Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ପ୍ଲାଷ୍ଟରିଂ ଅନୁପାତ ପ୍ଲାଷ୍ଟରର ଗୁଣବତ୍ତା, କାର୍ଯ୍ୟଦକ୍ଷତା ଏବଂ ଶକ୍ତିକୁ ପ୍ରଭାବିତ କରିଥାଏ ।
କାନ୍ଥ ପ୍ଲାଷ୍ଟରିଂ ପାଇଁ ଏକ ସାଧାରଣ ଅନୁପାତ ହେଉଛି ୧ ଭାଗ ସିମେଣ୍ଟ ଏବଂ ୪ ଭାଗ ବାଲି (୧: ୪)।
ପ୍ଲାଷ୍ଟରିଂ ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସିମେଣ୍ଟ, ବାଲି, ପାଣି ଏବଂ ଇଚ୍ଛାଧୀନ ଭାବେ ଚୂନ କିମ୍ବା ଜିପସମ ଅନ୍ତର୍ଭୁକ୍ତ ।
ଆବଶ୍ୟକ ମିଶ୍ରଣ ପରିମାଣ ଗଣନା କରିବାରେ ପ୍ଲାଷ୍ଟର ମୋଟାପଣ ଏବଂ କ୍ଷେତ୍ର ମୁଖ୍ୟ କାରକ ହୋଇଥାଏ ।
୧୨ ମିଲିମିଟର ମୋଟେଇ ବିଶିଷ୍ଟ ପ୍ରତି ୧୦୦ ବର୍ଗଫୁଟର ୧:୪ ପ୍ଲାଷ୍ଟର ପାଇଁ ଆପଣଙ୍କୁ ପ୍ରାୟ ୨୨୦ କେଜି ସିମେଣ୍ଟ ଦରକାର ହେବ ।
ପ୍ଲାଷ୍ଟର ମିଶ୍ରଣରେ ସଠିକ୍ ସ୍ଥିରତା ହାସଲ କରିବା ପାଇଁ ଧୀରେ ଧୀରେ ପାଣି ମିଶାଯାଇଥାଏ ।
ପ୍ଲାଷ୍ଟରିଂ ଅନୁପାତ କହିଲେ ପ୍ଲାଷ୍ଟର ତିଆରି କରିବା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପଦାର୍ଥର ଅନୁପାତକୁ ବୁଝାଏ । ମିଶ୍ରଣରେ ସବୁଠାରୁ ସାଧାରଣ ଉପାଦାନ ହେଉଛି ସିମେଣ୍ଟ, ବାଲି ଏବଂ ବେଳେବେଳେ ଚୂନ କିମ୍ବା ଜିପ୍ସମ, ଯାହା ପ୍ଲାଷ୍ଟରର ପ୍ରକାର ଉପରେ ନିର୍ଭର କରେ ।
ସିଲିଂ ପ୍ଲାଷ୍ଟରିଂ ପାଇଁ, ବ୍ୟବହୃତ ଏକ ସାଧାରଣ ଅନୁପାତ ହେଉଛି ୧ ଭାଗ ସିମେଣ୍ଟ ଏବଂ ୪ ଭାଗ ବାଲି, ଯାହାକୁ ପ୍ରାୟତଃ ୧:୪ ଭାବରେ ଦର୍ଶାଯାଏ । ବାହ୍ୟ ପ୍ଲାଷ୍ଟରିଂ ପାଇଁ, ୧:୬ (୧ ଭାଗ ସିମେଣ୍ଟକୁ ୬ ଭାଗ ବାଲି) ପରି ସାମାନ୍ୟ ଭିନ୍ନ ଅନୁପାତ ପ୍ରାୟତଃ ସୁପାରିସ କରାଯାଏ, କାରଣ ଏହା ବାହ୍ୟ ପରିସ୍ଥିତିକୁ ଭଲ ଭାବରେ ସହ୍ୟ କରିବାରେ ସାହାଯ୍ୟ କରେ । ଅନୁପାତକୁ ଆଡଜଷ୍ଟ କରିବା ପ୍ଲାଷ୍ଟରର କଠୋରତା, ସ୍ଥାୟୀତ୍ୱ ଏବଂ ସେଟ୍ କରିବାକୁ ଲାଗିଥିବା ସମୟକୁ ପ୍ରଭାବିତ କରିପାରେ ।
ପ୍ଲାଷ୍ଟରିଂ କାମ ଆରମ୍ଭ କରିବା ପୂର୍ବରୁ, ଆପଣ କେତୋଟି ପ୍ରମୁଖ ସାମଗ୍ରୀ ବା ଉପାଦାନ ଆବଶ୍ୟକ କରିବେ:
ଏହା ପ୍ଲାଷ୍ଟରରେ ବାଇଣ୍ଡର ଭଳି କାମ କରେ । ପ୍ଲାଷ୍ଟରରେ କେତେ ପରିମାଣର ସିମେଣ୍ଟ ବ୍ୟବହାର ହେବ ତାହା ଆଚ୍ଛାଦିତ ହେବାକୁ ଥିବା ଅଞ୍ଚଳ ଏବଂ ମୋଟେଇ ଉପରେ ନିର୍ଭର କରେ ।
ମିଶ୍ରଣରେ ସ୍ଥୁଳତା ଏବଂ ଶକ୍ତି ଯୋଗ କରିଥାଏ । ପ୍ଲାଷ୍ଟରକୁ ସଂକୁଚିତ ହେବା ଏବଂ ଫାଟିବାରୁ ରକ୍ଷା କରିବା ପାଇଁ ପରିଷ୍କାର ଏବଂ ମୋଟା ବାଲି ବ୍ୟବହାର କରିବା ଜରୁରୀ ।
ସିମେଣ୍ଟ ଏବଂ ବାଲିକୁ ମିଶାଇବା ପାଇଁ ପାଣି ବ୍ୟବହାର କରାଯାଏ, ଯାହା ପ୍ଲାଷ୍ଟରକୁ ପରିଚାଳନାଯୋଗ୍ୟ ଏବଂ କାର୍ଯ୍ୟକ୍ଷମ କରିଥାଏ ।
ଏହା ଇଚ୍ଛାଧୀନ, କିନ୍ତୁ ଏହା ପ୍ଲାଷ୍ଟରର କାର୍ଯ୍ୟକ୍ଷମତା ଏବଂ ସଂଲଗ୍ନତା ସାମର୍ଥ୍ୟରେ ଉନ୍ନତି ଆଣିପାରେ ।
ଏହା ମଧ୍ୟ ଇଚ୍ଛାଧୀନ, ଏହା ସେଟିଂ ସମୟକୁ ଉନ୍ନତ କରିବା ସହ ପ୍ଲାଷ୍ଟର ଶୁଖିବା ପରେ ତାହାର କଠିନତା ବା ଟାଣପଣକୁ ବୃଦ୍ଧି କରିଥାଏ ।
ଉପରୋକ୍ତ ପ୍ରତ୍ୟେକ ସାମଗ୍ରୀ ପ୍ଲାଷ୍ଟରର କାର୍ଯ୍ୟ ପ୍ରଦର୍ଶନ ଏବଂ ଫିନିଶ୍ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ପ୍ରକଳ୍ପ ପାଇଁ ପ୍ଲାଷ୍ଟରିଂ ପରିମାଣ ଗଣନା ସଠିକ ବୋଲି ସୁନିଶ୍ଚିତ କରିବା ପାଇଁ ଏହି ପଦାର୍ଥଗୁଡ଼ିକୁ ସଠିକ୍ ଭାବେ ଚିହ୍ନଟ କରିବା ଏବଂ ଅନୁପାତ ନିର୍ଦ୍ଧାରଣ କରିବା ଏକ ଅପରିହାର୍ଯ୍ୟ ପଦକ୍ଷେପ ହୋଇଥାଏ ।
ପ୍ଲାଷ୍ଟରିଂ ପାଇଁ ସିମେଣ୍ଟ-ବାଲି ଅନୁପାତ ଗଣନା କରିବାକୁ, ଆପଣଙ୍କୁ ପ୍ରଥମେ ପ୍ଲାଷ୍ଟର ଆସ୍ତରଣର ମୋଟାପଣ ଏବଂ ଆପଣ ଆଚ୍ଛାଦିତ କରିବାକୁ ଯୋଜନା କରୁଥିବା କ୍ଷେତ୍ରଫଳ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବାକୁ ପଡିବ । ଅନୁସରଣ କରିବାକୁ ଏଠାରେ ଏକ ସରଳ ପଦକ୍ଷେପ ଦିଆଯାଇଛି:
ପ୍ଲାଷ୍ଟର ହେବାକୁ ଥିବା ସମୁଦାୟ କ୍ଷେତ୍ରଫଳ ଗଣନା କରନ୍ତୁ (ବର୍ଗ ମିଟର କିମ୍ବା ବର୍ଗଫୁଟରେ)।
ପ୍ଲାଷ୍ଟରର ସାଧାରଣ ମୋଟାପଣ ୧୨ ମିମିରୁ ୧୫ ମିମି ପର୍ଯ୍ୟନ୍ତ ହୋଇଥାଏ ।
ସିଲିଂ ପାଇଁ, ସିଲିଂ ପ୍ଲାଷ୍ଟରିଂ ଅନୁପାତ ସାଧାରଣତଃ ୧:୪ (ସିମେଣ୍ଟକୁ ବାଲି) ବ୍ୟବହୃତ ହୁଏ, ଯେତେବେଳେ କି ବାହ୍ୟ ପ୍ଲାଷ୍ଟରିଂ ପାଇଁ ପସନ୍ଦଯୋଗ୍ୟ ଅନୁପାତ ୧:୬ ଅଟେ ।
ଏହି ସୂତ୍ର ବ୍ୟବହାର କରନ୍ତୁ:
ଭଲ୍ୟୁମ = କ୍ଷେତ୍ରଫଳ x ମୋଟେଇ; ଆବଶ୍ୟକ ପ୍ଲାଷ୍ଟରର ପରିମାଣ ନିର୍ଦ୍ଧାରଣ କରିବା ପାଇଁ ।
ତା'ପରେ, ଆପଣଙ୍କ ଚୟନିତ ଅନୁପାତ ଆଧାରରେ, ପ୍ରତ୍ୟେକ ଉପାଦାନର ଭଲ୍ୟୁମ ବା ଆୟତନ ପାଇବା ପାଇଁ ଅନୁପାତ ଅଂଶଗୁଡିକର ଯୋଗଫଳ ଦ୍ୱାରା ସମୁଦାୟ ଆୟତନକୁ ବିଭକ୍ତ କରନ୍ତୁ । ଉଦାହରଣ ସ୍ୱରୂପ, ଯଦି ଅନୁପାତ ୧:୪ ହୋଇଥାଏ, ତେବେ ଯୋଗଫଳ ୫ ଅଟେ। ପ୍ରତି ଅଂଶର ଆବଶ୍ୟକ ପରିମାଣ ଖୋଜିବାକୁ ସମୁଦାୟ ଆୟତନକୁ ୫ରେ ଭାଗ କରନ୍ତୁ ।
ଏହି ପଦକ୍ଷେପଗୁଡିକ ଅନୁସରଣ କରି, ଆପଣ ସୁନିଶ୍ଚିତ କରିପାରିବେ ଯେ ଆପଣଙ୍କ ପ୍ଲାଷ୍ଟରିଂ ପରିମାଣ ଗଣନା ସଠିକ୍ ଅଟେ ଏବଂ ସଠିକ୍ ପରିମାଣର ସାମଗ୍ରୀ ବ୍ୟବହାର କରାଯାଉଛି ।
ଆବଶ୍ୟକୀୟ ସିମେଣ୍ଟ, ବାଲି ଏବଂ ଜଳର ପରିମାଣ ଇଚ୍ଛିତ ପ୍ଲାଷ୍ଟର ମିଶ୍ରଣ ଅନୁପାତ ଏବଂ ଆଚ୍ଛାଦିତ ହେବାକୁ ଥିବା କ୍ଷେତ୍ରଫଳ ଉପରେ ନିର୍ଭର କରି ଭିନ୍ନ ହୋଇପାରେ । ସାଧାରଣ ସିମେଣ୍ଟ ପ୍ଲାଷ୍ଟର ଅନୁପାତ ପାଇଁ ଏଠାରେ କିଛି ମାର୍ଗଦର୍ଶିକା ଦିଆଯାଇଛି:
୧. ୧:୪ ଅନୁପାତ (ସିମେଣ୍ଟ:ବାଲି): ଆଭ୍ୟନ୍ତରୀଣ କାନ୍ଥ ଏବଂ ସିଲିଂ ପାଇଁ ଆଦର୍ଶ । ସିମେଣ୍ଟର ପ୍ରତି ୧ ଭାଗ ପାଇଁ ଆପଣଙ୍କୁ ୪ ଭାଗ ବାଲି ଦରକାର ହେବ ।
୨. ୧:୬ ଅନୁପାତ (ସିମେଣ୍ଟ:ବାଲି): କମ୍ ଆର୍ଦ୍ରତାପ୍ରବଣ ଅଞ୍ଚଳରେ ଆଭ୍ୟନ୍ତରୀଣ କାନ୍ଥ ପଲସ୍ତରା ଭଳି କମ୍ ଶକ୍ତି ଆବଶ୍ୟକ କରୁତିବା କାମରେ ବ୍ୟବହୃତ ହୁଏ ।
ପାଣିକୁ ଏକ ସ୍ଥିର ଅନୁପାତରେ ମିଶାଯାଇ ନ ଥାଏ, ବରଂ ତାହାକୁ ଆଶାନୁରୂପ ଗାଢ଼ାପଣ ପ୍ରାପ୍ତ ହେବା ପର୍ଯ୍ୟନ୍ତ ଧିରେ ଧିରେ ଯୋଗ କରାଯାଇଥାଏ । ଏପରି ମିଶ୍ରଣ ତିଆରି କରାଯିବାର ଲକ୍ଷ୍ୟ ରଖାଯିବ ଉଚିତ ଯାହା ଅତ୍ୟଧିକ ଟାଣ ହୋଇ ନ ଥିବ କି ଅତ୍ୟଧିକ ପାଣିଆ ହୋଇ ନ ଥିବ ।
ଉଦାହରଣ ସ୍ୱରୂପ, ୧୨ ମିଲିମିଟର ମୋଟାପଣର ୧:୪ ଅନୁପାତ ପ୍ଲାଷ୍ଟର ସହିତ ୧୦୦ ବର୍ଗ ଫୁଟକୁ ଆଚ୍ଛାଦନ କରିବାକୁ, ଆପଣଙ୍କୁ ସାଧାରଣତଃ ଆବଶ୍ୟକ ହେବ:
ସିମେଣ୍ଟ: ପାଖାପାଖି ୨୨୦ କେଜି
ବାଲି: ପାଖାପାଖି ୦.୯୮ ଘନ ମିଟର
ଜଳ: ଏକ ପରିବର୍ତ୍ତନଶୀଳ ପରିମାଣ, ମିଶ୍ରଣର ଗାଢ଼ାପଣକୁ ଆବଶ୍ୟକତା ଆଧାରରେ ଆଡଜଷ୍ଟ କରାଯାଏ ।
ଆପଣଙ୍କ ପ୍ଲାଷ୍ଟରିଂ ପ୍ରକଳ୍ପଗୁଡିକରେ ସର୍ବୋତ୍ତମ ଫଳାଫଳ ହାସଲ କରିବା ପାଇଁ ପ୍ଲାଷ୍ଟରିଂ ଅନୁପାତ ଏବଂ ଆବଶ୍ୟକ ପ୍ରତ୍ୟେକ ପଦାର୍ଥର ପରିମାଣ କିପରି ଗଣନା କରିବେ ତାହା ବୁଝିବା ଗୁରୁତ୍ୱପୂର୍ଣ୍ଣ । ଏହି ମାର୍ଗଦର୍ଶିକାଗୁଡିକ ଅନୁସରଣ କରି, ଆପଣ ଏକ ସଫଳ, ସ୍ଥାୟୀ ଏବଂ ବୃତ୍ତିଗତ ଦେଖାଯାଉଥିବା ପ୍ଲାଷ୍ଟର ଫିନିସ୍ ସୁନିଶ୍ଚିତ କରିପାରିବେ, ତାହା ଆଭ୍ୟନ୍ତରୀଣ କାନ୍ଥ ହେଉ କି ଛାତ କିମ୍ବା ଅନ୍ୟ କୌଣସି ପୃଷ୍ଠଭାଗ ପାଇଁ ହେଉ ।
ପ୍ଲାଷ୍ଟରକୁ ସିମେଣ୍ଟ, ବାଲି ଏବଂ ପାଣିକୁ ସଠିକ୍ ଅନୁପାତରେ ମିଶାଇ ମିଶ୍ରଣ କରାଯାଏ । ପ୍ରଥମେ ଶୁଖିଲା ଉପାଦାନକୁ ଭଲ ଭାବରେ ସମ୍ମିଶ୍ରଣ କରାଯାଏ ଏବଂ ପରେ ଧୀରେ ଧୀରେ ପାଣି ମିଶାଯାଏ । ମିଶ୍ରଣ ଏକ ମସୃଣ, କାର୍ଯ୍ୟକ୍ଷମ ଗାଢ଼ାପଣରେ ପହଞ୍ଚିବା ପର୍ଯ୍ୟନ୍ତ ଫେଣ୍ଟାଯାଏ, ଯାହା ସୁନିଶ୍ଚିତ କରେ ଯେ ଏହା ଅତ୍ୟଧିକ ଟାଣୁଆ କିମ୍ବା ପାଣିଆ ହେବନାହିଁ ।
ଆଭ୍ୟନ୍ତରୀଣ କାନ୍ଥ ଏବଂ ଛାତ ପାଇଁ ଷ୍ଟାଣ୍ଡାର୍ଡ ସିମେଣ୍ଟ ପ୍ଲାଷ୍ଟର ଅନୁପାତ ସାଧାରଣତଃ ୧ ଭାଗ ସିମେଣ୍ଟ ଏବଂ ୪ ଭାଗ ବାଲି (୧:୪) ଅଟେ । ବାହ୍ୟ ପ୍ଲାଷ୍ଟରିଂ ପାଇଁ, ୧:୬ ଅନୁପାତ (୧ ଭାଗ ସିମେଣ୍ଟ, ୬ ଭାଗ ବାଲି) ପ୍ରାୟତଃ ବାହ୍ୟ ପରିସ୍ଥିତିକୁ ଭଲ ଭାବରେ ସହ୍ୟ କରିବା ପାଇଁ ବ୍ୟବହୃତ ହୁଏ ।
ଆଦର୍ଶ ସିଲିଂ ପ୍ଲାଷ୍ଟରିଂ ଅନୁପାତ ହେଉଛି ୧ ଭାଗ ସିମେଣ୍ଟ ଏବଂ ୪ ଭାଗ ବାଲି (୧:୪) । ଏହା ସିଲିଂ ପାଇଁ ଉପଯୁକ୍ତ ଏକ ମସୃଣ, ସ୍ଥାୟୀ ଫିନିସ୍ ସୁନିଶ୍ଚିତ କରେ, ଯେଉଁଥିପାଇଁ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ସଂଲଗ୍ନତା ପାଇଁ ଏକ ସୂକ୍ଷ୍ମ ମିଶ୍ରଣ ଆବଶ୍ୟକ ହୋଇଥାଏ ।
୧୨ ମିଲିମିଟର ମୋଟାପଣ ଏବଂ ୧:୪ ଅନୁପାତ ବିଶିଷ୍ଟ ୧୦୦ ବର୍ଗଫୁଟ ପ୍ଲାଷ୍ଟର ପାଇଁ ପ୍ରାୟ ୨୨୦ କେଜି ସିମେଣ୍ଟ ଆବଶ୍ୟକ ହୋଇଥାଏ । ପ୍ରକୃତ ପରିମାଣ କ୍ଷେତ୍ରଫଳ ଏବଂ ମିଶ୍ରଣର ଗାଢ଼ାପଣ ନିର୍ଭର କରି ସାମାନ୍ୟ ଭିନ୍ନ ହୋଇପାରେ ।
ସିଙ୍ଗଲ କୋଟ୍ ପ୍ଲାଷ୍ଟର ପାଇଁ ସାଧାରଣତଃ ୧:୪ ଅନୁପାତ (୧ ଭାଗ ସିମେଣ୍ଟକୁ ୪ ଭାଗ ବାଲି) ବ୍ୟବହୃତ ହୁଏ । ଏହି ଅନୁପାତ କେବଳ ପ୍ଲାଷ୍ଟରର ଗୋଟିଏ ଆସ୍ତରଣ ଆବଶ୍ୟକ କରୁଥିବା ପୃଷ୍ଠଗୁଡିକ ପାଇଁ ପର୍ଯ୍ୟାପ୍ତ ଶକ୍ତି ଏବଂ ସ୍ଥାୟୀତ୍ୱ ପ୍ରଦାନ କରେ ।