ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବୋର୍‌‌ୱେଲ୍ କ’ଣ? ବୋର୍‌‌ୱେଲ୍ ସମ୍ବନ୍ଧୀୟ ସାଧାରଣ ସମସ୍ୟାଗୁଡ଼ିକ କ’ଣ ଓ ତାହାର ସମାଧାନ କିପରି କରାଯିବ

ବୋର୍‌‌ୱେଲ୍ ସମ୍ବନ୍ଧୀୟ ସମସ୍ୟା ଏବଂ ତାହାର ସମାଧାନ ଉପରେ ଏହି ବ୍ୟାପକ ଗାଇଡ୍‌‌ରେ ଆପଣ ସମ୍ମୁଖୀନ ହେବାର ସମ୍ଭାବନା ଥିବା ବୋର୍‌‌ୱେଲ୍ ସମ୍ବନ୍ଧୀୟ ସାଧାରଣ ସମସ୍ୟାଗୁଡ଼ିକୁ ଜାଣନ୍ତୁ ଓ ସେଗୁଡ଼ିକୁ ସଜାଡ଼ିବାର କୌଶଳ ଶିଖନ୍ତୁ ।

Share:


ବୋର୍‌ୱେଲ୍ ବା ନଳକୂପ ଅନେକ ପରିବାର, ଚାଷଜମି ତଥା ଶିଳ୍ପସଂସ୍ଥା ପାଇଁ ପାଣିର ଏକ ଅତ୍ୟାବଶ୍ୟକ ଉତ୍ସ ହୋଇଥାଏ । ବୋର୍‌‌ୱେଲ୍ ଡ୍ରିଲିଂ କୌଶଳ ବ୍ୟବହାର କରି ଭୂତଳ ସମ୍ପଦକୁ ବ୍ୟବହାରକୁ ସମ୍ଭବ କରାଯାଇପାରିଥାଏ । ଏହା ଜଳ ଯୋଗାଣର ଏକ ଭରସାଯୋଗ୍ୟ ଉତ୍ସ ଅଟେ । ହେଲେ, ଅନ୍ୟାନ୍ୟ ଯେକୌଣସି ପ୍ରଣାଳୀ ଭଳି, ବୋର୍‌‌ୱେଲ୍‌‌ରେ ମଧ୍ୟ ଏପରି ଅନେକ ସମସ୍ୟା ଦେଖାଦେଇପାରେ ଯାହା ତାହାର କାର୍ଯ୍ୟଦକ୍ଷତା ଓ ଅମଳକୁ ପ୍ରଭାବିତ କରିପାରେ । ଏହି ବ୍ୟାପକ ଗାଇଡ୍‌‌ରେ, ଆମେ କେତେକ ସାଧାରଣ ବୋର୍‌‌‌ୱେଲ୍ ସମସ୍ୟା ଉପରେ ନଜର ପକାଇବା ଏବଂ ନିରବଚ୍ଛିନ୍ନ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ସେଗୁଡ଼ିକୁ କିପରି ଫଳପ୍ରଦ ଢଙ୍ଗରେ ସମାଧାନ କରାଯାଇପାରିବ ତାହା ଜାଣିବା ।



ବୋର୍‌‌ୱେଲ୍ କ’ଣ?

ଭୂତଳ ଜଳ ସମ୍ପଦକୁ କାଢ଼ିବା ପାଇଁ ଭୂମିରେ ଡ୍ରିଲିଂ କରି ଭର୍ତ୍ତି କରାଯାଇଥିବା ଏକ ସଂକୀର୍ଣ୍ଣ ଦଣ୍ଡକୁ ବୋର୍‌‌ୱେଲ୍ କୁହାଯାଏ । ଏଥିରେ ସାଧାରଣତଃ ଏକ କେସିଂ ପାଇପ୍ ରହିଥାଏ, ଯାହା କୂପକୁ ଧସିବାରୁ ପ୍ରତିରୋଧ କରେ ଏବଂ ଏକ ସବ୍‌‌ମର୍ସିବଲ୍ ପମ୍ପ ରହିଥାଏ ଯାହା ପାଣିକୁ ଭୂପୃଷ୍ଠ ଉପରକୁ ଟାଣି ଆଣିଥାଏ । ବୋର୍‌‌ୱେଲ୍‌‌ର ଗଭୀରତା ସ୍ଥାନ ଏବଂ ବାଞ୍ଛିତ ଜଳ ଅମଳ ଉପରେ ନିର୍ଭର କରିଥାଏ ।


ବୋର୍‌‌ୱେଲ୍‌‌ର ମହତ୍ତ୍ୱ

ଭୂପୃଷ୍ଠ ଜଳ ସମ୍ପଦ ଦୁର୍ଲଭ କିମ୍ବା ଭରସାଯୋଗ୍ୟ ହୋଇ ନ ଥିବା ସ୍ଥାନଗୁଡ଼ିକରେ ଜଳ ଆବଶ୍ୟକତାକୁ ମେଣ୍ଟାଇବାରେ ବୋର୍‌‌ୱେଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏଗୁଡ଼ିକ ସାଧାରଣତଃ ୧୦୦ରୁ ୨୦୦୦ ଫୁଟ ଗଭୀରତା ପର୍ଯ୍ୟନ୍ତ ଯାଇ ଭୂତଳ ଜଳଭଣ୍ଡାରରେ ପ୍ରବେଶ କରିଥାଏ । ବାଣିଜ୍ୟିକ, ଔଦ୍ୟୋଗିକ ତଥା ଆବାସିକ ସୌଧଗୁଡ଼ିକର ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ଘରୋଇ ଉପଯୋଗ, ଜଳସେଚନ ଏବଂ ବିଭିନ୍ନ ଶିଳ୍ପସଂସ୍ଥା ନିମନ୍ତେ ସେଗୁଡ଼ିକ ନିର୍ଭରଯୋଗ୍ୟ ଜଳ ଉତ୍ସର ଭୂମିକା ତୁଲାଇଥାଏ। ବିଶେଷ କରି ଅପର୍ଯ୍ୟାପ୍ତ ଓ ଅନିୟମିତ ବୃଷ୍ଟିପାତ ହେଉଥିବା ଅଞ୍ଚଳଗୁଡ଼ିକରେ ବୋର୍‌‌ୱେଲ୍ ଜଳ ସଂକଟର ଏକ ସ୍ଥାୟୀ ସମାଧାନ ଅଟେ ।


ବୋର୍‌ୱେଲ୍‌‌ ସମ୍ବନ୍ଧୀୟ ସାଧାରଣ ସମସ୍ୟା



ବୋର୍‌‌ୱେଲ୍‌‌ଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରେ, ଯାହା ତାହାର କାର୍ଯ୍ୟକ୍ଷମତା ଏବଂ ଜଳ ଅମଳକୁ ପ୍ରଭାବିତ କରିପାରେ । କେତେକ ସାଧାରଣ ସମସ୍ୟାଗୁଡ଼ିକ ଉପରେ ଆସନ୍ତୁ ନଜର ପକାଇବା:

 

୧. ଜଳ ସମ୍ପଦର ଅବସ୍ଥା:

ଭୂତଳ ଜଳର ଗୁଣବତ୍ତା ଏବଂ ପରିମାଣ ସମୟକ୍ରମେ ବଦଳିଯାଇପାରେ । ମରୁଡ଼ି, ପ୍ରଦୂଷଣ କିମ୍ବା ଜଳଭଣ୍ଡାରର ଜଳ ସ୍ତର ହ୍ରାସ ଭଳି କାରକଗୁଡ଼ିକ ବୋର୍‌ୱେଲ୍‌‌ର ଜଳ ଉପଲବ୍ଧତାକୁ ପ୍ରଭାବିତ କରିପାରେ । ଜଳ ସମ୍ପଦ ଉପରେ ନଜର ରଖିବା ଏବଂ ଉପୁଜିବାର ସମ୍ଭାବନା ଥିବା ଯେକୌଣସି ସମସ୍ୟାର ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଅତ୍ୟାବଶ୍ୟକ ଅଟେ ।

 

୨. ଅପର୍ଯ୍ୟାପ୍ତ ଜଳ ଅମଳ:

ବେଳେବେଳେ ବୋର୍‌‌ୱେଲ୍‌‌ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇପାରି ନ ଥାଏ । କମ୍ ଜଳସ୍ତର ରହିଥିବା ଜଳଭଣ୍ଡାର, ଅବରୋଧିତ ପାଇପ୍ କିମ୍ବା ଭୂତଳ ଜଳ ଉତ୍ସର ଅପର୍ଯ୍ୟାପ୍ତ ପୁନଃଭରଣ କାରଣରୁ ଏହା ଘଟିପାରେ । ବୋର୍‌ୱେଲ୍‌‌ର ଅମଳକୁ ନିର୍ଦ୍ଧାରଣ କରିବା ଏବଂ କମ୍ ଜଳ ଉତ୍ପାଦନର ସମ୍ଭାବ୍ୟ କାରଣଗୁଡ଼ିକୁ ଚିହ୍ନଟ କରିବା ପାଇଁ ଅମଳ ପରୀକ୍ଷା ବା ୟିଲ୍ଡ ଟେଷ୍ଟ ସଞ୍ଚାଳନ କରାଯାଇପାରେ ।

 

୩. ବୋର୍‌‌ୱେଲ୍‌‌ର ବାସ୍ତବିକ ଅବସ୍ଥା:

ସମୟକ୍ରମେ, ବୋର୍‌‌ୱେଲ୍‌‌ର କେସିଂ ବା ବାହ୍ୟ ଆବରଣ କ୍ଷୟପ୍ରାପ୍ତ ହୋଇପାରେ, ଯାହାଫଳରେ ତାହାର ଢାଞ୍ଚାଗତ କ୍ଷତି ଘଟିଥାଏ । ତାହା ଫାଟିଗଲେ, କଣା ହୋଇଗଲେ କିମ୍ବା କ୍ଷୟପ୍ରାପ୍ତ ହୋଇଗଲେ ନଳକୂପ ମଧ୍ୟରେ ପ୍ରଦୂଷଣକାରୀ ଉପାଦାନ ମିଶିଯାଇପାରେ, ଯାହା ପାଣିର ଗୁଣବତ୍ତାକୁ ପ୍ରଭାବିତ କରିଥାଏ । ବୋର୍‌‌ୱେଲ୍ କେସିଂର ନିୟମିତ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରାଗଲେ କ୍ଷୟକ୍ଷତିକୁ ଆରମ୍ଭରୁ ହିଁ ଚିହ୍ନଟ କରାଯାଇପାରିବ ଏବଂ ଅଧିକ କ୍ଷତିକୁ ରୋକାଯାଇପାରିବ ।

 

୪. ବୋର୍‌‌ୱେଲ୍‌‌ର ପମ୍ପିଂ ଉପକରଣର ଅବସ୍ଥା:

ବୋର୍‌‌ୱେଲ୍‌‌ରେ ବ୍ୟବହୃତ ହେଉଥିବା ସବ୍‌‌ମର୍ସିବଲ୍ ପମ୍ପରେ ମୋଟର୍ ଅଚଳ ହେବା, ବ୍ଲକେଜ୍ କିମ୍ବା ଇମ୍ପେଲର୍‌‌ରେ କ୍ଷତି ଭଳି ସମସ୍ୟା ଦେଖାଦେଇପାରେ । ଏହିସବୁ ସମସ୍ୟା କାରଣରୁ ଜଳର ପ୍ରବାହ ହ୍ରାସ ହୋଇପାରେ କିମ୍ବା ପମ୍ପ୍ ସମ୍ପୂର୍ଣ୍ଣ ଅଚଳ ହୋଇଯାଇପାରେ । ପମ୍ପିଂ ଉପକରଣର ନିୟମିତ ରକ୍ଷଣାବେକ୍ଷଣ, ସଫା କରିବା କିମ୍ବା ଖରାପ ବା ଘଷରା ହୋଇଯାଇଥିବା ଯନ୍ତ୍ରାଂଶକୁ ବଦଳାଇ ଆପଣ ତାହାର ଆଶାନୁରୂପ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରିପାରିବେ ।


ବୋର୍‌‌‌ୱେଲ୍ ସମସ୍ୟାଗୁଡ଼ିକର ସମ୍ଭାବ୍ୟ ସମାଧାନ



ବୋର୍‌‌ୱେଲ୍‌‌ରେ ଦେଖାଦେଉଥିବା ସାଧାରଣ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ, ଅନେକ ସମାଧାନକୁ କାର୍ଯ୍ୟକାରୀ କରାଯାଇପାରେ:

 

୧. ପମ୍ପକୁ ବଦଳାଇବା କିମ୍ବା ମରାମତି କରିବା:

ସବ୍‌‌ମର୍ସିବଲ୍ ପମ୍ପ ଅଚଳ କିମ୍ବା କ୍ଷତିଗ୍ରସ୍ତ ହୋଇଯାଇଥିଲା ତାହାକୁ ବଦଳାଇବା କିମ୍ବା ମରାମତି କରିବା ଜରୁରୀ ହୋଇପଡ଼େ । ଜଳେ ପେସାଦାର ଟେକ୍ନିସିଆନ୍ ସମସ୍ୟାର କାରଣକୁ ଚିହ୍ନଟ କରିପାରିବେ ଓ ଉପଯୁକ୍ତ ସମାଧାନର ପ୍ରସ୍ତାବ ଦେଇପାରିବେ । ପମ୍ପର ନିୟମିତ ରକ୍ଷଣାବେକ୍ଷଣ କରିବା, ବୋର୍‌‌ୱେଲ୍ ଫିଲ୍ଟରକୁ ସଫା କରିବା ଏବଂ ବ୍ଲକେଜ୍‌‌କୁ ଯାଞ୍ଚ କରିବା ଦ୍ୱାରା ଆପଣ ପମ୍ପକୁ ଅଚଳ ହେବାରୁ ରୋକିପାରିବେ ।

 

୨. ବୋର୍‌‌ହୋଲ୍‌‌ର ପୁନଃବିକାଶ ଏବଂ ସଫେଇ:

ବୋର୍‌‌ହୋଲ୍‌‌ରେ ସମୟକ୍ରମେ କାଣ୍ଟି, ଖଣିଜ କିମ୍ବା ଜୈବିକ ଉପାଦାନ ଜମାଟ ବାନ୍ଧିପାରେ, ଯାହା ଜଳ ଅମଳକୁ ହ୍ରାସ କରିଥାଏ । ବୋର୍‌‌ହୋଲ୍‌‌କୁ ପୁନଃବିକଶିତ କରିବାର ଅର୍ଥ ହେଉଛି ସେହି ଜମାଟଗୁଡ଼ିକୁ ସଫା କରି ବାହାର କରିବା ଏବଂ ଜଳ ପ୍ରବାହକୁ ଫେରାଇଆଣିବା । ଜଣେ ପେସାଦାର ବୋର୍‌‌ୱେଲ୍ ସେବା ପ୍ରଦାନକାରୀ ଜେଟିଂ, ସର୍ଜିଂ କିମ୍ବା ଏୟାରଲିଫ୍ଟିଂ ଭଳି କୌଶଳ ବ୍ୟବହାର କରି ବୋର୍‌‌ହୋଲ୍‌‌କୁ ପ୍ରଭାବୀ ଢଙ୍ଗରେ ସଫା କରିପାରିବେ ।

 

୩. ପମ୍ପିଂ ହାରକୁ କମାଇବା: 

ଯଦି ବୋର୍‌‌ୱେଲ୍ ପର୍ଯ୍ୟାପ୍ତ ପରିମାଣରେ ଜଳ ଅମଳ କରୁନାହିଁ, ତେବେ ପମ୍ପିଂର ହାରକୁ କମ୍ କରାଗଲେ ଜଳ ଯୋଗାଣରେ ଉନ୍ନତି ଆସିପାରେ । ଏହି ରଣନୀତି ଭୂତଳ ଜଳଭଣ୍ଡାରକୁ ପର୍ଯ୍ୟାପ୍ତ ପରିମାଣରେ ପୁନଃଭରଣ କରିବାକୁ ସମୟ ଦେଇଥାଏ ଏବଂ ଏକ ଅଧିକ ସ୍ଥାୟୀ ସମାଧାନ ଯୋଗାଇଥାଏ । ଆପଣଙ୍କ ବୋର୍‌‌ୱେଲ୍ ପାଇଁ ଆଦର୍ଶ ପମ୍ପିଂ ହାର ନିର୍ଦ୍ଧାରଣ କରିବା ପାଇଁ ଜଣେ ହାଇଡ୍ରୋଲୋଜିଷ୍ଟ କିମ୍ବା ବୋର୍‌‌ୱେଲ୍ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

 

ଉପରୋକ୍ତ ସମାଧାନଗୁଡ଼ିକୁ ଅନୁସରଣ କରି, ଛୋଟ ବୋର୍‌‌ୱେଲ୍ ଯନ୍ତ୍ର ଲଗାଇ, ବୋର୍‌‌ୱେଲ ୱାଟର ପମ୍ପର ନିୟମିତ ରକ୍ଷଣାବେକ୍ଷଣ କରି ଏବଂ ବ୍ଲକେଜ୍‌‌କୁ ଅବରୁଦ୍ଧ କରିବା ଓ ଜଳର ଗୁଣବତ୍ତାକୁ ଉନ୍ନତ କରିବା ଲାଗି ବୋର୍‌‌ୱେଲ୍ ଫିଲ୍ଟର ଲଗାଇ ଆପଣ ନିଜର ବୋର୍‌‌ୱେଲ୍ ପ୍ରଣାଳୀର ଆଦର୍ଶ କାର୍ଯ୍ୟକୁଶଳତାକୁ ସୁନିଶ୍ଚିତ କରିପାରିବେ ।



ବୋର୍‌‌ୱେଲ୍‌‌ଗୁଡ଼ିକ ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ଜଳ ଯୋଗାଣକୁ ସୁନିଶ୍ଚିତ କରିଥାଏ । ହେଲେ, ସେଥିରେ ଅନେକଗୁଡ଼ିକ ସାଧାରଣ ସମସ୍ୟା ଦେଖାଦେଇଥାଏ । ବୋର୍‌‌ୱେଲ୍ ସମ୍ବନ୍ଧିତ ସମସ୍ୟା ଏବଂ ତାହାର ସମାଧାନଗୁଡ଼ିକୁ ଜାଣିବା ପରେ, ଆପଣ ଏବେ ନିଜ ବୋର୍‌‌ୱେଲ୍‌‌ର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପ୍ରବନ୍ଧନ କରିପାରିବେ । ଜଟିଳ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପେସାଦାରଙ୍କ ପରାମର୍ଶ ନେବା ଜରୁରୀ ଅଟେ ଏବଂ ନିଜର ବୋର୍‌‌ୱେଲ୍ ପ୍ରଣାଳୀର ଉପଯୁକ୍ତ କାର୍ଯ୍ୟକୁଶଳତା ଓ ଦୀର୍ଘସ୍ଥାୟିତାକୁ ସୁନିଶ୍ଚିତ କରିବା ପାଇଁ ତତ୍ପର ଓ ସତର୍କ ରହିବା ପାଇଁ ଆବଶ୍ୟକ ଅଟେ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....