ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj



ମୂଲ୍ୟବୋଧ ଫ୍ରେମୱର୍କ


ସତ୍ୟନିଷ୍ଠା

ଆମର କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ନିରପେକ୍ଷତା ଏବଂ ସାଧୁତା ଉପରେ ପର୍ଯ୍ୟବସିତ । ଆମେ ପେସାଦାର ମନୋଭାବର ସର୍ବୋଚ୍ଚ ମାନକକୁ ଅନୁସରଣ କରିଥାଉ ଏବଂ ଏଥିପାଇଁ ଆମେ ସ୍ୱୀକୃତି ମଧ୍ୟ ପ୍ରାପ୍ତ କରିଆସିଛୁ । ଆମ ପାଇଁ ସତ୍ୟନିଷ୍ଠା କେବଳ ବିତ୍ତୀୟ ଏବଂ ବୌଦ୍ଧିକ ସତ୍ୟନିଷ୍ଠା ମଧ୍ୟରେ ସୀମିତ ନୁହେଁ, ବରଂ ତାହା ମଧ୍ୟରେ ସାଧାରଣ ଭାବେ ବୁଝାଯାଉଥିବା ସମସ୍ତ ସ୍ୱରୂପ ସମାହିତ ଅଟେ ।

logo

ପ୍ରତିବଦ୍ଧତା

ସତ୍ୟନିଷ୍ଠାର ମୂଳଦୂଆରେ, ସମସ୍ତ ହିତଧାରକଙ୍କୁ ମହତ୍ତ୍ୱ ଦେବା ପାଇଁ ଯାହା ବି ଆବଶ୍ୟକ, ଆମେ ତାହା କରିଥାଉ । ଏହି ପ୍ରକ୍ରିୟାରେ ଆମର ନିଜସ୍ୱ କାର୍ଯ୍ୟ ଓ ନିଷ୍ପତ୍ତି ପାଇଁ ଉତ୍ତରଦାୟୀ ହେବା, ଏହା ସହିତ, ଯେଉଁମାନେ ଆମ ଟିମ୍ ର ଅଂଶବିଶେଷ ଏବଂ ସଂଗଠନର ଅଂଶବିଶେଷ ରୂପେ ସେମାନଙ୍କ ପାଇଁ ମଧ୍ୟ ଉତ୍ତରଦାୟୀ ରହିବା, ଯେଉଁମାନେ ଆମର ଦାୟିତ୍ୱ ଅଟନ୍ତି ।

logo

ଆବେଗ

ଏକ ଊର୍ଜାବାନ୍, ସହଜ ଉତ୍ସାହ, ଯାହା ସଂଗଠନ ସହିତ ଭାବନାତ୍ମକ ସଂଶ୍ଳିଷ୍ଟତା ଦ୍ୱାରା ଉତ୍ପନ୍ନ ହୋଇଥାଏ, ଯାହା କାମକୁ ଆନନ୍ଦଦାୟକ କରିଥାଏ ଏବଂ ପ୍ରତ୍ୟେକଙ୍କୁ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବା ପାଇଁ ପ୍ରେରିତ କରିଥାଏ । ଊର୍ଜା ଓ ଉତ୍ସାହର ସର୍ବୋଚ୍ଚ ସ୍ତର ସହିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡ଼ିକର ଏକ ସ୍ୱେଚ୍ଛାକୃତ, ସହଜ ଓ ନିରବଚ୍ଛିନ୍ନ ସନ୍ଧାନ ।

logo

ନିର୍ବାଧତା

ବିଭିନ୍ନ କାର୍ଯ୍ୟାତ୍ମକ ସମୂହ, ପଦାନୁକ୍ରମ, ବ୍ୟବସାୟ ଏବଂ ଭୌଗୋଳିକ କ୍ଷେତ୍ରରେ ମିଳିମିଶି ବିଚାର ବିମର୍ଶ କରିବା ଓ କାମ କରିବା । ଭାଗ ଓ ସହବନ୍ଧନ ପ୍ରୟାସ ମାଧ୍ୟମରେ ସଂଗଠନାତ୍ମକ ଏକତାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କ୍ଷମତା ଏବଂ ଦୃଷ୍ଟିକୋଣର ଲାଭକୁ ପ୍ରାପ୍ତ କରିାବ ।

logo

ବେଗ

ଜରୁରିକାଳୀନ ଭାବନା ସହିତ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଗ୍ରାହକମାନଙ୍କୁ ପ୍ରତ୍ୟୁତ୍ତର ଦେବା । କାର୍ଯ୍ୟର ଅନ୍ତିମ ମୁହୂର୍ତ୍ତ ପୂର୍ବରୁ ସମାପ୍ତ କରିବା ଏବଂ ସାଂଗଠନିକ ଦକ୍ଷତାକୁ ସର୍ବୋପଯୁକ୍ତ କରିବା ପାଇଁ ସର୍ବୋତ୍ତମ ତାଳମେଳକୁ ଚୟନ କରିବା ଲାଗି ନିରନ୍ତର ପ୍ରୟାସରତ ରହିବା ।

logo
Loading....