ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କାନ୍ଥରେ ଆର୍ଦ୍ରତା ଏବଂ ଆପଣ ଏଥିରୁ କିପରି ଆପଣଙ୍କର କାନ୍ଥକୁ ରକ୍ଷା କରିପାରିବେ ।

Share:


କାନ୍ଥରେ ଆର୍ଦ୍ରତା ଏକ ସାଧାରଣ ସମସ୍ୟା ଯାହା ମୌସୁମୀ ଆରମ୍ଭ ସମୟରେ ଏକକ ଘର ଥିବା ବହୁ ଘରମାଲିକ ସମ୍ମୁଖୀନ ହୁଅନ୍ତି । ମୌସୁମୀ ଆରମ୍ଭ ହେବା ପୂର୍ବରୁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଏହାକୁ ରୋକାଯାଇ ନଥାଏ, ତାହେଲେ କାନ୍ଥରେ ସିପେଜ୍ ସୃଷ୍ଟି ଆରମ୍ଭ ହୁଏ । ଆର୍ଦ୍ରତା ଘରେ ଏକାଧିକ ସମସ୍ୟା ସୃଷ୍ଟି କରେ ଯେପରିକି ଲିକେଜ୍, ରଙ୍ଗ ଉଠିବା, ଫାଟ ଇତ୍ୟାଦି । ଯଦି ଏହାର ସଠିକ୍ ଭାବରେ ମୁକାବିଲା ନହୁଏ, ତେବେ ଏହା ସୃଷ୍ଟି କରୁଥିବା ଶିଉଳି ଏବଂ ଫଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଆର୍ଦ୍ରତା ଆପଣଙ୍କ ଘରର ସଂରଚନାର ଦୃଢତାକୁ ମଧ୍ୟ କ୍ଷତିଗ୍ରସ୍ତ କରିପାରେ । ଏହି କାରଣରୁ ଏହାକୁ ରୋକିବା ଜରୁରୀ ଅଟେ ।

କାନ୍ଥର ଆର୍ଦ୍ରତା ଏବଂ ଆପଣ କିପରି ଏଥିରୁ କାନ୍ଥକୁ ରକ୍ଷା କରିପାରିବେ ତଥା ଆପଣଙ୍କ ସ୍ୱାସ୍ଥ୍ୟ ଓ ଘରକୁ ଏହା ଦ୍ୱାରା ସୃଷ୍ଟ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିବେ, ସେ ସମ୍ପର୍କରେ ଏହି ବ୍ଲଗ୍ ଆପଣଙ୍କୁ ବିଶଦ ଭାବରେ ବର୍ଣ୍ଣନା କରିବ ।

 

 



କାନ୍ଥର ଆଦ୍ରତା



 

ବିଭିନ୍ନ ପ୍ରକାର ଆର୍ଦ୍ରତା

କାନ୍ଥରେ 3 ପ୍ରକାରର ଆର୍ଦ୍ରତା ଦେଖାଯାଏ :

 

  1. ଗଭୀର ଆଦ୍ରତା

  2. ଉତ୍ଥିତ ଆର୍ଦ୍ରତା

  3. ଘନୀଭୂତ ଆର୍ଦ୍ରତା

     

ଆସନ୍ତୁ ଆଦ୍ରତାର ଏହି ପ୍ରକାରଭେଦଗୁଡିକ ବିସ୍ତୃତ ଭାବରେ ବୁଝିବା ।

1. ଗଭୀର ଆଦ୍ରତା

କାନ୍ଥ ଦେଇ ପାଣି ଝରିବା ଦ୍ଵାରା ଗଭୀର ଆଦ୍ରତା ସୃଷ୍ଟି ହୋଇଥାଏ ।

 

କାରଣ

ନିମ୍ନ କାରଣଗୁଡ଼ିକ ସମେତ ବିଭିନ୍ନ କାରଣରୁ ଜଳ କାନ୍ଥରେ ପ୍ରବେଶ କରିପାରେ:

  • ଆପଣଙ୍କ ଛାତର ବର୍ଷା ନାଳସମୂହ ଭାଙ୍ଗି ଯାଇଥାଇପାରେ କିମ୍ବା ବନ୍ଦ ହୋଇଥାଇପାରେ ।

  • ଇଟାଗୁଡ଼ିକର ପ୍ରତିକୂଳ ପାଣିପାଗକୁ ପ୍ରତିହତ କରିବାର କ୍ଷମତା ହ୍ରାସ ପାଉଛି

  • ଭାଙ୍ଗିଯାଇଥିବା ଇଟାଗୁଡ଼ିକ

  • ବାହ୍ୟ କାନ୍ଥରେ ଫାଟ
  • ଝରକା ଏବଂ କବାଟ ବନ୍ଧରେ ଛିଦ୍ର

  • ଟୋପା ଟୋପା ପାଣି ଝରାଉଥିବା ପାଇପଗୁଡ଼ିକ

  • ଭାଙ୍ଗିଯାଇଥିବା କିମ୍ବା ସ୍ଥାନାନ୍ତରିତ ହୋଇଥିବା ଛାତ-ଟାଇଲଗୁଡ଼ିକ

     

ସମାଧାନ

ଆପଣ ଆଦ୍ରତାର କାରଣଗୁଡିକ ଚିହ୍ନଟ କରିବା ସହ ସେଗୁଡ଼ିକୁ ଦୂର କରିବା ପାଇଁ ପ୍ରତ୍ୟେକ କାରଣକୁ ପୃଥକ ଭାବରେ ପରିଚାଳନା କରିବା ଉଚିତ:

  • ନଷ୍ଟ ହୋଇଥିବା ବର୍ଷା ନାଳଗୁଡିକୁ ମରାମତି ଏବଂ ସଫା କରନ୍ତୁ

  • ସ୍ଥାନାନ୍ତରିତ ହୋଇଥିବା କିମ୍ବା ନଷ୍ଟ ହୋଇଥିବା ଛାତ-ଟାଇଲଗୁଡ଼ିକୁ ବଦଳାନ୍ତୁ କିମ୍ବା ମରାମତି କରନ୍ତୁ ।

  • ସ୍ଥାନାନ୍ତରିତ ହୋଇଥିବା କିମ୍ବା ନଷ୍ଟ ହୋଇଥିବା ଛାତ-ଟାଇଲଗୁଡ଼ିକୁ ବଦଳାନ୍ତୁ କିମ୍ବା ମରାମତି କରନ୍ତୁ ।

  • ଲିକ୍ ହେଉଥିବା ପାଇପଗୁଡିକୁ ଠିକ୍ କରନ୍ତୁ

  • ଛିଦ୍ରାଳ ଇଟାଗୁଡ଼ିକ ବଦଳାଇ ଜଳ-ରୋଧକ ସାମଗ୍ରୀ ବ୍ୟବହାର କରନ୍ତୁ କିମ୍ବା ଇଟାଗୁଡ଼ିକ ଉପରେ ରଙ୍ଗ ଦିଅନ୍ତୁ

 

 

2. ଉତ୍ଥିତ ଆର୍ଦ୍ରତା

କାରଣ

କୈଶିକ କ୍ରିୟା ହେତୁ ଭୂମିରୁ ଜଳ ଘର ଭିତରକୁ ଉଠିଥାଏ, ଯାହା ଦ୍ଵାରା ଉତ୍ଥିତ ଆର୍ଦ୍ରତା ସୃଷ୍ଟି ହୁଏ । ଘର ସଂରଚନାରେ ସମସ୍ୟା, ବିଶେଷ ଭାବରେ ଡ୍ୟାମ୍ପ ପ୍ରୁଫ୍ କୋର୍ସ ଅଥବା ଆଦ୍ରତା-ରୋଧକ ଝିଲ୍ଲୀରେ ସମସ୍ୟା ଯୋଗୁଁ ଏହା ହୋଇଥାଏ । ଡ୍ୟାମ୍ପ ପ୍ରୁଫ୍ କୋର୍ସ ହେଉଛି ଏକ ୱାଟରପ୍ରୁଫ୍ ଆବରଣ ଯାହା ଆର୍ଦ୍ରତାକୁ ରୋକିବା ପାଇଁ ଭୂମି ସଂଲଗ୍ନ ଘରର କାନ୍ଥରେ ବିଛା ଯାଇଥାଏ । ଏହା ସାଧାରଣତଃ ଏକ ଭୂସମାନ୍ତର ଷ୍ଟ୍ରିପ୍; ଭୂତଳ ସ୍ତରରୁ ଅତି କମରେ 15 ସେମି ଉଚ୍ଚରେ କାନ୍ଥରେ ବିଛାଯାଏ; ପ୍ଲାଷ୍ଟିକ୍ କିମ୍ବା ବିଟୁମେନ ଚାଦରରେ ତିଆରି ହୋଇଥାଏ । ଘରକୁ ଭୂତଳ ଜଳ ପ୍ରବେଶରୁ ରକ୍ଷା କରିବା ପାଇଁ କଂକ୍ରିଟ ଚଟାଣ ତଳେ ଏକ ୱାଟରପ୍ରୁଫ୍ ସିଟ୍ ରଖାଯାଇଥାଏ, ଯାହା ଆଦ୍ରତା-ରୋଧକ ଝିଲ୍ଲୀ ନାମରେ ପରିଚିତ । ଯେତେବେଳେ ଡ୍ୟାମ୍ପ ପ୍ରୁଫ୍ କୋର୍ସ ଅଥବା ଝିଲ୍ଲୀ ସଠିକ୍ ଭାବରେ କାମ କରେ ନାହିଁ, ସେତେବେଳେ ଉତ୍ଥିତ ଆର୍ଦ୍ରତା ସୃଷ୍ଟି ହୁଏ । ସମ୍ଭବତଃ କୌଣସି ଡ୍ୟାମ୍ପ ପ୍ରୁଫ୍ କୋର୍ସ ଅଥବା ଆଦ୍ରତା-ରୋଧକ ଝିଲ୍ଲୀ ହିଁ ବ୍ୟବହାର କରାଯାଇନାହିଁ ।

 

ସମାଧାନ

ଉତ୍ଥିତ ଆର୍ଦ୍ରତାର ସମାଧାନ କରିବାକୁ ଆପଣଙ୍କ ପାଇଁ ଜଣେ ପେସାଦାର ଯନ୍ତ୍ରୀଙ୍କ ଆବଶ୍ୟକତା ପଡିପାରେ

ପ୍ରଥମେ, ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଘର ତଳେ ଏକ ଡ୍ୟାମ୍ପ ପ୍ରୁଫ୍ କୋର୍ସ ଅଥବା ଆଦ୍ରତା-ରୋଧକ ଝିଲ୍ଲୀ ବିଛା ଯାଇଛି । ଆପଣ ବିଛାଇଛନ୍ତି କି ନାହିଁ ବୋଲି ଯଦି ଆପଣ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ପଡିବ । ଏକ ଉଚ୍ଚ ଭୂମିତଳ ମଧ୍ୟ ସମସ୍ୟା ସୃଷ୍ଟି କରିବ କାରଣ ଜଳ ଭୂ-ପୃଷ୍ଠ ମଧ୍ୟ ଦେଇ କାନ୍ଥରେ ପ୍ରବେଶ କରିପାରେ । ଡ୍ୟାମ୍ପ ପ୍ରୁଫ୍ କୋର୍ସ ଭୂମିତଳଠାରୁ 15 ସେମି ଉଚ୍ଚ ହେବା ଉଚିତ୍; ତଥାପି, ଯଦି ଭୂମି ସ୍ତର ଅତ୍ୟଧିକ ଉଚ୍ଚ ଅଟେ, ତେବେ ଆପଣଙ୍କୁ ଡ୍ୟାମ୍ପ ପ୍ରୁଫ୍ କୋର୍ସଠାରୁ ଭୂମିତଳର ସ୍ତର କମ କରିବା ପାଇଁ ଓଦା କାନ୍ଥର ବାହାର ପଟରେ ମାଟି ଖୋଳିବାକୁ ପଡିବ । କାନ୍ଥକୁ ଆର୍ଦ୍ରତାରୁ ରକ୍ଷା କରିବା ପାଇଁ, ଆପଣ ଏହାକୁ ପିଚୁ ଦ୍ଵାରା ସିଲ୍ ମଧ୍ୟ କରିପାରିବେ ।

 

3. ଘନୀଭୂତ ଆର୍ଦ୍ରତା

କାରଣ

କାନ୍ଥରେ ବାୟୁ ଘନୀଭୂତ ହେବା ଫଳରେ ଘନୀଭୂତ ଆର୍ଦ୍ରତା ସୃଷ୍ଟି ହୁଏ । ଯେତେବେଳେଗରମ, ଆର୍ଦ୍ର ବାୟୁ କାନ୍ଥ ପରି ଏକ ଥଣ୍ଡା ପୃଷ୍ଠତଳ ସଂସ୍ପର୍ଶରେ ଆସେ, ସେତେବେଳେ ବାୟୁ ଆର୍ଦ୍ରତା ଧାରଣ କରିବାରେ ଅସମର୍ଥ ହୁଏ ଯଦ୍ଵାରା ଜଳ ବିନ୍ଦୁଗୁଡ଼ିକର ସୃଷ୍ଟି ହୁଏ ଏବଂ ଆପଣଙ୍କ କାନ୍ଥରେ ଶିଉଳି ହୁଏ ।

ବାୟୁ ଚଳାଚଳର ଅଭାବ, ଶୀତଳ ପୃଷ୍ଠ, ଏବଂ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଉତ୍ତାପର ଅଭାବ ସମ୍ମିଳିତ ଭାବରେ ଘନିଭବନରେ ସାହାଯ୍ୟ କରିଥାନ୍ତି ।

 

ସମାଧାନ

ଘନିଭବନ ଆପଣଙ୍କ ଦ୍ୱାରା ସହଜରେ ପରିଚାଳିତ ହୋଇପାରିବ:

  • ଡବଲ୍ ଗ୍ଲେଜିଂ ବ୍ୟବହାର କରିବା ( ମହଙ୍ଗା ହେଲେ ମଧ୍ୟ )

  • ଏକ ଡେହୁମିଡିଫାୟାର୍ ବ୍ୟବହାର କରିବା ।

  • ଝରକା ଖୋଲିବା ଏବଂ ଅଧିକ ସଂଖ୍ୟାରେ ଏୟାର ଭେଣ୍ଟ ଓ ଫ୍ୟାନ ଲଗାଇବା ଦ୍ୱାରା ଭଲ ଭାବରେ ବାୟୁ ଚଳାଚଳ ହେବ ।

  • ବାହାରେ ଥଣ୍ଡା ହେଲେ ଘର ଭିତରେ ତାପମାତ୍ରା ବୃଦ୍ଧି କରିବା (ଯଦି ଆପଣ ଉତ୍ତର ଭାରତରେ ରାହୁଥାନ୍ତି)

  • ଝରକା ଏବଂ ପ୍ରଭାବିତ ସ୍ଥାନଗୁଡିକୁ ସଫା କରିବା ପାଇଁ ଏକ କପଡାରେ ପୋଛିବା



କାନ୍ଥରେ ସିପେଜ୍ କିପରି ହୁଏ



ନିମ୍ନମାନର କଞ୍ଚାମାଲ ବ୍ୟବହାର କିମ୍ବା ନିର୍ମାଣ ସମୟରେ ୱାଟରପ୍ରୁଫିଂ ସତର୍କତା ଅବଲମ୍ବନ କରିବାରେ ବିଫଳତା କାନ୍ଥରୁ ପାଣି ଝରିବାର କାରଣ ହୋଇପାରେ । କାରଣ କଂକ୍ରିଟ୍ ଘରର ବାହ୍ୟ କାନ୍ଥଗୁଡିକ ବିଭିନ୍ନ ଉପାଦାନଗୁଡିକର ସଂସ୍ପର୍ଶରେ ଆସିଥାଏ; ଦୀର୍ଘ ସମୟ ଧରି ବର୍ଷା ଜଳ ସଂସ୍ପର୍ଶରେ ଆସିବା ଦ୍ୱାରା ବାହ୍ୟ ଆବରଣରେ ଫାଟ ସୃଷ୍ଟି ହୋଇପାରେ ଏବଂ କାନ୍ଥରେ ଆର୍ଦ୍ରତା ଏବଂ ଜଳ ପ୍ରବେଶ କରିଥାଏ । ସିପେଜ୍ ଯୋଗୁଁ କାନ୍ଥଗୁଡ଼ିକରେ ଆର୍ଦ୍ରତା ସୃଷ୍ଟି ହୋଇଥାଏ । ଯଦି କାନ୍ଥର ସିପେଜକୁ ଅତି ଶୀଘ୍ର ଠିକ ନକରାଯାଏ, ତେବେ ଏହି ଆର୍ଦ୍ରତା ଭିତରକୁ ଯାଇ କାନ୍ଥ ରଙ୍ଗକୁ ନଷ୍ଟ କରିଦିଏ ।.

କାନ୍ଥରୁ ପାଣି ଝରିବାର ଅନ୍ୟ କେତେକ କାରଣ ହେଉଛି:

  1. ଜଳ ନିଷ୍କାସନ ବ୍ୟବସ୍ଥା, ବାଥରୁମ, ରୋଷେଇ ଘର କିମ୍ବା ପାଣି ଟାଙ୍କିରେ ଲିକ୍ ହେତୁ କାନ୍ଥରେ ସିପେଜ୍ ହୋଇପାରେ ।

  2. ଜଳ ଯୋଗାଣର ପାଇପ ଲାଇନ, ବାଥରୁମର ସାନିଟାରୀ ଫିଟିଙ୍ଗ ଏବଂ ଡ୍ରେନେଜ ପାଇପଗୁଡ଼ିକରେ ଲିକ୍ ଫଳରେ କାନ୍ଥରେ ସିପେଜ୍ ହୋଇପାରେ ।
  3. ବାଥରୁମ ଟାଇଲ ଲିକରୁ କାନ୍ଥରେ ସିପେଜ୍ ହେବାର ଏକ ସମ୍ଭାବନା ରହିଛି ।
  4. ଏକ ଘରେ ତ୍ରୁଟିପୂର୍ଣ୍ଣ ଭାବରେ ନଳନାଳୀ ଲଗାଯିବା ହେତୁ କାନ୍ଥରେ ଗୁରୁତର ସିପେଜ୍ ହୋଇପାରେ ।
  5. ଯଦି ଘରର ବାହ୍ୟ କାନ୍ଥଗୁଡିକ ପ୍ଲାଷ୍ଟର ହୋଇନଥାଏ ତେବେ କାନ୍ଥରେ ସିପେଜ୍ ହୋଇପାରେ ।
  6. ଭୂତଳ ଆର୍ଦ୍ରତା ଉପରକୁ ଉଠିବା ଯୋଗୁଁ ଚଟାଣ ଏବଂ କାନ୍ଥରେ ସିପେଜ୍ ସୃଷ୍ଟି କରେ ।
  7. ଜଳ ନିଷ୍କାସନ ପାଇପଗୁଡିକ ନଲଗାଇବା ଫଳରେ ଛାତ କିମ୍ବା ବାଲକୋନୀରେ ପାଣି ଜମା ହୋଇପାରେ, ଯାହା କାନ୍ଥରେ ସିପେଜ୍ ସୃଷ୍ଟି କରିପାରେ ।
  8. ତ୍ରୁଟିପୂର୍ଣ୍ଣ ଝରକା ବନ୍ଧ କିମ୍ବା ଡୋର୍ ଲାଇନର ମଧ୍ୟ କାନ୍ଥରେ ସିପେଜ୍ ହେବାର କାରଣ ହୋଇପାରେ । ଗ୍ଲାସ୍ ପ୍ୟାନ୍ ମଧ୍ୟରେ ଫାଟିଯାଇଥିବା ପୁଟି, ଝରକା ଯୋଡ଼େଇ ମଧ୍ୟରେ ଭାଙ୍ଗି ଯାଇଥିବା କାଉଲ୍କିଂ ଏବଂ ଗ୍ଲାସର ଧାରରେ ପର୍ଯ୍ୟାପ୍ତ ପରିମାଣର ପେଣ୍ଟ୍ ସିଲର ନଥିବା ଯୋଗୁଁ ବୁନ୍ଦା ବୁନ୍ଦା ପାଣି ଜମି ଆର୍ଦ୍ରତା ସୃଷ୍ଟି ହୋଇପାରେ ।

କାନ୍ଥରେ ଆର୍ଦ୍ରତାକୁ ରୋକିବା ପାଇଁ 6 ଟି ଉପାୟ

 

1. କାନ୍ଥରେ ଥିବା ଫାଟଗୁଡ଼ିକୁ ସିଲ୍ କରନ୍ତୁ


ସମୟ ବିତିବା ସହିତ ଆପଣଙ୍କ ଘରର କାନ୍ଥ ଫାଟି ଯାଇପାରେ । ସାଧାରଣତଃ, ଏହି ଫାଟଗୁଡିକ କବାଟ ଏବଂ ଝରକା ବନ୍ଧ ନିକଟରେ ଆରମ୍ଭ ହୁଏ । ସେଗୁଡ଼ିକ ଆର୍ଦ୍ରତାକୁ ଆପଣଙ୍କ ଘରର ସଂରଚନାରେ ପ୍ରବେଶ କରିବାକୁ ସାହାଯ୍ୟ କରନ୍ତି, ଯାହାର ଫଳସ୍ୱରୂପ କାନ୍ଥରେ ଓଦା ଦାଗ ଏବଂ ସିପେଜ୍ ସୃଷ୍ଟି ହୁଏ ।

କାନ୍ଥ ଫାଟ ଫିଲର ଦ୍ୱାରା ଫାଟ ଭରିବା ହେଉଛି କାନ୍ଥ ଦେଇ ପାଣି ଝରିବାକୁ ବନ୍ଦ କରିବା ପାଇଁ ସର୍ବୋତ୍ତମ ଉପାୟ । ସମସ୍ତ ଢିଲା ପ୍ଲାଷ୍ଟରଗୁଡ଼ିକୁ ଅପସାରିତ କରିବା ପରେ ଫାଟ ଏବଂ ଖାଲଗୁଡ଼ିକ ଫିଲର ଦ୍ୱାରା ଭରି କାନ୍ଥକୁ ରଙ୍ଗ କରିବା ଆବଶ୍ୟକ । ମୌସୁମୀ ଋତୁ ଆରମ୍ଭ ହେବା ପୂର୍ବରୁ ଏହାକୁ ଶେଷ କରିବାକୁ ସୁନିଶ୍ଚିତ କରନ୍ତୁ ।.
 

2. ପୃଷ୍ଠତଳର ୱାଟରପ୍ରୁଫ୍ ଉପଚାର


ଘରଗୁଡ଼ିକରେ ପ୍ରୟୋଗ କରାଯାଉଥିବା ଅନେକ ବାହ୍ୟ ରଙ୍ଗଗୁଡିକ ସଛିଦ୍ର ଅଟେ, ଯାହା ଭିତର କାନ୍ଥରେ ଜଳ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ । କାନ୍ଥ ମଧ୍ୟରେ ଜଳ ପ୍ରବେଶ ନକରିବା ପାଇଁ କାନ୍ଥର ବାହାର ପଟରେ ବାହ୍ୟ ୱାଟରପ୍ରୁଫିଂ କୋଟ୍ ପ୍ରୟୋଗ କରାଯାଇପାରିବ । କାନ୍ଥକୁ ଆର୍ଦ୍ରତାରୁ ସୁରକ୍ଷିତ ରଖିବା ପାଇଁ ୱାଟରପ୍ରୁଫ୍ କୋଟ୍ ସୃଷ୍ଟି କରୁଥିବା ପ୍ରତିବନ୍ଧକ କାନ୍ଥକୁ ଇନସୁଲେଟ କରିବ ଏବଂ ବର୍ଷା ଓ ଆର୍ଦ୍ରତାକୁ ଦୂରେଇ ରଖିବ ।

ଛାତକୁ ୱାଟରପ୍ରୁଫ୍ କରି ଆପଣ ଭିତର କାନ୍ଥରେ ଆର୍ଦ୍ରତାର ଉପଚାର କରିପାରିବେ । ଆପଣଙ୍କ ଛାତ ପ୍ରତିକୂଳ ପାଣିପାଗର ସାମନା କରୁଥିବାରୁ ଛାତ ଉପରେ ସହଜରେ ପାଣି ଜମି ଲିକ୍ ଏବଂ ଓଦା ଦାଗ ସୃଷ୍ଟି କରିପାରେ । ଛାତ ଉପରେ ଉପଯୁକ୍ତ ଭାବରେ ଏକ ୱାଟରପ୍ରୁଫ୍ କୋଟ୍ ପ୍ରୟୋଗ କରାଯିବା ଉଚିତ ଯାହା ଏକ ଜଳରୋଧୀ ପଦାର୍ଥ ଭାବରେ କାର୍ଯ୍ୟ କରେ ଏବଂ ଜଳ ପ୍ରବେଶକୁ ରୋକିଥାଏ ।
 

3. ଇଣ୍ଟିଗ୍ରାଲ୍ ଡ୍ୟାମ୍ପ ପ୍ରୁଫ୍ ବ୍ୟବସ୍ଥା


ଆପଣ ବେଳେବେଳେ ଆପଣଙ୍କ କାନ୍ଥର ନିମ୍ନ ଭାଗରେ, କାନ୍ଥର ପ୍ରାନ୍ତ ପଟରେ ଓଦା ଦାଗ ଦେଖିପାରନ୍ତି । ଆପଣ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ କାନ୍ଥ ଦେଇ ପାଣି ଲିକ୍ କିପରି ବନ୍ଦ କରିହେବ ।


ଆପଣଙ୍କ ଘରର କାନ୍ଥରେ ଭୂତଳ ଜଳର ପ୍ରବେଶ ରୋକିବାକୁ ଏକ ଡ୍ୟାମ୍ପ ପ୍ରୁଫ୍ କୋର୍ସ ବ୍ୟବହାର କରନ୍ତୁ । ଡ୍ୟାମ୍ପ ପ୍ରୁଫ୍ କୋର୍ସ ଏକ ଅପ୍ରାକୃତିକ ପଦାର୍ଥରେ ନିର୍ମିତ ଏକ ପ୍ରତିଷେଧକ ପ୍ରତିବନ୍ଧକ - ଯାହା ନିଜ ମଧ୍ୟ ଦେଇ ଜଳ ପ୍ରବାହକୁ ବାରଣ କରେ - ଭୂମି ସ୍ତରରୁ 150 ମିଲିମିଟର ଉଚ୍ଚରେ ଥିବା ଇଟା କାନ୍ଥରେ ଯୋଡା ଯାଇଥାଏ । ଏହା କାନ୍ଥ ଦେଇ ବ୍ୟାପକ ଭାବରେ ବୃଦ୍ଧି ପାଉଥିବା ଆଦ୍ରତାକୁ ରୋକିଥାଏ ।


ଅଧିକାଂଶ ଘର ନିର୍ମାଣ ସମୟରେ ସାଧାରଣତଃ ଏକ ଡ୍ୟାମ୍ପ ପ୍ରୁଫ୍ କୋର୍ସ ବିଛା ଯାଇଥାଏ । ତଥାପି, ଯଦି ଆପଣ ଆପଣଙ୍କ କାନ୍ଥର ତଳ ଭାଗରେ ଓଦା ପ୍ୟାଚ୍ ଲକ୍ଷ୍ୟ କରୁଛନ୍ତି, ତାହେଲେ ଡ୍ୟାମ୍ପ ପ୍ରୁଫ୍ କୋର୍ସକୁ ବଦଳାଇବାର ଆବଶ୍ୟକତା ପଡିପାରେ । ଏହା ଏକ କଠିନ କାର୍ଯ୍ୟ ଯାହା ଏକ ବିଶେଷଜ୍ଞଙ୍କ ଦ୍ୱାରା କରାଯିବା ଆବଶ୍ୟକ । ତେଣୁ ସବୁଠୁ ଭଲ ହେଉଛି କ୍ଷୟକ୍ଷତିର ଆକଳନ କରିବା ପାଇଁ ଜଣେ ବିଶେଷଜ୍ଞ ନିଯୁକ୍ତ କରିବା ଏବଂ ଆବଶ୍ୟକ ହେଲେ ଡ୍ୟାମ୍ପ-ପ୍ରୁଫ୍ କୋର୍ସକୁ ବଦଳାଇବା ।

ଏହି season ତୁରେ, ଆପଣଙ୍କ ଘରକୁ ଭଲ ଚାଳିତ ରଖିବାକୁ ମନେରଖନ୍ତୁ । ଯେକ any ଣସି ଛାଞ୍ଚ କିମ୍ବା ଫଙ୍ଗସକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ଯାହା ବର୍ଷା ହେତୁ କାନ୍ଥରେ ବିକଶିତ ହୋଇପାରେ, କାରଣ ସେମାନଙ୍କର ଉପସ୍ଥିତି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣ ତୁମର କାନ୍ଥରେ ଅତ୍ୟଧିକ ଆର୍ଦ୍ରତା କିମ୍ବା ବଡ଼ ଖାଲ ଆବିଷ୍କାର କର, ତୁରନ୍ତ ଆର୍ଦ୍ର କାନ୍ଥକୁ ରୋକିବା ପାଇଁ ତୁରନ୍ତ ଏକ ବିଶେଷଜ୍ଞଙ୍କ ସହିତ ପରାମର୍ଶ କର ।
 

4. ଗୁନିଟିଂ


ପାଇପ୍ ତଥା କାନ୍ଥରେ କଂକ୍ରିଟ ମିଶ୍ରଣର ଏକ ପତଳା ସ୍ତର ଲେପନ କରି ସେଗୁଡ଼ିକୁ ୱାଟରପ୍ରୁଫ୍ କରିବାର ପ୍ରକ୍ରିୟା ହେଉଛି ଗୁନିଟିଂ ।

ଗୁନାଇଟ୍ ଏବଂ ଶଟକ୍ରିଟ୍, ସମାନ ନୁହେଁ । ଉଚ୍ଚ ଚାପର କଂକ୍ରିଟ୍ ମିଶ୍ରଣର ସ୍ପ୍ରେକୁ ଶଟକ୍ରିଟ୍ କରିବା କୁହାଯାଏ, ଯେତେବେଳେ କି ଅତି ଦ୍ରୁତ କଂକ୍ରିଟ୍ ମିଶ୍ରଣ ସ୍ପ୍ରେକୁ ଗୁନିଟିଂ ବୋଲି କୁହାଯାଏ । ଏକ ସଂରଚନା ମଧ୍ୟରେ ସଛିଦ୍ରତା ହ୍ରାସ କରିବାରେ ଉଭୟ ସାହାଯ୍ୟ କରୁଥିବାବେଳେ ଗୁନାଇଟ୍ ସାଧାରଣତ ଶଟକ୍ରିଟ୍ ଅପେକ୍ଷା ଅଧିକ ସମୟ କାମ କରିଥାଏ ।
 

5. ପ୍ରେସର ଗ୍ରୁଟିଂ

ଏକ ସଂରଚନାରେ ଫାଙ୍କ, ଫାଟ କିମ୍ବା ଛିଦ୍ରାରେ ଏକ ଜେଟ୍ ଦ୍ୱାରା ସିମେଣ୍ଟ ଏବଂ ବାଲି ପ୍ରୟୋଗ କରିବା ପ୍ରେସର ଗ୍ରୁଟିଂ ଭାବରେ ଜଣାଶୁଣା । ଗ୍ରୁଟିଂ କେବଳ କାନ୍ଥକୁ ଓଦା ହେବାରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ ନାହିଁ ବରଂ ଏକ ସଂରଚନାକୁ ଅଧିକ ଶକ୍ତିଶାଳୀ ଏବଂ ଦୃଢ କରିବାରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ ।
 


ବାରମ୍ବାର ପଚରାଯାଉଥିବା ପ୍ରଶ୍ନ 

 

1. କାନ୍ଥରେ ଆଦ୍ରତା କାହିଁକି ସୃଷ୍ଟି ହୁଏ?

 

ନିର୍ମାଣ ସମୟରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଗଲେ କାନ୍ଥଗୁଡ଼ିକ ଆର୍ଦ୍ର ହୋଇଥାଏ । ଯଦି ପାଣି କିମ୍ବା ମଇଳା ପାଣି ପାଇପଗୁଡିକରେ ଲିକ୍ ଥାଏ, ତେବେ କାନ୍ଥରେ ଆର୍ଦ୍ରତା ମଧ୍ୟ ସୃଷ୍ଟି ହୋଇପାରେ ।

 

2. କାନ୍ଥରେ ଆର୍ଦ୍ରତାକୁ କିପରି ରୋକାଯାଇପାରିବ?

 

କାନ୍ଥରେ ଆର୍ଦ୍ରତାକୁ ରୋକିବା ପାଇଁ ୱାଟରପ୍ରୁଫ୍ ଟାଇଲ୍ କିମ୍ବା ଏକ ଡ୍ୟାମ୍ପ ପ୍ରୁଫ୍ କୋର୍ସ ବିଛାଇବା ହେଉଛି କାନ୍ଥରେ ଆର୍ଦ୍ରତା ରୋକିବା ପାଇଁ ଦୁଇଟି ବିଶେଷ ଉପଚାର ।

 

3. କାନ୍ଥର ସିପେଜ୍ ଘର ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କି?

 

ହଁ, ସିପେଜ୍ ଶିଉଳି ଏବଂ ଫଙ୍କୁଗୁଡ଼ିକର ବୃଦ୍ଧିକୁ ପ୍ରୋତ୍ସାହିତ କରେ, ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହି ଆର୍ଦ୍ର କାନ୍ଥଗୁଡିକ ସମୟ କ୍ରମେ ଘରର ସଂରଚନା ଉପରେ ମଧ୍ୟ ପ୍ରଭାବ ପକାଇଥାଏ, ଯାହା ଘରର ମୂଳ ଢାଞ୍ଚାକୁ ପ୍ରଭାବିତ କରେ ।



ବର୍ତ୍ତମାନ ଯେହେତୁ ଆପଣଙ୍କ ପାଖରେ କାନ୍ଥର ଆର୍ଦ୍ରତା ସମ୍ବନ୍ଧୀୟ ସମସ୍ତ ସୂଚନା ଅଛି, ଆପଣ ଆପଣଙ୍କ କାନ୍ଥକୁ ଏଥରୁ ସହଜରେ ରକ୍ଷା କରିପାରିବେ ଏବଂ ଆପଣଙ୍କ ଘର ତଥା ନିଜର ସ୍ୱାସ୍ଥ୍ୟର ସୁରକ୍ଷାକୁ ସୁନିଶ୍ଚିତ କରିପାରିବେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |






  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....