ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ବେଡ୍‌‌ରୁମ୍ ପାଇଁ ୭ଟି ସରଳ ବାସ୍ତୁ ଉପଦେଶ

ବ୍ୟକ୍ତିଙ୍କ ପାଇଁ ତାଙ୍କର ବେଡ୍‌‌‌‌ରୁମ୍ ଘରର ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ହୋଇଥାଏ, ଯେଉଁଠି ସେ ନିଜର ଅବକାଶ ସମୟରେ ବିଶ୍ରାମ ନେଇପାରନ୍ତି । ବିରତି ଓ ଅବକାଶ ପାଇଁ ଉଦ୍ଦିଷ୍ଟ ଏହି ଜାଗାଟି ବ୍ୟକ୍ତିଙ୍କ ପାଇଁ ଅତି ନିଜର ଓ ଖାସ୍ ବ୍ୟକ୍ତିଗତ ଜାଗା ହୋଇଥାଏ । ତେଣୁ ଏହି ଜାଗାରେ ଏକ ସକାରାତ୍ମକ ଏବଂ ଶାନ୍ତ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ସଠିକ୍ ଶକ୍ତିର ବିଚ୍ଛୁରଣ ହେବା ଆବଶ୍ୟକ ହୋଇଥାଏ ।

ଏଠାରେ ବାସ୍ତୁ ଶାସ୍ତ୍ର ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ବେଡ୍‌‌‌‌ରୁମ୍‌‌କୁ ସକାରାତ୍ମକ ଶକ୍ତି ବିଚ୍ଛୁରଣ କରୁଥିବା ଏକ ସୁରକ୍ଷିତ ଜାଗାରେ ପରିଣତ କରିବା ନିମନ୍ତେ ବେଡ୍‌‌ରୁମ୍ ପାଇଁ ସଠିକ୍ ବାସ୍ତୁ ଶାସ୍ତ୍ର ଅତି ଜରୁରୀ ହୋଇଥାଏ, ଯାହା ଫଳରେ ବ୍ୟକ୍ତି ଶାନ୍ତି ଅନୁଭବ କରିପାରନ୍ତି ।

Share:




ବାସ୍ତୁ ଶାସ୍ତ୍ର ଅନୁସାରେ ନିଜର ବେଡ୍‌‌ରୁମ୍ ନିର୍ମାଣ କରିବାର ମହତ୍ତ୍ୱ

ଲୋକମାନେ ଆପଣାର ଅନୁଭୂତି ପାଇବା ପାଇଁ ନିଜର ଘର ଓ ବେଡ୍‌‌ରୁମ୍ ତିଆରି କରିଥାନ୍ତି ଏବଂ ସଠିକ୍ ବାସ୍ତୁ ଏହା ସୁନିଶ୍ଚିତ କରିଥାଏ ଯେ, ବ୍ୟକ୍ତି ସାରା ଦିନର କ୍ଳାନ୍ତିପୂର୍ଣ୍ଣ କାର୍ଯ୍ୟ ପରେ ଶାନ୍ତିରେ ବିଶ୍ରାମ ନେଇପାରିବେ । କେବଳ ଏତିକି ନୁହେଁ, ଦିନସାରା ଆମେ କାମ, ଲେଖାଲେଖି, ନିଜ ରୁଚିରେ ମନୋନିବେଶ କରିଥାଉ ଓ ଅନ୍ୟାନ୍ୟ ବହୁତ କିଛି କାମ କରିଥାଉ, ହେଲେ, ସେହି କାମଗୁଡ଼ିକ ସରିଗଲେ ମନ ଚାହିଁଥାଏ ବାକି ଦୁନିଆରୁ ଦୂରରେ ଆପଣାର ଏକ ଜାଗା ଯେଉଁଠି ଆମେ ଶାନ୍ତିରେ ବିଶ୍ରାମ ନେଇପାରିବା । ବେଡ୍‌‌ରୁମ୍‌‌ ପାଇଁ ବାସ୍ତୁଶାସ୍ତ୍ର ଆମକୁ ଆମ ରୁମ୍‌‌ରେ ସକାରାତ୍ମକ ଶକ୍ତିର ପ୍ରବାହ କରିବା ତଥା ଆମର ସ୍ୱାସ୍ଥ୍ୟ, ଧନ ଏବଂ ସଫଳତାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ ।


ବାସ୍ତୁ ଅନୁସାରେ ମାଷ୍ଟର୍ ବେଡ୍‌‌ରୁମ୍

 

ବିଧି: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ଉପଦେଶ ଅନୁସାରେ, ବେଡ୍‌‌ରୁମ୍ ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ ।

 

ମୁଖ୍ୟ କବାଟର ଅବସ୍ଥିତି: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ମାର୍ଗଦର୍ଶନ ଅନୁଯାୟୀ, ବେଡ୍‌‌ରୁମ୍‌‌ର କବାଟ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଖୋଲୁଥିବା ଆବଶ୍ୟକ, ତାହାକୁ ଖୋଲିବା/ବନ୍ଦ କରିବା ସମୟରେ କଁ କଁ ଶବ୍ଦ ନ ଆସୁଥିବା ଉଚିତ୍ ଏବଂ ତାହା ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ ରହିବା ଆବଶ୍ୟକ ।

 

ଖଟର ଅବସ୍ଥିତି: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ସିଦ୍ଧାନ୍ତ ଅନୁସାରେ, ଖଟକୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖାଯିବା ଉଚିତ୍ ଯାହାଫଳରେ ଗୋଡ଼ ଉତ୍ତର କିମ୍ବା ପୂର୍ବ ଦିଗରେ ରହୁଥିବ । ଏହା କୋଠରୀର କଣରେ ନ ରଖାଯାଇ ତାହାର ମଝିଆମଝି ରଖାଯିବା ଉଚିତ୍ ।

 

ରଙ୍ଗ: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ମାର୍ଗଦର୍ଶନ ଅନୁଯାୟୀ, ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ଆଦର୍ଶ ରଙ୍ଗଗୁଡ଼ିକ ହେଉଛି ଧୂସର, ସବୁଜ, ଗୋଲାପୀ ଏବଂ ନୀଳ, ଧଳା କିମ୍ବା ହାଲୁକା ରଙ୍ଗ ।

 

କପଡ଼ା ଆଲମାରୀର ଅବସ୍ଥିତି: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ଉପଦେଶ ଅନୁସାରେ କପଡ଼ା ଆଲମାରୀକୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖାଯାଇପାରିବ କାରଣ ଏହି ଦିଗଗୁଡ଼ିକ ସକାରାତ୍ମ ଶକ୍ତି ବିଚ୍ଛୁରଣ କରିଥାନ୍ତି ।

 

ସାଜସଜ୍ଜା: ମାଷ୍ଟର୍ ବେଡ୍‌‌ରୁମ୍ ପାଇଁ ବାସ୍ତୁ ମାର୍ଗଦର୍ଶନ ଅନୁଯାୟୀ, କାନ୍ଥରେ ଶାନ୍ତ ଭୂଦୃଶ୍ୟ କିମ୍ବା ମହାସାଗରର ଚିତ୍ର ରହିବା ଭଲ ଏବଂ ହିଂସା ପ୍ରଦର୍ଶିତ କରୁଥିବା ଚିତ୍ର କାନ୍ଥରେ ଟଙ୍ଗାଇବା ଉଚିତ ନୁହେଁ ।


ବେଡ୍‌ରୁମ୍‌‌ ପାଇଁ ସରଳ ବାସ୍ତୁ ଉପଦେଶ


ବେଡ୍‌‌ରୁମ୍‌‌ର ଦିଗ

 

  • ବାସ୍ତୁ ଅନୁସାରେ ବେଡ୍‌‌ରୁମ୍‌‌ର ଆଦର୍ଶ ଦିଗ ହେଉଛି ଉତ୍ତର ଦିଗ, ଏହା କ୍ୟାରିୟର୍‌‌ ସମ୍ବନ୍ଧୀୟ ସଫଳତା ଆଣିବାରେ ସହାୟକ ହୋଇଥାଏ ।
 
  • ବେଡ୍‌‌ରୁମ୍ ପାଇଁ ବାସ୍ତୁ ଉପଦେଶ ଅନୁସାରେ, ପଶ୍ଚିମ ଦିଗ ମଧ୍ୟ ବେଡ୍‌‌ରୁମ୍‌‌ ପାଇଁ ଏକ ଭଲ ଦିଗ ଅଟେ, କାରଣ ଏହା ଧନକୁ ଆମନ୍ତ୍ରଣ କରିଥାଏ ।
 
  • ବେଡ୍‌‌ରୁମ୍‌‌କୁ ଘରର ମଝିଆମଝି, ଉତ୍ତରପୂର୍ବ ଏବଂ ଦକ୍ଷିଣପୂର୍ବ ଦିଗରେ ରଖନ୍ତୁ ନାହିଁ ।

ବାସ୍ତୁ ଅନୁସାରେ ଖଟର ଦିଗ, ଆକାର ଏବଂ ଅବସ୍ଥିତି:

 

  • ବାସ୍ତୁ ଅନୁସାରେ ଖଟର ଆଦର୍ଶ ଦିଗ ହେଉଛି ରୁମ୍‌‌ର ଦକ୍ଷିଣ-ପଶ୍ଚିମ ଦିଗ ।
 
  • ଖଟଟି କାଠ ନିର୍ମିତ ହୋଇଥିବା ଏବଂ ତାହା ବର୍ଗାକାର କିମ୍ବା ଆୟତାକାର ହୋଇଥିବା ଉଚିତ୍ ।
 
  • ଖଟକୁ ବିମ୍‌‌ର ଠିକ୍ ତଳେ ରଖାଯିବା ଉଚିତ ନୁହେଁ ।
 
  • ଖଟର ଦିଗ ପାଇଁ ବାସ୍ତୁ ଅନୁସାରେ, ଖଟଟି ରୁମ୍‌‌ର ମଝିଆମଝି ରହିବା ଉଚିତ ଏବଂ କାନ୍ଥର ଅତି ନିକଟରେ ରହିବା ଉଚିତ ନୁହେଁ ।

ବାସ୍ତୁ ଅନୁସାରେ ଶୋଇବାର ଦିଗ:

 

ଏହା ସୁପାରିସ କରାଯାଏ ଯେ, ଆପଣ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗରେ ଏବଂ ଆପଣଙ୍କର ଗୋଡ଼ ଉତ୍ତର କିମ୍ବା ପଶ୍ଚିମ ଦିଗରେ ରହିବା ଉଚିତ । ଏହା ଫଳରେ ଆପଣଙ୍କ ଶରୀର ସକାରାତ୍ମକ ଶକ୍ତିକୁ ଅବଶୋଷିତ କରିପାରିଥାଏ । ମୁଣ୍ଡକୁ ଉତ୍ତର ଦିଗରେ ରଖି କଦାପି ଶୁଅନ୍ତୁ ନାହିଁ ।


ଆଇନା, କପଡ଼ା ଆଲମାରୀ ଏବଂ ଡ୍ରେସିଂ ଟେବୁଲର ଅବସ୍ଥିତି:

 

  • ଆପଣଙ୍କ କପଡ଼ା ଆଲମାରୀଟି ବେଡ୍‌ରୁମ୍‌‌ର ଦକ୍ଷିଣ-ପଶ୍ଚିମ ଦିଗରେ ରଖାଯିବା ଉଚିତ୍ । ତାହାର କବାଟ ଯେପରି ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ଖୋଲୁଥାଏ ତାହା ସୁନିଶ୍ଚିତ କରନ୍ତୁ ।

 

  • ଆଇନାକୁ ଉତ୍ତର କିମ୍ବା ପୂର୍ବ ଦିଗରେ ରଖାଯିବା ଉଚିତ୍ । ଏହା ଖଟର ସାମ୍ନାସାମ୍ନି ନ ରହିବା ଉଚିତ୍ । ଶୟନ ସମୟରେ ଆଇନାରେ ନିଜର ପ୍ରତିଫଳନକୁ ଅଶୁଭ ବିଚାର କରାଯାଏ ।

 

  • ମୂଲ୍ୟବାନ୍ ସାମଗ୍ରୀଗୁଡ଼ିକୁ ଉତ୍ତର ଦିଗରେ ରଖାଯିବା ଉଚିତ୍ କାରଣ ସେହିଠାରେ ହିଁ ଧନର ଦେବତା ବାସ କରିଥାନ୍ତି ।

 

  • ଆପଣଙ୍କ କୋଠରୀଟି ଅଳିଆ ଆବର୍ଜନାରୁ ମୁକ୍ତ ହୋଇଥିବା ଉଚିତ୍ କାରଣ ତାହା ଶକ୍ତିର ପ୍ରବାହକୁ ବାଧିତ କରିଥାଏ ।

 

  • ଡ୍ରେସିଂ ଟେବୁଲଟି ଖଟର ପାର୍ଶ୍ୱରେ ରହିବା ଉଚିତ୍ ।

ବେଡ୍‌‌ରୁମ୍ ସିଲିଂ:

 

  • ବିଷମ କିମ୍ବା ଗଡ଼ାଣିଆ ସିଲିଂ ତିଆରି କରନ୍ତୁ ନାହିଁ କାରଣ ତାହା ମାନସିକ ଚାପ ଓ ଅନିଦ୍ରାର କାରଣ ସାଜିଥାଏ ।
  • ସିଲିଂର ଉଚ୍ଚତା ୧୦-୧୨ ଫୁଟ ହେବା ଉଚିତ୍, ଏହାଦ୍ୱାରା ସକାରାତ୍ମକ ଶକ୍ତିକୁ ପ୍ରବାହିତ ହେବା ପାଇଁ ପର୍ଯ୍ୟାପ୍ତ ଜାଗା ମିଳିଥାଏ ।
  • ସିଲିଂଗୁଡ଼ିକ ହାଲୁକା ରଙ୍ଗର ହେବା ଉଚିତ୍, ଗାଢ଼ ରଙ୍ଗର ସିଲିଂ ଦୁର୍ଭାଗ୍ୟ ଏବଂ ବାଧାବିଘ୍ନ ଆଣିଥାଏ ।
  • ସିଲିଂରେ କୌଣସି ସାଜସଜ୍ଜା, ସାଣ୍ଡେଲିୟର୍ କିମ୍ବା ଡିଜାଇନ୍ ନ ରହିବା ଉଚିତ୍ । ତାହା ସାଦା ରହିବା ଆଦର୍ଶ । ଘରର କେନ୍ଦ୍ର ଆଡ଼କୁ କ୍ରମଶଃ ଆସୁଥିବା ଆୟତାକାର କିମ୍ବା ବର୍ଗାକାର ଢାଞ୍ଚାରେ ତିନିଟି ରେଖା ରହିବା ଭଲ ।

ବେଡ୍‌‌ରୁମ୍‌‌ରେ ବାଲ୍‌‌କୋନୀ:

 

  • ବାଲ୍‌‌କୋନୀ ଆଦର୍ଶ ଭାବେ ଉତ୍ତର, ଉତ୍ତରପୂର୍ବ କିମ୍ବା ପୂର୍ବ ଦିଗରେ ନିର୍ମାଣ କରାଯିବା ଉଚିତ୍ ।
  • ବାଲ୍‌‌କୋନୀର କାନ୍ଥ ୯୦ ଡିଗ୍ରୀରେ ମିଶୁଥିବା ଆବଶ୍ୟକ ।
  • ବାଲ୍‌‌କୋନୀର ଉତ୍ତର-ପୂର୍ବ ଭାଗରେ କମ୍ ଉଚ୍ଚତା ବିଶିଷ୍ଟ ବସିବା ଜାଗା ସହିତ କାନ୍ଥରେ ଫୁଲ କିମ୍ବା ତରଙ୍ଗାୟିତ ଛିଟ ରହିବା ଭଲ । ଏହାଦ୍ୱାରା ସୂର୍ଯ୍ୟଙ୍କ ଶକ୍ତି ସହଜରେ ପ୍ରବାହିତ ହେବା ସହ ବାଲ୍‌‌କୋନୀ ସହିତ ସଂଲଗ୍ନ କୋଠରୀ ଆଲୋକିତ ହେବାରେ ସହାୟତା ମିଳିଥାଏ ।

ବେଡ୍‌‌ରୁମ୍‌‌ର ରଙ୍ଗ:

 

  • ଆପଣଙ୍କ ବେଡ୍‌ରୁମ୍‌‌ର ରଙ୍ଗ ହାଲୁକା ଓ କୋମଳ ହେବା ଉଚିତ୍ ।
  • ରୁମ୍ ପାଇଁ ଆଦର୍ଶ ରଙ୍ଗଗୁଡ଼ିକ ହେଲା ଅଫ୍-ହ୍ୱାଇଟ୍, କ୍ରିମ୍, ଗ୍ରେ, ପିଙ୍କ୍ ଏବଂ ବ୍ଲୁ ।
  • କୋଠରୀରେ ହାଲୁକା ଓ ଉଜ୍ଜ୍ୱଳ ରଙ୍ଗ ଏକ ସକ୍ରିୟ ତଥା ଚାପମୁକ୍ତ ପରିବେଶ ଦେଇଥାଏ ଏବଂ ତାହା ଆପଣଙ୍କ ମନୋଦଶାରେ ପରିବର୍ତ୍ତନ ମଧ୍ୟ ଆଣିପାରେ ।
  • ଆପଣ ନିଜ ରୁମ୍‌‌ରେ ଗାଢ଼ ରଙ୍ଗ ବ୍ୟବହାର କରିବାରୁ ବିରତ ରହିବା ଉଚିତ୍ କାରଣ ତାହା ନକାରାତ୍ମକ ଶକ୍ତି ଓ ସ୍ପନ୍ଦନ ଆଣିଥାଏ ।

 

ଆହୁରି ମଧ୍ୟ ପଢ଼ନ୍ତୁ: ନିଜ ଘରକୁ ଚିତ୍ତାକର୍ଷକ ଭାବେ କିପରି ରଙ୍ଗ କରିବେ




ଏବେ ଆପଣ ନିଜ ବେଡ୍‌ରୁମ୍ ପାଇଁ ସଠିକ୍ ବାସ୍ତୁ ସମ୍ପର୍କରେ ସବୁକିଛି ଜାଣିଲେ । ତେଣୁ ନିଜର ପବିତ୍ର ସ୍ଥାନକୁ ସକାରାତ୍ମକ ଏବଂ ଶାନ୍ତ ସ୍ପନ୍ଦନରେ ପରିପୂର୍ଣ୍ଣ କରନ୍ତୁ ।

ବେଡ୍‌‌ରୁମ୍ ବ୍ୟତୀତ ଆପଣଙ୍କ ୱାଶ୍‌‌ରୁମ୍ ମଧ୍ୟ ଏପରି ଏକ ଜାଗା ଯେଉଁଠି ଆପଣ ବେଶ୍ କିଛି ସମୟ ଅତିବାହିତ କରନ୍ତି ଏବଂ ସେଠାରେ ଆପଣଙ୍କ ମନରେ ଅନେକ ଚିନ୍ତା ଓ ବିଚାର ଆସିଥାଏ । ସଠିକ୍ ବାସ୍ତୁ ସହିତ ତାହାକୁ ତିଆରି କରନ୍ତୁ ଏବଂ ନିଜ ୱାଶ୍‌ରୁମ୍‌‌କୁ ଏକ ଆନନ୍ଦଦାୟକ ଜାଗାରେ ପରିଣତ କରନ୍ତୁ । ୱାଶ୍‌‌ରୁମ୍ ପାଇଁ ବାସ୍ତୁ ସମ୍ପର୍କରେ ଅଧିକ ପଢ଼ନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....