ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଘରେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଆପଣଙ୍କ ପୂଜା କୋଠରୀ ପାଇଁ ୬ଟି ଉପଦେଶ

‘ବାସ୍ତୁ ଶାସ୍ତ୍ର’ ଏକ ସଂସ୍କୃତ ଶବ୍ଦ ଅଟେ, ଯାହାର ଅର୍ଥ ହେଉଛି ‘ଭାସ୍କର୍ଯ୍ୟର ବିଜ୍ଞାନ’ । ଏଥିରେ ସବୁ ପ୍ରକାର ଭାସ୍କର୍ଯ୍ୟ/ସ୍ଥାପତ୍ୟ ଏବଂ ଡିଜାଇନ୍ ସମ୍ବନ୍ଧୀୟ ଉପଦେଶ ରହିଛି, ଯେପରିକି: ଜାଗା, ବ୍ୟବସ୍ଥା, ଲେ’ଆଉଟ୍, ମାପ ଆଦି । ସକାରାତ୍ମକ ଶକ୍ତି ଆଣିବାରେ ବାସ୍ତୁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

Share:




ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ ପୂଜା କୋଠରୀ ପାଇଁ ବାସ୍ତୁ

 


ପୂଜା କୋଠରୀ ପାଇଁ ବାସ୍ତୁ ଅଧିକ ମହତ୍ତ୍ୱ ରଖିଥାଏ, କାରଣ ଏହା ସମଗ୍ର ଘରର ଆଭା ଓ ବାସ୍ତୁକୁ ନିର୍ଦ୍ଧାରିତ କରିଥାଏ । ବାସ୍ତୁ ବିଶେଷଜ୍ଞଙ୍କ ମତରେ ଘରର ପୂଜା କୋଠରୀ ସକାରାତ୍ମକ ଶକ୍ତି ଓ ସ୍ପନ୍ଦନର କେନ୍ଦ୍ରସ୍ଥଳ ହୋଇଥାଏ । ତେଣୁ, ଘର ନିର୍ମାଣ ସମୟରେ ପୂଜା କୋଠରୀ ପାଇଁ ବାସ୍ତୁକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

 

ପୂଜା କୋଠରୀ ପାଇଁ ବାସ୍ତୁର ମହତ୍ତ୍ୱ

 

ପୂଜା କୋଠରୀ ଘରେ ସକାରାତ୍ମକ ଏବଂ ଶାନ୍ତି ପ୍ରଦାୟକ ଶକ୍ତିର କେନ୍ଦ୍ରବିନ୍ଦୁ ହୋଇଥାଏ । ଆପଣଙ୍କ ଘରେ ଦେବାଦେବୀଙ୍କ ଉପସ୍ଥିତି କାରଣରୁ ଏହା ଦୈବୀ ଶକ୍ତି ବିଚ୍ଛୁରଣ କରିଥାଏ । ଆପଣଙ୍କ ଘର ଯେତେ ବଡ଼ କିମ୍ବା ଛୋଟ ହୋଇଥାଉ ନା କାହିଁକି, ଦେବାଦେବୀଙ୍କ ପାଇଁ ଗୋଟିଏ ପୃଥକ୍ ଜାଗା ଅର୍ଥାତ୍ ପୂଜା କୋଠରୀ ରଖିବା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତା’ସହିତ ସଠିକ୍ ବାସ୍ତୁ ଆପଣଙ୍କ ଘରକୁ ଶାନ୍ତ, ସକାରାତ୍ମକ ଶକ୍ତିକୁ ଆଣିବା ଓ ଆପଣଙ୍କ ଘରେ କେଉଁ ପ୍ରକାର ଶକ୍ତି ପ୍ରବାହିତ ହେବ ତାହା ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।

 

ପୂଜା କୋଠରୀ କେବଳ ଯେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିକୁ ଆଣେ ତାହା ନୁହେଁ, ବରଂ ଆପଣଙ୍କୁ ଦୈବୀ ଶକ୍ତିଗୁଡ଼ିକ ସହ ଏକାକାର କରିବାରେ ମଧ୍ୟ ସହାୟକ ହୋଇଥାଏ । ନକାରାତ୍ମକ ଶକ୍ତିକୁ ଦୂର କରିବା ଏବଂ ଘରକୁ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ କରିବା ପାଇଁ ସଠିକ୍ ବାସ୍ତୁର ପ୍ରୟୋଗ କରାଯିବା ଉଚିତ୍ ।


ପୂଜା କୋଠରୀ ପାଇଁ ବାସ୍ତୁ ଉପଦେଶ

ପୂଜା କୋଠରୀ ପାଇଁ ସଠିକ୍ ବାସ୍ତୁ ସହିତ ଆପଣଙ୍କ ଘରକୁ ସକାରାତ୍ମକ ଏବଂ ଦୈବୀ ଶକ୍ତିର କେନ୍ଦ୍ରସ୍ଥଳରେ ପରିଣତ କରିବା ପାଇଁ ଏଠାରେ ବାସ୍ତୁ ଶାସ୍ତ୍ର ଅନୁଯାୟୀ କେତେକ ଉପଦେଶ ଦିଆଗଲା:

 

  • ୧. ପୂଜା କୋଠରୀର ଅବସ୍ଥିତି:

 

ପୂଜା କୋଠରୀ ପାଇଁ ବାସ୍ତୁ ଅନୁସାରେ, ପୂଜା କୋଠରୀ ପାଇଁ ପ୍ରସ୍ତାବିତ ପ୍ରତ୍ୟେକ ଦିଗ କିଛି ନା କିଛି ଖାସ୍ ମହତ୍ତ୍ୱ ରଖିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂଜା କୋଠରୀର ଅବସ୍ଥିତି ନିର୍ଦ୍ଧାରଣ କରିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

 

  • ଉତ୍ତର ପୂର୍ବ ଦିଗକୁ ପୂଜା କୋଠରୀ ପାଇଁ ସର୍ବୋତ୍ତମ ଦିଗ ବିବେଚନା କରାଯାଏ କାରଣ ତାହାକୁ ପ୍ରଭୁ ଶିବଙ୍କ କ୍ଷେତ୍ର ଭାବେ ବିଚାର କରାଯାଏ, ତେଣୁ ତାହା ସବୁଠାରୁ ଶୁଭ ହୋଇଥାଏ । ତା’ପରେ ଆସିଥାଏ ପୂର୍ବ କିମ୍ବା ଉତ୍ତର ଦିଗ । ଦକ୍ଷିଣ ଦିଗ ଅଭିମୁଖୀ ପୂଜା କୋଠରୀକୁ ବାସ୍ତୁ ଅନୁସାରେ ଅଶୁଭ ମନେ କରାଯାଏ ।
 
  • ସିଡି ତଳେ କିମ୍ବା ୱାଶ୍‌‌ରୁମ୍ ନିକଟରେ ପୂଜା କୋଠରୀ ରଖନ୍ତୁ ନାହିଁ । ଏହିସବୁ ଜାଗାକୁ ପୂଜା କୋଠରୀ ପାଇଁ ଅଶୁଭ ବିବେଚନା କରାଯାଏ ।

 

  • ପୂଜା କୋଠରୀଟି ଯେପରି ତଳ ମହଲା କିମ୍ବା ସର୍ବୋଚ୍ଚ ମହଲାରେ ନ ରହେ ତାହା ସୁନିଶ୍ଚିତ କରନ୍ତୁ । ବାସ୍ତୁ ଅନୁସାରେ ଏପରି ଜାଗାଗୁଡ଼ିକ ପୂଜା କୋଠରୀ ପାଇଁ ଉପଯୁକ୍ତ ନୁହେଁ ।

 

  • ପୂଜା କୋଠରୀର କବାଟ ଓ ଝରକାଗୁଡ଼ିକ ଉତ୍ତର କିମ୍ବା ପୂର୍ବ ଆଡ଼କୁ ଖୋଲୁଥିବା ଉଚିତ୍ ।
 
  • ପୂଜା କୋଠରୀରେ ଏକ ପିରାମିଡ୍ ଆକୃତିର ସିଲିଂ ସୁପାରିସଯୋଗ୍ୟ ଅଟେ । ବାସ୍ତୁ ଅନୁଯାୟୀ ଏହା ସକାରାତ୍ମକ ସ୍ପନ୍ଦନ ଆଣିଥାଏ ।
 
  • ପୂର୍ବମୁହାଁ ଘରଗୁଡ଼ିକ ପାଇଁ ପୂଜା କୋଠରୀ ଉତ୍ତର କିମ୍ବା ପୂର୍ବ କୋଣରେ ଅବସ୍ଥିତ ହେବା ଉଚିତ୍ ।


  1. ୨. ଠାକୁର ବା ପ୍ରତିମାର ଅବସ୍ଥାନ :

 

  • ବାସ୍ତୁ ଅନୁସାରେ ପୂଜା କୋଠରୀରେ ଥିବା ଠାକୁର ପ୍ରତିମାଗୁଡ଼ିକ ପରସ୍ପର ଆଡ଼କୁ ମୁହଁ କରି ନ ରହିବା ଉଚିତ୍ ଏବଂ ତାହା କାନ୍ଥର ନିକଟବର୍ତ୍ତୀ ନ ହେବା ଉଚିତ୍ ।

 

  • ପ୍ରତିମାଗୁଡ଼ିକୁ ଉତ୍ତରପୂର୍ବ ଦିଗରେ ରଖାଯିବା ଉଚିତ୍ ।
 
  • ସୁନିଶ୍ଚିତ କରନ୍ତୁ ଯେ ସମସ୍ତ ପ୍ରତିମା ଗୋଟିଏ ଦିଗ ଆଡ଼କୁ ମୁହଁ କରି ରହିବେ, କିନ୍ତୁ କବାଟ ଆଡ଼କୁ ନୁହେଁ ।
 
  • ପ୍ରତିମାଗୁଡ଼ିକୁ କାନ୍ଥରେ ଭରାଦେଇ ରଖାଯିବା ଉଚିତ ନୁହେଁ । ପ୍ରତିମା ଚାରିପଟେ ଯେପରି ଉତ୍ତମ ରୂପେ ପବନ ପ୍ରବାହିତ ହୁଏ ତାହା ସୁନିଶ୍ଚିତ କରନ୍ତୁ ।
 
  • ପୂଜା କୋଠରୀ ପାଇଁ ବାସ୍ତୁ ଉପଦେଶ ଅନୁସାରେ, ପ୍ରତିମାଗୁଡ଼ିକୁ ଭୂମିରୁ ଅତି କମ୍‌‌ରେ ୬ ଇଞ୍ଚ ଉଚ୍ଚତାରେ ରଖାଯିବା ଉଚିତ୍ ।

 

  • କୋଠରୀରେ ମୃତ ବ୍ୟକ୍ତିମାନଙ୍କ ଚିତ୍ର କିମ୍ବା ହିଂସା ଦର୍ଶାଉଥିବା ଛବି ଟଙ୍ଗାନ୍ତୁ ନାହିଁ ।

 

  • ପ୍ରତିମାଗୁଡ଼ିକ ଯେପରି ଖଣ୍ଡିଆ ଖାବରା ନାହିଁ ତାହା ସୁନିଶ୍ଚିତ କରିନିଅନ୍ତୁ ।

 

  • ଦୀପର ଅବସ୍ଥିତି ଦକ୍ଷିଣ ପୂର୍ବ ଦିଗରେ ହେବା ଉଚିତ୍ ।


  1. ୩. ପବିତ୍ର ବସ୍ତୁଗୁଡ଼ିକର ଅବସ୍ଥିତି:

 

  • କେବଳ ପବିତ୍ର ବସ୍ତୁ ଏବଂ ଅନ୍ୟାନ୍ୟ ପୂଜା କୋଠରୀ ବସ୍ତୁଗୁଡ଼ିକୁ ଛାଡ଼ି ପୂଜା କୋଠରୀକୁ ଅନ୍ୟ କୌଣସି ବସ୍ତୁ ରଖିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ । କୋଠରୀରେ ଅଳିଆ ଆବର୍ଜନା ନ ରହିବା ଉଚିତ୍ ।

 

  • ପ୍ରତିମାରୁ ଉଚ୍ଚ ସ୍ଥାନରେ କୌଣସି ସାମଗ୍ରୀ ରଖାଯିବା ଉଚିତ ନୁହେଁ ।

 

  • ଦୀପ ଏବଂ ଅଗ୍ନିକୁଣ୍ଡକୁ ଦକ୍ଷିଣପୂର୍ବ ଦିଗରେ ରଖାଯିବା ଉଚିତ୍ ।

  1. ୪. ପୂଜା କୋଠରୀରେ କ୍ୟାବିନେଟ୍‌‌ର ଅବସ୍ଥିତି:

 

  • ପୂଜା କୋଠରୀ ପାଇଁ ବାସ୍ତୁ ଅନୁସାରେ, ପୂଜା କୋଠରୀରେ ଯେକୌଣସି କ୍ୟାବିନେଟ୍‌‌କୁ ଦକ୍ଷିଣପୂର୍ବ ଦିଗରେ ରଖାଯିବା ଉଚିତ୍ ଏବଂ ସୂର୍ଯ୍ୟକିରଣ ଯେପରି ପ୍ରତିରୋଧିତ ନ ହୁଏ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ ।
 
  • ପୂଜା ସାମଗ୍ରୀଗୁଡ଼ିକୁ ରଖିବା ପାଇଁ ଆପଣ ଏକ ପିରାମିଡ୍ ଆକୃତିର ଟାୱାର କିମ୍ବା କ୍ୟାବିନେଟ୍ ତିଆରି କରିପାରନ୍ତି କାରଣ ତାହା ସକାରାତ୍ମକ ସ୍ପନ୍ଦନ ଆଣିଥାଏ ।
 
  • ବାସ୍ତୁ ଅନୁଯାୟୀ ପ୍ରତିମାଗୁଡ଼ିକ ଉପରେ କ୍ୟାବିନେଟ୍ ତିଆରି କରାଯିବା ଉଚିତ୍ ନୁହେଁ ।

  • ୫. ପୂଜା କୋଠରୀର ରଙ୍ଗ:

 

  • ହାଲୁକା ରଙ୍ଗଗୁଡ଼ିକ ପୂଜା କୋଠରୀ ପାଇଁ ସର୍ବୋତ୍ତମ କାରଣ ତାହା ସକାରାତ୍ମକ ସ୍ପନ୍ଦନ ଆଣିଥାଏ ଏବଂ ପୂଜାପାଠ ଓ ପ୍ରାର୍ଥନା ପାଇଁ ଆଦର୍ଶ ହୋଇଥାଏ ।

 

  • ପୂଜା କୋଠରୀ ପାଇଁ କ୍ରିମ୍ ରଙ୍ଗ ଆଦର୍ଶ ଅଟେ ।

 

  • ହାଲୁକା ନୀଳ, ଧଳା ଏବଂ ହାଲୁକା ହଳଦିଆ ଏକ ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ ।
 
  • ଉତ୍ତରପୂର୍ବ ଦିଗରେ ଥିବା ପୂଜା କୋଠରୀ ପାଇଁ, ଧଳା ସବୁଠାରୁ ଆଦର୍ଶ ରଙ୍ଗ ଅଟେ ।

 

              
 

  • ୬. ପୂଜା କୋଠରୀରେ ଆଲୋକ ବ୍ୟବସ୍ଥା:

 

  • ପୂଜା କୋଠରୀ ପାଇଁ ବାସ୍ତୁ ଅନୁଯାୟୀ, ଦିନବେଳା କୋଠରୀକୁ ଆଲୋକିତ ରଖିବା ପାଇଁ ପୂଜା କୋଠରୀରେ ଅତି କମ୍‌‌ରେ ଗୋଟିଏ ଝରକା ରହିବା ଉଚିତ୍ । ଏହା ସୂର୍ଯ୍ୟଙ୍କ ସକାରାତ୍ମକ ଶକ୍ତି ଓ ସ୍ପନ୍ଦନକୁ ମୁକ୍ତ ଭାବେ ପ୍ରବାହିତ ହେବାକୁ ଦେଇଥାଏ ।

 

  • ସୂର୍ଯ୍ୟାସ୍ତ ପରେ ମଧ୍ୟ କୋଠରୀର ଆଲୋକ ବ୍ୟବସ୍ଥାକୁ ସୁନିଶ୍ଚିତ କରନ୍ତୁ । ପୂଜା କୋଠରୀରେ ଗୋଟିଏ ବତୀ କିମ୍ବା ଦୀପ ଲଗାନ୍ତୁ ।


ପୂଜା କୋଠରୀ ଅତି ପବିତ୍ର ହୋଇଥାଏ ଏବଂ ବାସ୍ତୁ ସିଦ୍ଧାନ୍ତ ଅନୁସାରେ ତାହାକୁ ନିର୍ମିତ କରାଯିବା ଦ୍ୱାରା ଘରେ ଖୁସିର ବାସ ହୋଇଥାଏ । ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବା ଏବଂ ନକାରାତ୍ମକ ଶକ୍ତିଗୁଡ଼ିକୁ ନିଜ ଘରୁ ବିତାଡ଼ିତ କରିବା ପାଇଁ ଏହି ସମସ୍ତ ବାସ୍ତୁ ଉପଦେଶଗୁଡ଼ିକୁ ଅନୁସରଣ କରନ୍ତୁ ।

ନିଜ ଘରର ମୁଖ୍ୟ ଦରଜାକୁ ସଠିକ୍ ସ୍ଥାନରେ ଲଗାଇ ଆପଣଙ୍କ ଘର ମଧ୍ୟକୁ ପ୍ରବେଶ କରୁଥିବା ଶକ୍ତିଗୁଡ଼ିକୁ ନିୟନ୍ତ୍ରିତ କରନ୍ତୁ ଏବଂ ନିଜ ଘରକୁ ନକାରାତ୍ମକ ଶକ୍ତିରୁ ସୁରକ୍ଷିତ ରଖନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....