Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଅଲ୍ଟ୍ରାଟେକ୍ ବିଲଡିଂ ପ୍ରଡକ୍ଟସ୍
Share:
ଉଚ୍ଚ ଶକ୍ତି ଆବଶ୍ୟକ କରୁ ନ ଥିବା ହାଲୁକା ନିର୍ମାଣ ପ୍ରକଳ୍ପ ପାଇଁ ଏମ୍୧୦ କଂକ୍ରିଟ ବ୍ୟବହାର କରାଯାଏ ।
ଏମ୍୧୦ କଂକ୍ରିଟ୍ ମିଶ୍ରଣ ଅନୁପାତରେ ସାଧାରଣତଃ ଏକ ଭାଗ ସିମେଣ୍ଟ, ତିନି ଭାଗ ବାଲି ଏବଂ ଛଅ ଭାଗ ଏଗ୍ରିଗେଟ୍ ରହିଥାଏ ।
ସଠିକ୍ ଅନୁପାତ ଏବଂ ମିଶ୍ରଣ ପ୍ରକ୍ରିୟାକୁ ବୁଝିବା ଦ୍ୱାରା କଂକ୍ରିଟ୍ ର ସ୍ଥାୟିତ୍ୱ ଏବଂ ଶକ୍ତି ସୁନିଶ୍ଚିତ ହୋଇଥାଏ ।
କମ୍ କ୍ଷମତା ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ଏମ୍୧୦ କଂକ୍ରିଟ ବ୍ୟବହାର କରାଯାଏ । ଏହାର କମ୍ପ୍ରେସିଭ୍ ଶକ୍ତି ୨୮ ଦିନର କିଓରିଂ ପରେ ୧୦ ଏମପିଏ (ମେଗାପାସ୍କାଲ୍ସ) ହୋଇଥାଏ, ଯାହା ଅନ୍ୟ କଂକ୍ରିଟ୍ ଗ୍ରେଡ୍ ତୁଳନାରେ ଅପେକ୍ଷାକୃତ କମ୍ । ଏମ୍୧୦ ଅନୁପାତ କଂକ୍ରିଟ୍ ପ୍ରାୟତଃ ପାଦଚଲା ରାସ୍ତା, ଫ୍ଲୋରିଂ ଏବଂ କଂକ୍ରିଟ୍ ବ୍ଲକ୍ ପରି ଅଣ-ଢାଞ୍ଚାଗତ ଉପାଦାନ ପାଇଁ ବ୍ୟବହୃତ ହୁଏ, ଯେଉଁଠାରେ ଭାର-ବହନ ପ୍ରାଥମିକ ଚିନ୍ତାର ବିଷୟ ହୋଇ ନ ଥାଏ ।
ଏମ୍୧୦ କଂକ୍ରିଟ୍ ର ଉପାଦାନଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
୧. ସିମେଣ୍ଟ: ଏକ ବନ୍ଧନ ବା ବାଇଣ୍ଡର୍ ଭାବେ କାମ କରି ସମସ୍ତ ଉପାଦାନକୁ ଏକାଠି ଧରି ରଖିଥାଏ ।
୨. ବାଲି: ସ୍ଥୁଳତା ପ୍ରଦାନ କରିବା ସହିତ କଂକ୍ରିଟର ସୁକରଣୀୟତା ବା କଂକ୍ରିଟକୁ ନେଇ କାର୍ଯ୍ୟ କରିବାର କ୍ଷମତାକୁ ଉନ୍ନତ କରିଥାଏ ।
୩. ଖଦଡ଼ ବା ମୋଟା ଏଗ୍ରିଗେଟ୍ ଗୋଡ଼ି କିମ୍ବା କ୍ରଶଡ୍ ପଥର ମିଶ୍ରଣରେ ଶକ୍ତି ଏବଂ ସ୍ଥିରତା ଯୋଡ଼ିଥାଏ ।
୪. ପାଣି: ହାଇଡ୍ରେସନ ପାଇଁ ଅତ୍ୟାବଶ୍ୟକ ଏବଂ ଏହା କଂକ୍ରିଟକୁ କଠିନ କରୁଥିବା ରାସାୟନିକ ପ୍ରତିକ୍ରିୟା ଆରମ୍ଭ କରିବା ପାଇଁ ଜରୁରୀ ହୋଇଥାଏ ।
ମାନକ ଏମ୍୧୦ କଂକ୍ରିଟ୍ ଅନୁପାତ ହେଉଛି ୧:୩:୬, ଯାହାର ଅର୍ଥ ଏକ ଭାଗ ସିମେଣ୍ଟ, ତିନି ଭାଗ ବାଲି ଏବଂ ଛଅ ଭାଗ ଏଗ୍ରିଗେଟ୍ । ଏହି ମିଶ୍ରଣ କଂକ୍ରିଟ୍ ର ଉପଯୋଗ ପାଇଁ ଏକ ସନ୍ତୁଳିତ ଏବଂ କାର୍ଯ୍ୟକ୍ଷମ ମିଶ୍ରଣକୁ ସୁନିଶ୍ଚିତ କରିଥାଏ ।
ଏମ୍୧୦ ଅନୁପାତର କଂକ୍ରିଟ୍ ର ସମାନୁପତା ପାଇଁ, ନିମ୍ନଲିଖିତ ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ:
୧. ସାମଗ୍ରୀଗୁଡ଼ିକୁ ମାପନ୍ତୁ: ପ୍ରତି ବସ୍ତା ସିମେଣ୍ଟ ପାଇଁ, ତିନି ଭାଗ ବାଲି ଏବଂ ଛଅ ଭାଗ ଏଗ୍ରିଗେଟ୍ ବ୍ୟବହାର କରନ୍ତୁ ।
୨. ଶୁଖିଲା ଉପାଦାନଗୁଡ଼ିକୁ ମିଶାନ୍ତୁ: ସିମେଣ୍ଟ, ବାଲି ଏବଂ ଏଗ୍ରିଗେଟ୍ ଗୁଡ଼ିକୁ ସମାନ ରଙ୍ଗ ହାସଲ ହେବା ପର୍ଯ୍ୟନ୍ତ ଭଲ ଭାବେ ମିଶାଇ ଦିଅନ୍ତୁ ।
୩. ଶୁଖିଲା ମିଶ୍ରଣରେ ପାଣି ମିଶାନ୍ତୁ । ପାଣି ସାଧାରଣତଃ ସିମେଣ୍ଟ ଓଜନର ୫୦% ହୋଇଥାଏ ଏବଂ କଂକ୍ରିଟ୍ ଏକସମାନ ପ୍ରଗାଢ଼ତା ହାସଲ କରିବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ ।
୪. ପ୍ରଗାଢତାକୁ ଯାଞ୍ଚ କରନ୍ତୁ: ମିଶ୍ରଣକୁ ନେଇ କାମ କରିବା ସହଜ ହୋଇଥିବ କିନ୍ତୁ ତାହା ଅଧିକ ଓଦାଳିଆ ନ ହୋଇଥିବା ଉଚିତ । କମ୍ପାକ୍ଟ କରାଯିବା ପରେ ତାହା ନିଜର ଆକୃତିକୁ ବଜାୟ ରଖୁଥିବା ଆବଶ୍ୟକ ।
ଏମ୍୧୦ କଂକ୍ରିଟ ପାଇଁ ସଠିକ୍ ଶକ୍ତି ଏବଂ ସ୍ଥାୟୀତ୍ୱ ହାସଲ କରିବା ପାଇଁ ସଠିକ୍ ଅନୁପାତ ଏବଂ ସମ୍ପୂର୍ଣ୍ଣ ମିଶ୍ରଣ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଏମ୍୧୦ ଗ୍ରେଡ୍ କଂକ୍ରିଟ୍ ସାଧାରଣତଃ ନିମ୍ନଲିଖିତ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ:
ସବ୍-ଫ୍ଲୋରିଂ: ଫ୍ଲୋରିଂ ସାମଗ୍ରୀକୁ ଏକ ସ୍ଥିର ଆଧାର ଯୋଗାଇଥାଏ ।
ପେଭମେଣ୍ଟ: ପାଦଚଲା ରାସ୍ତା ଏବଂ ଅଗଣା ପାଇଁ ଆଦର୍ଶ, ଯେଉଁଠି ଭାରି ଭାର ପଡ଼ିବାର ଆଶା କରାଯାଇ ନ ଥାଏ ।
ଫିଲିଙ୍ଗ୍ ଏବଂ ଲେଭଲିଂ: ଏକ ଅଧିକ ମଜବୁତ କଂକ୍ରିଟ୍ ସ୍ତର ପ୍ରୟୋଗ କରାଯିବା ପୂର୍ବରୁ ଏହାକୁ ଏକ ଭରଣ ସାମଗ୍ରୀ ରୂପେ କିମ୍ବା ପୃଷ୍ଠଭାଗକୁ ସମତଳ କରିବା ପାଇଁ ବ୍ୟବହାର କରାଯାଇଥାଏ ।
ଅଣ-ଭାର - ବହନକାରୀ କାନ୍ଥ: ଅଧିକ ପରିମାଣର ଢାଞ୍ଚାଗତ ଭାରକୁ ସମର୍ଥନ ଦେଉ ନ ଥିବା କାନ୍ଥଗୁଡ଼ିକର ନିର୍ମାଣ ପାଇଁ ଉପଯୁକ୍ତ ।
ଏମ୍୧୦ କଂକ୍ରିଟର ବହୁମୁଖୀ ଉପଯୋଗ ତାହାକୁ ବିଭିନ୍ନ ନିର୍ମାଣ ପ୍ରକଳ୍ପ ପାଇଁ ଏକ ଲୋକପ୍ରିୟ ପସନ୍ଦରେ ପରିଣତ କରିଛି ।
ନିର୍ମାଣରେ ଆଶାନୁରୂପ ଫଳାଫଳ ହାସଲ କରିବା ପାଇଁ ଏମ୍୧୦ କଂକ୍ରିଟର ଅନୁପାତକୁ ବୁଝିବା ଏବଂ ଏହାର ଉପଯୁକ୍ତ ପ୍ରୟୋଗ ଜରୁରୀ ଅଟେ । ୧:୩:୬ ର ମାନକ ମିଶ୍ରଣ ସହିତ, ଏମ୍୧୦ ଅନୁପାତ କଂକ୍ରିଟ ହାଲୁକା ପ୍ରକଳ୍ପ ପାଇଁ ଆଦର୍ଶ ଅଟେ । ସଠିକ ମିଶ୍ରଣ ଏବଂ ଅନୁପାତ ପ୍ରକ୍ରିୟା ଅନୁସରଣ କରିବା ସୁନିଶ୍ଚିତ କରେ ଯେ ଆପଣଙ୍କ କଂକ୍ରିଟ ଏହାର ଉଦ୍ଦିଷ୍ଟ ବ୍ୟବହାର ପାଇଁ ସ୍ଥାୟୀ ଏବଂ ବ୍ୟାବହାରିକ ଅଟେ ।
ଏମ୍୧୦ କଂକ୍ରିଟ୍ ପାଇଁ, ପ୍ରତି ଘନ ମିଟର କଂକ୍ରିଟ୍ ପାଇବା ଲାଗି ଆପଣ ପାଖାପାଖି ଆଠ ବସ୍ତା ସିମେଣ୍ଟ ଆବଶ୍ୟକ କରିବେ ।
ଆବଶ୍ୟକ ହେଉଥିବା ପାଣିର ପରିମାଣ ସାଧାରଣତଃ ପ୍ରତି ଘନ ମିଟର କଂକ୍ରିଟ୍ ପାଇଁ ୧୬୦ ରୁ ୧୮୦ ଲିଟର ଅଟେ । ଏହା ବାଞ୍ଛିତ ସୁକରଣୀୟତା ବା କଂକ୍ରିଟକୁ ନେଇ କାମ କରିବାର ସାମର୍ଥ୍ୟ ଉପରେ ନିର୍ଭର କରିଥାଏ ।
ମାନକ ଏମ୍୧୦ କଂକ୍ରିଟ୍ ମିଶ୍ରଣ ଅନୁପାତ ହେଉଛି ୧:୩:୬, ଯାହାର ଅର୍ଥ ୧ ଭାଗ ସିମେଣ୍ଟ, ତିନି ଭାଗ ବାଲି ଏବଂ 6 ଭାଗ ଏଗ୍ରିଗେଟ୍ ।
ସାତ ଦିନ ପରେ ଏମ୍୧୦ କଂକ୍ରିଟର କମ୍ପ୍ରେସିଭ୍ ଶକ୍ତି ପାଖାପାଖି ୭ ଏମପିଏ ହୋଇଥାଏ, ଏହା ୨୮ ଦିନ ପରେ ୧୦ ଏମପିଏର ନିଜର ପୂର୍ଣ୍ଣ ଶକ୍ତିରେ ପହଞ୍ଚିଥାଏ ।