ପ୍ରବନ୍ଧଗୁଡିକ

କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତାର ପରୀକ୍ଷା କିପରି କରିବେ

ଏକ ସୁଦୃଢ଼ ଘରର ନିର୍ମାଣରେ ସଠିକ୍ କଂକ୍ରିଟ୍ ମିଶ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି କାରଣରୁ କଂକ୍ରିଟ୍ ମିଶ୍ରଣକୁ ବ୍ୟବହାର କରିବା ପୂର୍ବରୁ ତାହାକୁ ଯାଞ୍ଚ କରିନେବା ଗୁରୁତ୍ୱପୂର୍ଣ୍ଣ । ତେଣୁ, କଂକ୍ରିଟ୍ ପରୀକ୍ଷଣ କରାଯିବା ଆବଶ୍ୟକ ହୋଇଥାଏ । କଂକ୍ରିଟ୍ ପରୀକ୍ଷଣ 2 ପ୍ରକାରର - କାଷ୍ଟିଂ ପୂର୍ବରୁ ଏବଂ ସେଟିଂ ପରେ । କଂକ୍ରିଟ୍ ର କମ୍ପ୍ରେସିଭ୍ ସୁଦୃଢ଼ତା କିପରି ପରୀକ୍ଷା କରାଯାଇଥାଏ ଆସନ୍ତୁ ତାହା ବୁଝିବା ।


କଂକ୍ରିଟ୍ କୁ ହାତରେ କିପରି ମିଶାଇବେ

ଆପଣଙ୍କ ଘରର ନିର୍ମାଣରେ କଂକ୍ରିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆମେ ଡ୍ରମ୍ ମିକ୍ସର୍ ସହାୟତାରେ କିମ୍ବା ହାତରେ କଂକ୍ରିଟ୍ ମିଶ୍ରଣ କରିପାରିବା । କମ୍ ପରିମାଣର କଂକ୍ରିଟ୍ ଆବଶ୍ୟକତା କ୍ଷେତ୍ରରେ, ହାତରେ କଂକ୍ରିଟ୍ ର ମିଶ୍ରଣ କରାଯାଇପାରିବ ।


ଅନୁପଯୁକ୍ତ ସଂରକ୍ଷଣ କାରଣରୁ ଆପଣଙ୍କ ସିମେଣ୍ଟ ତାହାର କ୍ୱାଲିଟି ହରାଉଛି କି?

ଆପଣ ବର୍ଷାଦିନେ ଘର ତିଆରି କରୁଥିଲେ, ସିମେଣ୍ଟ ଥାକକୁ ତାରପୋଲିନ୍ କିମ୍ବା ପ୍ଲାଷ୍ଟିକ୍ କଭରିଂରେ ଘୋଡ଼ାଇ ରଖିବା ନିଶ୍ଚିତ କରନ୍ତୁ ।


ମାତ୍ର ୬ଟି ସୋପାନରେ ଗଢ଼ନ୍ତୁ ଏକ ମଜବୁତ ଛାତ

ଛାତ ଆପଣଙ୍କ ଘରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ, ଯାହା ଏହାକୁ ବାହ୍ୟ ପବନ, ପାଣି ଓ ଖରାରୁ ରକ୍ଷା କରିଥାଏ । ତେଣୁ ଏହିସବୁ ପରିବେଶୀୟ ପ୍ରଭାବକୁ ସହନ କରିପାରି ତିଷ୍ଠି ରହିବାର ସାମର୍ଥ୍ୟ ରଖୁଥିବା ଛାତ ତିଆରି କରିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ପ୍ରକାରର ଛାତ ଅଛି, ହେଲେ ଆମ ଦେଶରେ ସାଧାରଣତଃ ଆରସିସି ରୁଫିଂ ବ୍ୟବହୃତ ହୋଇଥାଏ । ଏହି ପ୍ରକାର ଛାତର ନିର୍ମାଣ ପ୍ରକ୍ରିୟାରେ ନିମ୍ନଲିଖିତ ସୋପାନଗୁଡ଼ିକ ସଂଶ୍ଳିଷ୍ଟ ହୋଇଥାଏ ।


ଢିଲା କିମ୍ବା ଭଙ୍ଗା ଟାଇଲ୍ ଗୁଡ଼ିକୁ ସହଜରେ ସଜାଡ଼ିବାକୁ ଚାହୁଁଛନ୍ତି କି?

ସମୟ ସହିତ, ଆପଣଙ୍କ ଘରର ଟାଇଲ୍ ଗୁଡ଼ିକ ଢିଲା ହୋଇଥାଏ ଓ ଫାଟିବାକୁ ଲାଗିଥାଏ । ଏହା ସୂଚାଇଥାଏ ଯେ କାନ୍ଥ ବା ମେଜିଆରେ ଟାଇଲଗୁଡ଼ିକୁ ଲଗାଇବା ପାଇଁ ବ୍ୟବହାର କରାଯାଇଥିବା ମସଲା ବା ସିମେଣ୍ଟ ଦୁର୍ବଳ ହୋଇଯାଇଛି ।


ନିଜ ଘର ପାଇଁ ସଠିକ୍ ବାହ୍ୟ ରଙ୍ଗ କିପରି ଚୟନ କରିବେ?

ଆପଣଙ୍କ ଘରର ନିର୍ମାଣ ଯାତ୍ରାରେ ସବୁଠାରୁ ରୋମାଞ୍ଚକ ପର୍ଯ୍ୟାୟ ମଧ୍ୟରୁ ଗୋଟିଏ ହେଉଛି - ଆପଣଙ୍କ ଘର ପାଇଁ ରଙ୍ଗ ଚୟନ କରିବା । ଆପଣ ଚୟନ କରିଥିବା ରଙ୍ଗ ଅନେକ ମାତ୍ରାରେ ଆପଣଙ୍କ ଘରର ରୂପକୁ ନିର୍ଦ୍ଧାରିତ କରିବ । ଏବଂ ଏପରି ଅନେକ କାରକ ଅଛି, ଯାହା ବାହ୍ୟ ଘର ପେଣ୍ଟ୍ ରଙ୍ଗର ପସନ୍ଦ ଓ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ତେଣୁ ଆମେ ଆପଣଙ୍କ ପାଇଁ କେତୋଟି ଟିପ୍‌ସ ନେଇଆସିଛୁ, ଯାହାକୁ ଧ୍ୟାନରେ ରଖି ଆପଣ ସଠିକ୍ ରଙ୍ଗ ଚୟନ କରିପାରିବେ ।


ନିଜ ଘର ପାଇଁ ଉପଯୁକ୍ତ ବାଲି ଚୟନ କରିବାର ଏକ ତ୍ୱରିତ ମାର୍ଗଦର୍ଶିକା

ଆପଣଙ୍କ ଘର ନିର୍ମାଣରେ ବ୍ୟବହୃତ ହେଉଥିବା ଏକ ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ବାଲି । ବାଲି ବିନା, କଂକ୍ରିଟ୍, କଂକ୍ରିଟ୍ ବ୍ଲକ୍ କିମ୍ବା ସିମେଣ୍ଟ ମସଲା ତିଆରି ହୋଇପାରିବ ନାହିଁ ।


ଆପଣଙ୍କ ସ୍ୱପ୍ନର ଘର ଏକ ଭଲ ଡିଜାଇନ୍ ଆବଶ୍ୟକ କରିଥାଏ: ଆର୍କିଟେକ୍ଟଙ୍କ ଭୂମିକାକୁ ବୁଝନ୍ତୁ

ଠିକାଦାର ଏବଂ ଆର୍କିଟେକ୍ଟଙ୍କ ମଧ୍ୟରେ ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍କିଟେକ୍ଟ କିଏ? ସରଳ ଭାଷାରେ କହିଲେ, ଆପଣଙ୍କ ସମଗ୍ର ଘରର ଡିଜାଇନ୍ ଆର୍କିଟେକ୍ଟଙ୍କ ଦାୟିତ୍ୱ ଅଟେ । ଆର୍କିଟେକ୍ଟ ସମଗ୍ର ନିର୍ମାଣ ପ୍ରକ୍ରିୟାରେ ଜଡ଼ିତ ରହିଥାନ୍ତି କିନ୍ତୁ ତାଙ୍କ କାର୍ଯ୍ୟର ତିନି ଚତୁର୍ଥାଂଶ ପ୍ଲାନିଂ ପର୍ଯ୍ୟାୟରେ ହୋଇଥାଏ ।


ନିଜ ଘର ପାଇଁ ସର୍ବୋତ୍ତମ ସିମେଣ୍ଟ ବାଛିବା ଲାଗି ଏକ ତ୍ୱରିତ ମାର୍ଗଦର୍ଶିକା

ଏକ ଘର ନିର୍ମାଣ କରିବାରେ ଅନେକ ପର୍ଯ୍ୟାୟ ରହିଥାଏ ଏବଂ ଏପରି ଅଧିକାଂଶ ପର୍ଯ୍ୟାୟରେ ଆପଣ କେଉଁ ସିମେଣ୍ଟ ବାଛନ୍ତି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।


ରାଜମିସ୍ତ୍ରୀଙ୍କ ପ୍ରକାରଭେଦ - ଏକ ତ୍ୱରିତ ମାର୍ଗଦର୍ଶିକା

ଯେକୌଣସି ନିର୍ମାଣ ପ୍ରକଳ୍ପ ସାଇଟ୍ ରେ ରାଜମିସ୍ତ୍ରୀଙ୍କ ସେବା ଆବଶ୍ୟକ ହୋଇଥାଏ, କାରଣ ସମୟୋଚିତ ଢଙ୍ଗରେ ଆପଣଙ୍କ ଘର ନିର୍ମାଣ ରାଜମିସ୍ତ୍ରୀଙ୍କ ଦକ୍ଷତା ଉପରେ ନିର୍ଭରଶୀଳ ହୋଇଥାଏ ।


ଢିଲା କବାଟ ଓ ଝରକା ଫ୍ରେମ୍ କୁ କିପରି ଏଡ଼ାଇବେ

ଆପଣଙ୍କ ଘରର ମୋଟାମୋଟି ଢାଞ୍ଚାର କେତେକ ଫିନିଶିଂ ସ୍ପର୍ଶ ହେଉଛି ଘରର କବାଟ ଓ ଝରକା । ଆପଣ ଏହି ପର୍ଯ୍ୟାୟରେ ପହଞ୍ଚିଗଲେ, ବୁଝିନିଅନ୍ତୁ ଯେ ଆପଣଙ୍କ ଘରର ନିର୍ମାଣ କାର୍ଯ୍ୟ ଏବେ ସରିବା ଉପରେ । ତେଣୁ, କବାଟ ଓ ଝରକାକୁ ଉପଯୁକ୍ତ ଭାବେ ଲଗାଇବାକୁ ସୁନିଶ୍ଚିତ କରିବା ପାଇଁ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡ଼ିକୁ ମନେରଖନ୍ତୁ ।


ଏକ ନୂଆ ଘରର ନିର୍ମାଣର ପର୍ଯ୍ୟାୟଗୁଡ଼ିକ

ନିଜର ଏକ ଘର ତିଆରି କରିବା ଆପଣଙ୍କ ଜୀବନର ଏକ ଅନ୍ୟତମ ବଡ଼ ନିଷ୍ପତ୍ତି ହୋଇଥାଏ । ଆପଣଙ୍କ ଘର ଆପଣଙ୍କ ପରିଚୟ ହୋଇଥାଏ । ତେଣୁ, ଘର ନିର୍ମାଣର ପ୍ରତ୍ୟେକ ସୋପାନରେ କ’ଣ କରାଯିବ ଏ ସମ୍ପର୍କରେ ଆପଣ ଜାଣିରଖିବା ଜରୁରୀ । ଆପଣଙ୍କ ଘର ନିର୍ମାଣ ଯାତ୍ରାର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଜାଣିବା ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆପଣ ନିଜର ନୂଆ ଘରର ନିର୍ମାଣର ଯୋଜନା ପ୍ରସ୍ତୁତ କରିପାରିବେ ଓ ନିର୍ମାଣ କାର୍ଯ୍ୟକୁ ଟ୍ରାକ୍ କରିପାରିବେ ।


Test Brick Quality at Construction Site : Clap Test

ଆପଣ ନବଜ ଘର ପାଇଁ ରକବଳ ସରବଣାତ୍ତମ ଇଟା ବାନବନ୍ବ ତ?

ମଜବୁତ ଇଟା ଗଢ଼ବଥାଏ ମଜବୁତ କାନ୍ଥ, ଯାହା ଘର ନବମଭାଣ ସମୟରର ଆପଣଙ୍କୁରଦଇଥାଏ ଉତ୍ତମ ଢାଞ୍ଚାଗତ ସୁଦୃଢ଼ତା । ଆପଣଙ୍କ ଘର ନବମଭାଣ ପାଇଁଇଟାଗୁଡ଼କବର ଗୁଣବତ୍ତାକୁପରୀୋ କରବବାର ଚାରବଟବଫଳେଦ ପର୍ଦ୍ତବଏଠାରର ଦବଆଗୋ ।


ଏକ ମଜବୁତ ଘର ପାଇଁ ଆରସିସି ଫୁଟିଂ ସ୍ଥାପନର ସଠିକ୍ ଉପାୟ

ଆପଣଙ୍କ ଘର କେବଳ ଆପଣଙ୍କର ନୁହେଁ ବରଂ ଆପଣଙ୍କ ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇଥାଏ, ତେଣୁ ଏହା ବର୍ଷ ବର୍ଷ ଧରି ମଜବୁତ ରହିବା ଜରୁରୀ । ଏଥିପାଇଁ, ଆପଣଙ୍କ ଘର ଏକ ସୁଦୃଢ଼ ମୂଳଦୁଆ ବା ଫାଉଣ୍ଡେଶନ୍ ଆବଶ୍ୟକ କରିଥାଏ ଏବଂ ଫାଉଣ୍ଡେଶନ୍ କୁ ମଜବୁତ କରିବାର ସର୍ବୋତ୍ତମ ଉପାୟ ହେଉଛି ଆରସିସି ଫୁଟିଂ ।


ନିଜର କାନ୍ଥଗୁଡ଼ିକୁ କଦାପି ପ୍ଲାଷ୍ଟର ନ କରି ଛଡ଼ାଯିବା କାହିଁକି ଉଚିତ୍ ନୁହେଁ ଜାଣନ୍ତୁ

ଆପଣ ଘର ତିଆରି କରିବା ସମୟରେ, ଘରର ମୌଳିକ ଢାଞ୍ଚା ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କର ଟିମ୍ କାନ୍ଥ, ମେଜିଆ ଓ ଛାତର କାମ କରିବା ଆରମ୍ଭ କରିବେ । ଏହିସବୁ ଅଂଶର ପୃଷ୍ଠଭାଗ ଅସମତଳ ଥାଏ ଯାହାକୁ ସମତଳ ବା ସ୍ମୁଦ୍ କରିବାକୁ ପଡ଼ିଥାଏ; ଏହି କାମକୁ ପ୍ଲାଷ୍ଟରିଂ ବା ପଲସ୍ତରା ପ୍ରକ୍ରିୟା ମାଧ୍ୟମରେ ସମ୍ପାଦନ କରାଯାଏ ।


ସମୁଦ୍ର ଓ ମରୁଭୂମିର ବାଲି କାହିଁକି ଅନୁପଯୁକ୍ତ ଜାଣନ୍ତୁ

ନିଜର ଘର ତିଆରି କରିବା ପାଇଁ କଦାପି ସମୁଦ୍ର କିମ୍ବା ମରୁଭୂମିର ବାଲି ବ୍ୟବହାର କରନ୍ତୁ ନାହିଁ । ଏହି ବାଲିଗୁଡ଼ିକ ଦେଖିବାକୁ ଚକଚକିଆ ହୋଇଥିଲେ ହେଁ, ସେଗୁଡ଼ିକ ଅତି ସରୁ ଓ ଗୋଲାକାର ହୋଇଥାଏ । ଏ ପ୍ରକାର ବାଲିର ଉପଯୋଗ ଢାଞ୍ଚାକୁ ଦୁର୍ବଳ କରିପାରେ । ଅଧିକନ୍ତୁ, ସମୁଦ୍ର ବାଲିରେ ଲବଣ ଅଂଶ ରହିଥାଏ ଯାହା ଷ୍ଟିଲ୍ ଓ ପ୍ଲାଷ୍ଟର୍ ପାଇଁ ଖରାପ ଅଟେ।


ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ