ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ନିର୍ମାଣରେ ଗ୍ରାଉଟିଂ କ’ଣ ଏବଂ ବ୍ୟବହୃତ ଗ୍ରାଉଟିଂ ସାମଗ୍ରୀଗୁଡ଼ିକର ପ୍ରକାରଭେଦ

ବୋଲ୍ଟଗୁଡ଼ିକର ଆଙ୍କରିଂ ହେଉ କିମ୍ବା ଫାଟଗୁଡ଼ିକର ମରାମତି କିମ୍ବା ଫାଉଣ୍ଡେସନର ସୁଦୃଢ଼ୀକରଣ (ରିଇନଫୋର୍ସମେଣ୍ଟ) କାର୍ଯ୍ୟ ହେଉ, ଆଧୁନିକ ନିର୍ମାଣ କାର୍ଯ୍ୟରେ ଗ୍ରାଉଟିଂ ଏକ ଅତ୍ୟାବଶ୍ୟକ କୌଶଳରେ ପରିଣତ ହୋଇଛି। ପ୍ରାୟତଃ ଏହାକୁ ଅଣଦେଖା କରିଦିଆଯାଏ, କିନ୍ତୁ ତଥାପି ଏହା ବିଭିନ୍ନ ପ୍ରକଳ୍ପର ଢାଞ୍ଚାଗତ ଅଖଣ୍ଡତାକୁ ସୁନିଶ୍ଚିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

Share:


ଗ୍ରାଉଟିଂ ଏକ ମହତ୍ତ୍ୱପୂର୍ଣ୍ଣ ନିର୍ମାଣ ପ୍ରକ୍ରିୟା ଅଟେ ଯାହା ବିଭିନ୍ନ ନିର୍ମାଣ ଉପାଦାନଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତା, ସ୍ଥିରତା ଏବଂ ସ୍ଥାୟିତ୍ୱକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଫାଙ୍କ, ଖାଲିସ୍ଥାନ ବା ପୃଷ୍ଠଭାଗଗୁଡ଼ିକ ମଧ୍ୟରେ ରହିଥିବା ବ୍ୟବଧାନକୁ ଏକ ତରଳ ପଦାର୍ଥ ଦ୍ୱାରା ଭରାଯାଇଥାଏ, ଯାହାଫଳରେ ଏକ ଶକ୍ତ, ସ୍ଥାୟୀ ବନ୍ଧ ସୃଷ୍ଟି ହୋଇ ଢାଞ୍ଚାର ସାମଗ୍ରିକ ଶକ୍ତି ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଏହି ବ୍ଲଗ୍‌‌ରେ ଆମେ ନିର୍ମାଣରେ ଗ୍ରାଉଟିଂ କାହାକୁ କୁହାଯାଏ ତାହା ଜାଣିବା ଓ ତାହାର ମହତ୍ତ୍ୱ, ପ୍ରୟୋଗ ଏବଂ ନିର୍ମାଣ ପ୍ରକଳ୍ପଗୁଡ଼ିକରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଗ୍ରାଉଟ୍ ସାମଗ୍ରୀ ସମ୍ପର୍କରେ ଜାଣିବା।



ନିର୍ମାଣରେ ଗ୍ରାଉଟିଂ କାହାକୁ କୁହାଯାଏ?

ନିର୍ମାଣ ପ୍ରସଙ୍ଗରେ, ଗ୍ରାଉଟିଂ ଏକ ବିଶେଷ ପ୍ରକ୍ରିୟା ଅଟେ ଯେଉଁଥିରେ ଏକ ତରଳ-ସଦୃଶ ପଦାର୍ଥକୁ ଢାଞ୍ଚା ମଧ୍ୟରେ ରହିଥିବା ଫାଙ୍କା ସ୍ଥାନ, ଖାଲି ସ୍ଥାନ କିମ୍ବା ବ୍ୟବଧାନ ମଧ୍ୟରେ ଇଞ୍ଜେକ୍ସନ୍ ମାଧ୍ୟମରେ ଭର୍ତ୍ତି କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଢାଞ୍ଚାଗତ ଅଖଣ୍ଡତାକୁ ଉନ୍ନତ କରିବା, ତାହାର ଭାର ବହନ କ୍ଷମତାକୁ ବୃଦ୍ଧି କରିବା ଏବଂ ନିର୍ମାଣ ପ୍ରକଳ୍ପର ବିଭିନ୍ନ ଉପାଦାନଗୁଡ଼ିକୁ ସ୍ଥିରତା ପ୍ରଦାନ କରିବା। ଏହି ଫାଙ୍କଗୁଡ଼ିକୁ ପୂରଣ କରିବା ଦ୍ୱାରା ସେଠାରେ ପାଣି, ବାୟୁ କିମ୍ବା ଆବର୍ଜନ ଜମାଟ ବାନ୍ଧିପାରେ ନାହିଁ, ଅନ୍ୟଥା ସେଗୁଡ଼ିକ କାଳକ୍ରମେ ଢାଞ୍ଚାକୁ ଦୂର୍ବଳ କରିଦେଇଥାଏ।

 

ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ନିର୍ମାଣ ସାମଗ୍ରୀଗୁଡ଼ିକ ନିଜେ ଯେଉଁ ଫାଙ୍କଗୁଡ଼ିକୁ ପୂରଣ କରିପାରି ନ ଥାଏ, ଗ୍ରାଉଟ୍ ତାହାକୁ ଭରିଦେଇଥାଏ। ବସ୍ତୁତଃ ତାହା ଏକ ‘‘ଅଠା’’ ଭଳି କାମ କରି ସମସ୍ତ ସାମଗ୍ରୀକୁ ବାନ୍ଧି ରଖିଥାଏ। ଚଳନକୁ ପ୍ରତିରୋଧ କରି ଗ୍ରାଉଟ୍‌‌ର ପ୍ରୟୋଗ ସମୟ ସହିତ ନିର୍ମିତ ଢାଞ୍ଚାର ଦବିବା, ସ୍ଥାନାନ୍ତର ହେବା କିମ୍ବା ଅବକ୍ଷୟ ହେବାର ଆଶଙ୍କାକୁ ଅପେକ୍ଷାକୃତ ହ୍ରାସ କରିଥାଏ। ଏହା ଢାଞ୍ଚାର ଜୀବନକାଳକୁ ବୃଦ୍ଧି କରିବା ସହିତ ତାହାର ବାସିନ୍ଦା ଏବଂ ପାରିପାର୍ଶ୍ୱିକ ପରିବେଶକୁ ସୁରକ୍ଷିତ ରଖିବାରେ ମଧ୍ୟ ଯୋଗଦାନ ଦେଇଥାଏ। ଏହା ନିର୍ମାଣରେ ଉତ୍ତମ ଗୁଣବତ୍ତାକୁ ହାସଲ କରିବାରେ ସହାୟତା କରିଥାଏ ଏବଂ ନିର୍ମିତ ଉପାଦାନଗୁଡ଼ିକର ସ୍ଥାୟିତ୍ୱକୁ ଉନ୍ନତ କରିଥାଏ।


ନିର୍ମାଣରେ ବ୍ୟବହୃତ ହେଉଥିବା ଗ୍ରାଉଟିଂ ସାମଗ୍ରୀଗୁଡ଼ିକର ପ୍ରକାରଭେଦ



ନିର୍ମାଣରେ ବିଭିନ୍ନ ପ୍ରକାର ଗ୍ରାଉଟିଂ ସାମଗ୍ରୀ ବ୍ୟବହୃତ ହୋଇଥାଏ। ସାମଗ୍ରୀର ଚୟନ ସମ୍ପୃକ୍ତ ନିର୍ମାଣ କାର୍ଯ୍ୟର ଆବଶ୍ୟକତା ଉପରେ ନିର୍ଭର କରିଥାଏ। ଏଠାରେ, ଆମେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକାରଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା।

 

୧. ସିମେଣ୍ଟ ଗ୍ରାଉଟିଂ



ସିମେଣ୍ଟ ଏକ ସାଧାରଣ ଗ୍ରାଉଟିଂ ସାମଗ୍ରୀ ଅଟେ ଏବଂ ଏହା ସାଧାରଣତଃ ମାଟିକୁ ସ୍ଥିର କରିବା ଏବଂ ଢାଞ୍ଚାକୁ ସମତଳ କରିବା ପାଇଁ ବ୍ୟବହୃତ ହୋଇଥାଏ। ଏହା ସବୁଠାରୁ ସାଧାରଣ ପ୍ରକାରର ଗ୍ରାଉଟିଂ ସାମଗ୍ରୀ ଅଟେ। ଏହି ପ୍ରକ୍ରିୟାରେ ସିମେଣ୍ଟ, ପାଣି ଓ ବେଳେବେଳେ ବାଲିର ମିଶ୍ରଣକୁ ଫାଙ୍କ ସ୍ଥାନରେ ଇଞ୍ଜେକ୍ଟ କରି ଭର୍ତ୍ତି କରାଯାଇଥାଏ। ଏହା ସମୟକ୍ରମେ କଠିନତା ହାସଲ କରେ ଏବଂ ଏକ ଶକ୍ତିଶାଳୀ ତଥା ସ୍ଥିର ବନ୍ଧନ ସୃଷ୍ଟି କରିଥାଏ। କଠିନତା ହାସଲ ପରେ ଏହି ସାମଗ୍ରୀ ଏକ ଦୃଢ଼ ବସ୍ତୁତ୍ୱରେ ପରିଣତ ହୋଇଯାଏ ଏବଂ ନିର୍ମାଣ କାର୍ଯ୍ୟକୁ ଅତିରିକ୍ତ ଆଧାର ବା ସପୋର୍ଟ ଯୋଗାଇଥାଏ। ଏହି ପ୍ରକାର ଗ୍ରାଉଟ୍ କଂକ୍ରିଟ୍ ଢାଞ୍ଚାଗୁଡ଼ିକରେ ଥିବା ଫାଙ୍କା ସ୍ଥାନକୁ ଭରିବା (ଯାହା କଂକ୍ରିଟ୍ ଗ୍ରାଉଟିଂ ନାମରେ ମଧ୍ୟ ପରିଚିତ), ଫାଟଗୁଡ଼ିକର ମରାମତି କରିବା ଏବଂ ଫାଉଣ୍ଡେସନର ଭାର-ବହନ କ୍ଷମତାକୁ ଉନ୍ନତ କରିବା ପାଇଁ ଆଦର୍ଶ ହୋଇଥାଏ।

 

୨. କେମିକାଲ୍ ଗ୍ରାଉଟିଂ

ଏହି ପ୍ରକ୍ରିୟାରେ ପଲିୟୁରିଥେନ୍ କିମ୍ବା ଏକ୍ରିଲେଟ୍ ଭଳି ନିର୍ଦ୍ଦିଷ୍ଟ ରାସାୟନିକ ଯୌଗିକଗୁଡ଼ିକୁ ଖାଲି ସ୍ଥାନଗୁଡ଼ିକ ମଧ୍ୟରେ ଇଞ୍ଜେକ୍ଟ କରାଯାଇଥାଏ। ସଂସ୍ପର୍ଶରେ ଆସିଲେ ଏହି ରାସାୟନିକ ପଦାର୍ଥଗୁଡ଼ିକ ପ୍ରସାରିତ ହୋଇଥାଏ, ଯାହାଫଳରେ ଫାଙ୍କା ସ୍ଥାନଗୁଡ଼ିକ ଭରିଯାଇଥାଏ ଏବଂ ପାଣିର ଅନୁପ୍ରବେଶ ବିରୁଦ୍ଧରେ ଏକ ସିଲ୍ ସୃଷ୍ଟି କରିଥାଏ। ଏ ପ୍ରକାର ଗ୍ରାଉଟ୍ ବିଶେଷ ରୂପେ ୱାଟରପ୍ରୁଫିଙ୍ଗ, ମାଟିର ସ୍ଥିରୀକରଣ ଏବଂ ଭୂତଳ ଢାଞ୍ଚାଗୁଡ଼ିକର ମରାମତି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ।

 

୩. ଷ୍ଟ୍ରକ୍ଚରାଲ୍ ଗ୍ରାଉଟିଂ



ଏହି ପ୍ରକାର ଗ୍ରାଉଟିଂରେ କଲମ୍ ଓ ବିମ୍ ଭଳି ବିଭିନ୍ନ ଢାଞ୍ଚାଗତ ଉପାଦାନଗୁଡ଼ିକ ମଧ୍ୟରେ ଏକ ମଜବୁତ ସଂଯୋଗ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଏ। ଇପକ୍ସି ଗ୍ରାଉଟ୍ ଏକ ପ୍ରକାର ଷ୍ଟ୍ରକ୍ଚରାଲ ଗ୍ରାଉଟ୍ ଅଟେ, ଯାହା ଉତ୍କୃଷ୍ଟ ଶକ୍ତି ଏବଂ ସ୍ଥାୟିତ୍ୱ ଦେଇଥାଏ। ଏହାକୁ ସାଧାରଣତଃ ବୋଲ୍ଟଗୁଡ଼ିକୁ ଆଙ୍କର କରିବା, ଉଚ୍ଚ ଚାପଯୁକ୍ତ ଅଞ୍ଚଳରେ କଂକ୍ରିଟ୍ ଉପାଦାନଗୁଡ଼ିକୁ ସୁଦୃଢ଼ୀକୃତ (ରିଇନଫୋର୍ସ) କରିବା ଏବଂ ବିଦ୍ୟମାନ ଢାଞ୍ଚାଗୁଡ଼ିକରେ ଥିବା ଫାଟ ଓ ଫାଙ୍କଗୁଡ଼ିକୁ ପୂରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।

 

୪. ବେଣ୍ଟୋନାଇଟ୍ ଗ୍ରାଉଟିଂ

ଏ ପ୍ରକାର ସାମଗ୍ରୀରେ ବେଣ୍ଟୋନାଇଟ୍ ମାଟି ଏବଂ ପାଣିର ମିଶ୍ରଣ ବ୍ୟବହାର କରାଯାଏ, ଯାହା ଏକ ଜେଲ୍ ଭଳି ପଦାର୍ଥ ସୃଷ୍ଟି କରେ। ପାଣି ସଂସ୍ପର୍ଶରେ ଆସିଲେ ଏହା ଫୁଲିଉଠୁଥିବାର ବୈଶିଷ୍ଟ୍ୟ କାରଣରୁ କୂଅ ଏବଂ ନଳକୂପ ପାଇଁ ଖୋଳାଯାଇଥିବା ଗର୍ତ୍ତଗୁଡ଼ିକୁ ସିଲ୍ କରିବା ପାଇଁ ଏହାକୁ ପସନ୍ଦ କରାଯାଇଥାଏ, ଯାହା ପ୍ରଭାବୀ ଢଙ୍ଗରେ ଗର୍ତ୍ତଗୁଡ଼ିକୁ ମୁଦିଦେଇଥାଏ। ଏହି ପ୍ରକାର ଗ୍ରାଉଟ୍‌‌କୁ ପ୍ରାୟତଃ ମାଟିର ସିଲିଂ ଏବଂ ସ୍ଥିରୀକରଣ କରିବା, ଜଳର ଭେଦନକୁ ପ୍ରତିରୋଧ କରିବା ଏବଂ ସମ୍ଭାବ୍ୟ ଭୂ-ଚଳନକୁ ହ୍ରାସିତ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ।

 

୫. ବିଟୁମିନସ୍ ଗ୍ରାଉଟିଂ

ଏଥିରେ ବିଟୁମିନସ୍ ଯୌଗିକର ବ୍ୟବହାର କରାଯାଇଥାଏ, ଯାହା ଛାତ, ଫାଉଣ୍ଡେସନ୍ ଏବଂ ବେସମେଣ୍ଟ ଢାଞ୍ଚାଗୁଡ଼ିକୁ ସିଲ୍ କରିବା ଏବଂ ଜଳନିରୋଧୀ କରିବାରେ ସାହାଯ୍ୟ କରିଥାଏ ଏବଂ ଉତ୍କୃଷ୍ଟ ଜଳ ପ୍ରତିରୋଧ କ୍ଷମତା ପ୍ରଦାନ କରିଥାଏ। ଏହା ଅତିବାଇଗଣୀ ରଶ୍ମୀ ଏବଂ କଠୋର ପାଣିପାଗ ପରିସ୍ଥିତି ବିରୁଦ୍ଧରେ ଉତ୍କୃଷ୍ଟ ସ୍ଥାୟିତ୍ୱ ଏବଂ ପ୍ରତିରୋଧ କ୍ଷମତା ଯୋଗାଇଥାଏ। ସୁଡ଼ଙ୍ଗ ଓ ଭୂତଳ ଢାଞ୍ଚା ଭଳି ପାଣିର ଭେଦନକୁ ନ୍ୟୂନତମ କରିବା ଆବଶ୍ୟକ ହେଉଥିବା ପରିସ୍ଥିତିରେ ଏହି ପ୍ରକାର ଗ୍ରାଉଟ୍ ବ୍ୟବହୃତ ହୋଇଥାଏ।

 

୬. ରେଜିନ୍ ଗ୍ରାଉଟିଂ

ଏ ପ୍ରକାର ସାମଗ୍ରୀ ଇପକ୍ସି, ପଲିୟୁରିଥେନ୍ କିମ୍ବା ଅନ୍ୟାନ୍ୟ ତରଳ ରେଜିନ୍‌‌କୁ କାମରେ ଲଗାଇଥାଏ, ଯାହା କଠିନତା ହାସଲ କରି ଏକ ମଜବୁତ ବନ୍ଧନ ଯୋଗାଇଥାଏ। ଏହି ରେଜିନ୍‌‌ଗୁଡ଼ିକ ଉଚ୍ଚ ତନନ ଏବଂ କମ୍ପ୍ରେସିଭ୍ ଶକ୍ତି ଦେଇଥାଏ, ତେଣୁ ଏହା ବ୍ୟାପକ ବର୍ଗର ପ୍ରୟୋଗ ପାଇଁ ଉପଯୁକ୍ତ ଅଟେ। ଏହାର ଉତ୍କୃଷ୍ଟ ଅଠାଳିଆ ପ୍ରକୃତି ଓ ଶକ୍ତି ଯୋଗୁଁ ଏହାକୁ ପ୍ରାୟତଃ କଂକ୍ରିଟ୍‌‌ରେ ଫାଟକୁ ମରାମତି କରିବା ଲାଗି ବ୍ୟବହାର କରାଯାଏ।


ନିର୍ମାଣରେ ଗ୍ରାଉଟିଂର ଲାଭ

ଗ୍ରାଉଟିଂ କ’ଣ ତାହା ବୁଝିବା ସମୟରେ, ତାହାର ଅନେକାନେକ ଲାଭଗୁଡ଼ିକୁ ବୁଝିବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ। ଏହାର କେତେକ ପ୍ରମୁଖ ଲାଭଗୁଡ଼ିକ ହେଲା:

 

୧. ବର୍ଦ୍ଧିତ ଢାଞ୍ଚାଗତ ସ୍ଥିରତା

ଗ୍ରାଉଟ୍ ନିର୍ମାଣ ସାମଗ୍ରୀଗୁଡ଼ିକ ଭିତରେ ଥିବା ଖାଲି ସ୍ଥାନଗୁଡ଼ିକୁ ଭରିବାର ସାମର୍ଥ୍ୟ ରଖିଥାଏ, ଯାହାଫଳରେ ସାମଗ୍ରିକ ଢାଞ୍ଚାଗତ ସ୍ଥିରତା ବୃଦ୍ଧି ପାଇଥାଏ।

 

୨. ଲିକେଜ୍ ପ୍ରତିରୋଧ

ଗ୍ରାଉଟ୍ ପାଣି ଓ ଅନ୍ୟାନ୍ୟ ତରଳ ପଦାର୍ଥର ଲିକେଜ୍‌‌କୁ ପ୍ରତିରୋଧ କରୁଥିବା ଏକ ପ୍ରତିବନ୍ଧକ ଭାବେ ମଧ୍ୟ କାମ କରିପାରିଥାଏ।

 

୩. ବର୍ଦ୍ଧିତ ଭାର ବହନ କ୍ଷମତା

ସିମେଣ୍ଟ ଗ୍ରାଉଟିଂ ସାମଗ୍ରୀ ଭଳି ଗ୍ରାଉଟ୍ ଅଧିକ ଶକ୍ତି ଓ ଆଧାର ବା ସପୋର୍ଟ ଯୋଗାଇ ଢାଞ୍ଚାଗୁଡ଼ିକର ଭାର ବହନ କ୍ଷମତାକୁ ବୃଦ୍ଧି କରିଥାଏ।

 

୪. କ୍ଷୟ ପ୍ରତିରୋଧ

ଇପକ୍ସି ଗ୍ରାଉଟ୍ ଭଳି କେତେକ ସାମଗ୍ରୀ କ୍ଷୟ ବା କଳଙ୍କି ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଯୋଗାଇଥାଏ, ଯାହା ନିର୍ମାଣ କୃତିର ଜୀବନକାଳ ବୃଦ୍ଧି କରିଥାଏ।

 

୫. ମାଟି ସ୍ଥିରୀକରଣ

ବିଶେଷ କରି ଫାଉଣ୍ଡେସନ୍ କିମ୍ବା ଭୂତଳ ଢାଞ୍ଚାଗୁଡ଼ିକର ନିର୍ମାଣରେ ଗ୍ରାଉଟ୍ ମାଟିକୁ ସ୍ଥିର ରଖିବାର ଅତ୍ୟାବଶ୍ୟକ ଭୂମିକା ତୁଲାଇଥାଏ।

 

୬. ଗର୍ତ୍ତଗୁଡ଼ିକୁ ସିଲ୍ କରିବା

ଗ୍ରାଉଟ୍ ଫଳପ୍ରଦ ଭାବ ଗର୍ତ୍ତ/ରନ୍ଧ୍ର ଏବଂ ଫାଙ୍କଗୁଡ଼ିକୁ ସିଲ୍ କରିପାରିଥାଏ, ଯାହା ଫଳରେ ଜଳର ଅତିକ୍ରମଣ କିମ୍ବା ମାଟିର ଅନୁପ୍ରବେଶ ଘଟି ନ ଥାଏ।

 

୭. ଢାଞ୍ଚାର ମରାମତି

କଂକ୍ରିଟ୍‌‌ରେ ଥିବା ଫାଟ ଏବଂ କ୍ଷତିଗୁଡ଼ିକୁ ମରାମତି କରିବା ପାଇଁ ପ୍ରାୟତଃ ରେଜିନ୍ ଓ ଇପକ୍ସି ଗ୍ରାଉଟ୍ ବ୍ୟବହାର କରାଯାଇଥାଏ।



ସଂକ୍ଷେପରେ, ନିର୍ମାଣ କାର୍ଯ୍ୟରେ ଗ୍ରାଉଟିଂ କ’ଣ ତାହା ବୁଝିବା ଦ୍ୱାରା ଆମେ ଏହା ହୃଦୟଙ୍ଗମ କରିଥାଉ ଯେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଅଟେ, କାରଣ ନିର୍ମିତ ଢାଞ୍ଚାଗୁଡ଼ିକର ସ୍ଥିରତା, ଶକ୍ତି ଏବଂ ସ୍ଥାୟିତ୍ୱକୁ ବୃଦ୍ଧି କରିଥାଏ। ନିର୍ମାଣ ବୃତ୍ତିଧାରୀମାନେ ନିରନ୍ତର ଭାବେ ଖର୍ଚ୍ଚ-ସାଶ୍ରୟୀ ଏବଂ ଦୀର୍ଘସ୍ଥାୟୀ ନିର୍ମାଣ ସମାଧାନଗୁଡ଼ିକର ସନ୍ଧାନରେ ଥାଆନ୍ତି, ତେଣୁ ଉପଯୁକ୍ତ ଗ୍ରାଉଟିଂ କୌଶଳଗୁଡ଼ିକୁ ବୁଝିବା ଏବଂ ତାହାକୁ କାର୍ଯ୍ୟକାରୀ କରିବା ଦ୍ୱାରା ଅଧିକ ସଫଳ ଓ ଅଧିକ ଦୀର୍ଘସ୍ଥାୟୀ ପ୍ରକଳ୍ପ ସୁନିଶ୍ଚିତ ହୋଇପାରିଥାଏ।



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧) ପୁନର୍ବାର ଗ୍ରାଉଟିଂ କରିବା ପୂର୍ବରୁ ମୋତେ ପୁରୁଣା ଗ୍ରାଉଟ୍‌‌କୁ ହଟାଇବାକୁ ପଡ଼ିବ କି?

ହଁ, ପୁନଃଗ୍ରାଉଟିଂ କରିବା ପୂର୍ବରୁ ପୁରୁଣା ଗ୍ରାଉଟ୍‌‌କୁ ହଟାଇବା ପରାମର୍ଶଯୋଗ୍ୟ ଅଟେ। ଉପଯୁକ୍ତ ବନ୍ଧନକୁ ସୁନିଶ୍ଚିତ କରିବା ପାଇଁ ପୁରୁଣା ଗ୍ରାଉଟ୍‌‌କୁ ହଟାଇବା ଆବଶ୍ୟକ ହୋଇଥାଏ କାରଣ ଏଥିରେ ଫିମ୍ପି କିମ୍ବା ଧୂଳିମଳି ରହିଥାଇପାରେ। ପୁରୁଣା କିମ୍ବା କ୍ଷତିଗ୍ରସ୍ତ ଗ୍ରାଉଟ୍‌‌କୁ ସେମିତି ଛାଡ଼ି ଦେଲେ ନୂଆ ଗ୍ରାଉଟ୍ ସ୍ତରଟି ଏତେ ଫଳପ୍ରଦ ହେବନାହିଁ।

 

୨) ଗ୍ରାଉଟ୍‌‌କୁ ଅଧିକ ସମୟ ଛାଡ଼ିଦେଲେ କ’ଣ ଘଟିଥାଏ?

ଗ୍ରାଉଟ୍‌‌କୁ ସଫା ନ କରି ବହୁତ ସମୟ ଧରି ସେମିତି ଛାଡ଼ିଦେଲେ, ତାହା ଟାଇଲ୍ ପୃଷ୍ଠଭାଗ ଉପରେ କଠିନତା ହାସଲ କରେ ଏବଂ ତାହାକୁ ଛଡ଼ାଇବା କଷ୍ଟକର ହୋଇପଡ଼େ। ଏହା ଆଖିକୁ ଅସୁନ୍ଦର ଦେଖାଯିବା ସହିତ ସଫା କରିବା ପାଇଁ ଅତିରିକ୍ତ ପରିଶ୍ରମ ଆବଶ୍ୟକ କରିଥାଏ।

 

୩) ଗ୍ରାଉଟ୍ ସେଟ୍ ହେବା ପାଇଁ କେତେ ସମୟ ନେଇଥାଏ?

ଅଧିକାଂଶ ମାନକ ଗ୍ରାଉଟ୍ କିଓର୍ ହେବା ଓ ସମ୍ପୂର୍ଣ୍ଣ ଭାବେ ସେଟ୍ ହେବା ପାଇଁ ୨୪ରୁ ୪୮ ଘଣ୍ଟା ସମୟ ଆବଶ୍ୟକ କରିଥାଏ। ହେଲେ, ଗ୍ରାଉଟ୍‌‌ର ପ୍ରକାରଭେଦ, ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଏବଂ ଆର୍ଦ୍ରତା ସ୍ତର ଓ ତାପମାତ୍ରା ଭଳି ବିଭିନ୍ନ କାରକ ଉପରେ ନିର୍ଭର କରି ଏହି ସମୟ ଭିନ୍ନ ଭିନ୍ନ ହୋଇପାରେ।

 

୪) ଗ୍ରାଉଟିଂ ପୂର୍ବରୁ ଆପଣ ଟାଇଲ୍ସକୁ ଭିଜାଇବା ଆବଶ୍ୟକ କି?

ସ୍ୱାଭାବିକ ପରିସ୍ଥିତିରେ, ସାଧାରଣତଃ ଗ୍ରାଉଟିଂ ପୂର୍ବରୁ ଟାଇଲ୍ସକୁ ଭିଜାଇବା ଆବଶ୍ୟକ ହୋଇ ନ ଥାଏ । ହେଲେ ଅତ୍ୟଧିକ ତାତି ଓ କମ୍ ଆର୍ଦ୍ରତା ରହୁଥିବା ପରିବେଶଗୁଡ଼ିକରେ ଟାଇଲ୍ସକୁ ଓଦା କରିବା ଦ୍ୱାରା ଟାଇଲ୍ ଗ୍ରାଉଟ୍‌‌ରୁ ଶୀଘ୍ର ଆର୍ଦ୍ରତା ଟାଣିନେବା ପ୍ରତିରୋଧିତ ହୋଇଥାଏ।

 

୫) ଗ୍ରାଉଟିଂ ପାଇଁ କେଉଁ ସିମେଣ୍ଟ ବ୍ୟବହୃତ ହୋଇଥାଏ?

ସାଧାରଣତଃ, ଗ୍ରାଉଟିଂ ପାଇଁ ଅଣ-ସଙ୍କୋଚନକ୍ଷମ, ଉଚ୍ଚ-ଶକ୍ତିସମ୍ପନ୍ନ, ତରଳ ସିମେଣ୍ଟ ଗ୍ରାଉଟ୍ ତାହାର ସଙ୍କୁଚିତ ନ ହେବା ଏବଂ ଉଚ୍ଚ-ପ୍ରବାହକ୍ଷମତା କାରଣରୁ ବ୍ୟବହୃତ ହୋଇଥାଏ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....