ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍ ମିକ୍ସର୍ ମେଶିନ୍‌‌ଗୁଡ଼ିକର ବିଭିନ୍ନ ପ୍ରକାରଭେଦ

କଂକ୍ରିଟ୍ ବ୍ୟବହାର କରି ନୂଆ କିଛି ତିଆରି କରିବା କିମ୍ବା ମରାମତି କରିବାକୁ ଚାହୁଁଛନ୍ତି କି? ଆପଣଙ୍କୁ ଆଉ କେଉଁଠିକୁ ଯିବାର ଆବଶ୍ୟକତା ନାହିଁ । ଆତ୍ମବିଶ୍ୱାସର ସହିତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ ଏହିଠାରେ ହିଁ ବିଭିନ୍ନ ପ୍ରକାରର କଂକ୍ରିଟ୍ ମିକ୍ସର୍ ସମ୍ବନ୍ଧୀୟ ସୂଚନା ପାଆନ୍ତୁ ।

Share:


କଂକ୍ରିଟ୍ ମିକ୍ସର୍ ମେଶିନ୍ କ’ଣ ?

ନିର୍ମାଣ କାର୍ଯ୍ୟରେ ସିମେଣ୍ଟ, ପାଣି ଏବଂ ବାଲି, ଗୋଡ଼ି ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀକୁ ମିଶାଇ କଂକ୍ରିଟ୍ ତିଆରି କରିବା ପାଇଁ କଂକ୍ରିଟ୍ ମିକ୍ସର୍ ମେଶିନ୍ ବା ଯନ୍ତ୍ର ବ୍ୟବହାର କରାଯାଇଥାଏ । କଂକ୍ରିଟ୍ ମିକ୍ସର୍ ସ୍ଥାୟୀ ହୋଇପାରେ କିମ୍ବା ପୋର୍ଟେବଲ୍ ହୋଇପାରେ ଏବଂ ତାହା ବିଭିନ୍ନ ଆକାରରେ ଉପଲବ୍ଧ ହୋଇଥାଏ । ହାତରେ ନେବାଆଣିବା କରିହେଉଥିବା ଛୋଟ ପୋର୍ଟେବଲ୍‌‌ ମିକ୍ସର୍‌‌ରୁ ଆରମ୍ଭ କରି ବଡ଼ ବଡ଼ ନିର୍ମାଣ କାର୍ଯ୍ୟସ୍ଥଳରେ ବ୍ୟବହୃତ ହେଉଥିବା ବଡ଼ ଔଦ୍ୟୋଗିକ ଆକାରର ମିକ୍ସର୍ ପର୍ଯ୍ୟନ୍ତ । ବିଭିନ୍ନ ଉଦ୍ୟୋଗରେ ନିର୍ମାଣ କାର୍ଯ୍ୟ ଯେଉଁଠି ହେଉଛି ସେହି ଜାଗାରେ କଂକ୍ରିଟ୍ ତିଆରି କରିବା ପାଇଁ କଂକ୍ରିଟ୍ ମିକ୍ସର୍ ମେଶିନ୍ ବ୍ୟବହାର କରାଯାଇଥାଏ । ଯାହାଫଳରେ କଂକ୍ରିଟ୍ ଜମିବା ପୂର୍ବରୁ ତାହାକୁ ବ୍ୟବହାର କରିବା ପାଇଁ ଶ୍ରମିକମାନେ ପର୍ଯ୍ୟାପ୍ତ ସମୟ ପାଇପାରନ୍ତି । କଂକ୍ରିଟ୍ ମିକ୍ସର୍ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ନିର୍ମାତାମାନଙ୍କୁ ସମୟ ଓ ଶ୍ରମ ସଞ୍ଚୟ ହୋଇଥାଏ ଏବଂ ସିମେଣ୍ଟ ଟେଳା ବାନ୍ଧିବାର ଘଟଣା କମିଥାଏ । ଏହି ମିକ୍ସର୍ ବ୍ୟବହାର ଦ୍ୱାରା ଶ୍ରମିକଙ୍କ ଉତ୍ପାଦକତା ବୃଦ୍ଧି ପାଇଥାଏ ଏବଂ ନିର୍ମାଣ ପ୍ରକ୍ରିୟା ଅଧିକ ଦକ୍ଷ ଓ ଖର୍ଚ୍ଚ-ସାଶ୍ରୟୀ ହୋଇପାରିଥାଏ ।

cdxc


କଂକ୍ରିଟ୍ ମିକ୍ସର୍ସର ପ୍ରକାରଭେଦ

ବିଭିନ୍ନ ପ୍ରକାର ମିକ୍ସର୍ ଉପଲବ୍ଧ ଅଛି । ମିଶ୍ରଣ କରାଯାଉଥିବା ସାମଗ୍ରୀ ଏବଂ ବାଞ୍ଛିତ କାର୍ଯ୍ୟର ପ୍ରକୃତି ଉପରେ ନିର୍ଭର କରି ପ୍ରତ୍ୟେକ ମିକ୍ସର୍ ଯନ୍ତ୍ରକୁ ପ୍ରସ୍ତୁତ କରାଯାଇଥାଏ । କଂକ୍ରିଟ୍ ମିକ୍ସର୍ ମେଶିନ୍‌‌ଗୁଡ଼ିକୁ ସାଧାରଣ ଭାବେ ଦୁଇଟି ବର୍ଗରେ ବିଭକ୍ତ କରାଯାଇପାରିବ, କଂକ୍ରିଟ୍ ବ୍ୟାଚ୍ ମିକ୍ସର୍ସ, ଏବଂ କଣ୍ଟିନ୍ୟୁଅସ୍ ମିକ୍ସର୍ସ । ଆମେ ଏହି ଉଭୟ ପ୍ରକାର ମିକ୍ସର୍ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିବୁ ।


 

  କଂକ୍ରିଟ୍ ବ୍ୟାଚ୍ ମିକ୍ସର୍



କଂକ୍ରିଟ୍ ବ୍ୟାଚ୍ ମିକ୍ସର୍ ହେଉଛି ନିର୍ମାଣ ଉଦ୍ୟୋଗରେ ବ୍ୟବହୃତ ହେଉଥିବା ଏକ ପ୍ରକାର ମିକ୍ସର୍, ଯାହାକୁ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର କଂକ୍ରିଟ୍ ମିଶ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ । କଂକ୍ରିଟ୍‌‌ର ଆବଶ୍ୟକତା ବହୁତ ଅଧିକ ନ ଥିବା ଛୋଟରୁ ମଧ୍ୟମ ଧରଣର ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ଏହି ଉପଯୁକ୍ତ ହୋଇଥାଏ । କଂକ୍ରିଟ୍ ବ୍ୟାଚ୍ ମିକ୍ସର୍‌‌ରେ ଏକ ଡ୍ରମ୍ ବା ପାତ୍ର ରହିଥାଏ । ପୂର୍ବ-ନିର୍ଦ୍ଧାରିତ ମାପ ଓ ଅନୁପାତରେ ସମସ୍ତ ଉପାଦାନଗୁଡ଼ିକୁ ସେଥିରେ ପକାଯାଇଥାଏ । ସାଧାରଣ ଉପାଦାନଗୁଡ଼ିକ ହେଉଛି - ସିମେଣ୍ଟ, ବାଲି, ପାଣି ଏବଂ ଗୋଡ଼ି ବା ବଜୁରି । ଏହି ମିକ୍ସର ବିଭିନ୍ନ ଆକାରର ହୋଇଥାଏ । ପ୍ରସ୍ତୁତ କରାଯିବାକୁ ଥିବା କଂକ୍ରିଟ୍‌‌ର ପରିମାଣକୁ ଆଧାର କରି ମିକ୍ସରର ଆକାର ଚୟନ କରାଯାଇଥାଏ । ଛୋଟ ଆକାରର ବ୍ୟାଚ୍ ମିକ୍ସରରେ ୧ କ୍ୟୁବିକ୍ ୟାର୍ଡ ପର୍ଯ୍ୟନ୍ତ କଂକ୍ରିଟ୍ ରହିପାରୁଥିବା ବେଳେ, ବଡ଼ ମିକ୍ସର୍‌‌ଗୁଡ଼ିକରେ ୬ କ୍ୟୁବିକ୍ ୟାର୍ଡ କିମ୍ବା ତା’ଠାରୁ ଅଧିକ ପରିମାଣର କଂକ୍ରିଟ୍ ପ୍ରସ୍ତୁତ କରାଯାଇପାରିଥାଏ ।

ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର କଂକ୍ରିଟ୍ ମିଶ୍ରଣ ପ୍ରସ୍ତୁତ କରିବା ଆବଶ୍ୟକ ହେଉଥିବା ଛୋଟରୁ ମଧ୍ୟମ ଆକାରର ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ କଂକ୍ରିଟ୍ ବ୍ୟାଚ୍ ମିକ୍ସର୍ ଏକ ଭରସାଯୋଗ୍ୟ ଏବଂ ଫଳପ୍ରଦ ବିକଳ୍ପ ସାବ୍ୟସ୍ତ ହୋଇଥାଏ ।

 

୧. ଡ୍ରମ୍ ମିକ୍ସର୍

ଆଉ ଏକ ପ୍ରକାର ମିକ୍ସର୍ ହେଲା ଡ୍ରମ୍ ମିକ୍ସର୍, ଯାହା ବ୍ୟାରେଲ୍ ମିକ୍ସର୍ ନାମରେ ମଧ୍ୟ ପରିଚିତ । ଏହାକୁ ନିର୍ମାଣ ଉଦ୍ୟୋଗରେ ବହୁ ପରିମାଣର କଂକ୍ରିଟ୍ କିମ୍ବା ସିମେଣ୍ଟ ମିଶ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏଥିରେ ଅଖରେ ଘୁରୁଥିବା ଏକ ଡ୍ରମ୍ ବା ବ୍ୟାରେଲ୍ ରହିଥାଏ । ଡ୍ରମ୍ ଭିତରେ ବ୍ଲେଡ୍ ବା ଡେଣା ଖଞ୍ଜାଯାଇଥାଏ । ଡ୍ରମ୍ ଘୁରିବା ସମୟରେ ଏହି ବ୍ଲେଡ୍ କଂକ୍ରିଟ୍ ମିଶ୍ରଣ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ । ଏପରି ମିକ୍ସରର ଫାଇଦା ହେଉଛି କି, ଏଥିରେ ବହୁ ପରିମାଣର କଂକ୍ରିଟ୍‌‌କୁ ଦକ୍ଷ ଭାବେ ମିଶାଇବାର ସାମର୍ଥ୍ୟ ରହିଛି । ଏଗୁଡ଼ିକୁ ପରିଚାଳନା କରିବା ସହଜ ହୋଇଥାଏ ଏବଂ ଅନ୍ୟାନ୍ୟ ମିକ୍ସର୍ ତୁଳନାରେ କମ ଶ୍ରମ ଆବଶ୍ୟକ କରିଥାଏ । ଉଭୟ ଛୋଟ ଓ ବଡ଼ ନିର୍ମାଣ କାର୍ଯ୍ୟ ପାଇଁ ଏହି ମିକ୍ସର ଉପଯୁକ୍ତ ହୋଇଥାଏ ଏବଂ ଏହାକୁ କଂକ୍ରିଟ୍, ମୋର୍ଟାର୍ କିମ୍ବା ଅନ୍ୟ ଯେକୌଣସି ନିର୍ମାଣ ସାମଗ୍ରୀର ମିଶ୍ରଣ ପାଇଁ ବ୍ୟବହାର କରାଯାଇପାରିବ ।

 

ଡ୍ରମ୍ ମିକ୍ସରକୁ ପୁନଶ୍ଚ ତିନିଟି ବର୍ଗରେ ବିଭକ୍ତ କରାଯାଇପାରିବ: ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍ସ, ନନ୍-ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍ସ ଏବଂ ରିଭର୍ସିଂ ଡ୍ରମ୍ ମିକ୍ସର୍ସ ।

 

i. ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍

ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍‌‌ଗୁଡ଼ିକୁ ଏକ ଢଳି ରହୁଥିବା ଡ୍ରମ୍ ସହିତ ଡିଜାଇନ୍ କରାଯାଇଥାଏ । ଢଳି ରହୁଥିବା ଏହି ଡ୍ରମ୍‌‌କୁ ବୁଲାଇଲେ କଂକ୍ରିଟ୍ ବା ସିମେଣ୍ଟ ସହଜରେ ଢାଳି ହୋଇପାରିଥାଏ । ତେଣୁ, ସାମଗ୍ରୀର ଦ୍ରୁତ ଖଲାସୀ ଆବଶ୍ୟକ କରୁଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକରେ ଏପରି ମିକ୍ସର୍‌ଗୁଡ଼ିକର ଚାହିଦା ବେଶ୍ ଅଧିକ ହୋଇଥାଏ । ଏହି ମିକ୍ସରରେ ଲାଗିଥିବା ଡ୍ରମ୍‌‌ଟି ତାହାର ଅଖରେ ଢଳିପାରିଥାଏ, ଯାହା ଫଳରେ ମିଶ୍ରଣ ହୋଇଥିବା ସାମଗ୍ରୀକୁ ଉଦ୍ଦିଷ୍ଟ ଜାଗାରେ ଢଳାଯାଇପାରେ । ନନ୍-ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍ ତୁଳନାରେ ଏ ଧରଣର ମିକ୍ସର୍‌ଗୁଡ଼ିକର ଫାଇଦା ହେଉଛି ଏହା କମ୍ ଶ୍ରମବଳ ଆବଶ୍ୟକ କରିଥାଏ, କାରଣ ଡ୍ରମ୍‌‌କୁ ଢଳାଇ ମିଶ୍ରିତ ସାମଗ୍ରୀଗୁଡ଼ିକୁ ସହଜରେ ନିଷ୍କାସନ କରାଯାଇପାରିଥାଏ । ଛୋଟରୁ ମଧ୍ୟମ ଆକାର ନିର୍ମାଣ ପ୍ରକଳ୍ପରେ ଏହି ବିକଳ୍ପ ଅଧିକ ଲୋକପ୍ରିୟ ଅଟେ ।

 

ii. ନନ୍-ଟିଲ୍‌ଟିଂ ଡ୍ରମ୍ ମିକ୍ସର୍

ନନ୍-ଟିଲ୍‌ଟିଂ ଡ୍ରମ୍ ମିକ୍ସର୍‌‌ଗୁଡ଼ିକରେ ଟିଲ୍‌ଟିଂ ଡ୍ରମ୍ ମିକ୍ସର୍ ଭଳି ଢଳିରହୁଥିବା ଡ୍ରମ୍‌‌ର ବ୍ୟବସ୍ଥା ନ ଥାଏ । ତେଣୁ ଏଥିରୁ କଂକ୍ରିଟ୍ ବା ମିଶ୍ରିତ ସାମଗ୍ରୀ କାଢ଼ିବାର କାର୍ଯ୍ୟ ଲୋକ ବା ଶ୍ରମିକଙ୍କ ଦ୍ୱାରା କରାଯାଇଥାଏ । ଏହି କଂକ୍ରିଟ୍‌‌ ମିକ୍ସର୍‌‌ର ଫାଇଦା ହେଉଛି ଏହାର ସରଳ ଡିଜାଇନ୍ ଏବଂ ସହଜ ପରିଚାଳନା । ଏହି ଯନ୍ତ୍ରଗୁଡ଼ିକ ଛୋଟରୁ ମଧ୍ୟମ-ଆକାରର ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ଏବଂ ତାହାକୁ ଓଦା କିମ୍ବା ଶୁଖିଲା ମିଶ୍ରଣ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇପାରିବ । ଏହି ଯନ୍ତ୍ର ଅପେକ୍ଷାକୃତ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ । କିନ୍ତୁ, ଏହି ଯନ୍ତ୍ରର ଗୋଟିଏ ଅସୁବିଧା ହେଲା ଏହା ମିଶ୍ରିତ ସାମଗ୍ରୀକୁ ଆପେ ଆପେ ଖଲାସ କରିବାରେ ସମର୍ଥ ହୋଇ ନ ଥାଏ । ମିଶ୍ରିତ ସାମଗ୍ରୀକୁ ଡ୍ରମ୍‌‌ରୁ କାଢ଼ିବା ପାଇଁ ଲୋକଙ୍କ ଆବଶ୍ୟକତା ପଡ଼ିଥାଏ, ତେଣୁ ବଡ଼ ଧରଣର ନିର୍ମାଣ ପ୍ରକଳ୍ପରେ ଏହାକୁ ବ୍ୟବହାର କରିବା ଏତେ କାର୍ଯ୍ୟଦକ୍ଷ ହୋଇ ନ ଥାଏ ।

 

iii. ରିଭର୍ସିଂ ଡ୍ରମ୍ ମିକ୍ସର୍

ରିଭର୍ସିଂ ଡ୍ରମ୍ ମିକ୍ସରର ଡ୍ରମ୍ ଉଭୟ ଦିଗରେ ବୁଲିବାରେ ସକ୍ଷମ ହୋଇଥାଏ । ତେଣୁ, ଡ୍ରମ୍ ଭିତରେ ଲାଗିଥିବା ବ୍ଲେଡ୍‌‌ଗୁଡ଼ିକୁ ଫଳପ୍ରଦ ଭାବେ ସାମଗ୍ରୀକୁ ମିଶ୍ରଣ କରିପାରିଥାଏ । ସାମଗ୍ରୀକୁ ମିକ୍ସ ବା ମିଶ୍ରଣ କରିବା ପାଇଁ ଡ୍ରମ୍ ଭିତରେ ବ୍ଲେଡ୍ ବା ଡେଣା ଲାଗିଥାଏ । ଏ ପ୍ରକାର ମିକ୍ସରର ଗୋଟିଏ ଫାଇଦା ହେଉଛି, ଓଦା ହେଉ କି ଶୁଖିଲା ମିଶ୍ରଣ ଏହା ଉଚ୍ଚ ମାତ୍ରାରେ ସମରୂପୀ କଂକ୍ରିଟ୍ ମିଶ୍ରଣ ଦେବାରେ ସକ୍ଷମ ଅଟେ । ଏଗୁଡ଼ିକ ଛୋଟରୁ ମଧ୍ୟମ-ଆକାରର ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ହୋଇଥାଏ ଏବଂ ସହଜରେ ସଫା ଓ ରକ୍ଷଣାବେକ୍ଷଣ କରାଯାଇପାରିଥାଏ । ହେଲେ, ଏହାର ଅପେକ୍ଷାକୃତ ଅଧିକ ମୂଲ୍ୟ କାରଣରୁ କେତେକ ନିର୍ମାଣ ପ୍ରକଳ୍ପ ପାଇଁ ଏଗୁଡ଼ିକ ଅନାକର୍ଷଣୀୟ ମନେ ହୋଇଥାଏ ।



୨. ପ୍ୟାନ୍-ଟାଇପ୍ କଂକ୍ରିଟ୍ ମିକ୍ସର୍

 

ଏହାର ଗୋଲାକାର ମିଶ୍ରଣ ପାତ୍ର କାରଣରୁ ଏହା ସର୍କୁଲାର୍ ମିକ୍ସର୍ ବା ପ୍ୟାନ୍ ମିକ୍ସର୍ ଭାବେ ପରିଚିତ ଅଟେ । ଏହି କଂକ୍ରିଟ୍ ମିକ୍ସରରେ ଏକ ଗୋଲାକାର ମିଶ୍ରଣ ପାତ୍ର ରହିଥାଏ ଯାହାକୁ ଚକ ଥିବା ଫ୍ରେମ୍ ଉପରେ ଭୂସମାନ୍ତର ଭାବେ ଖଞ୍ଜାଯାଇଥାଏ । ଏପରି ମିକ୍ସର୍‌‌ର ଗୋଟିଏ ଫାଇଦା ହେଉଛି ଏହା ଅତି ସମରୂପୀ କଂକ୍ରିଟ୍ ମିଶ୍ରଣ ଉତ୍ପନ୍ନ କରିବାରେ ସମର୍ଥ ଅଟେ । ପ୍ୟାନ୍-ଟାଇପ୍ ମିକ୍ସର ବିଭିନ୍ନ ପ୍ରକାର କଂକ୍ରିଟ୍ ମିଶ୍ରଣ କରିବା ପାଇଁ ମଧ୍ୟ ଉପଯୁକ୍ତ ଅଟେ, ଯାହା ମଧ୍ୟରେ ଓଦା/ଶୁଖିଲା ମିଶ୍ରଣ, ମୋର୍ଟାର୍, ପ୍ଲାଷ୍ଟର ଏବଂ ରିଫ୍ରାକ୍ଟୋରି ସାମଗ୍ରୀ ଅନ୍ତର୍ଭୁକ୍ତ । ହେଲେ, ଏହାର ମୁଖ୍ୟ ଅସୁବିଧା ହେଉଛି ଅନ୍ୟାନ୍ୟ ମିକ୍ସର ତୁଳନାରେ ଏଥିରେ କମ୍ ପରିମାଣର କଂକ୍ରିଟ୍ ପ୍ରସ୍ତୁତ କରାଯାଇପାରିବ । ଉଚ୍ଚ କ୍ଷମତାବିଶିଷ୍ଟ ମିଶ୍ରଣ ଉପକରଣ ଆବଶ୍ୟକ କରୁଥିବା ବଡ଼ ଧରଣର ନିର୍ମାଣ କାର୍ଯ୍ୟ ପାଇଁ ଏହା ଉପଯୁକ୍ତ ନ ହୋଇପାରେ ।



କଣ୍ଟିନ୍ୟୁଅସ୍ ମିକ୍ସର୍

କଣ୍ଟିନ୍ୟୁଅସ୍ ମିକ୍ସର୍ସ ବଂ କଣ୍ଟିନ୍ୟୁଅସ୍ ଫ୍ଲୋ ମିକ୍ସର୍ସ କଂକ୍ରିଟ୍ କିମ୍ବା ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ମିଶ୍ରଣ ପାଇଁ ନିର୍ମାଣ ଉଦ୍ୟୋଗରେ ବ୍ୟବହୃତ ହେଉଥିବା ଏକ ପ୍ରକାର ମିକ୍ସର୍ ଅଟେ । ବ୍ୟାଚ୍ ମିକ୍ସର୍ସରେ ଗୋଟିଏ ସମୟରେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣର ସାମଗ୍ରୀ ମିଶ୍ରଣ ହୋଇପାରିଥାଏ କିନ୍ତୁ କଣ୍ଟିନ୍ୟୁଅସ୍ ମିକ୍ସରର ମିକ୍ସିଂ ଚାମ୍ବରରେ ଅନବରତ ଭାବେ ମିଶ୍ରଣ କାର୍ଯ୍ୟ ଚାଲୁ ରହିପାରିବ । ଗୋଟିଏ ପାର୍ଶ୍ୱରେ ମିଶ୍ରଣ ଉପାଦାନଗୁଡ଼ିକୁ ଅନବରତ ଭାବେ ମିକ୍ସିଂ ଚାମ୍ବର ମଧ୍ୟରେ ଢଳାଯାଇଥାଏ ଓ ମିଶ୍ରଣ ହୋଇ ପ୍ରସ୍ତୁତ ହୋଇଥିବା ସାମଗ୍ରୀ ଅନ୍ୟ ପାର୍ଶ୍ୱରେ ଅନବରତ ଭାବେ ନିଷ୍କାସିତ ହୋଇଚାଲିଥାଏ । ଦ୍ରୁତ ଗତିରେ ଓ ଦକ୍ଷତାର ସହିତ ବହୁ ପରିମାଣର ସମରୂପୀ ସାମଗ୍ରୀ ଉତ୍ପନ୍ନ କରିବା ଏହାର ଏକ ଫାଇଦା ଅଟେ । ଏହି ଯନ୍ତ୍ରକୁ ବ୍ୟାପକ ବର୍ଗର ନିର୍ମାଣ ସାମଗ୍ରୀ, ଯଥା- କଂକ୍ରିଟ୍ (ଉଭୟ ଓଦା ଓ ଶୁଖିଲା ମିଶ୍ରଣ), ମୋର୍ଟାର୍ ଏବଂ ପିଚୁର ମିଶ୍ରଣ ପାଇଁ ବ୍ୟବହାର କରାଯାଇପାରିବ ।

ହେଲେ, ଏହାର ମୁଖ୍ୟ ଅସୁବିଧା ହେଉଛି ଏହାର ଅପେକ୍ଷାକୃତ ଅଧିକ ମୂଲ୍ୟ । ଏହାର ପରିଚାଳନା ପାଇଁ ମଧ୍ୟ ଅଧିକ ପରିମାଣର ଜାଗା ଆବଶ୍ୟକ ହୋଇଥାଏ । ତେଣୁ, ଛୋଟ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବା ପାଇଁ ଏହା ସାଧାରଣତଃ ଅନୁପଯୁକ୍ତ ହୋଇଥାଏ ।

 

ସାରାଂଶ

କଂକ୍ରିଟ୍ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ମିଶ୍ରଣ ପାଇଁ ନିର୍ମାଣ ଉଦ୍ୟୋଗରେ ଅନେକ ପ୍ରକାର ମିକ୍ସର୍ ଏବଂ ମିଶ୍ରଣ ଯନ୍ତ୍ର ବ୍ୟବହୃତ ହୋଇଥାଏ । ସବୁଠାରୁ ସାଧାରଣ ମିକ୍ସରଗୁଡ଼ିକ ହେଲା: ବ୍ୟାଚ୍ ମିକ୍ସର୍, ଡ୍ରମ୍ ମିକ୍ସର୍, ପ୍ୟାନ୍-ଟାଇପ୍ ମିକ୍ସର୍, ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍, ନନ୍-ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍, ରିଭର୍ସିଂ ଡ୍ରମ୍ ମିକ୍ସର୍ସ ଏବଂ କଣ୍ଟିନ୍ୟୁଅସ୍ ମିକ୍ସର୍ସ । ବିଭିନ୍ନ ପ୍ରକାର ସିମେଣ୍ଟ ମିକ୍ସର୍‌‌ଗୁଡ଼ିକର ସଂକ୍ଷିପ୍ତ ସାରାଂଶ ତଳେ ଦିଆଗଲା:

 

  • ବ୍ୟାଚ୍ ମିକ୍ସର୍‌‌ଗୁଡ଼ିକ ଛୋଟରୁ ମଧ୍ୟମ ଆକାରର ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇଥିବାବେଳେ, ଡ୍ରମ୍ ମିକ୍ସରଗୁଡ଼ିକ ବଡ଼ ନିର୍ମାଣ ପ୍ରକଳ୍ପ ପାଇଁ ଆଦର୍ଶ ହୋଇଥାଏ ।
 
  • ଟିଲ୍‌ଟିଂ ଡ୍ରମ୍ ମିକ୍ସର୍‌‌ଗୁଡ଼ିକ ଉଭୟ ବଡ଼ ଓ ଛୋଟ ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ଏବଂ ତାହାକୁ ପରିଚାଳନା କରିବା ସହଜ । ଅନ୍ୟପକ୍ଷରେ ନନ୍-ଟିଲ୍‌‌ଟିଂ ଡ୍ରମ୍ ମିକ୍ସର୍ସ ଅତି ସମରୂପୀ କଂକ୍ରିଟ୍ ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଆଦର୍ଶ ହୋଇଥାଏ ।

 

  • ରିଭର୍ସିଂ ଡ୍ରମ୍ ମିକ୍ସର୍‌‌ଗୁଡ଼ିକୁ ଉଭୟ ଦିଗରେ ସାମଗ୍ରୀ ମିଶ୍ରଣ କରିବା ପାଇଁ ଡିଜାଇନ୍ କରାଯାଇଥାଏ । ପ୍ୟାନ୍-ଟାଇପ୍ ମିକ୍ସର୍‌‌ଗୁଡ଼ିକ ବହୁ ଉପଯୋଗୀ ହୋଇଥାଏ ଓ ଛୋଟରୁ ମଧ୍ୟମ-ଆକାରର ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ହୋଇଥାଏ ।

 

  • କଣ୍ଟିନ୍ୟୁଅସ୍ ମିକ୍ସର୍ ବଡ଼ ଆକାରର ନିର୍ମାଣ ପ୍ରକଳ୍ପଗୁଡ଼ିକ ପାଇଁ ସବୁଠାରୁ କାର୍ଯ୍ୟଦକ୍ଷ ବିକଳ୍ପ ଅଟେ, କାରଣ ସେଥିରେ ବୃହତ୍ ପରିମାଣର ସାମଗ୍ରୀକୁ ମିଶ୍ରଣ କରିବାର କ୍ଷମତା ରହିଥାଏ ।




ଅତଏବ, ପ୍ରତ୍ୟେକ କିସମର ମିକ୍ସରରେ ଫାଇଦା ଓ ଅସୁବିଧା ରହିଛି । ତେଣୁ ନିର୍ମାଣ ପ୍ରକଳ୍ପର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ କିସମର ମିକ୍ସର ବଛାଯାଇପାରିବ । ନିର୍ମାଣ ପ୍ରକଳ୍ପ ପାଇଁ ଉପଯୁକ୍ତ ପ୍ରକାରର କଂକ୍ରିଟ୍ ମିକ୍ସର୍ ଚୟନ କରିବା ସମୟରେ ତାହାର ମିଶ୍ରଣ କ୍ଷମତା, ବେଗ, ଦକ୍ଷତା ଏବଂ ବହୁ ଉପଯୋଗିତା ଭଳି କାରକଗୁଡ଼ିକୁ ଧ୍ୟାନରେ ରଖିବା ଜରୁରୀ ହୋଇଥାଏ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....