ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଇଟାର ବିଭିନ୍ନ ପ୍ରକାର ଏବଂ ଗୁଣ

ସର୍ବୋତ୍କୃଷ୍ଟ ମାଟି ଇଟାଠାରୁ ଆରମ୍ଭ କରି ପତଳା କଂକ୍ରିଟ ଇଟା ପର୍ଯ୍ୟନ୍ତ ସବୁ କିଛି ଆମେ କଭର୍ କରିଛୁ। ବଜାରରେ ଥିବା ବିଭିନ୍ନ ପ୍ରକାରର ଇଟାକୁ ଦେଖନ୍ତୁ ଏବଂ ଆପଣଙ୍କ ଭବିଷ୍ୟତ ପ୍ରକଳ୍ପଗୁଡିକରେ ଇଟା ବ୍ୟବହାର କରିବାର ଅନନ୍ୟ ଉପାୟ ଆବିଷ୍କାର କରନ୍ତୁ।

Share:


ପାରମ୍ପରିକ ପୋଡ଼ା ମାଟି ଇଟାଠାରୁ ଆରମ୍ଭ କରି ପରିବେଶ ଅନୁକୂଳ ଇଟା ବିକଳ୍ପ ପର୍ଯ୍ୟନ୍ତ, ଆମେ ଆଜି ନିର୍ମାଣରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଇଟା ବିଷୟରେ ଅନୁଧ୍ୟାନ କରୁଛୁ । ଆପଣ ଜଣେ ନିର୍ମାଣ ପେସାଦାର ହୁଅନ୍ତୁ କିମ୍ବା ଆପଣଙ୍କ ଆଖପାଖରେ ଥିବା ନିର୍ମାଣ ସାମଗ୍ରୀ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତୁ, ଆପଣ ଏହି ବ୍ଲଗରେ ଇଟାର ଦୁନିଆ ବିଷୟରେ ସବୁ କିଛି ଶିଖିବେ ।



ଇଟା କ'ଣ ?

ଇଟା ଏକ ପ୍ରକାର ନିର୍ମାଣ ସାମଗ୍ରୀ ଯାହା ସାଧାରଣତଃ କଂକ୍ରିଟ, ବାଲି, ଚୂନ କିମ୍ବା ମାଟିରେ ନିର୍ମିତ । ତାହା ସାଧାରଣତଃ କାନ୍ଥ, ଫୁଟପାଥ୍ ଏବଂ ଅନ୍ୟାନ୍ୟ ପ୍ରକାରର ସ୍ଥାପତ୍ୟ ନିର୍ମାଣରେ ବ୍ୟବହୃତ ହୁଏ । ଇଟା ତିଆରି କରିବା ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ସେଗୁଡ଼ିକର ବ୍ୟବହାର ଉପରେ ଆଧାର କରି ବିଭିନ୍ନ ଆକାର ଏବଂ ପ୍ରକାରରେ ଉତ୍ପାଦନ କରାଯାଇପାରେ । ତାହାର ଦୃଢ଼ତା, ଶକ୍ତି ଏବଂ ଅଗ୍ନି ପ୍ରତିରୋଧ କାରଣରୁ ହିଁ ଇଟା ଏକ ଲୋକପ୍ରିୟ ନିର୍ମାଣ ସାମଗ୍ରୀ ହୋଇ ରହିଛି।

 

ବିଭିନ୍ନ ପ୍ରକାର ଇଟା

ଏଠାରେ କେତେକ ବିଭିନ୍ନ ପ୍ରକାରର ଇଟା ଅଛି :

 

 

1. ଖରାରେ ଶୁଖିଥିବା ଇଟା

ଏହାକୁ ନଡ଼ା କିମ୍ବା ଅନ୍ୟାନ୍ୟ ଫାଇବରରେ ଓଦା ମାଟି ମିଶାଇ ତିଆରି କରାଯାଏ ଏବଂ ତା'ପରେ ଖରାରେ ଶୁଖିବାକୁ ଦିଆଯାଏ । ଖରାରେ ଶୁଖିଥିବା ଇଟା ପୋଡ଼ା ଇଟା ଭଳି ଶକ୍ତିଶାଳୀ ଏବଂ ସ୍ଥାୟୀ ନୁହେଁ, କିନ୍ତୁ ଏହା ତିଆରି କରିବା ପାଇଁ ଶସ୍ତା ଏବଂ ସାଧାରଣତଃ ଅସ୍ଥାୟୀ ଘର ପାଇଁ ବ୍ୟବହୃତ ହୁଏ ।

 

 

2. ପୋଡ଼ା ମାଟି ଇଟା

ଏହି ଇଟାଗୁଡ଼ିକ ଶକ୍ତିଶାଳୀ, ସ୍ଥାୟୀ ଏବଂ ବିଭିନ୍ନ ଆକାର, ଆକୃତି ଏବଂ ରଙ୍ଗରେ ଆସିଥାଏ । ଓଦା ମାଟିରେ ତିଆରି କରି ଭାଟିରେ ଅଧିକ ତାପମାତ୍ରାରେ ପୋଡ଼ି ଏଗୁଡ଼ିକୁ ତିଆରି କରାଯାଏ। 4 ପ୍ରକାରର ଇଟା ଅଛି ଯାହା ପୋଡ଼ା ମାଟି ଇଟା ଅଧୀନରେ ବର୍ଗୀକୃତ ହୋଇଛି ଏବଂ ସେଗୁଡ଼ିକ ନିର୍ମାଣ ଉଦ୍ଦେଶ୍ୟରେ ବ୍ୟାପକ ଭାବରେ ବ୍ୟବହୃତ ହୁଏ, ବିଶେଷକରି ଯେଉଁ ଅଞ୍ଚଳରେ ମାଟି ପ୍ରଚୁର ମାତ୍ରାରେ ମିଳିଥାଏ । ଏଠାରେ ଏହାର କେତେକ ଭିନ୍ନ ପ୍ରକାର ଦିଆଯାଇଛି -

 

1) ପ୍ରଥମ ଶ୍ରେଣୀ ଇଟା :

ଏଗୁଡ଼ିକ ଉଚ୍ଚ ଗୁଣବତ୍ତାର ଏବଂ ଆକାର, ଆକୃତି ଏବଂ ରଙ୍ଗରେ ସମାନ ଅଟେ । ଏହାର ତୀକ୍ଷ୍ଣ ଧାର ଥାଏ, ଏହା ଫାଟ ଏବଂ ଅନ୍ୟାନ୍ୟ ତ୍ରୁଟିରୁ ମୁକ୍ତ ହୋଇଥାଏ ଏବଂ ଧକ୍କା ଦେବା ସମୟରେ ଏକ ସ୍ପଷ୍ଟ ଶବ୍ଦ ଉତ୍ପନ୍ନ କରିଥାଏ । ପ୍ରଥମ ଶ୍ରେଣୀର ଇଟା ସାଧାରଣତଃ ଭାର ସମ୍ଭାଳିବାକୁ ସକ୍ଷମ ଘର ଏବଂ ଖୋଲା କାନ୍ଥ ପାଇଁ ବ୍ୟବହୃତ ହୁଏ ।

 

2) ଦ୍ୱିତୀୟ ଶ୍ରେଣୀ ଇଟା :

ଏଗୁଡ଼ିକ ପ୍ରଥମ ଶ୍ରେଣୀର ଇଟା ସହିତ ସମାନ କିନ୍ତୁ ଅନିୟମିତ ଆକୃତି, ଆକାର କିମ୍ବା ରଙ୍ଗ ଭଳି ସାମାନ୍ୟ ତ୍ରୁଟି ଥାଇପାରେ । ଏଗୁଡ଼ିକ ଭାର ସମ୍ଭାଳିବା କାନ୍ଥ ପାଇଁ ଉପଯୁକ୍ତ କିନ୍ତୁ ଖୋଲା କାନ୍ଥ ପାଇଁ ବ୍ୟବହୃତ ହୋଇନପାରେ ।

3) ତୃତୀୟ ଶ୍ରେଣୀ ଇଟା :

ଏଗୁଡ଼ିକ ଆକୃତି, ଆକାର ଏବଂ ରଙ୍ଗରେ ଅତ୍ୟନ୍ତ ଅନିୟମିତ ଏବଂ ଏଥିରେ ଆଖିକୁ ଦିଶିବା ଭଳି ଫାଟ, ବିକୃତି ଏବଂ ଅନ୍ୟାନ୍ୟ ତ୍ରୁଟି ରହିଥାଏ । ଏହା ଭାର ସମ୍ଭାଳିବା ଘର ପାଇଁ ଉପଯୁକ୍ତ ନୁହେଁ ଏବଂ ପ୍ରାୟତଃ ବଗିଚା ପାଚେରୀ କିମ୍ବା ଲ୍ୟାଣ୍ଡସ୍କେପିଂ ପରି ଅଣ-ଢାଞ୍ଚାଗତ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୁଏ ।

 

4) ଚତୁର୍ଥ ଶ୍ରେଣୀ ଇଟା :

ଏଗୁଡ଼ିକ ଅତ୍ୟଧିକ ପୋଡ଼ା କିମ୍ବା ଅଳ୍ପ ଜଳି ଯାଇଥାଏ ଏବଂ ଏହାର ଗୁଣବତ୍ତା ନିମ୍ନମାନର ହୋଇଥାଏ । ଏହା କୌଣସି ନିର୍ମାଣ ଉଦ୍ଦେଶ୍ୟ ପାଇଁ ଅନୁପଯୁକ୍ତ କାରଣ ଏଥିରେ ଫାଟ, ବିକୃତି ଏବଂ ଅନ୍ୟାନ୍ୟ ତ୍ରୁଟି ଥାଇପାରେ ।

 

 

3. ପାଉଁଶ ଇଟା

ଫ୍ଲାଇ ଆଶ୍ ବା ପାଉଁଶ (ତାପଜ ବିଦ୍ୟୁତ୍ ପ୍ଲାଣ୍ଟରୁ ବାହାରୁଥିବା ବର୍ଜ୍ୟ ବସ୍ତୁ), ସିମେଣ୍ଟ ଏବଂ ପାଣିକୁ ମିଶାଇ ଏବଂ ତା'ପରେ ମିଶ୍ରଣକୁ ଢାଞ୍ଚାରେ ସଂକୁଚିତ କରି ଏହା ତିଆରି କରାଯାଏ । ଏହା ପାରମ୍ପରିକ ମାଟି ଇଟାର ଏକ ଶସ୍ତା ଏବଂ ପରିବେଶ ଅନୁକୂଳ ବିକଳ୍ପ ଏବଂ ସାଧାରଣତଃ ଭାର ସମ୍ଭାଳିବା ଘର ପାଇଁ ବ୍ୟବହୃତ ହୁଏ ।

 

4. କଂକ୍ରିଟ ଇଟା

ଏଗୁଡ଼ିକ ସିମେଣ୍ଟ, ବାଲି ଓ ପାଣି ମିଶାଇ ତିଆରି କରାଯାଏ ଏବଂ ତା'ପରେ ମିଶ୍ରଣକୁ ଢାଞ୍ଚାରେ ଢାଳି ଦିଆଯାଏ । ଏହା ଶକ୍ତିଶାଳୀ, ସ୍ଥାୟୀ ଏବଂ ଅଗ୍ନି ଏବଂ ପାଣିପାଗ ପ୍ରତିରୋଧୀ ଅଟେ । ଏହି ଇଟାଗୁଡ଼ିକ ସାଧାରଣତଃ ଭାର ସମ୍ଭାଳିବା ପାଇଁ ଏବଂ ପାଦଚଲା ବା ପେଭିଂ ବ୍ଲକ୍ ଭାବରେ ବ୍ୟବହୃତ ହୁଏ ।

 

5. ଇଞ୍ଜିନିୟରିଂ ଇଟା

ଏଗୁଡ଼ିକ ବିଶେଷ ଭାବରେ ଢାଞ୍ଚାଗତ କାର୍ଯ୍ୟରେ ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି । ଏଗୁଡ଼ିକ ଉଚ୍ଚ ମାନର ମାଟିରୁ ତିଆରି ହୋଇଥାଏ ଯାହା ଅତ୍ୟନ୍ତ ଉଚ୍ଚ ତାପମାତ୍ରାରେ ପୋଡ଼ା କରାଯାଏ, ଯାହା ଇଟାକୁ ଶକ୍ତିଶାଳୀ, ଘନ ଏବଂ ଜଳ ଏବଂ ରାସାୟନିକ ପଦାର୍ଥ ପ୍ରତି ପ୍ରତିରୋଧୀ କରିଥାଏ । ଏହି ପ୍ରକାରର ଇଟା ସାଧାରଣତଃ ସେହି ଅଞ୍ଚଳରେ ବ୍ୟବହୃତ ହୁଏ ଯେଉଁଠାରେ ଇଟାଗୁଡିକ ଅତ୍ୟଧିକ ଓଜନ ସଂସ୍ପର୍ଶରେ ଆସିବା ନିଶ୍ଚିତ କିମ୍ବା ଯେଉଁଠାରେ ଜଳ ପ୍ରତିରୋଧ ଆବଶ୍ୟକ ହୁଏ ।

 

6. କ୍ୟାଲସିୟମ ସିଲିକେଟ୍ ଇଟା

ଏଗୁଡ଼ିକ ବାଲି ଏବଂ ଚୂନରୁ ନିର୍ମିତ ଏବଂ ଏହା ଦୃଢ଼ତା, ସ୍ଥାୟିତ୍ୱ ଏବଂ ଅଗ୍ନି ପ୍ରତିରୋଧ ପାଇଁ ପରିଚିତ। ଏଗୁଡ଼ିକ ହାଲୁକା ଏବଂ ଉତ୍ତମ ଇନ୍ସୁଲେସନ୍ ଗୁଣ ଥିବାରୁ ଉଚ୍ଚ କୋଠା କିମ୍ବା ଥର୍ମାଲ ଇନସୁଲେସନର ଗୁରୁତ୍ୱ ଥିବା ଅଞ୍ଚଳରେ ବ୍ୟବହାର ପାଇଁ ଉପଯୁକ୍ତ ହୋଇଥାଏ ।

 

7. ଇକୋ ବ୍ରିକ୍ସ

ପ୍ଲାଷ୍ଟିକ ବୋତଲ, କାଗଜ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ପରି ପୁନଃବ୍ୟବହାର ସାମଗ୍ରୀରୁ ଏହି ପ୍ରକାର ଇଟା ତିଆରି କରାଯାଏ । ଏହା ପାରମ୍ପରିକ ଇଟାର ଏକ ପରିବେଶ ଅନୁକୂଳ ବିକଳ୍ପ ଏବଂ ଏହାର ସ୍ଥାୟିତ୍ୱ କାରଣରୁ ଲୋକପ୍ରିୟତା ହାସଲ କରୁଛି । ଏଗୁଡିକ ସାଧାରଣତଃ ଅଣ-ଢାଞ୍ଚାଗତ ଉଦ୍ଦେଶ୍ୟ ଯେପରିକି ବଗିଚା ପାଚେରୀ, ଲ୍ୟାଣ୍ଡସ୍କେପିଂ, କିମ୍ବା ସାଜସଜ୍ଜା କାମ ପାଇଁ ବ୍ୟବହୃତ ହୁଏ ।

 

ଇଟାକୁ କିପରି ଚିହ୍ନିବେ ?

ଇଟାକୁ ହାତରେ ବାଡ଼େଇବା ସମୟରେ ଏହାର ଆକାର, ରଙ୍ଗ, ଗଠନ ଏବଂ ଶବ୍ଦ ଦ୍ୱାରା ଚିହ୍ନଟ କରାଯାଇପାରିବ । ଇଟା ଚିହ୍ନିବାରେ ସାହାଯ୍ୟ କରିବା ପାଇଁ ଏଠାରେ କିଛି ଉପାୟ ଅଛି :

 

1. ଆକାର :

ଇଟା ବିଭିନ୍ନ ଆକାରରେ ଆସିଥାଏ, କିନ୍ତୁ ସବୁଠାରୁ ସାଧାରଣ ଆକାରଟି ହେଉଛି 8.5 ଇଞ୍ଚରେ 4.25 ଇଞ୍ଚ ଓ 2.75 ଇଞ୍ଚ (215 ମିଲିମିଟର x 102.5 ମିଲିମିଟର x 65 ମିଲିମିଟର)। ଆପଣ ଇଟାକୁ ମାପ କରି ଏହାର ଆକାର ନିର୍ଦ୍ଧାରଣ କରିପାରିବେ ।

 

2. ରଙ୍ଗ :

ଇଟା ଲାଲ, ବାଦାମୀ, ଧୂସର ଏବଂ କ୍ରିମ୍ ସମେତ ବିଭିନ୍ନ ରଙ୍ଗରେ ଆସିପାରେ । ଇଟା ତିଆରି ପାଇଁ ବ୍ୟବହୃତ ସାମଗ୍ରୀ, ପୋଡ଼ିବା ପ୍ରକ୍ରିୟା ଏବଂ ଉତ୍ପାଦନରେ ବ୍ୟବହୃତ ମିଶ୍ରଣ ପଦାର୍ଥ ଦ୍ୱାରା ରଙ୍ଗ ପ୍ରଭାବିତ ହୋଇପାରେ ।

 

3. ଗଠନ :

ଇଟାଗୁଡ଼ିକର ଉଦ୍ଦିଷ୍ଟ ବ୍ୟବହାର ଉପରେ ନିର୍ଭର କରି ଏହାର ଗଠନ ଭିନ୍ନ ଭିନ୍ନ ହୋଇପାରେ । ଭାର ସମ୍ଭାଳିବା କାନ୍ଥ ପାଇଁ ବ୍ୟବହୃତ ଇଟାଗୁଡ଼ିକର ଏକ ମସୃଣ ପୃଷ୍ଠଭାଗ ଏବଂ ତୀକ୍ଷ୍ଣ ଧାର ଥାଏ, ଯେତେବେଳେ କି ସାଜସଜା ଉଦ୍ଦେଶ୍ୟରେ ବ୍ୟବହୃତ ଇଟାଗୁଡ଼ିକର ଏକ ଖଦଡ଼ା ଗଠନ କିମ୍ବା ଢାଞ୍ଚା ହୋଇପାରେ ।

 

4. ଶବ୍ଦ :

ହାତରେ ବାଡ଼େଇବା ସମୟରେ, ଏକ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଇଟା ସ୍ପଷ୍ଟ ଭାବେ ବାଜିବା ଶବ୍ଦ ଉତ୍ପନ୍ନ କରିବା ଉଚିତ୍ | ଯଦି ଇଟା ଗମ୍ଭୀର ଶବ୍ଦ ସୃଷ୍ଟି କରେ, ତେବେ ଏହା ନିମ୍ନମାନର କିମ୍ବା ନଷ୍ଟ ହୋଇଥାଇପାରେ ।

 


କୌଣସି ନିର୍ମାଣ ପ୍ରକଳ୍ପ ପାଇଁ ଇଟା ବ୍ୟବହାର କରିବା ପୂର୍ବରୁ ଜଣେ ପେସାଦାର ବ୍ୟକ୍ତିଙ୍କ ସହ ପରାମର୍ଶ କରି ଇଟା କାମ ସମୟରେ ହେଉଥିବା ତ୍ରୁଟିକୁ ଏଡ଼ାଇ ଦିଆଯାଇପାରିବ। ଆପଣଙ୍କ ଘରର ମଜବୁତ କାନ୍ଥ ପାଇଁ ସଠିକ୍ ଇଟା କାମ ହେବା ଅତ୍ୟନ୍ତ ଜରୁରୀ ।



ଇଟାର ଗୁଣ କ'ଣ?

 

  • 1. କଠିନତା

  • ଇଟାର କଠିନତା ତାହା କ୍ଷୟ ହେବାକୁ ସହ୍ୟ କରିବାର କ୍ଷମତା ନିର୍ଦ୍ଧାରଣ କରନ୍ତି । ଉଚ୍ଚ କଠିନତା ଥିବା ଇଟା ଅଧିକ ସ୍ଥାୟୀ ଏବଂ ଦୀର୍ଘସ୍ଥାୟୀ ଅଟେ ।
 
  • 2. ସଙ୍କୋଚନ ଶକ୍ତି

  • ଏହା ହେଉଛି ଇଟାର ସଙ୍କୋଚନକୁ ପ୍ରତିରୋଧ କରିବାର କ୍ଷମତା । କାନ୍ଥର ଭାର ସମ୍ଭାଳିବା କ୍ଷମତା ନିର୍ଦ୍ଧାରଣ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଟେ । ସଙ୍କୋଚନ ଶକ୍ତି ପରୀକ୍ଷା ଦ୍ୱାରା ଇଟାର ସଙ୍କୋଚନ ଶକ୍ତିକୁ ପରୀକ୍ଷା କରାଯାଏ ।
 
  • 3. ଅବଶୋଷଣ

  • ଅବଶୋଷଣ ହେଉଛି ଇଟାର ଜଳ ଶୋଷଣ କରିବାର କ୍ଷମତା । କମ୍ ଅବଶୋଷଣ ହାର ଥିବା ଇଟା ନିର୍ମାଣ କାମ ପାଇଁ ଅଧିକ ଉପଯୁକ୍ତ କାରଣ ପାଣି ସଂସ୍ପର୍ଶରେ ଆସିଲେ ସେଗୁଡିକ ଫାଟିବା କିମ୍ବା ଦୁର୍ବଳ ହେବାର ସମ୍ଭାବନା କମ୍ ଥାଏ ।
 
  • 4. ଥର୍ମାଲ ପରିବାହକତା

  • ଇଟାର ଥର୍ମାଲ ପରିବାହକତା ତାହାର ଉତ୍ତାପ ପରିବାହୀ କ୍ଷମତା ନିର୍ଦ୍ଧାରଣ କରେ । କମ୍ ଥର୍ମାଲ ପରିବାହକତା ଥିବା ଇଟାଗୁଡିକ ଇନସୁଲେସନ୍ ଉଦ୍ଦେଶ୍ୟରେ ଅଧିକ ଉପଯୁକ୍ତ କାରଣ ତାହା ଏକ କୋଠା ଭିତରେ ନିରନ୍ତର ତାପମାତ୍ରା ବଜାୟ ରଖିବାରେ ସାହାଯ୍ୟ କରିପାରିବ।
 
  • 5. ଇଫ୍ଲୋରେସେନ୍ସ ବା କାନ୍ଥରୁ ଚୂନା ବାହାରିବା

  • ଦ୍ରବଣୀୟ ଲବଣର ଉପସ୍ଥିତି ହେତୁ ଇଟା ପୃଷ୍ଠଭାଗରେ ଧଳା ଧଳା ପଦାର୍ଥ ଜମା ହେବାକୁ ଇଫ୍ଲୋରେସେନ୍ସ କୁହାଯାଏ। ଏହା ରଙ୍ଗକୁ ନଷ୍ଟ କରିବା ସହ ଇଟାକୁ ଦୁର୍ବଳ କରିପାରେ।
 
  • 6. କ୍ଷାର ପ୍ରତିରୋଧ

  • କ୍ଷାର ପ୍ରତିରୋଧ ହେଉଛି ଇଟାର ସିମେଣ୍ଟ ପରି ଆଲକାଲାଇନ୍ ପଦାର୍ଥର ପ୍ରଭାବକୁ ପ୍ରତିରୋଧ କରିବାର କ୍ଷମତା | ଅଧିକ କ୍ଷାର ପ୍ରତିରୋଧକ ଶକ୍ତି ଥିବା ଇଟା ଏହି ପଦାର୍ଥ ସଂସ୍ପର୍ଶରେ ଆସିଲେ କ୍ଷୟ କିମ୍ବା କ୍ଷତିଗ୍ରସ୍ତ ହେବାର ସମ୍ଭାବନା କମ୍ ଥାଏ ।
 

ମୋଟାମୋଟି ଭାବରେ, ଇଟାର ଗୁଣକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଯେ ତାହା କେଉଁ ପ୍ରକାରର ବ୍ୟବହାର ପାଇଁ ଉପଯୁକ୍ତ ଏବଂ ସମୟ କ୍ରମେ ଭଲ ପ୍ରଦର୍ଶନ କରିବ । ସଂକୋଚନ ଶକ୍ତି ପରୀକ୍ଷା ପରି ଇଟାର ପରୀକ୍ଷା, ତାହାର ଗୁଣବତ୍ତା ଏବଂ ସ୍ଥାୟିତ୍ୱ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରିପାରେ ।



ଇଟାରେ ନିର୍ମିତ କୋଠା ଶହ ଶହ ବର୍ଷ ଧରି ଲୋକପ୍ରିୟ ନିର୍ମାଣ ପଦ୍ଧତି ରହିଆସିଛି। ଇଟା ଗୁଡ଼ିକ ତାହାର ଶକ୍ତି, ସ୍ଥାୟିତ୍ୱ ଏବଂ ଅଗ୍ନି ଏବଂ ପାଣିପାଗ ଜନିତ ଅବକ୍ଷୟକୁ ପ୍ରତିରୋଧକତା ପାଇଁ ପରିଚିତ। ଇଟା ପରୀକ୍ଷଣ କରି, ବିଲ୍ଡରମାନେ ସୁନିଶ୍ଚିତ କରିପାରିବେ ଯେ ସେମାନେ ନିର୍ମାଣ କରିଥିବା ଘରଗୁଡିକ ସୁରକ୍ଷିତ, ସ୍ଥାୟୀ ଏବଂ ଆବଶ୍ୟକ ମାନଦଣ୍ଡ ପୂରଣ କରନ୍ତି । ଇଟା ପରୀକ୍ଷା କରିବା ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଏ ଯେପରିକି ଜଳ ଅବଶୋଷଣ, ସଂକୋଚନ ଶକ୍ତି ପରୀକ୍ଷା ଏବଂ ଆହୁରି ଅନେକ କିଛି ଆପଣ ଏହି ଭିଡିଓରେ ଜାଣିପାରିବେ । ଏହି ପରୀକ୍ଷଣଗୁଡିକ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଇଟାର ଉପଯୁକ୍ତତା ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରେ ଏବଂ ନିର୍ମାଣ ପ୍ରକ୍ରିୟାରେ ବ୍ୟାପକ ଭାବେ ଖର୍ଚ୍ଚାନ୍ତ କରାଉଥିବା ଭୁଲକୁ ରୋକିପାରିବ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....