ଅଲଟ୍ରାଟେକ୍ ସିମେଣ୍ଟ ଲିମିଟେଡ୍ ହେଉଛି ଆଦିତ୍ୟ ବିର୍ଲା ସମୂହର ଅଗ୍ରଗଣ୍ୟ ସିମେଣ୍ଟ କମ୍ପାନୀ । ୟୁଏସଡି 7.6 ବିଲିୟନର ନିର୍ମାଣ ସମାଧାନ ଶକ୍ତିକେନ୍ଦ୍ର ଭାବେ ଅଲଟ୍ରାଟେକ୍ ଭାରତର ସର୍ବବୃହତ୍ ଗ୍ରେ ସିମେଣ୍ଟ, ରେଡି ମିକ୍ସ କଂକ୍ରିଟ୍ (RMC) ଏବଂ ହ୍ୱାଇଟ୍ ସିମେଣ୍ଟର ନିର୍ମାତା ଅଟେ । ଚାଇନା ବ୍ୟତୀତ, ଏହା ହେଉଛି ପୃଥିବୀରୁ ତୃତୀୟ ସର୍ବବୃହତ୍ ସିମେଣ୍ଟ ଉତ୍ପାଦକ । ଅଲଟ୍ରାଟେକ୍ ଗୋଟିଏ ଦେଶରେ 100+ ଏମଟିପିଏ ସିମେଣ୍ଟ ନିର୍ମାଣ କ୍ଷମତା ରଖୁଥିବା ପୃଥିବୀର ଏକମାତ୍ର କମ୍ପାନୀ (ଚାଇନା ବାହାରେ) ଅଟେ । କମ୍ପାନୀର ବ୍ୟବସାୟ ସାମ୍ରାଜ୍ୟ ୟୁଏଇ, ଶ୍ରୀଲଙ୍କା ଓ ଭାରତରେ ବ୍ୟାପ୍ତ ।
ଅଲଟ୍ରାଟେକ୍ ନିକଟରେ ଗ୍ରେ ସିମେଣ୍ଟର ବାର୍ଷିକ 135.55 ମିଲିୟନ ଟନ୍ ର (MTPA) ଏକତ୍ରୀକୃତ କ୍ଷମତା ରହିଛି । ଅଲଟ୍ରାଟେକ୍ ନିକଟରେ 22ଟି ସମନ୍ୱିତ ବିନିର୍ମାଣ ୟୁଟିନ୍, 27ଟି ଗ୍ରାଇଣ୍ଡିଂ ୟୁନିଟ୍, ଗୋଟିଏ କ୍ଲିଙ୍କରାଇଜେଶନ୍ ୟୁନିଟ୍ ଏବଂ 7ଟି ବଲ୍କ ପ୍ୟାକେଜିଂ ଟର୍ମିନାଲ ରହିଛି । ଅଲଟ୍ରାଟେକ୍ ନିକଟରେ ସାରାଦେଶରେ ଏକଲକ୍ଷରୁ ଅଧିକ ଚ୍ୟାନେଲ୍ ପାର୍ଟନରଙ୍କ ନେଟୱର୍କ ଅଛି ଏବଂ ଭାରତରେ ଏହାର ବଜାର ପହଞ୍ଚ 80%ରୁ ଅଧିକ ଅଟେ । ହ୍ୱାଇଟ୍ ସିମେଣ୍ଟ ଖଣ୍ଡରେ, ଅଲଟ୍ରାଟେକ୍ ବିର୍ଲା ହ୍ୱାଇଟ୍ ବ୍ରାଣ୍ଡ ନାମ ଅଧୀନରେ ବଜାରରେ ଉପସ୍ଥିତ । ଏହା ନିକଟରେ ଗୋଟିଏ ହ୍ୱାଇଟ୍ ସିମେଣ୍ଟ ୟୁନିଟ୍ ଏବଂ ଗୋଟିଏ ୱାଲ୍ କେୟାର୍ ପୁଟ୍ଟି ୟୁନିଟ୍ ରହିଛି, ଯାହାର ବର୍ତ୍ତମାନର କ୍ଷମତା ହେଉଛି 1.5 MTPA । ସାରା ଭାରତରେ 100+ ଟି ସହରରେ ଅଲଟ୍ରାଟେକ୍ ର 230+ ରୁ ଅଧିକ ରେଡି ମିକ୍ସ କଂକ୍ରିଟ୍ (RMC) ପ୍ଲାଣ୍ଟ ରହିଛି । ଏହା ପାଖରେ ଅନେକ ପ୍ରକାରର ବିଶେଷ କଂକ୍ରିଟ୍ ମଧ୍ୟ ରହିଛି, ଯାହା ବିଚାରଶୀଳ ଗ୍ରାହକଙ୍କ ସ୍ୱତନ୍ତ୍ର ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ । ଆମର ନିର୍ମାଣ ଉତ୍ପାଦଗୁଡ଼ିକର ବ୍ୟବସାୟ ଏକ ଅଭିନବତା କେନ୍ଦ୍ର ଅଟେ, ଯାହା ନୂଆ-ଯୁଗର ନିର୍ମାଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ବୈଜ୍ଞାନିକ ଭାବେ ଇଞ୍ଜିନିୟର୍ଡ ଉତ୍ପାଦଗୁଡ଼ିକର ପ୍ରଭାବଶାଳୀ ଶୃଙ୍ଖଳା ପ୍ରଦାନ କରିଥାଏ ।
ଅଲଟ୍ରାଟେକ୍ ବ୍ୟକ୍ତିଗତ ଗୃହ ନିର୍ମାତାଙ୍କୁ ନିଜ ଘରର ନିର୍ମାଣ ପାଇଁ ୱାନ୍-ଷ୍ଟପ୍-ଶପ୍ ସମାଧାନ ପ୍ରଦାନ କରିବା ଲାଗି ଅଲଟ୍ରାଟେକ୍ ବିଲଡିଂ ସଲ୍ୟୁସନ୍ସ (UBS) ଅବଧାରଣା ଆରମ୍ଭ କରିଛି । ଆଜି, ସାରା ଭାରତରେ 3000+ ରୁ ଅଧିକ ଷ୍ଟୋର୍ ସହିତ UBS ସର୍ବବୃହତ୍ ସିଙ୍ଗଲ୍ ବ୍ରାଣ୍ଡ ରିଟେଲ୍ ଶୃଙ୍ଖଳରେ ପରିଣତ ହୋଇଛି ।
ଅଲଟ୍ରାଟେକ୍ ଗ୍ଲୋବାଲ୍ ସିମେଣ୍ଟ ଆଣ୍ଡ କଂକ୍ରିଟ୍ ଆସୋସିଏସନ୍ (GCCA)ର ପ୍ରତିଷ୍ଠାତା ସଭ୍ୟ ଅଟେ । ଏହା GCCA କ୍ଲାଇମେଟ୍ ଆମ୍ବିଶନ୍ 2050ର ସ୍ୱାକ୍ଷରକର୍ତ୍ତା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି 2050 ସୁଦ୍ଧା କାର୍ବନ୍ ମୁକ୍ତ କଂକ୍ରିଟ୍ ଯୋଗାଣ କରିବା କମ୍ପାନୀ ମଧ୍ୟ ଜିସିସିଏ ଦ୍ବାରା ଘୋଷିତ ନେଟ୍ ଜିରୋ କଂକ୍ରିଟ୍ ରୋଡମ୍ୟାପ୍ ପାଇଁ ପ୍ରତିଶ୍ରୁତିବଦ୍ଧ ଯେଉଁଥିରେ ସାମିଲ୍ ରହିଛି 2030 ସୁଦ୍ଧା ଆଙ୍ଗାରକାମ୍ଳ ନିର୍ଗମନକୁ ଏକ ଚତୁର୍ଥାଂସ ହ୍ରାସ କରିବା ନିମନ୍ତେ ମାଇଲଖୁଣ୍ଟର ପ୍ରତିଶ୍ରୁତିବଦ୍ଧତା। ସ୍ୱଳ୍ପ କାର୍ବନ୍ ଟେକ୍ନୋଲୋଜି ଏବଂ ପ୍ରକ୍ରିୟା ଅନୁସରଣକୁ ତ୍ୱରାନ୍ୱିତ କରିବା ଉଦ୍ୟମର ଏକ ଅଂଶବିଶେଷ ଭାବେ ଅଲଟ୍ରାଟେକ୍ ଏହାର ସମସ୍ତ ଭାଲ୍ୟୁ ଚେନ୍ ରେ ନୂଆ ଯୁଗର ସାଧନଗୁଡ଼ିକୁ ଆପଣାଇଛି, ଯେପରିକି - ସାଇନ୍ସ ବେସ୍ଡ ଟାର୍ଗେଟ୍ ଇନିସିଏଟିଭ୍ (SBTi), ଇଣ୍ଟରନାଲ୍ କାର୍ବନ୍ ପ୍ରାଇସ୍ ଆଣ୍ଡ ଏନର୍ଜି ପ୍ରଡକ୍ଟିଭିଟି (#EP100) - ଯାହା ଜୀବନ ଚକ୍ରରେ କାର୍ବନ୍ ଫୁଟପ୍ରିଣ୍ଟକୁ ହ୍ରାସ କରିବ । ଅଲଟ୍ରାଟେକ୍ ଭାରତର ପ୍ରଥମ କମ୍ପାନୀ ଏବଂ ଏସିଆର ଦ୍ୱିତୀୟ କମ୍ପାନୀ ଭାବେ ଡଲାର୍-ଆଧାରିତ ସଷ୍ଟେନାବିଲିଟି ବଣ୍ଡ୍ ଜାରି କରିଛି । ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR)ର ଅଂଶବିଶେଷ ଭାବେ, ଅଲଟ୍ରାଟେକ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ସହନୀୟ ଜୀବିକା, ଗୋଷ୍ଠୀ ଭିତ୍ତିଭୂମି ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ସାରା ଭାରତରେ 500 ଗୋଟି ଗ୍ରାମରେ ପାଖାପାଖି 1.6 ମିଲିୟନ୍ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି ।
ଭବନ ନିର୍ମାଣ ସମାଧାନରେ
ଅଗ୍ରଣୀ ହେବା
ହିତଧାରକଙ୍କୁ ଏହି ଚାରିଟି ଆଧାରରେ
ଉତ୍ତମ ଗୁଣବତ୍ତା ପ୍ରଦାନ କରିବା
ତୁମର ପ୍ରଶ୍ନର ଉତ୍ତର ପାଅ |
This website uses cookies to serve content relevant for you and to improve your overall website
experience.
By continuing to visit this site, you agree to our use of cookies.
Accept
"ଅଲଟ୍ରାଟେକ୍ ଭାରତର ନଂ. 1 ସିମେଣ୍ଟ" – ବିବରଣୀ
Address
"B" Wing, 2nd floor, Ahura Center Mahakali Caves Road Andheri (East) Mumbai 400 093, India
© 2020 ସମସ୍ତ ଅଧିକାର ସଂରକ୍ଷିତ, ଅଲଟ୍ରାଟେକ୍ ସିମେଣ୍ଟ ଲିଃ