Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଆପଣଙ୍କ ବାଥରୁମ୍ ପାଇଁ ଦୀର୍ଘସ୍ଥାୟୀ, ଜଳ-ପ୍ରତିରୋଧୀ, ଏବଂ ସହଜ-ରକ୍ଷଣାବେକ୍ଷଣ ସାମଗ୍ରୀ ଖୋଜନ୍ତୁ ।
ଏପରି ବାଥରୁମ୍ ଉପକରଣ ବାଛନ୍ତୁ ଯାହା ସହିତ କାମ କରିବା ସହଜ ଅଟେ ।
ପୋର୍ସେଲିନ୍ (ଚିନାମାଟି), ଭିନାଇଲ୍ କିମ୍ବା ପ୍ରାକୃତିକ ପଥର ପରି ଜଳ-ପ୍ରତିରୋଧୀ ଚଟାଣ ସାମଗ୍ରୀ ବାଛନ୍ତୁ ।
ବାଥରୁମ୍ କାନ୍ଥ ସାମଗ୍ରୀ ଯେପରିକି ଟାଇଲ୍ସ, ଆକ୍ରିଲିକ୍ ପ୍ୟାନେଲ୍, କିମ୍ୱା ଆର୍ଦ୍ରତା-ପ୍ରତିରୋଧୀ ରଙ୍ଗ ଚୟନ କରନ୍ତୁ ।
ଶୈଳୀ ଏବଂ ବ୍ୟବହାରିକତା ପାଇଁ ବାଥରୁମ୍ କାଉଣ୍ଟରଟପ୍ ସାମଗ୍ରୀ ଯେପରିକି କ୍ୱାର୍ଜ, ଗ୍ରାନାଇଟ୍ କିମ୍ବା ଲାମିନେଟ୍ ବିଷୟରେ ବିଚାର କରନ୍ତୁ ।
ବାଥରୁମ ସିଲିଂ ପାଇଁ ପି.ଭି.ସି. ପ୍ୟାନେଲ୍ କିମ୍ବା ସିମେଣ୍ଟ ବୋର୍ଡ ପରି ଆର୍ଦ୍ରତା-ପ୍ରତିରୋଧୀ ବିକଳ୍ପ ବ୍ୟବହାର କରନ୍ତୁ ।
ସ୍ଥିରତା ଏବଂ ଶକ୍ତି ଦକ୍ଷତା ସୁନିଶ୍ଚିତ କରିବା ପାଇଁ ପରିବେଶ ଅନୁକୂଳ ସାମଗ୍ରୀକୁ ଅନ୍ତର୍ଭୁକ୍ତ କରନ୍ତୁ ।
ପ୍ରତ୍ୟେକ ସାମଗ୍ରୀ କାର୍ଯ୍ୟକାରିତା, ସ୍ଥାୟୀତ୍ୱ ଏବଂ ବାଥରୁମର ସାମଗ୍ରିକ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ ।
ବାଥରୁମ୍ ଚଟାଣ ପାଇଁ ସର୍ବୋତ୍ତମ ସାମଗ୍ରୀ ବାଛିବା ସମୟରେ ସ୍ଥାୟୀତ୍ୱ ଏବଂ ଜଳ ପ୍ରତିରୋଧ ହେଉଛି ମୁଖ୍ୟ କାରକ । ବାଥରୁମ୍ ହେଉଛି ଉଚ୍ଚ ଆର୍ଦ୍ରତାପ୍ରବଣ ପରିବେଶ, ତେଣୁ ଆପଣଙ୍କୁ ଏପରି ସାମଗ୍ରୀ ଦରକାର ହେବ ଯାହା ବିନା କ୍ଷତିରେ ଆର୍ଦ୍ରତାକୁ ସହ୍ୟ କରିପାରିବ ।
ଚିନାମାଟି କିମ୍ବା ସେରାମିକ୍ ଟାଇଲ୍ସ: ଜଳ ପ୍ରତିରୋଧ କ୍ଷମତା ଏବଂ ଡିଜାଇନ୍ ରେ ବହୁମୁଖୀତା ହେତୁ ସେଗୁଡ଼ିକ ହେଉଛି ସବୁଠାରୁ ଲୋକପ୍ରିୟ ବାଥରୁମ୍ ଫ୍ଲୋର୍ ସାମଗ୍ରୀ ବିକଳ୍ପ । ସେଗୁଡ଼ିକ ସ୍ଥାୟୀ ଏବଂ ବିଭିନ୍ନ ରଙ୍ଗ ଏବଂ ଢାଞ୍ଚାରେ ଆସେ, ଯାହା ସେଗୁଡ଼ିକୁ ଏକ ମନପସନ୍ଦ ଲୁକ୍ ସୃଷ୍ଟି କରିବା ପାଇଁ ଆଦର୍ଶ କରିଥାଏ ।
ଭିନାଇଲ୍ ଫ୍ଲୋରିଂ: ଅନ୍ୟତମ ଅତ୍ୟଧିକ ଜଳ-ପ୍ରତିରୋଧୀ ବିକଳ୍ପ, ଭିନାଇଲ୍ ପାଦକୁ କୋମଳ ଲାଗିଥାଏ ଏବଂ ଟାଇଲ୍ ଅପେକ୍ଷା କମ୍ ଥଣ୍ଡା, ଯାହା ଏହାକୁ ଅଧିକ ଆରାମଦାୟକ ପସନ୍ଦରେ ପରିଣତ କରିଥାଏ । ଏହା ମଧ୍ୟ ଅପେକ୍ଷାକୃତ ସୁଲଭ ଏବଂ ସ୍ଥାପନ କରିବା ସହଜ ।
ପ୍ରାକୃତିକ ପଥର: ବିଳାସପୂର୍ଣ୍ଣ ଏବଂ କାଳଜୟୀ, ମାର୍ବଲ କିମ୍ବା ଗ୍ରାନାଇଟ୍ ପରି ପଥର ଚଟାଣ ଆପଣଙ୍କ ବାଥରୁମକୁ ଶୋଭା ପ୍ରଦାନ କରେ । ହେଲେ, ଏହି ବାଥରୁମ୍ ଫ୍ଲୋର୍ ମ୍ୟାଟେରିଆଲ୍ ବିକଳ୍ପ ଜଳ ପ୍ରତିରୋଧକୁ ସୁନିଶ୍ଚିତ କରିବା ପାଇଁ ସିଲ୍ କରାଯିବା ଆବଶ୍ୟକ କରିଥାଏ, ତେଣୁ ଏହା ଏକ ଉଚ୍ଚ-ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ବିକଳ୍ପ ଅଟେ ।
ଇଞ୍ଜିନିୟର୍ଡ କାଠ: ଏହା କଠିନ କାଠର ସୌନ୍ଦର୍ଯ୍ୟଗତ ଆକର୍ଷଣ ସହ ଉନ୍ନତ ଆର୍ଦ୍ରତା ପ୍ରତିରୋଧକୁ ସମ୍ମିଶ୍ରିତ କରିଥାଏ, ଯାହା ଏହାକୁ ବାଥରୁମ୍ ବ୍ୟବହାର ପାଇଁ ଉପଯୁକ୍ତ ସାମଗ୍ରୀରେ ପରିଣତ କରିଥାଏ । ତଥାପି, ଏହା ଟାଇଲ୍ କିମ୍ବା ଭିନାଇଲ୍ ଅପେକ୍ଷା ଆର୍ଦ୍ରତା ପ୍ରତି ଅଧିକ ସମ୍ବେଦନଶୀଳ ।
ବାଥରୁମ୍ କାନ୍ଥ ସାମଗ୍ରୀ ଚୟନ କରିବା ସମୟରେ, ଜଳ ପ୍ରତିରୋଧ ସର୍ବୋପରି ଆବଶ୍ୟକତା ହୋଇଥାଏ । ଆର୍ଦ୍ରତା କ୍ଷତିରୁ ଦୀର୍ଘକାଳୀନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଠିକ୍ ସାମଗ୍ରୀ ବାଛିବା ଯେତିକି ଜରୁରୀ ଉପଯୁକ୍ତ ବାଥରୁମ୍ ୱାଟରପ୍ରୁଫିଙ୍ଗ୍ ମଧ୍ୟ ସେତିକି ଜରୁରୀ । ଶୀର୍ଷ ବିକଳ୍ପଗୁଡ଼ିକୁ ଆପଣଙ୍କ ପାଇଁ ତଳେ ଦର୍ଶାଯାଇଛି:
ଟାଇଲ୍ସ: ବାଥରୁମ୍ କାନ୍ଥ ସାମଗ୍ରୀ ପାଇଁ ପୋର୍ସେଲିନ୍ କିମ୍ବା ସେରାମିକ୍ ଟାଇଲ୍ ଶ୍ରେଷ୍ଠ ପସନ୍ଦ ହୋଇଥାଏ । ସେଗୁଡ଼ିକ ଜଳ-ପ୍ରତିରୋଧୀ, ସଫା କରିବା ସହଜ ଏବଂ ବିଭିନ୍ନ ଡିଜାଇନ୍ ରେ ଉପଲବ୍ଧ ହୋଇଥାଏ । ସବୱେ ଟାଇଲ୍ ଠାରୁ ଆରମ୍ଭ କରି ବଡ଼ ଫର୍ମାଟ୍ ଶୈଳୀ ପର୍ଯ୍ୟନ୍ତ, ଟାଇଲ୍ କାନ୍ଥକୁ ଜଳ କ୍ଷତିରୁ ରକ୍ଷା କରୁଥିବାବେଳେ ଆପଣଙ୍କ ବାଥରୁମର ସୌନ୍ଦର୍ଯ୍ୟଗତ ଆକର୍ଷଣକୁ ବଢାଇପାରେ ।
ଆକ୍ରିଲିକ୍ ପ୍ୟାନେଲ୍: ଏଗୁଡ଼ିକ ଏକ ମସୃଣ, ଆଧୁନିକ ଲୁକ୍ ପ୍ରଦାନ କରେ ଏବଂ ସଂସ୍ଥାପନ ଏବଂ ରକ୍ଷଣାବେକ୍ଷଣ କରିବା ସହଜ ଅଟେ । ସେଗୁଡ଼ିକ ୱାଟରପ୍ରୁଫ୍ ଏବଂ ଅନେକ ଫିନିସ୍ ଏବଂ ଢାଞ୍ଚାରେ ଉପଲବ୍ଧ ହୋଇଥାଏ, ଯାହା ସେଗୁଡ଼ିକୁ ବହୁମୁଖୀ ବାଥରୁମ୍ ରିମଡେଲ୍ ସାମଗ୍ରୀରେ ପରିଣତ କରିଥାଏ ।
ପେଣ୍ଟ: ଯଦି ଆପଣ କାନ୍ଥକୁ ରଙ୍ଗ କରିବାର ବିକଳ୍ପ ବାଛନ୍ତି ତେବେ ବାଥରୁମ ପାଇଁ ଡିଜାଇନ୍ ହୋଇଥିବା ଆର୍ଦ୍ରତା-ପ୍ରତିରୋଧୀ ରଙ୍ଗ ବାଛନ୍ତୁ । ସେମି-ଗ୍ଲସ୍ କିମ୍ବା ସାଟିନ୍ ଫିନିସ୍ ଆର୍ଦ୍ରତା ବିରୁଦ୍ଧରେ କିଛିମାତ୍ରାରେ ସୁରକ୍ଷା ପ୍ରଦାନ କରିପାରେ ।
ଗ୍ଲାସ୍: ଗ୍ଲାସ୍ ପ୍ୟାନେଲ୍ କିମ୍ବା ଟାଇଲ୍ ସମ୍ପୂର୍ଣ୍ଣ ଜଳରୋଧୀ ଥିବାବେଳେ ଏକ ଚମତ୍କାର ସ୍ପର୍ଶ ଯୋଗ କରିପାରେ । ହେଲେ, ସେଗୁଡ଼ିକ ମହଙ୍ଗା ହୋଇଥାଏ ଏବଂ ସେଗୁଡ଼ିକୁ ଜଳ ଦାଗ ଏବଂ ସାବୁନ୍ ମଇଳାରୁ ଦୂରେଇ ରଖିବା ପାଇଁ ବାରମ୍ବାର ସଫା କରିବା ଆବଶ୍ୟକ ହୋଇପାରେ ।
ବାଥରୁମ୍ କାଉଣ୍ଟରଟପ୍ ସାମଗ୍ରୀ ଉଭୟ ଶୈଳୀ ଏବଂ ବ୍ୟବହାରିକତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଜ ପାଇଁ ସଠିକ୍ କାଉଣ୍ଟରଟପ୍ ସାମଗ୍ରୀ କେମିତି ବାଛିବେ ତାହା ଜାଣନ୍ତୁ:
କ୍ୱାର୍ଜ: କ୍ୱାର୍ଜ ହେଉଛି ଏକ ଅତ୍ୟନ୍ତ ସ୍ଥାୟୀ, ସ୍କ୍ରାଚ୍-ପ୍ରତିରୋଧୀ, ଏବଂ ଅଣ-ଛିଦ୍ରଯୁକ୍ତ ସାମଗ୍ରୀ ଯାହା ବାଥରୁମ୍ କାଉଣ୍ଟରଟପ୍ ପାଇଁ ଏକ ଆଦର୍ଶ ସାମଗ୍ରୀ ହୋଇଥାଏ । ଏହା ବିଭିନ୍ନ ରଙ୍ଗ ଏବଂ ଢାଞ୍ଚାରେ ଉପଲବ୍ଧ, ଏବଂ ଏହାର କମ୍ ରକ୍ଷଣାବେକ୍ଷଣ ଏହାକୁ ଘର ମାଲିକମାନଙ୍କ ମଧ୍ୟରେ ପ୍ରିୟଭାଜନ କରିଛି ।
ଗ୍ରାନାଇଟ୍: ଗ୍ରାନାଇଟ୍ ସ୍ୱାଭାବିକ ସିଲିଂ ଆବଶ୍ୟକ କରୁଥିବାବେଳେ ଏହା ଏକ ପ୍ରାକୃତିକ, ବିଳାସପୂର୍ଣ୍ଣ ଲୁକ୍ ପ୍ରଦାନ କରେ ଯାହା ଯେକୌଣସି ବାଥରୁମର ସୌନ୍ଦର୍ଯ୍ୟକୁ ବଢାଇପାରେ । ଏହାର ଉତ୍ତାପ ଏବଂ ସ୍କ୍ରାଚ୍-ପ୍ରତିରୋଧୀ ଗୁଣଧର୍ମ, ଏହାକୁ ଏକ ବ୍ୟବହାରିକ ପସନ୍ଦ କରିଥାଏ ।
ଟାଇଲ୍ ଖସଡ଼ା ବା ସ୍ଲିପ୍ ପ୍ରତିରୋଧୀ ଗୁଣକୁ ଏକ ରେଟିଂ ସିଷ୍ଟମ୍ ବ୍ୟବହାର କରି ମାପ କରାଯାଏ, ଯେପରିକି R ରେଟିଂ କିମ୍ବା ପେଣ୍ଡୁଲମ୍ ପରୀକ୍ଷା । ଏହି ରେଟିଂ ଟାଇଲ୍ ଖସିଯିବାର କେତେ ସମ୍ଭାବନା ଅଛି ତାହା ସୂଚାଇଥାଏ । ରେଟିଂ ଯେତେ ଅଧିକ, ଟାଇଲ୍ ଖସିଯିବାର ସମ୍ଭାବନା ସେତେ କମ୍ ହେବ। ଏଠାରେ R ରେଟିଂଗୁଡ଼ିକୁ ଦର୍ଶାଯାଇଛି:
R9: ସ୍ୱଳ୍ପ ଖସଡ଼ା ପ୍ରତିରୋଧୀ ଗୁଣ, ଏହା ଶୁଖିଲା ସ୍ଥାନ ଯେପରି ବେଡ୍ ରୁମ୍ ଏବଂ ଲିଭିଂ ରୁମ୍ ପାଇଁ ଉପଯୁକ୍ତ
R10: ମଧ୍ୟମ ସ୍ଲିପ୍ ପ୍ରତିରୋଧ, ଅଧିକ ଆର୍ଦ୍ରତା ଥିବା ଅଞ୍ଚଳ ଯେପରି ବାଥରୁମ୍, ରୋଷେଇଗୃହ, ଏବଂ ଗ୍ୟାରେଜ୍ ପାଇଁ ଉପଯୁକ୍ତ
R11: ଉଚ୍ଚ ସ୍ଲିପ୍ ରେଜିଷ୍ଟାନ୍ସ , ସିଡ଼ି ଏବଂ ଟେରେସ୍ ପରି ବାହ୍ୟ ଅଞ୍ଚଳ ପାଇଁ ଉପଯୁକ୍ତ
R12: ଅତ୍ୟୁଚ୍ଚ ସ୍ଲିପ୍ ପ୍ରତିରୋଧ, ଖସିଯିବାର ଅଧିକ ବିପଦ ଥିବା ଅଞ୍ଚଳ ଯେପରିକି ସୁଇମିଂ ପୁଲ୍ ଏବଂ ସାଉନା ପାଇଁ ଉପଯୁକ୍ତ
R13: ଅତ୍ୟୁଚ୍ଚ ସ୍ଲିପ୍ ପ୍ରତିରୋଧ, ଔଦ୍ୟୋଗିକ ରୋଷେଇଗୃହ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଭଳି ସ୍ଥାନଗୁଡ଼ିକ ପାଇଁ ଉପଯୁକ୍ତ
ନୋଟ୍: ବାଥରୁମ୍ ଟାଇଲ୍ସରେ ସର୍ବନିମ୍ନ R10 କିମ୍ବା ଅଧିକ ରେଟିଂ ରହିଥିବା ଆବଶ୍ୟକ ।
ଟାଇଲ୍ ହେଉଛି ବହୁମୁଖୀ ବାଥରୁମ୍ ରିମଡେଲ୍ ସାମଗ୍ରୀ, କିନ୍ତୁ ସେଗୁଡ଼ିକୁ ଦକ୍ଷ ବାଥରୁମ୍ ଉପକରଣ ସହିତ ଯୋଡି ସେଗୁଡ଼ିକର କାର୍ଯ୍ୟକାରିତାକୁ ଆହୁରି ଉନ୍ନତ କରାଯାଇପାରେ:
ପୋର୍ସେଲିନ୍ / ସେରାମିକ୍ : ସ୍ଥାୟୀତ୍ୱ ଏବଂ ଜଳ ପ୍ରତିରୋଧ ପାଇଁ ବେଶ୍ ଜଣାଶୁଣା, ପୋର୍ସେଲିନ୍ ଏବଂ ସେରାମିକ୍ ଟାଇଲ୍ କାନ୍ଥ ଏବଂ ଚଟାଣ ପାଇଁ ଆଦର୍ଶ । ସେଗୁଡ଼ିକ ଅନେକ ଡିଜାଇନ୍ ରେ ଆସେ କିନ୍ତୁ ପାଦ ପାଇଁ ଥଣ୍ଡା ଏବଂ କଠିନ ହୋଇପାରେ ।
ଗ୍ଲାସ୍ ଟାଇଲ୍ସ: ଏଗୁଡ଼ିକ ଏକ ନିଆରା ଦୃଶ୍ୟଗତ ଆକର୍ଷଣ ଯୋଗ କରେ ଏବଂ ସମ୍ପୂର୍ଣ୍ଣ ଜଳରୋଧୀ ହୋଇଥାଏ । ତଥାପି, ଗ୍ଲାସ୍ ଟାଇଲ୍ ଅଧିକ ମହଙ୍ଗା ହୋଇପାରେ ଏବଂ ଫାଟିବା ପ୍ରବଣ ହୋଇପାରେ ।
ପ୍ରାକୃତିକ ପଥର: ଏହା ଏକ ବିଳାସପୂର୍ଣ୍ଣ ସ୍ପର୍ଶ ଯୋଗ କରେ କିନ୍ତୁ ଜଳ ପ୍ରତିରୋଧ ବଜାୟ ରଖିବା ପାଇଁ ନିୟମିତ ସିଲିଂ ଆବଶ୍ୟକ କରେ ।
ବାଥରୁମ୍ ସିଲିଂ ସାମଗ୍ରୀକୁ ବିଚାରକୁ ନିଆଯିବା ସମୟରେ, ଫିମ୍ପି ଆଦିକୁ ଏଡ଼ାଇବା ପାଇଁ ଆର୍ଦ୍ରତା ପ୍ରତିରୋଧ ଗୁଣ ଉପରେ ଦୃଷ୍ଟିକେନ୍ଦ୍ରିତ କରନ୍ତୁ:
ପିଭିସି ପ୍ୟାନେଲଗୁଡିକ ଆର୍ଦ୍ରତା ଏବଂ ଫିମ୍ପି (ମିଲଡ୍ୟୁ) ପ୍ରତି ଅତ୍ୟଧିକ ପ୍ରତିରୋଧୀ, ଯାହା ସେଗୁଡ଼ିକୁ ବାଥରୁମ ଛାତ ପାଇଁ ଆଦର୍ଶ କରିଥାଏ । ସେଗୁଡିକ ସଂସ୍ଥାପନ କରିବା ସହଜ ଏବଂ ବିଭିନ୍ନ ଡିଜାଇନ୍ ରେ ଆସିଥାଏ ।
ଆର୍ଦ୍ରତା-ପ୍ରତିରୋଧୀ ଡ୍ରାଇୱାଲ୍: ଗ୍ରୀନ୍ ବୋର୍ଡ ଭାବରେ ମଧ୍ୟ ଜଣାଶୁଣା, ଏହା ବାଥରୁମ୍ ଛାତ ପାଇଁ ଏକ ଲୋକପ୍ରିୟ ପସନ୍ଦ । ଏହା ଆର୍ଦ୍ରତାକୁ ପ୍ରତିରୋଧ କରିବା ପାଇଁ ଉପଚାରିତ ହୋଇଥାଏ ଏବଂ ସାଜସଜ୍ଜା ସହିତ ମେଳ ଖାଇବା ପାଇଁ ସେଥିରେ ରଙ୍ଗ କରାଯାଇପାରେ ।
ସିମେଣ୍ଟ ବୋର୍ଡ: ଟାଇଲ୍ ତଳେ ଏକ ବେସ୍ ଭାବରେ ବ୍ୟବହୃତ ସିମେଣ୍ଟ ବୋର୍ଡ ଅବିଶ୍ୱସନୀୟ ଭାବରେ ସ୍ଥାୟୀ ଏବଂ ଜଳରୋଧୀ, ଯେଉଁ କାରଣରୁ ମାତ୍ରାଧିକ ଆର୍ଦ୍ରତାର ସମ୍ମୁଖୀନ ହେଉଥିବା ବାଥରୁମ୍ ଛାତ ପାଇଁ ତାହା ଏକ ଉତ୍କୃଷ୍ଟ ପସନ୍ଦରେ ପରିଣତ ହୋଇଥାଏ ।
ବାଥରୁମ୍ ଡିଜାଇନରେ ଦୀର୍ଘସ୍ଥାୟିତା ଏକ ଅତ୍ୟାବଶ୍ୟକ ଆବଶ୍ୟକତାରେ ପରିଣତ ହେବାକୁ ଲାଗିଛି । ବାଥରୁମ୍ ନବୀକରଣ ସାମଗ୍ରୀ ଚୟନ କରିବା ପାଇଁ ଏଠାରେ କେତେକ ଟିପ୍ସ ଦିଆଗଲା:
ପୁନଃ ବ୍ୟବହୃତ ଟାଇଲ୍ସ: ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ପୁନଃ ବ୍ୟବହୃତ କାଚ କିମ୍ବା ସେରାମିକ୍ ଟାଇଲ୍ ବାଛନ୍ତୁ ।
ବାଉଁଶ: ଏହି ଦ୍ରୁତ ନବୀକରଣଯୋଗ୍ୟ ସାମଗ୍ରୀ ବାଥରୁମ ଚଟାଣ ଏବଂ ଆସବାବପତ୍ର ପାଇଁ ଚିରପୋଷଣକ୍ଷମ ଅଟେ ।
ଲୋ ଭିଓସି ପେଣ୍ଟସ୍: ଘର ଭିତରର ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ କମ୍ ବାଷ୍ପଶୀଳ ଜୈବିକ ଯୌଗିକ ଥିବା ରଙ୍ଗ ବାଛନ୍ତୁ ।
ଜଳ-ଦକ୍ଷ ଫିକ୍ସଚର: କାର୍ଯ୍ୟଦକ୍ଷତା ସହିତ ସାଲିସ ନକରି ଜଳ ବ୍ୟବହାରକୁ କମ୍ କରିବା ପାଇଁ ଡିଜାଇନ୍ ହୋଇଥିବା ନଳ, ସାୱାର ଏବଂ ଶୌଚାଳୟ ସ୍ଥାପନ କରନ୍ତୁ ।
ସର୍ବୋତ୍ତମ ସାମଗ୍ରୀ ତାହାର ବାଞ୍ଛିତ ବ୍ୟବହାର ଉପରେ ନିର୍ଭର କରିଥାଏ । ନିଜର ଜଳନିରୋଧୀ ଗୁଣ କାରଣରୁ ପୋର୍ସେଲିନ୍ କିମ୍ବା ଭିନାଇଲ୍ ଟାଇଲଗୁଡ଼ିକୁ ବାଥରୁମ୍ ଚଟାଣ ପାଇଁ ସର୍ବୋତ୍ତମ ସାମଗ୍ରୀ ଭାବେ ବିବେଚନା କରାଯାଇଥାଏ । କାଉଣ୍ଟରଟପଗୁଡ଼ିକ ପାଇଁ କ୍ୱାର୍ଜ ଏକ ଦୀର୍ଘସ୍ଥାୟୀ ଓ ସହଜରେ ରକ୍ଷଣାବେକ୍ଷଣ କରିହେଉଥିବା ସାମଗ୍ରୀ ହୋଇଥିବାବେଳେ, କାନ୍ଥ ପାଇଁ ଟାଇଲ୍ସ ଏକ ଲୋକପ୍ରିୟ ପସନ୍ଦ ହୋଇଥାଏ ।
ବାଥରୁମ୍ ସାମଗ୍ରୀ ବାଛିବା ସମୟରେ, ଜଳ ପ୍ରତିରୋଧ, ସ୍ଥାୟୀତ୍ୱ, ଏବଂ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ । ଚଟାଣଗୁଡିକ ଜଳ-ପ୍ରତିରୋଧୀ ଟାଇଲ୍ କିମ୍ବା ଭିନାଇଲ୍ ଆବଶ୍ୟକ କରେ; କାନ୍ଥଗୁଡ଼ିକ ଟାଇଲ୍ କିମ୍ବା ଆକ୍ରିଲିକ୍ ପ୍ୟାନେଲରୁ ଉପକୃତ ହୁଏ, କାଉଣ୍ଟରଟପ୍ ପାଇଁ କ୍ୱାର୍ଜ କିମ୍ବା ଗ୍ରାନାଇଟ୍ ସୁହାଇତାଏ ଏବଂ ବାଥରୁମ୍ ସିଲିଂ ସାମଗ୍ରୀ ପିଭିସି ପରି ଆର୍ଦ୍ରତା-ପ୍ରତିରୋଧୀ ହେବା ଆବଶ୍ୟକ । ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପସନ୍ଦ ଆପଣଙ୍କ ବଜେଟ୍, ଶୈଳୀ ଏବଂ ପରିବେଶ ଅନୁକୂଳ ପସନ୍ଦ ସହିତ ମେଳ ଖାଉଛି।
ପୋର୍ସେଲିନ୍ କିମ୍ବା ସେରାମିକ୍ ଟାଇଲ୍, ଆକ୍ରିଲିକ୍ ପ୍ୟାନେଲ୍, କିମ୍ବା ଆର୍ଦ୍ରତା-ପ୍ରତିରୋଧୀ ଡ୍ରାଇୱାଲ୍ ବାଥରୁମ୍ କାନ୍ଥ ସାମଗ୍ରୀ ପାଇଁ ଉତ୍ତମ ବିକଳ୍ପ କାରଣ ସେଗୁଡ଼ିକ ଜଳଜନିତ କ୍ଷତିକୁ ପ୍ରତିରୋଧ କରିଥାଏ ।
ସାଧାରଣ ସାମଗ୍ରୀଗୁଡ଼ିକ ମଧ୍ୟରେ ଚଟାଣ ଏବଂ କାନ୍ଥ ପାଇଁ ସେରାମିକ୍ କିମ୍ବା ପୋର୍ସେଲିନ୍ ଟାଇଲ୍, କାଉଣ୍ଟରଟପ୍ ପାଇଁ କ୍ୱାର୍ଜ କିମ୍ବା ଗ୍ରାନାଇଟ୍ ଏବଂ ଛାତ ପାଇଁ ପି.ଭି.ସି. କିମ୍ବା ଆର୍ଦ୍ରତା-ପ୍ରତିରୋଧୀ ଡ୍ରାଇୱାଲ୍ ଅନ୍ତର୍ଭୁକ୍ତ ।
ଦୀର୍ଘସ୍ଥାୟୀ, ଆର୍ଦ୍ରତା-ପ୍ରତିରୋଧୀ ସାମଗ୍ରୀ ଯେପରିକି ପୋର୍ସେଲିନ୍ ଟାଇଲ୍ କିମ୍ବା କ୍ୱାର୍ଜ ବାଛନ୍ତୁ ଯାହା ଆପଣଙ୍କ ଶୈଳୀ ସହ ଖାପ ଖାଉଥିବ । ଚିରପୋଷଣକ୍ଷମତାକୁ ପ୍ରୋତ୍ସାହିତ କରିବା ପାଇଁ ପରିବେଶ ଅନୁକୂଳ ବିକଳ୍ପ ବାଛନ୍ତୁ । ଚଟାଣ ଠାରୁ ଆରମ୍ଭ କରି କାଉଣ୍ଟରଟପ୍ ପର୍ଯ୍ୟନ୍ତ - ସର୍ବୋତ୍ତମ ବାଥରୁମ୍ ସାମଗ୍ରୀ ଆର୍ଦ୍ରତାକୁ ସହ୍ୟ କରିପାରିବାରେ ସକ୍ଷମ ହେବା ସହ କାର୍ଯ୍ୟକାରିତା ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଆପଣଙ୍କ ବାଥରୁମର ସାମଗ୍ରିକ ଡିଜାଇନ୍ କୁ ପରିପୂର୍ଣ୍ଣ କରିଥାଏ ।