Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ନିଜର ଜୀବନଶୈଳୀ ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜ ସ୍ୱପ୍ନର ଘର ସମ୍ବନ୍ଧରେ ଏକ ସୁସ୍ପଷ୍ଟ କଳ୍ପନା ସହିତ ନିଜର ଘର ନିର୍ମାଣ ଯୋଜନା ଆରମ୍ଭ କରନ୍ତୁ ।
ଆପଣଙ୍କର ଡିଜାଇନ୍ ପସନ୍ଦକୁ ମାର୍ଗଦର୍ଶିତ କରିବା ଏବଂ ଆବଶ୍ୟକତାରୁ ଅଧିକ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବା ପାଇଁ ଆରମ୍ଭରୁ ହିଁ ଏକ ବାସ୍ତବବାଦୀ ବଜେଟ୍ ସ୍ଥିର କରିଦିଅନ୍ତୁ ।
ଜାଗାର ଡିଜାଇନ୍ ଏମିତି କରନ୍ତୁ ଯାହା କେବଳ ଯେ ସୁନ୍ଦର ହୋଇଥିବ ତାହା ନୁହେଁ, ବରଂ ଦୈନନ୍ଦିନ ଜୀବନ ପାଇଁ ମଧ୍ୟ ବ୍ୟାବହାରିକ ହୋଇଥିବ ।
ନିଜର ପ୍ଲାନ୍ ଡିଜାଇନ୍ କରିବା ସମୟରେ, ନିର୍ଭୁଲତା ଏବଂ ସ୍ଥାନୀୟ ବିଲଡିଂ କୋଡ୍ ର ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଆର୍କିଟେକ୍ଟ କିମ୍ବା ଡିଜାଇନରଙ୍କ ମତାମତ ସଂଗ୍ରହ କରନ୍ତୁ ।
ନିର୍ମାଣ ପ୍ରକ୍ରିୟାକୁ ମାର୍ଗଦର୍ଶନ ଯୋଗାଇବା ପାଇଁ ଯଥାଯଥ ମାପଚୁପ ଏବଂ ଲେ’ଆଉଟ୍ ସହିତ ଏକ ସବିସ୍ତୃତ ଫ୍ଲୋର୍ ପ୍ଲାନ୍ ତିଆରି କରନ୍ତୁ ।
ଆପଣ କଳ୍ପନା କରିଥିବା ଡିଜାଇନ୍ ସହିତ ଖାପ ଖାଉଥିବା ସାମଗ୍ରୀ, ରଙ୍ଗ ଏବଂ ଫିକ୍ସର୍ ଆଦି ଯତ୍ନ ସହକାରେ ଚୟନ କରନ୍ତୁ ଏବଂ ଘରର ସାମଗ୍ରିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରନ୍ତୁ ।
ଘର ନିର୍ମାଣ ପ୍ଲାନ୍ କୁ ଚୂଡ଼ାନ୍ତ କରିବା ପୂର୍ବରୁ ସେଥିରେ ଥିବା କୌଣସି ତ୍ରୁଟିବିଚ୍ୟୁତିକୁ ଧରିବା ଏବଂ ତାହା ଯେପରି ଆପଣଙ୍କର ଆଶାର ଅନୁରୂପ ତାହା ସୁନିଶ୍ଚିତ କରିବା ପାଇଁ ତାହାକୁ ତନ୍ନତନ୍ନ କରି ସମୀକ୍ଷା କରନ୍ତୁ ।
ଷ୍ଟୋରେଜ୍ ପାଇଁ ଯୋଜନା କରନ୍ତୁ, ପ୍ରାକୃତିକ ଆଲୋକକୁ ବିଚାରକୁ ନିଅନ୍ତୁ ଏବଂ ମହଙ୍ଗା ତ୍ରୁଟି ଓ ବିଳମ୍ବକୁ ଏଡ଼ାଇବା ପାଇଁ ପେସାଦାରଙ୍କ ସହ ପରାମର୍ଶ କରନ୍ତୁ ।
ହାଉସ୍ ଫ୍ଲୋର୍ ପ୍ଲାନ୍ ହେଉଛି ସ୍କେଲ୍ ସାହାଯ୍ୟରେ ଅଙ୍କନ କରାଯାଇଥିବା ଏକ ରେଖାଚିତ୍ର, ଯାହା କୋଠରୀଗୁଡ଼ିକର ଲେ’ଆଉଟ୍ ଏବଂ ଘରର ଭୌତିକ ବୈଶିଷ୍ଟ୍ୟାବଳୀର ଏକ ବିହଙ୍ଗ ଦୃଷ୍ଟି ଦେଇଥାଏ । ଏଥିରେ ମାପ, ଫର୍ନିଚର୍, ଉପକରଣ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପାଦାନଗୁଡ଼ିକର ଅବସ୍ଥିତି ରହିଥାଏ ଏବଂ ଆପଣଙ୍କ ଘରର ନିର୍ମାଣ ଓ ଡିଜାଇନରେ ଏହା ଏକ ବ୍ଲୁ-ପ୍ରିଣ୍ଟ ଭାବେ କାମ କରିଥାଏ । ଏକ ବ୍ୟାବହାରିକ ବିଲଡିଂ ପ୍ଲାନ୍ ଡ୍ରଇଂ ବିଲ୍ଡରମାନଙ୍କୁ ମାର୍ଗଦର୍ଶନ ଦେଇଥାଏ ଏବଂ ସମସ୍ତ ଡିଜାଇନ ଉପାଦାନଗୁଡ଼ିକ ଯେପରି ସୁରୁଖୁରୁରେ ଖାପ ଖାଏ ତାହା ସୁନିଶ୍ଚିତ କରିଥାଏ ।
ଏକ ସବିସ୍ତୃତ ଗୃହ ନିର୍ମାଣ ଯୋଜନା ତିଆରି କରିବା ଅନେକ କାରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆପଣଙ୍କର କଳ୍ପନାକୁ ଯେପରି ବିଲ୍ଡରମାନେ ଠିକ୍ ଭାବେ ବୁଝିପାରନ୍ତି ଏହା ସୁନିଶ୍ଚିତ କରିଥାଏ ଓ ତ୍ରୁଟି ତଥା ଭୁଲ୍ ବୁଝାମଣାକୁ ହ୍ରାସ କରିଥାଏ । ଏକ ବିସ୍ତୃତ ଯୋଜନା ମଧ୍ୟ ଉତ୍ତମ ବଜେଟ୍ ପରିଚାଳନା ପାଇଁ ଅନୁମତି ଦେଇଥାଏ, କାରଣ ଆପଣ ସମୟ ପୂର୍ବରୁ ସାମଗ୍ରୀ, ଶ୍ରମ ଏବଂ ଅନ୍ୟାନ୍ୟ ଖର୍ଚ୍ଚର ହିସାବ କରିପାରିଥାନ୍ତି । ଏହା ବ୍ୟତୀତ, ଏହା ଆବଶ୍ୟକୀୟ ପରମିଟ୍ ହାସଲ କରିବା ଏବଂ ସ୍ଥାନୀୟ ବିଲ୍ଡିଂ କୋଡ୍ ର ଅନୁପାଳନ କରିବାରେ ମଧ୍ୟ ସାହାଯ୍ୟ କରେ ।
ନିଜର ଘରର ଯୋଜନା ଅଙ୍କନ ଆରମ୍ଭ କରିବା ପୂର୍ବରୁ, ଆପଣ କ’ଣ ଚାହୁଁଛନ୍ତି ତାହାର ଏକ ସ୍ପଷ୍ଟ କଳ୍ପନା ରଖନ୍ତୁ । ନିଜର ଜୀବନଶୈଳୀ, ଆବଶ୍ୟକତା ଏବଂ ପସନ୍ଦଗୁଡ଼ିକୁ ବିଚାରକୁ ନିଅନ୍ତୁ । କୋଠରୀଗୁଡ଼ିକର ସଂଖ୍ୟା, ସେଗୁଡ଼ିକର ଲେ’ଆଉଟ୍ ଏବଂ ଆପଣ ଚାହୁଁଥିବା କୌଣସି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସମ୍ପର୍କରେ ଚିନ୍ତା କରନ୍ତୁ ।
ପ୍ରେରଣା ପାଇଁ ବିଭିନ୍ନ ଗୃହ ଡିଜାଇନ୍ ଓ ଫ୍ଲୋର୍ ପ୍ଲାନ୍ ଗୁଡ଼ିକ ଉପରେ ନଜର ପକାନ୍ତୁ । ମଡେଲ୍ ଘର ପରିଦର୍ଶନ କରନ୍ତୁ, ଆର୍କିଟେକ୍ଚର୍ ମାଗାଜିନ୍ ଖେଳାଇ ଦେଖନ୍ତୁ ଏବଂ ଅନଲାଇନରେ ଉପଲବ୍ଧ ସମ୍ବଳଗୁଡ଼ିକୁ ଅନୁସନ୍ଧାନ କରନ୍ତୁ । ଆପଣଙ୍କର ଷ୍ଟାଇଲ୍ ଏବଂ କାର୍ଯ୍ୟଗତ ଆବଶ୍ୟକତାକୁ ସୁହାଉଥିବା ଭଳି ଧାରଣାଗୁଡ଼ିକୁ ସଂଗ୍ରହ କରନ୍ତୁ ।
ଗୃହ ନିର୍ମାଣ ଯୋଜନାରେ, ଆପଣଙ୍କ ପ୍ଲଟର ଅବସ୍ଥିତି ଏବଂ ଆକାର ଆପଣଙ୍କର ହାଉସ୍ ପ୍ଲାନକୁ ପ୍ରଭାବିତ କରିଥାଏ । ପ୍ଲଟ୍ ର କ୍ଷେତ୍ରଫଳ, ଅବସ୍ଥିତି ଏବଂ ଉପଯୋଗିତା (ବିଜୁଳି, ଜଳ, ସଡ଼କ ଆଦି) ପ୍ରତି ସୁଗମ୍ୟତାର ମୂଲ୍ୟାୟନ କରନ୍ତୁ । ପ୍ଲଟ୍ ର ଆକାର ଯେପରି ଆପଣ ଚାହୁଁଥିବା ଘରର ଆକାର ଏବଂ ଲେ’ଆଉଟର ସୁସଙ୍ଗତ ହୁଏ ତାହା ସୁନିଶ୍ଚିତ କରନ୍ତୁ ।
ଯଦିଓ ସୌନ୍ଦର୍ଯ୍ୟ ମହତ୍ତ୍ୱ ରଖିଥାଏ କିନ୍ତୁ ପ୍ରାୟୋଗିକତାକୁ ପ୍ରାଧାନ୍ୟତା ଦିଆଯିବା ଉଚିତ । ଜାଗାକୁ ଏପରି ଡିଜାଇନ୍ କରନ୍ତୁ ଯେପରିକି ତାହା ବ୍ୟାବହାରିକ ହୋଇଥିବା ଏବଂ ଆପଣଙ୍କର ନିତିଦିନିଆ ଆବଶ୍ୟକତାକୁ ପୂରଣ କରିପାରୁଥିବ । ନିଜର ଘର ପ୍ଲାନ୍ ତିଆରି କରିବା ସମୟରେ ଲେ’ଆଉଟ୍ ରେ ଷ୍ଟୋରେଜ୍ ଏବଂ ସୁଗମ୍ୟତା ଭଳି ଦିଗଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।
ଯଦିଓ ନିଜ ଘରର ଯୋଜନା ନିଜେ ତିଆରି କରିବା ଏକ ତୃପ୍ତିଦାୟକ ଅନୁଭୂତି ହୋଇଥାଏ, କିନ୍ତୁ ଆର୍କିଟେକ୍ଟ ଓ ଡିଜାଇନରଙ୍କ ସହ ପରାମର୍ଶ ଆପଣଙ୍କୁ ମୂଲ୍ୟବାନ୍ ଦୃଷ୍ଟିକୋଣ ପାଇବାରେ ସାହାଯ୍ୟ କରିପାରିବ । ପେସାଦାରମାନେ ଆପଣଙ୍କର ଧାରଣାକୁ ଆହୁରି ମାର୍ଜିତ କରିବା ଏବଂ ବିଲଡିଂ କୋଡ୍ ର ଅନୁପାଳନକୁ ସୁନିଶ୍ଚିତ କରିବାରେ ସାହାଯ୍ୟ କରିପାରିବେ ।
ସବିସ୍ତୃତ ଫ୍ଲୋର୍ ପ୍ଲାନ୍ ତିଆରି କରିବା ପାଇଁ ଡିଜାଇନ୍ ସଫ୍ଟୱେୟାର୍ ବ୍ୟବହାର କରନ୍ତୁ କିମ୍ୱା ଜଣେ ପେସାଦାରଙ୍କ ସାହାଯ୍ୟ ନିଅନ୍ତୁ । ସେଥିରେ ସଠିକ ମାପ, ରୁମ୍ ଲେ’ଆଉଟ୍ ଏବଂ ଫିକ୍ସର୍ ତଥା ଆସବାବପତ୍ରର ସ୍ଥାପନା ଅନ୍ତର୍ଭୁକ୍ତ କରନ୍ତୁ । ଏକ ନିଖୁଣ ପ୍ଲାନ୍ ରହିବା ଜରୁରୀ ଅଟେ ଯାହାକୁ ବିଲ୍ଡରମାନେ ଅନୁସରଣ କରିପାରିବେ ।
ନିଜର ଡ୍ରଇଂଗୁଡ଼ିକୁ ଚୂଡ଼ାନ୍ତ କରିବା ପରେ, ପରବର୍ତ୍ତୀ ମୁଖ୍ୟ ପଦକ୍ଷେପ ହେଉଛି ନିଜର ଗୃହ ନିର୍ମାଣ ଯୋଜନାକୁ ଏକ ବାସ୍ତବତାର ରୂପ ଦେବା ପାଇଁ ସାମଗ୍ରୀଗୁଡ଼ିକୁ ସଂଗ୍ରହ କରବା । ନିଜ ବାସସ୍ଥାନରେ ଆପଣ ଯେଉଁସବୁ ଉତ୍ପାଦ ଚାହୁଁଛନ୍ତି ସେ ସମସ୍ତ ଉତ୍ପାଦର ନମୁନା ସଂଗ୍ରହ କରିବା ଓ ସେଗୁଡ଼ିକୁ ପରସ୍ପର ସହିତ କିପରି ଖାପ ଖାଉଛି ତାହା ଦେଖିନେବା ସର୍ବୋତ୍ତମ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ଆପଣ ଏକ କୋଠରୀରେ ଏକ ନିର୍ଦ୍ଦିଷ୍ଟ ରଙ୍ଗ ଚାହୁଁଛନ୍ତି, ତେବେ, ସେହି କୋଠରୀରେ ପଡ଼ୁଥିବା ସୂର୍ଯ୍ୟକିରଣର ମାତ୍ରା ଓ ଦିଗ, କୋଠରୀର ଗୁଣ ଏବଂ ବିଦ୍ୟମାନ ରଙ୍ଗ ଭଳି ଦିଗଗୁଡ଼ିକୁ ବିଚାରକୁ ନିଅନ୍ତୁ ।
ସ୍ଥାୟିତ୍ୱ ଏବଂ ରକ୍ଷଣାବେକ୍ଷଣ ପାଇଁ ହାର୍ଡଉଡ୍, ଟାଇଲ୍, ପଥର କିମ୍ବା କଂକ୍ରିଟ୍ ଭଳି ସାମଗ୍ରୀଗୁଡ଼ିକୁ ବିଚାରକୁ ନିଅନ୍ତୁ । ଆପଣଙ୍କର ଥିମ୍ ଏବଂ ଟେକ୍ସର ସହିତ ମେଳ ଖାଉଥିବା ଏବଂ ଆକର୍ଷଣୀୟ ଲାଗୁଥିବା ରଙ୍ଗ ଚୟନ କରନ୍ତୁ । ନିଜର ଡିଜାଇନକୁ ଉନ୍ନତ କରିବା ପାଇଁ ଫିକ୍ସର୍, ହାର୍ଡୱେର୍ ଓ ଲାଇଟିଂ ଚୟନ କରନ୍ତୁ । ଫସେଟ୍ (ପିପା), କବାଟ ହ୍ୟାଣ୍ଡେଲ୍ ଏବଂ ଲାଇଟ୍ ସୁଇଚ୍ ଭଳି ସୂକ୍ଷ୍ମତା ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଯାହାସବୁ ପସନ୍ଦ କରିଛନ୍ତି ସେଗୁଡ଼ିକ ଆପଣଙ୍କ କଳ୍ପନା ଏବଂ ବଜେଟ ଅନୁରୂପ କି ନୁହେଁ ତାହା ନିଶ୍ଚିତ କରିବା ପାଇଁ ଇଣ୍ଟେରିୟର୍ ଡିଜାଇନରଙ୍କ ସାହାଯ୍ୟ ନିଅନ୍ତୁ ।
ନିଜର ଘର ନିର୍ମାଣ ଯୋଜନାକୁ ଚୂଡ଼ାନ୍ତ କରିବା ପୂର୍ବରୁ, ତାହାକୁ ଟିକିନିଖି ଭାବେ ସମୀକ୍ଷା କରନ୍ତୁ । ସେଥିରେ ଯେପରି କୌଣସି ତ୍ରୁଟିବିଚ୍ୟୁତି, ବ୍ୟତିକ୍ରମ କିମ୍ବା ଉପେକ୍ଷିତ ରହିଯାଇଥିବା ଜିନିଷ ନାହିଁ ସେ ସମ୍ପର୍କରେ ସୁନିଶ୍ଚିତ ହୁଅନ୍ତୁ । ପ୍ଲାନ୍ ଯେପରି ଆପଣଙ୍କର କଳ୍ପନା ଏବଂ ଆବଶ୍ୟକତା ସହ ଖାପ ଖାଏ ତାହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ସଂଶୋଧନ କରନ୍ତୁ ।
ଗୃହ ଯୋଜନା ତିଆରି କରିବା ପାଇଁ ସୂକ୍ଷ୍ମଦର୍ଶିତା ଏବଂ ସ୍ପଷ୍ଟ କଳ୍ପନା ଆବଶ୍ୟକ ହୋଇଥାଏ । ମୌଳିକ କଥାଗୁଡ଼ିକୁ ବୁଝିବା, ପ୍ରାୟୋଗିକତାକୁ ପ୍ରାଥମିକତା ଦେବା ଏବଂ ପେସାଦାରଙ୍କ ସହ ପରାମର୍ଶ କରି ଆପଣ ନିଜ ପାଇଁ ଖାସ୍ ହୋଇଥିବା ଏବଂ ଫଳପ୍ରଦ ଗୃହ-ନିର୍ମାଣ ପ୍ଲାନ୍ ତିଆରି କରିପାରିବେ । ନିର୍ମାଣ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଓ ଆପଣଙ୍କର ଆବଶ୍ୟକତା ଓ ପସନ୍ଦକୁ ସୁହାଉଥିବା ଘରକୁ ସୁନିଶ୍ଚିତ କରିବା ପାଇଁ ସାଧାରଣ ତ୍ରୁଟିଗୁଡ଼ିକୁ ଏଡ଼ାନ୍ତୁ ।
ଘର ନିର୍ମାଣ ଯୋଜନା ତିଆରି କରିବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ଏକ ସ୍ପଷ୍ଟ କଳ୍ପନା ରଖିବା, ପ୍ରେରଣା ସଂଗ୍ରହ କରିବା, ବଜେଟ୍ ସ୍ଥିର କରିବା ଏବଂ ସଠିକ୍ ପ୍ଲଟ୍ ଚୟନ କରିବାରୁ । ପ୍ରାୟୋଗିକତା ବା କାର୍ଯ୍ୟକାରିତାକୁ ପ୍ରାଧାନ୍ୟ ଦିଅନ୍ତୁ, ପ୍ରାକୃତିକ ଆଲୋକକୁ ବିଚାରକୁ ନିଅନ୍ତୁ ଏବଂ ପେସାଦାରଙ୍କ ସହ ପରାମର୍ଶ କରନ୍ତୁ । ଏକ ସବିସ୍ତୃତ ଫ୍ଲୋର୍ ପ୍ଲାନ୍ ତିଆରି କରନ୍ତୁ ଓ ତାହାକୁ ଚୂଡ଼ାନ୍ତ କରିବା ପୂର୍ବରୁ ସମୀକ୍ଷା କରିନିଅନ୍ତୁ ।
ନିଜ ଘର ପାଇଁ ଏକ ହାଉସ୍ ପ୍ଲାନ୍ ତିଆରି କରିବା ପାଇଁ, ପ୍ରଥମେ ଏକ ଘର ଢାଞ୍ଚାର ଯୋଜନା କରନ୍ତୁ ଯେଉଁଥିରେ ଆପଣଙ୍କର ଆବଶ୍ୟକତାର ବ୍ୟାଖ୍ୟା ରହିଥିବ, ଲେ’ଆଉଟ୍ ନିରୂପଣ ହୋଇଥିବ ଏବଂ ସାମଗ୍ରୀଗୁଡ଼ିକର ଚୟନ ହୋଇଥିବ । ଆପଣଙ୍କର ଢାଞ୍ଚାର ସୁ-ନିର୍ମାଣକୁ ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ବିଲଡିଂ କୋଡ୍ ର ଅନୁପାଳନ କରିବା ପାଇଁ ଆର୍କିଟେକ୍ଟ ଓ ଡିଜାଇନରମାନଙ୍କ ସହ ପରାମର୍ଶ କରନ୍ତୁ ।
ଘର ନିର୍ମାଣରେ ଅନେକ ସୋପାନ ସଂଶ୍ଳିଷ୍ଟ ହୋଇଥାଏ: ସାଇଟ୍ ପ୍ରସ୍ତୁତି, ଫାଉଣ୍ଡେସନ ବିଛାଇବା, ଫ୍ରେମିଂ, ରୁଫିଙ୍ଗ୍, ଇନସୁଲେସନ୍, ଡ୍ରାଏୱାଲ୍, ଫ୍ଲୋରିଂ, ଫିନିଶିଂ ସ୍ପର୍ଶ ଏବଂ ଚୂଡ଼ାନ୍ତ ଯାଞ୍ଚ ।
ଆପଣ ଏକ ଡିଜାଇନ୍ ସଫ୍ଟୱେର୍ ବ୍ୟବହାର କରି କିମ୍ବା ପେସାଦାରଙ୍କ ସହାୟତା ନେଇ ନିଜର ଘରର ପ୍ଲାନ୍ ତିଆରି କରିପାରିବେ । ଆପଣଙ୍କର ପ୍ଲାନ୍ ଯେପରି ସବିସ୍ତୃତ, ପ୍ରାୟୋଗିକ ହୁଏ ଏବଂ ସ୍ଥାନୀୟ ବିଲଡିଂ କୋଡ୍ ର ଅନୁପାଳନ କରେ ତାହା ସୁନିଶ୍ଚିତ କରନ୍ତୁ ।