ୱାଟରପ୍ରୁଫିଙ୍ଗ୍ ପଦ୍ଧତିଗୁଡ଼ିକ, ମଡେର୍ଣ୍ଣ କିଚେନ୍ ଡିଜାଇନ୍ସ, ହୋମ୍ ପାଇଁ ବାସ୍ତୁ ଉପଦେଶ, Home Construction cost

ସମ୍ପର୍କ କରନ୍ତୁ

ଆପଣଙ୍କର ଉତ୍ତର ଏଠାରେ ପାଆନ୍ତୁ

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |



ରାଫ୍ଟ ଫାଉଣ୍ଡେସନର ପ୍ରକାରଭେଦ ଉପରେ ଆଧାରିତ ଏକ ବିସ୍ତୃତ ମାର୍ଗଦର୍ଶିକା

ରାଫ୍ଟ ଫାଉଣ୍ଡେସନ, ସେଗୁଡ଼ିକର ପ୍ରକାରଭେଦ, ଆବଶ୍ୟକୀୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ନିର୍ମାଣ ପ୍ରକ୍ରିୟା ବିଷୟରେ ସବୁକିଛି ଜାଣନ୍ତୁ । ଏହି ଫାଉଣ୍ଡେସନ କୌଶଳ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଲ୍ଡରମାନଙ୍କ ପାଇଁ ଏହା ଏକ ଆଦର୍ଶ ମାର୍ଗଦର୍ଶିକା ସାବ୍ୟସ୍ତ ହେବ ।

Share:


ପ୍ରମୁଖ ଶିକ୍ଷଣୀୟ ବିଷୟ

 

  • ରାଫ୍ଟ ଫାଉଣ୍ଡେସନ ଏକ ବିଶାଳ ଅଞ୍ଚଳରେ ବିଲ୍ଡିଂ ଭାରକୁ ସମାନ ଭାବରେ ବଣ୍ଟନ କରିଥାଏ । ତେଣୁକରି, ଏହା ଦୁର୍ବଳ ମାଟି ପରିସ୍ଥିତି ପାଇଁ ଆଦର୍ଶ ବିବେଚିତ ହୋଇଥାଏ ।

     

  • ତାହା ମାଟିର ଚାପ ହ୍ରାସ କରି ଅସମାନ ଦବିବା (ସେଟଲମେଣ୍ଟ) ଏବଂ ଢାଞ୍ଚାଗତ କ୍ଷତିର ବିପଦକୁ ହ୍ରାସ କରିଥାଏ ।

     

  • ବିଭିନ୍ନ ପ୍ରକାରର ରାଫ୍ଟ ଫାଉଣ୍ଡେସନ, ଯେପରିକି ଫ୍ଲାଟ୍ ପ୍ଲେଟ୍ ମ୍ୟାଟ୍ ଏବଂ ପାଇଲ୍ଡ ରାଫ୍ଟ, ନିର୍ଦ୍ଦିଷ୍ଟ ଢାଞ୍ଚାଗତ ଆବଶ୍ୟକତା ଏବଂ ମୃତ୍ତିକା ପରିସ୍ଥିତିର ଆବଶ୍ୟକତାକୁ ପୂରଣ କରିଥାଏ ।

     

  • ରାଫ୍ଟ ଫାଉଣ୍ଡେସନ ନିର୍ମାଣରେ ମୁଖ୍ୟ ସାମଗ୍ରୀ ମଧ୍ୟରେ କଂକ୍ରିଟ, ମଜବୁତ ଇସ୍ପାତ (ରିବାର), ଫର୍ମୱାର୍କ ଏବଂ ୱାଟରପ୍ରୁଫିଂ ମେମ୍ବ୍ରେନ୍ ଅନ୍ତର୍ଭୁକ୍ତ ।

     

  • ନିର୍ମାଣ ପ୍ରକ୍ରିୟାରେ ସାଇଟ୍ ପ୍ରସ୍ତୁତି, ଫର୍ମୱାର୍କ ସେଟଅପ୍, ରିବାର ପ୍ଲେସମେଣ୍ଟ, କଂକ୍ରିଟ୍ ଢଳେଇ, କିଓରିଂ ଏବଂ ଚୂଡ଼ାନ୍ତ ଯାଞ୍ଚ ଅନ୍ତର୍ଭୁକ୍ତ ।

     

  • ଉପଯୁକ୍ତ ଭାବରେ ନିର୍ମିତ ରାଫ୍ଟ ଫାଉଣ୍ଡେସନ ବିଭିନ୍ନ ପ୍ରକାର କୋଠା ପାଇଁ ଦୀର୍ଘକାଳୀନ ସ୍ଥିରତା ଏବଂ ସ୍ଥାୟୀତ୍ୱ ପ୍ରଦାନ କରିଥାଏ ।



ଦୁର୍ବଳ ମାଟି କିମ୍ବା ଅଧିକ ଭାର ଆବଶ୍ୟକତା ଥିବା ଅଞ୍ଚଳରେ ଢାଞ୍ଚାକୁ ସମର୍ଥନ କରିବା ପାଇଁ ରାଫ୍ଟ ଫାଉଣ୍ଡେସନଗୁଡ଼ିକ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଭାବରେ ବ୍ୟବହୃତ ହୁଏ । ବିଲ୍ଡିଂର ଓଜନକୁ ଏକ ବିଶାଳ ଅଞ୍ଚଳରେ ସମାନ ଭାବରେ ବଣ୍ଟନ କରି, ଏହି ଫାଉଣ୍ଡେସନଗୁଡିକ ସମାନ ଲୋଡ୍ ବିତରଣ କରିଥାଏ, ଯାହା ଢାଞ୍ଚାଗତ କ୍ଷତିର ବିପଦକୁ ହ୍ରାସ କରିଥାଏ । ଏହି ବ୍ଲଗରେ, ଆମେ ରାଫ୍ଟ ଫାଉଣ୍ଡେସନର ମୁଖ୍ୟ ଲାଭ, ପ୍ରକାର ଏବଂ ନିର୍ମାଣ ପ୍ରକ୍ରିୟାଗୁଡ଼ିକୁ ଅନୁସନ୍ଧାନ କରିବୁ ଏବଂ ଆଧୁନିକ ନିର୍ମାଣରେ ସେଗୁଡ଼ିକ କାହିଁକି ଏତେ ଲୋକପ୍ରିୟ ପସନ୍ଦ ତାହା ବୁଝିବୁ ।

 

 


ରାଫ୍ଟ ଫାଉଣ୍ଡେସନ କ’ଣ?



ଏକ ରାଫ୍ଟ ଫାଉଣ୍ଡେସନ ବା ମାଟ୍ ଫାଉଣ୍ଡେସନ୍ ଏକ ବିଶାଳ ଅଞ୍ଚଳରେ ଏକ କୋଠାର ଭାରକୁ ବଣ୍ଟନ କରିଥାଏ । ଦୁର୍ବଳ ମାଟି ଥିବା ସ୍ଥାନଗୁଡିକ ପାଇଁ ଏହି ପଦ୍ଧତି ଆଦର୍ଶ, ଯେଉଁଠାରେ ପାରମ୍ପରିକ ଭିତ୍ତିଭୂମିକୁ ଅଧିକ ସମର୍ଥନ ଯୋଗାଇବାର ଆବଶ୍ୟକ ରହିଥାଇପାରେ । ଏକ ରାଫ୍ଟ ଫାଉଣ୍ଡେସନ ଓଜନକୁ ସମାନ ଭାବରେ ବିସ୍ତାରିତ କରିଥାଏ, ସମଗ୍ର ବିଲ୍ଡିଂ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥାଏ, ମାଟିର ଚାପ ହ୍ରାସ କରିଥାଏ ଏବଂ ଅସମାନ ଦବିବା (ସେଟଲମେଣ୍ଟ)କୁ ରୋକିଥାଏ । ସ୍ଥିରତା ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଏହା ସାଧାରଣତଃ ଉଚ୍ଚ କୋଠା ଏବଂ ଶିଳ୍ପ ଢାଞ୍ଚାରେ ବ୍ୟବହୃତ ହୁଏ । ବିଭିନ୍ନ ନିର୍ମାଣ ପ୍ରକଳ୍ପରେ ଏହାର ଲାଭ ଏବଂ ପ୍ରୟୋଗ ବୁଝିବା ପାଇଁ ରାଫ୍ଟ ଫାଉଣ୍ଡେସନର ବିବରଣୀକୁ ପୁଙ୍ଖାନୁପୁଙ୍ଖ ଭାବେ ଜାଣିବା ଜରୁରୀ ଅଟେ ।

 

 

ରାଫ୍ଟ ଫାଉଣ୍ଡେସନ କିପରି କାମ କରିଥାଏ

ରାଫ୍ଟ ଫାଉଣ୍ଡେସନ କଂକ୍ରିଟର ଏକ ଦୃଢ଼ ସ୍ଲାବ୍ ସୃଷ୍ଟି କରେ ଯାହା ଭୂମି ଉପରେ ରହିଥାଏ । ଇସ୍ପାତ ସହିତ ପରିପୂର୍ଣ୍ଣ ଏହି ସ୍ଲାବ୍ କୋଠାର ଓଜନକୁ ସମଗ୍ର ଅଞ୍ଚଳରେ ସମାନ ଭାବରେ ବଣ୍ଟନ କରିଥାଏ । ଏପରି କରିବା ଦ୍ୱାରା ମାଟିର କୌଣସି ଗୋଟିଏ ବିନ୍ଦୁ ଉପରେ ଚାପ ହ୍ରାସ ପାଇଥାଏ, ଭୁଶୁଡ଼ିଯିବାର ଆଶଙ୍କା ହ୍ରାସ ପାଇଥାଏ ଏବଂ ଗଠନ ପାଇଁ ଏକ ସ୍ଥିର ଭିତ୍ତିଭୂମି ମିଳିଥାଏ ।

 

 

ରାଫ୍ଟ ଫାଉଣ୍ଡେସନର ପ୍ରକାରଭେଦ

ରାଫ୍ଟ ଫାଉଣ୍ଡେସନଗୁଡିକ ବିଭିନ୍ନ ଡିଜାଇନରେ ଆସିଥାଏ, ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଢାଞ୍ଚାଗତ ଆବଶ୍ୟକତା ଏବଂ ମୃତ୍ତିକା ପରିସ୍ଥିତି ଅନୁଯାୟୀ ପ୍ରସ୍ତୁତ ହୋଇଥାଏ । ଏଠାରେ ସବୁଠାରୁ ସାଧାରଣ ପ୍ରକାରର ରାଫ୍ଟ ଫାଉଣ୍ଡେସନର ବିବରଣୀ ଦିଆଯାଇଛି:

 

୧) ଫ୍ଲାଟ୍ ପ୍ଲେଟ୍ ମାଟ୍



ଫ୍ଲାଟ୍ ପ୍ଲେଟ୍ ମାଟ୍ ହେଉଛି ରାଫ୍ଟ ଫାଉଣ୍ଡେସନର ଏକ ସରଳ ରୂପ, ଯେଉଁଥିରେ ଏକକ ସମାନ-ମୋଟେଇ ବିଶିଷ୍ଟ କଂକ୍ରିଟ ସ୍ଲାବ୍ ରହିଥାଏ । ଏହା ସାଧାରଣତଃ ଅପେକ୍ଷାକୃତ ହାଲୁକା ଭାର ଏବଂ ସମାନ ମାଟି ଅବସ୍ଥା ଥିବା ଢାଞ୍ଚାରେ ବ୍ୟବହୃତ ହୋଇଥାଏ ।

 

୨) କଲମ୍ ତଳେ ମୋଟା ପ୍ଲେଟ୍

ଏହି ପ୍ରକାରର ରାଫ୍ଟ ଫାଉଣ୍ଡେସନରେ ସ୍ତମ୍ଭ ବା କଲମ୍ ତଳେ କଂକ୍ରିଟ ସ୍ଲାବକୁ ଅଧିକ ମୋଟା ରଖାଯାଇଥାଏ, ଯେଉଁଠାରେ ଲୋଡ୍ ଟିକେ ଅଧିକ ଥାଏ ସେଠାରେ ଅତିରିକ୍ତ ଶକ୍ତି ପ୍ରଦାନ କରାଯାଏ । ଭାରି ଭାର ଥିବା କୋଠା ପାଇଁ ଏହା ଉପଯୁକ୍ତ । ଏହି ରାଫ୍ଟ ଫାଉଣ୍ଡେସନ ନିର୍ଦ୍ଦିଷ୍ଟ ବିନ୍ଦୁରେ ବର୍ଦ୍ଧିତ ଭାରକୁ ପରିଚାଳନା କରିବାରେ ସାହାଯ୍ୟ କରେ ।

 

୩) ଦ୍ୱିପାକ୍ଷିକ ବିମ୍ ଏବଂ ସ୍ଲାବ୍



ଏହି ପ୍ରକାରର ରାଫ୍ଟ ଫାଉଣ୍ଡେସନରେ ଲମ୍ବରୂପେ ଦଣ୍ଡାୟମାନ ବିମ୍ ଏବଂ ସ୍ଲାବ୍ ର ଏକ ନେଟୱର୍କ ରହିଥାଏ । ବିମ୍ କଠୋରତା ଏବଂ ସମର୍ଥନ ଯୋଡିଥାଏ, ଯାହା ଅସମାନ ଭାର କିମ୍ବା ଭିନ୍ନ ମାଟି ଅବସ୍ଥା ଥିବା ଢାଞ୍ଚା ପାଇଁ ଏହି ପ୍ରକାରକୁ ଆଦର୍ଶ କରିଥାଏ ।

 

୪) ପେଡେଷ୍ଟାଲ ସହ ପ୍ଲେଟ୍



ପେଡେଷ୍ଟାଲ ଥିବା ପ୍ଲେଟଗୁଡିକରେ ଏକ ଏ କଂକ୍ରିଟ୍ ସ୍ଲାବ୍ ଉପରେ ଏକ ପେଡେଷ୍ଟାଲ ବା ଆସ୍ଥାନ କିମ୍ବା କଲମ୍ ଉପରକୁ ଉଠିଥାଏ । ଏହି ପେଡେଷ୍ଟାଲଗୁଡିକ ଅତିରିକ୍ତ ସମର୍ଥନ ଯୋଗାଇଥାଏ, ଯାହା ଏହି ପ୍ରକାର ଫାଉଣ୍ଡେସନକୁ ଶିଳ୍ପୀ କୋଠା କିମ୍ବା ଭାରି ଯନ୍ତ୍ରପାତି ଥିବା ଢାଞ୍ଚା ପାଇଁ ଉପଯୁକ୍ତ କରିଥାଏ ।

 

୫) ପାଇଲଡ୍ ରାଫ୍ଟ



ଏକ ପାଇଲଡ୍ ରାଫ୍ଟ ଫାଉଣ୍ଡେସନରେ ଏକ ପାରମ୍ପରିକ ରାଫ୍ଟ ପାଇଲ୍ସ ସହ ମିଶି ମାଟି ଭିତରକୁ ପଶିଥାଏ । ପାଇଲଗୁଡିକ ଭାରକୁ ଗଭୀର, ଅଧିକ ସ୍ଥିର ମାଟି ସ୍ତରକୁ ସ୍ଥାନାନ୍ତରିତ କରେ, ଯାହା ବଳିଷ୍ଠ ଭାର ଥିବା କୋଠାଗୁଡିକୁ ସମର୍ଥନ କରେ କିମ୍ବା ଖରାପ ମାଟି ଅବସ୍ଥା ଥିବା ଅଞ୍ଚଳରେ କୋଠାଗୁଡ଼ିିକୁ ସମର୍ଥନ ଯୋଗାଇଥାଏ ।

 

୬) ସେଲ୍ୟୁଲାର୍ ରାଫ୍ଟ ଫାଉଣ୍ଡେସନ

ଏହି ପ୍ରକାର ରାଫ୍ଟ ଫାଉଣ୍ଡେସନରେ ପରସ୍ପର ସହ ସଂଯୁକ୍ତ ହୋଇ ରହିଥିବା କଠୋର ଫ୍ରେମ୍ ବା କୋଷ (ସେଲ୍) ରହିଥାଏ, ଯାହା ପ୍ରଚୁର ଶକ୍ତି ଏବଂ ସମର୍ଥନ ପ୍ରଦାନ କରିଥାଏ । ଏହା ବୃହତ କିମ୍ବା ଭାରୀ ଢାଞ୍ଚା ପାଇଁ ଉପଯୁକ୍ତ ଏବଂ ଏହା ଅସାଧାରଣ ଲୋଡ୍ ବିତରଣ ଏବଂ ସ୍ଥିରତା ପ୍ରଦାନ କରିଥାଏ ।

 

 

ରାଫ୍ଟ ଫାଉଣ୍ଡେସନ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ

ଏକ ରାଫ୍ଟ ଫାଉଣ୍ଡେସନ ନିର୍ମାଣ କରିବା ପାଇଁ ବିଭିନ୍ନ ସାମଗ୍ରୀର ମିଶ୍ରଣ ଆବଶ୍ୟକ ହୋଇଥାଏ ଯାହା ଏକ ଶକ୍ତିଶାଳୀ ଏବଂ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଏକାଠି କାମ କରିଥାଏ । ସାଧାରଣ ଭାବେ ବ୍ୟବହୃତ ହେଉଥିବା ପ୍ରମୁଖ ସାମଗ୍ରୀଗୁଡ଼ିକର ବିବରଣୀ ତଳେ ଦିଆଗଲା:

 

୧) କଂକ୍ରିଟ୍

କଂକ୍ରିଟ୍ ହେଉଛି ରାଫ୍ଟ ଫାଉଣ୍ଡେସନରେ ପ୍ରାଥମିକ ପଦାର୍ଥ, ଯାହା ସମଗ୍ର ଢାଞ୍ଚାକୁ ସମର୍ଥନ କରୁଥିବା ଏକ ବୃହତ ସ୍ଲାବ୍ ଗଠନ କରିଥାଏ । ଏହାର ଶକ୍ତି, ସ୍ଥାୟୀତ୍ୱ ଏବଂ ଏକ ବିସ୍ତୃତ ଅଞ୍ଚଳରେ ସମାନ ଭାବରେ ଭାର ବଣ୍ଟନ କରିବାର କ୍ଷମତା ପାଇଁ ଏହାକୁ ଚୟନ କରାଯାଇଥାଏ । ରାଫ୍ଟ ଫାଉଣ୍ଡେସନରେ ବ୍ୟବହୃତ କଂକ୍ରିଟକୁ ସାଧାରଣତଃ ଇସ୍ପାତ ସହିତ ସୁଦୃଢ଼ (ରିଇନଫୋର୍ସ) କରାଯାଏ ଯାହା ଦ୍ୱାରା ଏହାର ଲୋଡ୍ ବହନ କ୍ଷମତା ଏବଂ ଫାଟ-ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ ।

 

୨) ରିଇନଫୋର୍ସମେଣ୍ଟ ଷ୍ଟିଲ୍ (ରିବାର୍)

ଅତିରିକ୍ତ ଶକ୍ତି ଏବଂ ନମନୀୟତା ପ୍ରଦାନ କରିବା ପାଇଁ କଂକ୍ରିଟ୍ ସ୍ଲାବ୍ ମଧ୍ୟରେ ଇସ୍ପାତ ରିଇନଫୋର୍ସମେଣ୍ଟ ବା ରିବାର୍ ଗୁଡ଼ିକୁ ସନ୍ନିବିଷ୍ଟ କରାଯାଇଥାଏ । ରିବାର୍ ଫାଉଣ୍ଡେସନକୁ ପ୍ରସାରଣସାଧ୍ୟ ବଳଗୁଡ଼ିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ, ଯାହାକୁ ଏକାକୀ କଂକ୍ରିଟ୍ ସହ୍ୟ କରିପାରିବ ନାହିଁ । ଷ୍ଟିଲ୍ ବାର୍ ଗୁଡ଼ିକ ସ୍ଲାବ୍ ଭିତରେ ଗ୍ରିଡ୍ ଢାଞ୍ଚାରେ ବ୍ୟବସ୍ଥିତ କରି ସଜାଯାଇଥାଏ, ଯାହା ଦ୍ୱାରା ଫାଉଣ୍ଡେସନ୍ ଉପରୋକ୍ତ ବିଲ୍ଡିଂ ଦ୍ୱାରା ଲଗାଯାଇଥିବା ଚାପକୁ ସମ୍ଭାଳିବାରେ ସକ୍ଷମ ହୋଇପାରିଥାଏ ।

 

୩) ଫର୍ମୱାର୍କ

ଫର୍ମୱାର୍କ ହେଉଛି ଅସ୍ଥାୟୀ ଛାଞ୍ଚ ଯେଉଁଥିରେ କଂକ୍ରିଟ ଢଳାଯାଇଥାଏ । ଏହା ରାଫ୍ଟ ଫାଉଣ୍ଡେସନର ଆକୃତି ଏବଂ ଆକାରକୁ ନିର୍ଦ୍ଧାରଣ କରେ ଏବଂ ନିଶ୍ଚିତ କରେ ଯେ କଂକ୍ରିଟ୍ ଇଚ୍ଛିତ ବିନ୍ୟାସରେ ସେଟ୍ ହୋଇଛି । ପ୍ରକଳ୍ପ ର ଆବଶ୍ୟକତା ଉପରେ ନିର୍ଭର କରି କାଠ, ଧାତୁ କିମ୍ବା ପ୍ଲାଷ୍ଟିକରୁ ଫର୍ମୱାର୍କ ତିଆରି କରାଯାଇପାରିବ । ଓଦା କଂକ୍ରିଟର ଓଜନ କୁ ସମର୍ଥନ କରିବା ପାଇଁ ଏବଂ କଂକ୍ରିଟ କିଓରିଂ ନ ହେବା ପର୍ଯ୍ୟନ୍ତ ଆକୃତିକୁ ବଜାୟ ରଖିବା ପାଇଁ ତାହାକୁ ଖୁବ୍ ସତର୍କତାର ସହିତ ନିର୍ମାଣ କରାଯାଇଥାଏ ।

 

୪) ୱାଟରପ୍ରୁଫିଙ୍ଗ୍ ମେମ୍ବ୍ରେନ୍

ଜଳ ଅନୁପ୍ରବେଶରୁ ରକ୍ଷା କରିବା ପାଇଁ ୱାଟରପ୍ରୁଫିଙ୍ଗ୍ ମେମ୍ବ୍ରେନ୍ ପ୍ରାୟତଃ ରାଫ୍ଟ ଫାଉଣ୍ଡେସନର ପୃଷ୍ଠରେ ପ୍ରୟୋଗ କରାଯାଏ । ଭୂତଳ ଜଳସ୍ତର ଅଧିକ ଥିବା ଅଞ୍ଚଳରେ କିମ୍ବା ଯେଉଁଠାରେ ଫାଉଣ୍ଡେସନ ଆର୍ଦ୍ରତା ପ୍ରବଣ ମାଟି ସଂସ୍ପର୍ଶରେ ଅଛି ସେଠାରେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପାଣି କାଳକ୍ରମେ କଂକ୍ରିଟ୍ କୁ ଦୁର୍ବଳ କରିଦେଇପାରେ, ତେଣୁ ମେମ୍ବ୍ରେନ୍ କଂକ୍ରିଟ୍ ରେ ପାଣିକୁ ପଶିବାରୁ ରୋକିବାରେ ସାହାଯ୍ୟ କରିଥାଏ ।

 

୫) ଅଧିମିଶ୍ରଣ ବା ଆଡମିକ୍ସର୍

ଅଧିମିଶ୍ରଣ ବା ଆଡମିକ୍ସରଗୁଡ଼ିକ ହେଉଛି ରାସାନିୟକ ପଦାର୍ଥ ଯାହାକୁ କଂକ୍ରିଟ୍ ରେ ମିଶାଯାଇ ତାହାର ଗୁଣକୁ ବୃଦ୍ଧି କରାଯାଇଥାଏ । ସେଗୁଡ଼ିକ କଂକ୍ରିଟ୍ କୁ ନେଇ କାମ କରିବାର ସୁକରଣୀୟତା ବା କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିପାରେ, ଶକ୍ତି ବୃଦ୍ଧି କରିପାରେ, ସେଟିଂ ସମୟ ହ୍ରାସ କରିପାରେ ଏବଂ ପରିବେଶ ଜନିତ କାରଣରୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିପାରିଥାଏ । ରାଫ୍ଟ ଫାଉଣ୍ଡେସନ ପାଇଁ, ସ୍ଥାୟୀତା ଏବଂ ଜଳ ପ୍ରତିରୋଧକୁ ବଢ଼ାଉଥିବା ମିଶ୍ରଣ ସାଧାରଣତଃ ବ୍ୟବହୃତ ହୁଏ, ଯାହା ଫାଉଣ୍ଡେସନର ଦୀର୍ଘକାଳୀନ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରେ ।

 

 

ରାଫ୍ଟ ଫାଉଣ୍ଡେସନର ନିର୍ମାଣ ପ୍ରକ୍ରିୟା

 

୧) ସାଇଟ୍ ପ୍ରସ୍ତୁତି

ଏହି ପ୍ରକ୍ରିୟା ସାଇଟ୍ କୁ ସଫା କରିବା ଏବଂ ଜମିକୁ ସମତଳ କରିବା ସହିତ ଆରମ୍ଭ ହୁଏ । ଏହାପରେ ମାଟିକୁ ଆବଶ୍ୟକ ଗଭୀରତା ପର୍ଯ୍ୟନ୍ତ ଖୋଳାଯାଏ । ଯଦି ମାଟି ଦୁର୍ବଳ ହୋଇଥାଏ, ତେବେ ଏକ ଦୃଢ଼ ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ଏହାକୁ କମ୍ପାକ୍ଟ ବା ଧୁର୍ମୁଷ କରାଯାଏ କିମ୍ବା ଗୋଡ଼ି ଆଦି ସହିତ ସହିତ ସ୍ଥିର କରିବାକୁ ପଡିପାରେ ।

 

୨) ଫର୍ମୱାର୍କ ସ୍ଥାପନ

କଂକ୍ରିଟ ପାଇଁ ଏକ ଛାଞ୍ଚ ଭାବରେ କାର୍ଯ୍ୟ କରୁଥିବା ଫର୍ମୱାର୍କ, ଫାଉଣ୍ଡେସନ ଅଞ୍ଚଳ ଚାରିପାଖରେ ଅସ୍ଥାୟୀ ଭାବେ ସ୍ଥାପିତ ହୋଇଥାଏ । ଏହି ପଦକ୍ଷେପ ନିଶ୍ଚିତ କରେ ଯେ କଂକ୍ରିଟ୍ ତାହାର ନିଜସ୍ୱ ନିର୍ଦ୍ଦିଷ୍ଟ ଜାଗାରେ ରହିବ ସଠିକ୍ ଆକୃତି ସୃଷ୍ଟି କରିବ । ଫର୍ମୱାର୍କକୁ ସଠିକ ଭାବରେ ସଂଯୋଜିତ ଏବଂ ସୁରକ୍ଷିତ କରାଯିବା ଆବଶ୍ୟକ ।

 

୩) ରିଇଫୋର୍ସମେଣ୍ଟ ଷ୍ଟିଲ୍ (ରିବାର୍) ଲଗାଇବା

ଷ୍ଟିଲ୍ ଛଡ଼, ଯାହା ରିବାର୍ ନାମରେ ଜଣାଶୁଣା, ସେଗୁଡ଼ିକୁ ଫର୍ମୱାର୍କ ମଧ୍ୟରେ ଗ୍ରୀଡ୍ ଢାଞ୍ଚାରେ ବିଛା/ଲଗାଯାଇଥାଏ । ଏହି ଛଡ଼ଗୁଡ଼ିକ ଫାଉଣ୍ଡେସନକୁ ଅତିରିକ୍ତ ଶକ୍ତି ପ୍ରଦାନ କରିବା ସହିତ ଢାଞ୍ଚାରେ ଫାଟକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ । କଂକ୍ରିଟ୍ ଢଳାଯିବା ସମୟରେ ଯେପରି ସେଗୁଡ଼ିକ ଯଥା ସ୍ଥାନରେ ରହେ ତାହା ସୁନିଶ୍ଚିତ କରିବା ପାଇଁ ରିବାରଗୁଡ଼ିକୁ ଏକାଠି ବାନ୍ଧି ଦିଆଯାଇଥାଏ ।

 

୪) କଂକ୍ରିଟ୍ ଢଳେଇ

ଏହାପରେ ପୂରା ଫାଉଣ୍ଡେସନ ଅଞ୍ଚଳକୁ କଭର କରି ଫର୍ମୱାର୍କରେ କଂକ୍ରିଟ ଢାଳି ଦିଆଯାଏ । କଂକ୍ରିଟକୁ ସମାନ ଭାବରେ ଢାଳିବା ପାଇଁ ଯତ୍ନ ନିଆଯାଏ, ଏବଂ ଏୟାର ପକେଟ୍ କୁ ହଟାଇବା ପାଇଁ ଭାଇବ୍ରେଟର ବ୍ୟବହାର କରାଯାଏ, ଯାହା ଫଳରେ କଂକ୍ରିଟ୍ ରିବାର ଆଖପାଖରେ ଥିବା ସମସ୍ତ ସ୍ଥାନ ପୂରଣ ହୋଇଥାଏ ।

 

୫) କଂକ୍ରିଟ୍ କିଓରିଂ କରିବା

ଢଳେଇ ପରେ, କଂକ୍ରିଟ୍ କିଓର୍ ହେବା କିମ୍ବା କଠିନତା ଲାଭ କରିବା ଆବଶ୍ୟକ କରିଥାଏ । ଏହି ଅବଧିରେ, ଫାଟଗୁଡ଼ିକୁ ପ୍ରତିରୋଧ କରିବା ପାଇଁ କଂକ୍ରିଟ୍ କୁ ଆର୍ଦ୍ର କରି ରଖାଯାଇଥାଏ । କିଓରିଂ ପାଇଁ ସାଧାରଣତଃ ଅଳ୍ପ କିଛି ଦିନ ଲାଗିଥାଏ, ଯାହାଦ୍ୱାରା ଫାଉଣ୍ଡେସନ୍ ଆବଶ୍ୟକୀୟ ଶକ୍ତି ଲାଭ କରିପାରିଥାଏ ।

 

୬) ଫର୍ମୱାର୍କ ହଟାଇବଂ ଏବଂ ଫିନିଶିଂ କରିବା

କଂକ୍ରିଟ୍ କିଓର୍ ହୋଇସାରିବା ପରେ, ଫର୍ମୱାର୍କକୁ କାଢ଼ିନିଆଯାଇଥାଏ । ତା’ପରେ ଫାଉଣ୍ଡେସନକୁ ସମତଳ ବା ସ୍ମୁଥ୍ କରାଯାଏ ଏବଂ ଆବଶ୍ୟକ ହୋଇଥିବା ଫିନିଶିଂ ସ୍ପର୍ଶ ଦିଆଯାଏ । ବେଳେବେଳେ, ଅତିରିକ୍ତ ସୁରକ୍ଷା ପାଇଁ ଏକ ଜଳନିରୋଧକ ବା ୱାଟରପ୍ରୁଫ୍ ସ୍ତର ଯୋଡ଼ାଯାଇଥାଏ ।

 

୭) ଚୂଡ଼ାନ୍ତ ଯାଞ୍ଚ

ଫାଉଣ୍ଡେସନ ଯେପରି ସମସ୍ତ ଆବଶ୍ୟକ ମାନଦଣ୍ଡକୁ ପୂରଣ କରୁଛି ତାହା ସୁନିଶ୍ଚିତ କରିବା ପାଇଁ ଶେଷ ପଦକ୍ଷେପ ଭାବେ ଚୂଡ଼ାନ୍ତ ଯାଞ୍ଚ କରାଯାଇଥାଏ । ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଥିରେ ଆବଶ୍ୟକ ହୋଇଥିବା ଯେକୌଣସି ଆବଶ୍ୟକୀୟ ଆଡଜଷ୍ଟମେଣ୍ଟ କରାଯାଏ ।



ବିଶେଷ କରି ଖରାପ ମାଟି ପରିସ୍ଥିତିରେ ଏକ ବିଶାଳ ଅଞ୍ଚଳରେ ବିଲ୍ଡିଂ ଭାର ବଣ୍ଟନ ପାଇଁ ରାଫ୍ଟ ଫାଉଣ୍ଡେସନ ଜରୁରୀ ସାବ୍ୟସ୍ତ ହୋଇଥାଏ । ରାଫ୍ଟ ଫାଉଣ୍ଡେସନର ବିଭିନ୍ନ ପ୍ରକାରଭେଦ ରହିଛି ଏବଂ ସେସବୁ ବିଭିନ୍ନ ବିଲ୍ଡିଂ ଭାର ଏବଂ ମାଟି ସ୍ଥିତି ପାଇଁ ଉପଯୁକ୍ତ ହୋଇଥାଏ । ରାଫ୍ଟ ଫାଉଣ୍ଡେସନର ବିବରଣୀକୁ ବୁଝିବା ଦ୍ୱାରା ଆପଣଙ୍କ ଘର ନିର୍ମାଣ ପ୍ରକଳ୍ପରେ ରାଫ୍ଟ ଫାଉଣ୍ଡେସନ କ'ଣ ପାଇଁ ବ୍ୟବହୃତ ହୁଏ ସେ ବିଷୟରେ ଅବଗତ ନିଷ୍ପତ୍ତି ନେବାରେ ଆପଣଙ୍କୁ ସହାୟତା ମିଳିଥାଏ ।




ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ରାଫ୍ଟ ଫାଉଣ୍ଡେସନ୍ କେବେ ବ୍ୟବହୃତ ହୁଏ?

ମାଟିର ଅବସ୍ଥା ଦୁର୍ବଳ ବା ଖରାପ ହୋଇଥିଲେ, ଯେଉଁଠି ଭୁଶୁଡ଼ିଯିବାର ଆଶଙ୍କାକୁ ଦୂର କରିବା ଲାଗି ଏକ ବିଶାଳ ଅଞ୍ଚଳରେ ଭାରକୁ ସମାନ ଭାବେ ବଣ୍ଟନ କରାଯିବାର ଆବଶ୍ୟକତା ରହିଥାଏ, ସେଠାରେ ରାଫ୍ଟ ଫାଉଣ୍ଡେସନ ବ୍ୟବହୃତ ହୋଇଥାଏ ।

 

୨. ରାଫ୍ଟ ଫାଉଣ୍ଡେସନର ଗଭୀରତା କ’ଣ ହୋଇଥାଏ?

ଏକ ରାଫ୍ଟ ଫାଉଣ୍ଡେସନର ସର୍ବନିମ୍ନ ଗଭୀରତା ୧ ରୁ ୧.୫ ମିଟର ପର୍ଯ୍ୟନ୍ତ ହୋଇଥାଏ କିନ୍ତୁ ମାଟିର ସ୍ଥିତି ଏବଂ ନିର୍ମାଣ ଭାର ଉପରେ ନିର୍ଭର କରି ତାହା ଭିନ୍ନ ହୋଇପାରେ ।

 

୩. ରାଫ୍ଟ ଫାଉଣ୍ଡେସନ ଏବଂ ଫୁଟିଙ୍ଗ୍ ମଧ୍ୟରେ ପାର୍ଥକ୍ୟ କ’ଣ?

ଏକ ରାଫ୍ଟ ଫାଉଣ୍ଡେସନ ଏକ ବିଶାଳ ଅଞ୍ଚଳରେ ଭାରକୁ ବିସ୍ତାରିତ କରିଥାଏ, ଅନ୍ୟ ପକ୍ଷରେ ଏକ ଫୁଟିଙ୍ଗ୍ ଏକ ଛୋଟ ଫାଉଣ୍ଡେସନ ଯାହା ବ୍ୟକ୍ତିଗତ ସ୍ତମ୍ଭ/କଲମ୍ କିମ୍ବା କାନ୍ଥକୁ ସମର୍ଥନ କରିବା ପାଇଁ ବ୍ୟବହୃତ ହୁଏ ।

 

୪. ରାଫ୍ଟ ଫାଉଣ୍ଡେସନ ପାଇଁ ସର୍ବନିମ୍ନ ପରିମାପ କ'ଣ?

ଏକ ରାଫ୍ଟ ଫାଉଣ୍ଡେସନ ପାଇଁ ସର୍ବନିମ୍ନ ପରିମାପ କୋଠାର ଆକାର ଏବଂ ଲୋଡ୍ ଉପରେ ନିର୍ଭର କରେ, କିନ୍ତୁ ଏହାକୁ ସାଧାରଣତଃ ସମଗ୍ର ଢାଞ୍ଚାଗତ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଡିଜାଇନ୍ କରାଯାଇଥାଏ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....