ସମ୍ପର୍କ କରନ୍ତୁ |

ତୁମର ପ୍ରଶ୍ନର ଉତ୍ତର ପାଅ |

ଏକ ବ valid ଧ ବର୍ଗ ଚୟନ କରନ୍ତୁ |

ନିଜର ଉପ-ବର୍ଗ ଚୟନ କରନ୍ତୁ

acceptence

ଆଗକୁ ବ to ିବାକୁ ଦୟାକରି ଏହି ବାକ୍ସକୁ ଯାଞ୍ଚ କରନ୍ତୁ |

hgfghj


କଂକ୍ରିଟ୍ କ’ଣ? ପ୍ରକାରଭେଦ, ସଂରଚନା, ଗୁଣଧର୍ମ ଏବଂ ଉପଯୋଗ

ଡ୍ରାଇଭ୍‌‌ୱେ, ସାଇଡ୍‌‌ୱାକ୍ ଏବଂ ସୁଉଚ୍ଚ ଅଟ୍ଟାଳିକା ପାଇଁ କଂକ୍ରିଟ୍‌‌ର ଉପଯୋଗ କିପରି କରାଯାଇଥାଏ ତାହା ଶିଖନ୍ତୁ ଏବଂ ମଜଭୁତ ଏବଂ ଦୀର୍ଘସ୍ଥାୟୀ ଢାଞ୍ଚାର ନିର୍ମାଣକୁ ସୁନିଶ୍ଚିତ କିପରି କରାଯିବ ତାହା ଜାଣନ୍ତୁ ।

Share:




କଂକ୍ରିଟ୍ କ’ଣ?

 

କଂକ୍ରିଟ୍ ଆପଣଙ୍କ ଚାରିଆଡ଼େ ଦେଖିବାକୁ ମିଳିଥାଏ । ସାଇଡ୍‌‌ୱାକ୍, ସଡ଼କ କିମ୍ବା ବିଲ୍‌ଡିଂରେ ତାହା ବ୍ୟବହୃତ ହୋଇଥାଏ । ସରଳ ଭାଷାରେ କହିବାକୁ ଗଲେ, କଂକ୍ରିଟ୍ ହେଉଛି ସିମେଣ୍ଟ, ପାଣି ଏବଂ ଏଗ୍ରିଗେଟ୍ (ବାଲି ଓ ଗୋଡ଼ି ଭଳି)ର ଏକ ମିଶ୍ରଣ ଅଟେ । ସମୟ ସହିତ ଏହା ଟାଣ ହୋଇ ଏକ ନିଦା, ମଜଭୁତ ପଦାର୍ଥରେ ପରିଣତ ହୋଇଥାଏ । ଏହାର ସୁଲଭତା, ଦୀର୍ଘସ୍ଥାୟୀ ଗୁଣ ଏବଂ ଯେକୌଣସି ଆକୃତିରେ ଢଳିବାର ଏହାର କ୍ଷମତା କାରଣରୁ କଂକ୍ରିଟ୍‌‌କୁ ସବୁ ପ୍ରକାର ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ସିମେଣ୍ଟ, ଏଗ୍ରିଗେଟ୍ ଏବଂ ପାଣିର ସଠିକ୍ ଅନୁପାତକୁ ମିଶାଇ ଏହି ନିର୍ମାଣ ସାମଗ୍ରୀକୁ ତିଆରି କରାଯାଇଥାଏ ।



କଂକ୍ରିଟ୍‌‌ର ପ୍ରକାରଭେଦ

 

୧) ରିଇନ୍‌‌ଫୋର୍ସଡ୍ କଂକ୍ରିଟ୍

ଏ ପ୍ରକାର କଂକ୍ରିଟ୍‌‌କୁ ଷ୍ଟିଲ୍ ଛଡ଼ କିମ୍ବା ଜାଲି ଦ୍ୱାରା ସୁଦୃଢ଼ୀକୃତ କରାଯାଇଥାଏ, ଯାହା ଫଳରେ ତାହାର ପ୍ରସାରଣ କ୍ଷମତା ଏବଂ ସ୍ଥାୟିତ୍ୱ ବୃଦ୍ଧି ହୋଇଥାଏ । ଏହାକୁ ସାଧାରଣତଃ ସୁଉଚ୍ଚ ଅଟ୍ଟାଳିକା, ସେତୁ ଏବଂ ଅଧିକ ସୁଦୃଢ଼ତା ଓ ସ୍ଥିରତା ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଢାଞ୍ଚାର ନିର୍ମାଣରେ ବ୍ୟବହାର କରାଯାଇଥାଏ ।

୨) ଲାଇଟ୍‌‌ୱେଟ୍ କଂକ୍ରିଟ୍

ଏହାର ନାମ ସୂଚାଉଥିବା ଅନୁଯାୟୀ, ଏ ପ୍ରକାର କଂକ୍ରିଟ୍ ସାଧାରଣ କଂକ୍ରିଟ୍ ତୁଳନାରେ ହାଲୁକା ହୋଇଥାଏ । ଓଜନ ବା ଭାର ମହତ୍ତ୍ୱ ରଖୁଥିବା ନିର୍ମାଣ କାର୍ଯ୍ୟ ପାଇଁ ଏହି କଂକ୍ରିଟ୍ ଆଦର୍ଶ ଅଟେ । ଏହାକୁ ୱାଲ୍ ପ୍ୟାନେଲ୍, ଛାତର ସ୍ଲାବ୍ ଏବଂ ପେଭିଂ ବ୍ଲକ୍ ଭଳି ପ୍ରିକାଷ୍ଟ୍ କଂକ୍ରିଟ୍ ଉପାଦାନ ତିଆରି କରିବା ପାଇଁ ବ୍ୟବହାର କରାଯାଏ ।

୩) ହାଇ-ଷ୍ଟ୍ରେଂଥ୍ କଂକ୍ରିଟ୍‌

ଏ ପ୍ରକାର କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଶକ୍ତି ୪୦ ଏମ୍‌‌ପିଏରୁ ଅଧିକ ହୋଇଥାଏ ଏବଂ ଅତିରିକ୍ତ ସୁଦୃଢ଼ତା ଆବଶ୍ୟକ କରୁଥିବା ଢାଞ୍ଚାର ନିର୍ମାଣରେ ଏହା ବ୍ୟବହୃତ ହୋଇଥାଏ । ଉଦାହରଣସ୍ୱରୂପ: ବହୁମହଲା କୋଠା, ସେତୁ ଏବଂ ନଦୀବନ୍ଧ ।

 

୪) ହାଇ-ଫର୍‌‌ଫର୍ମାନ୍ସ କଂକ୍ରିଟ୍

ଏହି ବିଶେଷ ଭାବେ ଉପଯୋଗୀ ଧରଣର କଂକ୍ରିଟ୍‌‌ରେ ଉଚ୍ଚ ସ୍ଥାୟିତ୍ୱ, ବର୍ଦ୍ଧିତ ଶକ୍ତି ଏବଂ ଅତ୍ୟଧିକ ତାପମାତ୍ରା ଓ ପରିବେଶୀୟ ପ୍ରଭାବକୁ ସହନ କରିବାର କ୍ଷମତା ଭଳି ବୈଶିଷ୍ଟ୍ୟ ରହିଥାଏ । ଏହାକୁ ସାଧାରଣତଃ ଆଣବିକ ଶକ୍ତି କାରଖାନା, ସମୁଦ୍ର ମଧ୍ୟରେ ନିର୍ମିତ ଢାଞ୍ଚା ଏବଂ ଅନ୍ୟାନ୍ୟ ହାଇ-ଟେକ୍ ପ୍ରକଳ୍ପଗୁଡ଼ିକରେ ବ୍ୟବହାର କରାଯାଏ ।

୫) ପ୍ରିକାଷ୍ଟ କଂକ୍ରିଟ୍

ଏ ପ୍ରକାର କଂକ୍ରିଟ୍‌‌କୁ ନିର୍ମାଣ କାର୍ଯ୍ୟ ହେଉଥିବା ଜାଗାରୁ ଦୂରରେ ଥିବା ଅନ୍ୟ କୌଣସି ସ୍ଥାନରେ ନିର୍ମାଣ କରାଯାଇଥାଏ ଓ ପରେ ତାହାକୁ ନିର୍ମାଣସ୍ଥଳକୁ ପରିବହନ କରାଯାଇଥାଏ । ୱାଲ୍ ପ୍ୟାନେଲ୍, କଲମ୍, ବିମ୍ ଏବଂ ସିଡି ଭଳି ପ୍ରିକାଷ୍ଟ କଂକ୍ରିଟ୍ ଉପାଦାନର ନିର୍ମାଣ ପାଇଁ ଏ ପ୍ରକାର କଂକ୍ରିଟ୍‌‌ ବ୍ୟବହୃତ ହୋଇଥାଏ । ନିର୍ମାଣସ୍ଥଳରେ ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ କଂକ୍ରିଟ୍ ତୁଳନାରେ ଏହାର ଅନେକ ଫାଇଦା ରହିଥାଏ । କେତୋଟି ଉଦାହରଣ ହେଲା: ନିର୍ମାଣ ସମୟ ହ୍ରାସିତ ହୁଏ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଅଧିକ ଉନ୍ନତ ହୁଏ ।


କଂକ୍ରିଟ୍‌‌ର ସଂରଚନା



କଂକ୍ରିଟ୍ ତିନିଟି ମୁଖ୍ୟ ଉପାଦାନରେ ତିଆରି ହୋଇଥାଏ - ସିମେଣ୍ଟ, ଏଗ୍ରିଗେଟ୍ (ବାଲି, ଗୋଡ଼ି ବା ବଜୁରି) ଏବଂ ପାଣି । ସିମେଣ୍ଟ ବନ୍ଧନ ସୃଷ୍ଟିକାରୀ ଉପାଦାନ ବା ବାଇଣ୍ଡିଂ ଏଜେଣ୍ଟ ଅଟେ ଯାହା କଂକ୍ରିଟ୍‌‌କୁ ବାନ୍ଧି ରଖିଥାଏ । ଏବଂ ବାଲି ଓ ଗୋଡ଼ି ଭଳି ଏଗ୍ରିଗେଟ୍ କଂକ୍ରିଟ୍‌କୁ ସୁଦୃଢ଼ତା ଏବଂ ଆୟତନ ଯୋଗାଇଥାଏ ।

 

ପାଣିର ସଂସ୍ପର୍ଶରେ ଆସିବା ପରେ ସିମେଣ୍ଟର ରାସାୟନିକ ପ୍ରତିକ୍ରିୟା ଆରମ୍ଭ ହୁଏ ଏବଂ ତାହା କଂକ୍ରିଟ୍‌‌କୁ ଟାଣ କରିବାକୁ ଲାଗେ । ଏହି କାରଣରୁ, କଂକ୍ରିଟ୍‌‌ର ସୁଦୃଢ଼ତା ଏବଂ ସ୍ଥାୟିତ୍ୱ ନିର୍ଦ୍ଧାରଣ ପାଇଁ ସିମେଣ୍ଟ ସହିତ ପାଣିର ଅନୁପାତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ସର୍ବପ୍ରଥମେ, ପାଣି ଓ ସିମେଣ୍ଟର ସଠିକ୍ ଅନୁପାତ ହିସାବ କରାଯିବା ଉଚିତ୍ । କାରଣ ମିଶ୍ରଣରେ ସିମେଣ୍ଟ ଅନୁପାତରେ ପାଣିର ମାତ୍ରା ଅଧିକ ହେଲେ ଦୁର୍ବଳ, କମ୍ ସ୍ଥାୟିତ୍ୱ ବିଶିଷ୍ଟ କଂକ୍ରିଟ୍ ତିଆରି ହୋଇଥାଏ, ଯେଉଁଥିରେ ଫାଟ ଓ କ୍ଷୟ ହେବାର ସମ୍ଭାବନା ଅଧିକ ରହିଥାଏ ।

 

ଏହି ତିନିଟି ମୁଖ୍ୟ ଉପାଦାନ ବ୍ୟତୀତ, କଂକ୍ରିଟ୍‌‌ରେ ଅନ୍ୟାନ୍ୟ ଗୁଣବର୍ଦ୍ଧକ ଉପାଦାନ (ଆଡିଟିଭ୍) ରହିପାରେ । ଏଭଳି ଉପାଦାନଗୁଡ଼ିକ କଂକ୍ରିଟ୍‌‌ର ସୁକାର୍ଯ୍ୟତା, ସୁଦୃଢ଼ତା ଓ ସ୍ଥାୟିତ୍ୱ ବୃଦ୍ଧିରେ ସହାୟକ ହୋଇଥାଏ । ଏହି ଆଡିଟିଭ୍‌‌ଗୁଡ଼ିକ ମଧ୍ୟରେ ଫ୍ଲାଏ ଆଶ୍, ସିଲିକା ଫ୍ୟୁମ୍ ଏବଂ ପ୍ଲାଷ୍ଟିସାଇଜର୍ ଓ ଆହୁରି ଅନେକ ପଦାର୍ଥ ଅନ୍ତର୍ଭୁକ୍ତ ଅଟେ ।


କଂକ୍ରିଟ୍‌‌ର ଗୁଣଧର୍ମ



କଂକ୍ରିଟ୍‌‌ରେ ରହିଥିବା ଅନେକ ଗୁଣଧର୍ମ ଏହାକୁ ବ୍ୟାପକ ବର୍ଗର କାର୍ଯ୍ୟ ପାଇଁ ଆଦର୍ଶ ନିର୍ମାଣ ସାମଗ୍ରୀରେ ପରିଣତ କରିଥାଏ । କଂକ୍ରିଟ୍‌‌ର କେତେକ ଅତି ଗୁରୁତ୍ୱପୂର୍ଣ୍ଣ ଗୁଣଧର୍ମ ତଳେ ଦିଆଗଲା:


୧. ସୁକାର୍ଯ୍ୟତା -

ଏହା କଂକ୍ରିଟ୍‌‌କୁ ମିଶ୍ରଣ କରିବା, ପରିବହନ କରିବା ଓ ତାହାର ଚୂଡ଼ାନ୍ତ ସ୍ଥିତିରେ ଢଳାଯିବାର ସହଜତାକୁ ସୂଚାଇଥାଏ । ଆପଣ ଚାହୁଁଥିବା ଆକୃତି ଓ ଫିନିଶ୍‌‌ର କଂକ୍ରିଟ୍ ପାଇବା ପାଇଁ ତାହାର ସୁକାର୍ଯ୍ୟତାର ମାତ୍ରା ଉଚ୍ଚ ରହିବା ଜରୁରୀ ହୋଇଥାଏ ।

୨. ସୁଦୃଢ଼ତା -

କଂକ୍ରିଟ୍ ଏହାର ସୁଦୃଢ଼ତା ବା ଶକ୍ତି ପାଇଁ ପରିଚିତ ଅଟେ । ଏହା ଭାରି ଓଜନ ଏବଂ ଚାପକୁ ସହନ କରିପାରିଥାଏ । କଂକ୍ରିଟ୍‌‌ର ସଂରଚନା ଏବଂ କିଓରିଂ ସମୟ ଆଧାରରେ କଂକ୍ରିଟ୍‌‌ର କମ୍ପ୍ରେସିଭ୍ ଷ୍ଟ୍ରେଂଥ୍ ଭିନ୍ନ ଭିନ୍ନ ହୋଇପାରେ ।

 

୩. ସ୍ଥାୟିତ୍ୱ -

କଂକ୍ରିଟ୍ ଅତି ଦୀର୍ଘସ୍ଥାୟୀ ହୋଇଥାଏ ଏବଂ ଏହା ପାଣି, ପବନ ଏବଂ ଅତ୍ୟଧିକ ପରିବେଶୀୟ ପ୍ରଭାବର ସଂସ୍ପର୍ଶକୁ ସହନ କରିବାରେ ସକ୍ଷମ ହୋଇଥାଏ । ଉପଯୁକ୍ତ କିଓରିଂ ଏବଂ ରକ୍ଷଣାବେକ୍ଷଣ ଦ୍ୱାରା କଂକ୍ରିଟ୍ ଢାଞ୍ଚାର ଜୀବନକାଳକୁ ବୃଦ୍ଧି କରାଯାଇପାରିବ ।

 

୪. କ୍ରିପ୍ -

ଏହା ସମୟ ସହିତ ଅନବରତ ଭାର କାରଣରୁ ଧୀରେ ଧୀରେ କଂକ୍ରିଟ୍‌‌ରେ ସୃଷ୍ଟି ହେଉଥିବା ବିକୃତିକୁ ସୂଚାଇଥାଏ । ଡିଜାଇନ୍ ଓ ନିର୍ମାଣ ପ୍ରକ୍ରିୟା ସମୟରେ ଏଥିପ୍ରତି ଧ୍ୟାନ ଦିଆ ନ ଗଲେ କ୍ରିପ୍ ଢାଞ୍ଚାକୁ କ୍ଷତି ପହଞ୍ଚାଇପାରେ ।

 

୫. ସଙ୍କୁଚନ -

କଂକ୍ରିଟ୍ ଶୁଖିବା ସମୟରେ ସଙ୍କୁଚିତ ହେବାକୁ ଲାଗେ । ଏହାଫଳରେ ଫାଟ ଓ ଅନ୍ୟାନ୍ୟ କ୍ଷତି ସୃଷ୍ଟି ହୋଇଥାଏ । ଉପଯୁକ୍ତ ରିଇନ୍‌‌ଫୋର୍ସମେଣ୍ଟ (ଷ୍ଟିଲ୍ ଛଡ଼ ବା ଜାଲି) ଏବଂ କିଓରିଂ ମାଧ୍ୟମରେ ସଙ୍କୁଚନର ପ୍ରଭାବକୁ ହ୍ରାସ କରାଯାଇପାରିବ ।

 

୬. ୟୁନିଟ୍ ଓଜନ -

କଂକ୍ରିଟ୍‌‌ର ୟୁନିଟ୍ ଓଜନ ତାହାର ଘନତ୍ୱକୁ ସୂଚାଇଥାଏ ଏବଂ କଂକ୍ରିଟ୍‌‌ର ସଂରଚନା ଏବଂ ସୁଦୃଢ଼ତା ଭିତ୍ତିରେ ତାହା ଭିନ୍ନ ହୋଇପାରେ । ଉଚ୍ଚତର ୟୁନିଟ୍ ଓଜନର ଅର୍ଥ ଅଧିକ ସୁଦୃଢ଼ ଏବଂ ଅଧିକ ଦୀର୍ଘସ୍ଥାୟୀ କଂକ୍ରିଟ୍ ।

 

୭. ମଡ୍ୟୁଲାର୍ ଅନୁପାତ -

ଏହା କଂକ୍ରିଟ୍‌‌ର ନମନୀୟ ମାନକ ଏବଂ କଂକ୍ରିଟ୍‌‌ର ବଳ ବୃଦ୍ଧି ପାଇଁ ବ୍ୟବହୃତ ହୋଇଥିବା ଷ୍ଟିଲ୍ ରିଇନ୍‌‌ଫୋର୍ସମେଣ୍ଟ ମଧ୍ୟରେ ରହିଥିବା ସମ୍ପର୍କକୁ ସୂଚାଇଥାଏ । ଉଚ୍ଚର ମଡ୍ୟୁଲାର୍ ଅନୁପାତର ଅର୍ଥ ଅଧିକ ସୁଦୃଢ଼, ଅଧିକ ଦୀର୍ଘସ୍ଥାୟୀ ଢାଞ୍ଚା ।

 

୮. ପଏସନ୍ସ ଅନୁପାତ -

କୌଣସି ସାମଗ୍ରୀର ପ୍ରସାରଣ ଓ ସଙ୍କୁଚନ ସମୟରେ ତାହାର ପାର୍ଶ୍ୱିକ ଚାପ ଓ ଅକ୍ଷୀୟ ଚାପର ଏହା ଏକ ମାପକ ଅଟେ । ପଏସନ୍ସ ଅନୁପାତ କଂକ୍ରିଟ୍ ଢାଞ୍ଚାର ସାମଗ୍ରିକ ସୁଦୃଢ଼ତା ଏବଂ ସ୍ଥିରତାକୁ ପ୍ରଭାବିତ କରିପାରେ ।


କଂକ୍ରିଟ୍‌‌ର ଉପଯୋଗ

୧. ଡ୍ରାଇଭ୍‌‌ୱେ ଏବଂ ପେଟିଓ

କଂକ୍ରିଟ୍‌‌ର ସ୍ଥାୟିତ୍ୱ, କମ୍ ରକ୍ଷଣାବେକ୍ଷଣ ଆବଶ୍ୟକତା ଏବଂ ବହୁ-ଉପଯୋଗିତା କାରଣରୁ ଡ୍ରାଇଭ୍‌ୱେ ତଥା ପେଟିଓ ବା ଅଗଣା ନିର୍ମାଣ ପାଇଁ ଏହା ଏକ ଆଦର୍ଶ ନିର୍ମାଣ ସାମଗ୍ରୀ ଅଟେ । ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ସହ ମେଳ ଖୁଆଇବା ପାଇଁ କଂକ୍ରିଟ୍‌‌ରେ ଛାପ କିମ୍ବା ରଙ୍ଗ ଦିଆଯାଇପାରିବ । ତେଣୁ ଘରମାଲିକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ବିକଳ୍ପ ଅଟେ । ଅତିରିକ୍ତ ଭାବେ, କଂକ୍ରିଟ୍ ଭାରି ଓଜନ ବହନ କରିପାରିଥାଏ ଏବଂ ଫାଟର ପ୍ରତିରୋଧି ହୋଇଥାଏ । ତେଣୁ ଏହା ଏକ ଦୀର୍ଘସ୍ଥାୟୀ ଏବଂ ଭରସାଯୋଗ୍ୟ ବିଳକ୍ପ ଅଟେ ।

 

୨. ସାଇଡ୍‌‌ୱାକ୍

କଂକ୍ରିଟ୍‌‌ର ସୁଦୃଢ଼ତା, ସୁଲଭତା ଏବଂ ସ୍ଥାପନରେ ସହଜତା ପାଇଁ ସାଇଡ୍‌‌ୱାକ୍ ନିର୍ମାଣ ନିମନ୍ତେ ଏହା ଏକ ଲୋକପ୍ରିୟ ବିକଳ୍ପ ଅଟେ । କଂକ୍ରିଟ୍‌‌ ସାଇଡ୍‌‌ୱାକ୍ ବହୁ ପରିମାଣର ଚଲାବୁଲାକୁ ସହିପାରିଥାଏ ଏବଂ କ୍ଷତିଗ୍ରସ୍ତ ହେଲେ ତାହାକୁ ସହଜରେ ମରାମତି କରିହୁଏ । ଏହା କମ୍ ରକ୍ଷଣାବେକ୍ଷଣ ମଧ୍ୟ ଆବଶ୍ୟକ କରିଥାଏ ଏବଂ ପାଣିପାଗର ପ୍ରଭାବ ଓ କ୍ଷୟକୁ ସହିବାରେ ସକ୍ଷମ ହୋଇଥାଏ ।

୩. ପାର୍କିଂ

କଂକ୍ରିଟ୍‌‌‌ର ସୁଦୃଢ଼ତା ଏବଂ ସ୍ଥାୟିତ୍ୱ କାରଣରୁ ଏହାକୁ ସାଧାରଣ ଭାବେ ପାର୍କିଂ ଲଟ୍‌‌ଗୁଡ଼ିକରେ ବ୍ୟବହାର କରାଯାଇଥାଏ । କଂକ୍ରିଟ୍ ନିର୍ମିତ ପାର୍କିଂ ଲଟ୍ ବହୁ ପରିମାଣର ଟ୍ରାଫିକ୍‌‌କୁ ସହିବା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଅନେକ ବର୍ଷ ଧରି ବଜାୟ ରହିପାରେ । ଅତିରିକ୍ତ ଭାବେ, କଂକ୍ରିଟ୍ ଖସଡ଼ା ନିରୋଧୀ ଅଟେ ଏବଂ ଲୋକଙ୍କ ସୁରକ୍ଷା ପାଇଁ ତାହା ଉପରେ ବିଭିନ୍ନ ସତର୍କତା ଚିହ୍ନଗୁଡ଼ିକୁ ପେଣ୍ଟ୍ କରାଯାଇପାରିବ ।

 

୬. ସଡ଼କ -

କଂକ୍ରିଟ୍‌‌ର ସ୍ଥାୟିତ୍ୱ, ଖସଡ଼ା ନିରୋଧୀ ଗୁଣ ଏବଂ ଉଚ୍ଚ ଓଜନ ବହନ କ୍ଷମତା କାରଣରୁ ତାହା ପକ୍କା ସଡ଼କ ବିଛାଇବା ପାଇଁ ଏକ ପସନ୍ଦଯୋଗ୍ୟ ସାମଗ୍ରୀ ଅଟେ । କଂକ୍ରିଟ୍ ନିର୍ମିତ ସଡ଼କଗୁଡ଼ିକ କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ ଏବଂ ଉପଯୁକ୍ତ ଯତ୍ନ ସହିତ ତାହା ଦୀର୍ଘଦିନ ଧରି ବଜାୟ ରହିପାରେ । ତାହା ତେଲ ଓ ଗ୍ୟାସ୍ ଉଛୁଳା ନିରୋଧୀ ହୋଇଥାଏ, ତେଣୁ ବହୁ ପରିମାଣରେ ଗାଡ଼ିମଟର ଯା’ଆସ କରୁଥିବା ସଡ଼କ ପାଇଁ କଂକ୍ରିଟ୍‌ ଏକ ଆଦର୍ଶ ବିକଳ୍ପ ଅଟେ ।

 

୫. ଫୁଟିଂ/ଫାଉଣ୍ଡେସନ୍ -

କଂକ୍ରିଟ୍‌‌ର ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ ଜଳନିରୋଧୀ କ୍ଷମତା ଯୋଗୁଁ ତାହାକୁ ସାଧାରଣତଃ ବିଲଡିଂର ଫାଉଣ୍ଡେସନ୍ ଓ ଫୁଟିଂରେ ବ୍ୟବହାର କରାଯାଇଥାଏ । କଂକ୍ରିଟ୍ ଫାଉଣ୍ଡେସନ୍ ବିଲ୍‌‌ଡିଂର ଭାରକୁ ବହନ କରିପାରିଥାଏ ଏବଂ ତାହାକୁ ଆର୍ଦ୍ରତା ଓ ପାଣି ଜନିତ କ୍ଷୟକ୍ଷତିକୁ ନିରାପଦ ରଖିଥାଏ । ଆହୁରି ମଧ୍ୟ, ଷ୍ଟିଲ୍ ଛଡ଼ ବ୍ୟବହାର କରାଯାଇ କଂକ୍ରିଟ୍‌‌ର ସୁଦୃଢ଼ତାକୁ ଆହୁରି ଅଧିକ ବୃଦ୍ଧି କରାଯାଇପାରିବ ।

 

୬. ମଧ୍ୟମ-ଉଚ୍ଚତା ଏବଂ ସୁଉଚ୍ଚ ଅଟ୍ଟାଳିକା -

କଂକ୍ରିଟ୍‌‌ର ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ ଭୂମିକମ୍ପ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସହନ କରିବାର କ୍ଷମତା କାରଣରୁ ତାହା ମଧ୍ୟମ-ଉଚ୍ଚତା ଏବଂ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଏକ ଆଦର୍ଶ ସାମଗ୍ରୀ ଅଟେ । ରିଇନ୍‌‌‌‌ଫୋର୍ସଡ୍ କଂକ୍ରିଟ୍ ଢାଞ୍ଚାଗୁଡ଼ିକ ଜୋର୍ ପବନ ଏବଂ ଭୂଚଳନକୁ ସହିପାରିଥାଏ । ତେଣୁ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ତାହା ଏକ ଭରସାଯୋଗ୍ୟ ପସନ୍ଦ ଅଟେ । ଆହୁରି ମଧ୍ୟ, କଂକ୍ରିଟ୍ ବିଲଡିଂଗୁଡ଼ିକୁ ବିଶେଷ ଭାବେ ଶକ୍ତି-ଦକ୍ଷ (ବିଜୁଳି କମ୍ ଖର୍ଚ୍ଚ କରୁଥିବା) ଭାବେ ଡିଜାଇନ୍ କରାଯାଇପାରିବ ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ତାହାର ଆୟୁକୁ ଦୀର୍ଘ କରାଯାଇପାରିବ ।



ସାରାଂଶରେ, କଂକ୍ରିଟ୍ ଏକ ବହୁ-ଉପଯୋଗୀ ଏବଂ ଦୀର୍ଘସ୍ଥାୟୀ ନିର୍ମାଣ ସାମଗ୍ରୀ ଅଟେ, ଯାହା ଅନେକ ଶତାବ୍ଦୀ ଧରି ବ୍ୟବହୃତ ହୋଇଆସିଛି । ଚୂଡ଼ାନ୍ତ ନିର୍ମାଣ କାର୍ଯ୍ୟରେ ଆପଣ ଚାହୁଁଥିବା ସୁଦୃଢ଼ତା, ସ୍ଥାୟିତ୍ୱ ଏବଂ କାର୍ଯ୍ୟଦକ୍ଷତା ହାସଲ କରିବା ପାଇଁ କଂକ୍ରିଟ୍ କ’ଣ, କଂକ୍ରିଟ୍‌‌ର ପ୍ରକାରଭେଦ, ତାହାର ସଂରଚନା ଏବଂ କଂକ୍ରିଟ୍‌‌ର ଗୁଣଧର୍ମକୁ ବୁଝିବା ଜରୁରୀ ଅଟେ । କଂକ୍ରିଟ୍ ଯେପରି ଆବଶ୍ୟକ କରାଯାଉଥିବା ମାନକ ଏବଂ ବିନିର୍ଦ୍ଦିଷ୍ଟତା ଅନୁରୂପ ଅଟେ ତାହା ସୁନିଶ୍ଚିତ କରିବା ପାଇଁ ନିୟମିତ କଂକ୍ରିଟ୍ ପରୀକ୍ଷଣ ପଦ୍ଧତିକୁ ବ୍ୟବହାର କରାଯାଇପାରିବ । କଂକ୍ରିଟ୍ ପରୀକ୍ଷଣ ପଦ୍ଧତିଗୁଡ଼ିକ ସମ୍ପର୍କରେ ଅଧିକ ଜାଣିବା ପାଇଁ, ‘କଂକ୍ରିଟ୍ ପରୀକ୍ଷଣ’ ଉପରେ ପର୍ଯ୍ୟବସିତ ଏହି ସହାୟକ ଭିଡିଓଟିକୁ ଦେଖନ୍ତୁ ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ |




ପରାମର୍ଶିତ ଭିଡିଓଗୁଡିକ |





  ଗୃହ ନିର୍ମାଣ ପାଇଁ ନିର୍ମାଣ ଆକଳନ ଉପକରଣଗୁଡିକ (ଘର ମୂଲ୍ୟ କାଲକୁଲେଟର)


ମୂଲ୍ୟ କାଲକୁଲେଟର

ପ୍ରତ୍ୟେକ ଗୃହ ନିର୍ମାଣକାରୀ ସେମାନଙ୍କର ସ୍ୱପ୍ନର ଘର ନିର୍ମାଣ କରିବାକୁ ଚାହାଁନ୍ତି କିନ୍ତୁ ଅଧିକ ବଜେଟ୍ ନକରି ତାହା କରନ୍ତୁ | ଖର୍ଚ୍ଚ କାଲକୁଲେଟର ବ୍ୟବହାର କରି, ଆପଣ କେଉଁଠାରେ ଏବଂ କେତେ ଖର୍ଚ୍ଚ ଶେଷ କରିପାରନ୍ତି ସେ ବିଷୟରେ ଆପଣ ଏକ ଉତ୍ତମ ଧାରଣା ପାଇବେ |

 

logo

EMI କାଲକୁଲେଟର୍

ଘର loan ଣ ନେବା ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବାର ସର୍ବୋତ୍ତମ ଉପାୟ କିନ୍ତୁ ଗୃହ ନିର୍ମାଣକାରୀମାନେ ପ୍ରାୟତ ask ପଚାରିଥାନ୍ତି ଯେ ସେମାନଙ୍କୁ କେତେ EMI ଦେବାକୁ ପଡିବ | EMI କାଲକୁଲେଟର ସହିତ, ଆପଣ ଏକ ଆକଳନ ପାଇପାରିବେ ଯାହା ଆପଣଙ୍କ ବଜେଟ୍କୁ ଭଲ ଯୋଜନା କରିବାରେ ସାହାଯ୍ୟ କରିବ |.

logo

ପ୍ରଡକ୍ଟ ପ୍ରେଡିକ୍ଟର

"ଗୃହ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଗୃହ ନିର୍ମାଣକାରୀଙ୍କ ପାଇଁ ସଠିକ୍ ଉତ୍ପାଦ ବାଛିବା ଜରୁରୀ ଅଟେ। ଆପଣଙ୍କ ଘର ନିର୍ମାଣ ସମୟରେ କେଉଁ ଦ୍ରବ୍ୟର ଆବଶ୍ୟକତା ପଡିବ ତାହା ଦେଖିବା ପାଇଁ ଉତ୍ପାଦ ପୂର୍ବାନୁମାନ ବ୍ୟବହାର କରନ୍ତୁ |

logo

ଷ୍ଟୋର୍ ଲୋକେଟର୍

ଗୃହ ନିର୍ମାଣକାରୀଙ୍କ ପାଇଁ, ସଠିକ୍ ଷ୍ଟୋର୍‌ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଜଣେ ଗୃହ ନିର୍ମାଣ ବିଷୟରେ ସମସ୍ତ ମୂଲ୍ୟବାନ ସୂଚନା ପାଇପାରିବେ | ଷ୍ଟୋର ଲୋକେଟର ବ feature ଶିଷ୍ଟ୍ୟ ବ୍ୟବହାର କରନ୍ତୁ ଏବଂ ଘର ନିର୍ମାଣ ବିଷୟରେ ଅଧିକ ସୂଚନା ପାଇଁ ଆମ ଷ୍ଟୋର୍‌କୁ ପରିଦର୍ଶନ କରନ୍ତୁ |.

logo

Loading....