Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଭାର ବହନକାରୀ କାନ୍ଥ କୋଠାର ଓଜନ ବହନ କରି ତାହାକୁ ଫାଉଣ୍ଡେସନରେ ବଣ୍ଟନ କରି ଢାଞ୍ଚାଗତ ସମର୍ଥନ ପ୍ରଦାନ କରିଥାଏ ।
ପ୍ରିକାଷ୍ଟ କଂକ୍ରିଟ କାନ୍ଥ ଦ୍ରୁତ ପ୍ରତିଷ୍ଠା ଏବଂ ଉଚ୍ଚ ନିଖୁଣତା ପ୍ରଦାନ କରେ; ଏହା ସାଧାରଣତଃ ମୌଳିକ ସମର୍ଥନ ପାଇଁ ବ୍ୟବହୃତ ହୋଇଥାଏ ।
ରିଟେନିଂ ୱାଲ୍ ମାଟି କିମ୍ବା ଜଳକୁ ଅଟକାଇ ରଖିଥାଏ ଏବଂ ଢାଳ ଅଞ୍ଚଳରେ କ୍ଷୟକୁ ରୋକିବା ପାଇଁ ଜରୁରୀ ହୋଇଥାଏ ।
ମ୍ୟାସୋନେରୀ କାନ୍ଥଗୁଡ଼ିକ ଦୀର୍ଘସ୍ଥାୟୀ ହେବା ସହ ଦେଖିବାରେ ଆକର୍ଷଣୀୟ ହୋଇଥାଏ; ଏଗୁଡ଼ିକ ମୋର୍ଟାରରେ ବନ୍ଧା ଇଟା କିମ୍ବା ପଥରରେ ନିର୍ମିତ ହୋଇଥାଏ ।
ଅଣ-ଭାର ବହନକାରୀ କାନ୍ଥ କୌଣସି ଢାଞ୍ଚାଗତ ବୋଝ ବହନ ନ କରି କେବଳ ସ୍ଥାନକୁ ବିଭାଜନ କରିଥାଏ ।
ଇଟା, କଂକ୍ରିଟ ଏବଂ ପଥର ପରି ସାମଗ୍ରୀଗୁଡ଼ିକୁ ସେଗୁଡ଼ିକର ସେମାନଙ୍କର ସ୍ଥାୟୀତ୍ୱ ଏବଂ ଇନ୍ସୁଲେସନ୍ ଗୁଣ ପାଇଁ ବହୁଳ ଭାବରେ ବ୍ୟବହାର କରାଯାଇଥାଏ ।
କୋଠା ନିର୍ମାଣ କଳାରେ ବିଭିନ୍ନ ପ୍ରକାରର କାନ୍ଥ ଅନ୍ତର୍ଭୁକ୍ତ ରହିଥାଏ, ପ୍ରତ୍ୟେକଟି ଢାଞ୍ଚାଗତ ସମର୍ଥନଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ବୃଦ୍ଧି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପୂରଣ କରିଥାଏ । ଏହି ଶିଳ୍ପରେ ବ୍ୟବହୃତ ହେଉଥିବା କାନ୍ଥଗୁଡ଼ିକର ବିବିଧତା ସମ୍ପର୍କରେ ଆସନ୍ତୁ ଜାଣିବା ।
ନିର୍ମାଣ କ୍ଷେତ୍ରରେ, ଉପରେ ରହିଥିବା ଢାଞ୍ଚାକୁ ସମର୍ଥନ କରିବାରେ ଭାର ବହନକାରୀ କାନ୍ଥ ବା ଲୋଡ୍-ବିୟରିଂ ୱାଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।ଏହି ମଜବୁତ କାନ୍ଥଗୁଡ଼ିକ ବିଲ୍ଡିଂର ଓଜନର ବୋଝ ବହନ କରି, ବିମ୍, ସ୍ଲାବ୍ ଏବଂ ସେମାନଙ୍କର ନିଜସ୍ୱ ବସ୍ତୁତ୍ୱର ବୋଝକୁ ଅବଶୋଷଣ କରିଥାଏ ଓ ପରେ ସେହି ବଳଗୁଡ଼ିକୁ ଫାଉଣ୍ଡେସନ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଏହାର କାର୍ଯ୍ୟକାରୀ ଭୂମିକା ବ୍ୟତୀତ, ଏହି କାନ୍ଥଗୁଡିକ ବିଲଡିଂର ଡିଜାଇନରେ ମଧ୍ୟ ଯୋଗଦାନ କରିପାରେ, ଯାହା ବାହ୍ୟ କିମ୍ବା ଆଭ୍ୟନ୍ତରୀଣ କାନ୍ଥ ଭାବରେ କାର୍ଯ୍ୟ କରିଥାଏ । ସେଗୁଡ଼ିକ ତଳ ମହଲାରୁ ଛାତ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ହୋଇଥାଏ, ପ୍ରତ୍ୟେକ ସ୍ତରର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିଥାଏ।
ପ୍ରିକାଷ୍ଟ କଂକ୍ରିଟରୁ ନିର୍ମିତ ଏହି କାନ୍ଥଗୁଡିକ ସେଗୁଡ଼ିକର ଶକ୍ତି, ସଠିକତା ଏବଂ ଦ୍ରୁତ ସ୍ଥାପନ ପ୍ରକ୍ରିୟା ପାଇଁ ଆଦୃତି ଲାଭ କରିଛି, ଯାହା ଏକ ଢାଞ୍ଚାର ମୌଳିକ ସମର୍ଥନ ପାଇଁ ମଞ୍ଚ ସ୍ଥାପିତ କରେ ।
ଏଗୁଡ଼ିକ ହେଉଛି ବିଶେଷ କାନ୍ଥ ଯାହା ମାଟି କିମ୍ବା ଜଳକୁ ଅଟକାଇ ରଖିଥାଏ, ଯାହା ସାଧାରଣତଃ ମୃତ୍ତିକା କ୍ଷୟକୁ ରୋକିବା ପାଇଁ କିମ୍ବା ଢାଳ ଜମିରେ ଛାତ ତିଆରି କରିବା ପାଇଁ ବ୍ୟବହୃତ ହୁଏ ।
ଇଟା କିମ୍ବା ପଥର ଭଳି ସାମଗ୍ରୀର ବ୍ୟକ୍ତିଗତ ଏକକରୁ ନିର୍ମିତ, ମୋର୍ଟାର୍ ସହିତ ବାନ୍ଧି ହୋଇ ରହୁଥିବା ଏହି କାନ୍ଥ ସେଗୁଡ଼ିକର ସ୍ଥିରତା ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଆକର୍ଷଣ ପାଇଁ ଆଦୃତି ଲାଭ କରିଛି ।
ଏହି କାନ୍ଥଗୁଡ଼ିକ ଅଫ୍ ସାଇଟ୍ ରେ ନିର୍ମିତ ହୁଏ ଏବଂ ଧାତବ ଷ୍ଟଡ୍ ଦ୍ୱାରା ଗଠିତ ହୋଇଥାଏ । ସେଗୁଡ଼ିକ ଭାର-ବହନକାରୀ ପ୍ରୟୋଗଗୁଡ଼ିକ ପାଇଁ ସ୍ଥିରତା ଏବଂ ସଂସ୍ଥାପନର ସହଜତା ପ୍ରଦାନ କରିଥାଏ ।
ଇଞ୍ଜିନିୟରିଂ ଇଟାକୁ କାମରେ ଲଗାଉଥିବା ଏହି କାନ୍ଥ ତାହାର ସ୍ୱଳ୍ପ ସରନ୍ଧ୍ରତା ଏବଂ ଉଚ୍ଚ କମ୍ପ୍ରେସିଭ୍ ଶକ୍ତି ପାଇଁ ବେଶ୍ ଜଣାଶୁଣା । ଏହି କାନ୍ଥଗୁଡ଼ିକ ସୁଦୃଢ଼ ଭାର-ବହନ ସାମର୍ଥ୍ୟ ପ୍ରଦାନ କରିଥାଏ ।
ପ୍ରାକୃତିକ ପଥରରୁ ନିର୍ମିତ ପଥର କାନ୍ଥଗୁଡ଼ିକ କାଳଜୟୀ ସୌନ୍ଦର୍ଯ୍ୟର ପରିଚୟ ଦେବା ସହ ଭାର ବୋହିବାର କ୍ଷମତା ରଖିଥାଏ ।
କୋଠାଗୁଡ଼ିକ ନଭଶ୍ଚୁମ୍ଭୀ ଉଚ୍ଚତାରେ ପହଞ୍ଚିବା ସହିତ କାନ୍ଥଗୁଡ଼ିକର ମୋଟେଇ ମଧ୍ୟ ତାହାକୁ ଅନୁସରଣ କରିବା ଆବଶ୍ୟକ ହୋଇଥାଏ, ଯାହା ଫଳରେ ଭିତ୍ତିଭୂମି ଉପରେ ଚାପ ବଢ଼ିଥାଏ । ଏହି ଢାଞ୍ଚାଗୁଡ଼ିକ ଯେପରି ଖର୍ଚ୍ଚ-ସାଶ୍ରୟୀ ହୁଏ ସେଥିପାଇଁ ସତର୍କ ଯୋଜନାର ଆବଶ୍ୟକତା ରହିଥାଏ ।
ଅଣ-ଭାର ବହନକାରୀ କାନ୍ଥ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଉଦ୍ଦେଶ୍ୟକୁ ସାଧିତ କରିଥାଏ । ସେଗୁଡ଼ିକର ଦାୟିତ୍ୱ କେବଳ ନିଜର ଓଜନକୁ ସମ୍ଭାଳିବା, କୋଠରୀଗୁଡ଼ିକ ମଧ୍ୟରେ ବିଭାଜନ ପ୍ରଦାନ କରିବା ବ୍ୟତୀତ ଆଉ କିଛି ହୋଇ ନ ଥାଏ । ଏପରି କାନ୍ଥଗୁଡ଼ିକୁ ବିମ୍ କିମ୍ବା ସ୍ଲାବ୍ ଭଳି ଢାଞ୍ଚାଗତ ଉପାଦାନଗୁଡ଼ିକୁ ସମର୍ଥନ ଯୋଗାଇବାର ବୋଝ ସହିବାକୁ ପଡ଼ି ନ ଥାଏ ।
ଏପରି କାନ୍ଥଗୁଡ଼ିକୁ ତାହାର ହାଲୁକାପଣ, ଇନସୁଲେସନ୍ ଗୁଣ ପାଇଁ ପସନ୍ଦ କରାଯାଇଥାଏ । ବିଲଡିଂର ଆଭ୍ୟନ୍ତରୀଣ ତାପମାତ୍ରା ନିୟନ୍ତ୍ରଣରେ ଏପରି କାନ୍ଥର ଅବଦାନ ରହିଥାଏ ।
ଫସାଡ଼ ଇଟା ଗୁଡ଼ିକ ଢାଞ୍ଚାଗୁଡ଼ିକୁ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସମ୍ମୁଖ ଚେହେରା ପ୍ରଦାନ କରିଥାଏ । ଏପରି କାନ୍ଥ କୌଣସି ଢାଞ୍ଚାଗତ ସମର୍ଥନ ପ୍ରଦାନ କରେ ନାହିଁ କିନ୍ତୁ କୋଠାର ବାହ୍ୟ ଆକର୍ଷଣକୁ ବଢ଼ାଇଥାଏ।
ଏହି ଇଟାଗୁଡ଼ିକ, ସେଗୁଡ଼ିକର ଫମ୍ପା ଗଠନ ପାଇଁ ଜଣାଶୁଣା, ଥର୍ମାଲ ଏବଂ ଶବ୍ଦ ଇନସୁଲେସନ୍ ପ୍ରଦାନ କରିଥାଏ ଏବଂ ହାଲୁକା ଅଣ-ଭାର ବହନ ପାର୍ଟିସନ୍ ପ୍ରସ୍ତୁତ କରିବା ପାଇଁ ଏହା ଉପଯୁକ୍ତ ଅଟେ ।
ଏକ ଖର୍ଚ୍ଚସାଶ୍ରୟୀ ଏବଂ ସ୍ଥାନ ସଞ୍ଚୟ ସମାଧାନ, ପତଳା ଇଟା କାନ୍ଥ ଢାଞ୍ଚାଗତ ଲେ’ଆଉଟକୁ ପ୍ରଭାବିତ ନକରି ଆଭ୍ୟନ୍ତରୀଣ ସ୍ଥାନଗୁଡିକୁ ସୁନ୍ଦର ଭାବରେ ବିଭକ୍ତ କରିପାରେ ।
ଅନେକ ପ୍ରକାର କାନ୍ଥ ଉପଲବ୍ଧ ଥିବାରୁ, ନିର୍ମାଣ ପେସାଦାରମାନେ ପ୍ରତ୍ୟେକ ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ପସନ୍ଦକୁ ଚୂଡ଼ାନ୍ତ କରିପାରିବେ । ଅପରିହାର୍ଯ୍ୟ ସହାୟତା ପ୍ରଦାନ ଠାରୁ ଆରମ୍ଭ କରି ଆକର୍ଷଣୀୟ ଡିଜାଇନ୍ ସହିତ ଆମନ୍ତ୍ରଣୀୟ ସ୍ଥାନ ସୃଷ୍ଟି କରିବା ପର୍ଯ୍ୟନ୍ତ, ଆପଣ ଚୟନ କରିଥିବା କାନ୍ଥଗୁଡ଼ିକ ଏକ ସୁପରିକଳ୍ପିତ କୋଠାର ମୂଳଦୁଆ ତିଆରି କରିଥାଏ ।
ନିର୍ମାଣର ବିଶାଳ କ୍ଷେତ୍ରରେ, କାନ୍ଥ ସାମଗ୍ରୀର ଚୟନ ବିଲଡିଂର ସ୍ଥାୟୀତ୍ୱ, ସୌନ୍ଦର୍ଯ୍ୟ, ଇନସୁଲେସନ୍ ଗୁଣ ଏବଂ ଏପରିକି ଏହାର ପରିବେଶ ପ୍ରଭାବକୁ ଯଥେଷ୍ଟ ପ୍ରଭାବିତ କରିଥାଏ । ଏଠାରେ କେତୋଟି ସମ୍ପ୍ରତି ପ୍ରଚଳିତ କାନ୍ଥ ସାମଗ୍ରୀର ସଂକ୍ଷିପ୍ତ ବିବରଣୀ ଦିଆଯାଇଛି:
ସବୁଠାରୁ ପୁରାତନ ଏବଂ ସବୁଠାରୁ ପାରମ୍ପରିକ ପଦାର୍ଥ ମଧ୍ୟରୁ ଅନ୍ୟତମ ଇଟାକୁ ଏହାର ସ୍ଥାୟୀତ୍ୱ, ଅଗ୍ନି ପ୍ରତିରୋଧ ଏବଂ ତାପଜ ବସ୍ତୁତ୍ୱ ଗୁଣ ପାଇଁ ପସନ୍ଦ କରାଯାଏ, ଯାହା ଶକ୍ତି ଦକ୍ଷତାରେ ଯୋଗଦାନ କରିଥାଏ ।
ଏଗୁଡ଼ିକ ଖର୍ଚ୍ଚସାଶ୍ରୀ ଏବଂ ବହୁମୁଖୀ ଉପଯୋଗୀ ହେବା ସହ, ଉତ୍କୃଷ୍ଟ ଢାଞ୍ଚାଗତ ଶକ୍ତି, ଅଗ୍ନି ପ୍ରତିରୋଧ ଏବଂ ଇନ୍ସୁଲେସନ୍ ଗୁଣ ପ୍ରଦାନ କରେ ।
ପ୍ରାକୃତିକ ପଥର ଚମତ୍କାର ସ୍ଥାୟୀତ୍ୱ ଏବଂ ଅଗ୍ନି ପ୍ରତିରୋଧ ସହିତ ଅତୁଳନୀୟ ସୌନ୍ଦର୍ଯ୍ୟ ଏବଂ ନିଆରାପଣ ପ୍ରଦାନ କରେ । ଏହାର ତାପଜ ବସ୍ତୁତ୍ୱ ଶକ୍ତି ଦକ୍ଷତାରେ ସାହାଯ୍ୟ କରେ ।
କାଠ କାନ୍ଥ ଢାଞ୍ଚାରେ ଉଷ୍ମତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିଥାଏ । ସେଗୁଡ଼ିକ ହାଲୁକା ହୋଇଥାଏ ଏବଂ ଉତ୍ତମ ତାପଜ ଏବଂ ଧ୍ୱନି ଇନସୁଲେସନ ପ୍ରଦାନ କରିଥାଏ । କିନ୍ତୁ ଅଗ୍ନି ପ୍ରତିରୋଧ ଏବଂ ସ୍ଥାୟୀତ୍ୱ ପାଇଁ ତାହା ଉପଚାର ଆବଶ୍ୟକ କରିଥାଏ ।
ପ୍ରାୟତଃ ଆଧୁନିକ ଶିଳ୍ପ ଓ ବାଣିଜ୍ୟିକ କୋଠାଗୁଡ଼ିକରେ ବ୍ୟବହୃତ ହେଉଥିବା ଧାତବ ପ୍ୟାନେଲ୍ ସ୍ଥାୟୀ, ଅଗ୍ନି ପ୍ରତିରୋଧକ ଏବଂ ସୌନ୍ଦର୍ଯ୍ୟମୟ ଡିଜାଇନ୍ ପାଇଁ ବିଭିନ୍ନ ଫିନିଶରେ ଉପଲବ୍ଧ ହୋଇଥାଏ ।
କାଚ କାନ୍ଥ ପ୍ରାକୃତିକ ଆଲୋକର ଉପଲବ୍ଧତାକୁ ଅଧିକତମ କରିଥାଏ, ଯେଉଁ କାରଣରୁ ଜାଗାଟି ଦେଖିବାକୁ ଖୋଲା ଖୋଲା ଲାଗିଥାଏ । ଶକ୍ତି ଦକ୍ଷତା ଏବଂ ଗୋପନୀୟତା ଦୃଷ୍ଟିରୁ ଏହାକୁ ବ୍ୟବହାର କରିବା ବିଷୟରେ ଯତ୍ନଶୀଳ ବିଚାର କରାଯିବା ଆବଶ୍ୟକ ହୋଇଥାଏ ।
କମ୍ ପରିବେଶ ପ୍ରଭାବ ଏବଂ ଉତ୍କୃଷ୍ଟ ଥର୍ମାଲ ବସ୍ତୁତ୍ୱ ପାଇଁ ଏହି ଚିରପୋଷଣକ୍ଷମ ସାମଗ୍ରୀଗୁଡ଼ିକୁ ପୁନର୍ବାର ବ୍ୟବହାର କରାଯିବାକୁ ଲାଗିଲାଣି । ଶକ୍ତି-ଦକ୍ଷ ଡିଜାଇନଗୁଡ଼ିକ ପାଇଁ ଏହା ଆଦର୍ଶ ହୋଇଥାଏ ।
ନିର୍ମାଣ ଶିଳ୍ପରେ ବିଭିନ୍ନ ପ୍ରକାରର କାନ୍ଥ ସାମଗ୍ରୀ ବ୍ୟବହାର କରାଯାଏ, ପ୍ରତ୍ୟେକର ଲାଭ ଏବଂ ବିଶେଷତା ରହିଛି । ଇଟା, କଂକ୍ରିଟ୍ ବ୍ଲକ୍ ଏବଂ ପଥର ଭଳି ସାମଗ୍ରୀ ସ୍ଥାୟୀତ୍ୱ ଏବଂ ଅଗ୍ନି ପ୍ରତିରୋଧ ପ୍ରଦାନ କରିଥାଏ, ଯାହା ସେମାନଙ୍କୁ ଲୋଡ୍ ବହନ ପ୍ରୟୋଗ ପାଇଁ ଉପଯୁକ୍ତ କରିଥାଏ । କାଠ ଏବଂ ଧାତବ ପ୍ୟାନେଲ ନିର୍ଦ୍ଦିଷ୍ଟ ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକାରୀ ଲାଭ ପ୍ରଦାନ କରୁଥିବା ବେଳେ କାଚ ପ୍ରାକୃତିକ ଆଲୋକ ଏବଂ ଖୋଲାପଣ ଆଣିଥାଏ । ଖରାରେ ଶୁଖିଥିବା ଅପୋଡ଼ା ମାଟି ପରି ଚିର ପୋଷଣକ୍ଷମ ବିକଳ୍ପ ପରିବେଶ ଅନୁକୂଳ ନିର୍ମାଣ ଧାରାର ଆବଶ୍ୟକତାକୁ ପୂରଣ କରିଥାଏ । ଏହି ସାମଗ୍ରୀଗୁଡ଼ିକୁ ବୁଝିବା ଦ୍ୱାରା ନିର୍ଦ୍ଦିଷ୍ଟ ନିର୍ମାଣ ଆବଶ୍ୟକତା ପାଇଁ ସଠିକ୍ ଚୟନ କରିବା, ସୌନ୍ଦର୍ଯ୍ୟ ବାବଦୀୟ ଅଭିଳାଷ, ଇନସୁଲେସନ୍ ଆବଶ୍ୟକତାକୁ ପୂରଣ କରିବା ଏବଂ ପରିବେଶ ବିଚାର ସହିତ ଢାଞ୍ଚାଗତ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟତା ମିଳିଥାଏ ।
"ଶ୍ରେଷ୍ଠତମ" ପ୍ରକାରର କାନ୍ଥ କୋଠାର ଉଦ୍ଦେଶ୍ୟ, ଅବସ୍ଥିତି, ଜଳବାୟୁ ଏବଂ ସୌନ୍ଦର୍ଯ୍ୟମୂଳକ ଲକ୍ଷ୍ୟ ସମେତ ବିଭିନ୍ନ କାରକ ଉପରେ ନିର୍ଭର କରିଥାଏ । ଇଟା ଏବଂ କଂକ୍ରିଟ ଢାଞ୍ଚାଗତ ସମର୍ଥନ ଏବଂ ଅଗ୍ନି ପ୍ରତିରୋଧ ପାଇଁ ଉତ୍କୃଷ୍ଟ ହୋଇଥିବା ବେଳେ କାଚ ଏବଂ ଧାତୁ ପ୍ୟାନେଲ ପ୍ରାକୃତିକ ଆଲୋକ ଉପରେ ଗୁରୁତ୍ୱ ଦେଇ ଆଧୁନିକ ଡିଜାଇନ୍ ପାଇଁ ଉପଯୁକ୍ତ ହୋଇଥାଏ । କାଠ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣ ପ୍ରଦାନ କରିଥାଏ । ସ୍ଥାୟୀ ନିର୍ମାଣ ପାଇଁ ଖରାରେ ଶୁଖିଥିବା ଅପୋଡ଼ା ଇଟା ଓ ମାଟିକୁ ପସନ୍ଦ କରାଯାଏ । ଶେଷରେ, ଶ୍ରେଷ୍ଠତମ ପସନ୍ଦ କାର୍ଯ୍ୟ, ରୂପ ଏବଂ ପରିବେଶ ପ୍ରଭାବ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ ।
ଆରସିସି (ରିଇନଫୋର୍ସଡ୍ ସିମେଣ୍ଟ କଂକ୍ରିଟ) କାନ୍ଥର ଅନ୍ୟ ନାମ ହେଉଛି "ରିଇନଫୋର୍ସଡ୍ କଂକ୍ରିଟ୍ ୱାଲ୍"। ଏହା କଂକ୍ରିଟର କମ୍ପ୍ରେସିଭ୍ ଶକ୍ତିକୁ ଇସ୍ପାତ ମଜବୁତ ବାର୍ ର ତନନ ଶକ୍ତି ସହିତ ମିଶାଇଥାଏ, ଯାହାଫଳରେ ଉଭୟ ଢାଞ୍ଚାଗତ ଏବଂ ଅଣ-ଢାଞ୍ଚାଗତ ପ୍ରୟୋଗ ପାଇଁ ଉପଯୁକ୍ତ ଏକ ମଜବୁତ ଏବଂ ସ୍ଥାୟୀ କାନ୍ଥ ସୃଷ୍ଟି ହୁଏ ।
ଏକ ଢାଞ୍ଚାଗତ କାନ୍ଥ ଏହାର ଲୋଡ୍ ବହନ କ୍ଷମତା, ସ୍ଥାୟୀତ୍ୱ ଏବଂ ଚାପ ପ୍ରତି ପ୍ରତିରୋଧକୁ ବୃଦ୍ଧି କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ ମଧ୍ୟରେ ଅତିରିକ୍ତ ମଜବୁତୀକରଣ (ଯେପରିକି ଇସ୍ପାତ ରିବାର) ସହିତ ନିର୍ମିତ ଏକ କାନ୍ଥକୁ ବୁଝାଏ । ଏହି କାନ୍ଥଗୁଡିକ ଏକ କୋଠାର ଓଜନକୁ ସମର୍ଥନ କରିବା, ପରିବେଶ ଶକ୍ତିକୁ ପ୍ରତିରୋଧ କରିବା ଏବଂ ଢାଞ୍ଚାଗତ ଅଖଣ୍ଡତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥାଏ ।
ଗ୍ରାଭିଟି ୱାଲ୍ ଏକ ପ୍ରକାର ରିଟେନିଂ ୱାଲ୍ ଅଟେ, ଯାହା ମାଟି ଓ ପାଣିକୁ ଅଟକାଇ ରଖିବା ପାଇଁ ନିଜର ବସ୍ତୁତ୍ୱ ଏବଂ ମାଧ୍ୟାକର୍ଷଣ ଉପରେ ନିର୍ଭରଶୀଳ ରହିଥାଏ । ଏହା ସାଧାରଣତଃ ପଥର, କଂକ୍ରିଟ୍ କିମ୍ବା କାଠ ଭଳି ଭାରୀ ପଦାର୍ଥରେ ନିର୍ମିତ ହୋଇଥାଏ । ଗ୍ରାଭିଟି ୱାଲ୍ ସେଗୁଡ଼ିକର ଓଜନ ମାଧ୍ୟମରେ ପଛଆଡ଼ୁ ପଡ଼ୁଥିବା ଚାପକୁ ପ୍ରତିରୋଧ କରିଥାଏ, ଯାହା ଫଳରେ ସେଗୁଡ଼ିକ ଢାଳକୁ ସ୍ଥିର କରିବା ଏବଂ କ୍ଷୟକୁ ରୋକିବା ପାଇଁ ଉପଯୁକ୍ତ ହୋଇଥାଏ ।