ଅଲ୍ଟ୍ରାଟେକ୍ ଉଚ୍ଚ କାର୍ଯ୍ୟଦକ୍ଷତା ଏବଂ ଉଚ୍ଚ ଶକ୍ତି କଂକ୍ରିଟ୍ (ଅଲ୍ଟ୍ରାଟେକ୍ କଂକ୍ରିଟ)

ଅଲଟ୍ରାଟେକ୍ କଂକ୍ରିଟ୍ ଭାରତର ସବୁଠାରୁ ବଡ଼ ଏବଂ ବିଶ୍ୱର 10ମ ସବୁଠାରୁ ବଡ଼ କଂକ୍ରିଟ୍ ବିନିର୍ମାତା କମ୍ପାନୀ ଅଟେ, ଯାହା ସାରା ଦେଶରେ ଅନେକ ବଡ଼ ଭିତ୍ତିଭୂମିଗତ ପ୍ରକଳ୍ପକୁ ସାମର୍ଥ୍ୟ ପ୍ରଦାନ କରିଛି ।  ଅଲଟ୍ରାଟେକ୍ କଂକ୍ରିଟ୍, ସବୁ ପ୍ରକାର ଚାହିଦାକୁ ସୁହାଇଲା ଭଳି ଉଚ୍ଚ-ଗୁଣବତ୍ତାସମ୍ପନ୍ନ ତଥା ଖର୍ଚ୍ଚସାଶ୍ରୟୀ ଉତ୍ପାଦଗୁଡ଼ିକର ଉତ୍ପାଦନ କରିବା ପାଇଁ ପ୍ରତିବଦ୍ଧ ଅଟେ ।  ଆମେ କେବଳ ଆମ ଉତ୍ପାଦଗୁଡ଼ିକର ଗୁଣବତ୍ତା ଉପରେ ନୁହେଁ ବରଂ ସେଗୁଡ଼ିକର ସୌନ୍ଦର୍ଯ୍ୟାତ୍ମକ ଆକର୍ଷଣ ଉପରେ ମଧ୍ୟ ଧ୍ୟାନ ଦେଇଥାଉ ।  ଅଲଟ୍ରାଟେକ୍ କଂକ୍ରିଟ୍ ରେ, ଡିଜାଇନ୍ ଓ ସୁଦୃଢ଼ତା ଉପରେ ସମାନ ରୂପେ ଫୋକସ୍ କରାଯାଇଥାଏ । ଆମେ କଂକ୍ରିଟ୍ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକୁ ସମୟର କଷଟିରେ ଉତ୍ତୀର୍ଣ୍ଣ ହୋଇଥିବା ସମାଧାନଗୁଡ଼ିକର ସଠିକ୍ ମିଶ୍ରଣ ପ୍ରସ୍ତୁତ କରିଥାଉ ।

ଅଲଟ୍ରାଟେକ୍ କଂକ୍ରିଟ୍ ଭାରତରେ ସବୁଠାରୁ ବଡ଼ ଆରଏମସି ବିନିର୍ମାତା ଅଟେ, ଯାହା ଦୁଇ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ସାରା ଦେଶରେ ନିଜର ଉପସ୍ଥିତି ଜାହିର୍ କରିପାରିଛି । ଅଲଟ୍ରାଟେକ୍ କଂକ୍ରିଟ୍ ଆଇଟି ସମାଧାନ ମାଧ୍ୟମରେ ନିରନ୍ତର ଗୁଣବତ୍ତା ଏବଂ ସେବା ପ୍ରଦାନ କରିଆସିଛି । ଆମର ନିପୁଣ ଡିସପ୍ୟାଚ୍ ଏବଂ ଟ୍ରାକିଂ ପ୍ରଣାଳୀ (ED&TS) ଗ୍ରାହକଙ୍କୁ ସହଜରେ ଅର୍ଡର ବୁକିଂ, ଭିଜିବିଲିଟି ଓ ଡେଲିଭରୀଗୁଡ଼ିକର ଟ୍ରାକିଂ କରିବାର ସୁବିଧା ପ୍ରଦାନ କରିଥାଏ । କମ୍ପାନୀରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ଟିମ୍ ଗ୍ରାହକଙ୍କ ଆବଶ୍ୟକତା ବିଷୟରେ ଗହନ ଅଧ୍ୟୟନ କରିଥାଏ, ଯାହାଦ୍ୱାରା ସେମାନଙ୍କର ଆବଶ୍ୟକତା ଅନୁରୂପେ ଉଚିତ କଂକ୍ରିଟ୍ ସାମଗ୍ରୀର ନିର୍ମାଣ କରାଯାଇପାରିବ । କମ୍ପାନୀ ଏହାର ବହୁସଂଖ୍ୟକ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରିବା ଲାଗି ଅଭିନବତାକୁ ପ୍ରୋତ୍ସାହିତ କରିଥାଏ । କେତେକ ମାମଲାରେ, ଗ୍ରାହକ କଂକ୍ରିଟ୍ ମିଶ୍ରଣରେ ବିଶେଷଜ୍ଞତା ଆବଶ୍ୟକ କରିଥାନ୍ତି, କେହି କେହି ଉପକରଣ ଚାହିଁଥାନ୍ତି, ଆଉ କେହି କଂକ୍ରିଟ୍ ଉତ୍ପାଦନ ପାଇଁ ସମର୍ପିତ ୟୁନିଟ୍ ଆବଶ୍ୟକ କରିଥାନ୍ତି । ଏପରି ଗ୍ରାହକମାନଙ୍କୁ, ଅଲଟ୍ରାଟେକ୍ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ସମାଧାନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ।

ଅଲଟ୍ରାଟେକ୍ ରେଡି ମିକ୍ସଡ୍ କଂକ୍ରିଟ୍ କାହିଁକି ବ୍ୟବହାର କରିବେ?

ଅଲଟ୍ରାଟେକ୍ କଂକ୍ରିଟ୍ କୁ ବିଶେଷ ରୂପେ ସଠିକ୍ ପ୍ରକାରର ଗୁଣଧର୍ମ, ବ୍ୟବହାର, ସଂରଚନା ଏବଂ କାର୍ଯ୍ୟ-ପ୍ରଦର୍ଶନ ପ୍ରାପ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହା ପାରମ୍ପରିକ କଂକ୍ରିଟ୍ ତୁଳନାରେ ଅଧିକ ଉତ୍ତମ ଅଟେ ଏବଂ ଏହାକୁ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୋଗ କରାଯାଇପାରିବ ।  କଞ୍ଚାମାଲର ପ୍ରବନ୍ଧନ, ଦକ୍ଷ କଞ୍ଚା ମିଶ୍ରଣ ଡିଜାଇନ୍, କ୍ୟୁବ୍ ଟେଷ୍ଟ ଫଳାଫଳ ପାଇଁ ନିପୁଣ ଗୁଣବତ୍ତା ପ୍ରଣାଳୀ - ଏସବୁ ତଥ୍ୟର ବିଶ୍ଳେଷଣ କରିବା ଏବଂ ଗ୍ରାହକଙ୍କ ଆବଶ୍ୟକତାକୁ ଅଧ୍ୟୟନ କରିବାରେ ସହାୟକ ହୋଇଥାଏ । ଡିସପ୍ୟାଚ୍ ଓ ଟ୍ରାକିଂରେ ନିପୁଣତା ଉତ୍ତମ ଅର୍ଡର ବୁକିଂ ଏବଂ ଡେଲିଭରୀର ଭିଜିବିଲିଟିକୁ ସୁନିଶ୍ଚିତ କରିଥାଏ ।  ଅଲଟ୍ରାଟେକ୍ କଂକ୍ରିଟ୍ ଉତ୍ପାଦଗୁଡ଼ିକର ବିନିର୍ମାଣ ସାରା ଭାରତରେ 36ଗୋଟି ସ୍ଥାନରେ ଅବସ୍ଥିତ 100+ ରୁ ଅଧିକ ଅତ୍ୟାଧୁନିକ କାରଖାନା ବା ପ୍ଲାଣ୍ଟରେ କରାଯାଉଛି ।

ଅଲ୍ଟ୍ରାଟେକ୍ବ  ହୁତ ଆଶ୍ଚର୍ଯ୍ୟଜନକ କଂକ୍ରିଟ୍ |

ଅଲଟ୍ରାଟେକ୍ ସ୍ପେଶାଲିଟି କଂକ୍ରିଟ୍ କାହିଁକି ବ୍ୟବହାର କରିବେ?

ଆଧୁନିକ ନିର୍ମାଣ କାର୍ଯ୍ୟରେ କଂକ୍ରିଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଅଟେ । କଂକ୍ରିଟ୍ ଟେକ୍ନୋଲୋଜିର ନବୀନତମ ବିକାଶ କାରଣରୁ କଂକ୍ରିଟ୍ କୁ ଉତ୍ତମ ପ୍ରଦର୍ଶନ ଓ ସୌନ୍ଦର୍ଯ୍ୟାତ୍ମକ ଅଭିବ୍ୟକ୍ତି ଆବଶ୍ୟକ କରୁଥିବା କଠିନ ଓ ଭାସ୍କର୍ଯ୍ୟକଳା ଦୃଷ୍ଟିରୁ ଜଟିଳ ଢ଼ାଞ୍ଚାଗୁଡ଼ିକର ନିର୍ମାଣ ପାଇଁ ବ୍ୟବହାର କରିବା ସମ୍ଭବ ହୋଇଯାଇଛି । ଭାରତରେ ବ୍ୟବସାୟିକ ଆରଏମସିର ପ୍ରୟୋଗ ପାଖାପାଖି ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା, କିନ୍ତୁ ନିକଟ ଅତୀତର ବର୍ଷଗୁଡ଼ିକରେ ଏହା ଆର୍କିଟେକ୍ଟ, ଇଞ୍ଜିନିୟର୍ ତଥା ଉପଭୋକ୍ତାଙ୍କ ପ୍ରଥମ ପସନ୍ଦରେ ପରିଣତ ହୋଇଛି ।  ଅଲଟ୍ରାଟେକ୍ କଂକ୍ରିଟ୍ ଏପରି ଉଚ୍ଚ-ଗୁଣବତ୍ତାସମ୍ପନ୍ନ କଷ୍ଟମାଇଜ୍ଡ ଆରଏମସି ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଅଟେ, ଯେଉଁଥିରେ ସହଜ ମୋଲ୍ଡେବିଲିଟି, ଉଚ୍ଚ କମ୍ପ୍ରେସିଭ୍ ସାମର୍ଥ୍ୟ ଏବଂ ଦୀର୍ଘ ସମୟ ଧରି ସୁଦୃଢ଼ତା ଭଳି ବହୁମୁଖୀ ଗୁଣ-ଧର୍ମ ରହିଥିବ, ଯାହା ନିର୍ମାଣ କାର୍ଯ୍ୟକୁ ଦ୍ରୁତ ସମାପ୍ତ କରିବା ସୁନିଶ୍ଚିତ କରିଥାଏ । ତଳେ ଆପଣ ଅଲଟ୍ରାଟେକ୍ କଂକ୍ରିଟ୍ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପ୍ରକାରର ଉତ୍ପାଦଗୁଡ଼ିକ ସମ୍ବନ୍ଧରେ ସବୁ ସୂଚନା ପଢ଼ିପାରିବେ ।

ସ୍ପେଶାଲିଟି କଂକ୍ରିଟ୍ ଏକ କିମ୍ବା ଏକାଧିକ ଗୁଣ-ଧର୍ମ, ବ୍ୟବହାର, ସଂରଚନା କିମ୍ବା ପ୍ରଦର୍ଶନ ପ୍ରାପ୍ତ କରିବା ପାଇଁ ଡିଜାଇନ୍ କରାଯାଇଥାଏ - ଏବଂ ସାଧାରଣତଃ ଏହା ପାରମ୍ପରିକ କଂକ୍ରିଟ୍ ତୁଳନାରେ ଉତ୍ତମ ହୋଇଥାଏ । ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇପାରିବ ଏବଂ ଏହାକୁ ଯେକୌଣସି ପ୍ରକଳ୍ପରେ ବିଶେଷ ପ୍ରୟୋଜନ ଲାଗି ଉପଯୋଗ କରାଯିବା ପାଇଁ ମଧ୍ୟ ଡିଜାଇନ୍ କରାଯାଇଥାଏ ।  ବାଞ୍ଛିତ ପରିଣାମ ପ୍ରାପ୍ତ କରିବା ପାଇଁ ସ୍ପେଶାଲିଟି କଂକ୍ରିଟ୍ କୁ ସମ୍ବଳ ଏବଂ ଗୁଣବତ୍ତା ଆଶ୍ୱାସନା ସନ୍ଦର୍ଭରେ ବିଶେଷ ସାମର୍ଥ୍ୟ ଆବଶ୍ୟକ ହୋଇଥାଏ ।

ଅଲଟ୍ରାଟେକ୍ କଂକ୍ରିଟ୍ ଖଣି ସ୍ଥାନରେ ପରିବେଶଗତ ଅବକ୍ଷୟ, ଉଡ଼ୁଥିବା ଧୂଳି ଏବଂ ଧୂଳିର ସ୍ତୁପ ତଥା ଗ୍ରୀନ୍ ହାଉସ୍ ଗ୍ୟାସ୍ କାରଣରୁ ଘଟୁଥିବା ବାୟୁ ପ୍ରଦୂଷଣ ଭଳି ପରିବେଶଗତ ସମସ୍ୟାର ମୁକାବିଲା କରିବା ଲାଗି ବିଭିନ୍ନ ସମାଧାନକୁ ଆପଣାଇବାରେ ଲାଗିଛି:

  • ଧୂଳି ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ କଞ୍ଚାମାଲ ନିମନ୍ତେ ଶେଡ୍ ନିର୍ମାଣ କରାଯାଇଛି ଏବଂ ଭଣ୍ଡାରଣ ଡବାରେ ନେଟ୍ କଭର୍ ଲଗାଯାଇଛି ।
  • ହ୍ୱିଲ୍ ଲୋଡର୍ ଦ୍ୱାରା କଞ୍ଚାମାଲର ନିରନ୍ତର କାରବାର କାରଣରୁ ସଞ୍ଚାଳନ ସମୟରେ ଧୂଳି ନିର୍ଗତ ହୋଇଥାଏ ।
  • କାରଖାନାର ବାଉଣ୍ଡରୀକୁ ଚାରିପଟୁ ଶିଟ୍ ଦ୍ୱାରା ଆବୃତ କରିବା । 
  • 3 ପର୍ଯ୍ୟାୟ ବିଶିଷ୍ଟ ଭୂମି ଧୂଳି-ସଂଗ୍ରହଣ ପ୍ରଣାଳୀ, ଯେଉଁଥିରେ ସାଇକ୍ଲୋନ୍ ୟୁନିଟ୍, ଫିଲଟର୍ ୟୁନିଟ୍ ଏବଂ ସକ୍ସନ୍ ସହିତ ଷ୍ଟାକ୍ ୟୁନିଟ୍ ମଧ୍ୟ ଅନ୍ତର୍ଭୁକ୍ତ ।
  • ସହନୀୟ ନିର୍ମାଣ ପାଇଁ ଭାଲ୍ୟୁ ଆଡେଡ୍ କଂକ୍ରିଟ୍ କୁ ପ୍ରୋତ୍ସାହନ ।
  • ଏଲ୍ଇଇଡି ସାର୍ଟିଫିକେଶନ୍ ର ଆବଶ୍ୟକତାକୁ ପୂରା କରୁଥିବା ଭାରତର ପ୍ରଥମ ଆରଏମସି ଏବଂ ନିଜ ଶ୍ରେଣୀରେ ସର୍ବଶ୍ରେଷ୍ଠ ପର୍ଯ୍ୟାବରଣଗତ ପ୍ରଦର୍ଶନ ।
  • ଫ୍ଲାଏ ଆଶ୍ / ସ୍ଲାଗ୍ ଏବଂ ମାଇକ୍ରୋ ସିଲିକା ଭଳି ଅପଚୟ ସାମଗ୍ରୀକୁ କଞ୍ଚାମାଲ ରୂପେ ପ୍ରଭାବୀ ଢଙ୍ଗରେ ଉପଯୋଗ କରାଯିବା ।
  • ଅସ୍ୱୀକୃତ କଞ୍ଚାମାଲ କିମ୍ବା ଅବ୍ୟବହୃତ କଂକ୍ରିଟ୍ ର 50%ରୁ ଅଧିକ ଭାଗକୁ ନୂଆ କଂକ୍ରିଟ୍ ତିଆରି କରିବା ଲାଗି ପୁନଃଚକ୍ରଣ କରାଯାଇଥାଏ ଏବଂ ପ୍ରକ୍ରିୟାରେ ପୁନର୍ବାର ଉପଯୋଗ କରାଯାଇଥାଏ, ଯାହା ସହନୀୟତା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ସେଲ୍ଫ-ଏନର୍ଜାଇଜ୍ଡ ଇଲେକ୍ଟ୍ରୋ କେମିକାଲ୍ ଅଟୋ ଲୁବ୍ରିକେଶନ୍ ସିଷ୍ଟମ୍

ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବୈଧ ନାମ ପ୍ରବେଶ କରନ୍ତୁ
ଏକ ବୈଧ ନମ୍ବର ପ୍ରବେଶ କରନ୍ତୁ
ଏକ ବୈଧ ପିନ୍ କୋଡ୍ ପ୍ରବେଶ କରନ୍ତୁ
ଏକ ବୈଧ ବର୍ଗ ଚୟନ କରନ୍ତୁ
ଏକ ବୈଧ ଉପ-ବର୍ଗ ପ୍ରବେଶ କରନ୍ତୁ

ଏହି ଫର୍ମକୁ ଦାଖଲ କରି ଆପଣ ଅଲଟ୍ରାଟେକ୍ ସିମେଣ୍ଟକୁ ଆପଣଙ୍କ ସହିତ ଯୋଗାଯୋଗ କରିବା ଲାଗି ଅଧିକୃତ କରୁଛନ୍ତି ।

ଆଗକୁ ବଢ଼ିବା ପାଇଁ ଦୟାକରି ଏହି ବକ୍ସରେ ଠିକ୍ ଚିହ୍ନ ଦିଅନ୍ତୁ