଦ୍ୱାରା କଂକ୍ରିଟ୍ ଟାଣ ହୋଇଥାଏ ଏବଂ ମଜବୁତ ହୋଇଥାଏ ।
କିଓରିଂ ପରେ ଫର୍ମୱାର୍କକୁ କାଢ଼ିଦିଅନ୍ତୁ, ଫୁଟିଙ୍ଗ୍ ଗୁଡ଼ିକରେ ଯେପରି କୌଣସି ତ୍ରୁଟି ନାହିଁ ତାହା ଯାଞ୍ଚ କରନ୍ତୁ ଏବଂ ଆବଶ୍ୟକ ହୋଇଥିବା କ୍ଷେତ୍ରରେ ମରାମତି କରିନିଅନ୍ତୁ । ଫୁଟିଙ୍ଗ୍ ଯେପରି ବିନିର୍ଦ୍ଦିଷ୍ଟତା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରେ ତାହା ସୁନିଶ୍ଚିତ କରିବା ପାଇଁ ଏକ ଚୂଡ଼ାନ୍ତ ଯାଞ୍ଚ କରିନିଅନ୍ତୁ ।
ଏକ ଅସମାନ ଭୂଭାଗରେ ନିର୍ମିତ ହୋଇଥିବା ଢାଞ୍ଚାଗୁଡ଼ିକ ପାଇଁ ସ୍ଥିରତା ଏବଂ କଠୋରତାକୁ ସୁନିଶ୍ଚିତ କରିବା ପାଇଁ ଷ୍ଟେପଡ୍ ଫୁଟିଙ୍ଗ୍ ଫାଉଣ୍ଡେସନଗୁଡ଼ିକ ଅତ୍ୟାବଶ୍ୟକ ହୋଇଥାଏ । ଷ୍ଟେପଡ୍ ଫୁଟିଙ୍ଗ୍ ର ମହତ୍ତ୍ୱ, ଲାଭ ଏବଂ ନିର୍ମାଣ ପ୍ରକ୍ରିୟାକୁ ବୁଝିବା ଦ୍ୱାରା ବିଲ୍ଡରମାନେ ଏପରି ବଳିଷ୍ଠ ଫାଉଣ୍ଡେସନ ଗଢ଼ିବାରେ ସଫଳକାମ୍ୟ ହୋଇପାରିବେ ଯାହା ବିଲଡିଂର ଦୀର୍ଘମିଆଦୀ ସ୍ଥାୟିତ୍ୱକୁ ସମର୍ଥନ ଯୋଗାଇପାରିବ ।
ନିର୍ମାଣ କୋଡ୍ ଏବଂ ଇଞ୍ଜିନିୟରିଂ ବିନିର୍ଦ୍ଦିଷ୍ଟତା ଉପରେ ନିର୍ଭର କରି ଷ୍ଟେପ୍ ଫୁଟିଙ୍ଗଗୁଡ଼ିକର ସର୍ବାଧିକ ଉଚ୍ଚତା ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ, ପ୍ରତ୍ୟେକ ସୋପାନ ବା ଷ୍ଟେପ୍ ସର୍ବାଧିକ ୬୦୦ ମିମି ହେବା ଉଚିତ ଯାହାଦ୍ୱାରା ସ୍ଥିରତା ଏବଂ ନିର୍ମାଣରେ ସହଜତା ସୁନିଶ୍ଚିତ ହୋଇଥାଏ ।
ଭୂମି ସ୍ତରରେ ରହିଥିବା ଅସମାନତାର ମୁକାବିଲା ଷ୍ଟେପ୍ ଫୁଟିଙ୍ଗ୍ ସାହାଯ୍ୟରେ କରାଯାଇଥାଏ । ଏହା ଅସମାନ ଭୂଭାଗରେ ଏକ ସ୍ଥିର ଆଧାର ଯୋଗାଇଥାଏ । ସେଗୁଡ଼ିକୁ ଢାଞ୍ଚାର ଭାରକୁ ସମାନ ଭାବେ ବଣ୍ଟନ କରିଥାଏ ଓ କ୍ଷୟକ୍ଷତିକୁ ପ୍ରତିରୋଧ କରିଥାଏ ।
ଷ୍ଟେପଡ୍ ସ୍ପ୍ରେଡ୍ ଫୁଟିଙ୍ଗ୍ ଗୁଡ଼ିକୁ ଏକ ବୃହତ୍ତର ଅଞ୍ଚଳରେ ଭାରକୁ ବଣ୍ଟନ କରିବା ପାଇଁ ଡିଜାଇନ କରାଯାଇଥାଏ, ଯାହା ସ୍ଥିରତା ବୃଦ୍ଧି କରିଥାଏ । ଏହି ଡିଜାଇନ ସ୍ୱଳ୍ପ ଭାର ବହନ କ୍ଷମତା ବିଶିଷ୍ଟ ମାଟିରେ ଉପାଦେୟ ହୋଇଥାଏ, ଯେଉଁଠି ଭାର ଅଧିକ ଦକ୍ଷ ଭାବେ ବଣ୍ଟିତ ହୋଇପାରିଥାଏ ।
ଅସମାନ ଭୂଭାଗରେ ଏବଂ ମାଟିର ସ୍ଥିତିରେ ଯଥେଷ୍ଟ ଭିନ୍ନତା ରହିଥିବା ଅଞ୍ଚଳରେ ନିର୍ମାଣ ପାଇଁ ଷ୍ଟେପ୍ ଫୁଟିଙ୍ଗ୍ ବ୍ୟବହାର କରାଯାଏ । ସେଗୁଡ଼ିକ ଏକ ସ୍ଥିର ଏବଂ ସ୍ଥାୟୀ ଭିତ୍ତିଭୂମି ସୁନିଶ୍ଚିତ କରିଥାଏ ଯାହା ଢାଞ୍ଚାର ଭାରକୁ ସମର୍ଥନ କରେ ।