ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


ଆପଣଙ୍କ ନିର୍ମାଣ ସ୍ଥଳରେ ସିମେଣ୍ଟ ସଂରକ୍ଷଣ କରିବା ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଉପଦେଶ

ନିର୍ମାଣ ସ୍ଥଳରେ ସିମେଣ୍ଟର ଉପଯୁକ୍ତ ସଂରକ୍ଷଣକୁ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସିମେଣ୍ଟ ସଂରକ୍ଷଣର ଏହି ମାର୍ଗଦର୍ଶିକାକୁ ଅନୁସରଣ କରି ଆପଣ ନିଜର ନିବେଶକୁ ସୁରକ୍ଷିତ ରଖିପାରିବେ ଏବଂ ପ୍ରକଳ୍ପର ସଫଳ ସମ୍ପାଦନ ପାଇଁ ସିମେଣ୍ଟର ଗୁଣବତ୍ତାକୁ ବଜାୟ ରଖିପାରିବେ ।

Share:


ସିମେଣ୍ଟର ସତେଜତା ଏବଂ ଗୁଣବତ୍ତାକୁ ବଜାୟ ରଖିବା ପାଇଁ ନିର୍ମାଣ ସ୍ଥଳରେ ସିମେଣ୍ଟର ସଂରକ୍ଷଣ ଉପଯୁକ୍ତ ଭାବେ କରାଯିବା ଉଚିତ୍ । ସିମେଣ୍ଟ ଆର୍ଦ୍ରତାଗ୍ରାହୀ (ହାଇଗ୍ରୋସ୍କୋପିକ୍) ହୋଇଥାଏ ଏବଂ ତାହା ଆର୍ଦ୍ରତାକୁ ଅବଶୋଷଣ କରି କଠିନ ହୋଇଯାଇଥାଏ । ସିମେଣ୍ଟକୁ ଠିକ୍ ଭାବେ ସଂରକ୍ଷଣ କରା ନ ଗଲେ, ତାହା ମୁଣ୍ଡା ମୁଣ୍ଡା, କଠିନ ଏବଂ ନିର୍ମାଣ ଉଦ୍ଦେଶ୍ୟ ପାଇଁ ଅନୁପଯୋଗୀ ହୋଇଯାଇଥାଏ । ସିମେଣ୍ଟକୁ ସଠିକ୍ ଭାବେ ସଂରକ୍ଷଣ କରି ତାହାକୁ ଅବକ୍ଷୟ ଏବଂ ବର୍ଷା, ଆର୍ଦ୍ରତା, ପବନ, ଖରା ଭଳି ପାଣିପାଗରୁ ସୁରକ୍ଷିତ ରଖନ୍ତୁ । ସିମେଣ୍ଟ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଗଲେ, ଭବିଷ୍ୟତରେ ନିର୍ମାଣ କାର୍ଯ୍ୟରେ ବ୍ୟବହାର ପାଇଁ ତାହାର ଶକ୍ତି ବଜାୟ ରହିବା ସୁନିଶ୍ଚିତ ହୋଇଥାଏ । ନିର୍ମାଣ ସ୍ଥଳରେ ସିମେଣ୍ଟକୁ ସଂରକ୍ଷିତ ରଖିବା ଏବଂ ଯତ୍ନର ସହିତ କାରବାର କରିବାର ଉପାୟଗୁଡ଼ିକ ତଳେ ବର୍ଣ୍ଣନା କରାଯାଇଛି ।



ସିମେଣ୍ଟ ବସ୍ତାଗୁଡ଼ିକୁ କିପରି ସଂରକ୍ଷଣ କରିବେ?



୧. ତାହାକୁ ଆର୍ଦ୍ରତାରୁ ସୁରକ୍ଷିତ ରଖନ୍ତୁ

ଆର୍ଦ୍ରତା ସିମେଣ୍ଟର ଗୁଣବତ୍ତାକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ । ସିମେଣ୍ଟକୁ ଭୂମି ଓ ପରିବେଶର ଆର୍ଦ୍ରତାରୁ ସୁରକ୍ଷିତ ରଖାଯିବା ଜରୁରୀ ଅଟେ । ଆର୍ଦ୍ରତା ଅବଶୋଷଣକୁ ପ୍ରତିରୋଧ କରିବା ପାଇଁ ସିମେଣ୍ଟକୁ ଏକ ଆର୍ଦ୍ରତା ନିରୋଧୀ, ଉଚ୍ଚ ସ୍ଥାନରେ ସଂରକ୍ଷଣ କରନ୍ତୁ । ବିଶେଷକରି ବର୍ଷା ଋତୁରେ ବସ୍ତାଗୁଡ଼ିକୁ ୭୦୦-ଗେଜ୍ ପଲିଥିନ୍ ଜରିରେ ଢାଙ୍କି ରଖନ୍ତୁ । ପରିବେଶ ସହ ସିମେଣ୍ଟର ସଂସ୍ପର୍ଶକୁ ନ୍ୟୂନତମ କରିବା ପାଇଁ ସିମେଣ୍ଟ ସଂରକ୍ଷଣ ନିମନ୍ତେ ବାୟୁ ନିରୋଧି ବ୍ୟାଗ୍ ବା ବସ୍ତା ବ୍ୟବହାର କରାଯିବା ଜରୁରୀ ଅଟେ । ଭଣ୍ଡାର ବା ଗୋଦାମଟି ନିକଟବର୍ତ୍ତୀ ସ୍ଥାନଠାରୁ ଉଚ୍ଚ ସ୍ଥାନରେ ରହିଥିବା ଆବଶ୍ୟକ, ଏହାଦ୍ୱାରା ସିମେଣ୍ଟ ବସ୍ତା ରଖାଯାଇଥିବା ଜାଗା ଭିତରକୁ ପାଣି ପଶିପାରିବ ନାହିଁ । ସିମେଣ୍ଟ ବସ୍ତାଗୁଡ଼ିକୁ ସର୍ବଦା କାଠ ପଟା ଉପରେ କିମ୍ବା ଉଚ୍ଚା ଜାଗାରେ ଭୂମିରୁ ୧୫୦-୨୦୦ ମିମି ଉଚ୍ଚତାରେ ରଖନ୍ତୁ ।

 

୨. ସିମେଣ୍ଟ ଗୋଦାମରେ ସିମେଣ୍ଟ ବସ୍ତାଗୁଡ଼ିକୁ ଉପଯୁକ୍ତ ଭାବେ ଥାକ କରି ରଖନ୍ତୁ

ଗୋଦାମରେ ସିମେଣ୍ଟ ବସ୍ତାଗୁଡ଼ିକୁ ସହଜରେ ଥାକ କରି ରଖାଯିବା ଓ କଢ଼ାଯିବାର ବ୍ୟବସ୍ଥା କରାଯିବା ଉଚିତ୍ । ସିମେଣ୍ଟ ବସ୍ତାଗୁଡ଼ିକୁ ଏପରି ଭାବେ ଥାକ କରି ରଖାଯିବା ଆବଶ୍ୟକ, ଯେମତି ପ୍ରତ୍ୟେକ ଥାକ ମଧ୍ୟରେ ୬୦୦ ମିମିର ଯିବାଆସିବାର ବ୍ୟବଧାନ ରହୁଥିବ । ବାୟୁ ସଞ୍ଚାଳନକୁ ନ୍ୟୂନତମ କରିବା ପାଇଁ ସିମେଣ୍ଟ ବସ୍ତାଗୁଡ଼ିକୁ ପରସ୍ପର ନିକଟବର୍ତ୍ତୀ ରଖନ୍ତୁ । ଥାକର ଉଚ୍ଚତାକୁ ସର୍ବାଧିକ ୧୦ଟି ବସ୍ତା ମଧ୍ୟରେ ସୀମିତ ରଖନ୍ତୁ, ଅନ୍ୟଥା ଚାପ କାରଣରୁ ସିମେଣ୍ଟ ମୁଣ୍ଡା ହୋଇଯାଇପାରେ । ନିର୍ମାଣ ସ୍ଥଳରେ ସିମେଣ୍ଟ ବସ୍ତାଗୁଡ଼ିକୁ ଏପରି ଭାବରେ ସଂରକ୍ଷଣ କରାଯିବା ଆବଶ୍ୟକ ଯେପରି ଥାକର ପ୍ରସ୍ଥ ଚାରୋଟି ବସ୍ତା ବା ୩ ମିଟରରୁ ଅଧିକ ଲମ୍ବା ହେଉ ନ ଥିବ । ଓଲଟିପଡ଼ିବାକୁ ପ୍ରତିରୋଧ କରିବା ପାଇଁ ୮ରୁ ଅଧିକ ବସ୍ତା ରହିଥିବା ଥାକକୁ ବାନ୍ଧି ରଖାଯିବା ଏବଂ ବସ୍ତାଗୁଡ଼ିକୁ ଗୋଟିଏ ଲମ୍ବା ଓ ଗୋଟିଏ ଆଡ଼ା ଭାବେ ଥାକ କରି ରଖନ୍ତୁ ।

 

୩. ବସ୍ତାଗୁଡ଼ିକୁ ଯତ୍ନର ସହିତ ନେବାଆଣିବା କରନ୍ତୁ

ସିମେଣ୍ଟ ବସ୍ତାଗୁଡ଼ିକୁ କଚାଡ଼ନ୍ତୁ ନାହିଁ କିମ୍ବା ତାହାର ଶେଷପ୍ରାନ୍ତଗୁଡ଼ିକୁ ଧରି ଉଠାନ୍ତୁ ନାହିଁ । ବସ୍ତାଗୁଡ଼ିକ ଯେପରି ମଝିରୁ ନ ଫାଟେ କିମ୍ବା ନ ଝୁଲେ ତାହା ସୁନିଶ୍ଚିତ କରିବା ପାଇଁ ବସ୍ତା ତଳେ ସପୋର୍ଟ ଦିଅନ୍ତୁ । ବସ୍ତାକୁ ଫାଟିବାରୁ ରୋକିବା ପାଇଁ, ବସ୍ତାକୁ ଉଠାଇବା ପୂର୍ବରୁ ତାହାକୁ ଗଡ଼ାଇ ଦିଅନ୍ତୁ, ଯାହାଦ୍ୱାରା ସିମେଣ୍ଟ ସାମାନ୍ୟ ଢିଳା ହୋଇଯିବ । ବସ୍ତାକୁ ରଖିବା ସମୟରେ ବସ୍ତାର ଅଧିକ ପ୍ରଶସ୍ତ ପାର୍ଶ୍ୱଟି ତଳକୁ ମୁହଁ କରି ରହିବା ଉଚିତ୍ ।



୪. ସିମେଣ୍ଟ ବସ୍ତା ଉଠାଇବା କିମ୍ବା ଥାକ ମାରିବା ପାଇଁ କଦାପି ହୁକ୍ ବ୍ୟବହାର କରନ୍ତୁ ନାହିଁ

ସିମେଣ୍ଟ ବସ୍ତାକୁ ଉଠାଇବା କିମ୍ବା ଥାକ ମାରିବା ପାଇଁ ହୁକ୍ ବ୍ୟବହାର କଲେ ଅନେକ ବିପଦ ରହିଥାଏ । ହୁକ୍ ବସ୍ତାକୁ କଣା କରିପାରେ କିମ୍ବା ଚିରି ଦେଇପାରେ । ଯାହାଦ୍ୱାରା ବସ୍ତା ମଧ୍ୟରେ ଧୂଳିମଳି ଓ ଆର୍ଦ୍ରତା ପ୍ରବେଶ କରିଯାଏ ଓ ସିମେଣ୍ଟର ଗୁଣବତ୍ତା ହ୍ରାସିତ ହୁଏ । ନିଜର ନିବେଶ ଓ ସାମଗ୍ରୀଗୁଡ଼ିକର ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ, ସିମେଣ୍ଟ ବସ୍ତା ନେବାଆଣିବା ଓ ଉଠାପକା କରିବା ପାଇଁ ବିଶେଷ ଭାବେ ନିର୍ମିତ ସାଧନ, ଯେପରିକି - ଫର୍କଲିଫ୍ଟ, ପ୍ୟାଲେଟ୍ ଜ୍ୟାକ୍ କିମ୍ବା ଲିଫ୍ଟିଂ ଷ୍ଟ୍ରାପ୍ ବ୍ୟବହାର କରନ୍ତୁ । ଏହି ସାଧନ ମାଧ୍ୟମରେ ସୁରକ୍ଷିତ ଏବଂ କ୍ଷୟକ୍ଷତି ମୁକ୍ତ ଭାବେ ସିମେଣ୍ଟ ନେବାଆଣିବା କରିହୁଏ ଏବଂ ଆବଶ୍ୟକ ହେବା ପର୍ଯ୍ୟନ୍ତ ସିମେଣ୍ଟ ସର୍ବୋତ୍ତମ ଗୁଣବତ୍ତାର ଏବଂ ନିର୍ମାଣ ଲାଗି ପ୍ରସ୍ତୁତ ରହିପାରିଥାଏ ।

 

୫. ସିମେଣ୍ଟ ବସ୍ତାଗୁଡ଼ିକୁ ଅଲଗା ଅଲଗା କରି ସଂରକ୍ଷଣ କରନ୍ତୁ

ଭିନ୍ନ ପ୍ରକାର ସିମେଣ୍ଟକୁ ଅଲଗା ଅଲଗା କରି ସଂରକ୍ଷଣ କରାଯିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ତାହାକୁ ଏକାଠି ନ ରଖାଯିବା ଜରୁରୀ ଅଟେ । ଏହାଦ୍ୱାରା ସିମେଣ୍ଟର ଗୁଣବତ୍ତାକୁ ପ୍ରଭାବିତ କରୁଥିବା ସମ୍ଭାବ୍ୟ ପ୍ରଦୂଷଣର ଆଶଙ୍କା ରହି ନ ଥାଏ । ସିମେଣ୍ଟ ବସ୍ତାଗୁଡ଼ିକୁ କେବଳ ସେଥିପାଇଁ ଉଦ୍ଦିଷ୍ଟ ଭଣ୍ଡାର ବା ଗୋଦାମରେ ରଖାଯିବା ଆବଶ୍ୟକ । ତାହାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ତାହାକୁ ସାର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ସହିତ ଏକାଠି ରଖାଯିବା ଉଚିତ ନୁହେଁ ।

 

୬. ଆଗେ ପୁରୁଣା ବସ୍ତାଗୁଡ଼ିକୁ ବ୍ୟବହାର କରନ୍ତୁ

ସିମେଣ୍ଟ ବସ୍ତାଗୁଡ଼ିକୁ ବ୍ୟବହାର କରିବା ସମୟରେ ‘ଯାହା ଆଗେ ଆସିଛି ତାହା ପ୍ରଥମେ ବ୍ୟବହାର ହେବ’ ନୀତି ବ୍ୟବହାର କରନ୍ତୁ । ପ୍ରତ୍ୟେକ ଥାକରେ ଏକ ଲେବୁଲ ଲଗାଯାଇ ସେହି ସିମେଣ୍ଟ କେବେ ଆସିଥିଲା ତାହା ଲେଖିରଖିଲେ ସିମେଣ୍ଟର ବୟସ ସହଜରେ ଜାଣିହୋଇଯିବ । ଗୋଦାମରେ ସିମେଣ୍ଟ ସଂରକ୍ଷଣର ଯୋଜନା କରିବା ସମୟରେ ବସ୍ତାଗୁଡ଼ିକୁ ଏପରି ଭାବେ ସଜାଇ ରଖିବାର ବ୍ୟବସ୍ଥା କରନ୍ତୁ, ଯେପରିକି ଯେଉଁ କ୍ରମରେ ତାହା ପ୍ରାପ୍ତ ହୋଇଥିଲା ସେହିକ୍ରମରେ ବାହାରିପାରିବ ।

 

୭. ବଳକା ସିମେଣ୍ଟକୁ ଯତ୍ନର ସହିତ ସାଇତି ରଖନ୍ତୁ

ବଳକା ରହିଯାଇଥିବା ସିମେଣ୍ଟକୁ ଅଧା ଖାଲି ବସ୍ତାରେ ରଖାଯିବା ଏବଂ ପ୍ରଥମେ ବ୍ୟବହାର କରାଯିବା ଜରୁରୀ । ଯଦି ସିମେଣ୍ଟ ବଳିଯାଇଥାଏ ତେବେ ତାହାକୁ ସାଇତିବା ପାଇଁ ଏକ ହେଭି ଡ୍ୟୁଟି ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର କରନ୍ତୁ । ବ୍ୟାଗ୍‌‌କୁ ଡକ୍ଟ ଟେପ୍ କିମ୍ବା ସୂତାରେ ସିଲ୍ କରାଯିବା ଜରୁରୀ ଅଟେ ।



ସିମେଣ୍ଟ ବସ୍ତାର ଉପଯୁକ୍ତ ସଂରକ୍ଷଣ ଜରୁରୀ କାରଣ ସିମେଣ୍ଟକୁ ତାହାର ଉଦ୍ଦିଷ୍ଟ ବ୍ୟବହାର ପାଇଁ ଆର୍ଦ୍ରତା, ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ, ବର୍ଷା, ଅପଚୟ ଇତ୍ୟାଦିରୁ ସୁରକ୍ଷା ଯୋଗାଇବା ଜରୁରୀ ଅଟେ । କଂକ୍ରିଟ, ମୋର୍ଟାର ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ସିମେଣ୍ଟ ବ୍ୟବହାର କରାଯାଏ, ଯାହା ଢାଞ୍ଚାର ଜୀବନ ପାଇଁ ଅତ୍ୟାବଶ୍ୟକ ଅଟେ । ତେଣୁ ସିମେଣ୍ଟର ଗୁଣବତ୍ତା ବଜାୟ ରଖିବା ପାଇଁ ସିମେଣ୍ଟକୁ କିପରି ସଠିକ ଉପାୟରେ ସଂରକ୍ଷଣ କରାଯିବ ତାହା ଶିଖିବା ଜରୁରୀ । ଢାଞ୍ଚାର ସ୍ଥାୟିତ୍ୱକୁ ବଢ଼ାଉଥିବା ଉନ୍ନତ ମାନର ସିମେଣ୍ଟ ସୁନିଶ୍ଚିତ କରିବା ପାଇଁ ସିମେଣ୍ଟର ସଂରକ୍ଷଣ ନିମନ୍ତେ ଉପରୋକ୍ତ ପଦକ୍ଷେପଗୁଡିକୁ ଅନୁସରଣ କରନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |




ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....