ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍‌‌ରେ ଦେଖାଦେଉଥିବା ଫାଟଗୁଡ଼ିକର ପ୍ରକାରଭେଦକୁ ବୁଝନ୍ତୁ

କଂକ୍ରିଟ୍ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ ଅଟେ । କିନ୍ତୁ ଏଥିରେ ଫାଟ ଦେଖାଦେବାର ସମ୍ଭାବନା ରହିଥାଏ । କଂକ୍ରିଟ୍‌‌ରେ ଦେଖାଦେଉଥିବା ଫାଟଗୁଡ଼ିକୁ ଜାଣିବାର ଏହି ଯାତ୍ରାରେ ଆମର ସହଯାତ୍ରୀ ହୁଅନ୍ତୁ ।

Share:





କଂକ୍ରିଟ୍‌ରେ ଫାଟର ପ୍ରକାରଭେଦ

କଂକ୍ରିଟ୍‌‌ ପୃଥିବୀର ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ହେଉଥିବା ନିର୍ମାଣ ସାମଗ୍ରୀ ଅଟେ । ସାଇଡ୍‌‌ୱାକ୍‌‌ରୁ ଏବଂ ଡ୍ରାଇଭ୍‌‌ୱେରୁ ଆରମ୍ଭ କରି ସୁଉଚ୍ଚ ଅଟ୍ଟାଳିକା ଓ ସେତୁଗୁଡ଼ିକର ନିର୍ମାଣ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ହେଲେ, ଅନ୍ୟ ଯେକୌଣସି ସାମଗ୍ରୀ ଭଳି କଂକ୍ରିଟ୍‌‌ରେ ମଧ୍ୟ ଫାଟ ଦେଖାଦେଇପାରେ । ବାସ୍ତବପକ୍ଷେ, ଫାଟ ସୃଷ୍ଟି ହେବା କଂକ୍ରିଟ୍‌‌ ଢାଞ୍ଚାର ଏକ ଅନିବାର୍ଯ୍ୟ ଗୁଣଧର୍ମ ଅଟେ । ଫାଟ ବିଭିନ୍ନ କାରଣରୁ ଦେଖାଦେଇପାରେ ଏବଂ ତାହାର ଗୁରୁତ୍ୱର ମାତ୍ରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।

 

କଂକ୍ରିଟ୍‌‌ରେ ନିମ୍ନଲିଖିତ ଧରଣର ଫାଟ ଦେଖାଦେଇଥାଏ:

 

କ) ନନ୍-ଷ୍ଟ୍ରକ୍ଚରାଲ୍ ଫାଟ

ଏ ପ୍ରକାର ଫାଟ କଂକ୍ରିଟ୍ ଢାଞ୍ଚାର ଅଖଣ୍ଡତା ପ୍ରତି କୌଣସି ବିପଦ ସୃଷ୍ଟି କରି ନ ଥାଏ । ଏଗୁଡ଼ିକ ସାଧାରଣତଃ କେଶ ଭଳି ସରୁ ଫାଟ ହୋଇଥାଏ । କଂକ୍ରିଟ୍‌‌ର ପ୍ରାକୃତିକ ଶୁଖିବା ପ୍ରକ୍ରିୟା, ତାପମାତ୍ରାରେ ପରିବର୍ତ୍ତନ କିମ୍ବା ଛୋଟମୋଟ ଚାପ କାରଣରୁ ଏହି ଫାଟ ଦେଖାଦେଇଥାଏ । ତଥାପି, କଂକ୍ରିଟ୍ ଢାଞ୍ଚାର ସାମଗ୍ରିକ କାର୍ଯ୍ୟକୁଶଳତା ପାଇଁ ଏହି ଧରଣର ଫାଟଗୁଡ଼ିକ ମରାମତି ଆବଶ୍ୟକ କରିଥାଏ ।

 

 

ଖ) ଷ୍ଟ୍ରକ୍ଚରାଲ୍ ଫାଟ

ଷ୍ଟ୍ରକ୍ଚରାଲ୍ ଫାଟଗୁଡ଼ିକ ଅଧିକ ଗୁରୁତର ହୋଇଥାଏ ଏବଂ ସେଥିପ୍ରତି ତୁରନ୍ତ ଧ୍ୟାନ ଦିଆଯିବା ଆବଶ୍ୟକ । ଏ ଧରଣର ଫାଟଗୁଡ଼ିକ କଂକ୍ରିଟ୍ ଢାଞ୍ଚାର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ ଏବଂ ତତ୍ପରତା ସହିତ ତାହାର ସମାଧାନ କରା ନ ଗଲେ ଢାଞ୍ଚା ଭୁଷୁଡ଼ିଯାଇପାରେ । କଂକ୍ରିଟ୍‌‌ରେ ସାତଟି ମୁଖ୍ୟ ପ୍ରକାର ଫାଟ ରହିଥାଏ, ଯାହାକୁ ଆମେ ବିଶଦ ଭାବେ ଆଲୋଚନା କରିବା ।

 

 


  • ୧) ପ୍ଲାଷ୍ଟିକ୍ ସଙ୍କୁଚନଜନିତ ଫାଟ


  • କଂକ୍ରିଟ୍‌‌ ଉପଯୁକ୍ତ ରୂପେ କିଓର୍ ହେବାର ସୁଯୋଗ ପାଇବା ପୂର୍ବରୁ କଂକ୍ରିଟ୍‌‌ର ପୃଷ୍ଠଭାଗ ଦୃତ ଗତିରେ ଶୁଖିଯିବା କାରଣରୁ ଏ ଧରଣର ଫାଟ ଦେଖାଦେଇଥାଏ । ଗରମ ଓ ଶୁଷ୍କ ପାଣିପାଗ କିମ୍ବା କଂକ୍ରିଟ୍ ମିଶ୍ରଣରେ ଆର୍ଦ୍ରତାର ଅଭାବ କାରଣରୁ ଏହା ଘଟିପାରେ । କଂକ୍ରିଟ୍‌‌ର ପୃଷ୍ଠଭାଗ ଅତି ଶୀଘ୍ର ଶୁଖିଯିବା କାରଣରୁ ଏହି ଫାଟଗୁଡ଼ିକ ଦେଖାଦେଇଥାଏ । କଂକ୍ରିଟ୍‌‌ରେ ଠାଏ ଠାଏ ଫାଟଗୁଡ଼ିକ ଦେଖାଯିବାକୁ ଲାଗେ । ଏହି ଫାଟଗୁଡ଼ିକ କଂକ୍ରିଟ୍‌‌ର ସୌନ୍ଦର୍ଯ୍ୟ ଏବଂ ସ୍ଥାୟିତ୍ୱକୁ ପ୍ରଭାବିତ କରିପାରେ ।
  • ୨) କଂକ୍ରିଟ୍‌‌ର କ୍ରେଜିଂ ଏବଂ କ୍ରଷ୍ଟିଂ

    • କ) କ୍ରେଜିଂ

      କଂକ୍ରିଟ୍‌‌ର ପୃଷ୍ଠଭାଗରେ ବୁଢ଼ିଆଣୀ ଜାଲ ଭଳି ସରୁ, ଅଗଭୀର ଫାଟଗୁଡ଼ିକୁ କ୍ରେଜିଂ ଫାଟ କୁହାଯାଏ । କିଓରିଂର ପ୍ରାରମ୍ଭିକ ପର୍ଯ୍ୟାୟରେ କଂକ୍ରିଟ୍ ପୃଷ୍ଠଭାଗରୁ ଦ୍ରୁତଗତିରେ ଆର୍ଦ୍ରତା ଶୁଖିଯିବା କାରଣରୁ ଏପରି ଫାଟ ଦେଖାଦେଇଥାଏ । ଉଚ୍ଚ ତାପମାତ୍ରା, ସ୍ୱଳ୍ପ ଆର୍ଦ୍ରତା ଏବଂ ପବନ ଓ ପ୍ରତ୍ୟକ୍ଷ ସୂର୍ଯ୍ୟକିରଣର ସଂସ୍ପର୍ଶ କାରଣରୁ ଏହା ଘଟିପାରେ । କଂକ୍ରିଟ୍‌‌ର କ୍ରେଜିଂକୁ ମୁଖ୍ୟତଃ ସୌନ୍ଦର୍ଯ୍ୟଜନିତ ସମସ୍ୟା ଭାବେ ବିବେଚନା କରାଯାଏ ଏବଂ ଏହା କଂକ୍ରିଟ୍‌‌ର ଢାଞ୍ଚାଗତ ଅଖଣ୍ଡତାକୁ ପ୍ରଭାବିତ କରି ନ ଥାଏ ।

      ଖ) କ୍ରଷ୍ଟିଂ

      ଅନ୍ୟପକ୍ଷରେ, କ୍ରଷ୍ଟିଂ ଫାଟଗୁଡ଼ିକ କ୍ରେଜିଂ କ୍ରାକ୍ ତୁଳନାରେ ଅଧିକ ଗଭୀର ଏବଂ ପ୍ରଶସ୍ତ ହୋଇଥାଏ । କଂକ୍ରିଟ୍‌‌ର ପୃଷ୍ଠଭାଗ ଖୁବ୍ ଶୀଘ୍ର ଶୁଖିଯିବା କାରଣରୁ ଏପରି ଫାଟ ଦେଖାଦେଇଥାଏ । ଏହାଫଳରେ କଂକ୍ରିଟ୍ ମଧ୍ୟରେ ଆର୍ଦ୍ରତା ଫସି ରହିଯାଏ ଓ ପୃଷ୍ଠଭାଗଟି କଠିନ ହୋଇଯାଏ । ପରେ, ଏହି ଆର୍ଦ୍ରତା ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥାଏ, ଯାହାଦ୍ୱାରା କଂକ୍ରିଟ୍‌‌ରେ ଫାଟ ଦେଖାଦେଇଥାଏ । କଂକ୍ରିଟ୍‌ର ଓଭରୱାର୍କିଂ କରାଯିବା, ତାହାକୁ ଭଲ ଭାବେ କିଓରିଂ କରା ନ ଯିବା ଏବଂ ମିଶ୍ରଣରେ ଅତ୍ୟଧିକ ପାଣି ବ୍ୟବହାର କରାଯିବା କାରଣରୁ କ୍ରଷ୍ଟିଂ ଫାଟ ଦେଖାଦେଇଥାଏ ।

      ୩) ସେଟ୍‌‌ଲିଂ ଫାଟ

  • କଂକ୍ରିଟ୍ ତଳେ ଥିବା ମାଟି ହଲଚଲ ହେଲେ ସେଟ୍‌‌ଲିଂ ଫାଟ ସୃଷ୍ଟି ହୋଇଥାଏ । ମାଟି ହଲଚଲ ହେବା କାରଣରୁ କଂକ୍ରିଟ୍ ଧସିଯାଏ ଓ ଫାଟ ଦେଖାଦିଏ । ମାଟିକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରା ନ ଯିବା ଏବଂ ମାଟିର କ୍ଷୟ ସେଟ୍‌‌ଲିଂ ଫାଟର ସାଧାରଣ କାରଣ ଅଟେ । ଏ ଧରଣର ଫାଟଗୁଡ଼ିକ ଅସମତଳତା ସୃଷ୍ଟି କରିଥାଏ ଏବଂ ଏଥିରେ ଝୁଣ୍ଟିପଡ଼ିବାର ଭୟ ତଥା ଅନ୍ୟାନ୍ୟ ଫାଟ ସୃଷ୍ଟି ହେବାର ବିପଦ ରହିଥାଏ । ଉପଯୁକ୍ତ ଭାବେ ମାଟିର ପ୍ରସ୍ତୁତି କରାଯିବା, ଡ୍ରେନେଜ୍ ବ୍ୟବସ୍ଥା ଏବଂ ସ୍ଥାପନ କୌଶଳ ସେଟ୍‌‌ଲିଂ ଫାଟକୁ ସୃଷ୍ଟି ହେବାରୁ ପ୍ରତିରୋଧ କରିପାରେ ।


୪) ପ୍ରସାରଣଜନିତ ଫାଟ

    ତାପମାତ୍ରା ଏବଂ ଆର୍ଦ୍ରତାର ସ୍ତର ପରିବର୍ତ୍ତନ କାରଣରୁ କଂକ୍ରିଟ୍‌ର ପ୍ରସାରଣ ଓ ସଙ୍କୁଚନ ଘଟିବା ଯୋଗୁଁ ପ୍ରସାରଣଜନିତ ଫାଟ ଦେଖାଦେଇଥାଏ । ଏ ଧରଣର ଫାଟଗୁଡ଼ିକ କଂକ୍ରିଟ୍ ପୃଷ୍ଠଭାଗରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବ୍ୟାପ୍ତ ହୋଇଥିବା ସରଳ ରେଖା ଭଳି ଦୃଶ୍ୟମାନ ହୋଇଥାଏ । ପ୍ରସାରଣଜନିତ ଫାଟର ଅନେକ କାରଣ ରହିଥାଏ, ଯେପରିକି: ପାଣିପାଗରେ ଅତ୍ୟଧିକ ପରିବର୍ତ୍ତନ ଏବଂ ଅନୁପଯୁକ୍ତ ଯୋଡ଼େଇ । ତାପମାତ୍ରାରେ ପରିବର୍ତ୍ତନ ଘଟିବା କାରଣରୁ ଦେଖାଦେଉଥିବା ଫାଟଗୁଡ଼ିକୁ ସାଧାରଣତଃ ଥର୍ମାଲ୍ ଫାଟ କୁହାଯାଇଥାଏ । ଯଦିଓ ଏହା ଢାଞ୍ଚା ପାଇଁ ଏକ ଚିନ୍ତାର କାରଣ ସାଜି ନ ଥାଏ କିନ୍ତୁ ପ୍ରସାରଣଜନିତ ଫାଟ ମଧ୍ୟ ଦେଇ ପାଣି କଂକ୍ରିଟ୍ ମଧ୍ୟକୁ ଭେଦିପାରେ, ଯାହା କାରଣରୁ ଅନ୍ୟ ଧରଣର ଫାଟ ଓ କ୍ଷତି ଦେଖାଦେବାର ସମ୍ଭାବନା ରହିଥାଏ । ଉପଯୁକ୍ତ ସ୍ଥାପନ କୌଶଳ ଏବଂ ଏକ୍ସପାନ୍ସନ୍ ଜଏଣ୍ଟ ବ୍ୟବହାର କରାଯାଇ ଏପରି ଫାଟଗୁଡ଼ିକୁ ପ୍ରତିରୋଧ କରାଯାଇପାରିବ ।

  • ୫) ହିଭିଂ ଫାଟ


  • କଂକ୍ରିଟ୍ ତଳେ ଥିବା ଭୂମି ସ୍ଫୀତ ହେଲେ କିମ୍ବା ସ୍ଥାନାନ୍ତରିତ ହେଲେ ହିଭିଂ ଫାଟ ଦେଖାଦେଇଥାଏ । ଏହି କାରଣରୁ କଂକ୍ରିଟ୍ ଉପରକୁ ଉଠିଆସିଥାଏ । ତାପମାତ୍ରାରେ ଅତ୍ୟଧିକ ପରିବର୍ତ୍ତନ, ଆର୍ଦ୍ରତା ପରିବର୍ତ୍ତନ କିମ୍ବା ବରଫ ଜମିବା-ତରଳିବା ଚକ୍ର କାରଣରୁ ଏ ଧରଣର ଫାଟ ଦେଖାଦେଇଥାଏ । ହିଭିଂ ଫାଟ କଂକ୍ରିଟ୍, ତଥା କାନ୍ଥ କିମ୍ବା ଫାଉଣ୍ଡେସନ୍ ଭଳି ଢାଞ୍ଚାଗୁଡ଼ିକୁ କ୍ଷତି ପହଞ୍ଚାଇପାରେ । ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା, ମାଟିର କମ୍ପାକ୍ସନ୍ ଏବଂ ସ୍ଥାପନ କୌଶଳ ଦ୍ୱାରା ହିଭିଂ ଫାଟଗୁଡ଼ିକୁ ପ୍ରତିରୋଧ କରାଯାଇପାରିବ । ଯଦି ହିଭିଂ ଫାଟ ପୂର୍ବରୁ ରହିଥାଏ ତେବେ ଅଧିକ କ୍ଷୟକ୍ଷତିକୁ ପ୍ରତିରୋଧ କରିବା ପାଇଁ ଫାଟର ମୂଳ କାରଣରୁ ଚିହ୍ନଟ କରି ତାହାର ସମାଧାନ କରାଯିବା ଅତ୍ୟନ୍ତ ଜରୁରୀ ଅଟେ ।
  • ୬) ଓଭରଲୋଡିଂ ଫାଟ


  • କଂକ୍ରିଟ୍ ଉପରେ ଦିଆଯାଇଥିବା ଭାର ତାହାର ବହନ କ୍ଷମତାରୁ ଅଧିକ ହୋଇଥିଲେ ଓଭରଲୋଡିଂ ଫାଟ ଦେଖାଦେଇଥାଏ । ଭାରି ଯନ୍ତ୍ରପାତି କିମ୍ବା ଯାନବାହନ ଏପରିକି ଅତ୍ୟଧିକ ଲୋକଙ୍କ ଯାତାୟତ କାରଣରୁ ଏପରି ଫାଟ ଦେଖାଦେଇପାରେ । ଓଭରଲୋଡିଂ ଫାଟ ବିଶେଷ ଭାବେ ବିପଜ୍ଜନକ ହୋଇଥାଏ । ଏହା କଂକ୍ରିଟ୍ ଓ ତାହାର ସମୀପବର୍ତ୍ତୀ ଢାଞ୍ଚାଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ । ଉପଯୁକ୍ତ ଭାର ବିତରଣ, ରିଇନଫୋର୍ସମେଣ୍ଟ ଏବଂ ରକ୍ଷଣାବେକ୍ଷଣ ଦ୍ୱାରା ଓଭରଲୋଡିଂ ଫାଟକୁ ପ୍ରତିରୋଧ କରିବାରେ ସହାୟତା ମିଳିପାରିବ । ଓଭରଲୋଡିଂ ଫାଟ ପୂର୍ବରୁ ରହିଥିଲେ, ତତ୍ପରତା ସହିତ ତାହାକୁ ନିବାରଣ କରାଯାଇ ଅଧିକ କ୍ଷୟକ୍ଷତିକୁ ରୋକାଯାଇପାରିବ । ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଅଧିକ ଦୀର୍ଘସ୍ଥାୟୀ କଂକ୍ରିଟ୍ ବ୍ୟବହାର କରାଯିବା ଆବଶ୍ୟକ ।
  • ୭) ରିଇନ୍‌ଫୋର୍ସମେଣ୍ଟ କ୍ଷୟ

  • କଂକ୍ରିଟ୍‌‌ ଭିତରେ ବ୍ୟବହୃତ ହୋଇଥିବା ଷ୍ଟିଲ୍ ରିଇନ୍‌‌ଫୋର୍ସମେଣ୍ଟରେ କଳଙ୍କି ଲାଗିବା ଆରମ୍ଭ ହେଲେ ରିଇନ୍‌‌ଫୋର୍ସମେଣ୍ଟ କ୍ଷୟ ହୋଇଥାଏ । ଏଥିଯୋଗୁଁ ତାହା ପ୍ରସାରିତ ହୁଏ ଏବଂ କଂକ୍ରିଟ୍‌‌ରେ ଫାଟ ସୃଷ୍ଟି କରେ । ଆର୍ଦ୍ରତା, ଲବଣ ଏବଂ ଅନ୍ୟାନ୍ୟ କ୍ଷୟକାରକ ସାମଗ୍ରୀ ସଂସ୍ପର୍ଶରେ ଆସିବା କାରଣରୁ ଏପରି ଫାଟ ସୃଷ୍ଟି ହୋଇଥାଏ । ରିଇନ୍‌‌ଫୋର୍ସମେଣ୍ଟ କ୍ଷୟ ଏକ ଗୁରୁତର ସମସ୍ୟା ଅଟେ, ଏହା କଂକ୍ରିଟ୍‌‌ ଓ ସମୀପବର୍ତ୍ତୀ ଢାଞ୍ଚାଗୁଡ଼ିକର ଢାଞ୍ଚାଗତ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ । ଉପଯୁକ୍ତ କଂକ୍ରିଟ୍ ମିଶ୍ରଣ ଡିଜାଇନ୍, ସ୍ଥାପନ ଏବଂ ରକ୍ଷଣାବେକ୍ଷଣ ଦ୍ୱାରା କ୍ଷୟକୁ ରୋକାଯାଇପାରିବ । ରିଇନ୍‌ଫୋର୍ସମେଣ୍ଟରେ କ୍ଷୟ ପୂର୍ବରୁ ରହିଥିଲେ, ତୁରନ୍ତ ତାହାର ପ୍ରତିକାର କରାଯିବା ଉଚିତ୍ । ଏହାଦ୍ୱାରା ଅଧିକ କ୍ଷୟକ୍ଷତିକୁ ପ୍ରତିରୋଧ କରାଯାଇପାରିବ ଓ ନିରାପତ୍ତାକୁ ସୁନିଶ୍ଚିତ କରାଯାଇପାରିବ ।

 

ଆହୁରି ମଧ୍ୟ ପଢ଼ନ୍ତୁ: କଂକ୍ରିଟ୍‌‌ର କିଓରିଂ କିପରି କରିବେ ଏବଂ ବିଭିନ୍ନ ପ୍ରକାର କିଓରିଂ ପଦ୍ଧତି




ଅତଏବ, ଅନେକ କାରଣ ଯୋଗୁଁ କଂକ୍ରିଟ୍‌‌ରେ ଫାଟ ଦେଖାଦେଇଥାଏ । ଏହା ଉଭୟ ଷ୍ଟ୍ରକ୍ଚରାଲ୍ ଏବଂ ଅଣ-ଷ୍ଟ୍ରକ୍ଚରାଲ୍ ହୋଇଥାଏ । କେତେକ ପ୍ରକାର କଂକ୍ରିଟ୍ ଫାଟ ଚିନ୍ତାର ବଡ଼ କାରଣ ହୋଇ ନ ଥିବା ବେଳେ, ଅନ୍ୟାନ୍ୟ ଫାଟଗୁଡ଼ିକ ବିପଜ୍ଜନକ ହୋଇପାରେ ଏବଂ କଂକ୍ରିଟ୍ ଓ ସମୀପବର୍ତ୍ତୀ ଢାଞ୍ଚାଗୁଡ଼ିକର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିପାରେ । ସାଇଟ୍‌‌କୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରାଯିବା, ସଠିକ୍ ମିଶ୍ରଣ ଡିଜାଇନ୍ ବ୍ୟବହାର କରିବା ଏବଂ ସ୍ଥାପନ ଓ ରକ୍ଷଣାବେକ୍ଷଣର ସର୍ବୋତ୍ତମ ପଦ୍ଧତି ବ୍ୟବହାର କରାଯାଇ ଫାଟକୁ ରୋକାଯାଇପାରିବ ।

ପୂର୍ବରୁ ଫାଟ ରହିଥିଲେ, ତତ୍ପରତା ସହିତ ତାହାର ପ୍ରତିକାର କରିବା ଜରୁରୀ ଅଟେ । ଏହାଦ୍ୱାରା ଅଧିକ କ୍ଷତିକୁ ରୋକାଯାଇପାରିବ ଓ ନିରାପତ୍ତାକୁ ସୁନିଶ୍ଚିତ କରାଯାଇପାରିବ । ବିଶେଷ ଭାବେ ସଙ୍କୁଚନଜନିତ ଫାଟକୁ ଏଡ଼ାଇବା ପାଇଁ ଅଧିକ ଉପଦେଶ ପାଇବା ନିମନ୍ତେ, କଂକ୍ରିଟ୍‌‌ରେ ସଙ୍କୁଚନଜନିତ ଫାଟକୁ ଏଡ଼ାଇବା ସମ୍ପର୍କରେ ଏହି ଭିଡିଓକୁ ଦେଖନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....