ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ପ୍ଲାଷ୍ଟରିଂର ଉଦ୍ଦେଶ୍ୟ ଏବଂ ବିଭିନ୍ନ ପ୍ରକାର ପ୍ଲାଷ୍ଟରିଂକୁ ବୁଝିବା

ପ୍ରାଚୀନ ସଭ୍ୟତାରୁ ଆରମ୍ଭ କରି ଆଧୁନିକ ନିର୍ମାଣ ପର୍ଯ୍ୟନ୍ତ, ପ୍ଲାଷ୍ଟରିଂ ବା ପଲସ୍ତରା କାମ ଏହାର ମହତ୍ତ୍ୱକୁ ବଜାୟ ରଖିଛି, ସମୟ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ନିଜକୁ କ୍ରମବିକଶିତ କରିଆସିଛି। କାନ୍ଥ ଏବଂ ସିଲିଂଗୁଡ଼ିକରେ ଏକ ଚିକ୍କଣ, ମାର୍ଜିତ ଏବଂ ଆଖିକୁ ସୁନ୍ଦର ଦେଖାଯାଉଥିବା ପୃଷ୍ଠଭାଗ ପାଇଁ ଗୃହ ନିର୍ମାଣରେ ପ୍ଲାଷ୍ଟରିଂକୁ ଏକ ଜରୁରୀ ଅଙ୍ଗ ରୂପେ ବିବେଚନା କରାଯିବା ଆବଶ୍ୟକ।

Share:


ପ୍ଲାଷ୍ଟରିଂ ‘ଗୋଟିଏ ଜିନିଷ ସମସ୍ତଙ୍କୁ ସୁହାଉଥିବା’ ଭଳି ସମାଧାନ ନୁହେଁ; ଉଦ୍ଦେଶ୍ୟ, ବ୍ୟବହୃତ ସାମଗ୍ରୀ ଏବଂ ବାଞ୍ଛିତ ଚୂଡ଼ାନ୍ତ ରୂପ ଭିତ୍ତିରେ ଏହା ଭିନ୍ନ ଭିନ୍ନ ହୋଇଥାଏ। କେଉଁ ପ୍ରକାର ପ୍ଲାଷ୍ଟରିଂ କୌଶଳ ଚୟନ କରାଯାଇଛି ତାହା ସମ୍ପୃକ୍ତ ଜାଗାର ସାମଗ୍ରିକ ରୂପ ଓ ଅନୁଭୂତିକୁ ପ୍ରଭାବିତ କରିଥାଏ। ନିଜ ଘରର ଆଭ୍ୟନ୍ତରୀଣ କାନ୍ଥଗୁଡ଼ିକୁ ନବୀକୃତ କରିବାକୁ ଚାହୁଁଥିବା ଆପଣ ଜଣେ ଘର ମାଲିକ ହୁଅନ୍ତୁ କିମ୍ବା ନୂଆ ନିର୍ମାଣରେ ଜଡ଼ିତ ଜଣେ ବିଲ୍ଡର୍ ହୁଅନ୍ତୁ କିମ୍ବା ନିର୍ମାଣ ଜଗତ ଓ ଡିଜାଇନ୍‌‌ରେ ରୁଚି ରଖୁଥିବା ବ୍ୟକ୍ତି ହୁଅନ୍ତୁ, ଏହି ମାର୍ଗଦର୍ଶିକା ପ୍ଲାଷ୍ଟରିଂ ପଦ୍ଧତିର ବିବିଧ ଦୃଶ୍ୟଚିତ୍ର ସମ୍ପର୍କରେ ମୂଲ୍ୟବାନ ଜାଣିବାଯୋଗ୍ୟ କଥାଗୁଡ଼ିକୁ ଜଣାଇବ। ପାରମ୍ପରିକରୁ ଆରମ୍ଭ କରି ସାମ୍ପ୍ରତିକ ପଦ୍ଧତି ପର୍ଯ୍ୟନ୍ତ ଆମେ ପ୍ରତ୍ୟେକ ପ୍ରକାରର ଅନନ୍ୟ ବୈଶିଷ୍ଟ୍ୟ, ଲାଭ ଏବଂ ପ୍ରୟୋଗ ସମ୍ପର୍କରେ ଆଲୋଚନା କରିବା।



ପ୍ଲାଷ୍ଟରିଂ କ’ଣ?

ପ୍ଲାଷ୍ଟରିଂ ବା ପଲସ୍ତରା କାମ ହେଉଛି ନିର୍ମାଣ ଉଦ୍ୟୋଗର ଏକ ପ୍ରାଚୀନ କୌଶଳ, ଯେଉଁଥିରେ କାନ୍ଥ, ସିଲିଂ କିମ୍ବା ପାର୍ଟିସନ୍‌‌ଗୁଡ଼ିକର ପୃଷ୍ଠଭାଗ ଉପରେ ଚୂନ କିମ୍ବା ସିମେଣ୍ଟ, ବାଲି ଓ ପାଣିର ମିଶ୍ରଣର ଏକ ପତଳା ପଲସ୍ତର ଆଚ୍ଛାଦନ ଦିଆଯାଇଥାଏ। ପ୍ଲାଷ୍ଟରିଂର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଏହି ପୃଷ୍ଠଭାଗଗୁଡ଼ିକୁ ଏକ ମସୃଣ ଏବଂ ନିରବଚ୍ଛିନ୍ନ ଚୂଡ଼ାନ୍ତ ରୂପ ବା ଫିନିଶ୍ ଦେବା, ଇଟା, କଂକ୍ରିଟ୍ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର କାମକୁ ଲୁଚାଇବା। ଯଦିଓ ଏହା ପ୍ରତୀତ ହୋଇପାରେ ଯେ ଏହି କାମ କେବଳ ସୌନ୍ଦର୍ଯ୍ୟ ପାଇଁ କରାଯାଏ, କିନ୍ତୁ କାନ୍ଥ ଓ ସିଲିଂର ସୁରକ୍ଷା, ସ୍ଥାୟିତ୍ୱ, ସମତଳୀକରଣ ଏବଂ ସଳଖକରଣ ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟରେ ପ୍ଲାଷ୍ଟରିଂ ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।


ପ୍ଲାଷ୍ଟରିଂର ବିଭିନ୍ନ ପ୍ରକାରଭେଦ



ଅନେକ ପ୍ରକାରର ପଲସ୍ତରା ବା ପ୍ଲାଷ୍ଟର ରହିଛି ଏବଂ ତାହା ବିଭିନ୍ନ ଆବଶ୍ୟକତା, ପରିବେଶ ପରିସ୍ଥିତି ଏବଂ ସୌନ୍ଦର୍ଯ୍ୟଗତ ପସନ୍ଦକୁ ସୁହାଇଥାଏ। ଆସନ୍ତୁ, ପ୍ଲାଷ୍ଟରିଂର ସବୁଠାରୁ ସାଧାରଣ ଭାବେ ବ୍ୟବହୃତ କେତୋଟି ପ୍ରକାର ଉପରେ ନଜର ପକାଇବା।

 

 

୧. ସିମେଣ୍ଟ ପ୍ଲାଷ୍ଟରିଂ



ସିମେଣ୍ଟ ପ୍ଲାଷ୍ଟରିଂକୁ ପ୍ରାୟତଃ ସିମେଣ୍ଟ ରେଣ୍ଡରିଂ କୁହାଯାଇଥାଏ। ଏଥିରେ ସିମେଣ୍ଟ, ବାଲି ଏବଂ ପାଣିର ଏକ ମିଶ୍ରଣକୁ ପ୍ରୟୋଗ କରାଯାଇଥାଏ। ଏହି କୌଶଳ ଦ୍ୱାରା ଏକ ଶକ୍ତିଶାଳୀ ଓ ଦୀର୍ଘସ୍ଥାୟୀ ପୃଷ୍ଠଭାଗ ପ୍ରାପ୍ତ ହୋଇଥାଏ ଯାହା ପାଣିପାଗ ଓ ପରିବେଶୀୟ ପରିସ୍ଥିତି ପ୍ରତିରୋଧୀ ହୋଇଥାଏ। ଏହାକୁ ସାଧାରଣତଃ ପରିବେଶୀୟ ପ୍ରଭାବ ବିରୁଦ୍ଧରେ ସୁରକ୍ଷା ପାଇଁ ବାହ୍ୟ ଅଂଶଗୁଡ଼ିକରେ ବ୍ୟବହାର କରାଯାଏ ଏବଂ ଏହାର ବହୁମୁଖୀ ଉପଯୋଗିତା ଅନେକ ଟେକ୍ସର୍ ଏବଂ ଫିନିଶ୍‌‌‌ କରିବା ପାଇଁ ଅନୁମତି ଦେଇଥାଏ।

 

 

୨. ଜିପସମ୍ ପ୍ଲାଷ୍ଟରିଂ



ଜିପସମ୍ ପ୍ଲାଷ୍ଟରିଂ, ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ନାମରେ ମଧ୍ୟ ଜଣାଶୁଣା ଅଟେ। ଏହା ଆଭ୍ୟନ୍ତରୀଣ ପୃଷ୍ଠଭାଗ ପାଇଁ ଏକ ଲୋକପ୍ରିୟ ପସନ୍ଦ ଅଟେ। ଜିପସମ୍ ଏକ ପ୍ରାକୃତିକ ଭାବେ ମିଳୁଥିବା ଖଣିଜ ଦ୍ରବ୍ୟ ହୋଇଥାଏ, ଯାହା ପାଣି ସହିତ ମିଶିଲେ ଏକ ମସୃଣ ପେଷ୍ଟରେ ପରିଣତ ହୁଏ ଏବଂ ଶୀଘ୍ର ଶୁଖିଯାଇ ଏକ ସଫା, ମାର୍ଜିତ ରୂପ ଦେଇଥାଏ। ଏହାର ଅଗ୍ନିନିରୋଧୀ ଗୁଣଧର୍ମ ପାଇଁ ଏହି ପ୍ରକାର ପ୍ଲାଷ୍ଟରିଂକୁ ଖୁବ୍ ପସନ୍ଦ କରାଯାଏ ଏବଂ ଏହାକୁ ପ୍ରାୟତଃ ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ପ୍ରାଥମିକ ହୋଇଥିବା ସ୍ଥାନଗୁଡ଼ିକରେ ବ୍ୟବହାର କରାଯାଇଥାଏ।

 

 

୩. କାଦୁଅ ପ୍ଲାଷ୍ଟରିଂ



କାଦୁଅ ପ୍ଲାଷ୍ଟରିଂ ଏକ ପ୍ରାଚୀନ ପଲସ୍ତରା କୌଶଳ ଅଟେ। ଏଥିରେ ସ୍ଥାନୀୟ ଉତ୍ସରୁ ପ୍ରାପ୍ତ କାଦୁଅକୁ କୁଟା, ଏପରିକି ଗୋବର ଭଳି ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀ ସହିତ ମିଶ୍ରଣ କରାଯାଇଥାଏ। ଏହା ଏକ ପରିବେଶ ଅନୁକୂଳ ଉପାୟ ଅଟେ ଯାହା ଏକ ଗ୍ରାମୀଣ ଏବଂ ମାଟିଆ ଫିନିଶ୍ ଦେଇଥାଏ ଏବଂ ଉତ୍କୃଷ୍ଟ ତାପଜ ଇନସୁଲେସନ୍ ଏବଂ ବାୟୁ ଚଳାଚଳ ଓ ବାଷ୍ପୀଭବନ ସାମର୍ଥ୍ୟ ଯୋଗାଇଥାଏ, ତେଣୁ ଏହା ଉଭୟ ପାରମ୍ପରିକ ତଥା ଚିରପୋଷଣକ୍ଷମ ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ ଅଟେ।

 

 

୪. ଚୂନ ପ୍ଲାଷ୍ଟରିଂ



ଚୂନ ବା ଲାଇମ୍ ପ୍ଲାଷ୍ଟରିଂରେ ଚୂନକୁ ମୁଖ୍ୟ ବନ୍ଧନକାରୀ ସାମଗ୍ରୀ ଭାବେ ବ୍ୟବହାର କରାଯାଏ। ଏହା ଅନେକ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସିଛି କାରଣ ଏହା ନିଜର ବାୟୁ ଚଳାଚଳ ଓ ବାଷ୍ପୀଭବନ କ୍ଷମତା, ନମନୀୟତା ପାଇଁ ସୁପରିଚିତ ଅଟେ, ଯାହା ଫଳରେ ଢାଞ୍ଚାଗୁଡ଼ିକ ପରିବର୍ତ୍ତନଶୀଳ ପରିସ୍ଥିତି ସହ ଖାପ ଖୁଆଇବାରେ ସକ୍ଷମ ହୋଇପାରିଥାଏ। ଚୂନ ପ୍ଲାଷ୍ଟର ପ୍ରାୟତଃ ଐତିହାସିକ ସୌଧ ଏବଂ ଏପରି ପୁନରୁଦ୍ଧାର ପ୍ରକଳ୍ପଗୁଡ଼ିକରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳେ, ଯେଉଁଠି ଢାଞ୍ଚାର ମୂଳ ରୂପକୁ ସଂରକ୍ଷିତ ରଖିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।

 

 

୪. ଜଳନିରୋଧୀ ପ୍ଲାଷ୍ଟର

ଜଳନିରୋଧୀ ବା ୱାଟରପ୍ରୁଫ୍ ପ୍ଲାଷ୍ଟର, ଏହାର ନାମ ସୂଚାଉଥିବା ଅନୁଯାୟୀ ପାଣି ଓ ଆର୍ଦ୍ରତାକୁ ବିକର୍ଷିତ କରିବା ପାଇଁ ଡିଜାଇନ୍ ହୋଇଥାଏ। ବାଥରୁମ୍ ଏବଂ ବେସମେଣ୍ଟ ଭଳି ସନ୍ତସନ୍ତିଆ ସ୍ଥାନଗୁଡ଼ିକ ପାଇଁ ଏହା ଏକ ଉତ୍କୃଷ୍ଟ ବିକଳ୍ପ ଅଟେ। ଏହି ପ୍ରକାର ପ୍ଲାଷ୍ଟରିଂରେ ଆଡିଟିଭ୍ ରହିଥାଏ ଯାହା ଜଳ ପ୍ରତିରୋଧି କ୍ଷମତାକୁ ବୃଦ୍ଧି କରିଥାଏ, ତେଣୁ ଜଳଜନିତ କ୍ଷୟକ୍ଷତି ତଥା କବକ/ଫିମ୍ପିର ବିକାଶକୁ ପ୍ରତିରୋଧ କରିବାର ଏହା ଏକ ଫଳପ୍ରଦ ସମାଧାନ ଅଟେ।

 

 

୬. ଷ୍ଟକ୍କୋ ପ୍ଲାଷ୍ଟର



ପ୍ଲାଷ୍ଟରିଂର ଉଦ୍ଦେଶ୍ୟ



ପ୍ଲାଷ୍ଟରିଂର ବିଭିନ୍ନ ପ୍ରକାରଭେଦ ନିର୍ମାଣରେ ବହୁବିଧ ଉଦ୍ଦେଶ୍ୟକୁ ସାଧିତ କରିଥାଏ ଏବଂ ସମସ୍ତ ପ୍ରକାରଭେଦ ଢାଞ୍ଚାଗୁଡ଼ିକର ସାମଗ୍ରିକ କାର୍ଯ୍ୟଦକ୍ଷତା, ସୌନ୍ଦର୍ଯ୍ୟ ଏବଂ ଦୀର୍ଘସ୍ଥାୟିତାରେ ଯୋଗଦାନ ଦେଇଥାଏ। ଆସନ୍ତୁ, ନିର୍ମାଣ ପ୍ରକ୍ରିୟାରେ ପ୍ଲାଷ୍ଟରିଂ କାହିଁକି ଏକ ଜରୁରୀ ସୋପାନ ଅଟେ ତାହାର କେତୋଟି ପ୍ରମୁଖ କାରଣ ଉପରେ ନଜର ପକାଇବା।

 

୧. ମିସ୍ତ୍ରୀକାମର ସ୍ଥାୟିତ୍ୱକୁ ବୃଦ୍ଧି କରିବା

ଇଟା ଯୋଡ଼େଇ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପାଇଁ ପ୍ଲାଷ୍ଟରିଂ ଏକ ସୁରକ୍ଷାମୂଳକ ଢାଲ ଭାବେ କାମ କରିଥାଏ। ଏହା ଧକ୍କା, ପାଣିପାଗର ପ୍ରଭାବ ଏବଂ ତାପମାତ୍ରା ପରିବର୍ତ୍ତନ ଭଳି ବାହ୍ୟ ବଳଗୁଡ଼ିକ ବିରୁଦ୍ଧରେ ସେଗୁଡ଼ିକର ପ୍ରତିରୋଧୀ କ୍ଷମତାକୁ ବୃଦ୍ଧି କରିଥାଏ। ମିସ୍ତ୍ରୀକାମର ଢାଞ୍ଚାଗତ ଅଖଣ୍ଡତାକୁ ସୁଦୃଢ଼ୀକୃତ କରି ପ୍ଲାଷ୍ଟରିଂ ସମଗ୍ର ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱରେ ଯୋଗଦାନ ଦେଇଥାଏ।

 

୨. ପେଣ୍ଟିଂ କାର୍ଯ୍ୟ ପାଇଁ ଏକ ମସୃଣ ପୃଷ୍ଠଭାଗ ଯୋଗାଇବା

ପ୍ଲାଷ୍ଟରିଂର ଅନ୍ୟତମ ମୁଖ୍ୟ କାର୍ଯ୍ୟ ହେଉଛି ଏକ ମସୃଣ ଏବଂ ସମତଳ ପୃଷ୍ଠଭାଗ ଯୋଗାଇବା ଯାହା ପେଣ୍ଟିଂ ଓ ଅନ୍ୟାନ୍ୟ ସାଜସଜ୍ଜାମୂଳକ ଉପଚାର ପାଇଁ ଆଦର୍ଶ ଅଟେ। ପ୍ଲାଷ୍ଟରିଂ ବିନା, ଅସମତଳ ପୃଷ୍ଠଭାଗ ଓ ଅନ୍ୟାନ୍ୟ ଖୁଣଗୁଡ଼ିକ ଅଧିକ ଦୃଶ୍ୟମାନ ହେବ, ଯାହା ଫଳରେ ପୃଷ୍ଠଭାଗର ଚୂଡ଼ାନ୍ତ ରୂପ ବା ଫିନିଶ୍ ଖରାପ ଲାଗିବ।

 

୩. ପରିବେଶୀୟ ଆକ୍ରମଣ ବିରୁଦ୍ଧରେ ସୁରକ୍ଷା ଯୋଗାଇବା

ବର୍ଷା, ପବନ ଏବଂ ଖରା ଭଳି ବାହ୍ୟ ପ୍ରଭାବଗୁଡ଼ିକ ସଂସ୍ପର୍ଶ ଦ୍ୱାରା ବିଲଡିଂ ସାମଗ୍ରୀର ପୃଷ୍ଠଭାଗ ଧୀରେ ଧୀରେ କ୍ଷୟପ୍ରାପ୍ତ ହୋଇଥାଏ। ପ୍ଲାଷ୍ଟରିଂ ଏକ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ଯାହା ଅନ୍ତର୍ନିହିତ ଢାଞଚାକୁ ଏହିସବୁ ପରିବେଶୀୟ ଆକ୍ରମଣରୁ ରକ୍ଷା କରିଥାଏ, ସେଗୁଡ଼ିକର ଗୁଣମାନ ଏବଂ ରୂପକୁ ବହୁ ସମୟ ଧରି ସଂରକ୍ଷିତ ରଖିଥାଏ।

 

୪. ଆର୍ଦ୍ରତାରୁ ସୁରକ୍ଷା ଯୋଗାଇବା

ଆର୍ଦ୍ରତାର ଅନୁପ୍ରବେଶ ବିବିଧ ସମସ୍ୟାର କାରଣ ସାଜିପାରେ। ଯେପରିକି, ଫିମ୍ପିର ବିକାଶ, ସାମଗ୍ରୀଗୁଡ଼ିକର ଅବକ୍ଷୟ ଏବଂ ଢାଞ୍ଚାଗତ ଅସ୍ଥିରତା। ପ୍ଲାଷ୍ଟରିଂ, ବିଶେଷକରି ଯଦି ତାହା ୱାଟରପ୍ରୁଫିଙ୍ଗ କୌଶଳ ସହିତ ମିଶି ପ୍ରୟୋଗ ହୁଏ, ତେବେ ତାହା ଆର୍ଦ୍ରତାକୁ କାନ୍ଥ ଏବଂ ସିଲିଂ ମଧ୍ୟକୁ ଭେଦିବାରୁ ପ୍ରତିରୋଧ କରିଥାଏ ଏବଂ ଢାଞ୍ଚାର ଅଖଣ୍ଡତାକୁ ସୁରକ୍ଷା ଯୋଗାଇଥାଏ।

 

୫. ଅଧିକ ସୁନ୍ଦର ଦୃଶ୍ୟ ଯୋଗାଇବା

ଆଭ୍ୟନ୍ତରୀଣ ଏବଂ ବାହ୍ୟ ଅଂଶର ଦୃଶ୍ୟଗତ ଆକର୍ଷଣକୁ ବୃଦ୍ଧି କରିବାରେ ପ୍ଲାଷ୍ଟରିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ରୁକ୍ଷ ଏବଂ ଅସମତଳ ପୃଷ୍ଠଭାଗକୁ ମାର୍ଜିତ ପୃଷ୍ଠଭାଗରେ ରୂପାନ୍ତରିତ କରିଥାଏ, ଯାହା ପେଣ୍ଟିଂ ତଥା ବିଭିନ୍ନ ଉଜ୍ଜ୍ୱଳ ଏବଂ ଶୋଭାବର୍ଦ୍ଧକ ୱାଲପେପର୍ ପାଇଁ ପ୍ରସ୍ତୁତ ହୋଇଯାଏ।

ସାରାଂଶ



ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

 

୧. ଚୂନ ପ୍ଲାଷ୍ଟର୍ ଫାଟିଥାଏ କି?

ଚୂନ ପ୍ଲାଷ୍ଟର ଶୁଖିବା ସମୟରେ ସଙ୍କୋଚନ କାରଣରୁ ବେଳେବେଳେ ସେଥିରେ କେଶ ଭଳି ସରୁ ସରୁ ଫାଟ ଦେଖାଦେଇଥାରେ। ହେଲେ, ଏଗୁଡ଼ିକ ଅଗଭୀର ହୋଇଥାଏ ଏବଂ ସେଗୁଡ଼ିକୁ ସହଜରେ ମରାମତି କରିହେବ।

 

୨. ପ୍ଲାଷ୍ଟରିଂ ପରେ ପରବର୍ତ୍ତୀ ସୋପାନ କ’ଣ ଅଟେ?

ପ୍ଲାଷ୍ଟରିଂ ପରେ, କାନ୍ଥଗୁଡ଼ିକୁ ପୂର୍ଣ୍ଣ ରୂପେ ଶୁଖିବାକୁ ଦିଆଯାଏ। ଶୁଖିଲା ପରେ, ତାହାର ପରବର୍ତ୍ତୀ ପ୍ରକ୍ରିୟା, ଯାହା ସାଧାରଣତଃ ବାଲିକାଗଜ ଘଷିବା ହୋଇଥାଏ, କରାଯାାଏ। ପେଣ୍ଟିଂ କିମ୍ବା ୱାଲପେପର୍ ଲଗାଇବା ପାଇଁ ଏକ ମସୃଣ ଫିନିଶ୍ ପାଇବା ପାଇଁ ଏହା କରାଯାଇଥାଏ।

 

୩. ପ୍ଲାଷ୍ଟରିଂ ପରେ କିଓରିଂ କେବେଠାରୁ ଆରମ୍ଭ କରାଯିବା ଉଚିତ୍?

ବ୍ୟବହାର କରାଯାଇଥିବା ପ୍ଲାଷ୍ଟରର ପ୍ରକାର ଆଧାରରେ କିଓରିଂର ସମୟ ଭିନ୍ନ ହୋଇପାରେ। ସାଧାରଣତଃ, ସିମେଣ୍ଟ ପ୍ଲାଷ୍ଟର ପାଇଁ କିଓରିଂ ପ୍ଲାଷ୍ଟରିଂର ପରବର୍ତ୍ତୀ ଦିନଠାରୁ ଆରମ୍ଭ କରାଯିବା ଉଚିତ୍ ଏବଂ ତାହା ସର୍ବନିମ୍ନ ୭ ଦିନ ପାଇଁ କରାଯିବା ଆବଶ୍ୟକ।

 

୪. ପ୍ଲାଷ୍ଟରିଂ ପରେ ଆମେ କାନ୍ଥକୁ ରଙ୍ଗ କରିପାରିବା କି?

ହଁ, ପ୍ଲାଷ୍ଟରିଂ ପରେ ଆପଣ କାନ୍ଥଗୁଡ଼ିକୁ ରଙ୍ଗ କରିପାରିବେ; ହେଲେ, ଏହା ସୁନିଶ୍ଚିତ କରିବା ଜରୁରୀ ଯେ ପ୍ଲାଷ୍ଟର ସମ୍ପୂର୍ଣ୍ଣ ରୂପେ ଶୁଖିଯାଇଛି। ପ୍ଲାଷ୍ଟର୍‌‌କୁ ସିଲ୍ କରିବା ଏବଂ ରଙ୍ଗ ଯେପରି କାନ୍ଥରେ ଅବଶୋଷିତ ନ ହୋଇଯାଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଥମେ ଏକ ପ୍ରାଇମିଂ ପେଣ୍ଟ ଲଗାଇବା ପରାମର୍ଶଯୋଗ୍ୟ।

 

୫. ପ୍ଲାଷ୍ଟରିଂ ମିଶ୍ରଣର ଅନୁପାତ କ’ଣ?

ଆଭ୍ୟନ୍ତରୀଣ କାନ୍ଥଗୁଡ଼ିକ ପାଇଁ ସାଧାରଣ ପ୍ଲାଷ୍ଟରିଂ ମିଶ୍ରର ଅନୁପାତ ହେଉଛି ୧ ଭାଗ ସିମେଣ୍ଟ ସହ ୬ ଭାଗ ବାଲି; ବାହ୍ୟ କାନ୍ଥ କିମ୍ବା ଆର୍ଦ୍ରତା ସଂସ୍ପର୍ଶରେ ଆସୁଥିବା ପୃଷ୍ଠଭାଗଗୁଡ଼ିକ ପାଇଁ ଏହି ଅନୁପାତ ୧ ଭାଗ ସିମେଣ୍ଟ ସହ ୪ ଭାଗ ବାଲି ହୋଇଥାଏ। ହେଲେ, ନିର୍ଦ୍ଦିଷ୍ଟ ଆବଶ୍ୟକତା ଭିତ୍ତିରେ ଏହା ବଦଳିପାରେ। 


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....