ଦ୍ରୁତ ସହରୀକରଣର ପରିଣାମସ୍ୱରୂପ, ପାଖାପାଖି 35% ଭାରତୀୟ ଏବେ ସହରାଞ୍ଚଳରେ ବାସ କରୁଛନ୍ତି ଏବଂ ଯାତାୟତ ପାଇଁ ସହରୀ ସଡ଼କ ଉପରେ ପୂର୍ବାପେକ୍ଷା ଅଧିକ ନିର୍ଭର କରୁଛନ୍ତି । ଭାରତ ପୃଥିବୀର 4ର୍ଥ ସବୁଠାରୁ ବଡ଼ ଅଟୋ ବଜାର ଅଟେ - ଏହି କଥାକୁ ଧ୍ୟାନରେ ରଖିଲେ ଏହା ନିଃସନ୍ଦେହରେ କୁହାଯାଇପାରିବ ଯେ, ଆସନ୍ତା ବର୍ଷଗୁଡ଼ିକରେ ଆମ ସଡ଼କରେ ଯାନବାହନର ଭିଡ଼ ବହୁତ ବଢ଼ିଯିବ । ଏହାଦ୍ଵାରା ଆମ ସଡ଼କଗୁଡ଼ିକ ଉପରେ ବୋଝ ବହୁ ମାତ୍ରାରେ ବଢ଼ି ଯାଇଛି ଯେଉଁ କାରଣରୁ ସଡ଼କରେ ଫାଟ ଓ ବିପଜ୍ଜନକ ଖାଲଖମା ଉତ୍ପନ୍ନ ହେବାର ସମ୍ଭାବନା ବଢିଯାଏ। ପ୍ରକୃତ ପକ୍ଷେ, ବିଗତ ଚାରି ବର୍ଷରେ, ଖାଲଖମା ସମ୍ବନ୍ଧିତ ଦୁର୍ଘଟଣା କାରଣରୁ 11,000 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ସମସ୍ୟା ବଜାୟ ରହିବ ସେ ପର୍ଯ୍ୟନ୍ତ ସଡ଼କ ଓ ଯାତ୍ରୀ ଉଭୟଙ୍କୁ ଉପଶମ ପ୍ରଦାନ କରୁଥିବା ଦୀର୍ଘକାଳୀନ ସମାଧାନ ମିଳିବ ନାହିଁ।
ଅଲଟ୍ରାଟେକ୍ ହ୍ଵାଇଟ୍ ଟପିଂ କୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ କୁ ସମ୍ବୋଧିତ କରିବା ଏବଂ ସହରର ସଡ଼କ ଗୁଡ଼ିକୁ ସୁରକ୍ଷିତ ଓ ଖାଲଖମା ମୁକ୍ତ କରିବା ଲାଗି ବିକଶିତ କରାଯାଇଥିଲା। ସଂକ୍ଷେପରେ, ହ୍ଵାଇଟ୍ ଟପିଂ ଏକ ପୋର୍ଟଲାଣ୍ଡ ସିମେଣ୍ଟ କଂକ୍ରିଟ (PCC) ଓଭରଲେ' ଅଟେ ଯାହାକୁ ବିଦ୍ୟମାନ ବିଟୁମିନସ୍ ରୋଡ୍ ଉପରେ ତିଆରି କରାଯାଇଥାଏ । ଏହି ଓଭରଲେ ସଡ଼କର ପୁନର୍ବାସ ବା ସଂରଚନାତ୍ମକ ସୁଦୃଢୀକରଣ ପାଇଁ ଏକ ଦୀର୍ଘକାଳୀନ ବିକଳ୍ପ ରୂପେ କାର୍ଯ୍ୟ କରିଥାଏ।
ଲାଭ
ନିର୍ମାଣ ପର୍ଯ୍ୟାୟ
ଅଧିକ ସୂଚନା ପାଇଁ, ଦୟାକରି ଆମର ଟୋଲ୍-ଫ୍ରି ନମ୍ବର 1800 210 3311 ରେ କଲ୍ କରନ୍ତୁ କିମ୍ବା ନିଜର ନିକଟତମ ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ (ୟୁବିଏସ୍) କେନ୍ଦ୍ର ପରିଦର୍ଶନ କରନ୍ତୁ ।
ତୁମର ପ୍ରଶ୍ନର ଉତ୍ତର ପାଅ |