Share:
ହୋମ୍ ବିଲଡିଂ ଗାଇଡ୍
ଆମର ପ୍ରଡକ୍ଟସ୍
ଉପାଦେୟ ଟୁଲ୍ସ
ଆମର ପ୍ରଡକ୍ଟସ୍
Share:
ଏକ ମଜବୁତ ମୂଳଦୁଆ ଗଢ଼ିବା ପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ଉପରେ ଯତ୍ନଶୀଳ ବିଚାର ଆବଶ୍ୟକ ହୋଇଥାଏ। ଆସନ୍ତୁ, କେତେକ ସାଧାରଣ ଫାଉଣ୍ଡେସନ୍ ସାମଗ୍ରୀ ସମ୍ପର୍କରେ ଜାଣିବା ଏବଂ ସେଗୁଡ଼ିକର ଗୁଣଧର୍ମ, ପ୍ରୟୋଗ ତଥା ଲାଭଗୁଡ଼ିକୁ ବୁଝିବା।
କାଠ ଫାଉଣ୍ଡେସନଗୁଡ଼ିକ ଚାପ-ଉପଚାରିତ କାଠ କିମ୍ବା ଇଞ୍ଜିନିୟର୍ଡ କାଠ ଉତ୍ପାଦରେ ନିର୍ମିତ ହୋଇଥାଏ। ଛୋଟ ଶେଡ୍, କ୍ୟାବିନ୍ କିମ୍ବା ଅନ୍ୟ ହାଲୁକା ଢାଞ୍ଚ ପାଇଁ ଏହା ଏକ ସାଧାରଣ ପସନ୍ଦ ହୋଇଥାଏ। କାଠକୁ ଫାଉଣ୍ଡେସନ୍ ସାମଗ୍ରୀ ଭାବେ ବ୍ୟବହାର କରିବାର ଏକ ମୁଖ୍ୟ ଫାଇଦା ହେଉଛି ଯେ ଏହା ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ଅପେକ୍ଷାକୃତ ଶସ୍ତା ହୋଇଥାଏ।
କ) ଏହାକୁ ନେଇ ସହଜରେ କାମ ଓ ନିର୍ମାଣ କରିହୁଏ
ଖ) ଖର୍ଚ୍ଚ-ସାଶ୍ରୟୀ
ଗ) ଭୂତଳ ଜଳସ୍ତର ଅଧିକ ଉଚ୍ଚତାରେ ରହିଥିବା ସ୍ଥାନଗୁଡ଼ିକ ପାଇଁ ଉପଯୁକ୍ତ, ଯେଉଁଠି ଅନ୍ୟାନ୍ୟ ଫାଉଣ୍ଡେସନ୍ କାମ କରି ନ ଥାଏ
ପଥର ଫାଉଣ୍ଡେସନ୍ଗୁଡ଼ିକ ପ୍ରାକୃତିକ କିମ୍ବା କଟାଯାଇଥିବା ପଥର ବ୍ଲକ୍ରୁ ନିର୍ମିତ ହୋଇଥାଏ। ପୁରୁଣାକାଳିଆ ଘର ଓ କୋଠା ନିର୍ମାଣର ଏହା ଏକ ସାଧାରଣ ବିଲଡିଂ ଫାଉଣ୍ଡେସନ୍ ଥିଲା। ପଥର ଫାଉଣ୍ଡେସନଗୁଡ଼ିକ ମଜବୁତ ଓ ଦୀର୍ଘସ୍ଥାୟୀ ହୋଇଥାଏ, କିନ୍ତୁ ତାହା ନିୟମିତ ରକ୍ଷଣାବେକ୍ଷଣ ଏବଂ ଦେଖରେଖ ଆବଶ୍ୟକ କରିଥାଏ।
କ) ମଜବୁତ ଏବଂ ଦୀର୍ଘସ୍ଥାୟୀ
ଖ) ଅଗ୍ନି-ନିରୋଧୀ
ଗ) ଅସ୍ଥିର ତାପମାତ୍ରା ବିରୁଦ୍ଧରେ ଉତ୍କୃଷ୍ଟ ଇନସୁଲେସନ୍ ଯୋଗାଇଥାଏ
କଂକ୍ରିଟ୍ ଫାଉଣ୍ଡେସନ୍ଗୁଡ଼ିକ ମୂଳଦୁଆ ପାଇଁ ବ୍ୟବହୃତ ହେଉଥିବା ସବୁଠାରୁ ସାଧାରଣ ସାମଗ୍ରୀଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ଫାଉଣ୍ଡେସନଗୁଡ଼ିକ ସାଧାରଣତଃ ସିମେଣ୍ଟରେ ତିଆରି ହୋଇଥାଏ ଏବଂ ଏହାର ଉଚ୍ଚ କମ୍ପ୍ରେସିଭ୍ ଶକ୍ତି ଥାଏ ଓ ସେଗୁଡ଼ିକ ବହୁ ମାତ୍ରାର ଭାର ସହନ କରିପାରିଥାଏ। ଏହାକୁ ସିମେଣ୍ଟ ଫାଉଣ୍ଡେସନ୍ ମଧ୍ୟ କୁହାଯାଏ। ଏଥିରେ କଂକ୍ରିଟ୍କୁ ନିର୍ମାଣ ସ୍ଥଳରେ ହିଁ ଢଳାଯାଇ କିମ୍ବା ପୂର୍ବରୁ ତିଆରି ହୋଇଥିବା ବ୍ଲକ୍ (ପ୍ରିକାଷ୍ଟ ବ୍ଲକ୍) ବ୍ୟବହାର କରାଯାଇ ଫାଉଣ୍ଡେସନ୍ ନିର୍ମାଣ କରାଯାଇଥାଏ। ଏହାବ୍ୟତୀତ, ସିଣ୍ଡର୍ ବ୍ଲକ୍ ନାମକ କଂକ୍ରିଟ୍ ବ୍ଲକ୍ କଂକ୍ରିଟ୍ ଢଳେଇ ଫାଉଣ୍ଡେସନ୍ର ଏକ ଶସ୍ତା ବିକଳ୍ପ ଅଟେ।
କ) ଶକ୍ତିଶାଳୀ ଏବଂ ସ୍ଥାୟୀ
ଖ) ଅଗ୍ନି, ଆର୍ଦ୍ରତା ଏବଂ କୀଟ ପ୍ରତିରୋଧୀ
ଗ) କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରେ
ବଜୁରି, ଭଙ୍ଗା ପଥର କିମ୍ବା ରିସାଇକଲ୍ ହୋଇଥିବା କଂକ୍ରିଟ୍କୁ ଫାଉଣ୍ଡେସନ୍ ସାମଗ୍ରୀ ଭାବେ ବ୍ୟବହାର କରାଯାଇପାରିବ। ଭୂତଳ ଜଳସ୍ତର ଅଧିକ ଉଚ୍ଚରେ ରହିଥିବା ସ୍ଥାନଗୁଡ଼ିକ ପାଇଁ ଏହା ଆଦର୍ଶ ଅଟେ, କାରଣ ଏହା ପାଣିକୁ ଫାଉଣ୍ଡେସନରୁ ସହଜରେ ନିଷ୍କାସିତ କରିପାରିଥାଏ ଓ ମାଟିର ଅବକ୍ଷୟକୁ ପ୍ରତିରୋଧ କରିପାରେ।
କ) ଖର୍ଚ୍ଚ-ସାଶ୍ରୟୀ
ଖ) ଉପଯୁକ୍ତ ଜଳ ନିଷ୍କାସନକୁ ଅନୁମତି ଦିଏ
ଗ) ପରିବେଶ ଅନୁକୂଳ
କୋଇଲା ଚାଳିତ ବିଜୁଳି କାରଖାନାର ଏକ ଉପ-ଉତ୍ପାଦ ଫ୍ଲାଏ ଆଶ୍କୁ ତାହାର ଶକ୍ତି ଓ ସ୍ଥାୟିତ୍ୱ ପାଇଁ ସାଧାରଣ ଭାବେ ଏକ ଫାଉଣ୍ଡେସନ୍ ସାମଗ୍ରୀ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ କଂକ୍ରିଟ୍ ମିଶ୍ରଣରେ ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରେ, ତେଣୁ ଏହା ଏକ ପରିବେଶ-ଅନୁକୂଳ ବିକଳ୍ପ ଅଟେ।
କ) ସିମେଣ୍ଟର ବ୍ୟବହାରକୁ ହ୍ରାସ କରେ
ଖ) ପରିବେଶ ଅନୁକୂଳ
ଗ) ସଙ୍କୋଚନ ଓ ଫାଟା ପ୍ରତିରୋଧୀ
ଭୂତଳ ଜଳସ୍ତର ଖୁବ୍ ତଳେ ରହିଥିବା ଏବଂ ସ୍ଥିର ଓ ଦୃଢ଼ ମାଟି ଥିବା ସ୍ଥାନଗୁଡ଼ିକ ପାଇଁ ବାଲିକୁ ଏକ ସାଧାରଣ ଫାଉଣ୍ଡେସନ୍ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ଏହାକୁ ପ୍ରାୟତଃ ଫାଉଣ୍ଡେସନ୍ ଏବଂ ମାଟି ମଝିରେ ଏକ ଶଯ୍ୟା ବା ବେଡିଂ ରୂପେ ବ୍ୟବହାର କରାଯାଏ।
କ) ଏହାକୁ ନେଇ ସହଜରେ କାମ କରିହୁଏ ଓ କମ୍ପାକ୍ଟ ହୋଇପାରେ
ଖ) ଏକ ସ୍ଥିର ଆଧାର ଦେଇଥାଏ
ଗ) ଉପଯୁକ୍ତ ଜଳ ନିଷ୍କାସନକୁ ଅନୁମତି ଦିଏ
ମଜବୁତପଣ ଏବଂ ସ୍ଥାୟିତ୍ୱ ଦୃଷ୍ଟିରୁ ଫାଉଣ୍ଡେସନରେ ଇଟାର ବ୍ୟବହାର ପଥର ଫାଉଣ୍ଡେସନ ସହ ସମାନ। ଆଗକାଳରେ ଘର ଓ ବିଲଡିଂ ପାଇଁ ତାହା ଏକ ସାଧାରଣ ପସନ୍ଦ ଥିଲା।
କ) ମଜବୁତ ଏବଂ ଦୀର୍ଘସ୍ଥାୟୀ
ଖ) ଅଗ୍ନି-ନିରୋଧୀ
ଗ) ଅସ୍ଥିର ତାପମାତ୍ରା ବିରୁଦ୍ଧରେ ଉତ୍କୃଷ୍ଟ ଇନସୁଲେସନ୍ ଯୋଗାଇଥାଏ
ନିର୍ମାଣ ଉଦ୍ୟୋଗରେ ଇସ୍ପାତ ଫାଉଣ୍ଡେସନ୍ର ପ୍ରଚଳନ ଅପେକ୍ଷାକୃତ ନୂଆ ଅଟେ। ତାହା ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ ହୋଇଥିବାରୁ ବାଣିଜ୍ୟିକ ଏବଂ ଔଦ୍ୟୋଗିକ ବିଲଡିଂ ପାଇଁ ଲୋକପ୍ରିୟ ପସନ୍ଦ ଅଟେ।
କ) ଶକ୍ତିଶାଳୀ ଏବଂ ସ୍ଥାୟୀ
ଖ) ପାଣିପାଗର ପ୍ରଭାବ ଓ କୀଟ ପ୍ରତିରୋଧୀ
ଗ) କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରେ
ନିର୍ମାଣରେ ଉତ୍ତମ ଗୁଣମାନର ଫାଉଣ୍ଡେସନ ସାମଗ୍ରୀ ଚୟନ କରିବାର ମହତ୍ତ୍ୱ ପଛରେ ଅନେକ କାରଣ ରହିଛି। ଉଚ୍ଚ-ଗୁଣମାନର ସାମଗ୍ରୀରେ ନିବେଶ କରିବାର ମହତ୍ତ୍ୱ କାହିଁକି ରହିଛି ତାହାର କେତେକ ମୁଖ୍ୟ କାରଣଗୁଡ଼ିକ ହେଲା:
ସମୟର କଷଟିରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଚ୍ଚ-ଗୁଣମାନର ଫାଉଣ୍ଡେସନ ସାମଗ୍ରୀଗୁଡ଼ିକୁ ଡିଜାଇନ୍ କରାଯାଇଥାଏ। ସମୟ କ୍ରମେ ବ୍ୟବହାର କାରଣରୁ ତାହା ଏତେ ଶୀଘ୍ର ଖରାପ ହୋଇ ଯାଇ ନ ଥାଏ, ଯାହାଦ୍ୱାରା ଫାଉଣ୍ଡେସନ ସମେତ ସମଗ୍ର ଢାଞ୍ଚାର ଦୀର୍ଘାୟୁ ସୁନିଶ୍ଚିତ ହୋଇଥାଏ । ନିମ୍ନମାନର ସାମଗ୍ରୀ ଚୟନ କରାଗଲେ ଢାଞ୍ଚା ଅକାଳରେ କ୍ଷୟପ୍ରାପ୍ତ ହୁଏ, ବିଲଡିଂର ସ୍ଥିରତା ଓ ସୁରକ୍ଷା ପ୍ରତି ବିପଦ ରହିଥାଏ।
ଫାଉଣ୍ଡେସନ୍ ଯେକୌଣସି ବିଲଡିଂର ମେରୁଦଣ୍ଡ ହୋଇଥାଏ। ଉତ୍ତମ ଗୁଣମାନର ସାମଗ୍ରୀ ଚୟନ କରିବା ଦ୍ୱାରା ଏହା ସୁନିଶ୍ଚିତ ହୋଇଥାଏ ଯେ ଫାଉଣ୍ଡେସନଟି ଢାଞ୍ଚାର ଓଜନ ଓ ଭାରକୁ ସମ୍ଭାଳିପାରିବ। ଖରାପ ମାନର ସାମଗ୍ରୀ କାରଣରୁ ଫାଉଣ୍ଡେସନ ଦବିପାରେ, ଫାଟିପାରେ କିମ୍ବା ଧସିଯାଇପାରେ, ଯାହା ବିଲଡିଂର ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ।
ଉତ୍ତମ-ଗୁଣମାନର ସାମଗ୍ରୀଗୁଡ଼ିକ ମୁଖ୍ୟତଃ ଆର୍ଦ୍ରତା, ତାପମାତ୍ରାରେ ପରିବର୍ତ୍ତନ ଏବଂ କୀଟପୋକ ଭଳି ପରିବେଶୀୟ ପ୍ରଭାବକୁ ପ୍ରତିରୋଧ କରିବାର ସାମର୍ଥ୍ୟ ସହିତ ତିଆରି କରଯାଇଥାଏ। ଏହିସବୁ ସାମଗ୍ରୀଗୁଡ଼ିକ ଜଳଜନିତ କ୍ଷତି, ବରଫ ଜମିବା ଓ ତରଳିବା ଚକ୍ର ଏବଂ କୀଟପୋକ କିମ୍ବା ଉଇଙ୍କ ପ୍ରାଦୂର୍ଭାବ ବିରୁଦ୍ଧରେ ଶ୍ରେୟସ୍କର ସୁରକ୍ଷା ଯୋଗାଇଥାଏ, ଯାହାଫଳରେ ଆପଣଙ୍କୁ ମରାମତି ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େନାହିଁ ଏବଂ ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରହିପାରନ୍ତି।
ନିର୍ମାଣ ଆଇନକାନୁନରେ ନିର୍ମାଣ ସାମଗ୍ରୀ ନିମନ୍ତେ ନ୍ୟୂନତମ ମାନକ ନିର୍ଦ୍ଧାରଣ କରାଯାଇଥାଏ। ଉତ୍ତମ ଗୁଣମାନର ସାମଗ୍ରୀ ଚୟନ କରିବା ଦ୍ୱାରା ଆପଣ ସେହି ଆଇଗୁଡ଼ିକୁ ଅନୁପାଳନ କରୁଛନ୍ତି ବୋଲି ସୁନିଶ୍ଚିତ ହୋଇଥାଏ। ଏହି ଆଇନକାନୁନ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଏବଂ ସମ୍ଭାବ୍ୟ ଢାଞ୍ଚାଗତ ଅଘଟଣକୁ ପ୍ରତିରୋଧ କରିବା ଲାଗି ଲାଗୁ କରାଯାଇଥାଏ। ଏହି ନିର୍ମାଣ ଆଇନକାନୁନର ଅନୁପାଳନ କରା ନ ଗଲେ ଆଇନଗତ ସମସ୍ୟାର ସମ୍ମୁଖୀନ ହେବା ସହ ବିଲଡିଂର ବାସିନ୍ଦାମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ।
ଉଚ୍ଚ-ଗୁଣମାନର ସାମଗ୍ରୀ କିଣିବା ସମୟରେ ହୁଏତ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ କିନ୍ତୁ ଦୀର୍ଘମିଆଦରେ ଆପଣଙ୍କର ଟଙ୍କା ସଞ୍ଚୟ ହୋଇଥାଏ। ଦୀର୍ଘସ୍ଥାୟୀ ସାମଗ୍ରୀରେ ନିବେଶ କରି ଆପଣ ବାରମ୍ବାର ମରାମତି ଓ ରକ୍ଷଣାବେକ୍ଷଣର ଆବଶ୍ୟକତାକୁ ଦୂର କରିଥାନ୍ତି, ଯାହାଫଳରେ ବିଲଡିଂର ସାମଗ୍ରିକ ଜୀବନକାଳରେ ଆପଣଙ୍କୁ ତାହା ପଛରେ ଅପେକ୍ଷା କମ୍ ଖର୍ଚ୍ଚ କରିବାକୁ ପଡ଼ିଥାଏ।
ଶେଷରେ, ଉତ୍ତମ ଗୁଣମାନର ଫାଉଣ୍ଡେସନ୍ ସାମଗ୍ରୀ ଚୟନ କରିବା ନିର୍ମାଣ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ। ଏହା ଢାଞ୍ଚାଗତ ସ୍ଥିରତାକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟିତ୍ୱ ନିର୍ମାଣ ସମ୍ବନ୍ଧୀୟ ଆଇନକାନୁନର ଅନୁପାଳନ ଏବଂ ଦୀର୍ଘମିଆଦରେ ଟଙ୍କା ସଞ୍ଚୟକୁ ସୁନିଶ୍ଚିତ କରିଥାଏ। ଉଚ୍ଚ-ଗୁଣମାନର ସାମଗ୍ରୀରେ ନିବେଶ କରି ଆପଣ ନିଜ ବିଲଡିଂର ସୁରକ୍ଷା, ଦୀର୍ଘାୟୁ ଓ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରିଥାନ୍ତି। ଏହା ଏକ ବିଜ୍ଞ ନିବେଶ ହୋଇଥାଏ ଯାହା ଆପଣଙ୍କ ନିର୍ମାଣ ପ୍ରକଳ୍ପର ସାମଗ୍ରିକ ସଫଳତାକୁ ନିଶ୍ଚିତ କରିଥାଏ।