ଅଲଟ୍ରାଟେକ୍ ସିମେଣ୍ଟ ନିର୍ମାଣ ସାମଗ୍ରୀର ଚରମ 360° ଗନ୍ତବ୍ୟସ୍ଥଳ ଅଟେ, ଯାହା ଗ୍ରେ ସିମେଣ୍ଟରୁ ଆରମ୍ଭ କରି ହ୍ୱାଇଟ୍ ସିମେଣ୍ଟ ପର୍ଯ୍ୟନ୍ତ, ନିର୍ମାଣ ସମ୍ବନ୍ଧୀୟ ଉତ୍ପାଦରୁ ଆରମ୍ଭ କରି ନିର୍ମାଣ ସମ୍ବନ୍ଧୀୟ ସମାଧାନ ପର୍ଯ୍ୟନ୍ତ ଏବଂ ବିଭିନ୍ନ ଆବଶ୍ୟକତା ଏବଂ ପ୍ରୟୋଗର ଚାହିଦାକୁ ପୂରଣ କରିବା ପାଇଁ ରେଡି ମିକ୍ସ କଂକ୍ରିଟ୍ ର ଏକ ସମାହାର ଅଟେ ।
39 ସହରରେ 100+ ରେଡି ମିକ୍ସ କଂକ୍ରିଟ୍ (RMC) କାରଖାନା ସହିତ, ଅଲଟ୍ରାଟେକ୍ ଭାରତର ସବୁଠାରୁ ବଡ଼ କଂକ୍ରିଟ୍ ନିର୍ମାତା କମ୍ପାନୀ ଅଟେ । ଏହା ପାଖରେ ଅନେକ ପ୍ରକାରର ବିଶେଷ କଂକ୍ରିଟ୍ ମଧ୍ୟ ରହିଛି, ଯାହା ବିଚାରଶୀଳ ଗ୍ରାହକଙ୍କ ବିଶିଷ୍ଟ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ ।
ଅଲଟ୍ରାଟେକ୍ ର ଉତ୍ପାଦଗୁଡ଼ିକ ମଧ୍ୟରେ ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ଏବଂ ପୋର୍ଟଲାଣ୍ଡ ବ୍ଲାଷ୍ଟ-ଫର୍ନେସ୍ ସ୍ଲାଗ୍ ସିମେଣ୍ଟ ଅନ୍ତର୍ଭୁକ୍ତ ।
ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ ବ୍ୟାପକ ବର୍ଗର ପ୍ରୟୋଗ ପାଇଁ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସିମେଣ୍ଟ ଅଟେ । ଏହି ପ୍ରୟୋଗଗୁଡ଼ିକରେ ସାଧାରଣ, ମାନକ, ଉଚ୍ଚ ସୁଦୃଢ଼ତା ବିଶିଷ୍ଟ କଂକ୍ରିଟ୍, ଯୋଡ଼େଇ ଏବଂ ପଲସ୍ତରା କାର୍ଯ୍ୟ, ବ୍ଲକ୍ ଏବଂ ପାଇପ୍ ଭଳି ପ୍ରିକାଷ୍ଟ (ପୂର୍ବ-ନିର୍ମିତ) କଂକ୍ରିଟ୍ ଉତ୍ପାଦର ନିର୍ମାଣ ତଥା ପୂର୍ବ-ନିର୍ମିତ ଏବଂ ପୂର୍ବ-ପ୍ରତିବଳିତ କଂକ୍ରିଟ୍ ଭଳି ବିଶେଷ ବସ୍ତୁଗୁଡ଼ିକର ବିନିର୍ମାଣ ଅନ୍ତର୍ଭୁକ୍ତ ଅଟେ ।
ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ, ସାଧାରଣ ପୋର୍ଟଲାଣ୍ଡ ସିମେଣ୍ଟ ଅଟେ ଯାହା ଫ୍ଲାଏ ଆଶ୍, କ୍ୟାଲସାଇନ୍ କ୍ଲେ, ରାଇସ୍ ହସ୍କ ଆଶ୍ ଇତ୍ୟାଦି ଭଳି ପୋଜ୍ଜୋଲାନିକ୍ ସାମଗ୍ରୀଗୁଡ଼ିକୁ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଏ ।
ପୋର୍ଟଲାଣ୍ଡ ସିମେଣ୍ଟ କ୍ଲିଙ୍କର୍ କୁ ଜିପସମ୍ ଓ ପୋଜ୍ଜୋଲାନିକ ସାମଗ୍ରୀଗୁଡ଼ିକର ନିର୍ଦ୍ଦିଷ୍ଟ ମାତ୍ରା ସହିତ ପେଷାଯାଇ ନ ହେଲେ ପୂର୍ବରୁ ପେଷାଯାଇଥିବା ଏହି ସାମଗ୍ରୀଗୁଡ଼ିକ ସହିତ ମିଶ୍ରଣ କରାଯାଇ ପୋର୍ଟାଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟର ଉତ୍ପାଦନ କରାଯାଏ । ପୋଜ୍ଜୋଲାନାରେ ସିମେଣ୍ଟ ଭଳି ଗୁଣ ନ ଥାଏ କିନ୍ତୁ ଏହା ସ୍ୱାଭାବିକ ତାପମାତ୍ରାରେ ଆର୍ଦ୍ରତାର ଉପସ୍ଥିତିରେ କ୍ୟାଲସିୟମ୍ ହାଇଡ୍ରକ୍ସାଇଡ୍ ସହିତ ପ୍ରତିକ୍ରିୟା କରି ସିମେଣ୍ଟର ଗୁଣ ଭଳି ଯୌଗିକ ଉତ୍ପନ୍ନ କରିଥାଏ । ପୋର୍ଟଲାଣ୍ଡ ପୋଜ୍ଜୋଲାନା ସିମେଣ୍ଟ ବ୍ୟବହାର କରାଯାଇ ନିର୍ମିତ କଂକ୍ରିଟ୍ ଅତ୍ୟଧିକ ସୁଦୃଢ଼ ଏବଂ ଅଧିକ ଦୀର୍ଘସ୍ଥାୟୀ ହୋଇଥାଏ, ଏଥିରେ ଆର୍ଦ୍ରତା କିମ୍ବା ତାପ କାରଣରୁ ଫାଟ ଉତ୍ପନ୍ନ ହୋଇ ନ ଥାଏ ଏବଂ କଂକ୍ରିଟ୍ ଓ ମୋର୍ଟାର ସହିତ ଉଚ୍ଚସ୍ତରୀୟ ସାମଞ୍ଜସ୍ୟ ଏବଂ ସୁକାର୍ଯ୍ୟତା ପ୍ରଦର୍ଶିତ କରିଥାଏ ।
ଆପଣଙ୍କ ସ୍ୱପ୍ନର ଘର ତିଆରି କରିବା ପୂର୍ବରୁ, ଅଲଟ୍ରାଟେକ୍ ପ୍ରତ୍ୟେକ ଗୃହ ନିର୍ମାତାଙ୍କ ବିଶେଷଜ୍ଞତା ଏବଂ ପ୍ରବୀଣତାର ପ୍ରତ୍ୟାଶାକୁ ପୂରଣ କରିବା ଲାଗି ସଚେତ ରହିଥାଏ । ଅଲଟ୍ରାଟେକ୍ ପ୍ରିମିୟମ୍ ହେଉଛି ଅଲଟ୍ରାଟେକ୍ ଉତ୍ପାଦନ କେନ୍ଦ୍ରର ନବୀନତମ କ୍ରାନ୍ତିକାରୀ ଉପସ୍ଥାପନା ଅଟେ । ଏଥିରେ ଉଚ୍ଚ-ପ୍ରତିକ୍ରିୟାଶୀଳ ସିଲିକା ଏବଂ ସ୍ଲାଗ୍ ର ସର୍ବୋତ୍ତମ ମିଶ୍ରଣ ରହିଛି । ଏହା ଆପଣଙ୍କ ଘରକୁ ଦୀର୍ଘସ୍ଥାୟିତା, ସୁଦୃଢ଼ତା ଏବଂ ସୁରକ୍ଷା ଯୋଗାଇଥାଏ । ଅଲଟ୍ରାଟେକ୍ ପ୍ରିମିୟମ୍ ରେ ଆପଣଙ୍କ ପାଇଁ ଋତୁର ଖରାପରୁ ଅତି ଖରାପ ପରିସ୍ଥିତିରେ କ୍ଷୟ, ଏପରିକି ସଙ୍କୋଚନଜନିତ ଫାଟକୁ ମଧ୍ୟ କଭର୍ କରାଯାଇଛି । ଏହାର ଉଚ୍ଚ ଯାନ୍ତ୍ରିକୀକୃତ କଣିକାଗୁଡ଼ିକର ବ୍ୟବସ୍ଥିତ ବିତରଣ କଂକ୍ରିଟ୍ କୁ ଉଚିତ ସୁଦୃଢ଼ତା ପ୍ରଦାନ କରିଥାଏ, ଯାହାଦ୍ୱାରା ଏହା ଅଧିକ ଘନ ଏବଂ ଅଭେଦ୍ୟ ହୋଇଯାଇଥାଏ ।
ଅଲଟ୍ରାଟେକ୍ ର ବଲକ୍ ସିମେଣ୍ଟ ଟର୍ମିନାଲ ଶ୍ରୀଲଙ୍କାର କଲୋମ୍ବାଠାରେ ଅବସ୍ଥିତ ଅଟେ । ସିମେଣ୍ଟ ବିଶେଷ ଭାବେ ଯାନ୍ତ୍ରିକୀକୃତ, ସ୍ୱ-ନିଷ୍କାସନ ବଲକ୍ ସିମେଣ୍ଟ ବାହକଗୁଡ଼ିକ ଦ୍ୱାରା ପ୍ରାପ୍ତ ହୋଇଥାଏ । ଏହାପରେ ତାହାକୁ ରୋଡ୍ ବାଉଜରରେ ବନ୍ଦରରୁ କଢ଼ାଯାଏ ଯାହା ସିମେଣ୍ଟକୁ ବନ୍ଦରରୁ ଟର୍ମିନାଲ ପର୍ଯ୍ୟନ୍ତ 10 କିମି ଦୂରକୁ ନେଇଯାଇଥାଏ । ସିମେଣ୍ଟକୁ 4 x 7500 T ସିମେଣ୍ଟ କଂକ୍ରିଟ୍ ସାଇଲୋରେ ସଂରକ୍ଷିତ କରି ରଖାଯାଏ । ଏକ ଅତ୍ୟାଧୁନିକ ବଲକ୍ ସିମେଣ୍ଟ ଟର୍ମିନାଲ (ସମସ୍ତ ପରିବେଶଗତ ମାନଦଣ୍ଡକୁ ପାଳନ କରୁଥିବା) ଆରଏମସି ଏବଂ ଆଜବେଷ୍ଟସ୍ କାରଖାନାକୁ ବହୁ ପରିମାଣରେ ସିମେଣ୍ଟ ପ୍ରେରଣ କରିଥାଏ । ଦ୍ୱୀପରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ 50 କିଗ୍ରା ପେପର୍ ବ୍ୟାଗ୍ ରେ ସିମେଣ୍ଟ ପ୍ୟାକ୍ କରିବା ପାଇଁ ଆଧୁନିକ ଇଟାଲିଆନ୍ ଭେଣ୍ଟୋମେଟିକ୍ ପ୍ୟାକର୍ ମଧ୍ୟ ଟର୍ମିନାଲରେ ସ୍ଥାପନ କରାଯାଇଛି ।
ସିମେଣ୍ଟ ଉପରେ ତୀକ୍ଷ୍ମ ଫୋକସ୍ ରଖି, ଆଦିତ୍ୟ ବିର୍ଲା ଗ୍ରୁପ୍ ସର୍ବଦା ଏହା ବିଶ୍ୱାସ ରଖିଆସିଥିଲା ଯେ ଆଞ୍ଚଳିକ ସହଯୋଗ ପାଇଁ ପୃଥିବୀର ବିଭିନ୍ନ ଭାଗରେ ଦେଶଗୁଡ଼ିକ ମଧ୍ୟରେ କରାଯାଇଥିବା ବ୍ୟବସ୍ଥା ଭଳି, ସମୂହ ମଧ୍ୟ ନିକଟବର୍ତ୍ତୀ ଦେଶଗୁଡ଼ିକରେ ଏକ ସ୍ଥାନୀୟ ସିମେଣ୍ଟ ଉତ୍ପାଦକ ଭାବେ ଯୋଗ୍ୟତା ହାସଲ କରିବା ପାଇଁ ସୁବିଧା କେନ୍ଦ୍ର ସହିତ ଉପସ୍ଥିତ ରହିବା ଆବଶ୍ୟକ । ଭାରତର ଦୁଇଟି ପଡ଼ୋଶୀ ଦେଶରେ ଚୂନପଥରର ମାତ୍ରା ସୀମିତ ଅଟେ, ଯାହା ସିମେଣ୍ଟର ମୌଳିକ କଞ୍ଚାମାଲ ଅଟେ । ଏହି ପରିସ୍ଥିତି କାରଣରୁ, ସେହି ଦୁଇ ଦେଶ ସେମାନଙ୍କର ଘରୋଇ ନିର୍ମାଣ କାର୍ଯ୍ୟ ପାଇଁ ଆମଦାନୀ ଉପରେ ନିର୍ଭରଶୀଳ ଅଟନ୍ତି । ଏହି ସନ୍ଦର୍ଭରେ ହିଁ କଲମ୍ବୋ, ଶ୍ରୀଲଙ୍କାରେ ଯୌଥ ଉଦ୍ୟୋଗ ଭାବେ ବଲକ୍ ସିମେଣ୍ଟ ଟର୍ମିନାଲର ପ୍ରତିଷ୍ଠା କରାଯାଇଥିଲା ।
ରପ୍ତାନୀ ପାଇଁ ଗୁଜରାଟ ସିମେଣ୍ଟ ୱାର୍କସ୍ (GCW)ର ନିଜସ୍ୱ କ୍ୟାପ୍ଟିଭ୍ ଜେଟ୍ଟି ରହିଛି । ସେହି ଅନୁଯାୟୀ, ବିଗତ ପାଞ୍ଚବର୍ଷ ଧରି GCWରୁ ଅଲଟ୍ରାଟେକ୍ ସିମେଣ୍ଟ ଲଙ୍କା (ପ୍ରାଇଭେଟ୍) ଲିମିଟେଡ୍, ଶ୍ରୀଲଙ୍କାରେ ସମୂହର ଯୌଥ ଉଦ୍ୟୋଗ (JV)କୁ ବଡ଼ ପରିମାଣରେ ସିମେଣ୍ଟର ରପ୍ତାନୀ କରାଯାଉଛି ।
ଉତ୍ତମ ଗୁଣମାନର ଉତ୍ପାଦର ଯୋଗାଣ କରି ଅଲଟ୍ରାଟେକ୍ ସିମେଣ୍ଟ ଶ୍ରୀଲଙ୍କାର ସିମେଣ୍ଟ ଆବଶ୍ୟକତାକୁ ପୂରଣ କରିଆସିଛି । ବୃଦ୍ଧିଶୀଳ ଗ୍ରାହକ ସଂଖ୍ୟା ଦ୍ୱାରା କମ୍ପାନୀର ଗୁଣବତ୍ତା ଓ ସେବା ସ୍ତର ଆଦୃତି ଲାଭ କରିଛି । ସିମେଣ୍ଟର ବିପଣନ ପାଇଁ ଉତ୍ତମ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହ ଟେକ୍ନିକାଲ ସେଲ୍ ରେ ଯୋଗ୍ୟ ଇଞ୍ଜିନିୟରମାନଙ୍କୁ ନିୟୋଜିତ କରାଯାଇଛି, ଯେଉଁମାନେ ସାଇଟ୍ ରେ ଗ୍ରାହକମାନଙ୍କୁ ବୈଷୟିକ ପରାମର୍ଶ ଯୋଗାଇଥାନ୍ତି ।
କମ୍ପାନୀକୁ ମିଳିଥିବା ଏହି ସ୍ୱୀକୃତି କାରଣରୁ, ପୃଥିବୀର ଦୁଇଟି ବଡ଼ ବିନିର୍ମାତାଙ୍କ ସମେତ ଅନ୍ୟାନ୍ୟ ବହୁରାଷ୍ଟ୍ରୀୟ ପ୍ରତିଦ୍ୱନ୍ଦୀ ବହୁଳ ଅତି ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ମଧ୍ୟ, କମ୍ପାନୀକୁ ଉଲ୍ଲେଖନୀୟ ବଜାର ଭାଗ ହାସଲ କରିବାରେ ସହାୟତା ମିଳିଛି । ଏହି ପ୍ରତିଯୋଗିତାପୂର୍ଣ୍ଣ ପରିବେଶରେ, କମ୍ପାନୀର ସଦା ବୃଦ୍ଧିଶୀଳ ଗ୍ରାହକଙ୍କ ସଂଖ୍ୟା ଏହାକୁ ବ୍ରାଣ୍ଡ ଇକ୍ୱିଟି ଦେବା ସହିତ ଏହାକୁ ଦ୍ୱୀପରେ ପ୍ରିମିୟମ୍ ଗୁଣବତ୍ତା ବିଶିଷ୍ଟ ସିମେଣ୍ଟ ଯୋଗାଣକାରୀ ଭାବେ ସ୍ୱୀକୃତି ଦେଇଛନ୍ତି ।
ଆହୁରି ପଢତୁମର ପ୍ରଶ୍ନର ଉତ୍ତର ପାଅ |