Share:
Share:
ଭୂମିକମ୍ପ ଓ ପ୍ରାକୃତିକ ବିପର୍ଯ୍ୟୟ ତାହାର ତାଣ୍ଡବଲୀଳା ରଚାଇ ଚାଲିଗଲା ପରେ, ଚାରିଆଡ଼େ ବ୍ୟାପକ ବିନାଶ ଓ ହାହାକାରର କରୁଣ ଚିିତ୍ର ଦେଖିବାକୁ ମିଳିଥାଏ । ଭୁଷୁଡ଼ିପଡ଼ିଥିବା ବିଲ୍ଡିଂ ଓ ଘର କାରଣରୁ ଅନେକ ମୃତାହତ ହୋଇଥାନ୍ତି । ନିଜ ଘର କିମ୍ବା ବିଲ୍ଡିଂକୁ ଭୂମିକମ୍ପ-ନିରୋଧୀ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ, ତେଣୁ ତାହା କେମିତି କରିବେ ଜାଣିରଖନ୍ତୁ ।
ଭୂମିକମ୍ପ ସହନ କ୍ଷମତାକୁ କେବଳ ନିର୍ମାଣ ସାମଗ୍ରୀର ଅଦମ୍ୟତା ଏବଂ ଶକ୍ତି ନୁହେଁ, ବରଂ ତାହା ଢାଞ୍ଚା ସହିତ କିଭିଳି ଭାବେ ଏକାକାର ହୋଇଛି ତାହା ନିର୍ଦ୍ଧାରଣ କରି ଥାଏ । ଯଦି ଏକ ଲମ୍ବା, ସଳଖ ପଥର କାନ୍ଥ କେବଳ ଘର୍ଷଣ ଏବଂ ଜ୍ୟାମିତିକୁ ଭରସା କରି ଯଥାସ୍ଥାନରେ ଛିଡ଼ା ହୋଇ ରହିଥାଏ, ତେବେ ଏହା ନିଶ୍ଚିତ ଯେ ଭୂମିକମ୍ପ ହେଲେ ତାହା ଭୁଷୁଡ଼ିପଡ଼ିବ । କାନ୍ଥର ବସ୍ତୁତ୍ୱ କିମ୍ବା ଜଡ଼ତା କାରଣରୁ, ଭୂମିକମ୍ପ ସମୟରେ ଭୂଚଳନ ସହିତ କାନ୍ଥର ଚଳନ ତାଳ ଦେଇପାରି ନ ଥାଏ । ଭୂମିକମ୍ପ କାରଣରୁ କାନ୍ଥର ସ୍ଥିର ଭାର ରେଖା ଏତେ ମାତ୍ରାରେ ଘୁଞ୍ଚିଯାଇଥାଏ ଯେ, ପଥରଗୁଡ଼ିକ ତାହାର ସ୍ଥାନରୁ ଖସିପଡ଼ିବା ସହିତ କାନ୍ଥର ଭାର ସ୍ଥିର ଭାର ରେଖାରୁ ସ୍ଥାନାନ୍ତରିତ ହୋଇଯାଏ ।
ତଳେ କେତେକ ଭୂମିକମ୍ପ ନିରୋଧୀ ନିର୍ମାଣ କୌଶଳ ଦିଆଯାଇଛି, ଆପଣ ତାହାକୁ ବ୍ୟବହାର କରି ନିଜର ଘର ତିଆରି କରିପାରିବେ
ବିଲ୍ଡିଂର ପ୍ଲିନ୍ଥ ସ୍ତରରେ
କବାଟ ଓ ଝରକା ଭଳି ଲିଣ୍ଟେଲ୍ ସ୍ତରରେ
ଛାତ ସ୍ତରରେ
ଭୂସମାନ୍ତର ବ୍ୟାଣ୍ଡଗୁଡ଼ିକର ପ୍ରକାରଭେଦ :
ରୁଫ୍ ବ୍ୟାଣ୍ଡ
ଲିଣ୍ଟେଲ୍ ବ୍ୟାଣ୍ଡ
ଗେବଲ୍ ବ୍ୟାଣ୍ଡ
ପ୍ଲିନ୍ଥ ବ୍ୟାଣ୍ଡ
ଏପର୍ଯ୍ୟନ୍ତ ଦର୍ଶାଯାଇଥିବା ସମସ୍ତ ପଦ୍ଧତିକୁ, ନିର୍ମାଣରେ ବ୍ୟବହୃତ ସାମଗ୍ରୀ ନିର୍ବିଶେଷରେ କୌଣସି ଅତିରିକ୍ତ ଖର୍ଚ୍ଚ ବିନା ଭୂମିକମ୍ପ ନିମନ୍ତେ ନିରାପଦ ନିର୍ମାଣ ପଦ୍ଧତିରେ ବ୍ୟବହାର କରିବା ସମ୍ଭବ ଅଟେ । କାଠ ଫ୍ରେମ୍, ଇଟା, ଧୂର୍ମୂଷ ମାଟି ଏବଂ ଭୂମିକମ୍ପକୁ ଦୃଷ୍ଟିରେ ରଖି କରାଯାଇଥିବା ନିର୍ମାଣ କାର୍ଯ୍ୟଗୁଡ଼ିକୁ ମଧ୍ୟ କମ୍-ଖର୍ଚ୍ଚରେ, ବ୍ୟବହୃତ-ସାମଗ୍ରୀ ପାଇଁ ବିଶେଷ ଭାବେ ବ୍ୟବହାର କରାଯାଇପାରିବ । ସଠିକ୍ ବ୍ରାକେଟ୍, ହୋଲ୍ଡ-ଡାଉନ୍ ଏବଂ ଫାଷ୍ଟନର୍ ବ୍ୟବହାର କରି କାଠ ଫ୍ରେମ୍ ନିର୍ମାଣ କାର୍ଯ୍ୟକୁ ଭୂମିକମ୍ପକୁ ସହିବା ପାଇଁ ପ୍ରସ୍ତୁତ କରାଯାଇପାରିବ । ସ୍କୃ’ର ଧରି ରଖିବାର କ୍ଷମତା ନିଶ୍ଚିତ ଭାବେ ଅଧିକ ଅଟେ, କିନ୍ତୁ କଣ୍ଟା ତୁଳନାରେ ତାହା ଅଧିକ ଭଙ୍ଗୁର ହୋଇଥାଏ ଓ ଭାର ପଡ଼ିଲେ ସହଜରେ ଭାଙ୍ଗିଯାଇଥାଏ । ଏ ପ୍ରକାର ନିର୍ମାଣରେ ବିମ୍, ଜଏଣ୍ଟ, କର୍ନର୍, ସିଲ୍ ପ୍ଲେଟ୍ ଏବଂ ରୁଫ୍ ଟ୍ରସ୍ର ବଳ ବୃଦ୍ଧି କରିବା ପାଇଁ ଶିୟର୍ ୱାଲ୍, ବ୍ରାକେଟ୍ ଏବଂ ଗସେଟ୍ ସାଧାରଣତଃ ବ୍ୟବହୃତ ହୋଇଥାଏ ।
ଇଟାର ଅଧିକ ଓଜନ ଏବଂ ଭଙ୍ଗୁର ସଂରଚନା ତଥା ଧୂର୍ମୂଷ ମାଟିନିର୍ମିତ କାନ୍ଥ ଭୂମିକମ୍ପରେ ସହଜରେ ଭାଙ୍ଗିପଡ଼ିବାର ଆଶଙ୍କା ଥାଏ । ଏହା କାରଣରୁ ଢାଞ୍ଚାର ଅଧିକାଂଶ ଅଂଶ ଧରାଶାୟୀ ହୋଇଯାଏ । ଫାଟକୁ ହ୍ରାସ କରିବା ଏବଂ ସମସ୍ତ ଖଣ୍ଡଗୁଡ଼ିକୁ ଯଥାସ୍ଥାନରେ ବଜାୟ ରଖିବା ପାଇଁ, ଆପଣ କାନ୍ଥରେ ରିଇନ୍ଫୋର୍ସମେଣ୍ଟ ଫାଇବର୍, ବାର୍, ରଡ୍ କିମ୍ବା ଜାଲି ଲଗାଇପାରନ୍ତି । ଏହି ସାମଗ୍ରୀକୁ କାଠିକୁଟା କିମ୍ବା କୃତ୍ରିମ ସୂତା ସହିତ ଆଭ୍ୟନ୍ତରୀଣ ଭାବେ ରିଇନ୍ଫୋର୍ସ କରିହେବ । କାଠ ବାର୍ ଏବଂ ରଡ୍ଗୁଡ଼ିକୁ ଫାଉଣ୍ଡେସନ, ୱାଲ୍ କ୍ୟାପ୍ ଏବଂ ପରସ୍ପର ସହିତ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସଂଯୁକ୍ତ କରିବା ପାଇଁ ରସି, ଗଛ, ଲଟା, ବଳା ଦଉଡ଼ି କିମ୍ବା ବାଉଁଶ ବ୍ୟବହାର କରାଯାଇପାରିବ । କାନ୍ଥଗୁଡ଼ିକୁ ସଂଯୁକ୍ତ କରିବା ଏବଂ ଭୂସମାନ୍ତର ବଳକୁ ବିତରଣ କରିବା ପାଇଁ କୋଣଗୁଡ଼ିକରେ ସ୍କ୍ରିନ୍, ଚିକେନ୍ ଓୟାର୍ ଭଳି ଜାଲି ରିଇନ୍ଫୋର୍ସମେଣ୍ଟ ବିଶେଷ ରୂପେ ଫଳପ୍ରଦ ହୋଇଥାଏ ।
ଏହା ଥିଲା ଏକ ଭୂମିକମ୍ପ-ନିରୋଧୀ ଘର ତିଆରି କରିବା ପାଇଁ କେତେକ ସୁରକ୍ଷିତ ନିର୍ମାଣ ପଦ୍ଧତି । ଆପଣ ଭୂମିକମ୍ପ-ନିରୋଧୀ ନିର୍ମାଣ କୌଶଳ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଥିଲେ ଆପଣ ଏହି ଇଣ୍ଟରଆକ୍ଟିଭ୍ ଭିଡିଓ ଦେଖିପାରନ୍ତି । କ୍ୱାଲିଟିଯୁକ୍ତ ବିଲ୍ଡିଂ ସାମଗ୍ରୀ ଏବଂ ବିଶେଷଜ୍ଞ ସମାଧାନ ପାଇବା ପାଇଁ, ଆପଣଙ୍କ ନିକଟତମ ଅଲ୍ଟ୍ରାଟେକ୍ ବିଲ୍ଡିଂ ସଲ୍ୟୁସନ୍ସ ଷ୍ଟୋର୍ ସହିତ ସମ୍ପର୍କ କରନ୍ତୁ ।