Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ସେଣ୍ଟରିଂ କାର୍ଯ୍ୟ ଏକ ଅସ୍ଥାୟୀ ଢାଞ୍ଚା ହୋଇଥାଏ ଯାହା ବିଲଡିଂ କିମ୍ବା ଢାଞ୍ଚାଗତ ଉପାଦାନଗୁଡ଼ିକୁ ସେଗୁଡ଼ିକ ନିଜକୁ ନିଜେ ଧାରଣ କରି ରଖିବାରେ ସକ୍ଷମ ହେବା ପର୍ଯ୍ୟନ୍ତ ସମର୍ଥନ ବା ସପୋର୍ଟ ଯୋଗାଇଥାଏ ।
ତୋରଣ ବା ଆର୍କ, ଭଲ୍ଟ, ଗମ୍ବୁଜ ଏବଂ ଅନ୍ୟାନ୍ୟ ବକ୍ର ଉପାଦାନର ନିର୍ମାଣ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।
ଏକ ଢାଞ୍ଚାର ନିଖୁଣତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ସେଣ୍ଟରିଂ ନିର୍ମାଣ ଏକ ଅତ୍ୟାବଶ୍ୟକ ପଦକ୍ଷେପ ହୋଇଥାଏ ।
ନିର୍ମାଣ ସେଣ୍ଟରିଂ କାର୍ଯ୍ୟରେ ସାଧାରଣତଃ କାଠଗଡ଼, ଷ୍ଟିଲ୍ ଏବଂ ପୁନଃବ୍ୟବହାରଯୋଗ୍ୟ ଉପାଦାନ ବ୍ୟବହାର କରାଯାଇଥାଏ ।
ନିର୍ମାଣରେ ସେଣ୍ଟରିଂ ହେଉଛି ଅସ୍ଥାୟୀ ଢାଞ୍ଚା ବା ଫ୍ରେମୱାର୍କ ଯାହା ନିର୍ମାଣ ପ୍ରକ୍ରିୟା ସମୟରେ କଂକ୍ରିଟକୁ ସମର୍ଥନ ଏବଂ ଆକାର ଦେବା ପାଇଁ ବ୍ୟବହୃତ ହୁଏ । ନିର୍ମାଣ ସାମଗ୍ରୀ ନିଜକୁ ନିଜେ ସମର୍ଥନ କରିବାରେ ସକ୍ଷମ ନ ହେବା ପର୍ଯ୍ୟନ୍ତ ତୋରଣ, ଗମ୍ବୁଜ ଏବଂ ଭଲ୍ଟ ଭଳି ସ୍ଥାପତ୍ୟଗତ ଉପାଦାନଗୁଡ଼ିକର ଆକୃତି ବଜାୟ ରଖିବା ପାଇଁ ଏହି ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ବିଲ୍ଡିଂ-କେନ୍ଦ୍ରୀତ କାର୍ଯ୍ୟ ପରିପ୍ରେକ୍ଷୀରେ, ଏହି ଅସ୍ଥାୟୀ ଫ୍ରେମୱାର୍କଗୁଡ଼ିକ ଚୂଡ଼ାନ୍ତ ଢାଞ୍ଚାର ନିରାପତ୍ତା ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।
ନିର୍ମାଣ କାର୍ଯ୍ୟ ସମୟରେ ସେଣ୍ଟରିଂର ମହତ୍ତ୍ୱକୁ ବିଚାରକୁ ନିଆଯିବା ଜରୁରୀ ଅଟେ । ଉପଯୁକ୍ତ ସେଣ୍ଟରିଂ ବିନା ଢାଞ୍ଚାଗତ ଉପାଦାନଗୁଡ଼ିକ ସେଗୁଡ଼ିକର ବାଞ୍ଛିତ ଆକୃତିକୁ ବଜାୟ ରଖିବାରେ ସକ୍ଷମ ନ ହୋଇପାରେ ଏବଂ ପରେ ତାହା ଭୁଶୁଡ଼ିଯାଇପାରେ କିମ୍ବା ବିକୃତ ହୋଇଯାଇପାରେ । ଏହା ଢାଞ୍ଚାଗତ ବିଫଳତା, ବର୍ଦ୍ଧିତ ଖର୍ଚ୍ଚ ଏବଂ ପ୍ରକଳ୍ପରେ ବିଳମ୍ବର କାରଣ ସାଜିପାରେ । ସ୍ଥାପତ୍ୟଗତ ଉପାଦାନଗୁଡ଼ିକ ଯେପରି ନିଖୁଣ ଭାବେ ଆକୃତି ଧାରଣ କରେ ଏବଂ ସ୍ଥିର ରହେ ସେଣ୍ଟରିଂ ତାହା ସୁନିଶ୍ଚିତ କରିଥାଏ । ଏହାଦ୍ୱାରା ପ୍ରକଳ୍ପ ନିରାପକ୍ଷ ଓ ସଫଳ ଭାବେ ସମ୍ପୂର୍ଣ୍ଣ ହୋଇପାରିଥାଏ ।
ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ନିର୍ଭର କରି ନିର୍ମାଣରେ ସେଣ୍ଟରିଂ କାର୍ଯ୍ୟ ପାଇଁ ବିଭିନ୍ନ ସାମଗ୍ରୀ ଏବଂ ପଦ୍ଧତି ବ୍ୟବହାର କରାଯାଇପାରିବ । ଏହାର ପ୍ରାଥମିକ ପ୍ରକାରଭେଦ ନିମ୍ନ ଅନୁଯାୟୀ ଅଟେ:
Timber centring involves using wooden planks and beams to create a temporary structure. It is widely used due to its ease of availability, flexibility, and cost-effectiveness. Timber centring is ideal for projects requiring custom shapes and sizes, as wood can be easily manipulated to fit various designs.
ଷ୍ଟିଲ୍ ସେଣ୍ଟରିଂରେ ଫ୍ରେମୱାର୍କ ପାଇଁ କାଠ ବଦଳରେ ଧାତୁ ବ୍ୟବହାର କରାଯାଏ । ଏହା ଅଧିକ ଦୀର୍ଘସ୍ଥାୟୀ ହେବା ସହ ଏହାକୁ ଏକାଧିକ ଥର ପୁନଃ ବ୍ୟବହାର କରାଯାଇପାରିବ । ତେଣୁ, ବଡ଼ ଆକାରର କିମ୍ବା ଦୀର୍ଘମିଆଦୀ ପ୍ରକଳ୍ପ ପାଇଁ ଏହା ଏକ ପସନ୍ଦଯୋଗ୍ୟ ବିକଳ୍ପ ଅଟେ । ଷ୍ଟିଲ୍ ସେଣ୍ଟରିଂ ଉଚ୍ଚତର ଭାର ବହନ କ୍ଷମତା ଯୋଗାଇବା ସହ ଢାଞ୍ଚାଗୁଡ଼ିକୁ ଆକୃତି ଦେବାରେ ଉଚ୍ଚତର ନିଖୁଣତାକୁ ସୁନିଶ୍ଚିତ କରିଥାଏ ।
ପୁନଃ ବ୍ୟବହାରଯୋଗ୍ୟ ସେଣ୍ଟରିଂରେ ଉଭୟ କାଠ ଓ ଷ୍ଟିଲର ଉପାଦେୟତାକୁ କାମରେ ଲଗାଯାଇଥାଏ । ଏହାର ଡିଜାଇନ୍ ଏମିତି କରାଯାଇଥାଏ ଯେ, ସେଣ୍ଟରିଂକୁ ଖୋଲାଯାଇପାରିବ ଏବଂ ଭିନ୍ନ ନିର୍ମାଣ ପ୍ରକଳ୍ପରେ ପୁଣିଥରେ ବ୍ୟବହାର କରାଯାଇପାରିବ । ତେଣୁ ଏହା ଏକ ଖର୍ଚ୍ଚ-ସାଶ୍ରୟୀ ଏବଂ ଦୀର୍ଘକାଳୀନ ବିକଳ୍ପ ହୋଇଥାଏ । ସମାନ ଧରଣର ଢାଞ୍ଚାଗତ ଉପାଦାନଗୁଡ଼ିକୁ ବାରମ୍ବାର ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକ ପାଇଁ ପୁନଃ ବ୍ୟବହାରଯୋଗ୍ୟ ସେଣ୍ଟରିଂ ବିଶେଷ ଭାବେ ଉପାଦେୟ ହୋଇଥାଏ ।
ନିର୍ମାଣ କାର୍ଯ୍ୟରେ ଜଡ଼ିତ ସମସ୍ତଙ୍କ ପାଇଁ ଫର୍ମୱାର୍କ, ଶଟରିଂ ଏବଂ ସେଣ୍ଟରିଂ ମଧ୍ୟରେ ପାର୍ଥକ୍ୟକୁ ବୁଝିରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ।
‘ଫର୍ମୱାର୍କ’ ଏକ ବ୍ୟାପକ ଶବ୍ଦ ଅଟେ, ଯାହା ମଧ୍ୟରେ କଂକ୍ରିଟ୍ କୁ ଆକୃତି ଦେବା ପାଇଁ ବ୍ୟବହୃତ ସବୁ ପ୍ରକାର ଛାଞ୍ଚ ବା ଢାଞ୍ଚା ଅନ୍ତର୍ଭୁକ୍ତ ହୋଇଥାଏ ।
‘ଶଟରିଂ’ ର ଅର୍ଥ ହେଉଛି କଂକ୍ରିଟ୍ କଠିନ ହେବା ପ୍ରକ୍ରିୟାରେ ତାହାକୁ ଯଥା ସ୍ଥାନରେ ଧରି ରଖିବା ପାଇଁ ପ୍ୟାନେଲ୍ କିମ୍ବା ବୋର୍ଡ ଦ୍ୱାରା ଏକ ଛାଞ୍ଚ ତିଆରି କରିବା ।
ସେଣ୍ଟରିଂ କାର୍ଯ୍ୟ ଏକ ଅତ୍ୟାବଶ୍ୟକ ନିର୍ମାଣ ଉପାଦାନ ହୋଇଥାଏ, ବିଶେଷକରି ଏପରି ପ୍ରକଳ୍ପ ଯେଉଁଠି ଆର୍କ (ତୋରଣ), ଗମ୍ବୁଜ ଏବଂ ଭଲ୍ଟ ଭଳି ଜଟିଳ ସ୍ଥାପତ୍ୟଗତ ଉପାଦାନ ସଂଶ୍ଳିଷ୍ଟ ହୋଇଥାଏ । ଏହି ଢାଞ୍ଚାଗୁଡ଼ିକ ନିଜକୁ ନିଜେ ସମର୍ଥନ ପ୍ରଦାନ କରିବାରେ ସମର୍ଥ ନ ହେବା ପର୍ଯ୍ୟନ୍ତ ବାଞ୍ଛିତ ଆକୃତିକୁ ବଜାୟ ରଖିବା ପାଇଁ ବିଲଡିଂ ସେଣ୍ଟରିଂ ସେଗୁଡ଼ିକୁ ଅସ୍ଥାୟୀ ସମର୍ଥନ ବା ସପୋର୍ଟ ଯୋଗାଇଥାଏ । ତାହା କାଠଗଡ଼ ହେଉ କି ଇସ୍ପାତ କିମ୍ବା ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ହେଉ, ସେଣ୍ଟରିଂ କାର୍ଯ୍ୟ ଯେକୌଣସି ବିଲଡିଂ ପ୍ରକଳ୍ପକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ସେଣ୍ଟରିଂ କାର୍ଯ୍ୟକୁ ପ୍ରାୟତଃ ଅସ୍ଥାୟୀ ଢାଞ୍ଚାଗତ ସପୋର୍ଟ କାର୍ଯ୍ୟ କୁହାଯାଇଥାଏ ଏବଂ ଏହା କଂକ୍ରିଟ୍ କିମ୍ବା ଇଟା/ପଥର ଯୋଡ଼େଇ କାର୍ଯ୍ୟକୁ ଆକୃତି ଦେବା ଏବଂ ସେଗୁଡ଼ିକ ନିଜକୁ ନିଜେ ସପୋର୍ଟ କରିବାରେ ସକ୍ଷମ ହେବା ପର୍ଯ୍ୟନ୍ତ ସମର୍ଥନ ଯୋଗାଇବା ପାଇଁ ବ୍ୟବହୃତ ହୋଇଥାଏ ।
ସେଣ୍ଟରିଂ ପ୍ରକ୍ରିୟାରେ ନିର୍ମାଣ ସମୟରେ ତୋରଣ ବା ଗମ୍ବୁଜ ଭଳି ଢାଞ୍ଚାଗତ ଉପାଦାନକୁ ସମର୍ଥନ ଓ ଆକୃତି ଯୋଗାଇବା ପାଇଁ ଅସ୍ଥାୟୀ ଫ୍ରେମୱାର୍କ ତିଆରି କରାଯିବାର କାର୍ଯ୍ୟ ସଂଶ୍ଳିଷ୍ଟ ହୋଇଥାଏ ।
ସେଣ୍ଟରିଂର ସିଦ୍ଧାନ୍ତ ହେଉଛି ସ୍ଥାପତ୍ୟଗତ ଢାଞ୍ଚାରେ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ ଟାଣ ହେବା ଏବଂ ସ୍ୱାଧୀନ ଭାବେ ନିଜର ଆକାରକୁ ବଜାୟ ରଖିବାରେ ସକ୍ଷମ ହେବା ପର୍ଯ୍ୟନ୍ତ ତାହାକୁ ସ୍ଥିରତା ଏବଂ ଆକୃତି ଯୋଗାଇବା ।
ନିର୍ମାଣ ପ୍ରକ୍ରିୟା ସମୟରେ ସମସ୍ତ ଜଟିଳ ଢାଞ୍ଚାଗତ ଉପାଦାନଗୁଡ଼ିକ ଯେପରି ସେଗୁଡ଼ିକର ବାଞ୍ଛିତ ଆକୃତି ଏବଂ ଢାଞ୍ଚାଗତ ଅଖଣ୍ଡତାକୁ ବଜାୟ ରଖେ ତାହା ସୁନିଶ୍ଚିତ କରିବା ପାଇଁ ସେଣ୍ଟରିଂ କରାଯାଇଥାଏ ।