ବୈଦ୍ୟୁତିକ କାର୍ଯ୍ୟ ସମୟରେ ସୁରକ୍ଷାଗତ ବିପଦଗୁଡ଼ିକୁ କିପରି ଏଡ଼ାଇବେ?
ଅଗଷ୍ଟ 25, 2020
ଆପଣଙ୍କ ଘର ନିର୍ମାଣର ଅନ୍ୟତମ ଶେଷ ପର୍ଯ୍ୟାୟ ହେଉଛି ଇଲେକ୍ଟ୍ରିକାଲ ବା ବୈଦ୍ୟୁତିକ କାର୍ଯ୍ୟ । ହେଲେ, ଏହି ପର୍ଯ୍ୟାୟରେ ଗୁରୁତର ସମସ୍ୟା ଓ ସୁରକ୍ଷାଗତ ବିପଦ ସୃଷ୍ଟି କରୁଥିବା ଦୁର୍ଘଟଣାଗୁଡ଼ିକ ପ୍ରତି ଆପଣଙ୍କୁ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିବ ।
ଏଠାରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବୈଦ୍ୟୁତିକ ନିରାପତ୍ତା ଟିପ୍ସ ଦିଆଯାଇଛି ।
- ନିଜ ଘରର ନିର୍ମାଣ ଆରମ୍ଭ କରିବା ପୂର୍ବରୁ, ସମସ୍ତ ଓୟାରିଂ ଓ ବୈଦ୍ୟୁତିକ ଆଉଟଲେଟ୍ କେଉଁଠି ରହିବ ତାହାର ପ୍ଲାନ୍ ପ୍ରସ୍ତୁତ କରିବା ସୁନିଶ୍ଚିତ କରନ୍ତୁ ।
- ଆପଣଙ୍କର ସମସ୍ତ ବୈଦ୍ୟୁତିକ କାର୍ଯ୍ୟ ପାଇଁ ଜଣେ ପ୍ରମାଣିତ ବୈଦ୍ୟୁତିକ ଠିକାଦାରଙ୍କ ସହିତ ପରାମର୍ଶ କରିବା ବୁଦ୍ଧିମତାର ପରିଚୟ ଅଟେ ।
- ଆପଣଙ୍କ ଘରର ଆର୍ଥିଂ ଉପଯୁକ୍ତ ଢଙ୍ଗରେ କରିବା ସୁନିଶ୍ଚିତ କରନ୍ତୁ । ଆପଣଙ୍କ ଇଞ୍ଜିନିୟର ଏହା ଯାଞ୍ଚ କରି ନିଶ୍ଚିତ କରିପାରିବେ ।
- ଗୁଣବତ୍ତାଯୁକ୍ତ ବୈଦ୍ୟୁତିକ ସାମଗ୍ରୀ ପାଇଁ, କିଣିବା ପୂର୍ବରୁ ଆଇଏସ୍ଆଇ ଚିହ୍ନ ଯାଞ୍ଚ କରିନିଅନ୍ତୁ ।
- ଗୋଟିଏ ବୈଦ୍ୟୁତିକ ପଏଣ୍ଟରେ ଅନେକଗୁଡ଼ିକ ସଂଯୋଗ ବା କନେକ୍ସନକୁ ଏଡ଼ାନ୍ତୁ ଏବଂ ଆପଣଙ୍କର ସମସ୍ତ ବୈଦ୍ୟୁତିକ ସରଞ୍ଜାମ ପାଇଁ ଫ୍ୟୁଜ୍ ବ୍ୟବହାର କରନ୍ତୁ ।
- ସମସ୍ତ ବୈଦ୍ୟୁତିକ ସଂଯୋଗ ଓ ପଏଣ୍ଟଗୁଡ଼ିକୁ ଜଳ ଉତ୍ସରୁ ଦୂରରେ ରଖନ୍ତୁ ।
- ଶେଷରେ, ତନ୍ନତନ୍ନ କରି ଯାଞ୍ଚ କରନ୍ତୁ ଓ କୌଣସି ଜୀବନ୍ତ ତାର ଖୋଲା ରହିନାହିଁ ଏହା ସୁନିଶ୍ଚିତ କରନ୍ତୁ ।
କୌଣସି ସମସ୍ୟାକୁ ଏଡ଼ାଇବା ପାଇଁ ନିଜ ଘରର ବୈଦ୍ୟୁତିକ କାର୍ଯ୍ୟ କରିବା ସମୟରେ ଏହି ସୁରକ୍ଷାମୂଳକ ଟିପ୍ସକୁ ଧ୍ୟାନରେ ରଖନ୍ତୁ ।