ଆମର କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ନିରପେକ୍ଷତା ଏବଂ ସାଧୁତା ଉପରେ ପର୍ଯ୍ୟବସିତ । ଆମେ ପେସାଦାର ମନୋଭାବର ସର୍ବୋଚ୍ଚ ମାନକକୁ ଅନୁସରଣ କରିଥାଉ ଏବଂ ଏଥିପାଇଁ ଆମେ ସ୍ୱୀକୃତି ମଧ୍ୟ ପ୍ରାପ୍ତ କରିଆସିଛୁ । ଆମ ପାଇଁ ସତ୍ୟନିଷ୍ଠା କେବଳ ବିତ୍ତୀୟ ଏବଂ ବୌଦ୍ଧିକ ସତ୍ୟନିଷ୍ଠା ମଧ୍ୟରେ ସୀମିତ ନୁହେଁ, ବରଂ ତାହା ମଧ୍ୟରେ ସାଧାରଣ ଭାବେ ବୁଝାଯାଉଥିବା ସମସ୍ତ ସ୍ୱରୂପ ସମାହିତ ଅଟେ ।
ସତ୍ୟନିଷ୍ଠାର ମୂଳଦୂଆରେ, ସମସ୍ତ ହିତଧାରକଙ୍କୁ ମହତ୍ତ୍ୱ ଦେବା ପାଇଁ ଯାହା ବି ଆବଶ୍ୟକ, ଆମେ ତାହା କରିଥାଉ । ଏହି ପ୍ରକ୍ରିୟାରେ ଆମର ନିଜସ୍ୱ କାର୍ଯ୍ୟ ଓ ନିଷ୍ପତ୍ତି ପାଇଁ ଉତ୍ତରଦାୟୀ ହେବା, ଏହା ସହିତ, ଯେଉଁମାନେ ଆମ ଟିମ୍ ର ଅଂଶବିଶେଷ ଏବଂ ସଂଗଠନର ଅଂଶବିଶେଷ ରୂପେ ସେମାନଙ୍କ ପାଇଁ ମଧ୍ୟ ଉତ୍ତରଦାୟୀ ରହିବା, ଯେଉଁମାନେ ଆମର ଦାୟିତ୍ୱ ଅଟନ୍ତି ।
ଏକ ଊର୍ଜାବାନ୍, ସହଜ ଉତ୍ସାହ, ଯାହା ସଂଗଠନ ସହିତ ଭାବନାତ୍ମକ ସଂଶ୍ଳିଷ୍ଟତା ଦ୍ୱାରା ଉତ୍ପନ୍ନ ହୋଇଥାଏ, ଯାହା କାମକୁ ଆନନ୍ଦଦାୟକ କରିଥାଏ ଏବଂ ପ୍ରତ୍ୟେକଙ୍କୁ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେବା ପାଇଁ ପ୍ରେରିତ କରିଥାଏ । ଊର୍ଜା ଓ ଉତ୍ସାହର ସର୍ବୋଚ୍ଚ ସ୍ତର ସହିତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡ଼ିକର ଏକ ସ୍ୱେଚ୍ଛାକୃତ, ସହଜ ଓ ନିରବଚ୍ଛିନ୍ନ ସନ୍ଧାନ ।
ବିଭିନ୍ନ କାର୍ଯ୍ୟାତ୍ମକ ସମୂହ, ପଦାନୁକ୍ରମ, ବ୍ୟବସାୟ ଏବଂ ଭୌଗୋଳିକ କ୍ଷେତ୍ରରେ ମିଳିମିଶି ବିଚାର ବିମର୍ଶ କରିବା ଓ କାମ କରିବା । ଭାଗ ଓ ସହବନ୍ଧନ ପ୍ରୟାସ ମାଧ୍ୟମରେ ସଂଗଠନାତ୍ମକ ଏକତାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କ୍ଷମତା ଏବଂ ଦୃଷ୍ଟିକୋଣର ଲାଭକୁ ପ୍ରାପ୍ତ କରିାବ ।
ତୁମର ପ୍ରଶ୍ନର ଉତ୍ତର ପାଅ |
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ